Admission - The Sakala

୩୦ ଯାଏଁ ବଢ଼ିଲା ଇଗ୍ନୋ ନାମଲେଖା ଅବଧି
ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ) ପକ୍ଷରୁ ନାମଲେଖା ଅବଧି ବୃଦ୍ଧି ପାଇଛି। ଜୁଲାଇ ୨୦୨୫ ଶିକ୍ଷାସତ୍ର ପାଇଁ ଚଳିତ ମାସ ଶେଷ ଅର୍ଥାତ୍‌ ସେପ୍ଟେମ୍ୱର ୩୦ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ନାମଲେଖାଇ ପାରିବେ। ଏହି ସମୟ ମଧ୍ୟରେ ନାମଲେଖାଇବାକୁ ହେଲେ ଅତିରିକ୍ତ ୨ଶହ ଟଙ୍କା ବିଳମ୍ୱ ଶୁଳ୍କ ଦେବାକୁ ହେବ। ବିଭିନ୍ନ ପାଠ୍ୟକ୍ରମ ପାଇଁ ଇଗ୍ନୋ ୱେବସାଇଟକୁ ଯାଇ ନାମ ଲେଖାଇ ପାରିବେ। ସ୍ନାତକର ବିଭିନ୍ନ ପ୍ରୋଗ୍ରାମରେ ନାମ ପଞ୍ଜିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ପ୍ରାର୍ଥୀଙ୍କ ପାଇଁ ନାମଲେଖା ଫି’ ଓ ପୁନଃ ପଞ୍ଜିକରଣ ଫି’ ୫୦% ଛାଡ଼ କରାଯାଇଛି। ଏନେଇ ଭୁବନେଶ୍ୱର ଅତିରିକ୍ତ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସନ୍ତୋଷ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି ୧୨ ଯାଏଁ ବୃଦ୍ଧି, ଜୁଲାଇ ୨୦ରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା
ଭୁବନେଶ୍ୱର: +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧିକୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିବାବେଳେ ଏହାକୁ ବଢ଼଼ାଯାଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୨୨ ରୁ ୨୭ ତାରିଖ ମଧ୍ୟରେ ନାମଲେଖାଇପାରିବେ। ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ ଅନ୍ୟ ଶିକ୍ଷାନୁଷ୍ଠାନରେ ପଢ଼଼ିବାକୁ ଇଚ୍ଛୁକ ଥିଲେ ୨୨ରୁ ୩୦ ତାରିଖ ମଧ୍ୟରେ ସ୍ଲାଇଡ୍‌‌ ଅପ୍‌‌ ଅପସନ୍‌‌ ଦେଇପାରିବେ। ଏହାପରେ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ ରୁ ୧୦ ତାରିଖ ମଧ୍ୟରେ ନାମଲେଖାଇ ପାରିବେ। ଅନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନରେ ସ୍ପଟ୍‌‌ ନାମଲେଖାରେ ଅଂଶଗ୍ରହଣ କରିବା ପାଇଁ ଅଗଷ୍ଟ ୧୨ରୁ ୧୪ ତାରିଖ ଯାଏଁ ଚଏସ୍‌‌ ଲକିଂ କରିପାରିବେ। ଅଗଷ୍ଟ ୨୦ ତାରିଖରେ ସ୍ପଟ୍‌‌ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ୨୨ ତାରିଖ ମଧ୍ୟାହ୍ଣରୁ ୨୮ ତାରିଖ ଅପରାହ୍ଣ ୬ଟା ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ସ୍ପଟ୍‌‌ ନାମଲେଖା ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଗତ ଜୁନ୍‌‌ ୭ ତାରିଖ ଠାରୁ ଆବେଦନ ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଉପଶାସ୍ତ୍ରୀ ବିଭାଗରେ ପଢ଼଼ିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନେ ସାମ୍‌‌ସ ୱେବସାଇଟ୍‌‌ www.samsodisha.gov.in ରେ ଆବେଦନ କରିପାରିବେ। କଳା ବିଭାଗରେ ୨ଲକ୍ଷ ୯୪ହଜାର ୮୪୦ ଟି ସିଟ୍‌‌ ଥିବାବେଳେ ବିଜ୍ଞାନରେ ୧ଲକ୍ଷ ୬୬ହଜାର ୯୨୯, ବାଣିଜ୍ୟରେ ୪୦ହଜାର ୧୦୪, ସଂସ୍କୃତରେ ୧୩ ହଜାର ୦୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦ହଜାର ୫୦୪ ସିଟ୍‌‌ ଉପଲବ୍ଧ ରହିଛି। ସାଧାରଣ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଆବେଦନ ଫି’ ୨ଶହ ଟଙ୍କା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କ ପାଇଁ ଶହେ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଦିବ୍ୟାଙ୍ଗ, ତୃତୀୟ ଲିଙ୍ଗୀ ଓ ଅନାଥ ପିଲାଙ୍କ ପାଇଁ ଆବେଦନ ନିଶୁଳ୍କ କରାଯାଇଛି। ନାମଲେଖା ସରିବା ପୂର୍ବରୁ ଅଗଷ୍ଟ ପହିଲାରୁ +୨ ପ୍ରଥମ ବର୍ଷ ପାଠପଢ଼଼ା ଆରମ୍ଭ ହେବବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ନୂତନ ଶିକ୍ଷାନୀତି ଆଧାରରେ ନିଷ୍ପତ୍ତି: ଚଳିତ ଶିକ୍ଷା ବର୍ଷରୁ ବନ୍ଦ ରହିବ ଏମ୍‌‌ଫିଲ୍‌‌ ନାମଲେଖା
ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷରୁ ଏମଫିଲ୍‌‌ରେ ନାମଲେଖା ବନ୍ଦ ହୋଇଛି। ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌ରେ ନାମଲେଖା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ନୁତନ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ଦେଶରେ ଏମଫିଲ୍‌‌ ପାଠ୍ୟକ୍ରମକୁ ଉଚ୍ଛେଦ କରିବାକୁ ଉଲ୍ଲେଖ କରାଯାଇଛି। ମାତ୍ର ଏ ସମ୍ପର୍କରେ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ବିଶ୍ୱବିଦ୍ୟାଳୟ ଓ ଡିଗ୍ରି କଲେଜଗୁଡ଼ିକୁ ଲିଖିତ ଭାବେ ଅବଗତ କରି ନାହାନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏଦିଗରେ କୋଣସି ନିର୍ଦ୍ଦେଶନାମା ଜାରି କରିନି। ଏପରି ସ୍ଥିତିରେ ବିଶ୍ୱବିଦ୍ୟାଳୟଗୁଡ଼ିକ ଚଳିତ ବର୍ଷରୁ ଏମଫିଲ୍‌‌ ନାମଲେଖା ବନ୍ଦ କରିବା ଛାତ୍ରଛାତ୍ରୀଙ୍କ ଗହଣରେ ଅସନ୍ତୋଷର କାରଣ ସାଜିଛି।

ନୂତନ ଶିକ୍ଷା ନୀତି ଅନୁଯାୟୀ, ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ତୃଣମୂଳ ସ୍ତରରୁ ଅର୍ଥାତ୍‌‌ ଅଙ୍ଗନୱାଡ଼ି ଠାର୍‌‌ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଶିକ୍ଷାର ନବକଳେବର କରାଯାଉଛି। ତେବେ ଏହି ନୀତି ଅଧାରରେ ଚଳିତ ବର୍ଷରୁ ଆଉ ଏମ୍‌‌ଫିଲ(ମାଷ୍ଟର ଅଫ ଫିଲୋସପି)ରେ ନାମଲେଖା ହେବନି। ଏହି ପାଠ୍ୟକ୍ରମଟିକୁ ନୂତନ ଶିକ୍ଷାନୀତିରେ ଉଚ୍ଛେଦ କରାଯାଇଛି। ଏଣିକି ଛାତ୍ରଛାତ୍ରୀ ସ୍ନାତକୋତ୍ତର(ପିଜି) ପରେ ସିଧା ସଳଖ ପିଏଚଡି(ଡକ୍ଟର ଅଫ୍‌‌ ଫିଲୋସପି) ଅଧ୍ୟୟନ କରିପାରିବେ। କିଛି ବିଶ୍ୱବିଦ୍ୟାଳୟ ପ୍ରାବଧାନ ଅନୁଯାୟୀ ପିଏଚଡି ଅଧ୍ୟୟନ ଲାଗି ନେଟ୍‌‌(ନେସନାଲ୍‌‌ ଏଲିଜିବିଲିଟି ଟେଷ୍ଟ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ନେଟ୍‌‌ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ପିଏଚଡି କରିପାରିବେ। ସେହିପରି ପିଜି ପରେ ମଧ୍ୟ ଛାତ୍ରଛାତ୍ରୀ ଆବେଦନ କରିବା ସହିତ କୋର୍ସ ୱାର୍କ ପରେ ସିଧାସଳଖ ପିଏଚଡି କରିପାରିବେ। ତେବେ ପୂର୍ବରୁ ପିଏଚ୍‌‌ଡି ପାଇଁ ଆବଶ୍ୟକ ହେଉଥିବା ଏମଫିଲ୍‌‌ ପାଠ୍ୟକ୍ରମ ଆଉ ଦରକାର ହେବ ନାହିଁ। ଏହି ଆଧାରରେ ମଧ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌ ନାମଲେଖା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଶିକ୍ଷା ବର୍ଷରେ ମଧ୍ୟ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ। ଫଳରେ ରାଜ୍ୟର ପାଖାପାଖି ୧ ହଜାର ଏମଫିଲ୍‌‌ ସିଟ୍‌‌ ଉଚ୍ଛେଦ ହେବାକୁ ଯାଉଛି। ସେହିପରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଉତ୍କଳ, ଫକୀରମୋହନ, ରେଭେନ୍ସା, ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକ ଏମଫିଲ୍‌‌କୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷରୁ ଏମଫିଲ୍‌‌ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। କିଛି ବିଶ୍ୱବିଦ୍ୟାଳୟ ମଧ୍ୟ ଏଦିଗରେ ବିଚାରବିମର୍ଶ ଚାଲିଥିବା କହିଛନ୍ତି।

ଅପରପକ୍ଷେ ଏଦିଗରେ ୟୁଜିସି ଓ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟିକରଣ ରଖିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ୟୁଜିସି ଏନେଇ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରି ନଥିବାରୁ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ସରକାରୀ ସ୍ତରରେ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହିତ ସର୍ବଭାରତୀୟ ସ୍ତରରେ ଏକକ ନିୟମ ଲାଗୁ କରିବା ପାଇଁ ସେମାନେ ଦାବି କରିଛନ୍ତି। ସେହିପରି ପିଏଚଡି ନାମଲେଖା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଛାତ୍ରଛାତ୍ରୀଙ୍କ ମହଲରେ ଦୃଢ଼ ଦାବି ହେଉଛି।