SIM Card - The Sakala
ନୂଆଦିଲ୍ଲୀ:  ଅନ୍‌ଲାଇନ୍ ଠକେଇ ଏବଂ ସ୍କାମ୍‌ ମାମଲାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଟେଲିକମ କମ୍ପାନୀଙ୍କ ପାଇଁ ଅକ୍ଟୋବର ପହିଲାରୁ କିଛି ଜରୁରୀ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏହି ନୂଆ ନିୟମରେ ସାଧାରଣ ମୋବାଇଲ ଉପଭୋକ୍ତାଙ୍କୁ ଅନେକ ସୁବିଧା ସୁଯୋଗ ମିଳିବ। ନୂଆ ନିୟମ ଯୋଗୁ ଟେଲିକମ ୟୁଜର ଏହା ଜାଣି ପାରିବେ ଯେ ତାଙ୍କ ଅଞ୍ଚଳରେ ଟେଲିକମ କମ୍ପାନୀ କେଉଁ ସେବା ପ୍ରଦାନ କରୁଛନ୍ତି। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି ନୂଆ ନିୟମ ଲାଗୁ କରିଛନ୍ତି, ଫଳରେ ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ଉପଲବ୍ଧ କରିପାରିବେ।
ନୂଆ ନିୟମ ଅନୁସାରେ, ଟେଲିକମ କମ୍ପାନୀଙ୍କୁ ତାଙ୍କ ୱେବସାଇଟରେ ଏହି ସୂଚନା ଦେବାକୁ ପଡିବ। ଯାହାଦ୍ୱାରା ୟୁଜରଙ୍କୁ ତାଙ୍କ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ସୂଚନା ମିଳିପାରିବ। ଏହା ଛଡା ସ୍ପାମ କଲ ନିୟନ୍ତ୍ରଣ ଲାଗି ମଧ୍ୟ ନୂଆ ପଦକ୍ଷେପ ନିଆଯାଇଛି। ଆଗାମୀ ମାସରୁ ସ୍ପାମ କଲକୁ ନେଇ ନୂଆ ନିୟମ ଅନିବାର୍ଯ୍ୟ ହେବ। ଟେଲିକମ ୟୁଜରଙ୍କୁ ନିଜ ଅଞ୍ଚଳରେ ଉପଲବ୍ଧ ନେଟୱାର୍କ ସମ୍ପର୍କରେ ଜାଣିବାକୁ ବେଶ୍ କଷ୍ଟ କରିବାକୁ ପଡୁଥିଲା। ହେଲେ ଏବେ ଆଉ ସେ ସମସ୍ୟା ରହିବନି। ଏୟାରଟେଲ,ଜିଓ, ଭୋଡାଫୋନ, ବିଏସଏନଏଲ ସମେତ ସମସ୍ତ ଟେଲିକମ୍‌ କମ୍ପାନୀଙ୍କ ଲାଗି ଏହି ନିୟମ ଅକ୍ଟୋବର ପହିଲାଠାରୁ ଅନିବାର୍ଯ୍ୟ କରିଦିଆଯାଇଛି। ଏହାର ସିଧା ଲାଭ ଏବେ ସାଧାରଣ ଉପଭୋକ୍ତା ପାଇପାରିବେ। ଟେଲିକମ କମ୍ପାନୀମାନେ ଅନେକ ଜରୁରୀ କଥା ଏ ପର୍ଯ୍ୟନ୍ତ ଗ୍ରାହକଙ୍କ ସହିତ ସେୟାର କରୁ ନ ଥିଲେ। ତେବେ ନୂଆ ନିୟମ ପ୍ରଭାବରେ ଏବେ ସବୁ କମ୍ପାନୀ ଗ୍ରାହକଙ୍କ ସମ୍ପର୍କିତ ବିସ୍ତୃତ ବିବରଣୀ ୱେବସାଇଟରେ ସାର୍ବଜନୀନ କରିବେ।
ଏଥିରେ ସର୍ଭିସର କ୍ୱାଲିଟି ଓ ନେଟୱାର୍କ ଉପଲବ୍ଧତା ସମ୍ପର୍କରେ ସୂଚନା ଦିଆଯିବା ଜରୁରି ହେବ। ଏହାଦ୍ୱାରା ସାଧାରଣ ଉପଭୋକ୍ତା ନିଜ ହିସାବରେ ନେଟୱାର୍କ ବାଛିପାରିବେ। କମ୍ପାନୀ ୱେବସାଇଟ ଭିଜିଟ କରି ଗ୍ରାହକ ଜାଣି ପାରିବେ ତାଙ୍କ ଅଞ୍ଚଳରେ ଟୁ-ଜି, ଥ୍ରୀ-ଜି, ୪-ଜି ଅଥବା ୫-ଜି କେଉଁ ନେଟୱାର୍କ ଆସୁଛି।
