5T - The Sakala

୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବଦଳିବ ରୂପରେଖ
ବ୍ରହ୍ମପୁର: ସ୍କୁଲ ଭଳି କଲେଜର ହେବ ରୂପାନ୍ତରୀକରଣ । ଉଚ୍ଚ ଶିକ୍ଷାନୁଷ୍ଠାନର ବଦଳିବ ରୂପରେଖ । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଏହି କ୍ରମରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ତଥା ୫ଟି ଉପକ୍ରମରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର ୧୧ଟି ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ। ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ଯମରେ ୯ କୋଟି ଟଙ୍କା ବ୍ୟୟରେ ଏସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ କ୍ୟାମ୍ପସ୍ ଚେହେରା ବଦଳିବ। ଏହି ଅର୍ଥରାଶିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଗଣ୍ଡଳା- ବେଲଗାମସ୍ଥିତ ଶ୍ରୀବେଲେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ, ପୋଚିଲିମାସ୍ଥିତ ଖମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, କଞ୍ଚୁରୁସ୍ଥିତ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଶାସନସ୍ଥିତ ଓଏଭିଏସ୍‌ (ହିଞ୍ଜଳିକାଟୁ), ହିଞ୍ଜଳିକାଟୁ ପୌରପାଳିକାରେ ଥିବା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ, ଶେରଗଡ ବ୍ଲକ୍‌ର ପିତ୍ତଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ, ଶେରଗଡ଼ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଉନ୍ନତିକରଣ କରାଯିବ।

ଉଲ୍ଲେଖଯୋଗ୍ୟ ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତରୀକରଣ। କ୍ୟାମ୍ପସ୍‌ର ରୂପରେଖ ବଦଳିବ। ଉଚ୍ଚ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଜରିଆରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହରୁ ଆରମ୍ଭ କରି ଉତ୍ତମମାନର ବିଜ୍ଞାନ ଲ୍ୟାବ୍, ଇ-ଲାଇବ୍ରେରୀ ପ୍ରତିଷ୍ଠା କରାଯିବ। ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ୍‌, କମନ୍‌ ରୁମ୍‌ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ। ଏହା ସହ କଲେଜ କ୍ୟାମ୍ପସ୍‌ ସୌନ୍ଦର୍ଯ୍ୟକରଣ, ବାସ୍କେଟବଲ୍‌ ଓ ଭଲିବଲ୍‌ କୋର୍ଟ ଆଦି ତିଆରି ହେବ। ଅତ୍ୟାଧୁନିକ ବ୍ୟବସ୍ଥାରେ ଚମକିବ ଶିକ୍ଷାନୁଷ୍ଠାନ। ଏଥିପାଇଁ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ। ଏଥିରେ ରହିଛି ଜିଲ୍ଲାର ୮ଟି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜ। ଏଥିପାଇଁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସିଏସ୍‌ଆର୍‌ ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି। ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇ ଗୁଣା ଅର୍ଥାତ୍ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନରେ ପ୍ରଦାନ କରାଯାଇଛି।

ଗତ ମେ ମାସରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ପାଇଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାହା ତ୍ବରାନ୍ବିତ ହୋଇଛି।

5T ଶାସନ ବ୍ୟବସ୍ଥାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରା, ଯାହା ଓଡ଼ିଶା ରୂପାନ୍ତରଣର ପ୍ରମୁଖ ମାଧ୍ୟମ ସାଜିଛି : ପ୍ରଶାନ୍ତ ମୁଦୁଲି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରିକଳ୍ପିତ ‘୫-ଟି’ କେବଳ ଏକ ଉପକ୍ରମ ନୁହେଁ, ସାଧାରଣ ଲୋକଙ୍କ ପାଇଁ ଏହା ଏବେ ବିଶ୍ୱାସର ପ୍ରତୀକ ପାଲଟିଛି। ପ୍ରଶାସନରେ ସ୍ୱଚ୍ଛତା, ଦୁର୍ନୀତିରେ ଅଙ୍କୁଶ, ସାଧାରଣ ଲୋକଙ୍କ ସେବାକୁ ‘୫-ଟି’ ସୁନିଶ୍ଚିତ କରିଛି ଏବଂ ରାଜ୍ୟର ରୂପାନ୍ତରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜଧାନୀରୁ ଉପାନ୍ତ ପର୍ଯ୍ୟନ୍ତ ପ୍ରତ୍ୟେକ ସାଧାରଣ ଲୋକ ‘୫-ଟି’ର ଗୁରୁତ୍ୱକୁ ବୁଝି ପାରିଛନ୍ତି; ଏହା ଦ୍ୱାରା ଉପକୃତ ହୋଇ ପାରୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ରାଜ୍ୟର ବିରୋଧୀଦଳ ନେତାଙ୍କ ପାଇଁ ‘୫-ଟି’ ଏବେ ବି ଅବୋଧ୍ୟ। ସେ ସତରେ ଏ ସମ୍ପର୍କରେ ଜାଣନ୍ତି ନାହିଁ ନା ସବୁ ଜାଣିଶୁଣି ଅବୁଝା ଥିବା ଆଚରଣ ପ୍ରଦର୍ଶନ କରୁଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଗତକାଲି ବିଧାନସଭାରେ ୫ଟିକୁ ନେଇ ଯେଉଁଭଳି ଭାବେ ଆକ୍ଷେପ କଲେ ତାଙ୍କର ଏପରି ଆଚରଣକୁ କଟାକ୍ଷ କରିଛନ୍ତି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ବିରୋଧୀଦଳ ନେତାଙ୍କ ତଥାକଥିତ ଅଜ୍ଞତାକୁ କଟାକ୍ଷ କରିବା ସହ ‘୫-ଟି’କୁ ସୁଶାସନର ମହାମନ୍ତ୍ର ବୋଲି ଅଭିହିତ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି।

ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେବଳ ସ୍ୱପ୍ନ ଦେଖିନାହାନ୍ତି; ରାଜ୍ୟକୁ ଦେଶର ଶୀର୍ଷ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ଅବିରତ ଉଦ୍ୟମ କରୁଛନ୍ତି। ‘୫-ଟି’ ହେଉଛି ଏହାର ଅଂଶବିଶେଷ। ଟିମ୍‌‌ ୱାର୍କ, ଟେକ୍‌‌ନୋଲୋଜି, ଟାଇମ୍‌‌, ଟ୍ରାନ୍ସପରେନ୍ସି, ଟ୍ରାନ୍ସଫରମେସନ ‘୫-ଟି’ କୁ ଆଧାର କରି ଓଡ଼ିଶାର ଶାସନ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଅଣାଯିବା ସମ୍ଭବ ହୋଇ ପାରିଛି, ପରିଣତିସ୍ୱରୂପ ଓଡ଼ିଶାରେ ନବ ରୂପାନ୍ତରଣ ସୃଷ୍ଟି ହୋଇଛି। ସାମଗ୍ରିକ ବିକାଶ ଉଦ୍ଦେଶ୍ୟକୁ ସୁନିଶ୍ଚିତିକରଣ କରାଯାଉଛି। ୫-ଟିକୁ ନିଜ କାର୍ଯ୍ୟକ୍ଷେତ୍ରରେ ସୁନିଶ୍ଚିତ କରିବା ଓ ଏହାର ସଫଳ କାର୍ଯ୍ୟାନ୍ୱୟନ କରି ରାଜ୍ୟ ଓ ରାଜ୍ୟବାସୀଙ୍କ ଉନ୍ନତିକଳ୍ପେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ପରାମର୍ଶ ଦେଇ ଆସିଛନ୍ତି।

ପ୍ରଶାସନ ପରିଚାଳନା ଓ ସେବା ପ୍ରଦାନରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି ୫-ଟି। ତେଣୁ ଏହାର କାର୍ଯ୍ୟଦକ୍ଷତା ସଂକ୍ରାନ୍ତରେ ହାସ୍ୟାସ୍ପଦ ପ୍ରଶ୍ନକୁ କଟାକ୍ଷ କରିଛନ୍ତି ମୁଖ୍ୟ ସଚେତକ ଶ୍ରୀ ମୁଦୁଲି। ସେ କହିଛନ୍ତି ଯେ ରାଜ୍ୟରେ ରୂପାନ୍ତରଣ ଆଣିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଯେଉଁ ପରିକଳ୍ପନା କରିଥିଲେ ତାହାର ବାସ୍ତବ ରୂପ ହେଉଛି ୫-ଟି। ଏବେ ଏହା ସମଗ୍ର ରାଜ୍ୟବାସୀଙ୍କ ପାଇଁ ମହାମନ୍ତ୍ରରେ ପରିଣତ ହୋଇଛି। ଗାଁରେ ରହୁଥିବା ଲୋକଟିଏ ସରକାରୀ ସେବାରୁ ବଞ୍ଚିତ ହେଲେ, କିଛି ସମସ୍ୟା ଭୋଗିଲେ ସିଧାସଳଖ ୫-ଟିଙ୍କୁ ଯୋଗାଯୋଗ କରି ଅଭିଯୋଗ ଜଣାଉଛନ୍ତି ଆଉ ତାହାର ତୁରନ୍ତ ସମାଧାନ ହେଉଛି। ସବୁ ସରକାରୀ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କ ମନରେ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ରାଜ୍ୟର ଶାସନ ବ୍ୟବସ୍ଥାରେ ସ୍ଥିରତା ଆଣିଛି। ପ୍ରଶାସନିକ ବ୍ୟବସ୍ଥାକୁ ଚଳଚଞ୍ଚଳ କରିଛି। ଏପରିକି ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ୫-ଟିଙ୍କୁ ସମ୍ବୋଧିତ କରୁଛନ୍ତି। ସରକାରୀ ବ୍ୟବସ୍ଥା ଏବଂ ଜନସାଧାରଣଙ୍କ ପାଇଁ ଏହା କେତେ ଜରୁରୀ ଏଥିରୁ ବୁଝା ପଡୁଛି ବୋଲି ଶ୍ରୀ ମୁଦୁଲି କହିଛନ୍ତି।

ପ୍ରଶାସନ ଓ ଲୋକସେବା କ୍ଷେତ୍ରରେ ‘୫-ଟି’ର ଭୂମିକା ବିତର୍କରୁ ଊର୍ଦ୍ଧ୍ବରେ ଏ କଥା ପ୍ରତ୍ୟେକ ଅନୁଭବ କରି ସାରିଛନ୍ତି। ମାତ୍ର ୧୫ ମାସ ମଧ୍ୟରେ ବିଶ୍ୱର ବୃହତ୍ତମ ହକି ଷ୍ଟାଡ଼ିୟମ ନିର୍ମାଣ, ଧାର୍ଯ୍ୟ ସମୟ ପୂର୍ବରୁ ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଅର୍ଥନୈତିକ କରିଡ଼ର ନିର୍ମାଣ ସମ୍ପୂର୍ଣ୍ଣ ‘୫-ଟି’ ଉପକ୍ରମର ଶ୍ରେଷ୍ଠ ଉଦାହରଣ। ଅନୁରୂପ ଭାବରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମ୍ପୂର୍ଣ୍ଣକରଣ, ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ରର ରୂପାନ୍ତରଣ ଆଦି ‘୫-ଟି’ ଉପକ୍ରମ ଦ୍ୱାରା ସମ୍ଭବ ହୋଇ ପାରିଛି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରାଯାଇ ପ୍ରଶାସନରେ ସ୍ୱଚ୍ଛତା ଅଣାଯିବା କ୍ଷେତ୍ରରେ ଯେଉଁ ପଦକ୍ଷେପ ନିଆଯାଇଛି ତାହାକୁ ସାରା ଦେଶ ପ୍ରଶଂସା କରିଛି।

ମାତ୍ର ୩୦ ମାସ ମଧ୍ୟରେ ୧୮୦ରୁ ଊର୍ଦ୍ଧ୍ବ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଯାହା ଦେଶ ପାଇଁ ଉଦାହରଣୀୟ ହୋଇ ପାରିଛି। ଦକ୍ଷିଣ ଓଡ଼ିଶାର କୋରାପୁଟ ବିକ୍ରମଦେବ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ମୟୂରଭଞ୍ଜ ଜିଲ୍ଲାର ଗୋଶାଳା, ଉପକୂଳ ଓଡ଼ିଶାରେ ବିଭିନ୍ନ ଧାର୍ମିକ ପୀଠର ବିକାଶ ଠାରୁ ଆରମ୍ଭ କରି ଗଞ୍ଜାମର ତାରାତାରିଣୀ, ସମ୍ବଲପୁରର ସମଲେଇ, ବରଗଡ଼ ଓ ବଲାଙ୍ଗୀରର ନୃସିଂହନାଥ, ସୁନ୍ଦରଗଡ଼ ଜିଲ୍ଲାର ଘୋଘର ଓ ବାଣେଶ୍ୱର ମନ୍ଦିରର ରୂପାନ୍ତରଣ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ‘୫-ଟି’ ଉପକ୍ରମ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ୩୧ଟି ବିଭାଗର ୨୬୩ଟି ସେବା ମୋ ସରକାର ଅଧୀନକୁ ଆସିଛି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ମତାମତ ଏଥିରେ ସଂଗ୍ରହ ହୋଇଛି। ସାମଗ୍ରିକ ଦୃଷ୍ଟିରୁ ସମସ୍ତ ବିଭାଗର ୯୪.୯ ପ୍ରତିଶତ ଫିଡ୍‌‌ବ୍ୟାକ୍‌‌ ଉଲ୍ଲେଖନୀୟ ରହିଛି।

ଓଡ଼ିଶାର ବିକାଶ କାର୍ଯ୍ୟ ବୁଲି ଦେଖିବେ ୧୮୩ ଆଇଏଏସ୍‍ ଶିକ୍ଷାନବୀଶ, ପରଖିବେ ‘୫-ଟି’ ଉପକ୍ରମର ଲୋକାଭିମୁଖୀ କାର୍ଯ୍ୟର ସଫଳତା
ଭୁବନେଶ୍ୱର : ଓଡ଼ିଶାର ବିକାଶ କାର୍ଯ୍ୟ ବୁଲି ଦେଖିବେ ୧୮୩ ଆଇଏଏସ୍‍ ଶିକ୍ଷାନବୀଶ। ରାଜ୍ୟର ୬ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜ୍ଞାନ ଆହରଣ କରିବେ। ଉତ୍ତରାଖଣ୍ଡର ମଶୁରୀ ସ୍ଥିତ ଲାଲ୍‍ ବାହାଦୂର ଶାସ୍ତ୍ରୀ ନ୍ୟାସନାଲ ଏକାଡେମୀ ଅଫ୍‍ ଆଡମିନଷ୍ଟ୍ରେସନ୍‍ରେ ୨୦୨୧ ବ୍ୟାଚ୍‍ର ପ୍ରଶିକ୍ଷାର୍ଥୀମାନେ ଚଳିତ ମାସ ୨୯ ତାରିଖରୁ ଜୁନ୍‍ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ଗସ୍ତ କରିବେ। ଆଇଏଏସ୍‍ ଶିକ୍ଷାନବୀଶଙ୍କ ଜିଲ୍ଲା ଗସ୍ତ ସମୟରେ ସବୁ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ଗୋପବନ୍ଧୁ ଏକାଡେମୀ ଅଫ୍‍ ଆଡମିନ୍‍ଷ୍ଟ୍ରେସନ୍‍ର ମହାନିର୍ଦ୍ଦେଶକ ରଞ୍ଜନା ଚୋପ୍ରା ସମ୍ପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ଏକାଡେମୀର ୧୮୧ ଜଣ ଆଇଏଏସ୍‍ ଶିକ୍ଷାନବୀଶ ଏବଂ ରୟାଲ ଭୁଟାନ୍‍ ସର୍ଭିସର ଦୁଇ ଜଣ ଅଧିକାରୀ ଓଡ଼ିଶା ଆସୁଛନ୍ତି। ସେମାନେ ଗଞ୍ଜାମ, କେନ୍ଦୁଝର, ଢ଼େଙ୍କାନାଳ, ବାଲେଶ୍ୱର, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲା ଗସ୍ତରେ ଯିବେ। ପ୍ରତି ଦଳରେ ୧୦ ଜଣ ଲେଖାଏଁ ଅଧିକାରୀ ରହିବେ। ସେମାନଙ୍କ ସହିତ ଜିଲ୍ଲା ସ୍ତରର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ଗସ୍ତ ସମୟରେ ଶିକ୍ଷାନବୀଶମାନେ ସ୍କୁଲ ରୂପାନ୍ତରଣ, ବିଏସ୍‍କେୱାଇ ଯୋଜନାର କାର୍ଯ୍ୟାନ୍ୱୟନ, ମିଶନ୍‍ ଶକ୍ତି, କ୍ରୀଡ଼ା ଭିତ୍ତିଭୂମି, ଜାଗା ମିଶନ୍‍, ଡ୍ରିଙ୍କ୍‍ ଫ୍ରମ୍‍ ଟ୍ୟାପ୍‍, ବିପର୍ଯ୍ୟୟ ପରିଚାଳନା ଦକ୍ଷତା ଆଦି ବୁଲି ଦେଖିବେ। ବିଶେଷକରି ‘୫-ଟି’ ଉପକ୍ରମ ଜରିଆରେ ଲୋକଙ୍କ ଜୀବନଧାରଣ ମାନରେ କିପରି ପରିବର୍ତ୍ତନ ଆସିଛି ତାହା ପରଖିବେ।

ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ମିଳିତ ଜାତିସଂଘ ଠାରୁ ଆରମ୍ଭ କରି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଠାରୁ ପ୍ରଶଂସା ସାଉଣ୍ଟି ଥିବା ବେଳେ ଏତେ ସଂଖ୍ୟକ ଆଇଏଏସ୍‍ ଅଧିକାରୀଙ୍କ ପରିଦର୍ଶନ ବେଶ୍‍ ଗୁରୁତ୍ୱବହନ କରୁଛି। ଶିକ୍ଷାନବୀଶଙ୍କ ଗସ୍ତ ସମୟରେ ସେମାନଙ୍କ ରହିବା, ପରିବହନ, ଖାଦ୍ୟ ପେୟ ବ୍ୟବସ୍ଥା କରିବା ଦାୟିତ୍ୱ ଜିଲ୍ଲାପାଳଙ୍କୁ ଦିଆଯାଇଛି। ନିକଟରେ ୧୧ ରାଜ୍ୟ ଓ ୪ଟି କେନ୍ଦ୍ର ଶାସୀତ ଅଞ୍ଚଳର ବରିଷ୍ଠ ଅଧିକାରୀମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ସୂଚନା ସଂଗ୍ରହ କରିବା ସହିତ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ। ସେହିପରି ମଧ୍ୟ ପ୍ରଦେଶର ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଅଧିକାରୀ ଓଡ଼ିଶା ଗସ୍ତରେ ଆସି ‘୫-ଟି’ ଉପକ୍ରମରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିଥିଲେ। ମଧ୍ୟପ୍ରଦେଶ ସରକାର ଅନୁରୂପ କାର୍ଯ୍ୟକ୍ରମ ହାତକୁ ନେବାକୁ ଯାଉଛନ୍ତି।

ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ୧୦୨୫ ସ୍କୁଲର ରୂପାନ୍ତର ପର୍ବ ଆଜିଠାରୁ ଆରମ୍ଭ ହୋଇଛି । 5T School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି।ପୂର୍ବରୁ ଗତ ଅଗଷ୍ଟ ରେ ହିଞିଳିର ପଚାଶଟି ରୂପାନ୍ତରିତ ସ୍କୁଲର ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ଭିସି ଜରିଆରେ  ଲୋକାର୍ପିତ କରିଛନ୍ତି। ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ ବୋଲି ମୁଖ୍ୟମନ୍ତ୍ରି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ , “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।” ଓଡିଶାର ଶିକ୍ଷା ବିକାଶ କ୍ଷେତ୍ରରେ ଆଜି ଦିନଟି ସବୁବେଳେ ସ୍ବତନ୍ତ୍ର ହୋଇରହିବ। ମୁଁ ବହୁତ ଖୁସି ଯେ 5-T transformationକାର୍ଯ୍ୟକ୍ରମର first phaseରେ ରୂପାନ୍ତର ହୋଇଥିବା 1025 ହାଇସ୍କୁଲର ଲୋକାର୍ପଣ ଉତ୍ସବ ଆଜିଠାରୁ ଆରମ୍ଭ କରାଗଲା । ୨୪ ନଭେମ୍ବର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ।ସ୍କୁଲ ରୂପାନ୍ତର ହେଉଛି ଆମର 5-ଟି କାର୍ଯ୍ୟକ୍ରମର ଶ୍ରେଷ୍ଠ ଉଦାହରଣ। ୫-ଟି ହେଲା ଟେକ୍ନୋଲେଜି, ଟିମ୍ ୱାର୍କ, ଟାଇମ, ଟ୍ରାନ୍ସପାରେନ୍ସି ଓ ଟ୍ରାନ୍ସଫରମେସନ୍। ଏହା ହିଁ ରୂପାନ୍ତରକୁ ସମ୍ଭବ କରିପାରିଛି । ଟେକ୍ନୋଲେଜି ଆମକୁ ସ୍ମାର୍ଟ କ୍ଲାସ୍‌ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର ଓ ଆଧୁନିକ ଲାବୋରେଟୋରୀର ସୁବିଧା ଦେଇଛି । ସେହିପରି ଆମ ସମସ୍ତଙ୍କ ମିଳିତ ଉଦ୍ୟମ ହେଉଛି ଟିମ୍‌ ୱାର୍କ । ତୃତୀୟ ନୀତି ହେଉଛି ଟାଇମ୍‌ ବା ସମୟ । ନଭେମ୍ବର ୧୪ ସୁଦ୍ଧା ୧୦୭୨ଟି ସ୍କୁଲର ରୂପାନ୍ତର କାମ ସାରିବା ପାଇଁ ମୁଁ ନିର୍ଦ୍ଦେଶ ଦେଇଥିଲି। ଆପଣମାନଙ୍କ ସମସ୍ତଙ୍କ ନିଷ୍ଠା ଓ ପରିଶ୍ରମ ଦ୍ବାରା ଏହା ଆଜି ଠିକ୍‌ ସମୟରେ ଶେଷ ହୋଇପାରିଛି। ଚତୁର୍ଥ ନୀତି ହେଉଛି ଟ୍ରାନ୍ସପାରେନ୍ସି ବା ସ୍ବଚ୍ଛତା । ସ୍କୁଲ ମାନଙ୍କରେ ଯାହା କିଛି ପରିବର୍ତ୍ତନ ହୋଇଛି, ତାହା ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରି କରାଯାଇଛି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଆଣିଛି ରୂପାନ୍ତର, ଯାହାକୁ ଆମେ ସମସ୍ତେ ଦେଖିପାରୁଛୁ ଓ ଅନୁଭବ ମଧ୍ୟ କରିପାରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗାଁ ଓ ସହରର ସ୍କୁଲ ମଧ୍ୟରେ ଥିବା ପାର୍ଥକ୍ୟ ଦୂର ଉପରେ ମତଦେଇ ମୁଖ୍ୟମନ୍ତ୍ରୀ କହଛନ୍ତି ଯେ, ଏ ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ସହର ଓ ଗାଁ ର ସ୍କୁଲମାନଙ୍କ ଭିତରେ ଥିବା ତଫାତକୁ ଦୂର କରିଛି । ଗାଁର ସ୍କୁଲରେ ଆଜି ସହରର ଭଲ ଭଲ ବେସରକାରୀ ସ୍କୁଲର ପରିବେଶ ସୃଷ୍ଟି ହୋଇଛି । ଆଉ ଗୋଟିଏ ଗୁରୁତ୍ବପୂର୍ଣ୍ଣ କଥା ହେଲା ସରକାରୀ ସ୍କୁଲରେ ପଢୁଥିବା ପିଲାମାନଙ୍କ ଡାକ୍ତର, ଇଞ୍ଜିନିୟର ହେବାର ସ୍ବପ୍ନ ଯେପରି ସାକାର ହୋଇପାରିବ, ସେଥିପାଇଁ ରାଜ୍ୟ ସରକାର ତୁମ ମାନଙ୍କ ପାଇଁ ୧୫ ପ୍ରତିଶତ ଆସନ ସଂରକ୍ଷିତ କରିଛନ୍ତି । ପିଲାମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାତୃଭୂମି ଓ ପରିବାର ପରେ ସ୍କୁଲ ହେଉଛି ଆମର ସବୁଠାରୁ ବଡ ପରିଚୟ । ମୋର ପୁରା ବିଶ୍ବାସ, ତୁମେ ମାନେ ଭଲ ପାଠ ପଢି ଭଲ କାମ କରି, ଏ ପରିଚୟକୁ ରାଜ୍ୟର ଗୌରବରେ ପରିଣତ କରିପାରିବ।

ଏହି କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ବିଦ୍ୟାଳୟ ରୂପାନ୍ତର ସଂପର୍କରେ ନିଜର ମନ କଥା କହିଥିଲେ। ସୁନ୍ଦରଗଡର ଛ୍ରାତ୍ରୀ ସିରିନ୍‌ କୌସର୍‌, ନବରଙ୍ଗପୁରର ନାଗେଶ୍ବରୀ ପାଣିଗ୍ରାହୀ, ବାଲେଶ୍ବରର ଅଭିଲିପ୍‌ସା ଲେଙ୍କା, କନ୍ଧମାଳର ଇତିଶ୍ରୀ କହଁର ଓ କଟକର ଗାୟତ୍ରୀ ସାହୁ ପ୍ରମୁଖ ଛାତ୍ରଛାତ୍ରୀ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ସ୍କଲର ପରିବେଶ ଓ ଶିକ୍ଷା ସୁବିଧାର ପରିବର୍ତ୍ତନରେ ସେମାନେ ଖୁସି । ଆଗ ଅପେକ୍ଷା ସ୍କୁଲ ବହୁତ ଭଲ ଲାଗୁଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀ ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ ସେମାନେ ଉତ୍ସାହିତ ହୋଇ ଆଇ.ଏ.ଏସ୍‌ ଅଫିସର,ଅଇ ପି ଏସ ବୈଜ୍ଞାନିକ, ଡାକ୍ତର ଇଞ୍ଜିନିୟର ହେବେ ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ସୁନ୍ଦରଗଡରେ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ନବରଂଗପୁରରେ ସାଂସଦ ରମେଶ ଚନ୍ଦ୍ର ମାଝୀ, ବାଲେଶ୍ବରରେ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, କନ୍ଧମାଳରେ ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ କଟକରେ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ  ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ଜିଲ୍ଲାର ବିଧାୟକ ମାନେ ଯୋଗ ଦେଇ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟକ୍ରମର ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷା କ୍ଷେତ୍ରରେ ଏହା ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶିତାର ପ୍ରଶଂସା କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ । ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସ୍ବାଗତ ଭାଷଣ ଦେଇ ଥିଲେ।

ସୁନ୍ଦରଗଡ଼ ଜିଲ୍ଲାର ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମର ସମୀକ୍ଷା କରିବେ ୫ଟି ସଚିବ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ଯକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ଯକ୍ରମ ଜରିଆରେ ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ବିଶେଷ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି। ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବା ସହ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ । ଏହି ଅଭିଯାନକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ବିଶେଷ ଅଭିଯାନ ଆରମ୍ଭ କରିଛନ୍ତି। ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ଯକ୍ରମରେ ସାମିଲ କରାଯିବ।

