Tean India - The Sakala

ଆଜି ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
ଡବ୍ଲିନ୍‌‌: ସ୍ଥାନୀୟ ମାଲାହାଇଡ୍‌‌ରେ ଭାରତ ଓ ଘରୋଇ ଆୟର୍ଲାଣ୍ଡ ରବିବାର ଦ୍ୱିତୀୟ ଟି-୨୦ ମ୍ୟାଚ୍‌‌ରେ ମୁହାଁମୁହିଁ ହେବେ। ପ୍ରଥମ ଟି-୨୦ରେ ଭାରତ ଡିଏଲଏସ୍‌ ପ୍ରଣାଳୀରେ ୨ ରନରେ ବିଜୟୀ ହୋଇ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ତେଣୁ ଦ୍ୱିତୀୟ ମୁକାବିଲା ଜିତି ଭାରତ ଆଗୁଆ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ଅନ୍ୟପଟେ ଆୟର୍ଲାଣ୍ଡ ଘରୋଇ ପରିବେଶରୁ ଫାଇଦା ଉଠାଇ ଏହି ମ୍ୟାଚ୍‌‌ ଜିତି ସିରିଜ ବଞ୍ଚାଇବାକୁ ଉଦ୍ୟମ କରିବ। ଫଳରେ ଏହି ମ୍ୟାଚ୍‌‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିବ।

ଯୁବ ଖେଳାଳିଙ୍କ ନେଇ ଭାରତୀୟ ଦଳ ପ୍ରଥମ ମ୍ୟାଚ୍‌‌ରେ ଜବରଦସ୍ତ ବୋଲିଂ କରିଥିଲା ଓ ପ୍ରତିପକ୍ଷ ଦଳକୁ ବଡ଼ ସ୍କୋର ହାସଲ କରିବାକୁ ସୁଯୋଗ ଦେଇ ନଥିଲା। ବର୍ଷା କାରଣରୁ ମ୍ୟାଚ୍‌‌ ବନ୍ଦ ହେବା ଫଳରେ ଭାରତ ବିଜୟୀ ଘୋଷିତ ହୋଇଥିଲା। ଫଳରେ ଭାରତୀୟ ଯୁବ ବ୍ୟାଟରମାନେ ବ୍ୟାଟିଂ କରିବାକୁ ପର୍ଯ୍ୟାପ୍ତ ସୁଯୋଗ ପାଇ ନଥିଲେ। ଏଥର ପାଗ ଭଲ ରହିଲେ ମଧ୍ୟକ୍ରମ ବ୍ୟାଟରମାନେ ଭଲ ବ୍ୟାଟିଂ କରିବାର ସୁଯୋଗ ପାଇବେ। ଶିବମ୍‌‌ ଦୁବେ, ଋତୁରାଜ ଗାଏକ୍ୱାଡ ଓ ରିଙ୍କୁ ସିଂ ମିଳିଥିବା ସୁଯୋଗର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି। ରୋହିତ ଶର୍ମା, ବିରାଟ କୋହଲି, ଶୁବମାନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବଙ୍କ ଅନୁପସ୍ଥିତି ଏହି ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ବୋଲିଂରେ ଆଘାତ ସମସ୍ୟାରୁ ମୁକୁଳି ଅଭିଜ୍ଞ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌‌ରା ପ୍ରଥମ ଓଭରରେ ୨ ୱିକେଟ ନେଇ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୪ ଓଭର ବୋଲିଂ କରି ସେ ୨୪ ରନ ବ୍ୟୟ କରି ୨ ୱିକେଟ ଅକ୍ତିଆର କରିଥିଲେ। ସେ ମଧ୍ୟ ୯ଟି ଡଟ୍‌‌ ବଲ୍‌‌ ପକାଇଥିଲେ। ଟି-୨୦ ପଦାର୍ପଣ କରିଥିବା ପ୍ରସିଦ୍ଧ କ୍ରିଷ୍ଣାଙ୍କ ସହ ସେ ମିଶି ଭଲ ବୋଲିଂ କରିଥିଲେ। ତାଙ୍କ ଫିଟ୍‌‌ନେସ୍‌‌ ଉପରେ ସମସ୍ତଙ୍କ ନଜର ରହିଛି। ଅଲରାଉଣ୍ଡର ୱାସିଂଟନ ସୁନ୍ଦର ମଧ୍ୟ ଆଘାତ ସମସ୍ୟା ପାଇଁ ଦଳରେ ସ୍ଥାନ ପକ୍କା କରିପାରି ନାହାନ୍ତି। ତେଣୁ ବୋଲିଂରେ ସେ ବୁମ୍‌‌ରାଙ୍କୁ ଉପଯୁକ୍ତ ସହଯୋଗ କରି ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିବେ। ପାଣ୍ଡ୍ୟାଙ୍କ ଅନୁପସ୍ଥିତରେ ସେ ନିଜର ଅଲରାଉଣ୍ଡ ଦକ୍ଷତାକୁ ପ୍ରମାଣ କରିବାର ସୁଯୋଗ ପାଇବେ। ଡବ୍ଲିନ୍‌‌ର ମେଘୁଆ ପାଗରେ ଟସ୍‌‌ର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ପ୍ରଥମ ମ୍ୟାଚ୍‌‌ରେ ଭାରତ ଭାଗ୍ୟଶାଳୀ ଥିଲା।

ଅପରପକ୍ଷରେ ଘରୋଇ ଦଳ ବ୍ୟାଟିଂ ଦକ୍ଷତାକୁ ନେଇ ଚିନ୍ତିତ ରହିଛି। ପ୍ରଥମ ଓଭରରେ ୨ ୱିକେଟ ହରାଇ ଆୟର୍ଲାଣ୍ଡ ବ୍ୟାକ୍‌‌ଫୁଟ୍‌‌କୁ ଚାଲିଯାଇଥିଲା। ସାରା ମ୍ୟାଚ୍‌‌ରେ ଆୟର୍ଲାଣ୍ଡ ବ୍ୟାଟରମାନେ ସଂଘର୍ଷ କରିଥିବା ଦେଖାଯାଇଥିଲା। ତେଣୁ ଦ୍ୱିତୀୟ ମ୍ୟାଚ୍‌‌ରେ ଘରୋଇ ଦଳ ଉନ୍ନତ ବ୍ୟାଟିଂ କରିବାକୁ ପ୍ରୟାସ କରିବ। ଅବଶ୍ୟ ବୋଲିଂରେ କ୍ରେଗ ୟଙ୍ଗ କ୍ରମାଗତ ଦୁଇ ୱିକେଟ ନେଇ ଭାରତକୁ ସମସ୍ୟାରେ ପକାଇଥିଲେ। ଭାରତକୁ ହରାଇବାକୁ ହେଲେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ କରିବାକୁ ହେବ ବୋଲି ଘରୋଇ ଦଳର ମ୍ୟାନେଜେମେଣ୍ଟ ହୃଦୟଙ୍ଗମ କରିଥିବ। ଆଗକୁ ଏସିଆ କପ୍‌‌ ଓ ବିଶ୍ୱକପ୍‌‌ ଖେଳାଯିବାର କର୍ଯ୍ୟକ୍ରମ ରହିଛି। ତେଣୁ ଏହି ସିରିଜ ବୁମ୍‌‌ରାଙ୍କ ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଭାରତକୁ ବିଜୟୀ କରାଇବା ସହ ବୁମ୍‌‌ରା ନିଜର ଫିଟ୍‌‌ନେସ, ଫର୍ମକୁ ପ୍ରମାଣିତ କରିବାର ଆବଶ୍ୟକତା ରହିଛି। ତେଣୁ ବୁମ୍‌‌ରାଙ୍କ ଉପରେ କେବଳ ଚୟନକର୍ତ୍ତା ନୁହଁ ସମସ୍ତଙ୍କ ନଜର ରହିଛି। ଘରୋଇ ଦଳରେ ଆଣ୍ଡ୍ର୍ୟୁ ବଲବିର୍ଣ୍ଣି, ଜୋଶୁଆ ଲିଟଲ, କ୍ରେଗ ୟଙ୍ଗ ଓ ଜର୍ଜ ଡେକରେଲ୍‌‌ଙ୍କ ଭଳି ମ୍ୟାଚ୍‌‌ ୱିନର ରହିଛନ୍ତି। ତେଣୁ ଭାରତ ଆୟର୍ଲାଣ୍ଡକୁ ଆଦୌ ହାଲ୍‌‌କା ଭାବେ ନେବନାହିଁ।

ଭାରତୀୟ ଦଳ : ଯଶପ୍ରୀତ ବୁମ୍‌‌ରା (ଅଧିନାୟକ), ଋତୁରାଜ ଗାଏକ୍ୱାଡ (ଉପ- ଅଧିନାୟକ), ଅର୍ଶଦୀପ ସିଂ, ଆଭେସ ଖାନ, ଶିବମ ଦୁବେ, ଯଶସ୍ୱୀ ଜୟସ୍ୱାଲ, ମୁକେଶ କୁମାର, ପ୍ରସିଦ୍ଧ କ୍ରିଷ୍ଣା, ରବି ବିଷ୍ଣୋଇ, ସଞ୍ଜୁ ସାମସନ, ଶାହବାଜ ଅହମ୍ମଦ, ଜିତେଶ ଶର୍ମା, ରିଙ୍କୁ ସିଂ, ତିଳକ ବର୍ମା ଓ ୱାସିଂଟନ ସୁନ୍ଦର।

ଆୟର୍ଲାଣ୍ଡ ଦଳ: ପଲ ଷ୍ଟିର୍ଲିଂ (ଅଧିନାୟକ), ରସ୍‌‌ ଆଡେର, ମାର୍କ ଆଡେର, ଆଣ୍ଡ୍ରିଉ ବଲବିର୍ଣ୍ଣି, କର୍ଟିସ କାମ୍ପର, ଗାରେଥ ଡେଲାନି, ଜର୍ଜ ଡକରେଲ, ଫିଅନ ହାଣ୍ଡ, ଜୋଶୁଆ ଲିଟିଲ, ବେରି ମ୍ୟାକାର୍ଥି, ହାରୀ ଟେକ୍ଟର, ଲୋରକାନ ଟକ୍କର, ଥିସ ଭାନ ଓଏରକମ୍‌‌, ବେନ ହ୍ୱାଇଟ୍‌‌ ଓ କ୍ରେଗ ୟଙ୍ଗ୍‌‌।