OdishaForSports - The Sakala

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଦୃଷ୍ଟିବାଧିତ କ୍ରିକେଟର, ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ଜିତି ଫେରିଲେ ଓଡ଼ିଶା
ଭୁବନେଶ୍ବର: ବିଦେଶ ମାଟିରେ ଚମକିଲେ ଓଡ଼ିଆ ଝିଅ । ଇଂଲଣ୍ଡରେ କମାଲ ଦେଖାଇଲେ ୪ ଓଡ଼ିଆ ଝିଅ । ଓଡ଼ିଶାକୁ ଗର୍ବିତ କରିଥିବା ଏହି ୪ ଦୃଷ୍ଟିବାଧିତ ମହିଳା ଓ ୩ ଜଣ ପୁରୁଷ କ୍ରିକେଟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏତେ ବଡ଼ ସଫଳତା ପାଇଁ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଭଲ କ୍ୟାରିଅର ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମହିଳା କ୍ରିକେଟରଙ୍କୁ ୨୦ ଲକ୍ଷ ଓ ପୁରୁଷ କ୍ରିକେଟରଙ୍କୁ ୧୫ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ଇଂଲଣ୍ଡର ବର୍ମିଂହାମରେ ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ମହିଳା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୟ ଲାଭ କରି ସ୍ୱର୍ଣ୍ଣପଦକ ଜିତିଥିଲା ଭାରତ । ଆଉ ଏହି ଦଳରେ ଥିଲେ ଓଡ଼ିଶାର ଫୁଲ ସୋରେନ, ବାସନ୍ତୀ ହାଂସଦା, ଝିଲି ବିରୁଆ ଓ ପଦ୍ମିନୀ ଟୁଡୁ । ଓଡ଼ିଶା ଫେରିଲା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ଖେଳାଳିଙ୍କୁ ସ୍ୱାଗତ କରାଯାଇଥିଲା ।

ଆଇବିଏସଏ ୱାର୍ଲ୍ଡ ଗେମ୍ସରେ ପୁରୁଷ ଟିମ୍‌ ରୌପ୍ୟ ପଦକ ହାସଲ କରିଥିଲେ । ଟିମ୍‌ରେ ତିନି ଜଣ ଓଡ଼ିଆ ଥିଲେ । ସେମାନେ ହେଲେ ଜାଫର ଇକବାଲ, ନାକୁଲା ବଡ଼ନାୟକ ଏବଂ ପଙ୍କଜ ଭୁଏ । ଏମାନଙ୍କର କଠିନ ପରିଶ୍ରମ ଏବଂ ସଫଳତା ପାଇଁ ଆଜି ସାରା ଓଡ଼ିଆ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପୂର୍ବରୁ ବ୍ଲାଇଣ୍ଡ କ୍ରିକେଟ ଆସୋସିଏସନ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି । ଅଭାବ ଅନଟନରେ ଦିନ କାଟିବା ସତ୍ୱେ ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି କ୍ରିକେଟର । ଗରିବ ପରିବାରରୁ ଆସିଥିବା ଏହି ପ୍ରତିଭା ଭୋକ ଉପବାସରେ ସମୟ ବିତାଇଛନ୍ତି । ବାପା, ମାଆ ମୂଲ ଲାଗି ପରିବାର ଚଳାଇଛନ୍ତି । କିନ୍ତୁ କ୍ରିକେଟ ଖେଳିବା ପରଠାରୁ ଏମାନଙ୍କ ଜୀବନରେ ଅନେକ ପରିବର୍ତନ ଆସିଛି ।

ଆଜିଠୁ ଓଡ଼ିଶାରେ ଜାତୀୟ ଆକ୍ବାଟିକ ଚାମ୍ପିଅନସିପ୍, ୨୫ଟି ରାଜ୍ୟରୁ ଆସିଛନ୍ତି ୯୦୦ ଜଣ ସନ୍ତରଣକାରୀ
ଭୁବନେଶ୍ୱର: ଭୁବନେଶ୍ୱରରେ ୩୯ ତମ ସବ ଜୁନିୟର ଏବଂ ୪୯ ତମ ଜୁନିଅର ନେସନାଲ ଆକ୍ୱାଟିକ ପ୍ରତିଯୋଗିତା ଆରମ୍ଭ ହୋଇଛି।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ପରିସରରେ ନବନିର୍ମିତ ଆକ୍ୱାଟିକ ସେଣ୍ଟରରେ ଏହି ପ୍ରତିଯୋଗିତା ଆରମ୍ଭ ହୋିଛି।  ତେବେ ଆଜି ଜାତୀୟ ଆକ୍ୱାଟିକ ପ୍ରତିଯୋଗିତା ଆଜି ଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ଯାଏଁ ଚାଲିବ। ସାରା ଦେଶରୁ ୨୫ ଟି ରାଜ୍ୟରୁ ୯୦୦ ଜଣ ବଛା ବଛା ସନ୍ତରଣକାରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ସଫଳ ପ୍ରତିଯୋଗୀ ଫିଲିଫାଇନ୍ସରେ ହେବାକୁ ଥିବା ଏସିଆନ ଏଜ ଗ୍ରୁପ ପ୍ରତିଯୋଗିତା ଓ ଅଲିମ୍ପିକ କ୍ୟାଲିଫାଇଙ୍ଗ ମିଟ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିବେ।

ତେବେ ଓଡିଶା କ୍ରୀଡ଼ା ଭିତିଭୂମିକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆର ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି। କଳିଙ୍ଗ ଷ୍ଟାଡିଅମ ପରିସରରେ ନବ ନିର୍ମିତ ଆକ୍ଵାଟିକ ସେଣ୍ଟର ଏକ ସାନ୍ଦାର ଷ୍ଟାଡିୟମ। ଏଭଳି ଆକ୍ଵାଟିକ ସେଣ୍ଟର ସାରା ଭାରତରେ ଅନ୍ୟ କୌଣସି ସ୍ଥାନରେ ନାହିଁ । କଳିଙ୍ଗ ଷ୍ଟାଡିଅମରେ ନିର୍ମିତ ଏହା ଭାରତର ପ୍ରଥମ ଆକ୍ଵାଟିକ ସେଣ୍ଟର ଯେଉଁଠି ଶୀତତାପ ନିୟନ୍ତ୍ରଣ ଇଣ୍ଡୋର ଆକ୍ଵାଟିକ ସେଣ୍ଟରରେ ସ୍ବିମରମାନେ ପ୍ରଦର୍ଶନ କରୁଛନ୍ତି। ଏଠି ଦର୍ଶକମାନଙ୍କ ପାଇଁ ଏସିରେ ବସି ଖେଳ ଦେଖିବାର ସୁବିଧା ମଧ୍ୟ ରହିଛି।

ଅନ୍ତର୍ଜାତୀୟ ଲେବୁଲରେ ଏହି ଆକ୍ଵାଟିକ ସେଣ୍ଟର ନିର୍ମାଣ ହୋଇଛି। କଳିଙ୍ଗ ଷ୍ଟାଡିଅମରେ କେବଳ ସ୍ୱଇମିଙ୍ଗ ନୁହେଁ ସବୁ ଇଭେଣ୍ଟ ପାଇଁ ଅନ୍ତର୍ଜାତୀୟ ଭିତିଭୂମି ରହିଛି। ଅନ୍ୟ ରାଜ୍ୟ ରେ ମଧ୍ୟ ଓଡିଶା ଭଳି ଭିତିଭୂମି ହେବା ଆବଶ୍ୟକ। ସମସ୍ତ ପ୍ରକାର ଅନ୍ତର୍ଜାତୀୟ ତଥା ବଡ଼ ବଡ଼ ଇଭେଣ୍ଟ ଏଠାରେ ଖେଳାଯାଇ ପାରିବ ବୋଲି ସୁଇମିଙ୍ଗ ଫେଡ଼ରେସନ ଅଫ ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ମୋନାଲ ଚୋସକି କହିଛନ୍ତି।