birth anniversary - The Sakala
ଡ. ବି. ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି
ଭୁବନେଶ୍ୱର: ଡ. ବି.ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଏଜି ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଓ କର୍ମୀମାନେ ଏକତ୍ରିତ ହୋଇ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଶଙ୍ଖ ଭବନରେ ଡ. ବି.ଆର୍. ଆମ୍ୱେଦକର ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଡ. ଆମ୍ୱେଦକରଙ୍କ ଜୀବନୀ ଓ ଉତ୍ସର୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ତାଙ୍କ ଜୀବନୀ, ଆଦର୍ଶ, ସମାଜିକ ନ୍ୟାୟ ଏବଂ ରାଷ୍ଟ୍ର ଗଠନରେ ଅପରିମିତ ଅବଦାନ ଉପରେ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଦଳ ପକ୍ଷରୁ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତିକୁ ଶଙ୍ଖ ଭବନରେ ଉତ୍ସାହର ସହ ପାଳନ କରାଯାଇଥିଲା ।
ସଭାକୁ ସମ୍ୱୋଧନ କରି ଦଳ ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଡ. ବି. ଆର୍. ଆମ୍ୱେଦକର, ଯିଏ ବାବା ସାହେବ ଭାବେ ପରିଚିତ, ଭାରତୀୟ ସମ୍ୱିଧାନର ମୁଖ୍ୟ ସ୍ଥପତି, ଏକ ମହାନ ସମାଜ ସୁଧାରକ, ଆଇନଜୀବୀ, ଅର୍ଥନୀତିବିତ୍ ଓ ରାଜନେତା ଥିଲେ । ନିଜ ଜୀବନକୁ ପଛୁଆ ଓ ପୀଡ଼ିତ ବର୍ଗଙ୍କ ଉନ୍ନତି ପାଇଁ ଉତ୍ସର୍ଗ କରିଥିଲେ । ସମାନତା, ନ୍ୟାୟ ଓ ମାନବାଧିକାର ପାଇଁ ସଦା ସଂଘର୍ଷ କରିଥିଲେ । ଅନ୍ୟାନ୍ୟ ବରିଷ୍ଠ ନେତାମାନେ ମଧ୍ୟ ସଭାରେ ଭାଷଣ ଦେଇ ଡ. ଆମ୍ୱେଦକରଙ୍କୁ ଏକ ପ୍ରଗତିଶୀଳ ସୁଧାରକ ଓ ଦୂରଦୃଷ୍ଟିସଂପର୍ଣ୍ଣ ନେତା ଭାବେ ସ୍ମରଣ କରିଥିଲେ ଓ ବର୍ତ୍ତମାନ ସମୟରେ ତାଙ୍କ ଆଦର୍ଶକୁ ଅନୁସରଣ କରିବାର ଆବଶ୍ୟକତାକୁ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ଚିନ୍ମୟ ସାହୁ, ଇପ୍ସିତା ସାହୁ, ଶ୍ରୀ ଅନନ୍ତ ନାରାୟଣ ଜେନା, ଡ. ଦେବାଶିଷ ମାରାଣ୍ଡି, ଶ୍ରୀ ମହେଶ ସାହୁ, ଶ୍ରୀମତୀ ସୁମିତ୍ରା ଜେନା, ଶ୍ରୀମତୀ ସୁଲତା ଦେଓ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଓ ଶ୍ରୀ ମନ୍ମଥ ରାଉତରାୟ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ଗଣମାଧ୍ୟମ ସଂଯୋଜକ ଡ. ପ୍ରିୟବ୍ରତ ମାଝି ଧନ୍ୟବାଦ ଜ୍ଞାପନ କରିଥିଲେ ।
ବିଧାୟକ ସୁଶାନ୍ତ ରାଉତ, ମାନସୀ ସୁନ୍ଦରାୟ, ଆର୍ସିଆ ବେଗମ୍, ସୋଫିଆ ଆଲାମ, ମନୋଜ ସେନାପତି, ଅରୂପ ଶ୍ରୀଚନ୍ଦନ, ମନୋରଂଜନ ସ୍ୱାଇଁ, ସୋନାଲି ପ୍ରିୟଦର୍ଶିନୀ, ଲଗ୍ନାଦୀପ ମିଶ୍ର, ତବରେଜ୍ ଆଲାମ, ପଦ୍ମଜା ପି୍ରୟଦର୍ଶିନୀ ଜେନା, ଭରତ ଲେଙ୍କା, ବାସନ୍ତୀ ସିଂ, ଇଲା ସ୍ୱାଇଁ, ପରୱାନ ପରବୀନ୍, ମୋନାଲିସା ଗନ୍ତାୟତ, ପ୍ରୀତିନନ୍ଦା ରାଉତରାୟ, ବନଜା ମହାନ୍ତି, ଜ୍ୟୋସ୍ନାମୟୀ ପରିଡା, ସ୍ୱର୍ଣ୍ଣ ସାମଲ, ସଂଯୁକ୍ତା ମହାନ୍ତି, ସୌମ୍ୟରଂଜନ ତି୍ରପାଠୀ, ଚିନ୍ମୟ ପଣ୍ଡା, ଅମରଜିତ ଗଜେନ୍ଦ୍ର, ଭାଗୀରଥି ମଲ୍ଲିକ, ନୀଳମାଧବ ମହାନ୍ତି, ଶୁଭ୍ରାଂଶୁ ପାଢୀ, ସଂଜୟ ସେଠୀ, ବିକ୍ରମ ରଣଜିତ ପଟ୍ଟନାୟକ, ଏସ୍କେ ନୱାଜ୍, ସଂଜିତ ମହାନ୍ତି ଓ ଅବତାବ ଆଲାମ ଖାନ୍ ପ୍ରମୁଖ ଉପସ୍ଥିତ ଥିଲେ ।
ମାର୍ଚ୍ଚ ୫ତାରିଖରେ ରାଜ୍ୟବ୍ୟାପୀ ପାଳନ ହେବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ: ବିଜେଡ଼ି
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ । ସାରା ଓଡ଼ିଶାରେ ବିଜେଡି ଏହାକୁ ପାଳନ କରିବାକୁ ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ନେତା, ନିର୍ବାଚିତ ପ୍ରତିନିଧି, ଛାମୁଆ ସଂଗଠନ, ସେଲ ଯାଏଁ ଅବଗତ କରାଯାଇଛି ବୋଲି କହିଛି ବିଜେଡି । ଜିଲ୍ଲା, ନିର୍ବାଚନ ମଣ୍ଡଳୀସ୍ତରରେ ବି ପାଳିତ ହେବ ବିଜୁ ଜୟନ୍ତୀ । ଏ ନେଇ ଏକ ବୈଠକ ହୋଇଥିଲା ।  ସେଦିନର ଶୀର୍ଷକ ରହିବ ସମୃଦ୍ଧ ଓଡ଼ିଶା ଗଠନରେ ବିଜୁ ବାବୁଙ୍କ ଅବଦାନ । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ରକ୍ତଦାନ ଶିବିର ହେବ । ଶଙ୍ଖ ଭବନରେ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜୁ ଜୟନ୍ତୀ ପାଳନ କରିବେ । ସମସ୍ତଙ୍କ ମିଳିତ ସହଯୋଗରେ ଶଙ୍ଖ ଭବନରେ ଏହା ପାଳନ କରାଯିବ । ନବୀନ ପଟ୍ଟନାୟକ ଯେଉଁ ସେବା କଥା କହିଛନ୍ତି, ତାକୁ ଆହୁରି ଆଗେଇ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ
ଭୁବନେଶ୍ୱର: ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ନେତାଜୀ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମହାନ ସ୍ବାଧୀନତା ସଂଗ୍ରାମୀ, ଓଡ଼ିଶାର ବରପୁତ୍ର ନେତାଜୀ ସୁୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ନେତାଜୀଙ୍କ ସ୍ବାଧୀନତାର ମୂଲ୍ୟବୋଧ ଓ କ୍ରାନ୍ତିକାରୀ ସଂଗ୍ରାମ ପ୍ରତିଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ । ଅଦମ୍ୟ ସାହସ ଓ ମାଟି ମା’ର ସେବାରେ ଉତ୍ସର୍ଗୀକୃତ ତ୍ୟାଗ ପାଇଁ ସେ ଚିରନମସ୍ୟ ବୋଲି ନବୀନ କହିଛନ୍ତି ।
ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ରଖିଲେ ଉପରାଷ୍ଟ୍ରପତି, କହିଲେ 'ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି'
କଟକ: ଆଜି ମହାନ ସ୍ବାଧୀନତା ସଂଗ୍ରାମୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ଏଥିପାଇଁ ଚଳଚଞ୍ଚଳକ କଟକ ଓଡ଼ିଆ ବଜାର ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ନେତାଜୀ ସୁଭାସ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ଅବସରରେ କଟକରେ ଅନୁଷ୍ଠିତ ପରିକ୍ରମା ଦିବସରେ ସାମିଲ ହୋଇଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ନେତାଜୀ ଜୟନ୍ତୀରେ ଓଡ଼ିଆରେ ଅଭିଭାଷଣ ଦେଇଛନ୍ତି ଉପରାଷ୍ଟ୍ରପତି । ଅଭିଭାଷଣ ଉପରାଷ୍ଟ୍ରପତି କହିଛନ୍ତି କି, 'ଅସାଧାରଣ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ନେତାଜୀ । ନେତାଜୀଙ୍କ ଜନ୍ମସ୍ଥାନ ଓଡ଼ିଶାକୁ ଆସିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ' । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ନିଶ୍ୱାସ ନେଉଛି ବୋଲି ଅଭିଭାଷଣରେ କହିଛନ୍ତି ଉପରାଷ୍ଟ୍ରପତି ରାଧାକ୍ରିଷ୍ଣନ ।
ପରାକ୍ରମ ଦିବସରେ ଉପରାଷ୍ଟ୍ରପତି ଆହୁରି କହିଛନ୍ତି, ''ଓଡ଼ିଶା ଏହାର କଳା, ସଂସ୍କୃତି ଓ ଇତିହାସ ପାଇଁ ପରିଚିତ । ଓଡ଼ିଶାର ପୁରୀରେ ପ୍ରଭୁ ଜଗନ୍ନାଥ ମନ୍ଦିର, କୋଣାର୍କ ମନ୍ଦିର ଓ ଓଡ଼ିଶୀ ନୃତ୍ୟ ଓଡ଼ିଶାର ଗର୍ବ-ଗୌରବ ଏବଂ ପରିଚୟ । ନେତାଜୀ ସୁଭାସ ଚନ୍ଦ୍ର ବୋଷ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ବଳିଦାନର କୌଣସି ମାପ ନାହିଁ । ତାଙ୍କ ହୃଦୟରେ ଅଦ୍ଭୂତ ଉତ୍ସାହ ଥିଲା । ନେତାଜୀ ଗାନ୍ଧୀଙ୍କ ବିଚାରଧାରାର ବିରୋଧୀ ଥିଲେ ମାତ୍ର ଉଭୟଙ୍କ ଲକ୍ଷ୍ୟ ଏକ ଥିଲା । ନେତାଜୀଙ୍କ ପରି ବୀରଙ୍କ ପାଇଁ ଭାରତ ଆଜି ସ୍ବାଧୀନତାର ନିଶ୍ବାସ ନେଉଛି । ଆମେ ଆଜି ସ୍ୱାଧୀନତାକୁ ଉପଭୋଗ କରୁଛି ନେତାଜୀଙ୍କ ବଳିଦାନ ପାଇଁ । ସମସ୍ତେ ସ୍ୱାଧୀନତା କଥା ଭାବୁଥିଲେ ହେଲେ ନେତଜୀ ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ କି ସ୍ୱାଧୀନତା ପରେ କଣ କରାଯିବ ସେ କଥା ଭାବୁଥିଲେ  ଦିଲ୍ଲୀ ଚଲୋ ଡାକରା ଭଳି ଆମେ ବିକଶିତ ଭାରତ ଆଡକୁ ଆଗେଇବା ଉଚିତ ଦେଶର ବରପୁତ୍ରଙ୍କୁ ସମ୍ମାନିତ କରିବା ପ୍ରୟାସ ପାଇଁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ । ଏହି ପଦକ୍ଷେପ ପ୍ରତିଟି ଓଡ଼ିଆ ଏବଂ ଦେଶକୁ ପ୍ରେରଣା ଦେବ । '' ନେତାଜୀଙ୍କ ୧୨୯ତମ ଜନ୍ମ ଜୟନ୍ତୀରେ ନେତାଜୀ ସ୍ମୃତିରେ ଏକ ପୋଷ୍ଟାଲ ସଂଗ୍ରହାଳୟ ଉଦ୍‌ଘାଟନ କରିଛନ୍ତି ଉପରାଷ୍ଟ୍ରପତି ।
ପଦ ଗ୍ରହଣ କରିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତ କରିଛନ୍ତି ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ । ଆଜି ସକାଳ ପ୍ରାୟ ୯ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଉପରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ଏହା ପରେ କଟକ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ସହ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନ କରିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ
ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ରାଜନୀତିଜ୍ଞ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଓଡ଼ିଶାକୁ ବିକାଶର ରାସ୍ତାରେ ଆଗକୁ ବଢ଼ାଇବା ସହ ଲୋକଙ୍କ ଉନ୍ନତିରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ବୋଲି ସୋସିଆଲ ମିଡ଼ିଆ 'ଏକ୍ସ' କହିଛନ୍ତି ନବୀନ । ଭୁବନେଶ୍ବର ୟୁନିଟ ୩ କ୍ୟାପିଟାଲ ହାଇସ୍କୁଲରେ ଧୁମ ଧାମରେ ପାଳନ କରାଯିବ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଶତବାର୍ଷିକୀ ।
ଶତବାର୍ଷିକୀ ପାଳନ ଅବସରରେ ଜାତୀୟ ସ୍ତରର ନେତା ଏମ୍ ବିରାପା ମୋଇଲି, ଡି ରାଜା, ସରୋଜ ବାଲା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ନରସିଂହ ମିଶ୍ରଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି ।
ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ...
‘‘ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।’’ ଗୋପବନ୍ଧୁ ଦାସଙ୍କ ଏହି ଦୁଇ ଧାଡ଼ି କବିତାରୁ ବାରି ହୁଏ ତାଙ୍କ ତ୍ୟାଗ ଓ ବଳିଦାନର ଗାଥା । ସେ ନିଃସ୍ବାର୍ଥ ସେବାର ମୂର୍ତ୍ତିମନ୍ତ ବିଗ୍ରହ ଥିଲେ । ଆଜୀବନ ତ୍ୟାଗମନ୍ତ୍ରରେ ଦୀକ୍ଷିତ ଗୋପବନ୍ଧୁ ଦୀନ ଦରିଦ୍ରଙ୍କର ବନ୍ଧୁ ଭାବରେ ବେଶ୍‌ ଜଣାଶୁଣା ଥିଲେ। ଏକାଧାରରେ ସେ ଥିଲେ ସମାଜସେବୀ, ଦେଶପ୍ରେମୀ, ରାଷ୍ଟ୍ରନୀତିଜ୍ଞ, ସଂସ୍କାରକ, ସାମ୍ବାଦିକ, ସୁଲେଖକ, କବି, ଶିକ୍ଷାବିତ୍‍ ଏବଂ ଆଇନଜ୍ଞ । ଆଧୁନିକ ଯୁଗର ପଞ୍ଚସଖାମାନଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ । ଭକ୍ତକବି ମଧୁସୂଦନ ରାଓଙ୍କ ନିଷ୍ପତ୍ତି କ୍ରମେ ଗୋପବନ୍ଧୁ ସାକ୍ଷୀଗୋପାଳର ବକୁଳ ଓ ଛୁରିଅନା କୁଞ୍ଜରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରତିଷ୍ଠା କରିଥିଲେ । ଏହି ବିଦ୍ୟାଳୟରୁ ସେତେବେଳେ ଜାତୀୟ ସ୍ୱାଧୀନତା ଆନ୍ଦୋଳନ ପରିଚାଳିତ ହେଉଥିଲା।
ପଣ୍ଡିତ ଗୋପବନ୍ଧୁ ଦାସ ୧୮୭୭ ମସିହା ଆଜିର ଦିନରେ ଦୈତାରି ଦାସ ଓ ସ୍ୱର୍ଣ୍ଣମୟୀ ଦେବୀଙ୍କ ସନ୍ତାନ ଭାବେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କୁ ଖୁବ୍‌ ଅଳ୍ପ ବୟସ ହୋଇଥିବାବେଳେ ତାଙ୍କ ମାତାଙ୍କର ମୃତ୍ୟୁ ହୋଇଯାଇଥିଲା । ଗୋପବନ୍ଧୁ ଦାସ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ପାଠପଢ଼ା ଜାରି ରଖିଥିଲେ । ପୁରୀରୁ ମାଟ୍ରିକ୍‌ ପାସ୍‌ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କଲେ। କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଗୋପବନ୍ଧୁ, ‘କର୍ତ୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ । ୧୯୦୩ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ଆହୂତ ଉତ୍କଳ ସମ୍ମିଳନୀରେ ଗୋପବନ୍ଧୁ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି ସମୟରେ, ତାଙ୍କର ପ୍ରଥମ ପୁତ୍ର ସନ୍ତାନଟିର ଅକାଳ ମୃତ୍ୟୁ ଘଟିଥିଲା । ଏହିପରି ନାନାଦି ବାଧାବିଘ୍ନ ସତ୍ତ୍ୱେ ସେ ୧୯୦୪ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ବିଏ ପାସ୍‌ କଲେ ଓ କଲିକତାରେ ବିଏଲ୍‌ ପଢ଼ିଲେ । ସେଠାରେ ପ୍ରବାସୀ ଓଡ଼ିଆଙ୍କ ଦୁଃଖଦୁର୍ଦ୍ଦଶାରେ ବ୍ୟଥିତ ହୋଇ, ସେ ‘ଓଡ଼ିଆ ଶ୍ରମିକ ସଂଘ’ ଓ ‘ସାନ୍ଧ୍ୟ ବିଦ୍ୟାଳୟ’ ପ୍ରତିଷ୍ଠା କରିଥିଲେ । ଇତିମଧ୍ୟରେ ତାଙ୍କର ଦ୍ୱିତୀୟ ପୁତ୍ରଟିର ମଧ୍ୟ ମୃତ୍ୟୁ ଘଟିଥିଲା । ଏପରିକି, ଯେଉଁଦିନ ସେ ବିଏଲ୍‌ ପାସ୍‌ କରିଛନ୍ତି ବୋଲି ଖବର ପାଇଥିଲେ, ସେହିଦିନ ତାଙ୍କୁ ନିଜ ପତ୍ନୀଙ୍କର ମୃତ୍ୟୁ ସମ୍ବାଦ ମଧ୍ୟ ମିଳିଥିଲା । ଏତେ ସବୁ ଦୁଃଖ କିନ୍ତୁ ତାଙ୍କୁ ନିଜ କର୍ମରୁ ବିଚ୍ୟୁତ କରିପାରିନଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଯୋଗଦାନ ଅତୁଳନୀୟ ରହିଥିଲା । ୧୯୧୮ରୁ ୧୯୨୦ ମଧ୍ୟରେ ଓଡ଼ିଶାରେ ଘଟିଥିବା ବନ୍ୟା, ମରୁଡ଼ି, ଦୁର୍ଭିକ୍ଷ ଓ ଅନାବୃଷ୍ଟି ତାଙ୍କୁ ମର୍ମାହତ କରିଥିଲା। ସେ ଚୁଡ଼ା, ଚାଉଳ ଧରି ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ବାଣ୍ଟିବା ସହ ମାନବ ସେବାରେ ଲାଗି ପଡ଼ିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରରୋଚନାରେ ଗୋପବନ୍ଧୁ ୧୯୧୭ରୁ ୧୯୨୧ ପର୍ଯ୍ୟନ୍ତ ବିହାର-ଓଡ଼ିଶା ବିଧାନସଭାର ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ୧୯୨୧ ମସିହାରେ ଗୋପବନ୍ଧୁ ଦାସ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଓଡ଼ିଶାରେ ଜନ୍ମ ନେଇଥିଲା ଦୈନିକ ଖବରକାଗଜ ‘ସମାଜ’। ‘ଅବକାଶ ଚିନ୍ତା’, ‘ଧର୍ମପଦ’, ‘କାରା କବିତା’ ଓ ‘ବନ୍ଦୀର ଆତ୍ମକଥା’ ପ୍ରମୁଖ ଥିଲା ତାଙ୍କର ସ୍ମରଣୀୟ କାବ୍ୟକୃତି। ୧୯୨୮ ଜୁନ୍ ୧୭ରେ ପଣ୍ଡିତ ଗୋପବନ୍ଧୁ ଶେଷନିଃଶ୍ବାସ ତ୍ୟାଗ କରିଥିଲେ।
ବିଜୁବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା
ଭୁବନେଶ୍ବର : ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ର ସଡକ ପରିବହନମନ୍ତ୍ରୀ ନୀତିନ୍‌ ଗଡକାରୀ, ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଓ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ବୁଦ୍ଧିଜୀବୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ‘ଏକ୍ସ’ରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି ‘ ବିଜୁ ବାବୁଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ସ୍ମରଣ କରୁଛି। ଓଡ଼ିଶାର ବିକାଶ ଏବଂ ଲୋକଙ୍କୁ ସଶକ୍ତୀକରଣ କରିବାରେ ତାଙ୍କର ଅବଦାନକୁ ଆମେ ସବୁଦିନ ପାଇଁ ମନେ ପକାଉଛୁ। ସେ ଜରୁରୀକାଳୀନ ପରିସ୍ଥିତିର ଦୃଢ଼ ବିରୋଧ କରି ଗଣତାନ୍ତ୍ରିକ ଆଦର୍ଶ ପ୍ରତି ତାଙ୍କର ଦୃଢ଼ ପ୍ରତିବଦ୍ଧତା ଦେଖାଇଥିଲେ।
Remembering Biju Babu on his birth anniversary. We fondly recall his contribution towards Odisha’s development and empowering people. He was also staunchly committed to democratic ideals, strongly opposing the Emergency.
— Narendra Modi (@narendramodi) March 5, 2025
ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ମଧ୍ୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ‘ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦି ଷ୍ଟେଟସମ୍ୟାନ୍, ବିଜୁପଟ୍ଟନାୟକଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ହୃଦୟର ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।’
Hon'ble Governor, Shri @DrHariBabuK has paid his heartfelt tributes to the former Chief Minister of Odisha, The Statesman, #BijuPatnaik on his birth anniversary. pic.twitter.com/Zm8J1zISCI
— Governor Odisha (@GovernorOdisha) March 5, 2025
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମେ ମଧ୍ୟ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି‘ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ।’
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ଲୋକଙ୍କ କଲ୍ୟାଣ ତଥା ରାଜ୍ୟ ବିକାଶକୁ ନୂଆ ଦିଗ ଦେବାରେ ତାଙ୍କ ଅବଦାନ ସର୍ବଦା ପ୍ରେରଣାଦାୟୀ। ଜଣେ ରାଜନେତା, ସ୍ବାଧୀନତା ସଂଗ୍ରାମୀ ଏବଂ ରାଷ୍ଟ୍ରବାଦୀ ନେତା ଭାବେ ସେ ଚିରସ୍ମରଣୀୟ। pic.twitter.com/tRTRXFLE6u
— Mohan Charan Majhi (@MohanMOdisha) March 5, 2025
ଅନ୍ୟପଟେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ବାବୁଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି, ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଓଡ଼ିଆ ସ୍ୱାଭିମାନ ରକ୍ଷା ସହ ଲୋକଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଆମେ ବଦ୍ଧପରିକର ।
ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରାକ୍ରମ, ପଞ୍ଚାୟତିରାଜ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବଳିଷ୍ଠ ଅବଦାନ, ନାରୀ ସଶକ୍ତିକରଣ ଏବଂ ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ବହୁମୂଲ୍ୟ ଯୋଗଦାନ ଆମକୁ ପ୍ରେରଣା ଯୋଗାଇ ଆସିଛି। ତାଙ୍କ… pic.twitter.com/2TaPmXX2Jl
— Naveen Patnaik (@Naveen_Odisha) March 5, 2025
ସେପଟେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ମଧ୍ୟ ବିଜୁ ବାବୁଙ୍କ ୧୦୯ ତମ ଜନ୍ମ ଜୟନ୍ତୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନୀତିନ ଗଡକାରୀ ଟ୍ବିଟ୍ କରି ଲେଖିଛନ୍ତି ‘ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଜୀଙ୍କୁ ତାଙ୍କ ଜନ୍ମ ବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ।
Humble homage to the freedom fighter and former Chief Minister of Odisha Biju Patnaik ji on his birth anniversary.🙏🏻#BijuPatnaik pic.twitter.com/uZMDKd2l8l
— Nitin Gadkari (@nitin_gadkari) March 4, 2025
ସମ୍ବଲପୁର: ଆଜି ‘ସମ୍ବଲପୁରୀ ଦିନ୍’ ପାଲଉଛି ପଶ୍ଚିମ ଓଡ଼ିଶା। ସମ୍ବଲପୁରୀ ପୋଷକା ପିନ୍ଧି ମା’ ସମଲେଇଙ୍କୁ ପୂଜାର୍ଚ୍ଚାନା କରୁଛନ୍ତି ପଶ୍ଚିମ ଓଡ଼ିଶାବସୀ । ବିଶିଷ୍ଟ ସମ୍ବଲପୁରୀ ଲେଖକ ତଥା ସମ୍ବଲପୁରୀ ଭାଷାରେ ବ୍ୟାକରଣ ଲେଖି ଚର୍ଚ୍ଚାକୁ ଆସିଥିବା ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଆଜି ