curfew - The Sakala
ଭଦ୍ରକ ଗୁଡୁପୋଖରୀରେ ଗୋଷ୍ଠୀ ସଂଘର୍ଷ ଘଟଣା: ବଢିଲା କର୍ଫ୍ୟୁର ଅବଧି, ୨୩ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ୧୬୩ ଧାରା ବଳବତ୍ତର
ଭଦ୍ରକ/ଦୋବଲ/ଧାମନଗର: ଧାମନଗର ବ୍ଲକ ବୟାଙ୍ଗଡ଼ିହ ପଞ୍ଚାୟତ ଗୋଡ଼ିପୋଖରୀ ଗୋଷ୍ଠୀ ସଂଘର୍ଷ ଘଟଣାରେ ଲାଗୁ ହୋଇଥିବା ୧୬୩ ଧାରା ବଳବତ୍ତର ରହିଛି। ସମ୍ଭାବ୍ୟ ଉତ୍ତେଜନାକୁ ଲକ୍ଷ୍ୟ କରି ଭଦ୍ରକ ସବ୍‌‌ଡିଭିଜନାଲ ମାଜିଷ୍ଟ୍ରେଟ ତଥା ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଏହି ଧାରାକୁ ୨୩ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହା ଶନିବାର ରାତି ୧୦ଟା ପର୍ଯ୍ୟନ୍ତ ଜାରି ହୋଇଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ୬ପ୍ଲାଟୁନ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।
ଧୂଷୁରୀ ଥାନା ପାଖରୁ ୧୬୩ ଧାରା ଜାରି କରାଯାଇଥିବା ନେଇ ଡାକବାଜି ଯନ୍ତ୍ର ଦ୍ୱାରା ଅଞ୍ଚଳରେ ପ୍ରଚାର କରାଯାଇ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି। ପୂର୍ବବତ୍‌ ଗୋଡ଼ିପୋଖରୀ ଓ ଏହାର ୧କିମି ବ୍ୟାସାର୍ଦ୍ଧ ଅଞ୍ଚଳରେ ଏହି ଧାରା ଜାରି ରହିବ। ଘଟଣାସ୍ଥଳରେ ଧାମନଗର ତହସିଲଦାର ଦୀପକ ଦାସ, ଏସ୍‌‌ଡିପିଓ ତ୍ରିଲୋଚନ ସେଠୀ, ଧାମନଗର ଥାନା ଅଧିକାରୀ ଫଣୀନ୍ଦ୍ରଭୂଷଣ ନାୟକ, ଧୂଷୁରୀ ଥାନାର ଭାରପ୍ରାପ୍ତ ଥାନାଧିକାରୀ ଶାନ୍ତନୁ ଜେନା ପ୍ରମୁଖ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଶାନ୍ତି ବଜାୟ ରଖିବାକୁ ଉପଜିଲ୍ଲାପାଳ ଶ୍ରୀ ପାତ୍ର ପକ୍ଷରୁ ଉଭୟ ସମ୍ପ୍ରଦାୟ ଲୋକଙ୍କୁ ନିବେଦନ କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ମୋଟ ୩୦ ଜଣଙ୍କ ନାମରେ ଅଭିଯୋଗ କରାଯାଇଥିବା ବେଳେ ୭ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଖୁବ୍‌‌ଶୀଘ୍ର ଗିରଫ କରାଯିବା ନେଇ ଉପଜିଲ୍ଲାପାଳ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି।
୧୪ ଦିନ ପରେ ସମ୍ବଲପୁରରୁ ହଟିଲା କର୍ଫ୍ୟୁ କଟକଣା
