Florida - The Sakala

ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ନାମିତ ହେବ ଫ୍ଲୋରିଡା ବିମାନବନ୍ଦର, ବିଲ୍‌ରେ ମୋହର ମାରିଲେ ଗଭର୍ଣ୍ଣର
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ଏବେ ଏକ ବିମାନବନ୍ଦରର ନାମକରଣ କରାଯିବ। ଫ୍ଲୋରିଡାର ଗଭର୍ଣ୍ଣର ରନ୍ ଡିସାଣ୍ଟିସ୍ ସୋମବାର ଦିନ ପାମ୍ ବିଚ୍ ଇଣ୍ଟରନ୍ୟାସନାଲ୍ ବିମାନବନ୍ଦରର ନାମ ବଦଳାଇବା ନେଇ ଏକ ବିଲ୍‌ରେ ସ୍ୱାକ୍ଷର କରିଛନ୍ତି। ଫଳରେ ଏହି ବିମାନବନ୍ଦରଟି ଏବେ ଟ୍ରମ୍ପଙ୍କ ନାମରେ ନାମିତ ହେବା ପାଇଁ ବାଟ ଫିଟିଛି।

ଜୁଲାଇ ୧ ରୁ ଲାଗୁ ହେବ ନୂଆ ନାମ

ଆଗାମୀ ଜୁଲାଇ ୧, ୨୦୨୬ ରୁ ଏହି ବିମାନବନ୍ଦରଟି ଅଧିକାରୀକ ଭାବେ ‘ପ୍ରେସିଡେଣ୍ଟ ଡୋନାଲ୍ଡ ଜେ. ଟ୍ରମ୍ପ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ’ ନାମରେ ପରିଚିତ ହେବ। ଏହି ବିମାନବନ୍ଦରଟି ଟ୍ରମ୍ପଙ୍କ ବାସଭବନ ମାର୍-ଆ-ଲାଗୋ ରିଜର୍ଟ ଠାରୁ ମାତ୍ର ୨ ମାଇଲ୍ ଦୂରରେ ଅବସ୍ଥିତ। ଗଭର୍ଣ୍ଣରଙ୍କ ଏହି ନିଷ୍ପତ୍ତି ପରେ ଟ୍ରମ୍ପଙ୍କ ପୁଅ ଏରିକ୍ ଟ୍ରମ୍ପ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ଖୁସି ବ୍ୟକ୍ତ କରିବା ସହ ଫ୍ଲୋରିଡା ସରକାର ଓ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରୟାଲିଟି ନେବ ନାହିଁ ଟ୍ରମ୍ପ ପରିବାର

ଟ୍ରମ୍ପ ଅର୍ଗାନାଇଜେସନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବିମାନବନ୍ଦରର ଏହି ନାମକରଣ ପାଇଁ ଟ୍ରମ୍ପ ପରିବାର କୌଣସି ପ୍ରକାରର ରୟାଲିଟି କିମ୍ବା ଆର୍ଥିକ ଲାଭ ନେବେ ନାହିଁ। ଅନ୍ୟପକ୍ଷରେ, ଆମେରିକାର ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ (FAA) କହିଛି ଯେ ବିମାନବନ୍ଦରର ନାମ ପରିବର୍ତ୍ତନ ଏକ ସ୍ଥାନୀୟ ପ୍ରସଙ୍ଗ ଏବଂ ଏଥିପାଇଁ ସେମାନଙ୍କର ଅନୁମୋଦନର ଆବଶ୍ୟକତା ନାହିଁ। ତଥାପି, ନାଭିଗେସନାଲ୍ ଚାର୍ଟ ଏବଂ ଡାଟାବେସ୍ ଅପଡେଟ୍ କରିବା ପାଇଁ ସେମାନେ ନିଜର ପ୍ରଶାସନିକ କାର୍ଯ୍ୟ ପୂରଣ କରିବେ ବୋଲି ସୂଚନା ଦେଇଛନ୍ତି।

ମିଆମିରେ ନିର୍ମାଣ ହେବ ଟ୍ରମ୍ପ ପ୍ରେସିଡେନ୍ସିଆଲ୍ ଲାଇବ୍ରେରୀ

ବିମାନବନ୍ଦର ନାମକରଣ ସହିତ, ଟ୍ରମ୍ପ ନିଜର ଆଗାମୀ ପ୍ରେସିଡେନ୍ସିଆଲ୍ ଲାଇବ୍ରେରୀର ଡିଜାଇନ୍ ମଧ୍ୟ ସାର୍ବଜନୀନ କରିଛନ୍ତି। ମିଆମି ସହରରେ ଏହି ବିଶାଳକାୟ ଲାଇବ୍ରେରୀ ଏକ ଗଗନଚୁମ୍ବୀ କୋଠା ଆକାରରେ ନିର୍ମାଣ କରାଯିବ। ସୋସିଆଲ୍ ମିଡିଆରେ ଜାରି ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏହି କୋଠା ଉପରେ ‘ଟ୍ରମ୍ପ’ ଲେଖାଯାଇଥିବା ବେଳେ ଏଥିରେ ଆମେରିକାର ଜାତୀୟ ପତାକା ମଧ୍ୟ ଶୋଭା ପାଉଛି। ଏହି ବିଲ୍ଡିଂ ଭିତରେ ଓଭାଲ୍ ଅଫିସର ଏକ ପ୍ରତିରୂପ ଏବଂ ଟ୍ରମ୍ପଙ୍କ ଏକ ବିଶାଳ ସୁବର୍ଣ୍ଣ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବାର ଯୋଜନା ରହିଛି।

ଫ୍ଲୋରିଡା ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ମିଲ୍‌ଟନ୍‌’; ୧୪ ମୃତ, ଅନ୍ଧାରରେ ୩୦ ଲକ୍ଷରୁ ଅଧିକ ଲୋକ
ୱାଶିଂଟନ୍‌: ମେକ୍ସିକୋ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ‘ମିଲଟନ’ ଗୁରୁବାର ଆମେରିକାର ଫ୍ଲୋରିଡା ଉପକୂଳ ଛୁଇଁଛି। ଶ୍ରେଣୀ-୫ ଅନ୍ତର୍ଭୁକ୍ତ ଏହି ଘୂର୍ଣ୍ଣିଝଡ଼ ଘଣ୍ଟା ପ୍ରତି ୩୦୦ କି.ମି ବେଗରେ ଫ୍ଲୋରିଡା ମୁହାଁ ହୋଇଥିଲା ବେଳେ ଏହା ସିଏଷ୍ଟା କି ସହର ନିକଟରେ ସ୍ଥଳଭାଗ ଛୁଇଁବା ପରେ ଶ୍ରେଣୀ-୩ ଝଡ଼ରେ ପରିଣତ ହୋଇଥିଲା। ଏହାସତ୍ତ୍ବେ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବାରୁ ‘ମିଲଟନ’ ଫ୍ଲୋରିଡା ଉପକୂଳର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ରଚିଥିଲା। ମିଲଟନ ତାଣ୍ଡବ ଯୋଗୁ ୧୪ ଜଣଙ୍କ ଜୀବନ ଯାଇଥିବାବେଳେ ପ୍ରାୟ ୩୦୦ ଘର ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି । ସେହିପରି ବିଭିନ୍ନ ଅଞ୍ଚଳରେ ୩୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଇଛି।

ପ୍ରବଳ ବେଗରେ ପବନ ବୋହିବା ଯୋଗୁଁ ବିଦ୍ୟୁତ୍‌ ସରବରାହ ସମ୍ପୂର୍ଣ୍ଣ ବିଛିନ୍ନ ହୋଇପଡ଼ିଥିବା ବେଳେ ଫ୍ଲୋରିଡା ଉପକୂଳର ବିଭିନ୍ନ ସହରରେ ପ୍ରାୟ ୩୦ ଲକ୍ଷ ଲୋକ ଅନ୍ଧାରରେ ରହିଛନ୍ତି। ସେହିପରି ମାତ୍ର ୩ ଘଣ୍ଟାରେ ୧୬ ଇଞ୍ଚର ବର୍ଷାକୁ ନେଇ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପରିସ୍ଥିତିକୁ ନେଇ ପ୍ରାୟ ୨୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ମିଲଟନ ସ୍ଥଳ ଭାଗ ଛୁଇଁବା ପରେ କ୍ରମଶଃ ଦୁର୍ବଳ ହେବା ପରେ ଏହା ଶ୍ରେଣୀ-୨ ଝଡ଼ରେ ପରିଣତ ହୋଇଛି ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଆଜି ଚତୁର୍ଥ ଟି-୨୦: ଆମେରିକାରେ ମୁହାଁମୁହିଁ ହେବେ ଭାରତ-ଇଣ୍ଡିଜ୍‌‌
ଲାଉଡରହିଲ, ଫ୍ଲୋରିଡା: ଭାରତ ଓ ୱେଷ୍ଟଇଣ୍ଡିଜ୍‌‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍‌‌ ବିଶିଷ୍ଟ ଟି-୨୦ ସିରିଜ୍‌‌ର ପ୍ରଥମ ପର୍ଯ୍ୟାୟ ମୁକାବିଲା ଶେଷ ହୋଇଛି। ୱେଷ୍ଟଇଣ୍ଡିଜ୍‌‌ରେ ଖେଳାଯାଇଥିବା ପ୍ରଥମ ପର୍ଯ୍ୟାୟର ୩ଟି ମ୍ୟାଚ୍‌‌ରେ ଘରୋଇ ଦଳ ପ୍ରଥମ ଦୁଇଟି ମ୍ୟାଚ୍‌‌ ଜିତି ୨-୧ରେ ଆଗୁଆ ରହିଛି। ଏହି ସିରିଜ୍‌‌ର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲାରେ ଶେଷ ଦୁଇଟି ଆମେରିକାର ଫ୍ଲୋରିଡା ସହରରେ ଖେଳାଯିବ। ଏଠାରେ ଘରୋଇ ଦଳ ୨ଟିରୁ ଗୋଟିଏ ମ୍ୟାଚ୍‌‌ ଜିତିଲେ ୨୦୧୬ ପରେ ଯେ କୌଣସି ଫର୍ମାଟରେ କ୍ରମାଗତ ସିରିଜ୍‌‌ ଜିତିବାକୁ ସମର୍ଥ ହେବ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାରତୀୟ ଦଳ ଏହି ମ୍ୟାଚ୍‌‌ ଜିତି ପ୍ରଥମେ ସିରିଜ୍‌‌କୁ ପ୍ରତ୍ୟାବର୍ତ୍ତନ କରିବ ଓ ପରେ ଅନ୍ୟକଥା ଚିନ୍ତା କରିବ। ଏହି ସଫଳତା ପାଇବାକୁ ହେଲେ ଭ୍ରମଣକାରୀ ଭାରତକୁ କିଛିଟା ଭଲ ଖେଳ ଦେଖାଇବାକୁ ପଡ଼ିବ।

ଏଯାଏ ଖେଳାଯାଇଥିବା ୩ଟି ମ୍ୟାଚ୍‌‌ ମଧ୍ୟରୁ ୱେଷ୍ଟଇଣ୍ଡିଜ୍‌‌ ଜିତିଥିବା ପ୍ରଥମ ଦୁଇଟି ମ୍ୟାଚ୍‌‌ରେ ବୋଲରଙ୍କ ଶୃଙ୍ଖଳା ଓ ନିକୋଲସ୍‌‌ ପୂରନଙ୍କ ଆକ୍ରମଣାତ୍ମକ ଖେଳର ପ୍ରଭାବ ଥିଲା। କିନ୍ତୁ ତୃତୀୟ ମ୍ୟାଚ୍‌‌ରେ ଭାରତୀୟ ତାରକା ସୁର୍ଯ୍ୟକୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଥିଲା। ଚତୁର୍ଥ ମୁକାବିଲାରେ ଜିତିବାକୁ ହେଲେ ଏହି ଖେଳାଳିମାନଙ୍କଠାରୁ ଦଳ ବୀରତ୍ୱପୂର୍ଣ୍ଣ ପ୍ରଦର୍ଶନ ଆଶା ରଖୁଛି। କିନ୍ତୁ ଭାରତୀୟମାନେ ଏଯାଏ ଦଳଗତ ପ୍ରଦର୍ଶନ କରିପାରି ନାହାନ୍ତି। ବ୍ୟାଟିଂରେ ଓପନର ଇଶାନ କିସାନଙ୍କୁ ବଦଳାଇ ଯଶସ୍ୱୀ ଜୟସ୍ୱାଲଙ୍କୁ ସୁଯୋଗ ଦିଆଗଲା। କିନ୍ତୁ ସେ ଫେଲ ମାରିଲେ। ଏହି ବର୍ଷର ପ୍ରଥମାର୍ଦ୍ଧ ପରେ ଶୁବମାନ ଗିଲ ଆଉ ଭଲ ଖେଳିପାରୁ ନାହାନ୍ତି। ଏଭଳି ସ୍ଥିତିରେ ଦଳ କହାକୁ ବଦଳାଇବ, କାହାକୁ ସୁଯୋଗ ଦେବା ତାହା ଏବେଠାରୁ କହିବା କଷ୍ଟକର। କିନ୍ତୁ ଗିଲ୍‌‌ କିମ୍ବା ସଞ୍ଜୁ ସାମସନଙ୍କ ସ୍ଥାନରେ ପୁଣିଥରେ କିସାନଙ୍କୁ ଖେଳାଇବା କଥା ଚିନ୍ତା କରାଯାଉଛି। ପେସ ବୋଲରମାନେ କିଛି ପ୍ରଭାବ ପକାଇପାରି ନାହାନ୍ତି। ଏଣୁ ମୁକେଶ କୁମାର କିମ୍ବା ଅର୍ଶଦୀପ ସିଂଙ୍କ ସ୍ଥାନରେ ଦଳରେ ଥିବା ଉମ୍ରାନ ମଲିକ କିମ୍ବା ଆଭେଷ ଖାନ୍‌‌ଙ୍କୁ ସୁଯୋଗ ମିଳିପାରେ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌‌ର ଟପ୍‌‌ ଅର୍ଡର ଏଯାଏ କ୍ଲିକ୍‌‌ କରିନାହିଁ। ଫଳରେ ଦିନିକିଆ ଅଧିନାୟକ ସାଇ ହୋପଙ୍କ ଖେଳିବା ସମ୍ଭାବନା ଅଧିକ। ଫିଟ୍‌‌ ହୋଇଥିଲେ ଜେସନ ହୋଲ୍ଡର ଏହି ମ୍ୟାଚ୍‌‌ ନିଶ୍ଚିତ ଖେଳିବେ।