ସ୍କୁଲ ପାଇଁ ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ତ ସେନେଇ ଗୁରୁତ୍ୱ ଦିଆଯାଉଛି। ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ଆଦି ବିଷୟ ଲାଗି ପ୍ରାଥମିକତା ଦିଆଯାଉଛି ।

ଆଦିବାସୀ ବହୁଳ ତଥା ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ୟ୍ୟ କରାଯିବ। ଏହି କାର୍ୟ୍ୟକ୍ରମ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ) ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ପ୍ରଥମ ପର୍ୟ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ୟ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ। ରାଜ୍ୟ ସରକାରଙ୍କ ୫ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ଆଜି ଦିନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ଏହି କାର୍ୟ୍ୟକ୍ରମର ସମୀକ୍ଷା କରିବେ । ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ ।

ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କାରଣରୁ ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର
ଭୁବନେଶ୍ବର : ଦୁର୍ନୀତି ଓ କାର୍ଯ୍ୟରେ ଅବହେଳା କାରଣରୁ ରାଜ୍ୟ ସରକାର ସୁନ୍ଦରଗଡ ଜିଲାର ୩୪ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି। ପ୍ରାଥମିକ ବିଦ୍ୟାଳୟର ୧୫ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ମାଧ୍ୟମିକ ବିଦ୍ୟାଳୟର ୧୯ ଜଣ ଶିକ୍ଷକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପୂର୍ବରୁ ଅନେକ ବଡ଼ ବଡ଼ ଅଧିକାରୀଙ୍କୁ 5T ଛାଟ ପଡ଼ିଛି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେ କିରାଣୀ ହୁଅନ୍ତୁ କି ବଡ଼ ଅଫିସର୍‌ ସମସ୍ତଙ୍କ ଉପରେ 5T ଛାଟ ବାଜିଛି ଆଉ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏମିତି ଆଉ ଏକ ଉଦାହରଣ ହେଉଛି କୋରାପୁଟରେ ଜଣେ ଲାଞ୍ଚୁଆ ଅଧିକାରୀଙ୍କୁ 5T ଛାଟ ପଡ଼ିଥିଲା । କୋରାପୁଟ ଜିଲ୍ଲା ନନ୍ଦପୁରର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର ପଡ଼ିଥିଲେ ଜାଲରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା । ଏକ ବକେୟା ବିଲ୍ କରିବାକୁ ୧ ଲକ୍ଷ ୭୦ ହଜାର ଲାଞ୍ଚ ମାଗି ଭିଜିଲାନ୍ସ ହାତରେ ଧରା ପଡିଥିଲେ ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ପରେ ଘଟଣାର ତଦନ୍ତ କରି ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।

ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଓଡ଼ିଶା ସରକାର ଆରମ୍ଭ କରିଥିବା 5T କାର୍ଯ୍ୟକ୍ରମର ପ୍ରଭାବକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ସବୁ ଅଧିକାରୀ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବେ । ଖାଲି ସେତିକି ନୁହେଁ ଲୋକଙ୍କ କାମକୁ ନିର୍ଦ୍ଧାରିତ ସମୟରେ ସାରିବାର ପ୍ରତିଶ୍ରୁତି ଦେଇଥିବା ଓଡ଼ିଶା ସରକାର ଏହାର ଖିଲାପକାରୀଙ୍କ ବିରୋଧରେ ଯେ, ଏତେ କଠୋର ହୋଇପାରନ୍ତି ତାର ପ୍ରମାଣ ମଧ୍ୟ ମିଳିଛି ।

କାମରେ ଅବହେଳା କିମ୍ୱା ଦୁର୍ନୀତିର ଗନ୍ଧ ଆସିଲେ ବ୍ଲକ୍ ଓ ଜିଲ୍ଲାସ୍ତରର ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଠିକ୍‌ ସେମିତି ଦୁର୍ନୀତି ଓ ଅପରାଗତା ହଟାଇବା ସଂକଳ୍ପରେ ଥିବା ରାଜ୍ୟ ସରକାର ପୂର୍ବରୂ ୯ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବର୍ଷକ ମଧ୍ୟରେ ୧୦୦ରୁ ଅଧିକ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି। ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।