Anwar ul Haq Kakar - The Sakala

ପାକିସ୍ତାନରେ ରାଜନୈତିକ ସଙ୍କଟ: ଅନୱର-ଉଲ-ହକ୍ ହେବେ ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ନ୍ୟାସନାଲ ଆସେମ୍ବଲି ଭଙ୍ଗ ହେବା ପରେ ପାକିସ୍ତାନର ଦାୟିତ୍ବ ନେବାକୁ ଯାଉଛନ୍ତି ଅନୱର-ଉଲ-ହକ୍ କକର୍ । ଅନୱର-ଉଲ-ହକଙ୍କୁ ପାକିସ୍ତାନର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଛି । ବିଦାୟୀ ପ୍ରଧାନମନ୍ତ୍ରୀ ଶହବାଜ ଶରିଫ୍‌ ଏବଂ ନାସନାଲ ଆସେମ୍ବଲିରେ ବିରୋଧୀଙ୍କ ବିଦାୟୀ ନେତା ରାଜା ରିୟାଜଙ୍କ ମଧ୍ୟରେ ସହମତି ପରେ ଅନଓ୍ବର-ଉଲ-ହକ କକ୍କରଙ୍କ ନାମରେ ମୋହର ବାଜିଛି।

ପାକିସ୍ତାନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନଓ୍ଵାର-ଉଲ-ହକ୍ କାକର ପାକିସ୍ତାନର ଉଚ୍ଚ ସଦନ ସିନେଟର ସଦସ୍ୟ ଅଛନ୍ତି। ସେ ୨୦୧୮ରୁ ସିନେଟ୍ ର ସଦସ୍ୟ ଅଛନ୍ତି ଏବଂ ବାଲୁଚିସ୍ତାନ ଆୱାମୀ ପାର୍ଟିର ସଦସ୍ୟ ଅଛନ୍ତି। ପାକିସ୍ତାନରେ ନିର୍ବାଚନ ପର୍ଯ୍ୟନ୍ତ ସେ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ରହିବେ।

ରିପୋର୍ଟ ଅନୁସାରେ, ପିଏମଓ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବାଲୁଚିସ୍ତାନର ସାଂସଦ ସିନେଟର ଅନୱର-ଉଲ-ହକ କକ୍କରଙ୍କୁ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ ବଛାଯାଇଛି । ତେବେ ଆଜି ହିଁ ସେ ଶପଥ ନେବାର ସମ୍ଭାବନା ରହିଛି । ପ୍ରକାଶଯୋଗ୍ୟ, ୯ ଅଗଷ୍ଟରେ ସଂସଦ ଭଙ୍ଗ ହେବା ସହ ହିଁ ଶେହବାଜ ସରିଫଙ୍କ କାର୍ଯ୍ୟକାଳ ମଧ୍ୟ ସମାପ୍ତ ହୋଇଯାଇଥିଲା । ଏପରି ସ୍ଥିତିରେ ଶନିବାର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ବଛାଯିବା ନେଇ ଶେଷ ତାରିଖ ଥିଲା । ଆଉ ଶେଷ ଦିନରେ ହିଁ ଅନୱରଙ୍କ ନାଁରେ ମୋହର ବାଜିଛି । ଅନୱର ଏବେ ନିର୍ବାଚନ ହେବା ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିବେ ।