student - The Sakala

ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ଅଶାନ୍ତି: ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅନଶନ
କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ତୀବ୍ର ରୂପ ନେଇଛି। ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି କରି ଇଷ୍ଟ ହଷ୍ଟେଲର ଅନ୍ତେବାସୀମାନେ ଗତ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଏବଂ ଧାରଣାରେ ବସିଛନ୍ତି। ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତି ଡେପୁଟି ୱାର୍ଡେନଙ୍କ ମନମୁଖୀ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି।

ଗତ ଅଗଷ୍ଟ ୧ ତାରିଖ ରାତିରେ ହଷ୍ଟେଲରେ ଫ୍ରେଣ୍ଡସିପ୍ ଡେ' ବା ବନ୍ଧୁତା ଦିବସ ପାଳନ କରାଯିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ଡେପୁଟି ୱାର୍ଡେନ ବିନା କୌଣସି ପୂର୍ବ ସୂଚନାରେ ହଷ୍ଟେଲରେ ପ୍ରବେଶ କରି ଦୁଇଟି ରୁମରେ ତାଲା ପକାଇ ଦେଇଥିଲେ। ଜଣେ ଛାତ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରାଯିବା ସହ ତାଙ୍କ ରୁମରେ ତାଲା ପକାଇ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ଉକ୍ତ ଛାତ୍ରଙ୍କ ବିରୋଧରେ ବୟାନ ଦେବାକୁ ଅନ୍ୟ ଅନ୍ତେବାସୀଙ୍କ ଉପରେ ଚାପ ପକାଯାଉଥିବା ଅଭିଯୋଗ ହୋଇଛି, ଯାହା ଛାତ୍ରମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଶତାଧିକ ଛାତ୍ର ହାତରେ ପ୍ଲାକାର୍ଡ ଧରି ଏବଂ ଘଣ୍ଟ ବାଡ଼େଇ ଇଷ୍ଟ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନ ଫଳରେ ହଷ୍ଟେଲର ସ୍ୱାଭାବିକ କାର୍ଯ୍ୟକଳାପ ବ୍ୟାହତ ହୋଇଛି। ରବିବାର ଠାରୁ ହଷ୍ଟେଲର ମେସ୍ ବନ୍ଦ ରହିଥିବା ଛାତ୍ରମାନେ ପ୍ରକାଶ କରିଛନ୍ତି। ଯେପର୍ଯ୍ୟନ୍ତ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବି ପୂରଣ ନହୋଇଛି, ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ରବିବାର ରାତି ଏବଂ ସୋମବାର ଦିନ ଆନ୍ଦୋଳନରତ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନାହିଁ। ଚିଫ୍ ୱାର୍ଡେନ ସୁଦର୍ଶନ ମିଶ୍ର ରୁମରେ ତାଲା ପଡ଼ିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ଏବଂ ଏହି ଘଟଣାର ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଛାତ୍ରମାନେ ଏହି ପ୍ରତିଶ୍ରୁତିକୁ ପ୍ରତ୍ୟାଖ୍ୟାନ କରିବା ସହ ଡେପୁଟି ୱାର୍ଡେନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଦ୍ ଧରି ବସିଛନ୍ତି। ଗତକାଲିଠାରୁ ବାରମ୍ବାର ଆଲୋଚନା ସତ୍ତ୍ୱେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା
ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ କରିଥିବା ଦମନଲୀଳାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ସାଂସଦ ।

ବର୍ବରୋଚିତ, ଅତ୍ୟନ୍ତ ନିନ୍ଦନୀୟ: ମାନସ ମଙ୍ଗରାଜ
ଗତକାଲି ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଛାତ୍ରଛାତ୍ରୀମାନେ ଯାଉଥିବା  ସମୟରେ ଯାହା ସବୁ ଘଟଣା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ, ଅତ୍ୟନ୍ତ ବର୍ବରୋଚିତ। ଏଥିପାଇଁ  ବିଜୁ ଜନତା ଦଳର ସମସ୍ତ ସାଂସଦ, ଆମର ନେତା ନବୀନ ପଟ୍ଟନୟକ ଅତ୍ୟନ୍ତ ମର୍ମାହତ। କେନ୍ଦ୍ରମନ୍ତ୍ରୀ ଜେପି ନ‡ା ଛାତ୍ରମାନଙ୍କ ସହ ଆଲୋଚନା ଆରମ୍ଭକଲେ, ମାତ୍ର ଏହି ଆଲୋଚନା ଯଦି ପୂର୍ବରୁ ହୋଇପାରିଥାନ୍ତା, ହୁଏତ କାଲିର ଏହି ଘଟଣାକୁ ଏଡ଼ାଇ ଯାଇପାରିଥାନ୍ତା। ତେଣୁ ସଂସଦର ସବୁ କାର୍ଯ୍ୟକ୍ରମକୁ ତୁରନ୍ତ ବାତିଲ  ବା ସ୍ଥଗିତ ରଖାଯାଉ ଏବଂ ଛାତ୍ର ଆନ୍ଦୋଳନ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଉ। ଶିକ୍ଷା ବ୍ୟବସ୍ଥା ଓ ଗତକାଲି ଯାହା ହିଂସା ହେଲା ତା’ ଉପରେ ମଧ୍ୟ ଆଲୋଚନା କରାଯାଉ। ଦୁଇଦିନ ତଳେ ଆମର ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି। ଶିକ୍ଷାର ସଂସ୍କାର ନ ହେବାରୁ  ଏ ଦେଶ କୁଆଡେ଼ ଯାଉଛି ଆପଣମାନେ ଜାଣିଛନ୍ତି। ତେଣୁ ଏହା ଉପରେ ଆଲୋଚନା ପାଇଁ ଆମେ ଦାବି ରଖୁଛୁ।

ସରକାରଙ୍କ ନିରବତାରୁୁ ବିଶୃଙ୍ଖଳା: ସଂତୃପ୍ତ ମିଶ୍ର
ଗଣତନ୍ତ୍ରର ଆଧାର ହେଲା ଆଲୋଚନା। ଗଣତନ୍ତ୍ରର ମୂଲ୍ୟବୋଧ ହେଲା ଯଦି ଆମର କୌଣସି ଅସୁବିଧା ଅଛି ସେ ଶବ୍ଦଟା ସରକାରଙ୍କ ପାଖରେ ପହଞ୍ଚିବା ଉଚିତ୍‌। ସେଥିପାଇଁ  ଛାତ୍ରଛାତ୍ରୀମାନେ ଶିକ୍ଷା ବିଷୟରେ, ପରୀକ୍ଷା ବିଷୟରେ, ନିଟ୍‌ ବିଷୟରେ ଏବଂ ଅନ୍ୟାନ୍ୟ ବିଷୟରେ ସରକାରଙ୍କ ପାଖରେ ନିଜର ମତ, ନିଜର ଦାବି ଉପସ୍ଥାପନ କରିବାପାଇଁ ଆସିଥିଲେ। କିନ୍ତୁ  ସରକାର ତାଙ୍କ ସହିତ କଥା ନହୋଇ ୨୫ -୨୬ ଦିନ ଆନ୍ଦୋଳନ ଚାଲିବାପରେ ମଧ୍ୟ ଚୁପ୍‌୍‌ଚାପ୍‌ ରହିଲେ; ଯଦ୍ୱାରା ଏସବୁ ଗତକାଲିର ବିଶୃଙ୍ଖଳା ହେଲା। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। କିନ୍ତୁ ଯେତେବେଳେ ସରକାରଙ୍କଠୁ କୌଣସି ଉତ୍ତର ନମିଳେ, ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟିଥାଏ। ଆମେ ସେଥିପାଇଁ ଅତ୍ୟନ୍ତ ଦୁଃଖିତ। ଛାତ୍ରଛାତ୍ରୀମାନଙ୍କୁ ଯୋଉ ଆଘାତ ଲାଗିଲା, ଯୋଉ ପୁଲିସ କର୍ମୀମାନଙ୍କୁ ଆଘାତ ଲାଗିଲା, ସେଥିପାଇଁ ଆମେମାନେ ଦୁଃଖ ପ୍ରକାଶ କରୁଛୁ।

ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରୁଛୁ:  ସସ୍ମିତ ପାତ୍ର
ବିଗତ ଦିନରେ ମଧ୍ୟ ଆମର ନେତା ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ  ନ୍ୟାୟ ପାଇଁ ଯେଉଁମାନେ ଦିଲ୍ଲୀରେ ସଂଘର୍ଷ କରୁଛନ୍ତି ସେମାନଙ୍କ ସହ ସେ ଓ ବିଜୁ ଜନତା ଦଳ ଅଛନ୍ତି। ଗତକାଲି ଯାହା ଘଟିଲା ସେଥିରେ ବିଜୁ ଜନତା ଦଳ ଏବଂ ଆମର ନେତା ନବୀନ ପଟ୍ଟନାୟକ ମହୋଦୟ ଅତ୍ୟନ୍ତ ଦୁଃଖିତ। ସବୁବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଚର୍ଚ୍ଚା ଆଲୋଚନାର ଜାଗା ଥାଏ। କିନ୍ତୁ ସେହି ଜାଗାରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଯେଉଁ ପ୍ରକାର ଭାବରେ ବର୍ବରୋଚିତ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ବିଜୁ ଜନତା ଦଳ ଏହାକୁ ଘୋର ଭାବରେ ଆମେ ନିନ୍ଦା କରୁଛୁ ଏବଂ ଆଶା କରୁଛୁ ଯେ ଛାତ୍ରଛାତ୍ରୀ ମାନଙ୍କର ଯୋଉ ନାଯ୍ୟ ଦାବି ରହିଛି, ସେ ଦାବି ଉପରେ ସରକାର ବିଚାର ଆଲୋଚନା କରିବେ। ଛାତ୍ରଛାତ୍ରୀମାନେ ଭାରତବର୍ଷର ଭବିଷ୍ୟତ ଏବଂ ତାଙ୍କର ବିକାଶ ଏବଂ ସୁରକ୍ଷା ସର୍ବାଗ୍ରେ ରହିବା ଦରକାର।

ଶିକ୍ଷାବ୍ୟବସ୍ଥାକୁ ଶେଷ ଲାଗି ପ୍ରୟାସ ଚାଲିଛି: ସୁଲତା ଦେଓ
