Skin Diseases - The Sakala
ସୁସ୍ଥସବଳ ରହିବାକୁ ହେଲେ ଖାଦ୍ୟପାନୀୟ ସହିତ ଘରର ସ୍ବଚ୍ଛତା ମଧ୍ୟ ଜରୁରି। ବେଡ୍‌ସିଟ୍‌କୁ ରୋଗ ଜୀବାଣୁର ବାହକ ବୋଲି କୁହାଯାଏ। ତେଣୁ ସପ୍ତାହେ ବ୍ୟବଧାନରେ ବେଡ୍‌ସିଟ୍‌, ତକିଆ କଭର୍‌, କମ୍ବଳ ଆଦିକୁ ଧୋଇବା ଉଚିତ। ଶିଶୁଙ୍କ କ୍ଷେତ୍ରରେ ପ୍ରତି ୨-୩ଦିନରେ ଥରେ ଏସବୁ ବଦଳାଇବା ଉଚିତ। କାରଣ ଶିଶୁମାନଙ୍କର ରୋଗପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସଂକ୍ରମଣଜନିତ ରୋଗ ହେବାର ଅଧିକ ଆଶଙ୍କା ଥାଏ।
ଫଲିକୁଲାଇଟ୍‌ସ
ବେଡ୍‌ସିଟ୍‌ରେ ଲାଗିଥିବା ଡେଡ୍‌ ସ୍କିନ୍‌, ଝାଳ, ଏବଂ ଶରୀରର ତୈଳାକ୍ତ ଅଂଶ ଯୋଗୁଁ ଯେଉଁ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଥାଏ, ତାହା ଦ୍ବାରା କେଶର ରୋମଛିଦ୍ରରେ ଫଙ୍ଗଲ୍‌ ସଂକ୍ରମଣ ଅଧିକ ହୁଏ। ତେଣୁ ମୁଣ୍ଡରେ ଘା’ ହେବା କିମ୍ବା ଅଧିକ କେଶ ଉପୁଡ଼ିବା, ରୁପି ହେବା ଇତ୍ୟାଦି ଦେଖାଯିବା ସହିତ ଚର୍ମ ସଂକ୍ରମଣ ହୋଇ କୁଣ୍ଡେଇ ହୁଏ ଏବଂ ଫୁଲିଯାଏ। ଏହାକୁ ଫଲିକୁଲାଇଟ୍ସ କୁହାଯାଏ।
ରିଙ୍ଗ୍‌ୱାର୍ମ
ବେଡ୍‌ସିଟ୍‌ ମଇଳା ଥିଲେ, ତାହା ସାମାନ୍ୟ ଆର୍ଦ୍ର ଲାଗିଥାଏ। ଏହି ଆର୍ଦ୍ରତାରୁ ତ୍ବଚା ସଂକ୍ରମଣକାରୀ ଜୀବାଣୁ ଉତ୍ପତ୍ତି ହୁଏ। ତେଣୁ ଯାଦୁ ଓ କାଛୁ ଭଳି ଚର୍ମରୋଗ ହୁଏ। ଆଉ କେତେଜଣଙ୍କ କ୍ଷେତ୍ରରେ ଆଖି ଚାରିପଟର ତ୍ବଚା ଲାଲ୍‌ ପଡ଼ିଯିବା, ଆଖିରୁ ପାଣି ବୋହିବା ଏବଂ ଆଖି କୁଣ୍ଡେଇ ହେବା ଭଳି ସମସ୍ୟା ମଧ୍ୟ ଦେଖାଯାଏ।
ବ୍ରଣ ସମସ୍ୟା
ମଇଳା ବେଡ୍‌ସିଟ୍‌ ଯୋଗୁଁ ବ୍ରଣ ସହିତ ଅନ୍ୟାନ୍ୟ ତ୍ବଚା ସମସ୍ୟା ହୋଇଥାଏ। ଯେଉଁ ମାନଙ୍କର ବ୍ରଣ ସମସ୍ୟା ଅଛି, ସେମାନେ ବେଡ୍‌ସିଟ୍‌କୁ ଗରମ ପାଣି ଏବଂ ଡେଟଲ୍‌ରେ ଧୋଇବା ଉଚିତ।
ଇମ୍ପୋଟିଗୋ
ଯଦି ଶରୀରରେ କୌଣସି ଘା’ ହୋଇଛି କିମ୍ବା ଆଘାତ ଲାଗିଛି, ତା’ହେଲେ ମଇଳା ବେଡ୍‌ସିଟ୍‌ରେ ଶୋଇବା ଦ୍ବାରା ବେଡ୍‌ସିଟ୍‌ରେ ଲାଗି ରହିଥିବା ମଇଳା ଏବଂ ଜୀବାଣୁ ଆଘାତ ହୋଇଥିବା ସ୍ଥାନରେ ଲାଗି ସଂକ୍ରମଣ ଅଧିକ ହୋଇଥାଏ। ଏହାକୁ ଇମ୍ପୋଟିଗୋ ସ୍କିନ୍‌ ସମସ୍ୟା ବୋଲି କୁହାଯାଏ।
ଆଥେଲେଟ୍‌ ଫୁଟ୍‌
ମଇଳା ବେଡ୍‌ସିଟ୍‌ ଯୋଗୁଁ ଆଥେଲେଟ୍‌ ଫୁଟ୍‌ ସମସ୍ୟା ମଧ୍ୟ ହୋଇପାରେ। ଏହା ହେଉଛି ଏକ ପ୍ରକାର ଫଙ୍ଗାଲ୍‌ ସଂକ୍ରମଣ ଏବଂ ବର୍ଷାଦିନରେ ଏହି ସମସ୍ୟା ଅଧିକ ଦେଖାଯାଏ। ଏହି ସମସ୍ୟା ହେଲେ ପାଦ ଅଧିକ କୁଣ୍ଡେଇ ହୋଇ ଲାଲ୍‌ ଚକଡ଼ା ଦେଖାଯାଏ ଏବଂ ପାଦ ଉପରୁ ଚର୍ମର ପରସ୍ତ ବାହାରେ ଏବଂ ପାଦର ଚର୍ମ ଫାଟି ରକ୍ତ ବାହାରିଥାଏ।