Cold and Cough - The Sakala
ଗଳାରେ କଫ ଜମି ରହୁଛି କି? ପୋଷ୍ଟ ନାଜାଲ୍ ଡ୍ରିପ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର
ବଦଳୁଥିବା ଋତୁରେ ଅନେକ ଲୋକଙ୍କର ଗଳାରେ କଫ ଜମିବା କିମ୍ବା ନାକରୁ ଗଳା ଭିତରକୁ ସିଙ୍ଘାଣି ବୋହିବା ଭଳି ସମସ୍ୟା ଦେଖାଦେଇଥାଏ। ଡାକ୍ତରୀ ଭାଷାରେ ଏହାକୁ 'ପୋଷ୍ଟ ନାଜାଲ୍ ଡ୍ରିପ୍' (Post Nasal Drip) କୁହାଯାଏ। ଏହା ଦ୍ୱାରା ଗଳା ଦରଜ ହେବା, କୁଣ୍ଡାଇ ହେବା ସହ ବାରମ୍ବାର କାଶ ହୋଇଥାଏ। ତେବେ କିଛି ସହଜ ଘରୋଇ ଉପଚାର ଦ୍ୱାରା ଏଥିରୁ ମୁକ୍ତି ମିଳିପାରିବ।
ପର୍ଯ୍ୟାପ୍ତ ପରିମାଣରେ ପାଣି ପିଅନ୍ତୁ
ଶରୀରକୁ ହାଇଡ୍ରେଟେଡ୍ ବା ଜଳୀୟ ଅଂଶ ବଜାୟ ରଖିବା ନିହାତି ଜରୁରୀ। ପର୍ଯ୍ୟାପ୍ତ ପାଣି ପିଇବା ଦ୍ୱାରା ଗଳାରେ ଥିବା କଫ ପତଳା ହୋଇଥାଏ, ଯାହା ସହଜରେ ବାହାରିଯାଏ। ଉଷୁମ ପାଣି, ସୁପ୍ କିମ୍ବା ହର୍ବାଲ୍ ଟି ପିଇବା ଏଥିପାଇଁ ଅଧିକ ଲାଭଦାୟକ।
ଲୁଣ ପାଣିରେ କୁଳି କରନ୍ତୁ
ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଅଳ୍ପ ଲୁଣ ମିଶାଇ କୁଳି ବା ଗାର୍ଗଲ୍ (Gargle) କରନ୍ତୁ। ଏହା ଗଳାରେ ହେଉଥିବା ଇନଫେକ୍ସନ ଓ ଯନ୍ତ୍ରଣା କମାଇବା ସହ କଫ ସଫା କରିବାରେ ସାହାଯ୍ୟ କରେ।
ବାମ୍ଫ ନିଅନ୍ତୁ (Steam Inhalation)
ନାକ ଏବଂ ଗଳା ପାଇଁ ବାମ୍ଫ ନେବା ଏକ ରାମବାଣ ସଦୃଶ। ଗରମ ପାଣିର ବାମ୍ଫ ନେବା ଦ୍ୱାରା ନାକ ଭିତର ଓଦା ରହେ ଏବଂ ଜମି ରହିଥିବା କଫ ତରଳି ବାହାରି ଆସେ। ଆପଣ ଚାହିଁଲେ ପାଣିରେ ଏସେନସିଆଲ୍ ଅଏଲ୍ କିମ୍ବା ୟୁକାଲିପଟାସ୍ ତେଲ ପକାଇପାରିବେ।
ଶୋଇବା ସମୟରେ ଧ୍ୟାନ ଦିଅନ୍ତୁ
ଯଦି ରାତିରେ ଶୋଇବା ବେଳେ କାଶ ଅଧିକ ହେଉଛି, ତେବେ ମୁଣ୍ଡ ତଳେ ଅଧିକ ତକିଆ ଦେଇ ମୁଣ୍ଡକୁ ଟିକେ ଉଚ୍ଚାରେ ରଖନ୍ତୁ। ଏହା ଦ୍ୱାରା ନାକରୁ ବାହାରୁଥିବା ତରଳ ପଦାର୍ଥ ଗଳାରେ ଜମା ନ ହୋଇ ସହଜରେ ତଳକୁ ଯାଇଥାଏ।
ଯଦି ଏହି ଘରୋଇ ଉପଚାର ପରେ ମଧ୍ୟ ସମସ୍ୟା ଲାଗି ରହେ କିମ୍ବା କଫର ରଙ୍ଗ ପରିବର୍ତ୍ତନ ହୁଏ, ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।
ଥଣ୍ଡାକାଶର ସାଧାରଣ ଔଷଧ ଭାବେ କଫ୍‌ ସିରପ୍‌ ବ୍ୟବହାର କରାଯାଏ। କଫ୍ ସିରପ୍‌ରେ ଥିବା ଫୋଲକୋଡିନ୍‌ କାଶ ଦୂର କରେ। କିନ୍ତୁ ଏହାର ପାର୍ଶ୍ବପ୍ରତିକ୍ରିୟା ଘଟି ଆଲର୍ଜି, ରକ୍ତଚାପ, ଅସାମାନ୍ୟ ରକ୍ତ ସଂଚାଳନ, ହୃଦୟର ଅସ୍ବାଭାବିକ ଗତି ଏବଂ ଅମ୍ଲଜାନ ସ୍ତର ହ୍ରାସ ହେବାର ଲକ୍ଷଣ ଦେଖା ଦେବା ପରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କଫ୍ ସିରପରେ ଫୋଲକୋଡିନ୍‌ର ବ୍ୟବହାରକୁ ମନା କରାଯାଇଛି। କଫ୍‌ ସିରପ୍‌ ବଦଳରେ ପ୍ରାକୃତିକ ଉପାୟରେ ମଧ୍ୟ ଥଣ୍ଡାକାଶ ଦୂର କରିହେବ। ଆସନ୍ତୁ ଜାଣିବା।
ମହୁକୁ ମହୌଷଧି କୁହାଯାଏ। ଏହାର ଔଷଧୀୟ ଗୁଣ ବା ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ବ୍ରୋଙ୍କାଏଲ ନଳୀରେ ଶ୍ବାସ ପ୍ରବାହରେ ସାହାଯ୍ୟ କରେ। ଉଷୁମ ପାଣିରେ କିମ୍ବା ହର୍ବାଲ ଚା’ ସହ ଗୋଟିଏ ଚାମଚ ମହୁ ପିଇବା ଦ୍ବାରା କାଶ ଦୂର ହୋଇଥାଏ।
ଅଦାରେ ଆଣ୍ଟି-ଇନ୍‌ଫ୍ଲାମେଟୋରି ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ରହିଛି। ଏହା କାଶ ଦୂର କରିବାରେ ସବୁଠାରୁ ଉତ୍ତମ। ଅଦା ଚା’ କିମ୍ବା ଅଦାକୁ ଗରମ ପାଣିରେ ପକାଇ ପିଇବା ଦ୍ବାରା ଥଣ୍ଡା ଓ କାଶ ଲକ୍ଷଣକୁ କମାଇଥାଏ।
ଗରମ ପାଣିରେ କିଛି ବୁନ୍ଦା ୟୁକାଲିପଟାସ୍‌ ତୈଳ ଓ ଟି’ ଟ୍ରି ଅଏଲ୍‌ ପକାଇ ୧୦ ମିନିଟ ବାମ୍ଫ ନେଲେ ତତ୍‌କ୍ଷଣାତ ଉପଶମ ମିଳେ।
ନଖଉଷୁମ ପାଣିରେ ଅଧ ଚାମଚ ଲୁଣ ପକାଇ ଗର୍ଗଲ୍‌ କରିବା ଉଚିତ। ଗୋଟିଏ ଦିନରେ ଅନେକ ଥର ଗର୍ଗଲ୍‌ କରିବା ଦ୍ବାରା କାଶ କମିଥାଏ।
ନଖଉଷୁମ ପାଣିରେ ଲେମ୍ବୁ ଚିପୁଡ଼ି ପିଇବା ଦ୍ବାରା ଶରୀରକୁ ଭିଟାମିନ-ସି’ ମିଳିଥାଏ, ଯାହା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇ କାଶଥଣ୍ଡା ଆଦି ଦୂର ହୁଏ।
ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ହଳଦୀ ମିଶାଇ ପିଇବା ଦ୍ବାରା କାଶ ଦୂର ହେବା ସହ ସୁନିଦ୍ରା ହୋଇଥାଏ। କାରଣ ହଳଦୀରେ ଥିବା ଆଣ୍ଟି-ଇନ୍‌ଫ୍ଲାମେଟାରୀ ଏବଂ କର୍କୁମିନ ଉପାଦାନ କାଶ ଦୂର କରିବାରେ ସହାୟକ।
ରସୁଣରେ ଆଣ୍ଚିମାଇକ୍ରୋବାଏଲ ପରିମାଣ ଅଧିକ ଥାଏ। କଂଚା ରସୁଣ ଖାଇବା ଦ୍ବାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ଥଣ୍ଡାଜନିତ କାଶ ଦୂର ହୁଏ।