Uttarkashi - The Sakala

୧୬ ଦିନ ହେଲା ଜୀବନ ସହ ସଂଗ୍ରାମ କରୁଛନ୍ତି ଟନେଲରେ ଫସିଥିବା ୪୧ ଶ୍ରମିକ, ଉଦ୍ଧାର ପାଇଁ ଜାରି ରହିଛି ଭର୍ଟିକାଲ ଡ୍ରିଲିଂ
ଡେରାଡୁନ୍‌: ଉତ୍ତରାଖଣ୍ଡ ଟନେଲ ଦୁର୍ଘଟଣାକୁ ଇତିମଧ୍ୟରେ ୧୬ ଦିନ ପହଞ୍ଚିଲାଣି । ଟନେଲ ତଳେ ଫସିରହିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସବୁ ଦିଗରୁ ଉଦ୍ୟମ କରାଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏହା ସମ୍ଭବ ହୋଇପାରି ନାହିଁ। ଶ୍ରମିକମାନଙ୍କୁ ପାଇପ ଯୋଗେ ଉଦ୍ଧାର କରିବାକୁ ସମାନ୍ତରାଳ ଭାବେ ଡ୍ରିଲିଂ କରାଯାଇ ଏହା ଭିତରକୁ ପାଇପ ଭର୍ତ୍ତି କରିବାକୁ ବିଗତ ୫ ଦିନ ହେଲା ଉଦ୍ୟମ କରାଯାଇଥିଲା। କିନ୍ତୁ ଖନନ ବେଳେ ଧାତୁଜନିତ ପ୍ରତିବନ୍ଧକ ପାଇଁ ଡ୍ରିଲିଂ କାର୍ଯ୍ୟରେ ବହୁବାର ପ୍ରତିକୂଳ ପରିସ୍ଥିତି ଦେଖାଯାଇଛି। ଏହି ତରିକା ସବୁଠୁ ନିରାପଦ ଏବଂ ସଫଳଜନକ ବୋଲି ବିଚାର କରାଯାଇ ଖନନ କାର୍ଯ୍ୟ କରାଯାଇଥିଲେ ହେଁ ଏଭଳି ପ୍ରତିବନ୍ଧକ ପାଇଁ ସମୟ ଗଡ଼ି ଚାଲିଛି, ହେଲେ ଶ୍ରମିକମାନଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇନାହିଁ।

ତେବେ ଗତକାଲିଠାରୁ ଆଉ ଏକ ଫର୍ମୂଲାରେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ଏଥରକ ପାହାଡ଼ର ଉପରିସ୍ଥ ଭାଗରୁ ଲମ୍ବ( ଭର୍ଟିକାଲ) ଭାବେ ଖନନ କରାଯାଉଛି। ଏହି ଉପାୟରେ ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ପାଇପ ପହଞ୍ଚିବାକୁ ୮୬ ମିଟର ଖନନ କରିବାକୁ ପଡ଼ିବ। ଆଉ ଏପର୍ଯ୍ୟନ୍ତ ୩୦ ମିଟର୍ ଡ୍ରିଲିଂ ଶେଷ ହୋଇଛି । ଏହାରି ଭିତରେ କିଛି ପାଣି, ଟାଣ ପଥର ମିଳିଥିଲା । ଏସବୁକୁ ହଟାଯିବା କାମ ଜାରି ରହିଛି । ଯଦି ଏହି ଭଳି ଭାବେ କାମ ଜାରି ରହେ, ତାହାଲେ ଆସନ୍ତା ୩୦ ତାରିଖ ସୁଦ୍ଧା ଶ୍ରମିକଙ୍କୁ ଉଦ୍ଧାର କରାଯାଇ ପାରିବ ବୋଲି ଏନ୍ଏଚ୍ଆଇଡିସିଏଲ ନିର୍ଦ୍ଦେଶକ ମେହମୁଦ୍ଦ ଅହମ୍ମଦ୍ କହିଛନ୍ତି ।

ଇତିମଧ୍ୟରେ ଉଦ୍ଧାରକାରୀ ଟିମ୍‌କୁ ସହାୟତା କରିବାକୁ ଚେନ୍ନଇରୁ ଭାରତୀୟ ସେନାର ଏକ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଟନେଲ ମୁଖ୍ୟ ଦ୍ବାର ଠାରୁ ପ୍ରାୟ ୫୬ ମିଟର ଦୂରରେ ଶ୍ରମିକମାନେ ଫସି ରହିଥିଲା ବେଳେ ଉପରପଟୁ କିମ୍ବା ସମାନ୍ତରାଳ ଭାବେ ଯେକୌଣସି ଉପାୟରେ ସେମାନଙ୍କ ନିକଟକୁ ପାଇପ୍‌ ପହଞ୍ଚାଇବାକୁ ଉଦ୍ୟମ କରାଯାଉଛି। ସମାନ୍ତରାଳ ଭାବେ ନିଆଯାଉଥିବା ପାଇପ ଶ୍ରମିକମାନଙ୍କ ନିକଟରେ ପହଞ୍ଚିବାକୁ ଆଉ ମାତ୍ର ୧୦.୯ ମିଟର ରହିଛି। ସେପଟେ ଉପରପଟୁ ମଧ୍ୟ ରବିବାର ଅପରାହ୍ନରୁ ଖନନ ଆରମ୍ଭ ହୋଇଛି। ତେଣୁ ଯେଉଁ ଉପାୟରେ ଶ୍ରମିକମାନଙ୍କ ନିକଟରେ ପାଇପ ଶ୍ରୀଘ୍ର ପହଞ୍ଚିବ ସେହି ଅନୁସାରେ ସେମାନଙ୍କୁ ଉଦ୍ଧାର କରାଯିବ ବୋଲି କୁହାଯାଇଛି।

ଟନେଲ୍‌ ଭିତରେ ୬ ଦିନ ହେଲା ଫସି ରହିଛନ୍ତି ୪୦ ଶ୍ରମିକ; ଡ୍ରିଲିଂ ମେସିନ ଉପରେ ଅତଡ଼ା ଖସିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ
ଡେରାଡୁନ: ଉତ୍ତରକାଶୀରେ ଦୁର୍ଘଟଣାଗ୍ରସ୍ତ ଟନେଲ୍‌ ତଳେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା କାର୍ଯ୍ୟ ବେଳକୁ ବେଳ କଷ୍ଟସାଧ୍ୟ ହୋଇପଡ଼ୁଛି। ଶ୍ରମିକମାନେ ଫସି ରହିଥିବା ସ୍ଥାନରେ ‘ଏସକେପ୍‌ ପ୍ୟାସେଜ୍‌’ ବାହାର କରିବାକୁ ଦେଶ ବିଦେଶରୁ ଅଣାଯାଇଥିବା ଉନ୍ନତ ମେସିନ ଯୋଗେ ବିଗତ ୫ ଦିନ ହେଲା ଖୋଳା ଚାଲିଥିଲେ ହେଁ ଗୁରୁବାର ସୁଦ୍ଧା ସେଭଳି ସୁଫଳ ମିଳିପାରି ନାହିଁ। ଗତକାଲି ଠାରୁ ଆମେରିକାନ ଅଗର ମେସିନରେ ପ୍ରାୟ ୨୨ ମିଟର ଖୋଳାଯାଇ ୪ଟି ପାଇପ ଲଗାଯାଇଥିଲା ବେଳେ ଶୁକ୍ରବାର ମାଟି ଅତଡ଼ା ଖସି ଏହି ମେସିନ ଉପରେ ପଡ଼ିବାରୁ ଏଥିରେ ତ୍ରୁଟି ଦେଖାଯାଇଥିଲା। ଫଳରେ ଶୁକ୍ରବାର ଅପରାହ୍ନରୁ ଖୋଦନ କାର୍ଯ୍ୟ ବନ୍ଦ ରହିଥିବା ଜଣାପଡ଼ିଛି। ସୁଡ଼ଙ୍ଗ ଭିତରେ ପଞ୍ଚମ ଟ୍ୟୁବ୍‌ ଲଗାଯିବା ସମୟରେ ମେସିନ୍‌ ଉପରେ ମାଟି ଅତଡ଼ା ଖସିଥିଲା।

ଏହା ପରେ ଖୋଦନ ପ୍ରାୟ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ଯାହାକୁ ନେଇ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅନ୍ୟପକ୍ଷରେ ଏହି ମେସିନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ମେସିନ୍‌ ଆଗକୁ ବଢ଼ିପାରୁ ନଥିବା କୁହାଯାଇଛି। ଭିତରେ ଫସି ରହିଥିବା ଶ୍ରମିକମାନେ ସୁଡ଼ଙ୍ଗ ପ୍ରବେଶ ପଥ ଠାରୁ ୩୦୦ ମିଟର ଭିତରେ ରହିଥିଲା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୨୪ ମିଟର ପର୍ଯ୍ୟନ୍ତ ଡ୍ରିଲ କରାଯାଇ ପାଇପ ଲଗାଯାଇ ପାରିଛି।

ଏବେ ଇନ୍ଦୋରରୁ ଆଉ ଏକ ଅତ୍ୟାଧୁନିକ ମେସିନ ମଗାଯାଇଛି। ଯେକୌଣସି ପଟରେ ଏସକେପ୍‌ ପ୍ୟାସେଜ୍‌ କରାଯାଇ ଶ୍ରମିକମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି। କିନ୍ତୁ ଖୋଦନ ସମୟରେ ମାଟି ଅତଡ଼ା ଖସୁଥିବାରୁ ଉଦ୍ଧାର କାର୍ଯ୍ୟ ବହୁବାର ବାଧାପ୍ରାପ୍ତ ହୋଇଛି। ଏହାମଧ୍ୟରେ ଆଉ ଏକ ବାଟ ଦେଇ ୮୦୦ରୁ ୯୦୦ ମିଲିମିଟର ଚଉଡାର ଷ୍ଟିଲ୍‌ ପାଇପ ଲଗାଯାଇ ଏହି ପାଇପ୍‌ ଦ୍ବାରା ଶ୍ରମିକଙ୍କୁ ବାହାର କରିବାକୁ ଉଦ୍ୟମ କରାଯାଉଛି। ପ୍ରକଳ୍ପ ଅଧିକାରୀମାନେ ଲଗାତାର ଶ୍ରମିକଙ୍କ ସହ ଯୋଗାଯୋଗ କରିବା ସହିତ ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ କହୁଛନ୍ତି। ସେମାନଙ୍କୁ ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି।

ଖାଇକୁ ଖସିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୭ ଆହତ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉତ୍ତରକାଶୀର ଗଙ୍ଗୋତ୍ରୀ ଜାତୀୟ ରାଜପଥର ଗଙ୍ଗନାନୀ ନିକଟରେ ଏକ ଯାତ୍ରୀବାହୀ ବସ୍  ଖାଇକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସରେ ୩୫ ଜଣ ତୀର୍ଥଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ଏହି ସମସ୍ତ ଯାତ୍ରୀ ଗୁଜରାଟର ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀ ଭର୍ତ୍ତି ଏହି ବସ୍ ଗଙ୍ଗୋତ୍ରୀରୁ ଫେରୁଥିବା ବେଳେ ବାଟରେ ଥିବା ଏକ ପାହାଡ଼ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଓ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।