red fort - The Sakala

ଆଜି ଦେଶ ପାଳୁଛି ୭୯ତମ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ,
ନୂଆଦିଲ୍ଲୀ: ଆଜି ଭାରତ ତା’ର ୭୯ତମ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ସହ ସେ ଏକ ଘୋଷଣା ମଧ୍ୟ କରିଛନ୍ତି। ଏହି ଦୀପାବଳିରେ ଦେଶକୁ ଏକ ବଡ଼ ଉପହାର ଦିଆଯିବ ବୋଲି ସେ କହିଛନ୍ତି। ଦୀପାବଳିରେ GST ସଂସ୍କାର କରାଯିବ ଏବଂ ଟିକସ ବିପୁଳ ପରିମାଣରେ ହ୍ରାସ କରାଯିବ। ଦୈନନ୍ଦିନ ବ୍ୟବହୃତ ଜିନିଷ ଶସ୍ତା ହେବ। ସାଧାରଣ ଲୋକଙ୍କ ପାଇଁ ଟିକସ ହ୍ରାସ କରାଯିବ ବୋଲି ମୋଦି ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆତ୍ମନିର୍ଭରଶୀଳତା କେବଳ ଆମଦାନୀ ଏବଂ ରପ୍ତାନି କିମ୍ବା ଟଙ୍କା, ଟଙ୍କା ପର୍ଯ୍ୟନ୍ତ ସୀମିତ ନୁହେଁ। ଆତ୍ମନିର୍ଭରଶୀଳତା ଆମର ଶକ୍ତି ସହିତ ଜଡିତ ଏବଂ ଯେତେବେଳେ ଆତ୍ମନିର୍ଭରଶୀଳତା ଶେଷ ହେବାକୁ ଆରମ୍ଭ ହୁଏ, ସେତେବେଳେ ଶକ୍ତି ମଧ୍ୟ ନିରନ୍ତର ହ୍ରାସ ପାଏ, ତେଣୁ ଆମର ଶକ୍ତିକୁ ସୁରକ୍ଷା, ବଜାୟ ରଖିବା ଏବଂ ବୃଦ୍ଧି କରିବା ପାଇଁ ଆତ୍ମର୍ନିଭରଶୀଳ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ଆତ୍ମନିର୍ଭରଶୀଳ ନଥାନ୍ତୁ, ତେବେ କ’ଣ ଆମେ ଏତେ ଦ୍ରୁତ ଗତିରେ ଅପରେଶନ ସିନ୍ଦୂର କରିପାରିଥାନ୍ତୁ? କିନ୍ତୁ, ମେଡ ଇନ ଇଣ୍ଡିଆର ଶକ୍ତି ଆମ ସେନା ହାତରେ ଥିଲା, ତେଣୁ ଆମର ସେନା ଚିନ୍ତା, ବାଧା, ଦ୍ୱିଧା ବିନା ନିଜର ବୀରତ୍ୱ ପ୍ରଦର୍ଶନ କରିଚାଲିଛି। ଆମେ ଗତ ୧୦ ବର୍ଷ ଧରି ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମର୍ନିଭରଶୀଳତା ଉପରେ ଏକ ମିଶନ ନିରନ୍ତର ଭାବରେ ଚଳାଇଛୁ, ଏହାର ଫଳାଫଳ ଆଜି ଦୃଶ୍ୟମାନ ହେଉଛି। ୨୧ ଶତାବ୍ଦୀ ପ୍ରଯୁକ୍ତିବିଦ୍ୟା ଆଧାରିତ। ଇତିହାସ ସାକ୍ଷୀ ଯେ ଯେଉଁ ଦେଶମାନେ ପ୍ରଯୁକ୍ତିବିଦ୍ୟାରେ ପାରଙ୍ଗମ ହୋଇଛନ୍ତି ସେମାନେ ବିକାଶର ଶିଖର ଅତିକ୍ରମ କରିଛନ୍ତି, ଶୀର୍ଷରେ ପହଞ୍ଚିଛନ୍ତି, ସେମାନଙ୍କର ଆର୍ଥିକ ଶକ୍ତି ନୂତନ ଶିଖରରେ ପହଞ୍ଚିଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦାସତ୍ୱ ଆମକୁ ଗରିବ କରିଥିଲା, ଦାସତ୍ୱ ମଧ୍ୟ ଆମକୁ ନିର୍ଭରଶୀଳ କରିଥିଲା, ଅନ୍ୟମାନଙ୍କ ଉପରେ ଆମର ନିର୍ଭରଶୀଳତା ବଢ଼ି ଚାଲିଥିଲା। ସ୍ବାଧୀନତା ପରେ, ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ଥିଲା, କିନ୍ତୁ ମୋ ଦେଶର ଚାଷୀମାନେ ଦେଶର ଖାଦ୍ୟ ଭଣ୍ଡାରକୁ ରକ୍ତ ଏବଂ ଝାଳରେ ପୂରଣ କରିଥିଲେ। ଶସ୍ୟ କ୍ଷେତ୍ରରେ ଦେଶକୁ ସ୍ବାବଲମ୍ବୀ କରିଥିଲେ। ଆଜି ମଧ୍ୟ, ଏକ ଜାତି ପାଇଁ ଆତ୍ମସମ୍ମାନର ସବୁଠାରୁ ବଡ଼ ମାନଦଣ୍ଡ ହେଉଛି ଏହାର ଆତ୍ମନିର୍ଭରଶୀଳତା। ବିକଶିତ ଭାରତର ଆଧାର ମଧ୍ୟ ‘ଆତ୍ମନିର୍ଭରଶୀଳ ଭାରତ’।

ଘରୋଇକରଣର ନୂଆ ଫର୍ମୁଲା: ଲିଜ୍‌ରେ ଯିବ ଲାଲକିଲ୍ଲା, ତାଲିକାରେ ଦେଶର ୧୦୦ ପ୍ରସିଦ୍ଧ ଐତିହାସିକ ସ୍ଥଳ
ନୂଆଦିଲ୍ଲୀ: ପୁଞ୍ଜି ପ୍ରତ୍ୟାହାର ଜରିଆରେ ଦେଶର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ପ୍ରୋତ୍ସାହିତ କରୁଥିବା ମୋଦି ସରକାରଙ୍କ ନଜର ଏବେ ଦେଶର ପ୍ରସିଦ୍ଧ ଐତିହାସିକ ସ୍ଥଳଗୁଡିକୁ ଉପରେ କେନ୍ଦ୍ରୀତ ହୋଇଛି। କେନ୍ଦ୍ର ସରକାର ଏବେ ଦେଶର ପୁରାତନ ଐତିହାସିକ ସ୍ଥଳଗୁଡିକୁ ଲିଜ୍‌ରେ ଘରୋଇ ସଂସ୍ଥାଗୁଡିକୁ ଦେଇ ଘରୋଇକରଣର ନୂଆ ଫର୍ମୁଲା ଆରମ୍ଭ କରୁଛନ୍ତି। ଏହି ଅନୁକ୍ରମରେ କେନ୍ଦ୍ର ସରକାର ଲିଜ୍‌ରେ ଲାଲକିଲ୍ଲାକୁ ଏ ଘରୋଇ କମ୍ପାନୀ ହାତକୁ ଟେକିଦେବାକୁ ଯାଉଛନ୍ତି। କେନ୍ଦ୍ର କ୍ରୀଡା, ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଯୋଜନା କରିଥିବା ଜଣାଯାଇଛି।

ଏହି ଘରୋଇକରଣ ଯୋଜନାରେ କେନ୍ଦ୍ର ସରକାର ଦୋରେ ରହିଥିବା ସ୍ପୋର୍ଟସ୍ ଷ୍ଟାଡିୟମ, ରାଷ୍ଟ୍ରୀୟ ଉଦ୍ୟୋଗ ଓ ଐତିହାସିକ ଭବନଗୁଡିକୁ ଲିଜ୍‌ରେ ଦେଇ ଅତି କମରେ ୨୫,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାକୁ ସେ ଅନ୍ତିମ ରୂପ ଦେଉଛନ୍ତି। କ୍ରୀଡା, ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଏହି ଜାତୀୟ ସମ୍ପତ୍ତିକୁ ଦୀର୍ଘ ଦିନ ପାଇଁ ଲିଜ୍‌ରେ ଦେବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏକ ରିପୋର୍ଟ ଅନୁଯାୟୀ ସରକାର ଦୋର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକୁ ଲିଜ୍‌ରେ ଘରୋଇ ସଂସ୍ଥାଗୁଡିକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ସହ ଆୟର ଲକ୍ଷ୍ୟ ଏହାର ମୁଖ୍ୟ ଉର୍ଦେଶ୍ୟ ରହିଛି। ରିପୋର୍ଟ ମୁତାବକ ଏଥିପାଇଁ ମନ୍ତଆଳୟ ଦେଶର ପ୍ରାୟ ୧୦୦ ଐତିହାସିକ ସ୍ଥଳର ଏକ ତାଲିକା ପ୍ରସ୍ତୁତ କରିଛି।

ଏହାମଧ୍ୟରେ ତାଜମହଲ, କାଙ୍ଗଡା ମହଲ, ମୁମ୍ବାଇସ୍ଥିତ ବୌଦ୍ଧ କନେରୀ ଗୁମ୍ଫା ସାମିଲ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ବିରାସତ ଅପନାଏ ଯୋଜନାରେ ଲିଜ୍‌ରେ ପ୍ରଦାନ କରାଯାଇଛି । ସରକାର ଏହାକୁ ୫ ବର୍ଷ ପାଇଁ ଏକ ଡାଲମିଆଁ ସିମେଣ୍ଟ କମ୍ପାନୀକୁ ପ୍ରଦାନ କରିଛନ୍ତି। ଏହି ଲିଜ୍‌ ବ୍ୟବସ୍ଥାରୁ ସରକାରଙ୍କୁ ୨୫ କୋଟି ଟଙ୍କା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଦିଲ୍ଲୀ ମ୍ୟୁନିସିପାଲ କମିଟି, ଲୋଧୀ ଗାର୍ଡେନକୁ ମଧ୍ୟ ଲିଜ୍‌ରେ ଦେବା ପାଇଁ ବିଚାର କରାଯାଉଛ । ଇତିମଧ୍ୟରେ ବିଶ୍ବର ବିଭିନ୍ନ ଅନ୍ତରାଷ୍ଟ୍ରୀୟ କମ୍ପାନୀ, ସ୍ପୋର୍ଟସ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହାକୁ ଲିଜ୍‌ରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଅନ୍ୟ ସ୍ପୋର୍ଟସ୍ ଷ୍ଟାଡିୟମ ଓ କମ୍ପ୍ଲେକ୍ସକୁ ସରକାର ଲିଜ୍‌ରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ସ୍ୱିମିଂ ପୁଲ୍‌ କମ୍ପ୍ଲେକ୍ସ, ଜବାହାରଲାଲ ନେହେରୁ ଷ୍ଟାଡିୟମ ସରକାରଙ୍କ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଏହାମଧ୍ୟରୁ ଅଧିକାଂଶ ଷ୍ଟାଡିୟମ ବର୍ଷ ସାରା ଖାଲି ପଡିଥାଏ। ଏହାର ଦେଖାଶୁଣା ମଧ୍ୟ କରିବାକୁ ହୋଇଥାଏ। କ୍ରୀଡା ମନ୍ତ୍ରାଳୟର କହିବାନୁସାରେ, ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉନାହିଁ । ଏହା ସରକାରଙ୍କ ରାଜକୋଷ ଉପରେ ବୋଝ ପାଲଟିଛ। ଘରୋଇ କମ୍ପାନୀ ଏହାକୁ ଲିଜ୍‌ରେ ନେଇ ଏହାର ବ୍ୟବହାର କରିବେ। ଏହି ସବୁକୁ ୩୦ ବର୍ଷ ପାଇଁ ଲିଜ୍‌ରେ ଦିଆଯିବ ବୋଲି ମନ୍ତ୍ରାଳୟ କହିଛି ।