ଏ ସରକାର ଶିକ୍ଷା ବ୍ୟବସ୍ଥାକୁ ଶେଷ କରିଦେବା ପାଇଁ ଚେଷ୍ଟା କରୁଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦରୁ ସୋନମ ୱାଙ୍ଗଚୁକଙ୍କୁ ଜବରଦସ୍ତି ଉଠେଇନିଆଗଲା।  ପିଲାମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲେ ମଧ୍ୟ ସେମାନଙ୍କୁ ଲାଠି ଚାର୍ଜ ସହ ଟିଅର ଗ୍ୟାସ, ରବର ବୁଲେଟ ମାରି ତାଙ୍କୁ କ୍ଷତାକ୍ତ କରାଗଲା। ଆମେ ସେ ପିଲାମାନଙ୍କ ସାଙ୍ଗରେ ଅଛୁ। ନବୀନ ପଟ୍ଟନାୟକ ଆଗରୁ ମଧ୍ୟ ଟ୍ୱିଟ କରି କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାକୁ ସୁଧାରନ୍ତୁ। ଶିକ୍ଷା ବ୍ୟବସ୍ଥାରେ ନିଟରେ ଯାହା ପେପର ଲିକ୍‌ ହେଇଛି ତା ପାଇଁ ଯିଏ ଉତ୍ତରଦାୟୀ ସିଏ ଇସ୍ତଫା ଦେବାର ମଧ୍ୟ ଆବଶ୍ୟକତା ଅଛି। ପିଲାଙ୍କ ସାଙ୍ଗରେ ବିଜୁ ଜନତା ଦଳ ଥିଲା ଓ ସବୁବେଳେ ଅଛି। ଆମେ ଆଶା କରୁଛୁ ଯେ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ହେଉ। ସଂସଦର ସବୁ ଆଲୋଚନାକୁ ସ୍ଥଗିତ କରାଯାଉ। ସବୁଠୁ ବଡ ଆଲୋଚନା ହୋଉଛି ଶିକ୍ଷା ଏବଂ ପିଲାମାନେ। ଏ ବ୍ୟବସ୍ଥା ଉପରେ ଆଲୋଚନା ହେଉ, ନହେଲେ ଆମେ ସଂସଦରେ ମଧ୍ୟ ଏ ବିଷୟରେ ପ୍ରତିବାଦ କରିବୁ।

ଛାତ୍ରଛାତ୍ରୀଙ୍କ ସହ ବିଜେଡି ରହିଛି: ସୁଭାଶିଷ ଖୁଣ୍ଟିଆ
ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କର ଭରସା ତୁଟିଗଲାଣି। ଗତକାଲି ଯେଉଁଭଳି ଭାବେ ଶିକ୍ଷାର୍ଥୀଙ୍କ ଉପରେ ଅମାନୁଷିକ ଭାବେ ଅତ୍ୟାଚାର କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଲାଠି ଚାର୍ଜଠାରୁ ଆରମ୍ଭକରି ଅନ୍ୟ ଅତ୍ୟାଚାର କାରଣରୁ ଅନେକ ଛାତ୍ରଛାତ୍ରୀମାନେ ଆଜି ମେଡିକାଲରେ ଆଡମିଶନ ହୋଇଛନ୍ତି।  ନବୀନ ବାବୁ ଓ ରାଜ୍ୟସଭାର ସାଂସଦମାନେ ତାଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ଅଛୁ। ଶିକ୍ଷାରେ ଯଦି କୌଣସି ତ୍ରୁଟି ବିଚ୍ୟୁତି ହେଲା, ତାକୁ ସରକାର ତଥା ଲୋକଲୋଚନକୁ ଆଣିବାପାଇଁ ଛାତ୍ରଛାତ୍ରୀଙ୍କ ଅଧିକାରରହିଛି।  ଆମେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ ଏବଂ ବିଜୁ ଜନତା ଦଳର ସମର୍ଥନ ଛାତ୍ରଛାତ୍ରୀମାନଙ୍କୁ ଜଣାଉଛୁ। ଆଗାମୀ ଦିନରେ ଯଦି ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ ନ କରନ୍ତି, ଆଗାମୀ ଦିନରେ ୟାର ଭୟାବହ ପରିସ୍ଥିତି ହେବ।

ପୁଣି ଅଶାନ୍ତ ରାଜଧାନୀ କଲେଜ୍: ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ୍
ଭୁବନେଶ୍ୱର: ପୁଣି ଅଶାନ୍ତ ହେଲା ଭୁବନେଶ୍ୱରର ରାଜଧାନୀ କଲେଜ୍ । ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ମାରପିଟ । ମାରପିଟ ଯୋଗୁଁ ଉଭୟ ଗୋଷ୍ଠୀର ଏକାଧିକ ଛାତ୍ର ଆହତ ହୋଇଥିବା ସୂଚନା । ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହେଲ୍ପଡେସ୍କ କ୍ୟାମ୍ପରେ ନିଆଁ ଲଗାଇବାକୁ ନେଇ ହୋଇଥିଲା ଉତ୍ତେଜନା । ଗଣ୍ଡଗୋଳରେ ସଂପୃକ୍ତ ଜଣେ ଛାତ୍ରଙ୍କୁ ପୁଲିସ କଲେଜ କ୍ୟାମ୍ପସରୁ ଉଠାଇ ନେଇଛି । ଗଣ୍ଡଗୋଳ ପରେ କଲେଜ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି ।

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ବିଦ୍ୟାଳୟର ତାଲା ପକାଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ
ବାସୁଦେବପୁର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ-ଶିକ୍ଷୟତ୍ରୀଙ୍କୁ ମାଡ । ବାସୁଦେବପୁର ବ୍ଲକ କିସ୍ମତକୃଷ୍ଣପୁର ଗ୍ରାମରେ ଥିବା କିସ୍ମତକୃଷ୍ଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ  ବିଦ୍ୟାଳୟର ତାଲା ପକାଇ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ମାଡ ମାରିଲେ ଅଭିଭାବକ । ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ  । ବାସୁଦେବପୁର- ଧାମରା ରାସ୍ତାର ଗାଡି ଚଳାଚଳ ବନ୍ଦ  ।

ସୂଚନା ଅନୁସାରେ, ଗତ ଶନିବାର ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ରୁମ୍‌କୁ ଡାକି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ପରେ ଛାତ୍ରୀ ଜଣକ ତାଙ୍କ ସହପାଠୀ ସହିତ ପରିବାର ଲୋକଙ୍କୁ ଖବର କରିଥିଲେ । ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀମାନେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ କର୍ମଚାରୀମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ନ୍ୟାୟ ଦାବିରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ଧାମରା ବାସୁଦେବପୁର ରାସ୍ତାର ଷେଣ୍ଢ ଛକ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ମାଟ୍ରିକ୍‌‌ ପରେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଉ ନାହାନ୍ତି ଛାତ୍ରଛାତ୍ରୀ, ଖାଲି ପଡ଼ୁଛି ଲକ୍ଷାଧିକ ସିଟ୍‌‌
ଭୁବନେଶ୍ୱର: ମାଟ୍ରିକ୍‌‌ ପରେ ପିଲାଙ୍କ ପଢ଼଼ାରେ ବନ୍ଧା ହେଉଛି ଡୋରୀ। ଦଶମ ପାସ୍‌‌ ପରେ ସୀମିତ ହେଉଛି ରାଜ୍ୟର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ। ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରେ ପରବର୍ତ୍ତୀ ଶ୍ରେଣୀରେ ନାମ ଲେଖାଇ ନାହାନ୍ତି। ଚଳିତ ବର୍ଷ ରେକର୍ଡ ସଂଖ୍ୟକ ୯୩.୧୨ ପ୍ରତିଶତ ଛାତ୍ରଛାତ୍ରୀ ମାଟ୍ରିକରେ ଉତ୍ତୀର୍ଣ୍ଣର୍ ହୋଇଥିଲେ ମଧ୍ୟ +୨ରେ ଲକ୍ଷାଧିକ ସିଟ୍‌‌ ଖାଲି ପଡ଼ିଛି। ଆଇଟିଆଇ ଓ ଡିପ୍ଲୋମା କଲେଜଗୁଡ଼ିକରେ ମଧ୍ୟ ସମାନ ସ୍ଥିତି। ଉଭୟ ବର୍ଗରେ ୬୫ ହଜାରରୁ ଅଧିକ ସିଟ୍‌‌ ଖାଲିପଡ଼ିଛି। ରାଜ୍ୟର ଅଧିକାଂଶ ଛାତ୍ରଛାତ୍ରୀ ପାଠପଢ଼଼ା ଡୋରି ଦଶମ ପରେ ହିଁ ବନ୍ଧା ପଡ଼ୁଛି।

ରୋଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କୁ ମିଶାଇ ମୋଟ ୫ ଲକ୍ଷ ୮ହଜାର ଛାତ୍ରଛାତ୍ରୀ ଚଳିତ ବର୍ଷରେ ମାଟ୍ରିକ୍‌‌ ଉତ୍ତୀର୍ଣ୍ଣ ହୋଇଥିଲେ। ରେକର୍ଡ ସଂଖ୍ୟକ ପାସ୍‌‌ହାର ହୋଇଥିଲେ ମଧ୍ୟ ଆହୁରି ଲକ୍ଷାଧିକ +୨ ସିଟ୍‌‌ ଖାଲି ପଡ଼ିଛି। ଇତି ମଧ୍ୟରେ ପ୍ରଥମ ପର୍ଯ୍ୟାୟର ସମସ୍ତ ରାଉଣ୍ଡ ନାମଲେଖା ଶେଷ ହୋଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଆବେଦନ ଜାରି ରହିଛି। ରାଜ୍ୟର ୨୧୯୧ଟି +୨ କଲେଜରେ ଆହୁରି ପ୍ରାୟ ପାଖାପାଖି ୧ ଲକ୍ଷ ୩୭ ହଜାର ସିଟ୍‌‌ ବଳକା ରହିଛି। ସମାନ ସ୍ଥିତି ମଧ୍ୟ ଡିପ୍ଲୋମା ଓ ଆଇଟିଆଇ କଲେଜଗୁଡ଼ିକରେ ଦେଖାଦେଇଛି। ଡିପ୍ଲୋମାରେ ୨୯ ହଜାର ୮୯୩ଟି ସିଟ୍‌‌ ଖାଲି ଥିବାବେଳେ ଆଇଟିଆଇରେ ମଧ୍ୟ ୩୫ ହଜାରରୁ ଅଧିକ ସିଟ୍‌‌ ଖାଲି ରହିଛି। ସୂଚନା ମୁତାବକ ରାଜ୍ୟରେ ପିଲାଙ୍କ ମାଟ୍ରିକ ଶିକ୍ଷା ପରେ ନାମଲେଖା ପାଇଁ ଚଳିତ ବର୍ଷ +୨ ରେ ୫ଲକ୍ଷ ୧୬ହଜାର ସିଟ୍‌‌ ଥିବାବେଳେ ଆଇଟିଆଇରେ ୮୩ହଜାର ୬ଶହ ଓ ଡିପ୍ଲୋମାରେ ୭୬ହଜାର ୬୮୪ଟି ସିଟ୍‌‌ ରହିଛି। ସମୁଦାୟ ସିଟ୍‌‌କୁ ମିଶାଇଲେ ରାଜ୍ୟରେ +୨ ପରେ ନାମଲେଖା ପାଇଁ ୬ଲକ୍ଷ ୭୭ହଜାର ୧୦୧ଟି ସିଟ୍‌‌ ରହିଛି। ସମୁଦାୟ ସିଟ୍‌‌ରୁ ୨ଲକ୍ଷରୁ ଅଧିକ ସିଟ୍‌‌ରେ ନାମଲେଖା ହୋଇନି। ଯଦିଓ ଆଇଟିଆଇରେ ସ୍ପଟ୍‌‌ ନାମଲେଖା ଚାଲିଛି, ମାତ୍ର +୨ ଓ ଡିପ୍ଲୋମାରେ ନାମଲେଖା ଶେଷ ହୋଇ ସାରିଲାଣି। ନାମଲେଖା ପରେ +୨ରେ ୧ଲକ୍ଷ ୩୭ହଜାର ୪୬୭ଟି ସିଟ ଖାଲି ଥିବାବେଳେ ଡିପ୍ଲୋମାରେ ୨୯ହଜାର ୮୯୩ ଓ ଆଇଟିଆଇରେ ୩୫ ହଜାର ୫୮୩ଟି ସିଟ୍‌‌ ଖାଲି ପଡ଼ିଛି। ତେବେ +୨, ଆଇଟିଆଇଟି ଓ ଡିପ୍ଲୋମାରେ ନାମଲେଖା ପାଇଁ ରାଜ୍ୟବୋର୍ଡର ପିଲାଙ୍କ ସହିତ ସିବିଏସଇ ଓ ଆଇସିଏସଇ ବୋର୍ଡ ପିଲା ମଧ୍ୟ ଆବେଦନ କରିଥାନ୍ତି।

ଏହି କ୍ରମରେ ଚଳିତ ବର୍ଷ ମାଟ୍ରିକ୍‌‌ ପାସ୍‌‌ କରିଥିବା ବିଏସଇର ୫ଲକ୍ଷ ୮ହଜାର ପିଲାଙ୍କ ସହିତ ଅନ୍ୟ ବୋର୍ଡ଼ର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ହିସାବକୁ ନେଲେ ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇବା କଥା। ଆହୁରି ୨ଲକ୍ଷରୁ ଅଧିକ ସିଟ୍‌‌ ବଳକା ରହିଛି। ଯାହାକି ମାଟ୍ରିକ୍‌‌ ପରେ ପିଲା ଉଚ୍ଚଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିବା ସୂଚାଇଛି। ରାଜ୍ୟ ବୋର୍ଡରେ ଏବର୍ଷ ୫ଲକ୍ଷ ୮ହଜାର ପିଲା ଉତ୍ତୀର୍ଣ୍ଣ ହୋଇଥିଲେ ବି +୨, ଆଇଟିଆଇ ଓ ଡିପ୍ଲୋମାରେ ମାତ୍ର ୪ ଲକ୍ଷ ୩୪ ହଜାର ପିଲା ନାମ ଲେଖାଇଛନ୍ତି। ଆହୁରି ୭୪ ହଜାରରୁ ଅଧିକ ପିଲା ନାମ ଲେଖାଇ ନାହାନ୍ତି। ସମାନ ସ୍ଥିତି ମଧ୍ୟ ପୂର୍ବ ବର୍ଷମାନଙ୍କରେ ଦେଖା ଦେଇଥିଲା। ପୂର୍ବବର୍ଷ +୨ରେ ୧ଲକ୍ଷ ୪ହଜାରରୁ ଅଧିକ ସିଟ୍‌‌ ଖାଲି ଥିବାବେଳେ ଆଇଟିଆଇ ଓ ଡିପ୍ଲୋମା କଲେଜରେ ମଧ୍ୟ ୫୦ ହଜାରରୁ ସିଟ୍‌‌ ଖାଲି ରହିଥିଲା। ଏ ସମ୍ପର୍କରେ ଉତ୍କଳ ଅଭିଭାବକ ସଂଘର ସଭାପତି କୃଷ୍ଣଚନ୍ଦ୍ର ପତି କହନ୍ତି ଯେ, ମୁଖ୍ୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଓ ଗରିବ ବର୍ଗର ପିଲାମାନେ ମାଟ୍ରିକ୍‌‌ ପରେ ପରବର୍ତ୍ତୀ ଶିକ୍ଷା ପାଇଁ ଉଚିତ୍‌‌ ମାର୍ଗଦର୍ଶକ ପାଇ ପାରୁନାହାନ୍ତି। ଅପରପକ୍ଷେ ଶିକ୍ଷା ବ୍ୟବସ୍ଥାରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଓ ନିଯୁକ୍ତି ପ୍ରତି ଧ୍ୟାନ ଦେଲେ ପଢ଼଼ା ପ୍ରତି ପିଲାଙ୍କ ଆଗ୍ରବ ବଢ଼଼ିବ ବୋଲି ଶିକ୍ଷାବିତ୍‌‌ ଡ. ପର୍ଶୁରାମ ନାୟକ କହନ୍ତି।