Indian Premier League - The Sakala
ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍‌ମିଟ୍‌ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍
ପାକିସ୍ତାନ ସୁପର ଲିଗ୍ (PSL) ଏବଂ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ମଧ୍ୟରେ ତୁଳନାକୁ ନେଇ ଚାଲିଥିବା ବିତର୍କ ଏବେ ଏକ ନୂଆ ମୋଡ଼ ନେଇଛି। ଇସ୍‌ଲାମାବାଦ ୟୁନାଇଟେଡ୍‌ର ସହକାରୀ କୋଚ୍ ତଥା ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ଜାକବ୍ ଓରାମ୍ ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ହସ ରୋକିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକାର ବ୍ୟାଟର ରିଲି ରୁସୋ ଆଇପିଏଲ୍‌କୁ ଏକ "ସିନେମା" ସହ ତୁଳନା କରିଥିବା ପ୍ରସଙ୍ଗରେ ସାମ୍ବାଦିକଙ୍କ ଏକ ପ୍ରଶ୍ନ ଶୁଣି ଓରାମ୍ ହସିହସି ବେଦମ୍ ହୋଇଯାଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ରୁସୋଙ୍କ ବିବାଦୀୟ ମନ୍ତବ୍ୟ
ପିଏସଏଲ୍ ୨୦୨୬ (PSL 2026) ରେ କ୍ୱେଟା ଗ୍ଲାଡିଏଟର୍ସ ପାଇଁ ଖେଳୁଥିବା ରିଲି ରୁସୋ ନିକଟରେ ଏକ ବୟାନ ଦେଇଥିଲେ ଯେ ପିଏସଏଲ୍ ହେଉଛି ଅଧିକ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏବଂ ସଂକ୍ଷିପ୍ତ ଟୁର୍ଣ୍ଣାମେଣ୍ଟ। ଏଥିସହ ସେ କହିଥିଲେ ଯେ, ଆଇପିଏଲ୍ ବହୁତ ଲମ୍ବା ଧରି ଚାଲିଥାଏ ଏବଂ ଏହା ପଛରେ ପୂରା ବଲିଉଡ୍‌ର ସମର୍ଥନ ରହିଛି, ତେଣୁ ଏହା ପ୍ରକୃତ କ୍ରିକେଟ୍ ଅପେକ୍ଷା "ଏକ ସିନେମା ଭଳି ଅଧିକ" ଲାଗେ। ତାଙ୍କର ଏହି ମନ୍ତବ୍ୟ ଭାରତୀୟ ପ୍ରଶଂସକଙ୍କୁ କ୍ଷୁବ୍ଧ କରିଥିଲା ଏବଂ ଇଣ୍ଟରନେଟ୍‌ରେ ଆଇପିଏଲ୍ ବନାମ ପିଏସଏଲ୍ ବିତର୍କକୁ ତେଜିଥିଲା।
ଜାକବ୍ ଓରାମ୍‌ଙ୍କ ପ୍ରତିକ୍ରିୟା
କରାଚିଠାରେ ଖେଳାଯାଇଥିବା ଏକ ମ୍ୟାଚ୍‌ରେ ହାଇଦ୍ରାବାଦ୍ କିଙ୍ଗସମେନ୍ ଠାରୁ ଇସ୍‌ଲାମାବାଦ ୟୁନାଇଟେଡ୍ ୬ ୱିକେଟ୍ ରେ ପରାସ୍ତ ହେବା ପରେ ଏହି ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜଣେ ସାମ୍ବାଦିକ ଯେତେବେଳେ ରୁସୋଙ୍କ 'ସିନେମା' ମନ୍ତବ୍ୟ ଉପରେ ଜାକବ୍ ଓରାମ୍ ଙ୍କୁ ପ୍ରଶଂସା କରିଥିଲେ, ସେ ତୁରନ୍ତ ହସି ଉଠିଥିଲେ ଏବଂ ପଚାରିଥିଲେ, "ଆପଣ କଣ ଏକ ସିନେମା ଭଳି କହିଲେ କି?"। ଏହାପରେ ନିଜକୁ ନିୟନ୍ତ୍ରଣ କରି ସେ କହିଥିଲେ ଯେ, "ଦୁଇଟି ଯାକ ସମାନ ଧରଣର ଟୁର୍ଣ୍ଣାମେଣ୍ଟ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ଆଇପିଏଲ୍ ହେଉଛି ପିଏସଏଲ୍ ଠାରୁ ଦୁଇଗୁଣା ବଡ଼ ଏବଂ ଏହା ବର୍ତ୍ତମାନ ଏକ ବିଶାଳକାୟ ରୂପ ନେଇସାରିଛି।"
ପିଏସଏଲ୍‌କୁ ନେଇ ଓରାମ୍‌ଙ୍କ ମତ
ପିଏସଏଲ୍‌ରେ ପ୍ରଥମ ଥର ପାଇଁ କୋଚିଂ ଦାୟିତ୍ୱ ତୁଲାଉଥିବା ଓରାମ୍ ଏହି ଲିଗ୍‌କୁ ଖୁବ୍ ଉପଭୋଗ କରୁଥିବା କହିଛନ୍ତି। ଖେଳାଳି ଏବଂ ଷ୍ଟାଫ୍‌ଙ୍କ ଆତିଥେୟତାକୁ ସେ ପ୍ରଶଂସା କରିଛନ୍ତି। ତେବେ ଷ୍ଟାଡିୟମ୍‌ରେ ଦର୍ଶକ ନଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ, ଇନ୍ଧନ ସଙ୍କଟ ଏବଂ ସୁରକ୍ଷା କାରଣରୁ ଚଳିତ ବର୍ଷ ପିଏସଏଲ୍ ବିନା ଦର୍ଶକରେ ଖେଳାଯାଉଛି। ତେବେ ପାକିସ୍ତାନୀ ସାମ୍ବାଦିକମାନେ ବାରମ୍ବାର ଆଇପିଏଲ୍ ସହ ତୁଳନା କରୁଥିବାରୁ ଏହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଆଜିଠାରୁ ଆଇପିଏଲ୍‌ର ୧୯ତମ ସଂସ୍କରଣ: ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ
ବେଙ୍ଗାଲୁରୁ: ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଆଇପିଏଲ ମହାସମର । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ- ହାଇଦରାବାଦ । ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୯ତମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବ। ମଧ୍ୟପ୍ରାଚ୍ୟ ଯୁଦ୍ଧର ବିଭୀଷିକା ମଧ୍ୟରେ ଭାରତ ସମେତ ବିଶ୍ୱର କ୍ରିକେଟ ପ୍ରଶଂସକ ପୁଣି ଥରେ ଫଟାଫଟ୍‌ କ୍ରିକେଟରେ ମଜା ନେବାର ସୁଯୋଗ ପାଇବେ। ସବୁଥର ଭଳି ଏଥର ମଧ୍ୟ ଆଇପିଏଲ ସଫଳତାର ଶୀର୍ଷକୁ ଛୁଇଁବ ବୋଲି ଆଶା କରାଯାଉଛି। ଏଥର ଆଇପିଏଲ୍‌କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଦେଶୀ ଖେଳାଳିଙ୍କ ଉପଲବ୍ଧତାକୁ ନେଇ କିଛି ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ଟୁର୍ଣ୍ଣାମେଣ୍ଟକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି।  ସ୍ଥାନୀୟ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲିଗ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ସୁପରଷ୍ଟାର ବିରାଟ କୋହଲିଙ୍କ  ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଓ ସନରାଇଜର୍ସ ହାଇଦରାବାଦ ପରସ୍ପରକୁ ଭେଟିବେ। ବେଙ୍ଗାଲୁରୁ ଗତ ସଂସ୍କରଣରେ ୬ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ପ୍ରଥମଥର ପାଇଁ ଟାଇଟଲ ହାସଲ କରିଥିଲା। ଏଥର ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ସେହିପରି ଇଶାନ କିଶାନଙ୍କ ନେତୃତ୍ୱରେ  ହାଇଦରାବାଦ ବିଜୟରୁ ଖାତା ଖୋଲିବ ବୋଲି ଆଶା କରାଯାଉଛି। ଆହତ ହୋଇଥିବାରୁ ପ୍ୟାଟ କମିନ୍ସ ଲିଗ୍‌ର ପ୍ରଥମାର୍ଦ୍ଧରେ ଖେଳିବେ ନାହିଁ। ତାଙ୍କ ବଦଳରେ ଇଶାନ ହାଇଦରାବାଦର ନେତୃତ୍ୱ ନେଉଛନ୍ତି।
ସେହିପରି ବେଙ୍ଗାଲୁରୁର ମାଲିକାନା ସ୍ୱତ୍ୱରେ ପରିବର୍ତ୍ତନ ଏବଂ କିଛି ବିଦେଶୀ ଖେଳାଳିଙ୍କୁ ଏନ୍‌ଓସି ନ ମିଳିବା ଦଳ ପାଇଁ ଚିନ୍ତାର ବିଷୟ ପାଲିଟିଛି। ରଜତ ପାଟିଦାର ବେଙ୍ଗାଲୁରୁର ନେତୃତ୍ୱ ନେବେ। ଏଥର ମଧ୍ୟ ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଅଂଶଗ୍ରହଣ କରିବେ ଓ ମୋଟ୍‌ ଉପରେ ୭୦ଟି ଲିଗ ମ୍ୟାଚ୍‌ ଖେଳିବେ। ଟୁର୍ଣ୍ଣାମେଣ୍ଟରେ ମୋଟ୍‌ ଉପରେ ୭୪ଟି ମ୍ୟାଚ୍‌ ଖେଳାଯିବ। ଫାଇନାଲ ମ୍ୟାଚ୍‌ ମେ ୩୧ରେ ଖେଳାଯିବ। ଏଥର ଉଦ୍‌ଘାଟନୀ ସମାରୋହ ଆୟୋଜନ ହେବ ନାହିଁ। ତେବେ ମେ ୩୧ରେ ଏକ ଭବ୍ୟ ସମାପନ ସମାରୋହ ଆୟୋଜନ କରିବାକୁ ବିସିିଆଇ ଯୋଜନା ରଖିଛି। ପ୍ରତ୍ୟେକ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ୧୪ଟି ମ୍ୟାଚ୍‌ ଖେଳିବେ। ସନ୍ଧ୍ୟା ମ୍ୟାଚ୍‌ ୭.୩୦ରେ ଆରମ୍ଭ ହେବ। ତେବେ ଡବଲ ହେଡର ଦିନ ଅପରାହ୍ଣ ମ୍ୟାଚ୍‌ ୩.୩୦ରେ ଆରମ୍ଭ ହେବ। ଦେଶର ୧୨ଟି ସହର ଯଥା ମୁମ୍ବଇ, ବେଙ୍ଗାଲୁରୁ, ଚେନ୍ନଇ, କୋଲକାତା, ଦିଲ୍ଳୀ, ଅହମଦାବାଦ୍‌, ହାଇଦରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଓ ନୂଆ ଚଣ୍ଡିଗଡ଼ (ମୁଲାନପୁର)ରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ।
ଏଥର ଅନେକ ଦଳ ନିଜର ଅଧିନାୟକ ଓ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ଏହି ସଂସ୍କରଣ ପାଇଁ ହୋଇଥିବା ନିଲାମୀରେ ଅନକ୍ୟାପ୍‌ଡ ଭାରତୀୟ ଖେଳାଳିଙ୍କ ଉପରେ କୋଟି କୋଟି ଟଙ୍କା ବର୍ଷା ହୋଇଛି। ପ୍ରଶାନ୍ତ ବୀର ଓ କାର୍ତ୍ତିକ ବର୍ମାଙ୍କ ଭଳି ଯୁବ ତାରକା ଚେନ୍ନଇ ସୁପରକିଙ୍ଗସ ପାଇଁ ରେକର୍ଡ ୧୪.୨୦ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ଯୁଦ୍ଧ ଯୋଗୁଁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହା ବିଦେଶୀ ଖେଳାଳିଙ୍କ ଯାତାୟତ ଉପରେ ପ୍ରଭାବ ପକାଉଛି। ଭାରତ ସରକାର ଇନ୍ଧନ ଦର ସ୍ଥିର ରଖିବାକୁ ଅବକାରୀ ଶୁକ୍ଳ ହ୍ରାସ କରିଛନ୍ତି, ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ସମୟରେ ଦର୍ଶକଙ୍କ ଯାତାୟତ ଖର୍ଚ୍ଚ ନିୟନ୍ତ୍ରଣରେ ରହିପାରିବ। ଏଥର ଆଇପିଏଲ୍‌ରେ ଇମ୍ପାକ୍ଟ ଖେଳାଳି ନିୟମ ଜାରି ରହିବ। ବିରାଟ କୋହଲି, ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଶୁବମାନ ଗିଲ, ଜୋସ ବଟଲର, ଟ୍ରାଭିସ ହେଡ, ହେନେରିଚ କ୍ଲାସେନ, ଅଭିଷେକ ଶର୍ମା, ଇଶାନ କିଶାନ, ବୈଭବ ସୂର୍ଯ୍ୟବଂଶୀ, ଯଶପ୍ରୀତ୍‌ ବୁମ୍‌ରାଙ୍କ ଭଳି ଅଭିଜ୍ଞ ତଥା ତାରକା ଖେଳାଳିଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଏଥର ମଧ୍ୟ ଛକା, ଚୌକାର ବର୍ଷା ସହ ବଡ଼ ସ୍କୋର ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।
IPL 2026 Auction: ଆଜି ମିନି ନିଲାମୀ; ୩୬୯ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା, ଓଡ଼ିଶାରୁ ରାଜେଶ ଓ ସ୍ୱସ୍ତିକ ସାମିଲ
ଆବୁଧାବି: ଆଇପିଏଲ୍‌ର ଆଗାମୀ ୧୯ତମ ସଂସ୍କରଣ ଲାଗି ମଙ୍ଗଳବାର ମିନି ଖେଳାଳି ନିଲାମ ଅନୁଷ୍ଠିତ ହେବ। ଆବୁ ଧାବିରେ ଅପରାହ୍ଣ ୨ଟା ୩୦ରୁ ଏହି ଦିନିକିଆ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଆଇପିଏଲ୍‌ର ୧୦ଟି ଯାକ ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୭୭ଟି ସ୍ଥାନ ବଳକା ରହିଛି। ଏହି ୭୭ଟି ସ୍ଥାନ ଲାଗି ପଞ୍ଜୀକରଣ କରିଥିବା ଖେଳାଳିଙ୍କ ମଧ୍ୟରୁ ୩୬୯ଜଣଙ୍କ ସଂକ୍ଷିପ୍ତ ତାଲିକା ପ୍ରକାଶ କରାଯାଇଛି। ଯେଉଁଥିରେ ୨୫୪ଜଣ ଭାରତୀୟ ଓ ୧୧୫ଜଣ ବିଦେଶୀ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ମଙ୍ଗଳବାର ହେବ। ସେହିଭଳି ଏହି ୩୬୯ଜଣ ଖେଳାଳିଙ୍କ ମଧ୍ୟରୁ ୨୩୮ଜଣ ଅନ୍ତର୍ଜାତୀୟ କ୍ରିିକେଟ ଖେଳିନାହାନ୍ତି ଅର୍ଥାତ୍‌ ଅନକ୍ୟାପଡ୍‌ ଖେଳାଳି।
୨ କୋଟି ମୂଳଦର ତାଲିକାରେ ୪୦ ଖେଳାଳି
ଅପରପକ୍ଷରେ ୪୦ଜଣ ଖେଳାଳିଙ୍କ ବେସ୍‌ ପ୍ରାଇସ ଅର୍ଥାତ୍‌ ମୂଳଦର ୨ କୋଟି ଟଙ୍କା ରହିଛି। ଏହି ୨ କୋଟି ତାଲିକାରେ କାମେରନ ଗ୍ରୀନ, ଷ୍ଟିଭ ସ୍ମିଥ୍‌, ଡେଭିଡ ମିଲର, କ୍ୱିଣ୍ଟନ ଡି କକ୍‌, ଭେଙ୍କଟେଶ ଆୟର, ରବି ବିଷ୍ଣୋଇ ପ୍ରମୁଖଙ୍କ ଭଳି ଖେଳାଳି ରହିଛନ୍ତି। ସେହିଭଳି ମୂଳଦର ୧.୫ କୋଟି ତାଲିକାରେ ୯ଜଣ, ୧.୨୫ କୋଟି ମୂଳଦରରେ ୪ଜଣ, ୧ କୋଟି ମୂଳଦରରେ ୧୭ଜଣ ଖେଳାଳିଙ୍କୁ ରଖାଯାଇଛି। ୭୫ ଲକ୍ଷ, ୫୦ ଲକ୍ଷ, ୪୦ ଲକ୍ଷ ଓ ୩୦ ଲକ୍ଷ ମୂଳଦର ଥିବା ତାଲିକାରେ ଯଥାକ୍ରମେ ୪୨ଜଣ, ୪ ଜଣ, ୭ଜଣ ଓ ୨୨୭ ଜଣ ଖେଳାଳି ରହିଛନ୍ତି।
ନିଲାମରେ ଅଂଶଗ୍ରହଣ କରିବାକୁ ଥିବା ୧୦ ଗୋଟି ଫ୍ରାଞ୍ଚାଇଜ ନିକଟରେ ମୋଟ୍‌ ୨୩୭.୫୫ କୋଟି ଟଙ୍କା ବଳକା ରହିଛି। ଫ୍ରାଞ୍ଚାଇଜ ଅନୁଯାୟୀ ଦେଖିଲେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ସର୍ବାଧିକ ୬୪.୩ କୋଟି ଟଙ୍କା ରହିଛି। ସେହିଭଳି ଚେନ୍ନାଇ ସୁପର୍‌ କିଙ୍ଗ୍‌ସ (୪୩.୪ କୋଟି), ସନରାଇଜର୍ସ ହାଇଦରାବାଦ୍‌ (୨୫.୫ କୋଟି), ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ (୨୨.୯୫ କୋଟି), ଦିଲ୍ଲୀ କ୍ୟାପିଟାଲ୍ସ (୨୧.୮ କୋଟି) ପଛକୁ ପଛ ରହିଛନ୍ତି। ଚୂଡ଼ାନ୍ତ ଖେଳାଳି ରିଟେନ ତାଲିକା ପ୍ରକାଶ ପାଇବା ପରେ କେଉଁ ଫ୍ରାଞ୍ଚାଇଜ ନିକଟରେ କେତେ ଟଙ୍କା ବଳକା ରହିଥାଏ ତାହା ସ୍ପଷ୍ଟ ହୋଇଥାଏ। ଜଣାଣୁଣା ଅକ୍ସନର ମଲ୍ଲିକା ସାଗର ଆସନ୍ତାକାଲି ଏହି ନିଲାମୀକୁ ହୋଷ୍ଟ କରିବେ।
ଓଡ଼ିଶାରୁ ଶେଷ ମୁହୂର୍ତ୍ତରେ ରାଜେଶ, ସ୍ୱସ୍ତିକ ସାମିଲ
ମଙ୍ଗଳବାର ହେବାକୁ ଥିବା ମିନି ନିଲାମୀର କେଇ ଘଣ୍ଟା ପୂର୍ବରୁ ୧୯ଜଣ ଖେଳାଳିଙ୍କୁ ଶେଷ ମୁହୂର୍ତ୍ତରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୪ଜଣ ଭାରତୀୟ ଓ ୫ଜଣ ବିଦେଶୀ ଖେଳାଳି ରହିଛନ୍ତି। ଭାରତୀୟଙ୍କ ମଧ୍ୟରେ ଓଡ଼ିଶାର ଦୁଇଜଣ ଖେଳାଳି ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବ୍ୟାଟର୍‌ ସ୍ୱସ୍ତିକ ସାମଲ ରହିଛନ୍ତି। ୧୯ଜଣ ଖେଳାଳି ସାମିଲ ହେବାପରେ ଏବେ ନିଲାମୀ ଲାଗି ମୋଟ୍‌ ୩୬୯ଜଣ ଖେଳାଳି ରହିଲେ। ପୂର୍ବରୁ ପ୍ରକାଶିତ ୩୫୦ ଜଣିଆ ତାଲିକାରେ ଓଡ଼ିଶାର ଜଣେ ହେଲେ ଖେଳାଳି ସ୍ଥାନ ପାଇ ନ ଥିଲେ। ବିଭିନ୍ନ ଫ୍ରାଞ୍ଚାଇଜର ଅନୁରୋଧକ୍ରମେ ସୋମବାର ରାତିରେ ଏହି ଖେଳାଳିଙ୍କୁ ନିଲାମୀ ତାଲିକାରେ ଯୋଡ଼ା ଯାଇଥିଲା।
ମକ୍‌ ନିଲାମୀରେ ଚମକିଲେ ଗ୍ରୀନ
ମିନିନିଲାମୀ ପୂର୍ବରୁ ସୋମବାର ପ୍ରସାରଣକାରୀ ସଂସ୍ଥା ଷ୍ଟାର୍‌ ସ୍ପୋର୍ଟ୍ସ ପକ୍ଷରୁ ଏକ ମକ୍‌ ନିଲାମୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର କାମେରନ ଗ୍ରୀନ ସମସ୍ତଙ୍କୁ ଚକିତ କରି ୩୦.୫୦ କୋଟି ଟଙ୍କାରେ କୋଲକାତା ଫ୍ରାଞ୍ଚାଇଜ ଦ୍ୱାରା କ୍ରୟ ହୋଇଥିଲେ। ତେବେ ମକ୍‌ ନିଲାମୀରେ ଚମକିଥିବା ଗ୍ରୀନଙ୍କ ଭାଗ୍ୟ କ’ଣ ହେଉଛି ତାହା ମୁଖ୍ୟ ନିଲାମୀରେ ମଙ୍ଗଳବାର ଜଣାପଡ଼ିବ। ତେବେ ଏଥର ଗ୍ଲେନ ମ୍ୟାକ୍ସୱେଲ ଓ ଫାଫ୍‌ ଡୁ ପ୍ଲେସିସ ଆଇପିଏଲ୍‌ ବଦଳରେ ପାକିସ୍ତାନ ଲିଗ୍‌ ଖେଳିବାକୁ ନିଷ୍ପତ୍ତି ନେଇଥବବାରୁ ସେମାନଙ୍କୁ ନିଲାମୀରେ ଦେଖିବାକୁ ମିଳିବନି।
ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ୧୬ତମ ସଂସ୍କରଣର ପ୍ଲେ-ଅଫ୍‌‌ ରୂପରେଖ ରବିବାର ସ୍ପଷ୍ଟ ହୋଇଛି। ଟାଇଟଲ ଦୌଡ଼ରେ ଗତଥରର ଚାମ୍ପିଅନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସ, ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗ୍‌‌ସ, କ୍ରୁନାଲ ପାଣ୍ଡ୍ୟାଙ୍କ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌‌ ରହିଛନ୍ତି। ଧୋନୀଙ୍କୁ ଆଇପିଏଲ୍‌‌ର ଶ୍ରେଷ୍ଠ ଅଧିନାୟକ ବୋଲି ବିନା ଦ୍ୱିଧାରେ କୁହାଯାଇପାରେ। ବିଜୟ ପ୍ରତିଶତ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଧୋନି ଅନ୍ୟ ଅଧିନାୟକଙ୍କ ତୁଳନାରେ ସମସ୍ତଙ୍କଠାରୁ ଆଗରେ ରହିବେ। ତାଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଟାଇଟଲ ଜିତିବା ସହ ସର୍ବାଧିକ ଥର ଫାଇନାଲରେ ପ୍ରବେଶ କରିଛି। ଅନ୍ୟପଟେ ରୋହିତ ଶର୍ମା ସର୍ବାଧିକ ଟାଇଟଲ ହାସଲ କରି ସଂଖ୍ୟାରେ ଆଗରେ ରହିଛନ୍ତି। ବିଜୟ ହାରରେ ସେ ଅଧିନାୟକ ଭାବେ ଦ୍ୱିତୀୟ ସ୍ଥାନରେ ରହିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ନୂଆ ଦଳ ଗୁଜରାଟ ଟାଇଟନ୍ସର ନେତୃତ୍ୱ ନେଇ ସ୍ଥିରତା ପ୍ରତିପାଦନ କରିଛନ୍ତି। ଆଇପିଏଲ୍‌‌ ବିଶ୍ୱର ସବୁଠାରୁ ଧନୀ ତଥା ଲୋକପ୍ରିୟ ଟି-୨୦ ଲିଗ୍‌‌ ଭାବେ ନିଜର ପରାକାଷ୍ଠା ବଜାୟ ରଖିଛି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ଲିଗ୍‌‌ରେ ଏକାଧିକ ମହାନ୍‌‌ ଅଧିନାୟକଙ୍କୁ ଦେଖିବାକୁ ମିଳିଛି। ଏହି ଅଧିନାୟକମାନେ ନିଜ ଦଳଗୁଡିକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। ଆଇପିଏଲ୍‌‌ର ଶ୍ରେଷ୍ଠ ୫ ଜଣ ଅଧିନାୟକଙ୍କୁ ନେଇ ଆଲୋଚନା କରିବା। ଏହି ତାଲିକାରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ, ରୋହିତ ଶର୍ମା, ବିରାଟ କୋହଲି, ଗୌତମ ଗମ୍ଭୀର ଓ ଡେଭିଡ୍‌‌ ୱାର୍ଣ୍ଣର।
୧. ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ, ପୁଣେ) -ବିଜୟ ହାର ୫୮.୮୨%
ମହେନ୍ଦ୍ର ସିଂ ଧୋନୀ କେବଳ ଭାରତ ନୂହଁ ଆଇପିଏଲ୍‌‌ ଇତିହାସରେ ମଧ୍ୟ ଶ୍ରେଷ୍ଠ ଅଧିନାୟକ ବିବେଚିତ ହେଉଛନ୍ତି। ତାଙ୍କ ନେତୃତ୍ୱରେ ଚେନ୍ନାଇ ୪ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିବା ସହ ୪ଥର ରନର୍ସଅପ୍‌‌ ହୋଇଛି। ଧୀର ଓ ଶାନ୍ତ ସ୍ୱଭାବର ଧୋନୀ ଅତି ଚତୁରତାର ସହ ନିଜ ରଣନୀତି ଓ ଯୋଜନା ଲାଗୁ କରି ସଫଳତା ପାଇଛନ୍ତି। ନେତୃତ୍ୱର ପରାକାଷ୍ଠା କାରଣରୁ ସେ ଖେଳାଳିମାନଙ୍କଠାରୁ ଶ୍ରେଷ୍ଠ ଖେଳ ଆଦାୟ କରିବାରେ ସଫଳ ହୋଇଛନ୍ତି। ୨୦୦୮ରେ ସେ ଚେନ୍ନାଇର ନେତୃତ୍ୱ ନେଇଥିଲେ ଓ ଏପର୍ଯ୍ୟନ୍ତ ଏହାକୁ ଜାରି ରଖିଛନ୍ତି। ଚେନ୍ନାଇ ସସ୍‌‌ପେଣ୍ଡ ହୋଇଥିବା ବେଳେ ସେ ୨୦୧୬ ଓ ୨୦୧୭ରେ ପୁଣେ ଦଳର ନେତୃତ୍ୱ ନେଇଥିଲେ। ତାଙ୍କର ବିଜୟ ହାର ୫୮.୮୨ ପ୍ରତିଶତ ରହିଛି। ସେ ୨୨୩ ମ୍ୟାଚ୍‌‌ର ନେତୃତ୍ୱ ନେଇ ୧୩୦ଟି ବିଜୟ ହାସଲ କରିବା ସହ ୯୧ ମ୍ୟାଚ୍‌‌ରେ ପରାଜୟ ବରଣ କରିଛନ୍ତି।
୨. ରୋହିତ ଶର୍ମା (ମୁମ୍ବାଇ) -ବିଜୟ ହାର ୫୬.୪୯%
ଆଇପିଏଲ୍‌‌ରେ ରୋହିତ ଶର୍ମା ଦ୍ୱିତୀୟ ସଫଳତମ ଅଧିନାୟକ ବବେଚିତ ହୁଅନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସର୍ବାଧିକ ୫ଥର ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛି। ଟ୍ରଫି ଜିତିବାରେ ସେ ଆଇପିଏଲ୍‌‌ର ସଫଳତମ ଅଧିନାୟକ ବିବେଚିତ ହୁଅନ୍ତି। ନିର୍ଣ୍ଣାୟକ ସ୍ଥିତିରେ ସେ ଉଚିତ ନିଷ୍ପତ୍ତି ନେଇ ଦଳକୁ ସଫଳତାର ଶୀର୍ଷରେ ପହଞ୍ଚାଇଛନ୍ତି। ଅତ୍ୟଧିକ ଚାପ ରହିଥିବା ବେଳେ ତାଙ୍କ ସାହସିକତା ଉଦାହରଣ ସୃଷ୍ଟି କରିଛି। ୨୦୧୩ରୁ ସେ ମୁମ୍ବାଇର ନେତୃତ୍ୱରେ ନେଇ ଆସୁଛନ୍ତି। ସେ ୧୫୪ଟି ମ୍ୟାଚ୍‌‌ର ନେତୃତ୍ୱ ନେଇ ୮୫ଟି ବିଜୟ ଓ ୬୫ଟି ପରାଜୟ ବରଣ କରିଛନ୍ତି। ତାଙ୍କର ବିଜୟ ପ୍ରତିଶତ ୫୬.୪୯ ପ୍ରତିଶତ ରହିଛି।
୩. ଗୌତମ ଗମ୍ଭୀର (ଦିଲ୍ଲୀ, କୋଲକାତା)- ବିଜୟ ହାର ୫୫.୪୨%
ଧୋନୀ ଓ ରୋହିତଙ୍କ ପରେ ଗୌତମ ଗମ୍ଭୀର ଏକମାତ୍ର ଅଧିନାୟକ ଭାବେ ନିଜ ଦଳକୁ ଆଇପିଏଲ୍‌‌ରେ ୧ରୁ ଊର୍ଦ୍ଧ୍ବଥର ଚାମ୍ପିଅନ କରାଇଛନ୍ତି। ଦିଲ୍ଲୀ ଡେୟାର ଡେଭିଲ୍ସରୁ ଯାଇ ସେ ସୌରଭ ଗାଙ୍ଗୁଲିଙ୍କ ସ୍ଥାନରେ ୨୦୧୧ରୁ ୨୦୧୭ ମଧ୍ୟରେ କୋଲକାତା ନାଇଟ ରାଇଡର୍ସ (କେକେଆର)ର ନେତୃତ୍ୱ ନେଇଥିଲେ। ଆଇପିଏଲ୍‌‌ରେ ସେ ତାଙ୍କ ନେତୃତ୍ୱ ପରାକାଷ୍ଠାର ପ୍ରତିପାଦନ କରିଛନ୍ତି। ଅଧିନାୟକ ଭାବେ ତାଙ୍କ ବିଜୟ ହାର ୫୫.୪୨ ପ୍ରତିଶତ ରହିଛି। ୧୨୯ଟି ମ୍ୟାଚ୍‌‌ର ନେତୃତ୍ୱ ନେଇ ସେ ୭୧ ଟି ମ୍ୟାଚ୍‌‌ରେ ନିଜ ଦଳକୁ ଜିତାଇବା ସହ ୫୭ଟି ପରାଜୟ ବରଣ କରିଛନ୍ତି ଓ ଗୋଟିଏ ମ୍ୟାଚ୍‌‌ ଟାଇ ରହିଛି। ତାଙ୍କ ନେତୃତ୍ୱରେ କୋଲକାତା ୨୦୧୨ ଓ ୨୦୧୪ରେ ଆଇପିଏଲ୍‌‌ ଚାମ୍ପିଅନ ହୋଇଥିଲା। ସେ ମଧ୍ୟ ଦିଲ୍ଲୀ ଦଳର ନେତୃତ୍ୱ ନେଇଥିଲେ।
୪.ଡେଭିଡ୍‌‌ ୱାର୍ଣ୍ଣର (ଦିଲ୍ଲୀ, ହାଇଦ୍ରାବାଦ)- ବିଜୟ ହାର ୪୯.୩୮
ଅଷ୍ଟ୍ରେଲୀୟ ବିସ୍ଫୋରକ ଓପନର ଡେଭିଡ ୱାର୍ଣ୍ଣର ଅନ୍ୟତମ ବିଦେଶୀ ଅଧିନାୟକ ଭାବେ ଆଇପିଏଲ୍‌‌ ଟାଇଟଲ ଜିତିଛନ୍ତି। ତାଙ୍କୁ ବାଦ୍‌‌ ଦେଲେ ଶେନ ୱାର୍ଣ୍ଣ, ଆଡାମ ଗୀଲକ୍ରୀଷ୍ଟ ମଧ୍ୟ ନିଜ ଦଳକୁ ଆଇପିଏଲ୍‌‌ ଚାମ୍ପିଅନ କରାଇଛନ୍ତି। ଅଧିନାୟକ ଭାବେ ୱାର୍ଣ୍ଣରଙ୍କ ବିଜୟ ପ୍ରତିଶତ ୪୯.୩୮ ରହିଛି। ତାଙ୍କ ନେତୃତ୍ୱ କଳା ନିଆରା ରହି ଆସିଛି। ଆଇପିଏଲ୍‌‌ରେ ସେ ସଫଳତମ ବିଦେଶୀ ବ୍ୟାଟର ବିବେଚିତ ହେଉଛନ୍ତି। ୮୧ଟି ମ୍ୟାଚ୍‌‌ର ନେତୃତ୍ୱ ନେଇ ସେ ୩୯ ବିଜୟ ଓ ୪୦ ପରାଜୟ ବରଣ କରିଛନ୍ତି। ୨ଟି ମ୍ୟାଚ୍‌‌ ଟାଇ ରହିଛି। ୨୦୧୬ରେ ତାଙ୍କ ନେତୃତ୍ୱରେ ହାଇଦ୍ରବାଦ ଚାମ୍ପିଅନ ହୋଇଥିଲା।
୫. ବିରାଟ କୋହଲି (ବାଙ୍ଗାଲୋର)- ବିଜୟ ହାର ୪୮.୫୬ %
ସୁପର ଷ୍ଟାର ବିରାଟ କୋହଲି ଭାରତୀୟ ଦଳ ଓ ଆଇପିଏଲ୍‌‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ଦଳର ନେତୃତ୍ୱ ନେଇ ବେଶ୍‌‌ ସଫଳ ରହିଥିଲେ ମଧ୍ୟ କେବେ କୌଣସି ଟାଇଟଲ ହାସଲ କରିପାରି ନାହାନ୍ତି। ଏହି ଲାଞ୍ଛନା ତାଙ୍କ ପିଛା ଛାଡୁନାହିଁ। ଆଇପିଏଲ୍‌‌ରେ ତାଙ୍କ ବିଜୟ ହାର ୪୮.୫୬ ପ୍ରତିଶତ ରହିଛି। ଦୀର୍ଘ ବର୍ଷଧରି ସେ ବାଙ୍ଗାଲୋରର ନେତୃତ୍ୱ ନେଇଛନ୍ତି। ସେ ୧୪୩ଟି ମ୍ୟାଚ୍‌‌ର ନେତୃତ୍ୱ ନେଇ ୬୬ଟି ବିଜୟ ଓ ୭୦ଟି ପରାଜୟ ବରଣ କରିଛନ୍ତି ଏବଂ ୩ଟି ମ୍ୟାଚ୍‌‌ ଟାଇ ରହିଛି। ତେବେ ଜଣେ ବ୍ୟାଟର ଭାବେ ସେ ଦୃଷ୍ଟାନ୍ତମୂଳକ ସଫଳତା ଅର୍ଜନ କରି ଏକାଧିକ ରେକର୍ଡ ସୃଷ୍ଟି କରିଛନ୍ତି। ସଫଳତମ ଅଧିନାୟକ ତାଲିକାରେ ଷଷ୍ଠ ସ୍ଥାନରେ ଆଡମ ଗୀଲଖ୍ରୀଷ୍ଟ ରହିଛନ୍ତି। ସେହିପରି ଶ୍ରେୟାସ ଆୟର, ଶେନ ୱାର୍ଣ୍ଣ, ବୀରେନ୍ଦ୍ର ସେହ୍ୱାଗ ଓ ଲୋକେଶ ରାହୁଲ ଯଥାକ୍ରମେ ସପ୍ତମ, ଅଷ୍ଟମ, ୯ମ ଓ ୧୦ମ ସ୍ଥାନରେ ରହିଛନ୍ତି।
ଆଇପିଏଲ ୨୦୨୩ : ପାଣ୍ଡ୍ୟାଙ୍କ ଗୁଜରାଟ ଟାଇଟନ୍ସକୁ ଭେଟିବ ୱାର୍ଣ୍ଣରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ର ଷୋଡଶ ସଂସ୍କରଣ ଗତ ମାର୍ଚ୍ଚ ୩୧ଠୁ ଆରମ୍ଭ ହୋଇଛି। ପ୍ରଥମ ୨୦୨୩ ଆଇପିଏଲ ବେଶ ରୋମାଞ୍ଚକର ହେବାରେ ଲାଗିିଛି। ନୂଆ ନିୟମ ସହ ଖେଳା ଯାଉଥିବା ଚଳିତ ଆଇପିଏଲକୁ ପ୍ରତିବର୍ଷ ଭଳି କୋଟିକୋଟି କ୍ରିକେଟ ପ୍ରେମୀ ଦର୍ଶକ ବେଶ ଉପଭୋଗ କରୁଛନ୍ତି। ତେବେ ଏହାରି ମଧ୍ୟରେ ଚଳିତ ଆଇପିଏଲର ଆଜି ସପ୍ତମ ମ୍ୟାଚ ଖେଳାଯିବ।ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ।
ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ହରାଇ ଚଳିତ ଆଇପିଏଲ୍‌ରେ ଅଭିଯାନ ଆରମ୍ଭ କରିଥିବା ଗୁଜରାଟ ଟାଇଟନ୍ସ ପ୍ରଥମ ଥର ବାହାରେ ମ୍ୟାଚ୍‌ ଖେଳିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଦ୍ବିତୀୟ ମ୍ୟାଚ୍‌ ଖେଳିବ ଗୁଜରାଟ ଟାଇଟନ୍ସ। କେନ୍‌ ୱିଲିୟମସନ୍‌ଙ୍କ ଆଣ୍ଠୁରେ ଗୁରୁତର ଆଘାତ ସତ୍ତ୍ବେ ଗୁଜରାଟ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲା। କିନ୍ତୁ ଦିଲ୍ଲୀ ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ଠୁ ପରାଜିତ ହୋଇଥିବାରୁ ଏଥର ନୂଆ ରଣନୀତି ନେଇ ଖେଳିବାକୁ ଯିବ।
ଏନ୍‌ରିକ ନର୍ଖିଆଙ୍କ ଅନୁପସ୍ଥିତରେ ଘରୋଇ ଦଳର ଦ୍ରୁତ ବୋଲିଂକ୍ରମ ସେତେଟା ପ୍ରଭାବି ହୋଇପାରିନାହିଁ। ଚେତନ ସାକାରିଆ ଓ ମୁକେଶ କୁମାରଙ୍କ ପାଖରେ ଆନ୍ତର୍ଜାତିକସ୍ତରର ବ୍ୟାଟର୍‌ଙ୍କୁ ଅସୁବିଧାରେ ପକାଇପାରିବା ଭଳି ଗତି କିମ୍ବା ବୋଲିଂରେ ଭିନ୍ନତା ଦେଖିବାକୁ ମିଳିନାହିଁ। ତେଣୁ କମ୍‌ ଗତିରେ ବୋଲିଂ କଲେ ଶୁବମନ ଗିଲ୍‌ କିମ୍ବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ବଡ଼ ପ୍ରହାର ଖାଇବାକୁ ପଡ଼ିପାରେ। ଖଲିଲ ଅହମ୍ମଦଙ୍କ ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ ଚଳନୀୟ ଥିଲା, କିନ୍ତୁ କ୍ଷେତ୍ରରକ୍ଷଣ ସବୁବେଳେ ତାଙ୍କର ଦୁର୍ବଳତା ହୋଇଯାଇଛି।
ଅନ୍ୟପକ୍ଷେ ବୋଲିଂ ନେଇ ଦିଲ୍ଲୀ ଚିନ୍ତାରେ ଥିବା ବେଳେ ନର୍ଖିଆ ଓ ଲୁଙ୍ଗି ଏନ୍‌ଗିଡି ଦିଲ୍ଲୀରେ ପହଞ୍ଚିଯାଇଛନ୍ତି। ଏନ୍‌ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍‌ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ଲଖନଉ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଏହି ଦୁଇ ଖେଳାଳି ନଥିଲେ। ବାସ୍ତବରେ ସେହି ସମୟରେ ଦକ୍ଷିଣ ଆଫ୍ରିକାର ଅଧିକାଂଶ ଖେଳାଳି ନେଦରଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବ୍ୟସ୍ତ ଥିଲେ । ଏହି ଦୁଇ ଖେଳାଳିଙ୍କ ଯୋଗଦାନ ସହିତ ବର୍ତ୍ତମାନ ଦିଲ୍ଲୀର ବୋଲିଂ ଅଧିକ ଶକ୍ତିଶାଳୀ ହୋଇଛି। ଏନ୍‌ରିକ ନର୍ଖିଆ ତାଙ୍କର ପେସ ବୋଲିଂ ଏବଂ ଘାତକ ୟର୍କର ବୋଲିଂ ପାଇଁ ଜଣାଶୁଣା ।
ବ୍ୟାଟରଙ୍କ କ୍ଷେତ୍ରରେ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଭାରତୀୟ ଯୁବ ଖେଳାଳି ପୃଥ୍ବୀ ସ’ ଓ ସର୍ଫରାଜ ଖାନ୍‌ଙ୍କଠୁ ବଡ଼ ପାଳି ଆଶା ରଖୁଛନ୍ତି। ପୂର୍ବରୁ ସର୍ଫରାଜଙ୍କୁ ଟେଷ୍ଟ‌୍ ଦଳରେ ନିଆଯାଇନଥିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ସଟ୍‌ପିଚ୍‌ ବଲ୍‌କୁ ଖେଳିବା କୌଶଳ ତାଙ୍କ ପାଖରେ ରହିନଥିବା କୁହାଯାଇଥିଲା। ଏବେ ଆଇପିଏଲ୍‌ରେ ନିଜକୁ ଆନ୍ତର୍ଜାତିକସ୍ତରର ଯୋଗ୍ୟ ଖେଳାଳି ଭାବେ ପ୍ରମାଣିତ କରିବାକୁ ସୁଯୋଗ ରହିଛି। ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ମହମ୍ମଦ ସାମି ଓ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଭିନ୍ନ ଆହ୍ବାନ ଦେଇପାରନ୍ତି।
ଆଇପିଏଲ ୨୦୨୩: ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ରନର ଟାର୍ଗେଟ ଦେଲା ଚେନ୍ନାଇ ସୁପରକିଙ୍ଗ୍‌ସ
ଚେନ୍ନାଇ : ଆଜି ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି। ଏହି ମ୍ୟାଚକୁ ଜିତିବାକୁ ହେଲେ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସକୁ ୨୧୮ର ରନର ଆବଶ୍ୟକତା ରହିଛି।
ମ୍ୟାଚ ଆରମ୍ଭରୁ ଲକ୍ଷ୍ନୌ ବୋଲରଙ୍କୁ ନିର୍ଘାତ ପ୍ରହାର କରିଥିଲେ ଚେନ୍ନାଇର ଓପନିଂ ଯୋଡି ଋତୁରାଜ ଗାୟକ୍ବାଡ ଓ ଡେଭୋନ କୋନଓ୍ବେ । ପ୍ରଥମ ଓ୍ବିକେଟ୍‌ ପାର୍ଟନରସିପ୍‌ରେ ଉଭୟ ୯.୧ ଓଭରରେ ୧୧୦ ରନ୍‌ ଯୋଗ କରିଥିଲେ । ଯାହା କି ଚେନ୍ନାଇ ସୁପର କିଙ୍ଗସ୍‌କୁ ଦେଇଥିଲା ବଡ ଷ୍ଟାର୍ଟ । ଋତୁରାଜ ବ୍ୟକ୍ତିଗତ ଭାବେ ୩୧ ବଲ ଖେଳି ୩ଟି ଚୌକା ଓ ୪ଟି ଛକା ସହାୟତାରେ ୫୭ ରନ୍‌ କରି ଆଉଟ ହୋଇଥିବା ବେଳେ କୋନଓ୍ବେ ୨୯ ବଲରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୪୭ ରନ୍‌ କରି ଆଉଟ ହୋଇଥିଲେ । ପରେ ଶିବମ ଦୁବେ ୧୬ ବଲରୁ ୨୭ରନ, ମୋଇନ ଅଲୀ ୧୯ରନ୍, ବେନ୍‌ ଷ୍ଟୋକସ୍‌ ୮ରନ, ରବିନ୍ଦ୍ର ଜାଡେଜା ୩ରନ୍, ମହେନ୍ଦ୍ର ସିଂହ ଧୋନୀ ୩ ବଲରୁ ୧୨ ରନ୍ କରି ଆଉଟ ହୋଇଥିଲେ । ଅମ୍ବାତି ରାୟୁଡୁ ବଲରୁ ୧୪ ବଲରୁ ୨୭ ରନ୍‌ ଓ ମିଚେଲ୍‌ ସାଣ୍ଟନର୍‌ ୧ ରନ୍‌ କରି ଅପରାଜିତ ଥିଲେ ।
ଲକ୍ଷ୍ନୌ ସୁପର୍‌ ଜାଏଣ୍ଟସ୍‌ ପକ୍ଷରୁ ରବି ବିଷ୍ଣୋଇ ଏକ ମାତ୍ର ବୋଲର ଯିଏକି ଚେନ୍ନାଇ ବ୍ୟାଟରଙ୍କୁ ବାନ୍ଧି ରଖିବା ସହିତ ୪ ଓଭରରେ ମାତ୍ର ୨୮ ରନ ଦେଇ ୩ଟି ଓ୍ବିକେଟ୍‌ ଅକ୍ତିଆର କରିଛନ୍ତି ।
ଆଜି ସୁପରସଣ୍ଡେରେ ଡବଲ୍‌ ହେଡର : ରାଜସ୍ଥାନ ରୟାଲ୍ସକୁ ଭେଟିବ ସନରାଇଜର୍ସ, ମୁମ୍ବାଇ ଇଣ୍ଡିଆନ୍ସକୁ ଟକ୍କର ଦେବ ଆର୍‌ସିବି
ହାଇଦ୍ରାବାଦ: ଆଜି ସୁପରସଣ୍ଡେରେ ଡବଲ୍‌ ହେଡର ମ୍ୟାଚ। ସୁପର ସଣ୍ଡେରେ ଆଇପିଏଲରେ ଖେଳାଯିବ ଦୁଇଟି ମ୍ୟାଚ୍ । ଆଜି ପ୍ରଥମ ମ୍ୟାଚରେ ଗତ ବର୍ଷର ରନର୍ସ ଅପ୍ ଦଳ ରାଜସ୍ଥାନକୁ ଭେଟିବ ସନରାଇଜର୍ସ ହାଇଦ୍ରାବାଦ । ଘରୋଇ ଦର୍ଶକଙ୍କ ସମର୍ଥନରେ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଇଜର୍ସ ହାଇଦ୍ରାବାଦ । ଅନ୍ୟପକ୍ଷରେ ହାଇଦ୍ରାବାଦରେ ସନରାଇଜର୍ସକୁ ପରାସ୍ତ କରି ନିଜର ବିଜୟ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ ।
ସଞ୍ଜୁ ସାମସନ୍‌ଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ଦଳ ଗତ ବର୍ଷ ଉଭୟ ଅରେଞ୍ଜ କ୍ୟାପ୍‌ ଓ ପର୍ପଲ କ୍ୟାପ୍‌ ଉପରେ କବ୍‌ଜା କରିଥିଲା। ଜୋସ୍‌ ବଟଲର୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ଓ ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଥିଲେ। ଏହାବାଦ୍‌ ଦଳରେ ପ୍ରଦର୍ଶନକାରୀଙ୍କ ଅଭାବ ନାହିଁ। ବିଗତ ବର୍ଷମାନଙ୍କରେ ବି ଏହି ଦଳ କେବେ ବି ଉଚ୍ଚସ୍ତରକୁ ନଯାଇପାରିଥିଲେ ମଧ୍ୟ କଦାପି ସମାଲୋଚିତ ହୋଇନାହିଁ। ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଅଷ୍ଟ୍ରେଲିଆର ଆଦାମ ଜାମ୍ପା ଏହାର ସ୍ପିନ ଆକ୍ରମଣକୁ ଅଧିକ ମଜବୁତ୍‌ କରିଛନ୍ତି।
ଅନ୍ୟପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ମଜବୁତ୍‌ ବ୍ୟାଟିଂ ବିଷୟରେ ମଧ୍ୟ ସମସ୍ତଙ୍କୁ ଜଣା। ‌ତଥାପି ଦଳ ଗତ ଦୁଇ ଋତୁରେ ଉପରକୁ ଉଠିବା ପାଇଁ ସଂଘର୍ଷ କରୁଛି। ୨୦୨୧ରେ ଅଷ୍ଟମ ସ୍ଥାନରେ ରହିଥିବା ସନରାଇଜର୍ସ ପାଇଁ‌ ଡେଭିଡ୍‌ ୱାର୍ଣ୍ଣର ଓ ୨୦୨୨ରେ କେନ୍‌ ୱିଲିୟମସନ୍‌ ନେତୃତ୍ବ ନେଇଥିଲେ। ଏହାସତ୍ତ୍ବେ ଦଳର ଭାଗ୍ୟ ପରିବର୍ତ୍ତନ ହୋଇପାରିନଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକୀୟ ଖେଳାଳି ଏଡେନ୍‌ ମାରକ୍ରାମଙ୍କୁ ଅଧିନାୟକ ଦାୟିତ୍ବ ଦିଆଯାଇଛି। କିନ୍ତୁ ସେ ୩ ତାରିଖରେ ଭାରତରେ ପହଞ୍ଚିବାକୁ ଥିବାରୁ ଭୁବନେଶ୍ବର କୁମାର କାମଚଳା ଦାୟିତ୍ବ ସମ୍ପାଦନ କରିବେ। ଦ୍ରୁତ ବୋଲିଂ ଦଳର ମଜବୁତ ଅଙ୍ଗ ଭାବେ ଉଭା ହୋଇଛି। ଭୁବନେଶ୍ବରଙ୍କ ସହ ଉମ୍ରାନ ମଲ୍ଲିକ, ମାର୍କୋ ଜାନସେନ୍‌ଙ୍କ ଉପରେ ଆରମ୍ଭରୁ ୱିକେଟ୍‌ ବାହାର କରିବା ଦାୟିତ୍ବ ରହିବ। କିନ୍ତୁ ରାଜସ୍ଥାନ ପାଇଁ ଦ୍ରୁତ ବୋଲିଂ ସବୁଠୁ ବଡ଼ ଦୁର୍ବଳତା ହେବାକୁ ‌ଯାଉଛି। ଟ୍ରେଣ୍ଟ ବୋଲ୍ଟ, ଓବେଦ୍‌ ମ୍ୟାକଏ ଓ ନବଦୀପ ସଇନି ଏହି କ୍ରମରେ ଥିଲେ ବି ଆତ୍ମବିଶ୍ବାସ ଜମାଇପାରିନାହାନ୍ତି।
ସେହପରି ଆଜି ଆଇପିଏଲର ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚ ସନ୍ଧ୍ୟା ୭.୩୦ରେ ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ୩ ବର୍ଷ ପରେ ଘରୋଇ ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଥିବାରୁ ଆରସିବି ଦର୍ଶକଙ୍କ ଉତ୍ସାହ ବେଶ୍ ରହିଛି । ଆଇପିଏଲର ବିଗତ ୩ଟି ସିଜିନରେ ଆରସିବି ପ୍ଲେ ଅଫକୁ ଯାଇଥିଲା । ତେଣୁ ଚଳିତ ସିଜିନରେ ଆରସିବି ପ୍ଲେ ଅଫକୁ ଯିବା ସହ ଫାଇନାଲରେ ନିଜ ସ୍ଥାନ ପକ୍କା କରିବାକୁ ଚେଷ୍ଟା କରିବ ।
ଅନ୍ୟପକ୍ଷରେ ଆଇପିଏଲ ଇତିହାସରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୋହିତ ଶର୍ମାଙ୍କ ନେତୃତାଧୀନ ମୁମ୍ବାଇ ଆଇପିଏଲରେ ୫ ଥର ବିଜୟ ମୁକୁଟ ପିନ୍ଧିସାରିଛି । ତେବେ ଗତ ସିଜିନରେ ମୁମ୍ବାଇ ଭଲ ପ୍ରଦର୍ଶନ କରିପାରିନଥିଲା । ତେଣୁ ଚଳିତ ସିଜିନରେ ମୁମ୍ବାଇ ଭଲ ଆରମ୍ଭ କରିବାକୁ ଚେଷ୍ଟା କରିବ ।
ଆସନ୍ତା କାଲିଠୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍‌‌ (ଆଇପିଏଲ୍‌‌)ର ୧୬ତମ ସଂସ୍କରଣ। ୨୦୦୮ରୁ ଆରମ୍ଭ ହୋଇଥିବା ବିଶ୍ୱର ସବୁଠାରୁ ଏହି ଧନୀ ଟି-୨୦ ଲିଗ୍‌‌ ଇତିମଧ୍ୟରେ ୧୬ ବର୍ଷରେ ପଦାର୍ପଣ କରିଛି। ଗ୍ରୁପ୍‌‌ ପର୍ଯ୍ୟାୟରେ ରାଉଣ୍ଡ ରବିନ୍‌‌ ଓ ପ୍ଲେ ଅଫ୍‌‌ ଫର୍ମାଟ୍‌‌ରେ ଖେଳାଯାଇ ଆସୁଥିବା ଏହି ଲିଗ୍‌‌ ସଫଳତାର ଶୀର୍ଷକୁ ଛୁଇଁଛି। ଲିଗ୍‌‌ରେ ଏପର୍ଯ୍ୟନ୍ତ ୫ଟି ଟାଇଟଲ ହାସଲ କରି ମୁମ୍ବାଇ ଇଣ୍ଡିଆନ୍ସ ସଫଳତମ ଦଳ ବିବେଚିତ ହେଉଛି। ସେହିପରି ତାରକା ବ୍ୟାଟର ବିରାଟ କୋହଲି ସର୍ବାଧିକ ୬୬୨୪ ଓ ଡେନ୍‌‌ ବ୍ରାଭୋ ସର୍ବାଧିକ ୧୮୩ଟି ୱିକେଟ ଅକ୍ତିଆର କରି ରେକର୍ଡ କରିଛନ୍ତି। ଗତ ୧୫ତମ ସଂସ୍କରଣରେ ପଦାର୍ପଣ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟନ୍ସ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲା। ଉଭୟ କଳାତ୍ମକ କ୍ରିକେଟ ଓ ଅର୍ଥର ପ୍ରାଚୁର୍ଜ୍ୟ ପାଇଁ ଏହି ଲିଗ୍‌‌ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରିପାରିଛି। ପ୍ରତିବର୍ଷ ଆଇପିଏଲର ଲୋକପ୍ରିୟତା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଇଛି। ଆଇପିଏଲରେ ଏପର୍ଯ୍ୟନ୍ତ ବହୁ ଖେଳାଳିମାନେ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଏମିତି କେତୋଟି ରେକର୍ଡ ଅଛି ଯାହାକୁ ଭାଙ୍ଗିବା ଏକପ୍ରକାର ଅସମ୍ଭବ ମନେ ହେଉଛି। ଏହି ଭଳି ଶ୍ରେଷ୍ଠ-୫ଟି ରେକର୍ଡକୁ ଏକ ବିଶ୍ଲେଷଣ ନିମ୍ନରେ ଦିଆଗଲା।
୧. କ୍ରିସ୍‌‌ ଗେଲଙ୍କ ୧୭୫* (ପୁଣେ ୱାରିୟର୍ସ ବିପକ୍ଷରେ)
କ୍ରିସ୍‌‌ ଗେଲ ଟି-୨୦ରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ବିବେଚିତ ହୁଅନ୍ତି। ତାଙ୍କ ବିସ୍ଫୋରକ ବ୍ୟାଟିଂ ଟି-୨୦ ଫର୍ମାଟକୁ ଆହୁରି ରୋଚକ କରିବା ସହ ନୂଆ ସୋପାନରେ ପହଞ୍ଚାଇଛି। ଆଇପିଏଲ୍‌‌ରେ ସର୍ବାଧିକ ବ୍ୟକ୍ତିଗତ ରନ ସଂଗ୍ରହ କରିବାର ରେକର୍ଡ ଅର୍ଜନ କରିଛନ୍ତି। ୨୦୧୩ରେ ଗେଲ ରୟାଲ ଚ୍ୟାଲେଞ୍ଜର୍ସ (ଆରସିବି) ତରଫରୁ ପ୍ରତିନିଧିତ୍ୱ କରି ପୁଣେ ୱାରିୟର୍ସ ଇଣ୍ଡିଆ ବିପକ୍ଷରେ ୬୬ଟି ବଲରୁ ଅପରାଜିତ ୧୭୫ ରନର ପାଳି ଖେଳିଥିଲେ। ଏହି ପାଳିରେ ସେ ୧୩ଟି ଚୌକା ଓ ୧୭ଟି ଛକା ମାରିଥିଲେ। ଏପର୍ଯ୍ୟନ୍ତ ଗେଲଙ୍କ ଏହି ବିସ୍ଫୋରକ ପାଳିକୁ କେହି ଅତିକ୍ରମ କରିନାହାନ୍ତି ଓ ଏହାକୁ ଭାଙ୍ଗିବା ମଧ୍ୟ ଅସମ୍ଭବ ମନେହେଉଛି। ଏହି ଇନିଂସ ବଳରେ ବାଙ୍ଗାଲୋର ୨୦ ଓଭରରେ ୫ ୱିକେଟ ହରାଇ ୨୬୩ ରନ ସଂଗ୍ରହ କରିଥିଲା। ଜବାବରେ ପୁଣେ ୯ ୱିକେଟ ହରାଇ ୧୩୩ ରନରେ ସୀମିତ ରହି ପରାସ୍ତ ହୋଇଥିଲା।
୨. କ୍ରମାଗତ ୧୦ ମ୍ୟାଚ୍‌‌ରେ କେକେଆର ଅପରାଜେୟ
ଆଇପିଏଲ୍‌‌ରେ ଦୁଇଥର ଟାଇଟଲ ଜିତିଥିବା କୋଲକାତା ନାଇଟ ରାଇଡର୍ସ (କେକେଆର) ମଧ୍ୟ ଏକ ବଡ଼ ରେକର୍ଡ ସୃଷ୍ଟି କରିଛି। କେକେଆର କ୍ରମାଗତ ୧୦ଟି ମ୍ୟାଚ୍‌‌ରେ ଅପରାଜେୟ ରହିବାର ରେକର୍ଡ ରହିଛି। ଏହାକୁ ଅତିକ୍ରମ କରିବା ବା ଭାଙ୍ଗିବା ଏବେ ମଧ୍ୟ ଅସମ୍ଭବ ମନେ ହେଉଛି। ୨୦୧୪ ସଂସ୍କରଣରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର ତା’ର ଅନ୍ତିମ ୯ଟି ମ୍ୟାଚ୍‌‌ରେ ବିଜୟୀ ହୋଇଥିଲା। ସେହିପରି ୨୦୧୫ ସଂସ୍କରଣର ପ୍ରଥମ ମ୍ୟାଚ୍‌‌ରେ ମଧ୍ୟ କେକେଆର ବିଜୟୀ ହୋଇଥିଲା। ଫଳରେ କ୍ରମାଗତ ୧୦ଟି ମ୍ୟାଚ୍‌‌ରେ ଏହି ଦଳ ବିଜୟୀ ହୋଇ ରେକର୍ଡ କରିଥିଲା। ଏହା ଏପର୍ଯ୍ୟନ୍ତ ଅତୁଟ ରହିଛି। ୨୦୧୪ରେ କେକେଆର ଦ୍ୱିତୀୟଥର ପାଇଁ ଟାଇଟଲ ହାସଲ କରିଥିଲା। ଏହାର ଦୁଇବର୍ଷ ପୂର୍ବରୁ ୨୦୧୨ରେ କେକେଆର ପ୍ରଥମଥର ପାଇଁ ଚାମ୍ପିଅନ ହୋଇଥିଲା।
୩. ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୋହଲିଙ୍କ ୯୭୩ ରନ
ଭାରତୀୟ କ୍ରିକେଟର ରାଜା ଭାବେ ପରିଚିତ ବିରାଟ କୋହଲି ଆଇପିଏଲର ୯ମ ସଂସ୍କରଣରେ ଅର୍ଥାତ ୨୦୧୬ରେ ୧୬ଟି ମ୍ୟାଚ୍‌‌ ଖେଳି ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯୭୩ ରନ ସଂଗ୍ରହ କରି ରେକର୍ଡ କରିଥିଲେ। ସେତେବେଳେ କୋହଲି ଜବରଦସ୍ତ ଫର୍ମରେ ଥିଲେ। ଫାଇନାଲରେ ବାଙ୍ଗାଲେର ୮ ରନରେ ସନରାଇଜର୍ସ ହାଇଦ୍ରାବାଦ୍‌‌ଠାରୁ ପରାସ୍ତ ହୋଇ ରନର୍ସଅପ ହୋଇଥିଲା। କୋହଲି ମଧ୍ୟ ଏହି ସଂସ୍କରଣରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। କୋହଲିଙ୍କ ଏହି ରେକର୍ଡ ଏପର୍ଯ୍ୟନ୍ତ ଅତୁଟ ରହିଛି। ଏହା ରେକର୍ଡ ଭଙ୍ଗ ହେବା ମଧ୍ୟ ଏକପ୍ରକାର ଅସମ୍ଭବ ମନେ ହେଉଛି।
୪. ଗୋଟିଏ ଓଭରରେ ଗେଲ୍‌‌, ଜାଡେଜାଙ୍କ ୩୭ ରନ ସଂଗ୍ରହ
ଗୋଟିଏ ଓଭରରେ ୩୭ ରନ ସଂଗ୍ରହ କରିବା ଏକପ୍ରକାର ଅସମ୍ଭବ ମନେ ହେଉଥିଲେ ମଧ୍ୟ ଏହା ଆଇପିଏଲ୍‌‌ରେ ସମ୍ଭବ ହୋଇଛି। ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଗୋଟିଏ ଓଭରରେ ୩୭ ରନ ସଂଗ୍ରହ କରି ଏହି ରେକର୍ଡ ସୃଷ୍ଟି କରିଥିଲେ। ୨୦୨୧ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ତରଫରୁ ପ୍ରତିନିଧିତ୍ୱ କରି ଜାଡେଜା ୧୯ତମ ମ୍ୟାଚ୍‌‌ରେ ଆରସିବି ବିପକ୍ଷରେ ଅନ୍ତିମ ଓଭରରେ ଏହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ପର୍ପଲ କ୍ୟାପ୍‌‌ ବିଜେତା ହର୍ଶଲ ପଟେଲଙ୍କ ଏହି ଓଭରରେ ସେ ୫ଟି ଛକା ମାରିଥିଲେ। ଜାଡେଜା ଏହି କ୍ରମରେ ୧୦ ବର୍ଷ ତଳେ ୨୦୧୧ରେ ଗେଲ ସୃଷ୍ଟି କରିଥିବା ରେକର୍ଡର ସମକକ୍ଷ ହୋଇଥିଲେ। ବାଙ୍ଗାଲେର ତରଫରୁ ଗେଲ କୋଚି ଟସ୍କର କେରଳ ଦଳର ପ୍ରଶାନ୍ତ ପରମେଶ୍ୱରନଙ୍କ ଓଭରରେ ଏହି ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏପର୍ଯ୍ୟନ୍ତ ଏହି ରେକର୍ଡ ଅତୁଟ ରହିଛି।
୫. କୋହଲି ଓ ଡିଭିଲର୍ସଙ୍କ ମଧ୍ୟରେ ୨୨୯ ରନର ଭାଗୀଦାରି
ଦୁଇ ତାରକା ବ୍ୟାଟର ବିରାଟ କୋହଲି ଓ ଏବି ଡିଭିଲର୍ସ ୨୦୧୬ ଆଇପିଏଲ ସଂସ୍କରଣରେ ୨୨୯ ରନର ଭାଗୀଦାରି ସ୍ଥାପନ କରି ରେକର୍ଡ କରିଥିଲେ। ଆରସିବି ତରଫରୁ ପ୍ରତିନିଧିତ୍ୱ କରି ସେ ଗୁଜରାଟ ଲାୟନ୍ସ ବିପକ୍ଷରେ ଏହି ଦୁଇଟ ବ୍ୟାଟର ଏହି ରେକର୍ଡ ସ୍ଥାପନ କରିଥିଲେ। ଦ୍ୱିତୀୟ ୱିକେଟରେ ଏହି ଦୁଇ ବ୍ୟାଟର ୯୭ଟି ବଲର ସାମ୍ନା କରି ୨୨୯ ରନ ସଂଗ୍ରହ କରିଥିଲେ। ଡିଭିଲର୍ସ ୫୨ ବଲରୁ ଅପରାଜିତ ୧୨୯ ରନର ଶତକୀୟ ପାଳି ଖେଳିଥିବା ବେଳେ କୋହଲି ୫୫ ବଲରୁ ୧୦୯ ରନର ଶତକୀୟ ପାଳି ଖେଳି ଆଉଟ ହୋଇଥିଲେ। ଆରସିବି ୩ ୱିକେଟ ହରାଇ ୨୪୮ ରନ ସଂଗ୍ରହ କରିଥିଲା। ଜବାବରେ ଗୁଜରାଟ୍‌‌ ୧୮.୪ ଓଭରରେ ୧୦୪ ରନରେ ସୀମିତ ରହି ପରାସ୍ତ ହୋଇଥିଲା। ଆରସିବି ଏହି ମ୍ୟାଚ୍‌‌ରେ ୧୪୪ ରନରେ ବିଜୟୀ ହୋଇଥିଲା। ଡିଭଲର୍ସ ଏହି ମ୍ୟାଚ୍‌‌ର ଶ୍ରେଷ୍ଠ ଖେଳାଳି ବିବଚିତ ହୋଇଥିଲା।
ବାଜିଲା ଆଇପିଏଲ୍‌ ବିଗୁଲ୍‌ : ମାର୍ଚ୍ଚ ୩୧ରେ ଆରମ୍ଭ, ମେ ୨୮ରେ ଫାଇନାଲ, ଗୁଜୁରାଟ-ଚେନ୍ନାଇ ପ୍ରଥମ ମ୍ୟାଚ୍
ନୂଆଦିଲ୍ଲୀ : ଆଇପିଏଲ ୨୦୨୩ ପାଇଁ ବାଜିଛି ବିଗୁଲ୍‌। ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ‘ଆଇପିଏଲ’ ପାଇଁ ବିସିସିଆଇ ଘୋଷଣା କରିଛି ମ୍ୟାଚ ସୂଚୀ। ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆଇପିଏଲ ଆରମ୍ଭ ହୋଇ ମେ ୨୮ ତାରିଖରେ ଫାଇନାଲ ଖେଳାଯିବ।  ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ  ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଓପନିଂ ଏବଂ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
ଆଇପିଏଲ ୨୦୨୩ରେ ୧୦ଟି ଟିମ୍‌ ମଧ୍ୟରେ ୭୦ଟି ଲିଗ୍ ମ୍ୟାଚ୍ ଖେଳାଯିବ। ଏହା ପରେ ଚାରୋଟି ପ୍ଲେ ଅଫ୍ ମ୍ୟାଚ୍ ଖେଳାଯିବ। ଚଳିତ ଥର ଦର୍ଶକ ମାନେ ୧୮ଟି ଡବଲ୍ ହେଡର ମ୍ୟାଚ ଦେଖିବେ । ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ । ଏହିପରି ଚଳିତ ଆଇପିଏଲରେ ମୋଟ ୭୪ ଟି ମ୍ୟାଚ୍ ହେବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ ଟି ଗ୍ରାଉଣ୍ଡରେ ଖେଳାଯିବ। ଗୌହାଟି, ଧର୍ମଶାଳା, ଅହମ୍ମଦାବାଦ, ମୋହାଲି, ଲକ୍ଷ୍ନୌ, ହାଇଦ୍ରାବାଦ, ବାଙ୍ଗାଲୋର, ଚେନ୍ନାଇ, ଦିଲ୍ଲୀ, କୋଲକାତା, ଜୟପୁର, ମୁମ୍ବାଇ, ଗୌହାଟି, ଧର୍ମଶାଳା ଷ୍ଟାଡିୟମରେ ଆଇପିଏଲ ମ୍ୟାଚଗୁଡିକ ଖେଳାଯିବ।
ଆଇପିଏଲ ୨୦୨୩ ପାଇଁ ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପ୍ରେ ବିଭକ୍ତ କରାଯାଇଛି । ପ୍ରତ୍ୟେକ ଦଳ ଗ୍ରୁପ୍ ଷ୍ଟେଜରେ ୧୪-୧୪ ମ୍ୟାଚ୍ ଖେଳିବେ । ଏହି ସମୟ ମଧ୍ୟରେ ପ୍ରତ୍ୟେକ ଦଳ ନିଜ ଘରୋଇ ମାଟିରେ ୭ଟି ମ୍ୟାଚ୍ ଖେଳିବାକୁ ଥିବାବେଳେ ବାକି ୭ଟି ମ୍ୟାଚ୍ ବିପକ୍ଷ ଦଳଙ୍କ ମାଟିରେ ଖେଳିବେ ।
ଆଇପିଏଲ୍ ୨୦୨୩ ଗ୍ରୁପ୍
ଗ୍ରୁପ୍-ଏ: ମୁମ୍ବାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜିଆଣ୍ଟସ୍
ଗ୍ରୁପ୍-ବି: ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜୁରାଟ ଟାଇଟନ୍ସ
ଆରମ୍ଭ ହେଲା ଆପିଇଏଲ ମହାସମର-୨୦୨୨; ଟସ ଜିତି ବୋଲିଂ ନିଷ୍ପତି ନେଲା କୋଲକାତା ନାଇଡ ରାଇଡର୍ସ
ମୁମ୍ବାଇ: ଅପେକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲର ପଞ୍ଚଦଶ ସଂସ୍କରଣ । ଦୀର୍ଘ ଦୁଇ ବର୍ଷ ହେଲା ଭାରତୀୟ କ୍ରିକେଟପ୍ରେମୀ କରିଥିବା ଅପେକ୍ଷାର ଘଟିଲା ଅନ୍ତ । ଆଉ ପ୍ରଥମ ଲଢେଇରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଚେନ୍ନାଇ ସୁପରକିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ପ୍ରଥମ ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତି ନେଇଛି ଗତଥରର ଉପ-ବିଜେତା କୋଲକାତା ନାଇଡ ରାଇଡର୍ସ । ଦୁଇ ନୂଆ ଅଧିନାୟକଙ୍କୁ ନେଇ ଏଥର ମୈଦାନକୁ ଓହ୍ଲାଇବେ ଦୁଇ ଦଳ । ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପରକିଙ୍ଗସର କ୍ୟାପଟେନ୍ ରହିଥିବା ବେଳେ କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ହେଉଛନ୍ତି ଶ୍ରେୟସ ଆୟର ।
ଏଥର ଆଇପିଏଲର ସବୁ ମ୍ୟାଚ୍ ମୁମ୍ବାଇ ଓ ପୁଣେରେ ହିଁ ଖେଳାଯିବ । ଚଳିତ ଆଇପିଏଲରେ ଟିମ୍ ସଂଖ୍ୟା ୮ରୁ ୧୦କୁ ବୃଦ୍ଧି କରାଯାଇଛି । ଗୁଜରାଟ ଟାଇଟାନ୍ସ ଓ ଲକ୍ଷ୍ନୌ ସୁପର ଜିଆଂଟସ୍ ହେଉଛନ୍ତି ନୂଆ ଟିମ୍ । ୨୦୨୦ ସଂସ୍କରଣର ସଂପୂର୍ଣ୍ଣ ସିଜନରେ ୟୁଏଇରେ ଖେଳାଯାଇଥିଲା । ଯଦିଓ ୨୦୨୧ ଆଇପିଏଲ ସିଜିନ୍ ଘରୋଇ ମାଟିରେ ଆରମ୍ଭ ହୋଇଥିଲା କିନ୍ତୁ କରୋନା ମହାମାରୀ ପାଇଁ ସିଜିନର ଅବଶିଷ୍ଟ ମ୍ୟାଚ୍‌ ପୁଣି ୟୁଏଇରେ ଖେଳାଯାଇଥିଲା । କିନ୍ତୁ ୨୦୨୨ ଆଇପିଏଲର ପଞ୍ଚଦଶ ସଂସ୍କରଣ ସଂପୂର୍ଣ୍ଣ ଭାବେ ଘରୋଇ ଭେନ୍ୟୁରେ ଆୟୋଜିତ ହେବ । ସେଥିପାଇଁ ମୁମ୍ବାଇ ଓ ପୁଣେରେ ୪ଟି ଭେନ୍ୟୁ ଚୟନ କରାଯାଇଛି ।
ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନାଢ଼୍ୟ ଟି-୨୦ କ୍ରିକେଟ୍‍ ପ୍ରତିଯୋଗିତା ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍) ଏହାର ୧୩ ବର୍ଷର ଇତିହାସରେ ଅନେକ ଶ୍ରେଷ୍ଠ ଅଧିନାୟକଙ୍କୁ ଦେଖିଛି। ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଶେନ୍‍ ୱର୍ଣ୍ଣ, ରିକି ପଣ୍ଟିଂ ଓ ଆଦାମ ଗିଲ୍‍ଖ୍ରିଷ୍ଟ ଆଇପିଏଲ୍‍ର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କ ବିଚକ୍ଷଣ ନେତୃତ୍ୱର ଛାପ ଛାଡ଼ିଥିବାବେଳେ ମହେନ୍ଦ୍ର ସିଂହ ଧୋନୀ, ଗୌତମ ଗମ୍ଭୀର ଓ ରୋହିତ୍‍ ଶର୍ମାଙ୍କ ପରି କିମ୍ବଦନ୍ତୀ ଇତିହାସ ରଚିଛନ୍ତି। ଏହି ବ୍ୟୟବହୁଳ କ୍ରିକେଟ୍‍ ପ୍ରତିଯୋଗିତାର ୧୪ତମ ସଂସ୍କରଣ ଆରମ୍ଭ ହେବାକୁ ଆଉ ୩ ଦିନ ବାକିଥିବା ବେଳେ  ଅଂଶଗ୍ରହଣକାରୀ ୮ ଦଳର ଅଧିନାୟକଙ୍କ ଉପରେ ସମ୍ୟକ ସୂଚନା।
୧- ମହେନ୍ଦ୍ର ସିଂ ଧୋନୀ (ଚେନ୍ନାଇ ସୁପର୍‍କିଙ୍ଗ୍‍ସ):
କ୍ରିକେଟ୍‍ ଇତିହାସରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଅନ୍ୟତମ ଶ୍ରେଷ୍ଠ ଓ ପ୍ରଭାବଶାଳୀ ଅଧିନାୟକ ଭାବେ ବିବେଚନା କରାଯାଇଥାଏ। ଚେନ୍ନାଇ ସୁପର୍‍ କିଙ୍ଗ୍‍ସ (ସିଏସ୍‍କେ) ସହ ଧୋନୀ ପ୍ରାରମ୍ଭରୁ ଜଡ଼ିତ ହୋଇରହିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୩ଥର ଆଇପିଏଲ୍‍ ଟ୍ରଫି ଜିତିପାରିଛି। ସେଥିମଧ୍ୟରୁ ୨୦୧୦ ଓ ୨୦୧୧ରେ କ୍ରମାଗତ ୨ଟି ସିଜନ ଚାମ୍ପିଅନ୍‍ ହୋଇଥିଲା। ୨୦୧୮ରେ ଶେଷଥର ପାଇଁ ଧୋନୀଙ୍କ ନେତୃତ୍ୱରେ ଦଳ ଆଇପିଏଲ୍‍ ଟ୍ରଫି ହାସଲ କରିଥିଲା। ୨୦୦୮ରୁ ୨୦୨୦ ସୁଦ୍ଧା ଧୋନୀ ୧୮୮ ଆଇପିଏଲ୍‍ ମ୍ୟାଚ୍‍ (ଚେନ୍ନାଇ ଓ ରାଇଜିଂ ପୁଣେ ସୁପର୍‍ ଜିଆଣ୍ଟ୍‍ସ)ରେ ନେତୃତ୍ୱ ନେଇ ୧୧୦ରେ ବିଜୟୀ ହୋଇଛନ୍ତି। ୭୭ ମ୍ୟାଚ୍‍ରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ୫୮.୮୨ ପ୍ରତିଶତ ରହିଛି। ୨୦୧୯ରେ ମଧ୍ୟ ଧୋନୀ ଦଳକୁ ରନର୍ସଅପ୍‍ କରାଇଥିଲେ। ତେବେ ଗତ ୨୦୨୦ ସଂସ୍କରଣ ଉଭୟ ଧୋନୀ ଓ ଚେନ୍ନାଇ ପାଇଁ ବେଶ୍‍ ନୈରାଶ୍ୟଜନକ ଥିଲା। ଆଇପିଏଲ୍‍ ଇତିହାସରେ ସୁପର୍‍ କିଙ୍ଗ୍‍ସ ପ୍ରଥମଥର ଲାଗି ପ୍ଲେ-ଅଫ୍‍ ଖେଳିବାରୁ ବଞ୍ଚିତ ହୋଇଥିଲା। ଧୋନୀ ମଧ୍ୟ ୧୪ ମ୍ୟାଚ୍‍ରୁ ମାତ୍ର ୨୦୦ ରନ କରିଥିଲେ। ୨୦୨୧ ସିଜନରେ କିନ୍ତୁ ଧୋନୀ ପୁଣିଥରେ ତାଙ୍କ ନେତୃତ୍ୱର ଝଲକ ଦେଖାଇବା ଲକ୍ଷ୍ୟରେ ରହିଛନ୍ତି।
୨- ରୋହିତ୍‍ ଶର୍ମା (ମୁମ୍ବଇ ଇଣ୍ଡିଆନ୍ସ):
ଆଇପିଏଲ୍‍ ଇତିହାସରେ ରୋହିତ୍‍ ଶର୍ମା ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ ମାନ୍ୟତା ପାଇଛନ୍ତି। ତାଙ୍କ ନେତୃତ୍ୱରେ ମୁମ୍ବଇ ଇଣ୍ଡିଆନ୍ସ ରେକର୍ଡ ୫ ଟାଇଟଲ୍‍ (୨୦୧୩, ୨୦୧୫, ୨୦୧୭, ୨୦୧୯, ୨୦୨୦) ଜିତିଛି। ୨୦୧୩ରୁ ୨୦୨୦ ମଧ୍ୟରେ ରୋହିତ୍‍ ୧୧୬ ମ୍ୟାଚ୍‍ରେ ମୁମ୍ବଇର ନେତୃତ୍ୱ ନେଇଛନ୍ତି। ଯେଉଁଥିରେ ଦଳ ୬୮ ମ୍ୟାଚ୍‍ରେ ବିଜୟୀ ଓ ୪୪ରେ ପରାଜୟର ସାମ୍ନା କରିଛି। ରୋହିତ୍‍ଙ୍କ ବିଜୟ ପ୍ରତିଶତ ୬୦.୩୪ ରହିଛି। ତାଙ୍କ ନେତୃତ୍ୱରେ ମୁମ୍ବଇ ୪ଟି ମ୍ୟାଚ୍‍ ଟାଇ ରଖିପାରିଛି। ହ୍ୟାଟ୍ରିକ୍‍ ଟାଇଟଲ୍‍ ଜିତିବା ଲକ୍ଷ୍ୟରେ ଥିବା ରୋହିତ୍‍ ଗତ ସିଜନରେ ୩ଟି ଅର୍ଦ୍ଧଶତକ ସହ ୩୩୨ ରନ୍‍ ସ୍କୋର କରିଥିଲେ।
୩- ବିରାଟ କୋହଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର):
ଟେଷ୍ଟରେ ଅଧିକ ମ୍ୟାଚ୍‍ ଜିତିବା ଦୃଷ୍ଟିରୁ ବିରାଟ କୋହଲି ଭାରତର ସଫଳ ଅଧିନାୟକ ହୋଇପାରନ୍ତି, କିନ୍ତୁ ଆଇପିଏଲ୍‍ରେ ତାଙ୍କ ନେତୃତ୍ୱ ନୈରାଶ୍ୟଜନକ ରହିଛି। ଆଧୁନିକ ଯୁଗର ଏହି ମହାନ୍‍ କ୍ରିକେଟର୍‍ ଆଇପିଏଲରେ ଉଭୟ ବ୍ୟାଟିଂ ଓ ଅଧିନାୟକତ୍ୱରେ ରେକର୍ଡ ସେତେଟା ଆଖିଦୃଶିଆ ନାହିଁ। କୋହଲି ବର୍ତ୍ତମାନ ବି ଆଇପିଏଲ୍‍ ଟ୍ରଫି ସନ୍ଧାନରେ ରହିଛନ୍ତି। ୨୦୧୧ରୁ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‍ସିବି)ର ନେତୃତ୍ୱ ନେଇ ଆସୁଛନ୍ତି। ତାଙ୍କ ନେତୃତ୍ୱରେ ବାଙ୍ଗାଲୋର ୧୨୫ ମ୍ୟାଚ୍‍ରୁ ମାତ୍ର ୫୫ରେ ବିଜୟୀ, ୬୩ରେ ପରାଜୟ ଓ ୩ଟି ମ୍ୟାଚ୍‍ ଟାଇ ରଖିଛି। ୪ଟି ମ୍ୟାଚ୍‍ର ଫଳାଫଳ ବାହାରିପାରି ନାହିଁ। କୋହଲିଙ୍କ ବିଜୟ ପ୍ରତିଶତ ୪୬.୬୯ ରହିଛି। ୨୦୨୦ ସିଜନରେ ସେ ୧୫ ମ୍ୟାଚ୍‍ରୁ ୩ ଅର୍ଦ୍ଧଶତକ ସହ ୪୬୬ ରନ୍‍ ସଂଗ୍ରହ କରିଛନ୍ତି।
୪- ଡେଭିଡ୍‍ ୱାର୍ଣ୍ଣର (ସନ୍‍ରାଇଜର୍ସ ହାଇଦରାବାଦ୍‍)
ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣର ସମସ୍ତ ଫର୍ମାଟ୍‍ରେ ଜଣେ ଚମତ୍କାର ଓପନର୍‍ ଭାବେ ବିବେଚିତ ହେଉଛନ୍ତି। ସନ୍‍ରାଇଜର୍ସ ହାଇଦରାବାଦ୍‍ ଏହାର ଏକମାତ୍ର ଆଇପିଏଲ୍‍ ଟ୍ରଫି (୨୦୧୬) ୱାର୍ଣ୍ଣରଙ୍କ ନେତୃତ୍ୱରେ ଜିତିଥିଲା। ସେହି ସିଜନରେ ୱାର୍ଣ୍ଣର ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ୯ ଅର୍ଦ୍ଧଶତକ ସହ ୮୪୮ ରନ୍‍ ସଂଗ୍ରହ କରିଥିଲେ। ୨୦୧୭ ଓ ୨୦୧୯ରେ ମଧ୍ୟ ସେ ଶତକ ଅର୍ଜନ କରିଥିଲେ। ବଲ୍‍ ଟ୍ୟାମ୍ପରିଂ ମାମଲାରେ ବାସନ୍ଦାଦେଶ ଭୋଗି ୨୦୧୯ରେ କ୍ରିକେଟ୍‍କୁ ପ୍ରତ୍ୟାବର୍ତ୍ତନ କରିଥିବା ୱାର୍ଣ୍ଣର ପୁଣିଥରେ ହାଇଦରାବରଦ୍‍ର ନେତୃତ୍ୱ ନେଇଥିଲେ। ସେ ୬୩ ମ୍ୟାଚ୍‍ରେ ଦଳର ନେତୃତ୍ୱ ନେଇ ୩୪ଟିରେ ବିଜୟୀ ସ୍ୱାଦ ଚାଖିଛନ୍ତି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ୬୦.୩୪ ରହିଛି।
୫- ଲୋକେଶ ରାହୁଲ (ପଞ୍ଜାବ କିଙ୍ଗ୍‍ସ)
ଷ୍ଟାଇଲିସ୍‍ ୱିକେଟ୍‍କିପର୍‍ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ୨୦୨୦ ସିଜନରେ ପଞ୍ଜାବ କିଙ୍ଗ୍‍ସର ନେତୃତ୍ୱ ପ୍ରଦାନ କରାଯାଇଥିଲା। ଅଧିନାୟକ ଭାବେ ପଦାର୍ପଣ ସିଜନରେ ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ। ୧୪ ମ୍ୟାଚରୁ ସେ ୫ ଅର୍ଦ୍ଧଶତକ ଓ ଗୋଟିଏ ଶତକ ସହ ୬୭୦ ରନ୍‍ ସଂଗ୍ରହ କରି ‘ଅରେଞ୍ଜ କ୍ୟାପ୍‍’ର ଅଧିକାରୀ ରହିଥିଲେ। ତେବେ ତାଙ୍କ ଦଳ ମାତ୍ର ୫ ମ୍ୟାଚ୍‍ରେ ବିଜୟୀ ହୋଇ ପ୍ଲେ-ଅଫ୍‍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲା। ନୂଆ ନାମରେ ଚଳିତ ସିଜନରେ ଖେଳିବାକୁ ଯାଉଥିବା ପଞ୍ଜାବ କିଙ୍ଗ୍‍ସଙ୍କୁ ଏଥର କିନ୍ତୁ ରାହୁଲ ପ୍ଲେ-ଅଫ୍‍ ଖେଳାଇବା ଲକ୍ଷ୍ୟରେ ରହିଛନ୍ତି।
୬- ଋଷଭ ପନ୍ତ (ଦିଲ୍ଲୀ କ୍ୟାପିଟାଲ୍ସ)
ଆଇପିଏଲ୍‍ର ଆଗାମୀ ସିଜନ ଲାଗି ଉଦୀୟମାନ ୱିକେଟ୍‍କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆଘାତ ହେବାପରେ ପନ୍ତଙ୍କୁ ଏହି ଗୁରୁଦାୟିତ୍ୱ ଦିଆଯାଇଛି। ଫଳରେ ଆଇପିଏଲ୍‍ ଇତିହାସରେ ସେ ୫ମ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପୂର୍ବରୁ ପନ୍ତ ଘରୋଇ କ୍ରିକେଟ୍‍ରେ ଦିଲ୍ଲୀର ନେତୃତ୍ୱ ନେଇସାରିଛନ୍ତି। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷ ଐତିହାସିକ ଟେଷ୍ଟ ସିରିଜ ବିଜୟ ଓ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷରେ ଦମ୍‍ଦାର ପ୍ରଦର୍ଶନ ପରେ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଦୌଡ଼ରେ ପନ୍ତ ସର୍ବାଗ୍ରେ ରହିଥିଲେ।
୭- ଇଅନ୍‍ ମୋର୍ଗାନ (କେକେଆର୍‍)
ଗତ ବର୍ଷ ସିଜନ ଅଧାରୁ ଦୀନେଶ କାର୍ତ୍ତିକ ଅଧିନାୟକ ପଦରୁ ଓହରିଯିବା ପରେ ଇଅନ୍‍ ମୋର୍ଗାନଙ୍କ ହାତକୁ କୋଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍) ଦଳର ନେତୃତ୍ୱ ଭାର ଯାଇଥିଲା। ସେ ୬ଟି ମ୍ୟାଚ୍‍ରେ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ମୋର୍ଗାନଙ୍କ ନେତୃତ୍ୱରେ କେକେଆର୍‍ ୨ ବିଜୟ ଓ ୪ମ୍ୟାଚରେ ପରାଜୟବରଣ କରିଥିଲା। ଗୋଟିଏ ମ୍ୟାଚ୍‍ ଟାଇ ରହିଥିଲା। ଆଗାମୀ ସିଜନ ତାଙ୍କ ନେତୃତ୍ୱ ଦକ୍ଷତାର ପରୀକ୍ଷା ହେବ।
୮- ସଞ୍ଜୁ ସାମସନ (ରାଜସ୍ଥାନ ରୟାଲ୍ସ)
ନିଜୟମିତ ଅଧିନାୟକ ଷ୍ଟିଭେନ୍‍ ସ୍ମିଥ୍‍ଙ୍କୁ ଦଳରୁ ରିଲିଜ କରାଯିବା ପରେ କେରଳ ତାରକ ସଞ୍ଜୁ ସାମସନ୍‍ଙ୍କୁ ରାଜସ୍ଥାନ ରୟାଲ୍ସ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଥିଲା। ରାହୁଲ ଦ୍ରାବିଡ୍‍ ଓ ଅଜିଙ୍କ୍ୟା ରାହାଣେଙ୍କ ପରେ ୩ୟ ଭାରତୀୟ ଭାବେ ସଞ୍ଜୁ ରାଜସ୍ଥାନ ଦଳର ନେତୃତ୍ୱ ନେବାର ସୁଯୋଗ ପାଇଥିଲେ। ଗତ ସିଜନରେ ସେ ୧୪ ଇନିଂସରୁ ୩୭୫ ରନ୍‍ ସଂଗ୍ରହ କରି ଦଳ ପକ୍ଷରୁ ସଫଳ ବ୍ୟାଟ୍ସମ୍ୟାନ ରହିଥିଲେ। ତ୍ରୟୋଦଶ ସଂସ୍କରଣରେ ରାଜସ୍ଥାନ ତାଲିକାର ସର୍ବନିମ୍ନ ସ୍ଥାନରେ ରହିଥିବାରୁ ସାମସନ୍‍ଙ୍କ ପାଇଁ ଚଳିତ ସିଜନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ।