Khandapada - The Sakala
ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ
ନୟାଗଡ଼: ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ସମାରୋହରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ମାନସ ମଙ୍ଗରାଜ ଓ ବିଧାୟକ ପଦ୍ମନାଭ ବେହେରା ସାମିଲ ହୋଇଛନ୍ତି।
୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ। ଖଣ୍ଡପଡ଼ାର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଅରୁଣ ପଟ୍ଟନାୟକ । ଅରୁଣ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଥର ଏଠାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ମଧ୍ୟ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
ସାଂସଦ ମାନସ ମଙ୍ଗରାଜ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ,  ଅରୁଣ ପଟ୍ଟନାୟକଙ୍କ ସମୟରେ ଖଣ୍ଡପଡାର ବିକାଶ ହୋଇଥିଲା। ଏହାପରେ ତାଙ୍କ ସୁପୁତ୍ର ଅନୁଭବ ପଟ୍ଟନାୟକଙ୍କ ସମୟରେ ବିକାଶ ହୋଇଛି। ମୁଁ ଅନୁଭବଙ୍କୁ ବ୍ୟକ୍ତିଗତ ଭାବେ ଜାଣେ। ସେ ଜଣେ, ଭଦ୍ର, ନମ୍ର, ଅମାୟିକ ଓ ଉଚ୍ଚ ଶିକ୍ଷିତ। ଆମେ ସାଙ୍ଗ ହୋଇ ରାଜନୀତି କରୁଛୁ। ସିଏ ସବୁବେଳେ ବିକାଶ କଥା ଚିନ୍ତା କରନ୍ତି। ଲୋକଙ୍କ ସାଙ୍ଗରେ ରୁହନ୍ତି, ତାଙ୍କ ଭଦ୍ର ଓ ନମ୍ର ବ୍ୟବହାର ପାଇଁ ସେ ଜଣାଶୁଣା। ହେଲେ ରାଜନୀତିରେ ରହି ଗର୍ବ ଓ ଅହଙ୍କାର ଦେଖାଇଲେ ଚଳିବ ନାହିଁ। ରାଜନୀତିରେ ଅହଙ୍କାରୀଙ୍କ ପାଇଁ ଉଦାହରଣ ହେଉଛନ୍ତି ନମ୍ର, ଉଚ୍ଚ ଶିକ୍ଷିତ ଅନୁଭବ। ଗର୍ବ ଓ ଅହଙ୍କାର ଛାଡି ରାଜନୀତି କରିବା ଉଚିତ। ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି।
କୁଆଡ଼େ ଯାଉଛି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ହାତପାଣ୍ଠି, ଚାରି ବର୍ଷ ହେଲା ଅଞ୍ଚଳ ମାଡ଼ିନାହାନ୍ତି ବିଧାୟକ
ନୟାଗଡ଼: ବିଧାନସଭାକୁ ନିର୍ବାଚିତ ହେବା ପାଇଁ ବାରମ୍ବାର ବିଫଳ ହେବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦରୁ ଖଣ୍ଡପଡ଼ାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ନିର୍ବାଚନମଣ୍ଡଳୀ ବାହାର ଲୋକଙ୍କୁ ଖଣ୍ଡପଡ଼ାବାସୀ ବିଶ୍ୱାସ କରୁ ନ ଥିଲେ ସୁଦ୍ଧା ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ବିଜେଡି ପ୍ରାର୍ଥୀ ସୌମ୍ୟଙ୍କୁ ବିପୁଳ ଭୋଟରେ ବିଜୟୀ କରିଥିଲେ। ମାତ୍ର ବିଧାୟକ ରୂପେ ନିର୍ବାଚିତ ହେବା ପରେ ସୌମ୍ୟରଞ୍ଜନ କେବଳ ଦଳର ନେତା ନୁହନ୍ତି, ଖଣ୍ଡପଡ଼ାବାସୀଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ସ୍ଥାନୀୟ ଲୋକଙ୍କ ବିଶ୍ୱାସକୁ ଖଣ୍ଡଖଣ୍ଡ କରି ଭାଙ୍ଗି ଦେଇଛନ୍ତି। ୪ ବର୍ଷ ବିତିଥିବା ସତ୍ତ୍ବେ ବିଧାୟକ ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଅନେକ ଗାଁ ମାଟି ମାଡ଼ି ନାହାନ୍ତି। ଏପରିକି ଖଣ୍ଡପଡ଼ା ଓ ଭାପୁର ବ୍ଲକବାସୀ ବିଧାୟକଙ୍କୁ ଦେଖିବାକୁ ମଧ୍ୟ ପାଇ ନାହାନ୍ତି। ନିଜର ପୁରୁଣା ରାଜନୈତିକ ଦଳ ‘ଆମ ଓଡ଼ିଶା’ରୁ ଯେଉଁମାନଙ୍କୁ ଆଣି ବିଜୁ ଜନତା ଦଳରେ ମିଶାଇଥିଲେ; ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ନିଜ ହାତପାଣ୍ଠି ଅନୁଦାନକୁ ଟେକି ଦେଇଥିବା ଅଭିଯୋଗ ହୋଇଛି। ଖଣ୍ଡପଡ଼ା ବିଧାୟକଙ୍କ ହାତପାଣ୍ଠିରେ କେଉଁଠି ଉନ୍ନୟନମୂଳକ କାର୍ଯ୍ୟ ହୋଇଛି, ତାହା ଖୋଜିଲେ ବି ମିଳୁନାହିଁ। ଭାପୁର ବ୍ଲକରେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଇବାଠାରୁ ଆରମ୍ଭ କରି ବିଭିନ୍ନ ଅନିୟମିତତାରେ ଜଡ଼ିତ ଲୋକଙ୍କୁ ବିଧାୟକ କେବଳ ସୁରକ୍ଷା ଦେବା ବ୍ୟତୀତ ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ କିଛି କରି ନ ଥିବା ଅଭିଯୋଗ ହୋଇଛି।
କରୋନା ମହାମାରୀ କାଳରେ ସାଧାରଣ ଲୋକମାନେ ଯେତେବେଳେ କଲବଲ ହେଉଥିଲେ, ସେତେବେଳେ ଭୋଟ ନେଇଥିବା ବିଧାୟକଙ୍କ ଭେଟ ମିଳିଲା ନାହିଁ। ବନ୍ୟା ସମୟରେ ଲୋକଙ୍କ ସୁଖଦୁଃଖ ବୁଝିବା ବଦଳରେ ‘ଭଗବାନଙ୍କୁ ଡାକ’ ପରାମର୍ଶ ଦେଇ ଦାୟିତ୍ୱରୁ ନିଜକୁ ଦୂରେଇ ରଖିବା ଖଣ୍ଡପଡ଼ାବାସୀଙ୍କୁ ଉତ୍‌‌କ୍ଷିପ୍ତ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯାହାଙ୍କ ଅନୁକମ୍ପାରୁ ସୌମ୍ୟ ଖଣ୍ଡପଡ଼ାରୁ ବିଧାୟକ ରୂପେ ନିର୍ବାଚିତ ହେଲେ ତାଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶକୁ ଲୋକମାନେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କୁ ଆଉ ଦଳୀୟ ଟିକେଟ ନ ଦେବାକୁ ସ୍ଥାନୀୟ ବିଜେଡି କର୍ମୀ ଓ ଜନସାଧାରଣ ଦାବି କରିଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କର ଧୃତରାଷ୍ଟ୍ର ସମ କାର୍ଯ୍ୟକୁ ନେଇ ଦଳୀୟ କର୍ମୀ ଓ ନେତା କ୍ଷୁବ୍ଧ। ବିଗତ ଦିନରେ ଖଣ୍ଡପଡ଼ା ବ୍ଲକର ଅନେକ ନେତା ସୌମ୍ୟଙ୍କ ବିରୋଧରେ ବୈଠକ କରିଥିବା ଦେଖାଯାଇଛି। ଯିଏ ଜିତିଲା, ସିଏ ମୋର ନୀତି ଆପଣେଇଥିବା ବିଧାୟକଙ୍କ କାର୍ଯ୍ୟ ଦଳରେ ଅସନ୍ତୋଷ ସୃଷ୍ଟି କରିଛି। ସେହିପରି ପଞ୍ଚାୟତ ନିର୍ବାଚନରେ କଣ୍ଟିଲୋ ଜିଲ୍ଲା ପରିଷଦ ଜୋନ୍‌‌ରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟ, ସମବାୟ ବ୍ୟାଙ୍କ ନିର୍ବାଚନରେ ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ଓ ଖୋଦ ଖଣ୍ଡପଡ଼ା ଏନ୍‌‌ଏସି ନିର୍ବାଚନରେ ଦଳୀୟ ଅଧ୍ୟକ୍ଷା ପ୍ରାର୍ଥୀଙ୍କ ପରାଜୟ ତାଙ୍କ ରାଜନୈତିକ ଅଦୂରଦର୍ଶିତା ଯୋଗୁଁ ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି।
ନିର୍ବାଚନ ମଣ୍ଡଳୀର ମାଟି ନ ମାଡ଼ି ଟାଉଟର ଓ ଦଲାଲଙ୍କ ମାଧ୍ୟମରେ ଲୋକଙ୍କ ମୁହଁ ବନ୍ଦ କରାଇବା ପାଇଁ ବିଧାୟକଙ୍କ ଉଦ୍ୟମ ଏବଂ ନିର୍ବାଚନମଣ୍ଡଳୀରେ ପାନୀୟ ଜଳ, ଆବାସ, ଭତ୍ତା, ଜଳସେଚନ ଆଦି ପ୍ରସଙ୍ଗରେ ତାଙ୍କର ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରିବା ପାଇଁ ବିଧାୟକ ରହିଥିବା ବେଳେ ସୌମ୍ୟ ଏସବୁ ଠାରୁ ବହୁ ଦୂରରେ ରହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନ ମାଧ୍ୟମରେ ଯେଉଁ ବିକାଶମୂଳକ କାର୍ଯ୍ୟ କରାଯାଉଛି, ସେଥିରେ ମଧ୍ୟ ସୌମ୍ୟ ବାଧକ ହେଉଥିବା ଅଭିଯୋଗ ହେଉଛି। ସର୍ବାଧିକ ଭୋଟ ଦେଇଥିବା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀକୁ ସୌମ୍ୟ ଅଣଦେଖା କରି ମିଥ୍ୟା ଆସ୍ଫାଳନ କରୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ନିଜର ସ୍ୱାଭିମାନକୁ ବିକ୍ରି କରୁଥିବା ଏବଂ ସ୍ୱାର୍ଥ ପାଇଁ ତଳସ୍ତରକୁ ଖସି ଯାଉଥିବା ନେତାଙ୍କୁ ପୁନଃ ଖଣ୍ଡପଡ଼ା ଦାୟିତ୍ୱ ନ ଦିଆଯାଉ ବୋଲ କର୍ମୀମାନେ ଦାବି କରିଛନ୍ତି।
ଖଣ୍ଡପଡ଼ା(ଜନ୍ମେଜୟ ଦଳେଇ): ରୋଷେଇ ଘରରୁ ଦାଣ୍ଡ ଦୁଆର; ଅତି ବେଶୀରେ ଏତିକି ଦୀର୍ଘତମ ଥିଲା ସେମାନଙ୍କ ଯାତ୍ରା। ଅଭାବ ଥିଲା, ଅସୁବିଧା ଥିଲା, କିନ୍ତୁ ଓଢ଼ଣା ତଳେ ଲୁଚିଯାଉଥିଲା ସବୁ ଯନ୍ତ୍ରଣା। ଏସବୁ ଏବେ ଇତିହାସ ପାଲଟିଗଲାଣି। ସେମାନଙ୍କ ପାଖରେ ବୁଦ୍ଧି ଥିଲା ଏବଂ ମିଶନଶକ୍ତି ବାଟ ଦେଖାଇଲା। ସେମାନଙ୍କ ହାତ ତିଆରି ମସଲାର ବାସ୍ନା କେବଳ ସେମାନଙ୍କ ରୋଷେଇ ଘରେ ହଜିଯାଉଥିଲା। କିନ୍ତୁ ଏବେ ସେମାନଙ୍କ ହାତ ତିଆରି ମସଲାର ବାସ୍ନା ଏବେ ରୋଷେଇ ଘର, ଗାଁ, ପଞ୍ଚାୟତ ଓ ଜିଲ୍ଲା ଡେଇଁ ବାହାରକୁ ଆସିଲାଣି। ମସଲା ସେମାନଙ୍କ ଜୀବନରେ ମହକ ଭରିଦେଇଛି।
ହଳଦୀ, ଲଙ୍କା, ଜିରା, ଗରମ ମସଲା ଭଳି ବିଭିନ୍ନ ମସଲା ପ୍ରସ୍ତୁତ କରି ଅର୍ଥ ଉପାର୍ଜନ କରୁଛନ୍ତି ଖଣ୍ଡପଡ଼ା ବ୍ଲକ ଗୁଣ୍ଠୁଣି ପଞ୍ଚାୟତ ଜଗନ୍ନାଥସାହିର ମା ବ୍ରାହ୍ମଣି ଦେବୀ ସ୍ବୟଂ ସହାୟକ ଗୋଷ୍ଠୀ (କ)ର ସଦସ୍ୟା। ଏବେ ସେମାନଙ୍କ ଉଦ୍ୟମ ଉଦ୍ୟୋଗରେ ପରିଣତ ହୋଇସାରିଛି। ଗୋଷ୍ଠୀର ମହିଳାମାନେ ନିଜସ୍ୱ ଉଦ୍ୟମରେ ବିଭିନ୍ନ ପ୍ରକାର ମସଲା ପ୍ରସ୍ତୁତ କରି ବେଶ ଦୁଇ ପଇସା ରୋଜଗାର କରି ନିଜ ଘର ଖର୍ଚ୍ଚ ଉଠାଇ ପାରୁଛନ୍ତି।
ସଂଘର ସଭାପତି ସତ୍ୟଭାମା ଦଳବେହେରାଙ୍କ କହିବା କଥା ହେଲା ପ୍ରଥମେ ଗାଁର କିଛି ମହିଳାଙ୍କୁ ସାଥିରେ ନେଇ ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ମସଲା ଉଦ୍ୟୋଗ। ଆଉ ଏବେ ଉଦ୍ୟୋଗ ସଫଳତାର ଶିଢ଼ି ଚଢିବାରେ ଲାଗିଛି। ବିଶେଷକରି ମସଲା, ମିକଶ୍ଚର, ବଡି, ପାମ୍ପଡ ଭଳି ସୁସ୍ବାଦୁ ଓ ଚାହିଦା ଥିବା ଖାଦ୍ୟଦ୍ରବ୍ୟ ସହ ଦେବଦେବୀଙ୍କ ବସ୍ତ୍ରକୁ ନିଖୁଣ ଭାବେ ତିଆରି କରିପାରୁଛନ୍ତି ସମସ୍ତ ସଦସ୍ୟ। ମୋଟ ଦେଢ ଲକ୍ଷ ଟଙ୍କାରୁ ବ୍ୟବସାୟ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ବ୍ୟବସାୟ ବହୁତ ବଢ଼ିଛି।
ଖାଲି ସେତିକି ନୁହେଁ ଏହି ଗୋଷ୍ଠୀ ମହିଳାଙ୍କ ପୋଷାକ ତିଆରି କରୁଛନ୍ତି। ନିଜ ଉତ୍ପାଦିତ ଦ୍ରବ୍ୟ ଓ ସାମଗ୍ରୀକୁ ଇଟାମାଟି, ବାହାଡା, ଖଳିସାହି, ଭାପୁର ଭଳି ବଜାରରେ ବିକ୍ରି କରି ବେଶ ଦୁଇ ପଇସା ରୋଜଗାର କରି ପାରୁଛନ୍ତି। ଏଥିନିମନ୍ତେ ସୁଦୂର କଟକରୁ କଞ୍ଚାମାଲ ଆସୁଥିବା ସମ୍ପାଦିକା ଶ୍ରୀଲତା ରାୟ ସୂଚନା ଦେଇଛନ୍ତି। ଉକ୍ତ ଗୋଷ୍ଠୀକୁ ଅଧିକ ଋଣ ମିଳିପାରିଲେ ବ୍ୟବସାୟ ବଢ଼ିପାରନ୍ତା ବୋଲି ମତପ୍ରକାଶ ପାଇଛି। ସମାନଭାବେ ମିଶନଶକ୍ତି ବିଭାଗ ପକ୍ଷରୁ ବଜାର ସୁଦୃଢୀକରଣ ତଥା ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲେ ସେମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି। ସଂଘ ସହ ଯୋଡି ହୋଇଥିବା ମହିଳା ମମତା ନାୟକ, ଶ୍ରୀମତି ବେହେରା, ସିତା ବେହେରା, ଗୀତାଞ୍ଜଳି ଦଳବେହେରା, ଗୌରୀ ନାୟକ, କୋକିଳ ଦଳବେହେରା, ହିନ ଦଳବେହେରା, ଲିଲି ଦଳବେହେରା ମିଶନଶକ୍ତିକୁ ବେଶ ପ୍ରଶଂସା କରିଛନ୍ତି।