ଟେଲିକମ୍ ବିଲ୍ ୨୦୨୩: ସିମ୍‌କାର୍ଡ ପାଇଁ ବାଧ୍ୟତାମୂଳକ ବାୟୋମେଟ୍ରିକ୍ ପରିଚୟ
ନୂଆଦିଲ୍ଲୀ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଲୋକସଭାରେ ଟେଲିଯୋଗାଯୋଗ ବିଲ୍ ୨୦୨୩ର ନୂତନ ସଂସ୍କରଣ ଉପସ୍ଥାପନ କରିଛନ୍ତି। ଗ୍ରାହକଙ୍କୁ ସିମ୍ କାର୍ଡ ଦେବା ପୂର୍ବରୁ ଟେଲିକମ୍ କମ୍ପାନୀଗୁଡିକର ବାଧ୍ୟତାମୂଳକ ବାୟୋମେଟ୍ରିକ୍ ଚିହ୍ନଟ ପାଇଁ ଏହି ବିଲ୍‌ରେ ପ୍ରସ୍ତାବ ରହିଛି। ଏହି ବିଲ୍ ସରକାରଙ୍କୁ ଜାତୀୟ ସୁରକ୍ଷା କାରଣରୁ କ ଣସି ଟେଲିକମ୍ ସେବା କିମ୍ବା ନେଟୱାର୍କକୁ ଗ୍ରହଣ, ପରିଚାଳନା କିମ୍ବା ସ୍ଥଗିତ ରଖିବାକୁ ଅନୁମତି ଦେବ। ଏହି ବିଲ୍ ଟେଲିକମ୍ କ୍ଷେତ୍ରକୁ ନିୟନ୍ତ୍ରଣ କରୁଥିବା ୧୩୮ ବର୍ଷ ପୁରୁଣା ଭାରତୀୟ ଟେଲିଗ୍ରାଫ୍ ଆଇନ ସ୍ଥାନରେ ଲାଗୁ କରାଯାଇଛି। ସୁରକ୍ଷା କାରଣରୁ ସରକାର ଟେଲିକମ୍ ନେଟୱାର୍କକୁ ସ୍ଥଗିତ ରଖିବାକୁ ସକ୍ଷମ ହେବେ ଯଦି ନୂତନ ବିଲ୍ ପାରିତ ହୁଏ, ତେବେ ଜାତୀୟ ସୁରକ୍ଷା କାରଣରୁ ବଜାର ପ୍ରତିଯୋଗିତା, ଟେଲିକମ୍ ନେଟୱାର୍କର ଉପଲବ୍ଧତା କିମ୍ବା ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରବେଶ ଶୁଳ୍କ, ଲାଇସେନ୍ସ ଫି, ଜରିମାନା ଇତ୍ୟାଦି ଛାଡ କରିବାର କ୍ଷମତା ପାଇବେ।
ଟେଲିକମ୍ ସ୍ପେକ୍ଟ୍ରମର ପ୍ରଶାସନିକ ଆବଣ୍ଟନକୁ ବାଇପାସ୍ କରିବାକୁ ଏହି ବିଲ୍‌ରେ ଏକ ବ୍ୟବସ୍ଥା ମଧ୍ୟ ଅଛି, ଯାହା ସେବା ଆରମ୍ଭକୁ ତ୍ୱରାନ୍ୱିତ କରିବ। ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲର ୱାନୱେବ ଏବଂ ଏଲନ ମସ୍କଙ୍କ ଷ୍ଟାରଲିଙ୍କ ଭଳି କମ୍ପାନୀ ନୂଆ ବିଲରୁ ଉପକୃତ ହେବେ। ଏଥିରେ ବିଜ୍ଞାପନ ବା ପ୍ରମୋସନାଲ ମେସେଜ୍‌ ପଠାଇବା ପୂର୍ବରୁ ଗ୍ରାହକଙ୍କ ସମ୍ମତି ନିଶ୍ଚିତ ବାଧ୍ୟତାମୂଳକ କରାଯାଇଛି। ଯେ ଦ୍ରବ୍ୟ ଏବଂ ସେବା ପାଇଁ ବିଜ୍ଞାପନ ଏବଂ ପ୍ରୋତ୍ସାହନମୂଳକ ବାର୍ତ୍ତା ପଠାଇବା ପୂର୍ବରୁ ଗ୍ରାହକଙ୍କ ସମ୍ମତି ହାସଲ କରିବାକୁ ପଡିବ। ଏହା ମଧ୍ୟ କହିଛି ଯେ ଟେଲିକମ୍ ସେବା ଯୋଗାଉଥିବା କମ୍ପାନୀକୁ ଏକ ଅନ୍‌ଲାଇନ୍ ବ୍ୟବସ୍ଥା ସୃଷ୍ଟି କରିବାକୁ ପଡ଼ିବ, ଯାହାଦ୍ୱାରା ଉପଭୋକ୍ତାମାନେ ସେମାନଙ୍କର ଅଭିଯୋଗ ଅନଲାଇନରେ କରିପାରିବେ। ଏହି ବିଲ୍‌ରେ, ଇ-ବାଣିଜ୍ୟ, ଅନଲାଇନ୍ ମେସେଜିଂ ଭଳି ଓଭର-ଟପ୍ ସେବାଗୁଡିକୁ ଟେଲିକମ୍ ସେବାଗୁଡିକର ସଂଜ୍ଞାରୁ ବାଦ୍‌ ଦିଆଯାଇଛି। ଗତବର୍ଷ ଯେତେବେଳେ ଟେଲି ଯୋଗାଯୋଗ ବିଲ୍‌ର ଚିଠା ଉପସ୍ଥାପିତ ହୋଇଥିଲା, ସେତେବେଳେ ଓଟିଟି ସେବା ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥିଲା। ଇଣ୍ଟରନେଟ୍ କମ୍ପାନୀ ଏବଂ ନାଗରିକ ସମାଜ ଏହାକୁ ନେଇ ପ୍ରବଳ ହଙ୍ଗାମା କରିବା ପରେ ଓଟିଟିକୁ ଏହି ବିଲରୁ ବାଦ ଦିଆଯାଇଛି।
ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ, ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା
ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ସିମ୍‌ କାର୍ଡ ପାଇଁ ନୂଆ ନିୟମ । ଟେଲିକମ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ । ନୂଆ ସିମ୍‌ କାର୍ଡ ବିକିବା ପାଇଁ ଅକ୍ଟୋବର ୧ରୁ ଲାଗୁ ହେବ ଏହି କଟକଣା । ଜଣେ ବ୍ୟକ୍ତି ନାଁରେ ଏକାଧିକ ସିମ୍‌ କାର୍ଡ ବିକ୍ରି ରୋକିବାକୁ ପଦକ୍ଷେପ ନିଆଯାଇଛି। ଏଥିସହ ୬୬ ହଜାର ଜାଲ୍‌ ହ୍ବାଟ୍ସଆପ୍‌ ଆକାଉଣ୍ଟକୁ ରଦ୍ଦ କରିଛି ମନ୍ତ୍ରାଳୟ । ୬୭ ହଜାର ସିମ୍‌ ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବା ବେଳେ ୩୦୦ ଏତଲା ରୁଜୁ ହୋଇଛି। ୫୨ ଲକ୍ଷ ସିମ୍‌କୁ ରଦ୍ଦ ପାଇଁ ଜାରି ହୋଇଛି ନିର୍ଦ୍ଦେଶ। ୮ ଲକ୍ଷ ବ୍ୟାଙ୍କ ୱାଲେଟ ଆକାଉଣ୍ଟକୁ ମଧ୍ୟ ଫ୍ରିଜ୍‌ କରାଯାଇଛି। ଏହାସହ  ଅଣ ପଞ୍ଜୀକୃତ ସିମ୍‌ ବିକ୍ରି ପ୍ରମାଣିତ ହେଲେ ୧୦ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଦେବାକୁ ପଡ଼ିବ। ଟେଲିକମ୍‌ ଜାଲିଆତି ରୋକିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି।
ଏଣିକି ସିମ୍ କାର୍ଡ ବିକ୍ରୟ ପାଇଁ ସିମ୍ ଡିଲରଙ୍କ ପୋଲିସ୍ ଯାଞ୍ଚ ବାଧ୍ୟତାମୂଳକ, ନିୟମ ଉଲ୍ଲଂଘନ କଲେ ୧୦ ଲକ୍ଷ ଜୋରିମାନା
ନୂଆଦିଲ୍ଲୀ: ସିମ୍ କାର୍ଡ ପ୍ରସଙ୍ଗରେ କେନ୍ଦ୍ର ସରକାର କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଅନୁଯାୟୀ, ସିମ୍ କାର୍ଡ ବିକ୍ରୟ ପାଇଁ ସିମ୍ ଡିଲରଙ୍କ ପୋଲିସ୍ ଯାଞ୍ଚ ବାଧ୍ୟତାମୂଳକ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ନକଲି ସିମ୍ କାର୍ଡ ବିକ୍ରି ଏବଂ ସମାନ ନାମ କିମ୍ବା ଆଇଡିରେ ଏକାଧିକ ସିମ୍ କାର୍ଡ ବିକ୍ରୟ ବନ୍ଦ କରିବ। ଏହା ସ୍ପାମ୍ ଘଟଣାକୁ ମଧ୍ୟ ହ୍ରାସ କରିପାରିବ। ଗୋଟିଏ ଆଇଡିରେ ସିମ୍ କାର୍ଡ ସୀମାକୁ ସରକାର କମ୍ କରିପାରନ୍ତି। ଗୋଟିଏ ଆଇଡିରେ ୯ ବଦଳରେ ଜଣକୁ ୪ ସିମ୍ ଅନୁମତି ମିଳିପାରେ। ଅର୍ଥାତ୍ ଗୋଟିଏ ଆଇଡିରେ ୪ଟି ସିମ୍ ଇସ୍ୟୁ ହୋଇପାରେ। ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଆଇଡିରେ ୯ଟି ସିମ୍ ମିଳୁଥିଲା।
କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବିବୃତ୍ତିରେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଦେଶରେ ୫୨ ଲକ୍ଷ ମୋବାଇଲ୍ ସଂଯୋଗ ବନ୍ଦ ହୋଇଯାଇଥିବାବେଳେ ୬୭,୦୦୦ ଡିଲରଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ମେ ୨୦୨୩ଠାରୁ ସିମ୍ କାର୍ଡ ଡିଲରଙ୍କ ବିରୋଧରେ ୩୦୦ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ନକଲି ସିମ୍ କାର୍ଡ Ñକେଟ୍ ସହିତ ଜଡିତ ପ୍ରାୟ ୬୬,୦୦୦ ହ୍ବାଟ୍ସଆପ୍ ଆକାଉଣ୍ଟକୁ ମଧ୍ୟ ଅବରୋଧ କରାଯାଇଛି। ନୂତନ ଗାଇଡଲାଇନ ଅନୁଯାୟୀ ପୋଲିସ ଯାଞ୍ଚ ବିନା ସିମ୍ କାର୍ଡ ବିକ୍ରି କରୁଥିବା ଡିଲରଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ହେବ। ଏହାହେଲେ ଦେଶର ପ୍ରାୟ ୧୦ଲକ୍ଷ ସିମ୍ କାର୍ଡ ଡିଲରଙ୍କୁ ପୋଲିସ ଯାଞ୍ଚ କରିବାକୁ ପଡ଼ିବ। ଏହା ବ୍ୟତୀତ ବ୍ୟବସାୟ (ଦୋକାନ) ର କେୱାଇସି ମଧ୍ୟ କରିବାକୁ ହେବ।
ଦେଶରେ ପ୍ରତିଦିନ ସିମ୍ କାର୍ଡ ଜାଲିଆତି ହେଉଛି। ନିକଟରେ ଗୋଟିଏ ଆଧାର କାର୍ଡରେ ୬୫୮ ଟି ସିମ୍ କାର୍ଡ ଜାରି କରାଯାଇଥିଲା ଏବଂ ଏହି ସମସ୍ତ ସିମ୍ କାର୍ଡ ବ୍ୟବହାର କରାଯାଉଥିଲା। ତାମିଲନାଡୁର ସାଇବର ଅପରାଧ ବିଭାଗ ଚଳିତ ସପ୍ତାହରେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କଠାରୁ ୧୦୦-୧୫୦ ସିମ୍ କାର୍ଡ ଜବତ କରିଛି। ଗତ ଚାରିମାସ ମଧ୍ୟରେ, ତାମିଲନାଡୁରେ ୨୫,୧୩୫ ସିମ୍ କାର୍ଡକୁ ଅବରୋଧ କରାଯାଇଛି। ବିଜୟୱାଡାର ଅନ୍ୟ ଏକ ମାମଲାରେ ସମାନ ଫଟୋ ପରିଚୟ ସହିତ ୬୫୮ ସିମ୍ କାର୍ଡ ଜାରି କରାଯାଇଛି। ଭାରତରେ ସାଇବର ଠକେଇ ମାମଲା କ୍ରମାଗତ ଭାବେ ବଢୁଛି। କଲ୍ ଡ୍ରପ୍, ଟେଲିକମ୍ ନେଟୱର୍କରେ ଠକେଇକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ପଦକ୍ଷେପ ଉଠାଇପାରନ୍ତି। ଠକେଇ ରୋକିବା ପାଇଁ ଭାରତ ସରକାର ପୂର୍ବରୁ ହିଁ ସଞ୍ଚାର ସାଥୀ ପୋର୍ଟାଲ ଲଞ୍ଚ୍ କରିସାରିଛନ୍ତି। ଏହି ପୋର୍ଟାଲରେ ଚୋରି ହୋଇଥିବା ବା ହଜିଯାଇଥିବା ଫୋନର ଅଭିଯୋଗ କରିପାରିବେ।