Delhi Capitals - The Sakala

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ
ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ । ଅଭିଷେକ ପୋରେଲଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ । IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି ଅଭିଷେକ ପୋରେଲ । ଦୁଷ୍କର୍ମ ଏବଂ ଅପରାଧିକ ଧମକ ଅଭିଯୋଗରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତଥା ବେଙ୍ଗଲ କ୍ରିକେଟର ଅଭିଷେକ ପୋରେଲଙ୍କୁ ପୋଲିସ ଗିରଫ କରିଛି। କର୍ଣ୍ଣାଟକର ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ଏହି ସଙ୍ଗୀନ ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ବେଙ୍ଗଲ କ୍ରିକେଟ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଡମ୍ ଡମ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ଇମାମି ସିଟିରୁ ଅଭିଷେକଙ୍କୁ ହେପାଜତକୁ ନିଆଯାଇଥିଲା। ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଚିନ୍ସୁରା କୋର୍ଟରେ ହାଜର କରାଯାଇଥିଲା। ଗତ ଜୁନ୍ ୨୦୨୬ରେ ପୀଡ଼ିତା ଏହି ମାମଲାରେ ଅଭିଯୋଗ ଦାୟର କରିଥିଲେ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା, ମାରପିଟ କରିବା ଏବଂ ତାଙ୍କୁ ବେଆଇନ ଭାବେ ଅଟକ ରଖି ଖାଦ୍ୟ ନଦେବା ଆଦି ଅଭିଯୋଗ ଏହି ଏଫଆଇଆରରେ ଉଲ୍ଲେଖ ରହିଛି। ଅଭିଯୋଗ ଅନୁଯାୟୀ, ନିର୍ଯାତନା କାରଣରୁ ଛାତ୍ରୀ ଜଣକ ଶାରୀରିକ ଭାବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ପୋଲିସ ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୬୯ ସମେତ ବିଭିନ୍ନ ପ୍ରାବଧାନ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।

୨୦୨୧-୨୨ ସିଜିନରେ ବେଙ୍ଗଲ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିବା ଅଭିଷେକ ପୋରେଲ ବର୍ତ୍ତମାନ ସୁଦ୍ଧା ୩୨ଟି ଫାଷ୍ଟ କ୍ଲାସ୍ ଏବଂ ୨୩ଟି ଲିଷ୍ଟ୍ ଏ ମ୍ୟାଚ୍ ଖେଳିଛନ୍ତି। ବିଶେଷକରି ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ସେ ଲୋକଲୋଚନକୁ ଆସିଥିଲେ। ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚରେ ନୂଆ ଇମ୍ପାକ୍ଟ ରୁଲ୍ ଅଧୀନରେ ମାତ୍ର ୧୦ ବଲରେ ୩୨ ରନ୍ ସଂଗ୍ରହ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତେବେ ତାଙ୍କ ଗିରଫଦାରୀ ବେଙ୍ଗଲ କ୍ରିକେଟ୍ ସର୍କଲ ଏବଂ ଆଇପିଏଲ୍ ଫ୍ରାଟର୍ନିଟି ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ଆରସିବିଠାରୁ ଶୋଚନୀୟ ପରାଜୟ ପରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଶଂସକଙ୍କୁ ଅକ୍ଷର ପଟେଲଙ୍କ ଭାବୁକ ନିବେଦନ
ଆଇପିଏଲ୍ ୨୦୨୬ (IPL 2026) ରେ ଦିଲ୍ଲୀ କ୍ୟାପିଟାଲ୍ସ (DC) ର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ସୋମବାର ଖେଳାଯାଇଥିବା ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଠାରୁ ୯ ୱିକେଟ୍ ର ଏକ ଶୋଚନୀୟ ପରାଜୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଦଳର ଅଧିନାୟକ ଅକ୍ଷର ପଟେଲ୍ ପ୍ରଶଂସକମାନଙ୍କୁ ଏକ ଭାବୁକ ନିବେଦନ କରିଛନ୍ତି। ଏହି ମ୍ୟାଚରେ ଦିଲ୍ଲୀ ଦଳ ପ୍ରଥମେ ବ୍ୟାଟିଂ କରି ମାତ୍ର ୭୫ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଦଳର ଏଭଳି ଖରାପ ପ୍ରଦର୍ଶନ ପରେ ଅଧିନାୟକ ଅକ୍ଷର ପଟେଲ ଦଳର ସମର୍ଥକମାନଙ୍କୁ କଠିନ ସମୟରେ ଦଳ ସହ ଛିଡ଼ା ହେବାକୁ ଅନୁରୋଧ କରିଛନ୍ତି।

ଅକ୍ଷର ପଟେଲଙ୍କ ଭାବୁକ ନିବେଦନ

ମ୍ୟାଚ୍ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅକ୍ଷର ପଟେଲ୍ କହିଛନ୍ତି ଯେ, "ଯଦି ପ୍ରଶଂସକମାନେ ନିରାଶ ଅଛନ୍ତି, ତେବେ ଖେଳାଳିମାନେ ମଧ୍ୟ ନିରାଶ ଅଛନ୍ତି। ଏତେ କଠିନ ପରିଶ୍ରମ କରିବା ପରେ ଆମେ ହାରିବା ପାଇଁ ପଡ଼ିଆକୁ ଓହ୍ଲାଉ ନାହୁଁ। ମୁଁ ଭାବୁଛି ଏବେ ସମୟ ଆସିଛି ଯେତେବେଳେ ପ୍ରଶଂସକମାନେ ଖେଳାଳିମାନଙ୍କୁ ସମର୍ଥନ କରିବା ଉଚିତ୍। କେବଳ ଜିତିଲେ ସମର୍ଥନ କରିବେ, ତାହା ହେବା ଉଚିତ୍ ନୁହେଁ। ଆମେ ଜିତୁ କିମ୍ବା ହାରୁ, ସମର୍ଥନ ସମାନ ରହିବା ଆବଶ୍ୟକ।" ସେ ଆହୁରି ମଧ୍ୟ ଦଳ ଉପରେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିବା ପ୍ରକାଶ କରିଥିଲେ ଏବଂ ଏହି ସ୍ଥିତିକୁ ବଦଳାଇବାର କ୍ଷମତା ଦଳର ରହିଛି ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ମ୍ୟାଚର ସଂକ୍ଷିପ୍ତ ବିବରଣୀ

ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଦିଲ୍ଲୀର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ପାୱାରପ୍ଲେ ଭିତରେ ହିଁ ଦଳ ମାତ୍ର ୧୩ ରନ୍ ରେ ୬ଟି ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ଯାହାକି ଆଇପିଏଲ୍ ଇତିହାସରେ ସର୍ବନିମ୍ନ ପାୱାରପ୍ଲେ ସ୍କୋର। ଆରସିବିର ବୋଲର ଭୁବନେଶ୍ୱର କୁମାର ଏବଂ ଜୋସ୍ ହେଜଲଉଡ୍ ଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନଥିଲେ। ଶେଷରେ ଦଳ ୧୬.୩ ଓଭର ରେ ମାତ୍ର ୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଏହି ସହଜ ଲକ୍ଷ୍ୟକୁ ଆରସିବି ମାତ୍ର ୬.୩ ଓଭର ରେ ୧ ୱିକେଟ୍ ହରାଇ ହାସଲ କରିନେଇଥିଲା।

ଦିଲ୍ଲୀ କ୍ୟାପିଟାଲ୍ସର ସ୍ଥିତି

ଆଇପିଏଲର ଚଳିତ ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭଲ ଆରମ୍ଭ କରିଥିଲେ ମଧ୍ୟ ପରେ ଲଗାତାର ବିଫଳତାର ସାମ୍ନା କରୁଛି। ଗତ ୬ଟି ମ୍ୟାଚରୁ ଏହା ହେଉଛି ଦଳର ପଞ୍ଚମ ପରାଜୟ। ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗସ୍ ବିପକ୍ଷରେ ୨୬୪ ରନ୍ ର ବିଶାଳ ସ୍କୋର କରିବା ସତ୍ତ୍ୱେ ଦଳ ପରାଜିତ ହୋଇଥିଲା, ଯାହାର ପ୍ରଭାବ ଏହି ମ୍ୟାଚରେ ଦେଖିବାକୁ ମିଳିଥିଲା ବୋଲି ଅକ୍ଷର ସ୍ୱୀକାର କରିଛନ୍ତି। ବର୍ତ୍ତମାନ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ଥିବା ଦିଲ୍ଲୀକୁ ପ୍ଲେଅଫ୍ ରେ ପହଞ୍ଚିବାକୁ ହେଲେ ବାକି ଥିବା ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ ।

ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?
ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ ର ଏକ ରୋମାଞ୍ଚକର ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍ (CSK) ପକ୍ଷରୁ ଖେଳି ସଞ୍ଜୁ ସାମସନ ନିଜର ପ୍ରଥମ ଶତକ ହାସଲ କରିଛନ୍ତି। ଆରମ୍ଭରୁ ଖରାପ ଫର୍ମ ଦେଇ ଗତି କରୁଥିବା ଏହି ତାରକା ବ୍ୟାଟ୍ସମ୍ୟାନ୍ ଦିଲ୍ଲୀ କ୍ୟାପିଟାଲ୍ସ (DC) ବିପକ୍ଷ ମ୍ୟାଚରେ ଏକ ବିସ୍ଫୋରକ ଇନିଂସ ଖେଳି ସମାଲୋଚକମାନଙ୍କୁ କଡ଼ା ଜବାବ ଦେଇଛନ୍ତି। ବିଶ୍ୱକପରେ ଭାରତୀୟ ଦଳ ପାଇଁ ଯେପରି ସେ ସଫଳତା ଆଣିଦେଇଥିଲେ, ଏବେ ପ୍ରଶ୍ନ ଉଠୁଛି କି ସେ ସିଏସକେକୁ ମଧ୍ୟ ସେହିଭଳି ଚାମ୍ପିଅନ୍ କରାଇପାରିବେ କି?

ସିଏସକେ ଉପରେ ବିଶ୍ୱାସ ଏବଂ ସଞ୍ଜୁଙ୍କ ପ୍ରତ୍ୟାବର୍ତ୍ତନ

ଏହି ସିଜିନରେ ରାଜସ୍ଥାନ ରୟାଲ୍ସ (RR) ରୁ ବ୍ଲକବଷ୍ଟର ଟ୍ରେଡ୍ ହୋଇ ଚେନ୍ନାଇ ସୁପର କିଙ୍ଗସ୍ ରେ ଯୋଗ ଦେଇଥିବା ସଞ୍ଜୁ ସାମସନ ପ୍ରଥମ ୩ଟି ମ୍ୟାଚରେ ସମ୍ପୂର୍ଣ୍ଣ ଫ୍ଲପ୍ ସାବ୍ୟସ୍ତ ହୋଇଥିଲେ ଏବଂ ଏକକ ଅଙ୍କରେ ଆଉଟ୍ ହୋଇଥିଲେ। ତେବେ ଖରାପ ସମୟରେ ମଧ୍ୟ ଫ୍ରାଞ୍ଚାଇଜି ତାଙ୍କ ଉପରେ ଭରସା ଦେଖାଇଥିଲା। ସାମସନ କହିଛନ୍ତି ଯେ ତିନୋଟି ମ୍ୟାଚ୍ ହାରିବା ପରେ ମଧ୍ୟ ସିଏସକେର ବୈଠକ ମାତ୍ର ୫୦ ସେକେଣ୍ଡ ଧରି ଚାଲିଥିଲା। ଏହି ଶାନ୍ତ ଏବଂ ସକାରାତ୍ମକ ପରିବେଶ ତାଙ୍କୁ ବିଶ୍ୱାସ ଯୋଗାଇଥିଲା। ଏକ ବିସ୍ଫୋରକ ଶତକ ସହ ସେ କେବଳ ଦଳକୁ ବିଜୟ ଦେଇନାହାଁନ୍ତି ବରଂ ଇତିହାସ ମଧ୍ୟ ରଚିଛନ୍ତି। ଏହି ଶତକ ସହ ସଞ୍ଜୁ ଆଇପିଏଲରେ ୩ଟି ଭିନ୍ନ ଭିନ୍ନ ଫ୍ରାଞ୍ଚାଇଜି ପାଇଁ ଶତକ ହାସଲ କରିଥିବା ପ୍ରଥମ ଖେଳାଳି ହୋଇପାରିଛନ୍ତି।

କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗଙ୍କୁ ସ୍ୱତନ୍ତ୍ର ସଲାମ୍

ଶତକ ହାସଲ କରିବା ପରେ ସଞ୍ଜୁ ସାମସନ ଖୁବ୍ ଭାବୁକ ହୋଇପଡିଥିଲେ ଏବଂ ଏକ ସ୍ୱତନ୍ତ୍ର ଶୈଳୀରେ ସାଲ୍ୟୁଟ୍ କରି ନିଜର ଖୁସି ବ୍ୟକ୍ତ କରିଥିଲେ। ପରେ ଏହି ସେଲିବ୍ରେସନର ରହସ୍ୟ ଖୋଲି ସେ କହିଛନ୍ତି ଯେ, ଏହି ସାଲ୍ୟୁଟ୍ ଏମଏସ ଧୋନି କିମ୍ବା ଅନ୍ୟ କାହା ପାଇଁ ନୁହେଁ ବରଂ ସିଏସକେର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ଙ୍କ ପାଇଁ ଥିଲା। ଫ୍ଲେମିଙ୍ଗ୍ ଦୀର୍ଘ ବର୍ଷ ଧରି ସିଏସକେର ସଫଳତା ପଛରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଛନ୍ତି। ସଞ୍ଜୁଙ୍କ ଏହି ବଡ଼ପଣ ଏବଂ କୋଚଙ୍କ ପ୍ରତି ଥିବା ସମ୍ମାନକୁ କ୍ରିକେଟ୍ ପ୍ରଶଂସକମାନେ ଖୁବ୍ ପ୍ରଶଂସା କରୁଛନ୍ତି।

ଚାମ୍ପିଅନ୍ କରାଇବାର ଆଶା

ଗତ ଟି-୨୦ ବିଶ୍ୱକପରେ 'ପ୍ଲେୟାର ଅଫ୍ ଦି ଟୁର୍ଣ୍ଣାମେଣ୍ଟ' ବିବେଚିତ ହୋଇଥିବା ସଞ୍ଜୁ ଏବେ ଆଇପିଏଲରେ ନିଜର ପୁରୁଣା ରୂପକୁ ଫେରିଛନ୍ତି। ଚେନ୍ନାଇ ସୁପର କିଙ୍ଗସ୍ (CSK) ର ଆଇକୋନିକ୍ ହଳଦିଆ ଜର୍ସି ପିନ୍ଧି ସେ ନିଜକୁ ଏକ ଚାମ୍ପିଅନ୍ ଭଳି ଅନୁଭବ କରୁଥିବା ବେଳେ ଏହି ପ୍ରତ୍ୟାବର୍ତ୍ତନ ଇନିଂସ ଦଳ ପାଇଁ ନୂଆ ଆଶା ସୃଷ୍ଟି କରିଛି। କ୍ରିକେଟ୍ ବିଶେଷଜ୍ଞ ଏବଂ ପ୍ରଶଂସକମାନେ ଏବେ ଆଶା ବାନ୍ଧିଛନ୍ତି ଯେ, ଟିମ୍ ଇଣ୍ଡିଆକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସଞ୍ଜୁ ସାମସନ, ଏହି ସିଜିନରେ ନିଜର ଚମତ୍କାର ବ୍ୟାଟିଂ ଜରିଆରେ ସିଏସକେକୁ ମଧ୍ୟ ଆଇପିଏଲ୍ ଚାମ୍ପିଅନ୍ କରାଇବାରେ ସକ୍ଷମ ହେବେ।

ଆଇପିଏଲ୍-୨୦୨୪ର କ୍ରୀଡ଼ାସୂଚୀ ଜାରି, କଟକ ବାରବାଟୀରେ ଖେଳିପାରେ ଦିଲ୍ଲୀ କ୍ୟାପିଟାଲ୍ସ !
ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଖେଳାଯାଇପାରେ ଆଇପିଏଲ । ବାରବାଟୀ ଷ୍ଟାଡିୟମରେ ପୁଣି ଥରେ ଦର୍ଶକ ଆଇପିଏଲର ମଜା ଉଠାଇ ପାରିବେ। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।

IPL team Delhi Capitals is likely to play their first two IPL matches in Pune and Cuttack as Delhi’s Arun Jaitley Cricket Stadium will not be ready to host the tournament just days after hosting the Women’s Premier League final match. IPL schedule is expected later today;…

— ANI (@ANI) February 22, 2024

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟ ଷ୍ଟାଡିୟମରେ ଖେଳାଯିବାର ସମ୍ଭାବନା ରହିଛି। ମହିଳା ପ୍ରିମିୟର୍‌ ଲିଗ୍‌ର ଫାଇନାଲ ମ୍ୟାଚ୍‌ ଆୟୋଜନର ଗୋଟିଏ ଦିନ ପରେ ଆଇପିଏଲ ମ୍ୟାଚ୍‌ ଆୟୋଜନ କରିବାକୁ ଷ୍ଟାଡିୟମ ପ୍ରସ୍ତୁତ ନ ଥିବାରୁ ପ୍ରଥମ ଦୁଇଟି ମ୍ୟାଚ୍‌ ଅନ୍ୟତ୍ର ଖେଳାଯିବ। ଏନେଇ ନ୍ୟୁଜ୍‌ ଏଜେନ୍ସି ANI ସୂତ୍ରରୁ ସୂଚନା ମିଳୁଛି ।

ଏହାସହ ଆଜି ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଉଦଘାଟନୀ ମ୍ୟାଚ୍ ଚେନ୍ନାଇ-ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଏହି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରେ ଚେନ୍ନାଇର ଚେପକରେ ଖେଳାଯିବ ଉଦଘାଟନୀ ମ୍ୟାଚ୍‌। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ପ୍ରଥମ ୨୧ଟି ମ୍ୟାଚ୍ ପାଇଁ କ୍ରୀଡ଼ା ସୂଚୀ ଜାରି କରାଯାଇଛି। ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ କାର୍ୟ୍ୟସୂଚୀ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

🚨 𝗦𝗧𝗢𝗣 𝗧𝗛𝗘 𝗣𝗥𝗘𝗦𝗦 – TATA #IPL2024 Schedule is HERE! 🤩

Get ready for the thrill, excitement and fun to begin! Save this post so you don’t have to search for it again 🔍

It’s #CSKvRCB, @msdhoni 🆚 @imVkohli in the opener! Who’s your pick ? 👀#IPLSchedule #IPLonStar pic.twitter.com/oNLx116Uzi

— Star Sports (@StarSportsIndia) February 22, 2024

ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ: ଆଇପିଏଲ ୨୦୨୩ର ୫୯ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ (Delhi Capitals) ଏବଂ ପଞ୍ଜାବ କିଙ୍ଗ୍ସ (Punjab Kings) ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତତି ପ୍ରଥମେବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଅଧିନାୟକ ଡେଭିଡ ଓ୍ବାର୍ନରଙ୍କ ନେତୃତ୍ୱରେ ବୋଲିଂ କରିବାକୁ ଦଳ ପଡ଼ିଆକୁ ଓହ୍ଲାଇଛନ୍ତି। ସେହିପରି ପିବିକେଏସ ଦଳ ଅଧିନାୟକ ଶିଖର ଧାଓ୍ବନଙ୍କ ନେତୃତ୍ୱରେ ବ୍ୟାଟିଂ କରିବା ଆରମ୍ଭ କରିଛି।

ମହିଳା ପ୍ରିମିୟର ଲିଗ୍‌‌ : ଆଜି ଦିଲ୍ଲୀ-ମୁମ୍ବାଇ ଫାଇନାଲ
ମୁମ୍ବାଇ : ମହିଳା ପ୍ରିମିୟର ଲିଗ୍‌‌ (ଡବ୍ଳ୍ୟୁପିଏଲ) ପ୍ରଥମ ସଂସ୍କରଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଟାଇଟଲ ପାଇଁ ରବିବାର ଫାଇନାଲ ମୁକାବିଲାରେ ହରମନପ୍ରୀତ କୌରଙ୍କ ମୁ୍‌‌ମ୍ବାଇ ଇଣ୍ଡିଆନ୍ସ ଓ ମେଗ୍‌‌ ଲାନିଂଙ୍କ ନେତୃତ୍ୱାଧୀନ ଦିଲ୍ଳୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ଦିଲ୍ଲୀ ଲିଗ୍‌‌ ପର୍ଯ୍ୟାୟରେ ୮ଟି ମ୍ୟାଚ୍‌‌ ଖେଳି ୬ ବିଜୟ, ୨ ପରାଜୟ ସହ ମୋଟ୍‌‌ ୧୨ ପଏଣ୍ଟ ପାଇଁ ନେଟ୍‌‌ ରନରେଟ୍‌‌ରେ ଶୀର୍ଷରେ ରହି ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ମୁମ୍ବାଇ ସମାନ ୧୨ ପଏଣ୍ଟ ପାଇଥିଲେ ମଧ୍ୟ ନେଟ୍‌‌ ରନରେଟ୍‌‌ରେ ପଛରେ ରହି ଦ୍ୱିତୀୟ ଓ ୟୁପି ୱାରିୟର୍ଜ ୮ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା। ଫଳରରେ ଫାଇନାଲ ଟିକଟ ପାଇଁ ମୁମ୍ବାଇ ଓ ୟୁପି ଏଲିମିନେଟରରେ ପରସ୍ପରକୁ ଭେଟିଥିଲେ। ଏଥିରେ ମୁମ୍ବାଇ ୭୨ ରନରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା। ଉଭୟ ଦଳରେ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ତେଣୁ ମୁକାବିଲା ରୋମାଞ୍ଚକ ଓ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ନାତାଲି, ମାଥ୍ୟୁସ ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବେ

ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଉଭୟ ଦଳ ଟାଇଟଲ ପାଇଁ ସମାନ ଭାବେ ଦାବିଦାର ଅଛନ୍ତି। ବ୍ରାବର୍ଣ୍ଣ ଷ୍ଟାଡିୟମରେ ମୁମ୍ବାଇର ରେକର୍ଡ ଅପେକ୍ଷାକୃତ ଭଲ ରହିଛି। ଏଠାରେ ୩ଟି ମ୍ୟାଚ୍‌‌ ଖେଳି ମୁମ୍ବାଇ ସବୁଥିରେ ବିଜୟ ହାସଲ କରିଛି। ଅନ୍ୟପଟେ ଦିଲ୍ଲୀ ଏହି ଷ୍ଟାଡିୟମରେ ୩ଟି ମ୍ୟାଚ୍‌‌ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ବରଣ କରିଛି। ହରମନପ୍ରୀତ ଶ୍ରେଷ୍ଠ ଫର୍ମରେ ନ ଥିଲେ ମଧ୍ୟ ନାତାଲି ସ୍କିଭର ବ୍ରଣ୍ଟ କିନ୍ତୁ ଏଲିମିନେଟର ମ୍ୟାଚ୍‌‌ ଭଳି ଆଉ ଏକ ଦମ୍‌‌ଦାର ପାଳି ଖେଳି ମୁମ୍ବାଇର ସଙ୍କଟ ମୋଚକ ସାବ୍ୟସ୍ତ ହେବେ ବୋଲି ଆଶା କରାଯାଉଛି।

ନାତାଲି ୫୪.୪୦ ହାରରେ ତୃତୀୟ ସର୍ବାଧିକ ରନ (୨୭୨) ସଂଗ୍ରହ କରି ଦୁଇଟି ଅର୍ଦ୍ଧଶତକ ହାସଲ କରିବା ସହ ୧୦ ୱିକେଟ ଅକ୍ତିଆର କରିଛନ୍ତି। ଲିଗ୍‌‌ରେ ସେ ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ବିବେଚିତ ହୋଇଛନ୍ତି। ତେଣୁ ମୁମ୍ବାଇ ନାତାଲିଙ୍କ ପ୍ରଦର୍ଶନ ଉପରେ ନର୍ଭର କରିବ। ଅନ୍ତିମ ୫ ଓଭରରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ସେହିପରି ମୁମ୍ବାଇର ଅନ୍ୟତମ ଅଲରାଉଣ୍ଡର ହେଲି ମାଥ୍ୟୁସ୍‌‌ ମଧ୍ୟ ଦିଲ୍ଲୀ ପାଇଁ ସମସ୍ୟା ସୃଷ୍ଟି କରିବେ। ସେ ଏପର୍ଯ୍ୟନ୍ତ ୨୫୮ ରନ ସଂଗ୍ରହ କରିବା ସହ ୯ଟି ମ୍ୟାଚ୍‌‌ରୁ ୧୩ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ୟସ୍ତିକା ଭାଟିଆ ବ୍ୟାଟିଂରେ ନୀର୍ଭିକ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ସାଇକା ଇଶାକ ଏପର୍ଯ୍ୟନ୍ତ ୧୫ଟି ୱିକେଟ ଅକ୍ତିଆର କରିଛନ୍ତି। ସେ ୟୁପିର ସୋଫି ଏକ୍ଲେଷ୍ଟୋନ (୧୬ ୱିକେଟ)ଙ୍କୁ ପଛରେ ପକାଇବା ସମ୍ଭାବନା ରହିଛି। ସେହିପରି ଇଶାବେଲ ୟଙ୍ଗ ଓ ଆମେଲିଆ କେର ବୋଲିଂରେ ମୁମ୍ବାଇ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବେ।

ନିର୍ଣ୍ଣାୟକ ଭୂମିକାରେ ଲାନିଂ, କାପ୍‌‌, କାପ୍‌‌ସେ, ରୋଡ୍ରିଗ୍ୱେଜ

ଅପରପକ୍ଷରେ ମେଗ ଲାନିଂଙ୍କ ନେତୃତ୍ୱରେ ଦିଲ୍ଲୀ ପ୍ରଥମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି। ଲାନିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗତ ଟି-୨୦ ମହିଳା ବିଶ୍ୱକପ୍‌‌ରେ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଥିଲେ ଓ ସେ ଆଉ ଏକ ବିଶ୍ୱସ୍ତରୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛନ୍ତି। ଏହି ଲିଗ୍‌‌ରେ ୫୧. ୬୬ ରନ ହାରରେ ଲାନିଂ ସର୍ବାଧିକ ୩୧୦ ରନ ସଂଗ୍ରହ କରିଛନ୍ତି। ଏଥିରେ ଦୁଇଟି ଅର୍ଦ୍ଧଶତକ ସାମିଲ ରହିଛି। ମାରିଜନେ କାପ୍‌‌ ନିଜର ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଦିଲ୍ଲୀକୁ ଚାମ୍ପିଅନ କରାଇବାକୁ ପ୍ରୟାସ କରିବେ। ସେ ୧୫୯ ରନ ସଂଗ୍ରହ କରିବା ସହ ୮ଟି ମ୍ୟାଚ୍‌‌ରୁ ୯ ୱିକେଟ ଅକ୍ତିଆର କରିଛନ୍ତି। ସେହିପରି ଆଲିସ କାପ୍‌‌ସେ ମଧ୍ୟ ନିଜର ପାୱାର ହିଟିଂ ମାଧ୍ୟରେ ଦଳକୁ ବଡ଼ ସ୍କୋର ପ୍ରଦାନ କରିବେ। ଦିଲ୍ଲୀ ବିଦେଶୀ ଖେଳାଳିଙ୍କ ଉପରେ ଅତ୍ୟଧିକ ଭାବେ ନିର୍ଭରଶୀଳ ହେବ। କିନ୍ତୁ ଭାରତୀୟ ଖେଳାଳି ଜେମିମା ରୋଡ୍ରିଗ୍ୱେଜ, ଶେଫାଳୀ ବର୍ମା, ଶିଖା ପଣ୍ଡେ ଓ ପୁନମ ଯାଦବ ମଧ୍ୟ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।

ଦିଲ୍ଲୀ କ୍ୟାପିଟାଲ୍ସ

ମେଗ୍‌‌ ଲାନିଂ (ଅଧିନାୟିକା), ଜେମିମା ରୋଡ୍ରିଗ୍ୱେଜ, ଶେଫାଳୀ ବର୍ମା, ଆଲିସ କାପ୍‌‌ସେ, ରାଧା ଯାଦବ, ଶିଖା ପାଣ୍ଡେ, ମାରିଜନେ କାପ୍‌‌, ତିତାସ ସାଧୁ, ଲଉରା ହାରିସ, ତାରା ନୋରିସ, ଜସିଆ ଅଖତାର, ମିନୁ ମାନି, ତାନିଆ ଭାଟିଆ, ପୁନମ ଯାଦବ, ଜେସ ଜୋନାସେନ, ସ୍ନେହା ଦିପ୍ତୀ, ଅରୁନ୍ଧତି ରେଡ୍ଡୀ, ଅପର୍ଣ୍ଣା ମଣ୍ଡଳ।

ମୁମ୍ବାଇ ଇଣ୍ଡିଆନ୍ସ

ହରମନପ୍ରୀତ କୌର (ଅଧିନାୟିକା), ନାତାଲି ସ୍କିଭର- ବ୍ରଣ୍ଟ, ଆମେଲିଆ କେର, ପୂଜା ବସ୍ତ୍ରକାର, ୟସ୍ତିକା ଭାଟିଆ, ହିଥର ଗ୍ରାହମ, ୟଙ୍ଗ, ଅମନଜୋତ କୌର, ଧାରା ଗୁଜର, ସାଇକା ଇସାକ, ହିଲି ମାଥ୍ୟୁସ୍‌‌, ଚ୍ଲୋଏ ଟ୍ରାଇଅନ, ହୁମାଇରା କାଜି, କୋମଲ ଜାନଜାଦ, ପ୍ରିୟଙ୍କା ବାଲା, ସୋନମ ଯାଦବ, ନୀଲମ ବିଷ୍ଟ ଓ ଜିନ୍ତାମାନୀ କାଲିଟା।

ଆଇପିଏଲ ୨୦୨୨: ଲକ୍ଷ୍ନୌ ସୁପର ଜାୟଣ୍ଟସକୁ ୧୫୦ ରନର ଟାର୍ଗେଟ ଦେଲା ଦିଲ୍ଲୀ କ୍ୟାପିଟାଲ୍ସ
ମୁମ୍ବାଇ: ଚଳିତ ଆଇପିଏଲ୍‌ର ୧୫ତମ ଲିଗ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ମୁହାଁମୁହିଁ  ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାୟଣ୍ଟସର ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ଦିଲ୍ଲୀ କ୍ୟାପିଟାଲ୍ସ ବ୍ଯଟିଂ କରି ୧୪୯ ରନ କରିଛି। ଏହି ମ୍ଯାଚକୁ ସୁପରଜାଏଣ୍ଟ୍‌ସ  ଜିତିବାକୁ ହେଲେ ୧୫୦ ରନର ଆବଶ୍ଯକତା ରହିଛି।

ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ଵୀ ଶ ଏକ ଧୂଆଦାର ଇଂନିସ ଖେଳିଥିଲେ। ପୃଥ୍ଵୀ ଶ ୩୪ ବଲରେ ୬୧ ରନ କରି ଆଉଟ ହୋଇଥିଲେ। ଡେଭିଡ ଓ୍ଵାର୍ଣ୍ଣର ୧୨ ବଲରେ ୪ ରନ କରି ଆଉଟ ହୋଇଥିଲେ। ରୋଭମାନ ପାଓ୍ଵେଲ ୧୦ ବଲରେ ୩ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ଶେଷ ପର୍ଯ୍ଯନ୍ତ ଅଧିନାୟକ ଋଷଭ ପନ୍ତ ଓ ସରଫରାଜ ଖାନ ସମ୍ଭାଳିଥିଲେ। ଋଷଭ ପନ୍ତ ୩୯ ଓ  ସରଫରାଜ ୩୬ ରନ କରି ଅପରାଜିତ ରହିଥିଲେ।

ଲକ୍ଷ୍ନୌ ସୁପର୍‌ ଜିଆଣ୍ଟସ୍‌ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ ୨ ୱିକେଟ ନେଇଥିବା ବେଳେ କୃଷ୍ଣାପା ଗୋଥାମ ଗୋଟିଏ ୱିକେଟ ନେଇଥିଲେ।

କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍: ରାଜଧାନୀ ଦିଲ୍ଲୀରୁ ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ
ନୂଆଦିଲ୍ଲୀ: କାୟା ବିସ୍ତାର କରିବାରେ ଲାଗିଛି ଓମିକ୍ରନ୍। ରାଜଧାନୀ ଦିଲ୍ଲୀରେ ଓମିକ୍ରନ୍ ଭାରିଆଣ୍ଟସ୍ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଆଜି ଆଉ ୧୦ଟି ନୂଆ ମାମଲା ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ଦିଲ୍ଲୀରେ ୨୦କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଏ ନେଇ ସୂଚନା ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ, ଦେଶରେ ମୋଟ ଆକ୍ରାନ୍ତଙ୍କ ୯୭କୁ ବୃଦ୍ଧି ପାଇଛି। ୯୭ ଆକ୍ରାନ୍ତଙ୍କ ମଧ୍ଯରୁ ନୂଆଦିଲ୍ଲୀ- ୨୦, ରାଜସ୍ଥାନ- ୧୭, ଗୁଜୁରାଟ- ୫, ମହାରାଷ୍ଟ୍ର- ୩୨, ତେଲେଙ୍ଗାନା- ୭, କର୍ଣ୍ଣାଟକ-୮, ଆନ୍ଧ୍ରପ୍ରଦେଶ- ୧, କେରଳ-୫, ତାମିଲନାଡୁ-୧ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିଲ୍ଲୀ କ୍ୟାପିଟାଲ୍ସକୁ ପୁଣି ଲାଗିଲା ଝଟକା, ଅଲ୍‌ରାଉଣ୍ଡର ଅକ୍ଷର ପଟେଲଙ୍କୁ କରୋନା
ନୂଆଦିଲ୍ଲୀ: ଆଇପିଏଲ ୨୦୨୧ ଆରମ୍ଭ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଶନିବାର ବଡ ଝଟକା ଲାଗିଛି। ପ୍ରଥମେ ଦଳର ଅଧିନାୟକ ଶ୍ରେୟସ୍ ଅୟର ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିସାରିଛନ୍ତି। ଆଉ ଏବେ ଦଳର ଅଲ୍‌ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସୂଚନା ମିଳିଛି।

ଅକ୍ଷର ସମସ୍ତ ପ୍ରୋଟୋକଲକୁ ପାଳନ କରି ଏବେ ଆଇସୋଲେସନରେ ଅଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା ନିଶ୍ଚିତ ଭାବରେ ବଡ ଝଟକା। ଦିଲ୍ଲୀକୁ ଚେନ୍ନାଇ ସୁପରକିଙ୍ଗସ ସହିତ ମୁମ୍ବାଇରେ ଖେଳିବାର ଅଛି। ଅନ୍ୟପଟେ ଶ୍ରେୟସ ଆହତ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ତାଙ୍କ ସ୍ଥାନରେ ଭାରତୀୟ କ୍ରିକେଟ ଟିମର ଯୁବ ୱିକେଟକିର-ବ୍ୟାଟ୍ସମ୍ୟାନଙ୍କୁ ମିଳିଛି ଅଧିନାୟକତ୍ୱର ଦାୟିତ୍ୱ।

ସୂଚନାଯୋଗ୍ୟ, ଅକ୍ଷର ପଟେଲ ଆଇପିଏଲ୍‌ କ୍ୟାରିଅରରେ ୯୭ ମ୍ୟାଚ୍‌ ଖେଳି ୮୦ ଓ୍ଵିକେଟ ନେବା ସହ ୯୧୩ ରନ୍‌ କରିଛନ୍ତି। ଆସନ୍ତା ୯ ତାରିଖରୁ ଆଇପିଏଲ୍‌ ସିଜିନ୍‌ ୧୪ ଆରମ୍ଭ ହେବ।କୁ ଥିବାବେଳେ ଏପ୍ରିଲ ୧୦ରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ନିଜ ପ୍ରଥମ ମ୍ୟାଚ୍‌ ଖେଳିବ।