ସମ୍ୱଲପୁର: ସମ୍ବଲପୁରରୁ ଉଠିଲା କର୍ଫ୍ୟୁ । ୧୪ ଦିନ ପରେ କର୍ଫ୍ୟୁ କଟକଣାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଛନ୍ତି ସମ୍ବଲପୁରବାସୀ । ସମ୍ବଲପୁରରେ ଅବସ୍ଥା ସ୍ୱାଭାବିକ ହୋଇଥିବା ହୃଦୟଙ୍ଗମ କରି ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସହରରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଇଛି। ଏନେଇ ଏକ ବିଜ୍ଞପ୍ତି ମାଧ୍ୟମରେ ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍‌‌ ପ୍ରଭାସ ଚନ୍ଦ୍ର ଦଣ୍ଡସେବାଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ୍‌ ଶୋଭାଯାତ୍ରା ଉପରକୁ ପଥରମାଡ଼ ଓ ଆକ୍ରମଣ ପରେ ଅଶାନ୍ତ ହୋଇଥିଲା ସମ୍ବଲପୁର । ସ୍ଥିତି ନିୟନ୍ତ୍ରଣ ପାଇଁ ଗତ ୧୪ ତାରିଖ ମଧ୍ୟରାତ୍ରିରୁ ସହରରେ ପ୍ରଶାସନ କର୍ଫ୍ୟୁ ଲଗାଇଥିଲା ।
ସମ୍ବଲପୁର ସହରର ୬ ଥାନାରେ ଗତ ୧୪ ତାରିଖରୁ କର୍ଫ୍ୟୁ ଲଗାଯାଇଥିଲା। ମାତ୍ର ଏହାକୁ କ୍ରମଶଃ କୋହଳ କରାଯିବା ସହିତ ଗତ ୨୬ ଓ ୨୭ ତାରିଖରେ ଯଥାକ୍ରମେ- ସଦର, ବରାଇପାଲି ଥାନା ଓ ଅଇଁଠାପାଲି, କ୍ଷେତରାଜପୁର ଆଦି ୪ଟି ଥାନାରୁ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା। ତେବେ ଶନିବାର ସନ୍ଧ୍ୟାରେ ଟାଉନ ଥାନା ଓ ଧନୁପାଲି ଥାନା ଅଞ୍ଚଳରୁ ମଧ୍ୟ କର୍ଫ୍ୟୁ ଉଚ୍ଛେଦ କରାଯାଇଛି। ଫଳରେ ବର୍ତ୍ତମାନ ଜନସାଧାରଣରଙ୍କ ଚଳପ୍ରଚଳ ସ୍ୱାଭିବିକ୍‌‌ ହୋଇପାରିବ। ତେବେ ଗତ ୧୭ ତାରିଖରେ ଜିଲ୍ଲାପାଳ ସମ୍ବଲପୁର ଜିଲ୍ଲା ସୀମା ମଧ୍ୟରେ ବାହାର ଜିଲ୍ଲାରୁ ପ୍ରବେଶ ଉପରେ ଲଗାଇଥିବା କଟକଣା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏହି ସମୟ ମଧ୍ୟରେ ବାହାର ଜିଲ୍ଲାରୁ କେହି ସମ୍ବଲପୁର ଜିଲ୍ଲା ମଧ୍ୟରେ ପ୍ରବେଶ, ଚଳପ୍ରଚଳ, କୌଣସି ସାମାଜିକ, ରାଜନୈତିକ ଓ ବ୍ୟକ୍ତିଗତ କାର୍ଯ୍ୟକ୍ରମ ବିନା ଅନୁମତିରେ କରିପାରିବେ ନାହିଁ।
ପରୀକ୍ଷାର୍ଥୀଙ୍କ ପାଇଁ ସମ୍ବଲପୁରରେ ଆସନ୍ତାକାଲି କୋହଳ ହେବ କର୍ଫ୍ୟୁ
ସମ୍ବଲପୁର: ବିଭିନ୍ନ ପରୀକ୍ଷା ଥିବା ଯୋଗୁଁ ଆସନ୍ତାକାଲି ସମ୍ବଲପୁରରେ କୋହଳ ହେବ କର୍ଫ୍ୟୁ । ପରୀକ୍ଷାର୍ଥୀଙ୍କ ପାଇଁ କର୍ଫ୍ୟୁ କଟକଣା କୋହଳ କଲା ସମ୍ୱଲପୁର ଜିଲ୍ଲା ପ୍ରଶାସନ । ସକାଳ ୭ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ । ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି । ନିର୍ଦ୍ଦିଷ୍ଟ ବସରେ ପରୀକ୍ଷା ପାଇଁ ଯିବାଆସିବା କରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ପ୍ରଶାସନ ଯୋଗାଇ ଦେବ ବସ୍ । କ୍ଷେତରାଜପୁର ରେଳ ଷ୍ଟେସନରୁ ବାହାରିବ ୩ଟି ବସ୍ । ପରୀକ୍ଷାର୍ଥୀଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେଲପଲାଇନ ନମ୍ବର ବି ଜାରି କରାଯାଇଛି । ସେହି ନମ୍ବର ହେଲା -୦୬୬୩୨୪୦୩୭୪୪ ।
ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରୁ ପରୀକ୍ଷାର୍ଥୀଙ୍କୁ ଅଣାଯିବ । ସିଟି ରେଳଷ୍ଟେସନରୁ ଗୋଟିଏ, ଅଇଁଠାପାଲି ବସଷ୍ଟାଣ୍ତରୁ ୩ବସ୍ ବାହାରିବ । ASO ଓ CDS ପରୀକ୍ଷାର୍ଥୀ ଆଡମିଟ କାର୍ଟ ଆଣିବାକୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ପେଡ ଲଞ୍ଚର ବ୍ୟବସ୍ଥା କରିଛି ପ୍ରଶାସନ । କର୍ଫ୍ୟୁ କୋହଳ ବେଳେ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ କିଣିପାରିବେ । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜି୍ଲାପାଳ ଅନନ୍ୟା ଦାସ ।
ଭୁବନେଶ୍ଵର: କରୋନା ପୁଣି ଥରେ କାୟା ମେଲାଉଛି। ଦେଶ ଏବଂ ରାଜ୍ଯରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କରୋନାକୁ ହରାଇବା ପାଇଁ ଗାଇଡଲାଇନ ମଧ୍ଯ ଜାରି କରଯାଇଛି। କିଛି ଲୋକ ଗାଇଡଲାଇନକୁ ମାନୁଥିବା ବେଳେ କିଛି ଅମାନିଆ ଏହାକୁ ପାଳନ କରୁନାହାନ୍ତି। ଅମନିଆଙ୍କୁ କାବୁ କରିବା ପାଇଁ ମଧ୍ଯ ବିଭିନ୍ନସ୍ଥାନରେ ସଚେତନତା ସହ ଚଢ଼ାଉ ମଧ୍ୟ କରାଯାଉଛି। ଆସନ୍ତାକାଲିଠୁ  ୧୦ଟା ଜିଲାରେ ନାଇଟ କର୍ଫ୍ଯୁ ମଧ୍ଯ ଜାରି ହେବ। ତେଣୁ ଆଗାମି ଦିନରେ କରୋନାକୁ ମାତ ଦେବା ପାଇଁ ରାଜ୍ୟ ସରକାର ଦିନ ବେଳା କର୍ଫ୍ୟୁ ଲାଗୁ କରିପାରନ୍ତି। ଏ ନେଇ ରବିବାର ବାଚସ୍ପତି ସୂର୍ଯ୍ଯ ନାରାୟଣ ପାତ୍ର ସଙ୍କେତ ମଧ୍ୟ ଦେଇଛନ୍ତି।
କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ବାଚସ୍ପତି କହିଛନ୍ତି ଯେ, ରାଜ୍ୟରେ ଦିନ ସମୟରେ କର୍ଫ୍ୟୁ ଲାଗୁ ହୋଇପାରେ। କରୋନା ସଂକ୍ରମଣ ବଢୁଥିବାରୁ ଆଗାମୀ ୪/୫ ଦିନ ଭିତରେ କର୍ଫ୍ୟୁ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇପାରେ। ମୁଖ୍ୟମନ୍ତ୍ରୀ ଏ ଦିଗରେ ଅନୁଧ୍ୟାନ କରୁଛନ୍ତି। କରୋନାକୁ ନେଇ ସମସ୍ତେ ସଚେତନ ହେବା ଦରକାର ବୋଲି ବାଚସ୍ପତି କହିଛନ୍ତି।