Sea Beach - The Sakala

ପର୍ଯ୍ୟଟକଙ୍କୁ କେନ୍ଦ୍ରକରି ବହୁ ପରିବାରର ଭାତହାଣ୍ଡି ପାଲଟିଛି ଓଡ଼ିଶା ଉପକୂଳର ପ୍ରମୁଖ ମନୋରମ ବେଳାଭୂମି
ପୁରୀ (ହେମନ୍ତ କୁମାର ନାୟକ): ପୂର୍ବ ଭାରତର ଓଡ଼ିଶା ଉପକୂଳରେ ରହିଛି ପ୍ରମୁଖ ମନୋରମ ବେଳାଭୂମି। ପୁରୀଠାରେ ସମୁଦ୍ର ସ୍ନାନ ପାଇଁ ଅନୁକୂଳ ଯୋଗୁଁ ଏଠାରେ ବର୍ଷତମାମ୍ ଦେଶ ବିଦେଶ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ପୂର୍ବ ଆକାଶରେ ସିନ୍ଦୂରା ଫାଟିବା ପୂର୍ବରୁ ପର୍ଯ୍ୟଟକଙ୍କ ପାଦପଡ଼େ ବେଳାଭୂମି ଛାତିରେ। ଢେର୍ ରାତିଯାଏ ଲାଗେ ଗହଳିଚହଳି। କେବଳ ପୁରୀ ନୁହେଁ, ଗଞ୍ଜାମ ଜିଲ୍ଲାର ଗୋପାଳପୁର ଓ ବାଲେଶ୍ବର ଜିଲ୍ଲାରେ ପ୍ରମୁଖ ବେଳାଭୂମି ଯେ କେବଳ ପର୍ଯ୍ୟଟକଙ୍କ ମନୋରଞ୍ଜନର ମାଧ୍ୟମ ତାହା ନୁହେଁ, ଅନେକଙ୍କୁ ବଞ୍ଚିବାର ରାହା ଦେଇଆସିଛି। ପର୍ଯ୍ୟଟକଙ୍କୁ କେନ୍ଦ୍ରକରି ବହୁ ପରିବାରର ଭାତହାଣ୍ଡି ପାଲଟିଛି ବେଳାଭୂମି।

ପୁରୀ ବାଲୁକା ଶଯ୍ୟାର ପେଣ୍ଠକଟାରୁ କୋକୋପାମ୍ ପର୍ଯ୍ୟନ୍ତ ସକାଳୁ ସକାଳୁ ଚା’ ଜଳଖିଆଠାରୁ ଆରମ୍ଭ କରି ଝାଲମୁଢ଼ି, ଚଣା, ମଟର, ମିକ୍ସଚର୍‌, ବାଦାମ, ଆଇସ୍‌କ୍ରିମ୍‌, ପଇଡ଼ ପସରା ମେଲିଯାଏ। ପୁଣି ପର୍ଯ୍ୟଟକଙ୍କୁ ମାଲିସ୍‌ କରିବା ପାଇଁ ଡେରା ପକାଇଥାନ୍ତି ଥୋକେ ଲୋକ। ସେପଟୁ ଘୋଡ଼ା, ଓଟ ଧରି ପହଞ୍ଚିଯାନ୍ତି କିଛି ବ୍ୟକ୍ତି। ପର୍ଯ୍ୟଟକଙ୍କୁ ଘୋଡ଼ା ଓ ଓଟ ପିଠିରେ ବସାଇ ରୋଜଗାର କରନ୍ତି ଭଲ ଦି ପଇସା। ସନ୍ଧ୍ୟା ପର୍ଯ୍ୟନ୍ତ ବେଳାଭୂମିରେ ଚାଲୁଥାନ୍ତି ଏକାଧିକ ଓଟ ଓ ଘୋଡ଼ା। ପୁଣି ପର୍ଯ୍ୟଟକଙ୍କୁ ପହିଲି ସୂର୍ଯ୍ୟ କିରଣର ସ୍ୱାଦ ଦେବା ପାଇଁ ମାଳମାଳ ଚେୟାର ଦେଖିବାକୁ ମିଳେ। ସମୁଦ୍ର ସ୍ନାନ ପରେ ପର୍ଯ୍ୟଟକ ଚେୟାରରେ ବସି ନୀଳ ଜଳରାଶିରେ ସୃଷ୍ଟି ହେଉଥିବା ବିଶାଳ ଢେଉ ଖେଳ ଦେଖନ୍ତି। ମହୋଦଧିର ଛାତି ଚିରି ଅଥଳ ଜଳ ରାଶିରେ ପର୍ଯ୍ୟଟକଙ୍କୁ ବସାଇ ଚକ୍କର କାଟେ ଜେଟ୍‌ସ୍କି ଓ ସ୍ପିଡ୍ ବୋଟ। ପୁଣି ସମୁଦ୍ର ବକ୍ଷରୁ ମାଛ, କଙ୍କଡ଼ା ସାଉଣ୍ଟି ଘରମୁହାଁ ହୁଅନ୍ତି ମତ୍ସ୍ୟଜୀବୀ। ବେଳାଭୂମି ବାଲିରେ ମେଲିଦିଅନ୍ତି ସଜ ମାଛର ପସରା। ଏମିତି ଚାଲେ ବେଳାଭୂମିରେ ଜୀବନ, ଯେଉଁମାନଙ୍କୁ ବଞ୍ଚିବାର ରାହା ଦେଇଆସୁଛି ପୁରୀ ବେଳାଭୂମି।

ଝାଲମୁଢ଼ିର ବାସ୍ନା

ବେଳାଭୂମି ଆସୁଛନ୍ତି ମାନେ ଝାଲମୁଢ଼ି ଖାଇବେନି ବା କେମିତି ? ସ୍ୱର୍ଣ୍ଣାଭ ବେଳାଭୂମିର ବାଲୁକା ଶଯ୍ୟାରେ ଉତ୍ତାଳ ତରଙ୍ଗକୁ ଉପଭୋଗ କରୁଥିବା ବେଳେ କାନରେ ପଡ଼ିବ ‘ଝାଲମୁଡ଼ି ନେବ ଝାଲମୁଢ଼ି’। ପୁଣି କେବେ ଚଣା ବାଦାମ… ଚଣା ବାଦାମ୍ ଏମିତି କେତେ କ’ଣ । ତେବେ ପୁରୀ ବେଳାଭୂମିରେ ପ୍ରତିଦିନ ଝାଲମୁଢ଼ି ବିକ୍ରି କରିଥାନ୍ତି ମଙ୍ଗଳାଘାଟର ପ୍ରତାପ ସାହୁ। ସକାଳ ହେଲେ ଘରୁ ଏକ ବାଉଁଶ ପାଛିଆରେ ସାଇଜ୍ କରି ଝାଲମୁଢ଼ିର ସାମଗ୍ରୀକୁ ମୁଣ୍ଡେଇ ପହଞ୍ଚିଯାନ୍ତି ବେଳାଭୂମିରେ। ଆଉ ଆରମ୍ଭ ହୁଏ ତାଙ୍କ ଝାଲମୁଢ଼ିର ବ୍ୟବସାୟ । ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନୁହେଁ, ଦିଗବାରିଣୀ ଛକଠାରୁ ଚୈତନ୍ୟ ଛକ ପର୍ଯ୍ୟନ୍ତ ମୁଣ୍ଡରେ ଝାଲମୁଡ଼ି ପସରା ଥୋଇ ଡାକ ଛାଡିଥାନ୍ତି। ଦ୍ୱିପ୍ରହରରେ ନିଜେ ପେଟକୁ ଦି ମୁଠା ଦାନା ଦେବା ପରେ ସନ୍ଧ୍ୟା ପର୍ଯ୍ୟନ୍ତ ବେଳାଭୂମିରେ ଝାଲମୁଢିର ପସରା ମେଲାଇଥାନ୍ତି ପ୍ରତାପ।

‘ଓଟ’ରୁ ଜୀବିକା; ମରୁଭୂମିରୁ ବେଳାଭୂମି

୮/୧୦ ବର୍ଷ ହେବ ପୁରୀ ବେଳାଭୂମିରେ ‘ଓଟ’କୁ ନେଇ ନିଜର ଜୀବିକା ନିର୍ବାହ କରିଆସୁଛନ୍ତି ଜଗ୍‌ଦୀଶ ରାଓ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କୁ ଓଟ ପିଠିରେ ବସାଇ ବେଳାଭୂମିରେ ବୁଲାଇଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରନ୍ତି। ଜଗଦୀଶ କୁହନ୍ତି, ରାଜସ୍ଥାନରୁ ଏହି ଓଟ ଆଣିଛନ୍ତି। ସକାଳ ୬ଟା ହେଲେ ଓଟଙ୍କୁ ଧରି ବେଳାଭୂମିରେ ପହଞ୍ଚିଯାନ୍ତି । ଛୋଟ ପିଲାଙ୍କ ପାଇଁ ୫୦ ଟଙ୍କା ଏବଂ ବଡ଼ ଲୋକଙ୍କ ପାଇଁ ୧୦୦ ଟଙ୍କା ସଂଘ ପକ୍ଷରୁ ଧାର୍ଯ୍ୟ ହୋଇଛି। ତଥାପି ଲୋକ ଦେଖି ଧାର୍ଯ୍ୟ ଅର୍ଥଠାରୁ ବି କମ୍ ନେଇଥାନ୍ତି। କେଉଁଦିନ ହଜାରେ ତ ପୁଣି କେଉଁଦିନ ୧,୫୦୦ ରୋଜଗାର କରନ୍ତି। ଦୈନିକ ଓଟ ପାଇଁ ୩୦୦ରୁ ୪୦୦ ଟଙ୍କା ଖର୍ଚ୍ଚ କରିଥାନ୍ତି ବୋଲି କୁହନ୍ତି ଜଗଦୀଶ ।

ବିହାରୀ ବାବୁଙ୍କ ବମ୍ବେଇ ଲଡୁ

ବିହାରର ଲଳିତ କୁମାର ୧୫/୧୬ ବର୍ଷ ହେବ ବେଳାଭୂମିରେ ବମ୍ବେଇ ଲଡୁ ବିକ୍ରି କରୁଛନ୍ତି। ଦିନତମାମ୍ ହାତରେ ଘଣ୍ଟିଟିଏ ଏବଂ କାନ୍ଧରେ ବମ୍ବେଇ ଲଡୁ ବନ୍ଧା ଥିବା ବାଉଁଶଟିକୁ ଧରି ବେଳାଭୂମିରେ ଚାଲୁଥାନ୍ତି। ଲଳିତ କୁହନ୍ତି, ଏହାକୁ ପ୍ରସ୍ତୁତ କରିବାକୁ ଦୈନିକ ୫/୬ ଘଣ୍ଟା ସମୟ ଲାଗିଥାଏ। ଏହାପରେ ଏହି ବମ୍ବେଇ ଲଡୁକୁ ଧରି ବେଳାଭୂମିରେ ହାଜର ହୁଅନ୍ତି । ଦିନକୁ ୬୦ରୁ ୧୦୦ ପର୍ଯ୍ୟନ୍ତ ବମ୍ବେଇ ଲଡୁ ତିଆରି କରି ବିକ୍ରି ପାଇଁ ଆଣିଥାନ୍ତି। କେଉଁଦିନ ଭଲ ଦି ପଇସା ହୁଏ ତ ପୁଣି କେବେ ନିରାଶ ହେବାକୁ ପଡ଼େ ବୋଲି କୁହନ୍ତି ଲଳିତ। କେବଳ ଲଳିତ ନୁହଁନ୍ତି ତାଙ୍କ ଭଳି ଏଠାରେ ବମ୍ବେଇ ଲଡୁକୁ ନେଇ ଜୀବିକା ନିର୍ବାହ କରନ୍ତି ପ୍ରାୟ ୪୦ରୁ ୫୦ ବ୍ୟବସାୟୀ।

ଶଙ୍ଖ, ମାଳିର ପସରା

ପୁରୀ ବେଳାଭୂମି ବୁଲି ଆସୁଥିବା ପର୍ଯ୍ୟଟକ ଘରକୁ ଫେରିବା ବେଳେ କିଛି ନା କିଛି ସାଙ୍ଗରେ ନେଇଥାନ୍ତି। ଯେଉଁଥÒପାଇଁ ବେଳାଭୂମିରେ ଶଙ୍ଖ, ମାଳିର ବିଭିନ୍ନ ସାମଗ୍ରୀ ମଧ୍ୟ ଉପଲବ୍ଧ ହୋଇଥାଏ। ସକାଳୁ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ଏହି ଦୋକାନଗୁଡ଼ିକ ଖୋଲା ରୁହେ। ପର୍ଯ୍ୟଟକମାନେ ଘରକୁ ଯିବାବେଳେ ଏଠାରୁ ବିଭିନ୍ନ ପ୍ରକାର ସାମଗ୍ରୀ କ୍ରୟ କରିଥାନ୍ତି। ବେଳାଭୂମିରେ ଶଙ୍ଖ, ମାଳି ଦୋକାନ କରିଥିବା ବାବୁଲା ସାହୁ କୁହନ୍ତି, ଏହି ଦୋକାନରେ ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି।

ଡଙ୍ଗା, ଜାଲ ଓ ମାଛ ମଣିଷ

ସମୁଦ୍ର ଏବଂ ବେଳାଭୂମିରେ ଯାହାର ଅଧିକ ଚଳପ୍ରଚଳ ସେମାନେ ହେଉଛନ୍ତି ମତ୍ସ୍ୟଜୀବୀ ସମ୍ପ୍ରଦାୟ। ଶହ ଶହ ମତ୍ସ୍ୟଜୀବୀଙ୍କ ଭାତହାଣ୍ଡି ହେଉଛି ସମୁଦ୍ର। ପୁରୀ ବେଳାଭୂମି କଡ଼ରେ ଏକାଧିକ ମତ୍ସ୍ୟଜୀବୀ (ନୋଳିଆ) ସମ୍ପ୍ରଦାୟର ବସ୍ତି ରହିଛି। ଏଥÒମଧ୍ୟରେ ପେଣ୍ଠକଟା ବସ୍ତି ହେଉଛି ସବୁଠୁ ବଡ଼। ଏହା ପରେ ରହିଛି ବାଲିନୋଳିଆସାହି। ଏଠାରେ ହଜାର ହଜାର ତେଲୁଗୁ ମତ୍ସ୍ୟଜୀବୀ ପରିବାର ରହୁଛନ୍ତି। ପେଣ୍ଠକଟା ବସ୍ତିକୁ ଲାଗିଛି ବେଳାଭୂମି। ବିଶେଷକରି ବଡ଼ିଭୋରୁ ମତ୍ସ୍ୟଜୀବୀମାନେ ଡଙ୍ଗା, ଜାଲ ଧରି ସମୁଦ୍ରରେ ପ୍ରବେଶ କରନ୍ତି। କିଛି ଘଣ୍ଟା ପରେ ମାଛ ଧରି ଫେରନ୍ତି। ଶହଶହ ଡଙ୍ଗା ବେଳାଭୂମିରେ କଡ଼ରେ ଲାଗେ। ଆରମ୍ଭ ହୁଏ ମାଛ କିଣାବିକା। ସମୁଦ୍ର, ବେଳାଭୂମି, ଡଙ୍ଗା, ଜାଲ ଓ ମାଛକୁ ନେଇ ଏମାନଙ୍କ ଜୀବନ ଚଳଚଞ୍ଚଳ।

କ୍ୟାମେରା ଫ୍ରେମ୍‌ରେ ଜୀବନଜୀବିକା

ଡିଜିଟାଲ ଯୁଗରେ ଏବେ ବି ପୁରୀ ବେଳାଭୂମିକର ଅନେକ ଫଟୋଗ୍ରାଫର୍‌ ଡିଏସ୍‌ଏଲଆର୍ (ଡିଜିଟାଲ ସିଙ୍ଗଲ ଲେନ୍ସ ରିଫ୍ଲେକ୍ସ) କ୍ୟାମେରାକୁ ନେଇ ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ଅନେକ ପର୍ଯ୍ୟଟକ ଫଟୋଗ୍ରାଫରକୁ ଡାକି ଫେରିବା ବେଳେ ସୁନ୍ଦର ଫଟୋର ଫ୍ରେମଟିଏ ସାଥୀରେ ନେଉଛନ୍ତି। ଯଦିଓ ପୂର୍ବାପେକ୍ଷା ବେପାର କମିଛି କିନ୍ତୁ ଏବେ ବି ଅନେକ ଲୋକ ଫଟୋଗ୍ରାଫିକୁ ପେସା ଭାବେ ଜାବୁଡ଼ି ଧରିଛନ୍ତି। କଳା ପ୍ୟାଣ୍ଟ, ଧଳା ଶାର୍ଟ ଏବଂ ଟୋପି ପିନ୍ଧି ବେକରେ କ୍ୟାମେରା ଗଳାଇ ବେଳାଭୂମିରେ ବୁଲିଥାନ୍ତି। ପୁରୀ ବେଳାଭୂମି ଫଟୋଗ୍ରାଫର ମହାସଂଘ ନାମରେ ଏମାନଙ୍କର ଏକ ସଙ୍ଗଠନ ବି ରହିଛି।

