Bridge Collapsed - The Sakala

ବିହାରରେ ୧୭ ଦିନରେ ଭୁଶୁଡ଼ିଲାଣି ୧୨ ପୋଲ, ସୁପ୍ରିମକୋର୍ଟରେ ଦାଏର ହେଲା ଜନସ୍ବାର୍ଥ ମାମଲା
ପାଟନା: ବିହାରର ବିଭିନ୍ନ ଜିଲ୍ଲାରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ବନ୍ଦ ହେବାର ନାଁ ଧରୁ ନାହିଁ। ଗତକାଲି ସିୱାନ୍‌ ଜିଲ୍ଲାରେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଗୁରୁବାର ସରନ୍‌ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ିପଡ଼ିବା ଖବର ସାମ୍ନାକୁ ଆସିଛି। ଏହାକୁ ମିଶାଇ କେବଳ ସରନ ଜିଲ୍ଲାରେ ବିଗତ ଦୁଇ ଦିନ ମଧ୍ୟରେ ତିନୋଟି ପୋଲ ଭୁଶୁଡ଼ିଛି।

ଏହାବ୍ୟତୀତ ବିଗତ ୧୭ ଦିନରେ ରାଜ୍ୟର ଅନ୍ୟ ଜିଲ୍ଲାରେ ୧୭ଟି ପୋଲ ଭୁଶୁଡ଼ି ପଡ଼ିଥିବା ଜଣାପଡ଼ିଛି। ସରନ୍‌ ଜିଲ୍ଲାରେ ଗଣ୍ଡକି ନଦୀ ଉପରେ ପ୍ରାୟ ୧୫ ବର୍ଷ ତଳେ ନିର୍ମାଣ କରାଯାଇଥିବା ପୋଲଟି ଗୁରୁବାର ଭାରୀ ବର୍ଷା ଯୋଗୁ ଭୁଶୁଡ଼ି ପଡ଼ିଥିଲା। ଏହି ପୋଲଟି ସରନ୍‌ ଏବଂ ସିୱାନ ଜିଲ୍ଲାକୁ ସଂଯୋଗ କରୁଥିଲା। ତେବେ ତିନି ଦିନ ମଧ୍ୟରେ ଗୋଟିଏ ଜିଲ୍ଲାର ତିନି ପୋଲ ଭୁଶୁଡ଼ି ପଡ଼ିବା ବିଭିନ୍ନ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି। ସରନ୍‌ ଏବଂ ଏହାର ନିକଯବର୍ତ୍ତୀ ସିୱାନ ଜିଲ୍ଲା ବ୍ୟତୀତ ଗତ କିଛି ଦିନ ମଧ୍ୟରେ ଛାପ୍ରା,ମଧୁବଣୀ,ଅରାରିଆ , ପୂର୍ବ ଚମ୍ପାରନ ଏବଂ କିଶନଗଞ୍ଜ ଆଦି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲ ଭୁଶୁଡ଼ି ପଡ଼ିଛି।

ଜୁନ୍‌ ୧୮ ତାରିଖରେ ଅରାରିଆ, ୨୨ରେ ସିୱାନ,୨ ୩ରେ ପୂର୍ବ ଚମ୍ପାରନ୍‌, ୨୭ରେ କିଶନଗଞ୍ଜ, ୨୮ରେ ମଧୁବଣୀ, ଜୁଲାଇ ୧ରେ ମୁଜାଫରପୁର, ୩ ତାରିଖରେ ସିୱାନରେ ୩ ଏବଂ ସରନ୍‌ରେ ୨ ଏବଂ ଜୁଲାଇ ୪ ତାରିଖରେ ସରନ୍ ଜିଲ୍ଲାରେ ଆଉ ଏକ ପୋଲ ଭୁଶୁଡ଼ି ପଡ଼ିଥିଲା। କେବଳ ଜୁନ୍‌ ୨୭ ରୁ ୩୦ ମଧ୍ୟରେ କିଶନଗଞ୍ଜ ଜିଲ୍ଲାରେ ଲଗାତର ଭାବେ ଦୁଇଟି ପୋଲ ଭୁଶୁଡ଼ି ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଏଭଳି ୧୨ଟି ପୋଲ ଭୁଶୁଡ଼ି ପଡ଼ିଥିଲା ବେଳେ ଅନ୍ୟ କେତେକ ସ୍ଥାନରେ ବହୁ ପୋଲ ଦୋଦୁଲ୍ୟମାନ ସ୍ଥିତିରେ ରହିଥିବାରୁ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟର ସବୁ ପୋଲକୁ ନେଇ ଏକ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲା ବେଳେ ଯେଉଁ ପୋଲଗୁଡିକରୁ ତୁରନ୍ତ ମରାମତି କରାଯିବା ଆବଶ୍ୟକ ରହିଛି ତାହାର କାର୍ଯ୍ୟ ଶେଷ କରିବାକୁ କହିଛନ୍ତି। ଏହାବ୍ୟତୀତ ରାଜ୍ୟରେ ସଡ଼କ ଏବଂ ପୋଲ ମରାମତି ପାଇଁ ଏକ ଉନ୍ନତ ନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ସର୍ବୋଚ୍ଚ ନ୍ୟାୟାଳୟ ତୁରନ୍ତ ଏହି ଆବେଦନର ଶୁଣାଣି କରି ରାଜ୍ୟର ସମସ୍ତ ପୋଲଗୁଡିକର ନିର୍ମାଣଭିତ୍ତିକ ଶୈଳୀର ଅଡିଟ୍‌ ଏବଂ ଏକ ବିଶେଷଜ୍ଞ କମିଟି ଦ୍ବାରା ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି।

ବନ୍ୟା ଜଳରେ ଭୁଶୁଡ଼ିଲା କୁଆରିଆ ନଦୀ ବ୍ରିଜ; ଯାତାୟାତ ଠପ, ୨୫ଟି ପଞ୍ଚାୟତର ଲୋକେ ପ୍ରଭାବିତ
ଖଣ୍ଡପଡା: ଆଡ଼କଟା ରାସ୍ତା କୁମ୍ଭାରପଡା କୁଆରିଆ ନଦୀ ଉପରେ ଥିବା ବ୍ରିଜଟି ଦୁର୍ବଳ ଯୋଗୁଁ ଭୁଶୁଡି ଯାଇଛି । ଦୀର୍ଘ ଦିନ ହେବ ବ୍ରିଜଟି ମରାମତି ହୋଇ ନଥିବାବେଳେ ବିପଦ ସଂକୁଳ ଅବସ୍ଥାରେ ରହିଥିଲା । ତେବେ ଅଂଚଳ ବାସି ବହୁବାର ପୂର୍ତ୍ତ ବିଭାଗକୁ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା । ପ୍ରତି ଦିନ ସେହି ବ୍ରିଜ ଉପରେ ଶହ ଶହ ଲୋକଙ୍କ ଯାତାୟାତ ହୋଇଥାଏ । ଲଗାଣ ବର୍ଷା ଯୋଗୁଁ କୁଆରିଆ ନଦୀରେ ଜଳସ୍ତର ବୃଦ୍ଧିପାଇଥିଲା, ଯାହା ଫଳରେ ଦୁର୍ବଳ ଅବସ୍ଥାରେ ଥିବା ବ୍ରିଜଟି ଭୁଶୁଡି ଯାଇଥିଲା । ତେବେ ବ୍ରିଜଟି ଭୁଶୁଡିବା ପରେ କୋଷାକା-ଆଡ଼କଟା ରାସ୍ତାରେ ଯାତାୟାତ ଠପ ହୋଇ ଯାଇଥିବାବେଳେ ପାଖାପାଖି ୨୫ ଗୋଟି ପଞ୍ଚାୟତ ଲୋକେ ପ୍ରଭାବିତ ହେବା ସହ ଭୟଭୀତ ଅବସ୍ଥାରେ ଅଛନ୍ତି ।