Sankha Bhawan - The Sakala

ନବୀନଙ୍କୁ ମାନସ ଓ ସୁଲତାଙ୍କ କୃତଜ୍ଞତା; ନୂଆ ଦାୟିତ୍ୱ ପାଇଁ ଶଙ୍ଖ ଭବନରେ ଉଭୟଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ
ଭୁବନେଶ୍ୱର: ସାଂସଦ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଓ ସୁଲତା ଦେଓଙ୍କୁ ସଂସଦୀୟ ଦଳର ଉପନେତା ତଥା ମୁଖ୍ୟ ସଚେତକ ଭାବେ ନିଯୁକ୍ତି ପରେ ଶଙ୍ଖ ଭବନରେ ଉଭୟଙ୍କୁ ଦଳ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଏହି ଅବସରରେ ଉଭୟ ସାଂସଦ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ ସହ ମିଳିଥିବା ଦାୟିତ୍ୱର ସୁଚାରୁ ସମ୍ପାଦନ ନିମନ୍ତେ ନିଜର ସାଧ୍ୟମତେ ଉଦ୍ୟମ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।

ସୋମବାର ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରଦୀପ ଅମାତ ପ୍ରମୁଖ ଉଭୟ ମାନସ ଓ ସୁଲତାଙ୍କୁ ସ୍ୱାଗତ ସହ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀ ମଙ୍ଗରାଜ କହିଥିଲେ ଯେ ମୋ ଉପରେ ଭରସା ଏପରି ଗୁରୁ ଦାୟିତ୍ୱ ଅର୍ପଣ କରିଥିବାରୁ ମୁଁ ଦଳର ସଭାପତି ନବୀନ ପଟ୍ଟନାୟକ, ସମସ୍ତ ନେତୃମଣ୍ଡଳୀ ଓ  ଅଗଣିତ କର୍ମୀଙ୍କ ନିକଟରେ କୃତଜ୍ଞ ।  ବିଜୁ ଜନତା ଦଳର ସାଂସଦ ମାନେ ସଂସଦରେ ନିଷ୍ଠାର ସହିତ ରାଜ୍ୟର ହିତ ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗ ଉଠାଇ ଆସୁଛନ୍ତି। ବିଜେଡି ସାଂସଦମାନଙ୍କର ପ୍ରଦର୍ଶନ ଓ ଶୃଙ୍ଖଳା ସଂସଦରେ ସବୁ ସମୟରେ ଆଦୃତ ହୋଇଛି। ଆଗାମୀ ଦିନରେ ମଧ୍ୟ ରାଜ୍ୟର ହିତରେ ବିଭିନ୍ନ ପ୍ରସଙ୍ଗରେ ବିଜେଡି ସାଂସଦମାନଙ୍କ ସ୍ୱର ନିଶ୍ଚିତ ଭାବେ ଶାଣିତ ରହିବ ବୋଲି ମାନସ କହିଥିଲେ।

ସେହିପରି ସୁଲତା ଦେଓ କହିଥିଲେ ଯେ ଦଳର ନେତା ମୋତେ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ମୋର ନେତା ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ଦଳର ସଭାପତି ଯେତେବେଳେ ଯେଉଁ ଦାୟିତ୍ୱ ପ୍ରଦାନ କରିଛନ୍ତି, ଜଣେ ଦାୟିତ୍ୱବାନ ସୈନିକ ହିସାବରେ ମୁଁ ସେହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇଛି । ତେଣୁ ଏହି ଦାୟିତ୍ୱକୁ ମଧ୍ୟ ମୁଁ ନିଷ୍ଠାର ସହିତ ତୁଲାଇବା ପାଇଁ ଚେଷ୍ଟା କରିବି ବୋଲି ସେ କହିଛନ୍ତି। ଏହି ଅବସରରେ ବିଜେଡି ମିଡିଆ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଓ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ପ୍ରମୁଖ ଉଭୟ ଶ୍ରୀ ମଙ୍ଗରାଜ ଓ ଶ୍ରୀମତୀ ଦେଓଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଶଙ୍ଖ ଭବନରେ ଅନନ୍ତ ଦାସଙ୍କ ମର ଶରୀର; ଶ୍ରଦ୍ଧାଞ୍ଜଳି ଦେଲେ ନବୀନ ପଟ୍ଟନାୟକ ଓ ବିଜେଡି ନେତା
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଆଜି ପରଲୋକ ଘଟିଛି । ରବିବାର ଭୋର ୩ଟା ୩୦ ସମୟରେ ଭୂବନେଶ୍ବର ସ୍ଥିତ ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ଶଙ୍ଖ ଭବନରେ ସ୍ବର୍ଗତ ଦାସଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଏହାସହ ବିଜେଡି ନେତା ଓ କର୍ମୀ ମଧ୍ୟ ସ୍ବର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହାପୂର୍ବରୁ ଅନନ୍ତଙ୍କ ଦେହାନ୍ତ ଖବର ଶୁଣିବା ପରେ ନବୀନ ଶୋକ ପ୍ରକାଶ କରିଥିଲେ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସେ ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ଏହାସହ ସ୍ବର୍ଗତ ଦାସଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ ।

ସୂଚନାଯୋଗ୍ୟ, ଭୋଗରାଇର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅନନ୍ତ ଦାସ ୨୦୦୪ ମସିହାରୁ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିଲେ । ୨୦୦୪ ମସିହାରୁ ଲଗାତାର ୪ଥର ବିଜେଡି ଦଳରୁ ଭୋଗରାଇର ବିଧାୟକ ହୋଇଥିଲେ । ୨୦୦୪ ରୁ ୨୦୦୯ରେ ପ୍ରଥମେ ବିଧାୟକ । ୨୦୦୯ରୁ ୨୦୧୪ ବିଧାନସଭାର ମୁଖ୍ୟ ସଚେତକ । ୨୦୧୪ରୁ ୨୦୧୯ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଶିଳ୍ପ ମନ୍ତ୍ରୀ । ୨୦୧୯ରୁ ୨୦୨୪ରେ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଥିଲେ ।

ପ୍ରଚାରରେ ଖର୍ଚ୍ଚ ପୁଳା ପୁଳା ଟଙ୍କା, ହେଲେ ମାଆ ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇ ବାହା ବାହା ନେଉଛନ୍ତି ସରକାର: ନବୀନ
ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ନାରୀ ସଶକ୍ତିକରଣକୁ ଅଗ୍ରାଧିକାର ଦେଉଥିବା ବିଜୁ ଜନତା ଦଳ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରୁଛି। ମହିଳା ଦିବସର ଅଭିନନ୍ଦନ ଜଣାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ସେ ନିଜ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ। କହିଥିଲେ ଯେ, ଆଜି ବିଶ୍ୱ ମହିଳା ଦିବସ । ଏହି ଅବସରରେ ବିଜେଡି ମହିଳା କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁତ ଖୁସି। ମାଆ ହେଉଛନ୍ତି ପରିବାର ଓ ସମାଜର ଶକ୍ତି। ୧୯୯୦ ମସିହାରେ ବିଜୁ ପଟ୍ଟନାୟକ ମାଆ ମାନଙ୍କୁ ସଶକ୍ତ କରିବାକୁ କାମ କରି ପଞ୍ଚାୟତରେ ୩୩% ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସରକାରୀ ଚାକିରିରେ ମଧ୍ୟ ସେ ସଂରକ୍ଷଣ ଲାଗୁକରିଥିଲେ। ହେଲେ ଦୁଃଖର କଥା ଡବଲ ଇଞ୍ଜିନ ସରକାର ବିଜୁ ବାବୁଙ୍କୁ ଅସମ୍ମାନ କରିଛନ୍ତି। ତାଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହେଲାନି। ତାଙ୍କ ଆଦର୍ଶରେ ବିଜେଡି ସରକାର ମହିଳା ସଂରକ୍ଷଣ ବୃଦ୍ଧି କରିଥିଲା। ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଦାବି ରଖିଛି। ମିଶନ ଶକ୍ତି ମାଆ ମାନଙ୍କୁ ସଶକ୍ତ କରିଛି। ଡବଲ ଇଞ୍ଜିନ ସରକାର ଏହାକୁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି। ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟା କରିଛନ୍ତି। ପ୍ରଚାର ପାଇଁ ଶହ ଶହ କୋଟି ଖର୍ଚ୍ଚ କରିଛନ୍ତି। ହେଲେ ମାଆ ମାନଙ୍କୁ ଦିନକୁ ୨୭ ଟଙ୍କା ଦେଇଛନ୍ତି। ଏଥିରେ କ୍ଷୀର କିଣି ପାରିବେ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଆପଣ ମାନେ ବିଜେଡିର ପ୍ରତିନିଧି। ସମସ୍ତଙ୍କୁ ସଚେତନ କରନ୍ତୁ। ମାଆ ମାନଙ୍କୁ ବିଭ୍ରାନ୍ତି କରିବାକୁ ଚେଷ୍ଟାକୁ ବିରୋଧ କରନ୍ତୁ ବୋଲି ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ଶଙ୍ଖ ଭବନରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ
ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଶଙ୍ଖ ଭବନରେ ବି ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଦେଶ ଜାତି ପ୍ରତି ବିଜୁ ବାବୁଙ୍କ ଅବଦାନ ସ୍ମରଣ କରିଥିଲେ। ଏହି ଅବସରରେ ବିଜେଡିର ବହୁ ନେତା, ବିଧାୟକ, କର୍ମୀ ଯୋଗ ଦେଇଥିଲେ। ଶହ ଶହ ବିଜେଡି କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସେପଟେ ଆଜି ସକାଳେ ନବୀନ ପଟ୍ଟନାୟକ ଭୁବନେଶ୍ଵର ଫରେଷ୍ଟ ପାର୍କରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ବିଜେଡିର ଅନ୍ୟମାନେ ମଧ୍ୟ ଥିଲେ। ସେମାନେ ମଧ୍ୟ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦେଶ ଓ ରାଜ୍ୟ ପ୍ରତି ବିଜୁ ବାବୁଙ୍କ ଅବଦାନକୁ ମନେ ପକାଇଛନ୍ତି ସମସ୍ତେ। ସୋସିଆଲ ମିଡିଆ ଏକ୍ସ ରେ ମଧ୍ୟ ବିଜୁ ବାବୁଙ୍କୁ ସ୍ମରଣ କରି ନବୀନ ପଟ୍ଟନାୟକ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।

ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଶଙ୍ଖ ଭବନରେ ବିଜେଡି ବିଧାୟକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମର ଶୁଭ ଉଦ୍‌‌ଘାଟନ କରିବେ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ବିଧାୟକ ଏବଂ ନେତୃବୃନ୍ଦ ଓଡ଼ିଶା ବିଧାନସଭାର ବିଭିନ୍ନ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ନବାଗତ ବିଧାୟକମାନଙ୍କୁ ବିଷଦ ସୂଚନା ଦେବେ।

ଏ ସମ୍ପର୍କରେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଅଧିକ ସୂଚନା ଦେଇ ବିଜେଡିର ବରିଷ୍ଠ ବିଧାୟକ ଡଃ ଅରୁଣ କୁମାର ସାହୁ କହିଛନ୍ତି, ଜଣେ ବିଧାୟକ ଭାବେ କେମିତି କାର୍ଯ୍ୟ କରିବାକୁ ହୁଏ ଏବଂ ଅନ୍ୟାନ୍ୟ ଜରୁରୀ ପ୍ରକ୍ରିୟା, ଗୃହର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନେ ପ୍ରଶିକ୍ଷଣ ନେବେ। କେମିତି ଜଣେ ପ୍ରଭାବଶାଳୀ ଓ ଦକ୍ଷ ବିଧାୟକ ହେବେ ବୋଲି ଏକ ବିଷୟବସ୍ତୁ ରଖାଯାଇଛି। ସେହିପରି ପ୍ରାଇଭେଟ ମେମ୍ବର ବିଲ, ବିଶେଷାଧିକାର ପ୍ରସ୍ତାବ ତାହା ଉପରେ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ତଥା ୮ଥର ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରଶିକ୍ଷଣ ଦେବେ। ବିଧାନସଭାରେ ଶୂନ୍ୟକାଳ, ପ୍ରଶ୍ନକାଳ, ସ୍ୱତନ୍ତ୍ର ଧ୍ୟାନ ଆକର୍ଷଣ ନୋଟିସ୍‌‌ ଭଳି ଜରୁରୀ ପ୍ରକ୍ରିୟା ସମ୍ପର୍କରେ ବରିଷ୍ଠ ବିଧାୟକ ଗଣେଶ୍ୱର ବେହେରା ବିଧାୟକମାନଙ୍କୁ ସୂଚନା ଦେବେ। ଅପରପକ୍ଷେ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ କିପରି ଉତ୍‌‌ଥାପନ କରାଯିବ ସେ ସମ୍ପର୍କରେ ବରିଷ୍ଠ ନେତା ଡଃ ସନ୍ତୃପ୍ତ ମିଶ୍ର ପ୍ରଶିକ୍ଷଣ ଦେବେ। ଓଡ଼ିଶା ବିଧାନସଭାର ପୂର୍ବତନ ନିର୍ଦ୍ଦେଶକ (ଗବେଷଣା) ଶିବ ପ୍ରସାଦ ପଟ୍ଟନାୟକ ବିଧାନସଭାର ବିଭିନ୍ନ ପ୍ରକ୍ରିୟା ସମ୍ପର୍କରେ ବିଧାୟକମାନଙ୍କ ମାର୍ଗଦର୍ଶନ କରିବେ। ବିଧାନସଭାର ବିଭିନ୍ନ କମିଟିର କାର୍ଯ୍ୟଧାରା ବିଷୟରେ ୬ ଥର ବିଧାୟକ ଥିବା ବିକ୍ରମ କେଶରୀ ଆରୁଖ ପ୍ରଶିକ୍ଷଣ ଦେବେ।

ସେହିପରି ବରିଷ୍ଠ ନେତା ପ୍ରତାପ ଜେନା, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରତାପ କେଶରୀ ଦେବ, ସଞ୍ଜୟ କୁମାର ଦାସବର୍ମାଙ୍କ ଭଳି ବରିଷ୍ଠ ନେତୃବୃନ୍ଦ ସୂଚନା ଦେବେ। ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣକାରୀ ନୋଟିସ୍‌‌, ମୁଲତବୀ ପ୍ରସ୍ତାବ ବିଷୟରେ କଳିକେଶ ନାରାୟଣ ସିଂଦେଓ କହିବେ। ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ, ପ୍ରଦୀପ ଅମାତ, ପ୍ରମିଳା ମଲ୍ଲିକ, କ୍ୟାପଟେନ୍‌‌ ଦିବ୍ୟଶଙ୍କର ମିଶ୍ର, ସୁଶାନ୍ତ ରାଉତ, ବ୍ୟୋମକେଶ ରାୟ, ଧ୍ରୁବ ଚରଣ ସାହୁ, ମନୋହର ରନ୍ଧାରୀ, ଦେବୀ ରଞ୍ଜନ ତ୍ରିପାଠୀ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିଧାୟକମାନଙ୍କୁ ସୂଚନା ଦେବେ। ସଂଯୋଜନା କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିବେ। ସକାଳ ୧୦ରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏହି କାର୍ଯ୍ୟକ୍ରମରେ ଦଳର ସମସ୍ତ ବିଧାୟକ ଏବଂ ନେତୃବୃନ୍ଦ ସାମିଲ ହେବେ ବୋଲି ଡ଼ ସାହୁ ସୂଚନା ଦେଇଛନ୍ତି।

ସେ ଆହୁରି କହିଥିଲେ ଯେ ବିଧାୟକମାନଙ୍କର ପ୍ରଣିକ୍ଷଣ କାର୍ଯ୍ୟକ୍ରମ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବିଧାନସଭାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାନସଭା, ବାଚସ୍ପତି ଓ ମୁଖ୍ୟମନ୍ତ୍ରୀଙ୍କ ମର୍ଯ୍ୟାଦା ହାନୀ ହେବା ଭଳି ବ୍ୟବସ୍ଥା ହୋଇଥିଲା। ଓଡିଆ ଜାତିର ଅସ୍ମିତା କ୍ଷୂର୍ଣ୍ଣ ହେବା ଭଳି କାର୍ଯ୍ୟ ହୋଇଥିଲା। ବିଧାନସଭାର ପରମ୍ପରା ଭଙ୍ଗ ହୋଇଥିଲା। ତେଣୁ ସେହି କାର୍ଯ୍ୟକ୍ରମରେ ବିଜେଡି ଯୋଗ ଦେବାକୁ ଉଚିତ ମଣି ନଥିଲା। ସେଥିପାଇଁ ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଶଙ୍ଖ ଭବନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଉଛି ବୋଲି ଡଃ ସାହୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ।

ବିଜେଡିରେ ମିଶିଲେ ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି
ଭୁବନେଶ୍ବର: ବିଜେଡିରେ ମିଶିଲେ କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ କୋଟିଆ ବ୍ଲକର ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ରାମ ଚନ୍ଦ୍ର ପାଙ୍ଗି। ସେହିପରି କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଅଭିରାମ ହଁତାଲ। ଅବସରପ୍ରାପ୍ତ ପ୍ରଶାସକ ତିଲକ ହେମନ୍ଦୁ, ମକୁନ୍ଦ ନାୟକ, ଉପେନ୍ଦ୍ର ହଁତାଲା, ପର୍ଶୁରାମ ପାଙ୍ଗି, ଦାଶରଥୀ ଖାଲ ମଧ୍ୟ ସାମିଲ ହୋଇଛନ୍ତି। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଓ ସଂଗଠନ ସମ୍ପାଦକଙ୍କ ପକ୍ଷରୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ସସ୍ମିତ ପାତ୍ର। ଅନ୍ୟମାନଙ୍କ ମଧ୍ୟରେ ପୋଟାଙ୍ଗୀ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଉପସ୍ଥିତ ଥିଲେ।

ଈଶ୍ୱର ପାଣିଗ୍ରାହୀ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ବିକାଶ କାର୍ଯ୍ୟକ୍ରମ ଯୋଗୁଁ ସମସ୍ତେ ମିଶିଛନ୍ତି। ପ୍ରଫୁଲ୍ଲ ପାଙ୍ଗି କହିଥିଲେ, ଏହା ଖୁସି ଖବର । ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖି ସମସ୍ତେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୦ ରୁ ଅଧିକ କର୍ମୀ ମିସିଛନ୍ତି। ୨୦୨୪ ନିର୍ବାଚନରେ ପୋଟାଙ୍ଗୀରେ ବିଜେଡି ସୁଦୃଢ ହେବ।

ରାମ ଚନ୍ଦ୍ର ପାଙ୍ଗି କହିଥିଲେ, ପ୍ରଫୁଲ୍ଲ ପାଙ୍ଗି ମୋ ପୁତୁରା । ମୁଁ ୨୦୧୭-୧୯ ଯାଏଁ ବିଜେପିର ସଂଗଠନ କଲି। ବିଜେପି ସଂଗଠନ ନଥିଲା। ନିଜେ ଖର୍ଚ୍ଚ କରି ସଂଗଠନ କଲି। ମତେ କାଟିକି ନୂଆ ପ୍ରାର୍ଥୀ ଦେଲା ବିଜେପି। ଯାହା ଦୁଃଖ ଲାଗିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରା ଓ ନିର୍ମଳ ଭାବମୂର୍ତ୍ତି ସହ ପ୍ରଫୁଲ୍ଲ ପାଙ୍ଗିଙ୍କ ପରାମର୍ଶରେ ବିଜେଡିରେ ସାମିଲ ହୋଇଥିବା ସେ କହିଛନ୍ତି। ଆମେ ବିଜେଡିରେ ମିଶି କାମ କରିବୁ ବୋଲି କହିଛନ୍ତି।

ଓଡିଶାର ପରିବର୍ତ୍ତନ, ପ୍ରଗତି ଏବଂ ବିକାଶର ପ୍ରତିନିଧିତ୍ୱ କରୁଛି ‘ଶଙ୍ଖ’: ବିଜେଡି
ଭୁବନେଶ୍ୱର: ଓଡ଼ିଶାର ସାଢେ଼ ୪ କୋଟି ଲୋକଙ୍କ ପାଇଁ ବିଜେଡି ଦଳର ଚିହ୍ନ ‘ଶଙ୍ଖ’ ଓଡ଼ିଶାର ପରିବର୍ତନ, ପ୍ରଗତି ଓ ବିକାଶର ପ୍ରତିନିଧିତ୍ୱ କରୁଛି। ରାଜ୍ୟବାସୀ ବିଜେଡିର ଚିହ୍ନ ‘ଶଙ୍ଖ’କୁ ନିଜର ପ୍ରତୀକ ଭାବେ ଚିହ୍ନିଥାନ୍ତି, ଯାହା ସେମାନଙ୍କ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସଶକ୍ତୀକରଣର ପ୍ରତୀକ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା।

ଶ୍ରୀ ପଣ୍ଡା ଏଠାରେ ଗଣମାଧ୍ୟମକୁ କହିଛନ୍ତି ଯେ ଶଙ୍ଖ ଚିହ୍ନ ଉପରେ କୋଟି କୋଟି ଲୋକଙ୍କ ଭଲପାଇବା, ବିଶ୍ୱାସ ଓ ଭରସା ଥିବାରୁ ଏହାର ବ୍ୟବହାର ପ୍ରତି ବିଜେଡି ସଚେତନ ରହିଛି। ଆମ ଦଳର ଚିହ୍ନ ଶଙ୍ଖ କୌଣସି ସରକାରୀ କାର୍ଯ୍ୟକ୍ରମ କିମ୍ବା ଯୋଜନାରେ ବ୍ୟବହୃତ ହୋଇଥିବା ଆମ ନଜରକୁ ଆସିନାହିଁ। ଯଦି ଏହା ହୋଇଥାନ୍ତା, ତେବେ ଆମେ ପ୍ରଥମେ ଏହାର ପ୍ରତିବାଦ କରିଥାନ୍ତୁ।

ଓଡ଼ିଶା ବିଜେପି କ’ଣ କହିବାକୁ ଚାହୁଁଛି ଯେ ଜି-୨୦ ଲୋଗୋରେ, ପିଡିଏସ୍‌ ରାସନ ରସିଦରେ, ଆୟୁଷ୍ମାନ ଭାରତ ଲୋଗୋ, ଉଜ୍ଜ୍ୱଳା ଯୋଜନା ଲୋଗୋ ଓ ଅମୃତ ଯୋଜନା ଲୋଗୋରେ ବ୍ୟବହୃତ ହେଉଥିବା ପଦ୍ମ ଫୁଲ ସେମାନଙ୍କ ଦଳୀୟ ଚିହ୍ନ ଏବଂ ସେଥିପାଇଁ ସେମାନେ ଭାବୁଛନ୍ତି ଯେ ଅନ୍ୟତ୍ର ମଧ୍ୟ ‘ଶଙ୍ଖ’ ଚିହ୍ନ ବ୍ୟବହାର କରାଯାଉଛି? ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ ସେମାନେ ନିଜର ସଂକୀର୍ଣ୍ଣ ମାନସିକତାରୁ ଦୂରେଇ ରୁହନ୍ତୁ ଏବଂ ‘ଶଙ୍ଖ’ ଚିହ୍ନ ଭଳି ଅଣପ୍ରସଙ୍ଗ ନଉଠାଇ ଓଡ଼ିଶାବାସୀଙ୍କ ପାଇଁ କିଛି ଭଲ ଦିଗରେ କାର୍ଯ୍ୟ କରନ୍ତୁ।

ଓଡ଼ିଶାକୁ ନବୀନ ଓଡ଼ିଶା, ନୂଆ ଓଡ଼ିଶାରେ ପରିଣତ କରିବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ ଏବଂ ଏଭଳି ଅଣ-ପ୍ରସଙ୍ଗ ଉଠାଇ ଓଡ଼ିଶା ବିଜେପି ରାଜ୍ୟର ବିକାଶ ଦିଗରେ ନିଜର ଉଦ୍ଦେଶ୍ୟର ଅଭାବ ଥିବା ପ୍ରଦର୍ଶିତ କରୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବିଜେଡିରେ ଯୋଗଦେଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ
ଭୁବନେଶ୍ୱର: ଶଙ୍ଖ ଭବନରେ ମିଶ୍ରଣ ପର୍ବ । ବିଜେଡିରେ ମିଶିଲେ ଢେଙ୍କାନାଳର ଡକ୍ଟର ଅବିନାଶ ସାମଲ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଦଳରେ ସାମିଲ ହୋଇଛନ୍ତି ଅବିନାଶ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ହୋଇଛନ୍ତି ସାମିଲ। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟଙ୍କଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ଅବିନାଶ।

ଢେଙ୍କାନାଳ ଖଡଗପ୍ରସାଦର ଡକ୍ଟର ଅବିନାଶ ସାମଲ ସମାଜ ସେବାରେ ନିଜକୁ ବ୍ରତୀ କରିଛନ୍ତି। ସାଂସଦ ମାନସ ମଙ୍ଗରାଜ କହିଛନ୍ତି- ଅବିନାଶ ହେଉଛନ୍ତି ଢେଙ୍କାନାଳର ଜଣେ ପ୍ରସିଦ୍ଧ ଡାକ୍ତର ଓ ଉଦ୍ଯୋଗବିତ୍। ମୁଖ୍ଯମନ୍ତ୍ରୀଙ୍କ ବିକାଶର ପର୍ବରେ ସେ ଅନୁପ୍ରାଣୀତ ହୋଇଛନ୍ତି। ତାଙ୍କର ଯୋଗଦାନ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବ। ଅବିନାଶ କହିଛନ୍ତି ଯେ ଗତ ୧୦ ବର୍ଷରେ ବିଜେଡିର ଯେଉଁ କାମ ରହିଛି, ସେଥିରେ ତାଙ୍କର କିଛି ଯୋଗଦାନ ରହିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଗ୍ଲୋବାଲ ସ୍ତରକୁ ନେଉଛନ୍ତି। ତାଙ୍କ ନିର୍ଦ୍ଦେଶରେ ସେବା କରି ଚାଲିବି ବୋଲି କହିଛନ୍ତି ଅବିନାଶ ।

ବିଜେଡିରେ ମିଶିଲେ ପୁରୀ ଜିଲ୍ଲାର ବିଜେପି ନେତା ଓ ଶତାଧିକ କର୍ମୀ
ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି  ମିଶ୍ରଣ ପର୍ବ ହୋଇଥିଲା।  ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି। କୃଷ୍ଣପ୍ରସାଦ, ପୁରୀ ସଦର ଏବଂ ବ୍ରହ୍ମଗିରିର ବହୁ ବିଜେପି ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା ନେତା ଓ କର୍ମୀ କହିଛନ୍ତି।

ଦଳକୁ ସ୍ବାଗତ କରିଥିଲେ ସାଙ୍ଗଠନିକ ସମ୍ପାଦକ ।  ଯେଉଁ ବିକାଶ ଚାଲିଛି ତାହାକୁ ଆଗେଇ ନେବେ । ଦଳରେ ଯେଉଁ ସମ୍ମାନ ପାଇଁ ଆଶା ରହିଛି ତାହା ପାଇବେ ।ଦଳରେ ଶୃଙ୍ଖଳା ରହିଛି, ସେଇ ହିସାବରେ ପ୍ରତିଷ୍ଠା ମିଳିବ । ବିଜେଡି ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ସମସ୍ତେ ମିଶି ମୁଖ୍ୟମନ୍ତ୍ରୀଙ୍କ ବିକାଶ କାମକୁ ଆଗେଇ ନେବା ବୋଲି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ।

ବିଜେଡିରେ ଯୋଗଦେବା ପରେ ଜୟନ୍ତ ନୁଜ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଆଗକୁ ପୁରୀ ଜିଲ୍ଲାରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ନେଇ କାମ କରିବି । ପୂର୍ବରୁ ଯାହାପାଇଁ କାମ କରୁଥିଲି ସେ କେବଳ ପରିବାର ସ୍ବାର୍ଥ ପାଇଁ କାମ କରୁଛନ୍ତି । ମିଶ୍ରଣ ପର୍ବରେ ବ୍ରହ୍ମଗିରି ର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ଉପସ୍ଥିତ ଥିଲେ ।

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ଭୁବନେଶ୍ୱର : ଦେଶ ପାଳୁଛି ୭୭ତମ ସ୍ବାଧୀନତା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ପରିସରରେ ମହାସମାରୋହରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ବିଜେଡି ଉପସଭାପତି ଦେବୀ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ଯୁବ ଏବଂ ଛାତ୍ର ନେତାମାନେ ଉପସ୍ଥିତ ଥିଲେ । ସମସ୍ତେ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରିବା ସହ ଜାତୀୟ ସଂଗୀତ ଗାନ କରିଥିଲେ ।