Fake RTI Worker - The Sakala

ନିଜକୁ ଆର୍‌ଟିଆଇ କର୍ମୀ କହି ଲୋକଙ୍କୁ ବ୍ଲାକମେଲ ଘଟଣା: ମାଷ୍ଟରମାଇଣ୍ଡ କାହ୍ନୁଚରଣ ପ୍ରଧାନଙ୍କୁ ଗିରଫ କଲା ଏସ୍‌‌ଟିଏଫ୍‌‌
ଭୁବନେଶ୍ୱର: ନିଜକୁ ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅଧିକାରୀ କର୍ମୀ କହି ଠକୁଥିବା ବ୍ରହ୍ମପୁରର କିଶୋର କୁମାର ମିଶ୍ରକୁ ଏସ୍‌‌ଟିଏଫ୍‌‌ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ଏହି ରାକେଟ୍‌‌ ସମ୍ପର୍କରେ ଅନେକ ତଥ୍ୟ ମିଳିଛି। ଏହି ରାକେଟ୍‌‌ର ମାଷ୍ଟରମାଇଣ୍ଡ ଭୁବନେଶ୍ୱରର କାହ୍ନୁଚରଣ ପ୍ରଧାନକୁ ଗିରଫ କରିଛି ଏସ୍‌‌ଟିଏଫ୍‌‌। ସେ ଭୁବନେଶ୍ୱର ଘରେ ରହିଥିବାବେଳେ ରାତି ଅଧରେ ଚଢ଼ଉ କରି ଗିରଫ କରିଛି। ତା’ର ୭ଟି ବ୍ୟାଙ୍କ୍‌‌ ଆକାଉଣ୍ଟ ଜବତ କରାଯିବା ସହ ତା’ ନିକଟରୁ ଏକାଧିକ ପାସ୍‌‌ବୁକ୍‌‌ ମିଳିଛି। ଏସ୍‌‌ଟିଏଫ୍‌‌ ଯାଞ୍ଚ କରିବା ପରେ ୩ବର୍ଷରେ ତା’ର ଆକାଉଣ୍ଟରେ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କା ଟ୍ରାଞ୍ଜାକ୍‌‌ସନ ହୋଇଛି। ସେ ବେନାମୀ ଆକାଉଣ୍ଟରେ ଟଙ୍କା ରଖିଥିବା ଏସ୍‌‌ଟିଏଫ୍‌‌ ସନ୍ଦେହ କରୁଛି। ତେଣୁ ତାର ସମସ୍ତ ଆକାଉଣ୍ଟରେ କେତେ ଟଙ୍କା ରହିଛି ଯାଞ୍ଚ କରିବା ପାଇଁ ଆର୍‌‌ବିଆଇକୁ ଚିଠି ଲେଖିଛି ଏସ୍‌‌ଟିଏଫ୍‌‌। ଏଥିସହ ଠକେଇ ଟଙ୍କାରେ ଜମି କିମ୍ବା ଘର କିଣିଥିବା ନେଇ ଖୋଳତାଡ଼ କରାଯାଉଛି।

କାହାକୁ ଠକେଇ ପାଇଁ ଟାର୍ଗେଟ କରାଯିବ। କିଏ କେତେ ଟଙ୍କା ଦେବ ସବୁ କିଛି କାହ୍ନୁଚରଣ ବୁଝାବୁଝି କରୁଥିଲା। ତାଙ୍କ ଠକେଇ ରାକେଟ୍‌‌ରେ ସାମିଲ ଥିବା ଏକାଧିକ ବ୍ୟକ୍ତିଙ୍କର ନକଲି ଆଇ କାର୍ଡ ପ୍ରସ୍ତୁତ କରି ଦେଉଥିଲା। ଲୋକଙ୍କୁ ଠକେଇ ପାଇଁ ଟାର୍ଗେଟ କରିବା ପରେ ସମସ୍ତେ ମିଶିକି ଯାଉଥିଲେ। ଡରାଇ ଧମକାଇ ଟଙ୍କା ଆଣୁଥିଲେ। ବିଶେଷ କରି ସରକାରୀ କର୍ମଚାରୀଙ୍କୁ ବଦଳି କରାଇ ଦେବାକୁ କହି ଟଙ୍କା ଲୁଟିଛନ୍ତି। ଏପରିକି ଅନେକ ଲୋକଙ୍କୁ ଚାକିରି କରାଇ ଦେବାକୁ କହି ଟଙ୍କା ନେଇଥିବା ଜଣାପଡ଼ିଛି। ଏହି ରାକେଟ୍‌‌ରେ ସାମିଲ ଥିବା ଠକମାନଙ୍କର ତାଲିକା କରିଛି ଏସ୍‌‌ଟିଏଫ୍‌‌। ଖୁବ୍‌‌ଶୀଘ୍ର ସେମାନଙ୍କୁ ଗୋଟି ଗୋଟି କରି ଗିରଫ କରାଯିବ ବୋଲି ଏସ୍‌‌ଟିଏଫ ଏସ୍‌‌ପି କେ.କେ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଗିରଫ ହୋଇଥିବା କିଶୋର କୁମାର ମିଶ୍ର ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର କରିଛନ୍ତି। କିଶୋର କୋରାଫୁଟ ବସଷ୍ଟାଣ୍ଡରେ ନକଲି ଆଇକାର୍ଡ ପକାଇ ବୁଲୁଥିଲେ। ଏପରିକି ସେଠାରେ ଲୋକଙ୍କୁ ବିଭିନ୍ନ ପ୍ରକାର ବଦଳି କରାଇ ଦେବାକୁ ପ୍ରଲୋଭନ ଦେଖାଉଥିଲେ। ଏନେଇ ସ୍ଥାନୀୟ ଥାନା ଅଧିକାରୀ ଆଇକାର୍ଡ ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ତାଙ୍କୁ ଏନେଇ ପଚାରିବାରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତାଙ୍କୁ ନିଯୁକ୍ତ କରାଯାଇଥ୍‌‌ôବା କହିଥିଲେ। ଏହାପରେ ପୁଲିସ ତାଙ୍କର ଆଇକାର୍ଡ ଏବଂ ଅନ୍ୟାନ୍ୟ ଦସ୍ତାବିଜ୍‌‌ ଜବତ କରି ଯାଞ୍ଚ କରିଥିଲେ। ଯାଞ୍ଚ କରିବା ପରେ ତାହା ନକଲି ବାହାରିଥିବା ସ୍ପଷ୍ଟ ହୋଇଥିଲା। ଏହାପରେ କୋରାପୁଟ ଟାଉନ୍‌‌ ଥାନା ପୁଳିସ ଏନେଇ ଏସ୍‌‌ଟିଏଫକୁ ଚିଠି ଲେଖି ତଦନ୍ତ କରିବାକୁ କହିଥିଲେ। ଏସ୍‌‌ଟିଏଫ୍‌‌ ତଦନ୍ତ କରିବା ପରେ ଏହି ରାକେଟ୍‌‌ ବିଷୟରେ ଜଣାପଡ଼ିଥିଲା।

STF ପଞ୍ଝାରେ ନକଲି ସୂଚନା ଅଧିକାର କର୍ମୀ, ମିଥ୍ୟା ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ଠକୁଥିଲା କୋଟି କୋଟି ଟଙ୍କା
ଭୁବନେଶ୍ବର: ବନ୍ଧା ହେଲେ ନକଲି ସୂଚନା ଅଧିକାର କର୍ମୀ । ନିଜକୁ ସୂଚନା ଅଧିକାର କର୍ମୀ ବୋଲି ପରିଚୟ ଦେଇ ଲୋକଙ୍କୁ ଭୟଭୀତ କରିବା ସହ ଚାକିରି ଆଶାୟୀ, କ୍ରଶର ଲାଇସେନ୍ସ, ମଦ ଲାଇସେନ୍ସ, ବଦଳି ଓ ଚାକିରି ଦେବାକୁ କହି ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିବା ମାଷ୍ଟର ମାଇଣ୍ଡ ଠକ କିଶୋର ମିଶ୍ରକୁ ଆଜି ଏସଟିଏଫ ଗିରଫ କରିଛି । କିଶୋର ମିଶ୍ରଙ୍କ ଘର ବ୍ରହ୍ମପୁରରେ ହୋଇଥିବାବେଳେ ସେ କୋରାପୁଟରେ ଦୀର୍ଘ ବର୍ଷ ଧରି ରହି ଆସୁଥିଲେ । ଅଭିଯୁକ୍ତ ନିକଟରୁ ନକଲି ଆଇଡେଣ୍ଟିଟି କାର୍ଡ ସମେତ ଅନ୍ୟ କାଗଜ ଜବତ କରିଛି STF । ୨ ରୁ ୩ ବର୍ଷ ଧରି କିଶୋର ମିଶ୍ର ଏହି କାରନାମା କରୁଥିବାବେଳେ ତାଙ୍କର ଆକାଉଣ୍ଟରେ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଥିବାର ଜଣାପଡିଛି ।

ଅଭିଯୁକ୍ତ କିଶୋର ମିଶ୍ରଙ୍କୁ ଗିରଫ ପରେ କୋରାପୁଟ ଏସଡିଜେଏମରେ ହାଜର କରାଯାଇଥିଲା । କିଶୋରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବା ସହ ଗ୍ୟାଙ୍ଗରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯିବ ।