SGS (State Government Schools) - The Sakala

ସୁଫଳ ଆଣିଛି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଚଳିତବର୍ଷ ଏସ୍‌ଜିଏସ୍‌ କୋଟାରେ ଡାକ୍ତରୀ ପଢ଼ିବେ ୨୬୭ ଛାତ୍ରଛାତ୍ରୀ
ଭୁବନେଶ୍ୱର: ସାକାର ହେଉଛି ଗାଁ ଗହଳିର ସରକାରୀ ସ୍କୁଲରେ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସ୍ୱପ୍ନ। ଡାକ୍ତରୀ, ଇଞ୍ଜିନିୟରିଂ ପଢ଼଼ିବା ପାଇଁ ଅର୍ଥ ବାଧକ ସାଜୁନି। ଗାଁ ସରକାରୀ ସ୍କୁଲରୁ ପାଠ ପଢ଼଼ି ପିଲାମାନେ ଡାକ୍ତର ଓ ଇଞ୍ଜିନିୟର ହେବାର ଆଶା ପୂରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ସେମାନଙ୍କ ପାଇଁ ବରଦାନ ସାଜିଛି। ରାଜ୍ୟ ସରକାର ସରକାରୀ ସ୍କୁଲ ପିଲାଙ୍କ ପାଇଁ ଡାକ୍ତରୀ ଓ ଇଞ୍ଜିନିୟରିଂରେ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ କରିଛନ୍ତି। ୨୦୨୧ ମସିହାରୁ ଏହି ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଡାକ୍ତରୀ ନାମଲେଖା ପାଇଁ ଚଳିତ ବର୍ଷ ୨୬୭ଟି ସିଟ୍‌‌ ସଂରକ୍ଷିତ ରହିଛି। ତେବେ ସଂରକ୍ଷଣର ସିଂହଭାଗ ସରକାରୀ ସ୍କୁଲରେ ପଢ଼଼ୁଥିବା ପିଲାଙ୍କୁ ମିଳିଛି।

ସରକାରୀ ସ୍କୁଲ ଛାତ୍ର(ଏସଜିଏସ) ସଂରକ୍ଷିତ କୋଟାରେ ରାଜ୍ୟର ୨୬୭ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଏମବିବିଏସ ଓ ବିଡିଏସ୍‌‌ ଅଧ୍ୟୟନ କରିବେ। ଏନେଇ ଚୂଡ଼ାନ୍ତ ତାଲିକା ଓଜେଇଇ ପକ୍ଷରୁ ପ୍ରକାଶ ପାଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) କାଉନସେଲିଂ କରୁଥିବା ୧୮୨୧ଟି ସିଟ୍‌‌ ମଧ୍ୟରୁ ସଂରକ୍ଷଣର ସିଂହ ଭାଗ କେବଳ ସରକାରୀ ସ୍କୁଲ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଚଳିତ ବର୍ଷ ଏସଜିଏସ କୋଟାରେ ସଂରକ୍ଷିତ ମୋଟ୍‌‌ ୨୬୭ଟି ସିଟ୍‌‌ ମଧ୍ୟରୁ ୨୦୧ଟି ସାଧାରଣ ବର୍ଗର ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୩୬ଟି ଅନୁସୂଚିତ ଜନଜାତି ୨୨ଟି ଅନୁସୂଚିତ ଜାତି ଏବଂ ୮ଟି ଆର୍ଥିକ ସ୍ତରରେ ପଛୁଆ ବର୍ଗର ପିଲାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଇଞ୍ଜିନିୟରିଂ ଅଧ୍ୟୟନ ଲାଗି ମଧ୍ୟ ସରକାରୀ ପ୍ରତିଷ୍ଠାନରେ ପିଲାଙ୍କ ପାଇଁ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ ବ୍ୟବସ୍ଥା ବିଗତ ଶିକ୍ଷା ବର୍ଷରୁ ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ସରକାରୀ ଇଞ୍ଜିନିୟରିଂ ପ୍ରତିଷ୍ଠାନରେ ଅଧ୍ୟୟନ ଲାଗି ସରକାରୀ ସ୍କୁଲ ପିଲାଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ସରକାରୀ ସ୍କୁଲର ପିଲାଙ୍କ ଡାକ୍ତରୀ ଓ ଇଞ୍ଜିନିରିଂରେ ୧୫ ପ୍ରତିଶତ ସିଟ୍‌‌ ସଂରକ୍ଷଣ ଲାଗି ୨୦୨୧-୨୨ ଶିକ୍ଷା ବର୍ଷରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ୨୦୨୧ରୁ ଏହି ବ୍ୟବସ୍ଥା ମେଡିକାଲ୍‌‌ ନାମଲେଖା କ୍ଷେତ୍ରରେ କାର୍ଯ୍ୟକାରୀ ହୋଇଥିବାବେଳେ ବିଗତ ବର୍ଷରୁ ଏହା ଇଞ୍ଜିନିୟରିଂ ପିଲାଙ୍କ କ୍ଷେତ୍ରରେ ଲାଗୁ ହୋଇଛି। ସର୍ବଭାରତୀୟ ସ୍ତରରେ ନିଟ୍‌‌ ଏବଂ ଜେଇଇ ପରି ସାଧାରଣ ପ୍ରବେଶିକା ପରୀକ୍ଷା ପ୍ରଚଳନ ହେବା ପରେ ରାଜ୍ୟର ସରକାରୀ ସ୍କୁଲ ଓ କଲେଜମାନଙ୍କରେ ପଢ଼଼ୁଥିବା ଛାତ୍ରଛାତ୍ରୀମାନଙ୍କର ହ୍ରାସ ପାଉଥିବା ସଂଖ୍ୟାକୁ ପରିଲିକ୍ଷିତ କରି ମୁଖ୍ୟମନ୍ତ୍ରୀ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଥିଲେ। ମାତ୍ର ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଅନେକ ତର୍ଜମା ମଧ୍ୟ କରିଥିଲେ। ଏଥିଲାଗି ସର୍ବେକ୍ଷଣ ହୋଇଥିବାବେଳେ ତଥ୍ୟ ଦର୍ଶାଇଥିଲା, ରାଜ୍ୟର ୮୬ ପ୍ରତିଶତ ଛାତ୍ରଛାତ୍ରୀ ସରକାରୀ ସ୍କୁଲରେ ପଢ଼଼ୁଥିବା ବେଳେ ସେମାନଙ୍କ ମଧ୍ୟରୁ ୨୩ ପ୍ରତିଶତ ମେଡ଼ିକାଲ କଲେଜ ଓ ୨୧% ଇଂଜିନିୟରିଂରେ ନାମଲେଖା ପାଇଁ ସିଟ୍‌‌ ପାଉଛନ୍ତି।

ହେଲେ ଘରୋଇ ସ୍କୁଲଗୁଡ଼ିକରେ ମାତ୍ର ୧୨ ପ୍ରତିଶତ ପିଲା ପଢ଼଼ୁଥିଲେ ହେଁ ଉଭୟ ମେଡିକାଲ ଓ ଇନଞ୍ଜିନିୟରିଂ କଲେଜରେ ସେମାନେ ୬୦ ପ୍ରତିଶତ ସିଟ୍‌‌ ପାଉଛନ୍ତି। ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଆର୍ଥିକ ସଙ୍କଟ ତଥା ଉପଯୁକ୍ତ କୋଚିଂ ଅଭାବରୁ ମେଡିକାଲ ଓ ଇନଞ୍ଜିନିୟରିଂ ସିଟ୍‌‌ ପାଇବାରେ ଅସଫଳ ହେଉଥିବା ରାଜ୍ୟ ସରକାର ଉପଲବ୍ଧ କରିଥିଲେ। ତେଣୁ ପ୍ରବେଶିକା ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ପିଲାଙ୍କୁ ସ୍ୱତନ୍ତ୍ର ତାଲିମ ଆବଶ୍ୟକ, ତାହା କେବଳ କୋଚିଂ ସେଣ୍ଟର ମାନଙ୍କରେ ହିଁ ଉପଲବ୍ଧ ହୋଇଥାଏ। ଏହି କୋଚିଂ ସେଣ୍ଟର ଗୁଡିକ ମୁଖ୍ୟତଃ ସହର ଭିତ୍ତିକ ଏବଂ ଏଠାରେ ତାଲିମ ନେବା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି। ଏ ସମସ୍ତ କ୍ଷେତ୍ରକୁ ତର୍ଜମା କରି ସରକାର ଆଦର୍ଶ ବିଦ୍ୟାଳୟ ଓ ସରକାରୀ ସ୍କୁଲରେ ନିଟ୍‌‌ ଓ ଜେଇଇ କୋଚିଂ ବ୍ୟବସ୍ଥା ଲାଗୁ କରିଥିଲେ। ଯାହାକି ଆଇକନିକ୍‌‌ ଆଦର୍ଶ ବିଦ୍ୟାଳୟରେ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇଛି।