odia jawan - The Sakala

ସିକ୍କିମ ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସ ସହିଦ
ଭୁବନେଶ୍ବର: ସିକ୍କିମର ପ୍ରଳୟଙ୍କାରୀ ବନ୍ୟାରେ ନିଖୋଜ ଓଡ଼ିଆ ଯବାନ ସରୋଜ ଦାସଙ୍କ ମୃତଦେହ ଠାବ ହୋଇଛି । ସହିଦ ସରୋଜଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାରଲୋକେ। ଭିଡିଓ କଲ୍‌ ଯୋଗେ ଫଟୋ ଦେଖି ପରିବାରଲକେ ଚିହ୍ନଟ କରିଥିବା ସୂଚନା।

ସୂଚନା ଅନୁଯାୟୀ, ଗତକାଲି ସିକ୍କିମ୍‌ରେ ବାଦଲଫଟା ବର୍ଷାକୁ ନେଇ ଅଚାନକ ବନ୍ୟା ଆସିବା ଯୋଗୁଁ ୧୪ ଜଣଙ୍କ ମୃତ୍ୟୁ ହେବା ସହିତ ୧୨୦ ଜଣ ନିଖୋଜ ହୋଇଥିଲେ। ନିଖୋଜ ବ୍ୟକ୍ତିଙ୍କ ମଧ୍ୟରେ ଭାରତୀୟ ସେନାର ୨୩ ଯବାନ ରହିଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ରହିଥିଲେ। ଓଡ଼ିଆ ଯବାନ ଭାରତୀୟ ସେନାରେ ହାବିଲଦାର ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢିପ ଗ୍ରାମର ସରୋଜ ଦାସ। ସରୋଜ ୨୦୧୨ରେ ସେନାରେ ଯୋଗ ଦେଇଥିଲେ। ଗତକାଲି ଟ୍ରେନିଂ ସାରି ୟୁନିଟକୁ ଫେରୁଥିବା ବେଳେ ଶେଷଥର ପାଇଁ ଫୋନ୍‌ରେ ଭାଇଙ୍କ ସହ କଥା ହୋଇଥିଲେ।

ଆସାମ ରାଇଫଲ୍‌‌ରେ କାର୍ଯ୍ୟରତ ଓଡ଼ିଆ ଯବାନ ସହିଦ
ଭେଡେନ: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସୁନାଲରମ୍ଭା ପଞ୍ଚାୟତସ୍ଥିତ ବାଘପାଲି ଗ୍ରାମର ବୀର ଯବାନ ନୀଳାଚଳ ପଟେଲ(୪୫) ସହିଦ ହୋଇଛନ୍ତି। ସେ ମଣିପୁରରେ ଆସାମ ରାଇଫଲ୍‌‌ରେ ୨୦୦୦ ମସିହାରୁ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନ ଥିବା ବେଳେ ଶୁକ୍ରବାର ରାତିରେ ଆସାମର ଦୀନାପୁରରେ ଅନ୍ୟ ଯବାନଙ୍କ ସହ ରାତ୍ରିକାଳୀନ ଡ୍ୟୁଟିରେ ଥିବାବେଳେ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇ ସହିଦ ହୋଇଥିବା କୁହାଯାଉଛି। ଶନିବାର ତାଙ୍କ ସହିଦ ହେବା ଖବର ଜଣାପଡ଼ିଲା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସହିଦ ଯବାନ ନୀଳାଚଳଙ୍କ ପାର୍ଥିବ ଶରୀର ଆସନ୍ତା ସୋମବାର ନିଜ ଗ୍ରାମ ବାଘପାଲିରେ ପହଞ୍ଚିବ ବୋଲି ତାଙ୍କ ବଡ଼ଭାଇ ନୀଳାମ୍ୱର କହିଛନ୍ତି। ସହିଦ ନୀଳାଚଳ ସ୍ୱର୍ଗତ ଆଦି ପଟେଲ ଓ ମା’ ଗୁରୁବାରୀ ପଟେଲଙ୍କ ଦ୍ୱିତୀୟ ପୁତ୍ର ଥିଲେ। ତାଙ୍କ ବିୟୋଗରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗଭୀର ଶୋକ ପ୍ରକାଶ କରିଛନ୍ତି।

ପଞ୍ଚଭୂତରେ ବିଲୀନ ହେଲା ବୀର ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ
କେନ୍ଦୁଝର: ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ । ନକ୍ସଲ ଗୁଳିରେ ସହିଦ୍ ହୋଇଥିବା ଆନନ୍ଦପୁରର ଯବାନ୍ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯାଇଛି ଅନ୍ତିମ ସଂସ୍କାର। ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ଆଜି ସୁଶାନ୍ତ କୁମାର ଖୁଣ୍ଟିଆଙ୍କୁ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ସହିଦ୍ ଯବାନଙ୍କ ମରଶରୀର ରାଞ୍ଚିରୁ କେନ୍ଦୁଝର ଦେଇ ସଡ଼କ ପଥରେ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।  ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।

ଖବର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲହନ ଜଙ୍ଗଲରେ ଝାରଖଣ୍ଡ ପୁଲିସ, ସିଆରପିଏଫ୍‌‌ ଯବାନ ଏବଂ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍‌‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ(୩୩) ସହିଦ ହୋଇଥିଲେ। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟ କରାଯାଇ ରାଞ୍ଚିର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯବାନ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲରେ ୬୦ ବାଟାଲିୟନ ସିଆରପିଏଫ୍‌‌ ପୁଲିସ ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କମ୍ୱିଂ ଅପରେସନ ଚାଲିଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଗୁଳି ବିନିମୟ ହେଉଥିବା ବେଳେ ହଠାତ୍‌‌ ନକ୍ସଲଙ୍କ ପକ୍ଷରୁ ଏକ ଗୁଳି ସୁଶାନ୍ତଙ୍କ ଛାତିରେ ବାଜି ଭେଦ କରିଥିଲା। ଫଳରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ।

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।

ଜନ୍ମମାଟିରେ ପହଞ୍ଚିଲା ସହିଦ ଯବାନ ସୁଶାନ୍ତଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ
କେନ୍ଦଝର: ଜନ୍ମମାଟିରେ ସହିଦ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ପାର୍ଥିବ ଶରୀର ପହଞ୍ଚିଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଗାଁ ଶ୍ମଶାନରେ ହେବ ଅନ୍ତିମ ସଂସ୍କାର। ସୁଶାନ୍ତଙ୍କ ପାର୍ଥିବ ଶରୀର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ପହଞ୍ଚିବା ପରେ ବିଶାଳ ଶୋଭାଯାତ୍ରର ନିଜ ଗାଁକୁ ନିଆଯାଇଥିଲା। ସେଠାରେ ବୀର ଯବାନ ସୁଶାନ୍ତଙ୍କ ଶେଷ ଦର୍ଶନ କରିଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ଏହାସହ କାନ୍ଦବୋବାଳିରେ ଫାଟି ପଡୁଛି ପୂରା ଗାଁ। ପରିବାର ଲୋକେ ଓ ଗ୍ରାମବାସୀ ସୁଶାନ୍ତଙ୍କୁ ମନେ ପକାଇ ଝୁରି ହେଉଛନ୍ତି।

ଖବର ଅନୁଯାୟୀ, ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହଭୂମ ଜିଲ୍ଲାର କୋଲହନ ଜଙ୍ଗଲରେ ଝାରଖଣ୍ଡ ପୁଲିସ, ସିଆରପିଏଫ୍‌‌ ଯବାନ ଏବଂ ନକ୍ସଲଙ୍କ ସହ ଗୁଳି ବିନିମୟରେ ଓଡ଼ିଆ ସିଆରପିଏଫ୍‌‌ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ(୩୩) ସହିଦ ହୋଇଥିଲେ। ସହିଦ ଯବାନ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ନିବାସୀ ସୁଶାନ୍ତ କୁମାର ଖୁଣ୍ଟିଆ(୩୩)। ସୁଶାନ୍ତଙ୍କୁ  ଗୁରୁତର ଅବସ୍ଥାରେ ଏୟାର ଲିଫ୍ଟ କରାଯାଇ ରାଞ୍ଚିର ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଯବାନ ସୁଶାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଅଞ୍ଚଳର କୋଲହନ ଜଙ୍ଗଲରେ ୬୦ ବାଟାଲିୟନ ସିଆରପିଏଫ୍‌‌ ପୁଲିସ ଏବଂ ଝାଡ଼ଖଣ୍ଡ ପୁଲିସ ପକ୍ଷରୁ କମ୍ୱିଂ ଅପରେସନ ଚାଲିଥିବାବେଳେ ଏଭଳି ଦୁଃଖଦ ଘଟଣା ଘଟିଥିଲା। ଗୁଳି ବିନିମୟ ହେଉଥିବା ବେଳେ ହଠାତ୍‌‌ ନକ୍ସଲଙ୍କ ପକ୍ଷରୁ ଏକ ଗୁଳି ସୁଶାନ୍ତଙ୍କ ଛାତିରେ ବାଜି ଭେଦ କରିଥିଲା। ଫଳରେ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ।

ସୂଚନା ଅନୁଯାୟୀ, ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି। ଏବେ ଘରେ ମୁରବୀ କହିଲେ କେହି ନାହାନ୍ତି।