‘ଘୋଡ଼ା’ ବେପାର

ପୁରୀ ବେଳାଭୂମିରେ ବୁଲୁଥିବା ବେଳେ ନିଶ୍ଚିତ ସମସ୍ତଙ୍କ ନଜରକୁ ଆସିବେ ଘୋଡ଼ା। ପର୍ଯ୍ୟଟକଙ୍କୁ ପିଠିରେ ବସାଇ ବେଳାଭୂମି ବାଲିରେ ଟୁପୁରୁ ଘାଗୁଡ଼ି ଶବ୍ଦ କରି ଆଗକୁ ମାଡି ଚାଲିଥିବ ଘୋଡ଼ା। ପର୍ଯ୍ୟଟକଙ୍କୁ ଘୋଡ଼ା ଚଢ଼ାର ପରିବାର ପାଇଁ ଦାନା ଯୋଗାଡ଼ କରୁଥିବା ଲୋକଙ୍କ ମଧ୍ୟରୁ ମଙ୍ଗଳାଘାଟର ନକୁଳ ସାହୁ ଅନ୍ୟତମ। ଦୀର୍ଘ ୨୫ରୁ ୩୦ ବର୍ଷ ହେଲା ପର୍ଯ୍ୟଟକଙ୍କୁ ଘୋଡ଼ା ସବାରର ସୁଯୋଗ ଦେଇଆସୁଛନ୍ତି ନକୁଳ। ସେ କୁହନ୍ତି, ସାଧାରଣତଃ ଆମେ କୋଲକାତା କିମ୍ବା ଟାଟାରୁ ୮୦ ହଜାରରୁ ୧ ଲକ୍ଷ ଟଙ୍କା ମୂଲ୍ୟରେ ଘୋଡ଼ା କିଣିଥାଉ। ଏଠାକୁ ଆଣିବା ପାଇଁ ବି ୧୦/୧୨ ହଜାର ଟଙ୍କା ଖର୍ଚ୍ଚହୁଏ। ଦୈନିକ ପ୍ରାୟ ୩୦୦ରୁ ୩୫୦ ଟଙ୍କା ସେମାନଙ୍କ ଖାଦ୍ୟ ବାବଦରେ ଖର୍ଚ୍ଚ କରିବାକୁ ପଡ଼ିଥାଏ। ସକାଳ ହେଲେ ଘୋଡ଼ା ଧରି ବେଳାଭୂମିରେ ପହଞ୍ଚୁ। ପର୍ଯ୍ୟଟକଙ୍କୁ ଘୋଡ଼ା ଉପରେ ବୁଲାଇ ସେମାନଙ୍କ ମନୋରଞ୍ଜନ କରିଥାଉ। ଘୋଡ଼ା ସବାର କରିବା ପାଇଁ ପିଲାଙ୍କଠାରୁ ୫୦ ଟଙ୍କା ଏବଂ ବଡ଼ ଲୋକଙ୍କଠାରୁ ସେମିତି ଦେଖି ନେଉ। ରାତି ୯ଟା/ ୧୦ଟା ପର୍ଯ୍ୟନ୍ତ ବେଳାଭୂମିରେ ରହୁ। କେଉଁଦିନ ୮ ଶହ ତ ଆଉ କେଉଁଦିନ ହଜାରେ ଟଙ୍କା ରୋଜଗାର ହୋଇଥାଏ ବୋଲି କହିଛନ୍ତି ନକୁଳ।

ଉପରମୁହାଁ ହୋଟେଲ୍‌ ଶିଳ୍ପ

ବ୍ରହ୍ମପୁର(କ୍ଷୀରସିନ୍ଧୁ ମହାନ୍ତି): ବ୍ରହ୍ମପୁର ଅବା ଗଞ୍ଜାମ ଜିଲ୍ଲାକୁ ଯିଏ ଆସିଛି ସେ ଗୋପାଳପୁର ବେଳାଭୂମି ବୁଲି ଆସିବା ଥୟ। କେବଳ ରାଜ୍ୟରୁ ନୁହନ୍ତି, ଦେଶ ବିଦେଶରୁ ମଧ୍ୟ ଏଠାକୁ ପର୍ଯ୍ୟଟକ ଛୁଟି ଆସନ୍ତି। ଏହି କ୍ରମରେ ଛୋଟଠାରୁ ବଡ଼ ହୋଟେଲ ବ୍ୟବସାୟ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଇଛି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କଲା ଭଳି ଭଳି ହୋଟେଲ ଏଠାରେ ଦଣ୍ଡାୟମାନ। ଫଳରେ ଗୋପାଳପୁର କେବଳ ପର୍ଯ୍ୟଟନ ନୁହେଁ ବରଂ ଜୀବନରେଖାରେ ମଧ୍ୟ ପରିଗଣିତ ହୋଇଛି।

ବଡ଼ ହୋଟେଲ ବଡ଼ ପର୍ଯ୍ୟଟକ

ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଧି ମଧ୍ୟରେ ମେ ଫାୟାର, ପ୍ରମୋଦ ଇନ୍‌ ଭଳି ତାରକା ହୋଟେଲ୍‌ମାନ ଦଣ୍ଡାୟମାନ। ବିଶେଷକରି ବିଦେଶୀ ପର୍ଯ୍ୟଟକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଠାରେ ହୋଟେଲ୍‌ ଶିଳ୍ପମାନ ଗଢ଼ିଉଠିଛି। ଏତତ୍‌ ବ୍ୟତୀୟ ଅନେକ ଛୋଟ ମୋଟ ହୋଟେଲ ମଧ୍ୟ ଗଢ଼ି ଉଠିଛି। ଯେଉଁଠାରେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ମଧ୍ୟ ରହିପାରୁଛନ୍ତି।

ଖୁଚୁରା ବ୍ୟବସାୟୀଙ୍କ ଲମ୍ବା ଧାଡ଼ି

ଗୋପାଳପୁର ବେଳାଭୂମି ଖୁଚୁରା ବ୍ୟବାସାୟୀ ଲମ୍ବା ଧାଡ଼ି ଦେଖିବାକୁ ମିଳେ। ଗୋପାଳପୁର ସହର ପ୍ରାରମ୍ଭରୁ ବେଳାଭୂମି ଯାଏଁ ଭଳି ଭଳିକି ଠେଲା ଗାଡ଼ିରେ ବିଭିନ୍ନ ବ୍ୟବସାୟ ହୋଇଥାଏ। ଯାହା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ। ଏଥିରେ ସାମୁଦ୍ରିକ ଖାଦ୍ୟ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଚଟପଟି ଖାଦ୍ୟର ସମ୍ଭାର ଦେଖିବାକୁ ମିଳେ। ଏଥିଦ୍ୱାରା ଅନେକ ଛୋଟମୋଟ ବ୍ୟବସାୟୀ ସେମାନଙ୍କ ଗୁଜୁରାଣ ମେଣ୍ଟାଇ ପାରୁଛନ୍ତି।

ବାତ୍ୟା ପରେ ବଦଳିଛି ଚିତ୍ର

କିଛିବର୍ଷ ଦଶନ୍ଧୀର ପୂର୍ବ ସ୍ଥିତିକୁ ଅନୁଧ୍ୟାନ କଲେ ଗୋପାଳପୁରରେ ଏତେଟା ହୋଟେଲ ଶିଳ୍ପର ବିକାଶ ହୋଇ ନ ଥିଲା। କାଁ ଭାଁ କିଛି ନାମିଦାମୀ ହୋଟେଲ ଗଢ଼ି ଉଠିଥିଲା। ହେଲେ ଫାଇଲିନ୍‌ ପ୍ରଭାବରେ ଅନେକ ହୋଟେଲ ଶିଳ୍ପ ମାଟିରେ ବିଲୀନ ହୋଇଗଲା। ବହୁ ହୋଟେଲର ଚିହ୍ନବର୍ଣ୍ଣ ରହିଲା ନାହିଁ। ପରବର୍ତ୍ତୀ ସମୟରେ ପର୍ଯ୍ୟଟକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସମୟକ୍ରମେ ଅନେକ ବଡ଼ ବଡ଼ ହୋଟେଲ ଏଠାରେ ଗଢ଼ି ଉଠିଲା। ଯାହା ବର୍ତ୍ତମାନର ଆଗଧାଡ଼ିର ହୋଟେଲ ଭାବେ ଗଣାଯାଉଛି। ଅନ୍ୟପକ୍ଷରେ ଗୋପାଳପୁରରେ ହୋଟେଲ ଶିଳ୍ପ ଲାଗି ଅନେକ ରୋଜଗାରକ୍ଷମ ମଧ୍ୟ ହୋଇପାରୁଛନ୍ତି। ଏଠାରେ ଭଲ ବ୍ୟବସାୟ ହେଉଥିବା ମଧ୍ୟ ନଜିର ରହିଛି। ହେଲେ ଗତ କିଛିବର୍ଷ ହେଲା ବିଦେଶୀ ପର୍ଯ୍ୟଟକ କମିଯିବା ଚିନ୍ତାର କାରଣ ହୋଇଛି।

ଉଦୟପୁରରୁ ତାଳସାରୀ

ବାଲେଶ୍ୱର(ଅସୀମ ମହାପାତ୍ର): ରାଜ୍ୟର ଥିବା ୪୮୦ କିଲୋମିଟର ବେଳାଭୂମି ମଧ୍ୟରୁ ବାଲେଶ୍ୱର ଜିଲ୍ଲାରେ ରହିଛି କେବଳ ୮୧ କିଲୋମିଟର। ତା’ମଧ୍ୟରେ ରହିଛି ବିଶ୍ୱପ୍ରସିଦ୍ଧ ଉଦୟପୁର-ତାଳସାରୀ ବେଳାଭୂମି। ବାଲେଶ୍ୱର ଜିଲ୍ଲାରେ ଥିବା ପ୍ରାକୃତିକ ବେଳାଭୂମି ମଧ୍ୟରେ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚାନ୍ଦିପୁର, ଡଗରା, କଷାଫଳ ଓ ଦୁବଲାଗଡ଼ି ଆଦିରେ ବେଳାଭୂମି ବ୍ୟବସାୟର ପର୍ଯ୍ୟାପ୍ତ ସୁଯୋଗ ରହିଛି। ଭୋଗରାଇ ବ୍ଲକରେ ରହିଛି ବିଶ୍ୱସ୍ତରୀୟ ପ୍ରାକୃତିକ ଉଦୟପୁର-ତାଳସାରୀ ବେଳାଭୂମି। ଉଦୟପୁର-ତାଳସାରୀ ବେଳାଭୂମିର ପ୍ରାକୃତିକ ପରିବେଶ ମଧ୍ୟରେ ସାମୁଦ୍ରିକ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ଆଦି ସୁଆଦିଆ ଖାଦ୍ୟର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ଏହାସହିତ ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ବୋଟିଂ, ପାରା ଗ୍ଲାଇଡିଂ, ହର୍ସ ରାଇଡିଂ ଆଦି ଆନୁସଙ୍ଗିକ ବେଉସା କରି ଲୋକେ ରୋଜଗାରର ପନ୍ଥା ପାଇଛନ୍ତି। ସୁବର୍ଣ୍ଣରେଖା ନଦୀ ଏବଂ ବଙ୍ଗୋପସାଗରର ସଙ୍ଗମସ୍ଥଳୀରେ ରହିଥିବା ବଚିତ୍ର ପ୍ରାକୃତିକ ସମ୍ଭାରରେ ଭରପୁର ବିଚିତ୍ରପୁର ମଧ୍ୟ ପର୍ଯ୍ୟଟକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ସାରିଛି। ସୁବର୍ଣ୍ଣରେଖା ନଦୀକୂଳସ୍ଥ ଖଡ଼ିବିଲଠାରୁ ନୌକାବିହାର (ବୋଟିଂ) କରି ସମୁଦ୍ର ସଙ୍ଗମସ୍ଥଳୀ ପର୍ଯ୍ୟନ୍ତ ଯିବାକୁ ପର୍ଯ୍ୟଟକ ବେଶ୍‌ ପସନ୍ଦ କରୁଛନ୍ତି। ସଙ୍ଗମସ୍ଥଳୀରେ ବିସ୍ତୀର୍ଣ୍ଣ ବେଳାଭୂମିକୁ ବଣଭୋଜି କରିବାକୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଓଡ଼ିଶା ବନବିଭାଗ ପକ୍ଷରୁ ବିଚିତ୍ରପୁର ଇକୋ ଟୁରିଜିମ୍‌ କ୍ୟାମ୍ପ୍‌ରେ ପର୍ଯ୍ୟଟକଙ୍କ ରହଣି ପାଇଁ କଟେଜ୍‌ର ବ୍ୟବସ୍ଥା ରହିଛି। ବାଲେଶ୍ୱର ସହରଠୁ ଅନତି ଦୂରରେ ଅବସ୍ଥିତ ଚାନ୍ଦିପୁର ଡିଆରଡିଓର କ୍ଷେପଣାସ୍ତ୍ର ପରୀକ୍ଷଣ ଘାଟି ପାଇଁ ପ୍ରସିଦ୍ଧ। କିନ୍ତୁ ଏହି ବେଳାଭୂମିରେ ଜୁଆର ସମୟରେ ସମୁଦ୍ରର ଲହରି କୂଳ ଛୁଉଁଥିବା ବେଳେ ଭଟ୍ଟା ଆସିଲେ ସମୁଦ୍ର ଗର୍ଭକୁ ୩ ରୁ ୫ କିଲୋମିଟର ପର୍ଯ୍ୟନ୍ତ ଲହରି ଉଭାନ ହୋଇଯାଇଥାଏ। ଏହି ବେଳାଭୂମିକୁ ନିଆରା ପରିଚୟ ରହୁଥିବାରୁ ଚାନ୍ଦିପୁରରେ ହୋଟେଲ ଶିଳ୍ପ ଗଢ଼ି ଉଠିଛି। ସେହିପରି ଡଗରା ବେଳାଭୂମି ପରିବେଶଗତ କାରଣରୁ ବିକାଶର ଛାପ ପଡ଼ିପାରୁ ନ ଥିବା ବେଳେ କଷାଫଳ ଓ ଦୁବଲାଗଡ଼ି ଆଦି ବେଳାଭୂମିରେ ଇକୋ-ଟୁରିଜିମ୍‌ ଶିଳ୍ପ ପର୍ଯ୍ୟଟକଙ୍କୁ ଧୀରେଧୀରେ ଆକର୍ଷିତ କରୁଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ପୁଞ୍ଜିନିବେଶ ହେଲେ ବେଳାଭୂମି ବେଉସାର ଅଭିବୃଦ୍ଧି ଘଟିବ।

ଜଗତସିଂହପୁର ଜିଲ୍ଲାର ଅଧିକାଂଶ ଲୋକଙ୍କୁ ଜୀବନଜୀବିକା ଦେଇଛି ଦରିଆ
ଜଗତସିଂହପୁର(ରଶ୍ମିରଞ୍ଜନ ମହାପାତ୍ର): ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ମଧ୍ୟରୁ ଜଗତସିଂହପୁର ଅନ୍ୟତମ। ଭୌଗୋଳିକ ମାନଚିତ୍ରରେ ତ୍ରିକୋଣୀୟ ଆକୃତିର ଏହି ଜିଲ୍ଲାର ପୂର୍ବରେ ବଙ୍ଗୋପସାଗର ପ୍ରବାହିତ ହେଉଥିବା ବେଳେ ପ୍ରମୁଖ ନଦୀଗୁଡ଼ିକ ଏହି ଠାରେ ସମୁଦ୍ରରେ ମିଶିଛନ୍ତି। ଜିଲ୍ଲାର ତିନିଟି ବ୍ଲକ ସମୁଦ୍ର ଉପକୂଳକୁ ସଂଲଗ୍ନ କରୁଥିବା ସମୟରେ ସମଗ୍ର ଜିଲ୍ଲାର ଅଧିକାଂଶ ଲୋକେ ମାଛଧରାକୁ ବୃତ୍ତିଭାବରେ ଗ୍ରହଣ କରିଆସିଛନ୍ତି। ଉପକୂଳବର୍ତ୍ତୀ ଜଗତସିଂହପୁର ଜିଲ୍ଲାର ମତ୍ସ୍ୟଜୀବୀ ଓ ଦରିଆ ଉପରେ ନିର୍ଭରଶୀଳ ଲୋକଙ୍କ ଜୀବନ ଜୀବିକା ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।

୧୯୬୦ ଦଶକରେ ପାରାଦୀପ ବନ୍ଦର ଓ ପରେ ରାଜ୍ୟର ବୃହତମ ମାଛଧରା ବନ୍ଦର ପାରାଦୀପରେ ଗଢ଼ିଉଠିବା ପରେ ମତ୍ସ୍ୟ ଉତ୍ପାଦନରେ ଜିଲ୍ଲାର ଲୋକମାନଙ୍କ ସମ୍ପୃକ୍ତି ଓ ସହଭାଗିତା ବଢ଼଼ିଚାଳିଛି। ଜିଲ୍ଲାରେ ପାରାଦୀପ ବନ୍ଦର ସହର ସମେତ ବ୍ୟାପକ ଶିଳ୍ପାୟନ ଘଟିଥିଲେ ମଧ୍ୟ ସମୁଦାୟ ଜନସଂଖ୍ୟାର ପ୍ରାୟ ୩୩ ପ୍ରତିଶତ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ, ସଂରକ୍ଷଣ, ପ୍ରକ୍ରିୟାକରଣ ଓ ବ୍ୟବସାୟ ସହିତ ସିଧାସଲଖ ସମ୍ପୃକ୍ତ ରହିଥିବା ସୂଚନା ମିଳିଛି।

ମୁହାଣ ମୁହଁରେ ମାଛଧରା

ଜିଲ୍ଲାର ଶହ ଶହ ପାରଂପାରିକ ମତ୍ସ୍ୟଜୀବୀ ବିଭିନ୍ନ ନଦୀ ସଂଲଗ୍ନ ସମୁଦ୍ର ମୁହାଣ ନିକଟରେ ଖାରୀପାଣିରୁ ମାଛ ଧରୁଥିବା ଜଣାପଡ଼ିଛି। ଦେବୀନଦୀର ମୁହାଣ ଓ ବଙ୍ଗେପାସାଗର ମିଳନସ୍ଥଳରେ ଧୀବରମାନେ ପ୍ରତିଦିନ ବୋଟ ନେଇ ମାଛ ଧରିବା ସହିତ ଏଗୁଡିକୁ ବାଲିକୁଦା ବ୍ଲକ ମରିଚିପୁର ପଞ୍ଚାୟତ ଅନ୍ତର୍ଗତ ବନ୍ଦରଠାରେ ବେପାରୀଙ୍କୁ ବିକ୍ରି କରିଥାନ୍ତି। ଏଠାରେ ୫୦ରୁ ୬୦ଟି ଯାନ୍ତ୍ରିକ ଡଙ୍ଗାରେ ପ୍ରାୟ ଦୁଇଶହରୁ ଅଧିକ ମତ୍ସ୍ୟଜୀବୀ ପ୍ରତିଦିନ ମାଛ ଧରିଥାନ୍ତି। ସେହିପରି ଏରସମା ବ୍ଲକ ଅନ୍ତର୍ଗତ ହାୱାଖାନା ନିକଟ ଦେବୀନଦୀର ଏକ ଶାଖା ନଦୀ ସମୁଦ୍ରକୁ ଲାଗିଥିବା ସମୟରେ ଏଠାରେ ନିକଟବର୍ତ୍ତୀ ଦୁଇ / ତିନିଟି ପଞ୍ଚାୟତର ମତ୍ସ୍ୟଜୀବୀମାନେ ୨୫ରୁ ଅଧିକ ଡଙ୍ଗାରେ ଖାରୀ ପାଣି ମାଛ ଧରିଥାନ୍ତି। ସେହିପରି ଏରସମା ବ୍ଲକର ଜଟାଧାର ମୁହାଣ ନିକଟରେ ପ୍ରତିଦନ ଶହ ଶହ ମତ୍ସ୍ୟଜୀବୀ ସାମୁଦ୍ରିକ ମାଛ ଧରିଥାନ୍ତି। ଏଠାରେ ପାଖାପାଖି ୧୫୦ରୁ ଅଧିକ ଡଙ୍ଗା ଓ ହୁଲିଡଙ୍ଗାରେ ମତ୍ସ୍ୟଜୀବୀ ମାଛ ଧରିଥାନ୍ତି। ବିଶେଷକରି ଗଡ଼ କୁଜଙ୍ଗ ନୋଳିଆ ସାହିର ପ୍ରାୟ ୨ଶହରୁ ଅଧିକ ଧୀବର ଏଠାରେ ମାଛ ଧରିବା ଉପରେ ନିର୍ଭରକରି ଚଳୁଛନ୍ତି। ଅନ୍ୟପକ୍ଷରେ ଶିଳ୍ପପାଇଁ ପାନ ବରଜ ଚାଲିଯିବା ପରେ ରୋଜଗାର ହାରଇ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗର କିଛି ଲୋକ ମାଛ ଧରିବାରେ ନିୟୋଜିତ ହୋଇଛନ୍ତି।

ବୃହତ୍ତମ ମତ୍ସ୍ୟ ରପ୍ତାନିକାରୀ ବନ୍ଦର

ପାରାଦୀପ ଅଠରବାଙ୍କିରୁ ନେହରୁ ବଙ୍ଗଳା ରାସ୍ତାରେ ପଡ଼େ ରାଜ୍ୟର ସର୍ବବୃହତ ସାମୁଦ୍ରିକ ମାଛଧରା ବନ୍ଦର। ମୋଟ ୪୩ ଏକର ଜମି ଉପରେ ନିର୍ମିତ ଏହି ମାଛଧରା ବନ୍ଦର ୧୯୯୬ ମସିହାରେ ମୋଟ ୩୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ଏହି ବନ୍ଦର ୧୯୯୮ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା। ସେହିପରି ୨୦୧୧ରେ ଏହା ରାଜ୍ୟ ସାମୁଦ୍ରିକ ମତ୍ସ୍ୟ ବିଭାଗ ନିୟନ୍ତ୍ରଣକୁ ଆସିଥିଲା। ରାଜ୍ୟର ବୃହତମ ସାମୁଦ୍ରିକ ମତ୍ସ୍ୟ ରପ୍ତାନିକାରୀ ବନ୍ଦର ଭାବରେ ଏହା ପ୍ରସିଦ୍ଧିଲାଭ କରିଛି। ପ୍ରତିଦିନ ଏହି ମାଛଧରା ବନ୍ଦରରେ ବଡ଼ ବଡ଼ ଡଙ୍ଗା ଲାଗିଥାଏ। ଏଠାରେ ପ୍ରତିଦିନ ଟନ୍‌‌ ଟନ୍‌‌ ମାଛ, କଙ୍କଡ଼ା, ଚିଙ୍ଗୁଡ଼ି ପ୍ରଭୃତି ନିଲାମ ହୋଇଥାଏ। ଏଠାରେ ଗ୍ରାହକଙ୍କୁ ମାଛ କିଣିବାର ସୁଯୋଗ ମିଳୁ ନ ଥିବା ସମୟରେ ବ୍ୟବସାୟୀମାନେ ନିଲାମରେ ଭାଗ ନେଇଥାନ୍ତି।

‘ଶୁଖୁଆ’ ପୋଷୁଛି ୨୨ ଶହ ପରିବାର

ଜଗତସିଂହପୁର ଜିଲ୍ଲାର ପାରାଦୀପ ରାଜ୍ୟର ପ୍ରମୁଖ ସାମୁଦ୍ରିକ ଶୁଖୁଆ ଉତ୍ପାଦନ କେନ୍ଦ୍ର ମଧ୍ୟରୁ ଅନ୍ୟତମ। ରାଜ୍ୟ ତଥା ରାଜ୍ୟ ବାହାରେ ପାରାଦୀପ ଶୁଖୁଆର ବ୍ୟାପକ ଚାହିଦା ରହିଛି। ବର୍ଷ ବଷ ର୍ଧରି ଏଠାରେ ପ୍ରାୟ ୧୫ ଶହ ପରିବାର ପ୍ରାୟ ୮ ହଜାର ଲୋକ ପାରମ୍ପରିକ ଉପାୟରେ ଶୁଖୁଆ ଉତ୍ପାଦନ କରି ଜୀବିକା ନିର୍ବାହ କରିଆସୁଛନ୍ତି। ସେହିପରି ଜିଲ୍ଲାର ଅନ୍ୟ ୭ ଶହ ପରିବାର ମଧ୍ୟ ଏହି ବ୍ୟବସାୟ ଦ୍ୱାରା କର୍ମନିଯୁକ୍ତି ପାଇଛନ୍ତି। ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୨୨ ଶହ ପରିବାର ଶୁଖୁଆ ଉପରେ ନିର୍ଭର କରି ଚଳୁଛନ୍ତି। ବନ୍ଦରନଗରୀ ପାରାଦୀପର ଶୁଖୁଆ ଖଳା, ଷଣ୍ଢକୁଦ, ଅଠରବାଙ୍କୀରୁ ତାଳଦଣ୍ଡା କେନାଲ ବନ୍ଧ ଓ ରାଇସ୍‌‌ମିଲ ପାଖରେ ଏହି ଶୁଖୁଆ ଉତ୍ପାଦନକାରୀମାନେ ବସବାସ କରୁଛନ୍ତି। ପ୍ରତିବର୍ଷ ଏଠାରୁ ୧୦ ହଜାର ଟନ୍‌‌ ଶୁଖୁଆ ଉତ୍ପାଦିତ ହେଉଛିି। ଏହି ଶୁଖୁଆ ରାଜ୍ୟର ରାଉରକେଲା, ସମ୍ବଲପୁର, ବରଗଡ଼, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର ସମେତ ୧୬ଟି ଜିଲ୍ଲା ଓ ଦେଶର ପଶ୍ଚିମବଙ୍ଗ, ଛତିଶଗଡ଼, କେରଳ ଓ ଆସାମକୁ ସମେତ ୫/୬ଟି ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସାମୁଦ୍ରିକ ଶୁଖୁଆର ପ୍ରମୁଖ ବଜାର ଚାହିଦା ରହିଥିବା ବେଳେ ପାରାଦୀପର ଶୁଖୁଆ ଉତ୍ପାଦନକାରୀ ଓ ବ୍ୟବସାୟୀ ଉପଯୁକ୍ତ ଜ୍ଞାନକୌଶଳ ଅଭାବରୁ ଉଚିତ୍‌‌ ମୂଲ୍ୟ ପାଇପାରୁ ନ ଥିବା କୁହାଯାଉଛି।

ବର୍ଷର ବର୍ଷା ୪ ମାସରେ ସମୁଦ୍ରରୁ ଅଧିକ ମାଛ ଉତ୍ପାଦନ ହେଉଥିବା ବେଳେ ଏହି ସମୟରେ ପ୍ରସ୍ତୁତ କରାଯାଉଥିବା ଟନ୍‌‌ ଟନ୍‌‌ ଶୁଖୁଆ ଆର୍ଦ୍ରତା ଦ୍ୱାରା ଗୁଣମାନ ହରାଉଥିବା ବେଳେ ଏହାକୁ ଶସ୍ତାରେ କୁକୁଡ଼ା ଦାନା ଫାର୍ମକୁ ସେମାନେ ବିକିବାକୁ ବାଧ୍ୟ ହେଉଛନ୍ତି। ଏଠାରେ ରପ୍ତାନିଭିତ୍ତିକ ସାମୁଦ୍ରିକ ଶୁଖୁଆ ପ୍ରକ୍ରିୟାକରଣ କ୍ଲଷ୍ଟର କରାଯିବାକୁ ଘୋଷଣା କରାଯାଇଥିବା ବେଳେ ଏପର୍ଯ୍ୟନ୍ତ ତାହା ଆରମ୍ଭ ହୋଇପାରିନାହିଁ। ପାରାଦୀପ ବନ୍ଦର ସନ୍ନିକଟ ଲୁଣୁକୁଆ ଓ ବାଲିକୁଦା ବ୍ଲକର ମରିଚିପୁର ଗ୍ରାମରେ ମହିଳା ଉତ୍ପାଦକ ଗୋଷ୍ଠୀର ସଦସ୍ୟାମାନେ ସ୍ୱାସ୍ଥ୍ୟପ୍ରଦ ସୁଖୁଆ ପ୍ୟାକେଟ ପ୍ରସ୍ତୁତକରି ବିକିବା ଦ୍ୱାରା ସ୍ୱାବଲମ୍ବୀ ହୋଇପାରିଛନ୍ତି। ସେମାନେ ଖଏଙ୍ଗା, ଡେମା, ପଥରମୁଣ୍ଡି, ଖାସୁଲି, ବୋରେଇ, କୋକଲି, ଫାସି, ଚାନ୍ଦି, ପାଣିଆଖିଆ, ଚଟେଇ ଓ ଚିଙ୍ଗୁଡ଼ି ପ୍ରଭୃତି ଶୁଖୁଆ ସ୍ୱାସ୍ଥ୍ୟପ୍ରଦ ଉପାୟରେ ପ୍ରସ୍ତୁତ କରିବାପରେ ଏହାକୁ ଜରି ପ୍ୟାକିଂ କରି ବଜାରରେ ବିକ୍ରି କରୁଛନ୍ତି। ପ୍ରତି ଦେଢ଼ କିଲୋ ମାଛରେ ପାଖାପାଖି ଏକ କିଲୋ ଶୁଖୁଆ ପ୍ରସ୍ତୁତ ହେଉଛି। ଶହେ ଟଙ୍କାର ମାଛ କିଣି ଶୁଖୁଆ ପ୍ରସ୍ତୁତ ପରେ ସେମାନେ ଏହାକୁ ଦେଢ଼ଶହ ଟଙ୍କାରେ ବିକ୍ରି କରୁଛନ୍ତି। ଲୁଣ, ଶ୍ରମ ଓ ପ୍ୟାକିଂ ଖର୍ଚ୍ଚକୁ ବାଦ ଦେଲେ ଶୁଖୁଆ ପ୍ରସ୍ତୁତିରେ ଶହେ ଟଙ୍କା ଖର୍ଚ୍ଚ କଲେ ୩୫ ଟଙ୍କା ଲାଭ ମିଳିଥାଏ ବୋଲି ସେମାନେ କହିଛନ୍ତି।

ବାର୍ଷିକ ୧୫୦ କୋଟିର ଚିଙ୍ଗୁଡ଼ି ରପ୍ତାନି

ଏହି ମାଛଧରା ବନ୍ଦରରୁ ବାର୍ଷିକ ୧୫୦ କୋଟି ଟଙ୍କାର ଚିଙ୍ଗୁଡ଼ି ରପ୍ତାନି ହୋଇଥାଏ। ଯାହାକି ରାଜ୍ୟର ବାର୍ଷିକ ଚିଙ୍ଗୁଡ଼ି ରପ୍ତାନିର ୪୦ ପ୍ରତିଶତରୁ ଅଧିକ ବୋଲି କୁହାଯାଉଛି। ଏଠାରୁ ପ୍ରତିବର୍ଷ ପ୍ରାୟ ୩, ୫୦୦ ଟନ୍‌‌ ଚିଙ୍ଗୁଡ଼ି କେବଳ ୟୁରୋପୀୟ ଦେଶକୁ ରପ୍ତାନି ହେଉଥିବା ଜଣାପଡ଼ିଛି। ଏହି ମାଛଧରା ବନ୍ଦରରେ ପ୍ରାୟ ୭ ଶହ ବଡ଼ ଟ୍ରଲର, ୪ଶହ ମଧ୍ୟମ ଆକାରର ମାଛଧରା ବୋଟ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥାଏ। ମୋଟ ୧୨ ହଜାର ମତ୍ସ୍ୟଜୀବୀଙ୍କ ସମେତ ପ୍ରାୟ ୫୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଏହି ମାଛଧରା ବନ୍ଦର ଉପରେ ନିର୍ଭରଶୀଳ। ଏହି ମାଛଧରା ବନ୍ଦରକୁ ବାର୍ଷିକ ୨୫ ହଜାର ଟନ୍‌‌ ମାଛ ଆସୁଥିବା ସମୟରେ ପ୍ରାୟ ୧୦୦ କୋଟି ଟଙ୍କାର ୧୫ ରୁ ୧୮ ହଜାର ଟନ୍‌‌ର ମାଛ ରପ୍ତାନି ହୁଏ। ଏଠାରେ ସମୟ ସମୟରେ ବିରଳ ମୂଲ୍ୟବାନ ତେଲିଆ ବୋରେଇ ଓ ତେଲିଆ ଭୋଲା ମାଛ ମିଳିଥାଏ। ୨୦୨୩ ଅକ୍ଟୋବର ୩ ତାରିଖରେ ପାରାଦୀପର ଧିବରମାନେ ୧୧୦ କିଲୋରୁ ଅଧିକ ଏକ ବିରଳ ତେଲିଆ ଭୋଲା ମାଛ ଧରିଥିଲେ।

ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌

ଗଭୀରତମ ବଙ୍ଗୋପସାଗରକୁ ‘ତାଜା ମାଛର ଖଣି’ ବୋଲି କୁହାଯାଏ। ପ୍ରତିଦିନ ଶହ ଶହ ଟନ୍‌‌ ମାଛ ଉତ୍ପାଦନ ହେଉଥିବାରୁ ଏହି ମାଛର ଚାହିଦାକୁ ନେଇ ପାରାଦୀପ ବନ୍ଦର ସଂଲଗ୍ନ ଶିଳ୍ପାଞ୍ଚଳରେ ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌ଗୁଡ଼ିକ ଗଢ଼ିଉଠିଛି। ଚିଙ୍ଗୁଡ଼ି ପ୍ରକ୍ରିୟାକରଣ ଶିଳ୍ପରେ ପୂର୍ବରୁ ୩ ହଜାର ମହିଳା କାମ କରୁଥିବା ସମୟରେ ଏବେ ଏହି ସଂଖ୍ୟା ହ୍ରାସ ପାଇଥିବା ସୂଚନା ମିଳିଛି। ଅନ୍ତର୍ଜାତୀୟ ସ୍ତରରେ ସାମୁଦ୍ରିକ ଖାଦ୍ୟର ଚାହିଦାକୁ ନେଇ ପୂର୍ବରୁ ୧୨ଟିରୁ ଅଧିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ଏଠାରେ ଗଢ଼ିଉଠିଥିବା ସମୟରେ ଏବେ ବିଭିନ୍ନ କାରଣରୁ ଏହା ୬ଟିରେ ସୀମିତ ରହିଛି। ଏଥି ସହିତ ମାଛ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ବରଫର ଆବଶ୍ୟକତା ଥିବାରୁ ବରଫ କଳଗୁଡ଼ିକ ମଧ୍ୟ ଏଠାରେ ଗଢ଼ିଉଠିଛି। ସାମୁଦ୍ରିକ ମତ୍ସ୍ୟ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌‌ ଜିଲ୍ଲାର ବହୁ କୁଶଳୀ ଓ ଅଣକୁଶଳୀ ମହିଳା ଓ ପୁରୁଷ ଶ୍ରମିକଙ୍କୁ କର୍ମନିଯୁକ୍ତି ଦେଇଛି।

ଡଙ୍ଗା ଓ ଜାଲ ତିଆରିରେ ନିୟୋଜିତ

ପାରାଦୀପ ଗଭୀର ସମୁଦ୍ରରେ ମାଛ ଧରିବାକୁ ବଡ଼ ବଡ଼ ଡଙ୍ଗା ଓ ଜାଲର ଆବଶ୍ୟକତା ରହିଛି। ଏହି ଡଙ୍ଗା ସଂଖ୍ୟା ବଢ଼଼ିଚାଲିଥିବା ସମୟରେ ନୁଆ ଡଙ୍ଗା ତିଆରି ଓ ପୁରୁଣା ଡଙ୍ଗା ମରାମତିର ଆବଶ୍ୟକତା ରହିଛି। ସେହିପରି ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ଚିହ୍ନିତ ‘କଲର୍‌‌ କୋର୍ଡ’ ଅନୁସାରେ ଡଙ୍ଗା ବା ବୋଟକୁ ରଙ୍ଗଦେବାର ମଧ୍ୟ ଦରକାର ପଡୁଛି। ଏହି ଆବଶ୍ୟକତାକୁ ନେଇ ଷଣ୍ଢକୁଦର ୨ଶହ ଜଣ ଲୋକ ଜାଲ ମରାମତି କାମରେ ନିୟୋଜିତ ଥିବା ସୂଚନା ମିଳିଛି। ସେହିପରି ଡଙ୍ଗା ନିର୍ମାଣ ଓ ମରାମତିରେ ୫ଶହ କାରିଗର ନିୟୋଜିତ ଥିବା ସୂଚନା ମିଳିଛି। ତେବେ ଏହି କାରିଗର ମାନଙ୍କ ମଧ୍ୟରୁ ଅନେକ ମାଛ ଉତ୍ପାଦନ ସମୟରେ ଫିସିଙ୍ଗକୁ ଯାଉଥିବା ବେଳେ ଅନ୍ୟ ସମୟରେ ବୋଟ ଓ ଜାଲ ମରାମତି କରୁଥିବା ସୂଚନା ମିଳିଛି।

ଖାରୀ ପାଣିରେ ଚିଙ୍ଗୁଡ଼ି ଓ କଙ୍କଡ଼ା ଚାଷ

ଜିଲ୍ଲାର ବହୁ ନଦୀ ସମୁଦ୍ରରେ ମିଶିଛି। ସମୁଦ୍ରର ଲୁଣି ପାଣି ନଦୀ ମଧ୍ୟକୁ ପଶି ଆସିବା ସହିତ ନଦୀର ମୁହଣ ନିକଟ କିଛି ଦୂର ପାଣିକୁ ଖାରୀ କରିଛି। ଏହି ସୁଯୋଗରେ ଜିଲ୍ଲାର ଏରସମା ଓ ବାଲିକୁଦା ବ୍ଲକର କିଛି ମତ୍ସ୍ୟଜୀବୀ ଉନ୍ନତ ମାନର ରପ୍ତାନିଯୋଗ୍ୟ ଚିଙ୍ଗୁଡ଼ି ଚାଷକରି ଲାଭବାନ ହେଉଛନ୍ତି। ସେମାନେ ବିଭିନ୍ନ ନଦୀକୁ ସମାୟିକ ଭାବରେ ଆଡ଼ିବନ୍ଧ ଦେଇ ଅବରୋଧ କରି ଖାରୀ ପାଣି ଚିଙ୍ଗୁଡ଼ି ଓ କଙ୍କଡ଼ା ଚାଷ କରିବା ସହିତ ଏଥିରୁ ଲାଭବାନ ହେଉଛନ୍ତି। ଅନ୍ୟପକ୍ଷରେ ସାମୁଦ୍ରିକ ଉପକୂଳବର୍ତ୍ତୀ ଅଞ୍ଚଳ ମରିଚିପୁର ଓ ବନ୍ଦର ପ୍ରଭୃତି ଗ୍ରାମର ମହିଳାମାନେ ମାଣ୍ଡୁଆ କଙ୍କଡ଼ା ଧରିବାକୁ ସ୍ଥାନୀୟ ‘ନଦୀପାଟ’ ‘ନଡ଼ିଆଖିଆ’ ଅଞ୍ଚଳକୁ ଯାଇଥାନ୍ତି। ସାମୁଦ୍ରିକ ମୁହାଣ ନିକଟ ହେନ୍ତାଳ ବଣ ଅଞ୍ଚଳରେ ଜୁଆର ଛାଡ଼ିବା ପରେ ଶହ ଶହ ସଂଖ୍ୟରେ ଏହି ମହିଳାମାନେ ଗାତରୁ ମାଣ୍ଡୁଆ କଙ୍କଡ଼ା ଧରିଥାନ୍ତି। ଏହି କଙ୍କଡ଼ା ଧରିବା ପଦ୍ଧତିକୁ ସ୍ଥାନୀୟ ଭାଷାରେ ‘ଗୋରଡି’ ବୋଲି କୁହାଯାଏ। ତେବେ ସ୍ଥାନୀୟ ମାଛ ଗଦିରେ ଏହି କଙ୍କଡ଼ାକୁ ମହିଳାମାନେ ବିକ୍ରି କରିଥାନ୍ତି। ଏହି କଙ୍କଡ଼ା ପଶ୍ଚିମବଙ୍ଗ ରପ୍ତାନି ହେଉଥିବା ବେଳେ ହାଲୁକା ଓ ଇଟ ବିହୀନ ଅଣ୍ଡିରା କଙ୍କଡ଼ା ସ୍ଥାନୀୟ ବଜାରରେ ତିନିଶହରୁ ୫ ଶହ ଟଙ୍କାରେ ବିକ୍ରି ହେଉଛି।

ବ୍ୟବସାୟୀଙ୍କ ପେଣ୍ଠ ଅଠରବାଙ୍କୀ ବାଲିପ୍ଲଟ୍‌‌

ବହୁ ବର୍ଷ ତଳୁ ଅଠରବାଙ୍କି ବାଲିପ୍ଲଟ ପାଲଟିଛି ଅଘୋଷିତ ମାଛଧରା ବନ୍ଦର ଓ ମାଛ ବ୍ୟବସାୟ କେନ୍ଦ୍ର। ଏହି ବାଲିପ୍ଲଟରେ ପ୍ରତିଦିନ ମାଛ ଭର୍ତ୍ତି ଛୋଟ ଛୋଟ ଡଙ୍ଗା ଲାଗିବା ସହିତ ଏଠାରେ ଏହି ମାଛକୁ ବିକ୍ରି କରାଯାଇ ଆସୁଛି। ଅଠରବାଙ୍କି ବାଲିପ୍ଲଟ୍‌‌ ଉପରେ ୫ ଶହ ମାଛ ବ୍ୟବସାୟୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକ ନିର୍ଭର କରିଆସୁଛନ୍ତି। ପ୍ରତିଦିନ ଏଠାରୁ ପ୍ରାୟ ୪୦ରୁ ୫୦ ଟନ୍‌‌ ତାଜା ମାଛ, କଂକଡ଼ା, ଚିଙ୍ଗୁଡି ପ୍ର୍ରଭୃତି କୋଲକାତା, ରାଞ୍ଚି, ରାଉରକେଲା, ଚେନ୍ନାଇ ପ୍ରଭୃତି ଅଞ୍ଚଳକୁ ରପ୍ତାନି ହେଉଛି। କୋଲକାତାର ବିଭିନ୍ନ ହୋଟେଲରେ କଙ୍କଡ଼ା ଓ ଶାଙ୍କୁଚ ମାଛର ଚାହିଦା ରହିଥିବା ସମୟରେ ସମୁଦ୍ର ସଂଲଗ୍ନ ନଦୀ ବା ମୁହାଣ ମୁହଁରୁ ଏହି ସବୁ ଜଳଜୀବକୁ ଧରାଯାଇ ରପ୍ତାନି କରାଯାଉଛି।

ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର, ଅତ୍ୟାଧୁନିକ ସୁବିଧା ପାଇବେ ମତ୍ସ୍ୟଜୀବୀ
ପୁରୀ: ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ପୁରୀ ବେଳାଭୂମିରେ ହେବ ମତ୍ସ୍ୟ ଅବତରଣ କେନ୍ଦ୍ର ବା ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର (ଏଫ୍‌‌ଏଲ୍‌ସି)। ବେଳାଭୂମିର ସାପକୋଠିଠାରେ ଏହି କେନ୍ଦ୍ର କରାଯିବାକୁ ସ୍ଥାନ ଚିହ୍ନଟ ହୋଇଛି। ଆସନ୍ତା ମଙ୍ଗଳବାର ଅର୍ଥାତ୍‌ ପବିତ୍ର ଗଣେଶ ପୂଜା ଦିନ ଏହି ଏଫ୍‌‌ଏଲ୍‌‌ସିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକାକୁ ସୁବ୍ୟବସ୍ଥିତ କରାଯିବା ସହ ବେଳାଭୂମିର ଗୋଟିଏ ସ୍ଥାନରେ ସେମାନଙ୍କ ଡଙ୍ଗା, ଜାଲ ରହିବ। ଏଥିସହ ମାଛଗୁଡ଼ିକୁ ବରଫ ମାଧ୍ୟମରେ ସଂରକ୍ଷଣ କରି ରଖିବା ପାଇଁ ଏଥିରେ ବ୍ୟବସ୍ଥା ହେବ। ବିଶେଷକରି ଏହି କେନ୍ଦ୍ରରେ ମତ୍ସ୍ୟଜୀବୀଙ୍କ ପାଇଁ ରହିବ ଅତ୍ୟାଧୁନିକ ସୁବିଧା। ଯେମିତିକି ଶୌଚାଳୟ, ପାନୀୟ ଜଳ, ଫାଷ୍ଟଏଡ୍‌‌ ସୁବିଧା ଏବଂ ସିସିଟିଭି ବ୍ୟବସ୍ଥା ମଧ୍ୟ ହେବ। ଫଳରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ ସୁରକ୍ଷିତ ରହିବ। କେବଳ ପୁରୀ ସାପକୋଠି ନୁହେଁ, ପେଣ୍ଠକଟା, ଚନ୍ଦ୍ରଭାଗା ଏବଂ ଅରଖକୁଦାଠାରେ ମଧ୍ୟ ଏହି ଫିସ୍‌‌ ଲ୍ୟାଣ୍ଡିଙ୍ଗ ସେଣ୍ଟର ନିର୍ମାଣ କରାଯିବାର ଯୋଜନା ରହିଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ୯୫.୦୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହାକୁ ନେଇ ସମ୍ପୃକ୍ତ ଅଞ୍ଚଳର ମତ୍ସ୍ୟଜୀବୀମାନେ ଖୁସି ହୋଇଥିବା ବେଳେ ପୁରୀର ପାରମ୍ପରିକ ମତ୍ସ୍ୟଜୀବୀ ସଂଘ ଏହାକୁ ସ୍ୱାଗତ କରିଛି।

ଭାରତର ଏକ ମନୋରମ ବେଳାଭୂମି ହେଉଛି ପୁରୀ। ଏହାକୁ ଆହୁରି ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ମାତ୍ର ମତ୍ସ୍ୟଜୀବୀଙ୍କ ଡଙ୍ଗା ବିଭିନ୍ନ ସ୍ଥାନରେ ରଖାଯାଉଥିବାରୁ ଏହା ବେଳାଭୂମିର ସୌନ୍ଦର୍ଯ୍ୟ ହାନି ହେଉଛି। ତେଣୁ ଗୋଟିଏ ଜାଗାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ପାର୍କିଂ କରାଯିବା ଲକ୍ଷ୍ୟ ନେଇ ପ୍ରଶାସନ ପକ୍ଷରୁ ଏହି ଏଫ୍‌‌ଏଲସିର ପରିକଳ୍ପନା କରାଯାଇଛି। ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ମତ୍ସ୍ୟଜୀବୀମାନେ ଏଠାରେ ତାଙ୍କ ଡଙ୍ଗା, ଜାଲ ଏବଂ ଅନ୍ୟାନ୍ୟ ସରଞ୍ଜାମ ରଖିପାରିବେ।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି, ରାଜ୍ୟ ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଏହି ଫିସ୍‌‌ ଲ୍ୟାଣ୍ଡିଂ ସେଣ୍ଟର କରାଯାଉଛି। ୨୦୨୦ ମସିହାରେ ଏହାର ପରିକଳ୍ପନା କରାଯାଇଥିଲା। ମାତ୍ର କୋଭିଡ୍‌ ମହାମାରୀ ଓ ବିଭିନ୍ନ ସମସ୍ୟା ଯୋଗୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିଥିଲା। ଏବେ ସମସ୍ତ ସମସ୍ୟାର ସମାଧାନ ହୋଇ ସାରିଥିବା ବେଳେ ଖୁବ୍‌‌ଶୀଘ୍ର ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ସୂଚନାଥାଉ କି, ୨୦୨୦ ସେପ୍ଟେମ୍ବରରେ ସାପକୋଠି, ପେଣ୍ଠକଟା ସମେତ ୩ଟି ଜାଗାରେ ସେଣ୍ଟର ପ୍ରତିଷ୍ଠା କରାଯିବା ଲାଗି ସ୍ଥାନ ଚିହ୍ନଟ କରାଯାଇଥିଲା। ହେଲେ ପରବର୍ତ୍ତୀ ସମୟରେ ସାପକୋଠିକୁ ବାଦ୍‌‌ ଦିଆଯାଇ ଦୁଇଟି ସ୍ଥାନରେ ହେବ ବୋଲି କୁହାଗଲା। ଏହାକୁ ନେଇ ବାଲିନୋଳିଆ ସାହି ମତ୍ସ୍ୟଜୀବୀ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଶାସନ ସବୁବେଳେ ପେଣ୍ଠକଟା ବାସିନ୍ଦାଙ୍କୁ ଗୁରୁତ୍ୱ ଦେଉଥିବା ବେଳେ ବାଲିନୋଳିଆସାହି ଏବଂ ଗୌଡ଼ବାଡ଼ ସାହି ମତ୍ସ୍ୟଜୀବୀଙ୍କୁ ଅଣଦେଖା କରୁଥିବା କହିଥିଲେ। ତେଣୁ ଏବେ ପୁରୀ ବେଳାଭୂମିର ସାପକୋଠି ଏବଂ ପେଣ୍ଠକଟା ସମେତ ଚନ୍ଦ୍ରଭାଗା ଓ ଅରଖକୁଦାଠାରେ ଏହି ଏଫଏଲ୍‌‌ସି କରାଯିବା ଲାଗି ପ୍ରଶାସନ ଯୋଜନା କରିଛି। ପୁରୀ ବେଳାଭୂମିରେ ମତ୍ସ୍ୟ ଅବତରଣ କେନ୍ଦ୍ର ନିର୍ମାଣ ହେଲେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ମତ୍ସଜୀବୀ ପରିବାର ଉପକୃତ ହେବେ। ଏଥିସହ ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ସହ ସେମାନଙ୍କ ଜୀବନଶୈଳୀ ବିଷୟରେ ମଧ୍ୟ ଅବଗତ ହୋଇପାରିବେ।

ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ
ପୁରୀ: ପୁରୀ ସମୁଦ୍ରରେ ଗାଧୋଉଥିବାବେଳେ ବୁଡିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ । ଉଦ୍ଧାର ପର୍ଯ୍ୟଟକ ବଞ୍ଚିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା । ଉଦ୍ଧାର ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ପରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସମୁଦ୍ରରେ ବୁଡି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡଙ୍କ ଦ୍ୱାରା ଉଦ୍ଧାର । ୫ ନମ୍ବର ସେକ୍ଟରରେ ସ୍ନାନ ସମୟରେ ବୁଡ଼ିଯାଇଥିଲେ । ତେବେ ଏପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପରିଚୟ ମିଳିନାହିଁ ।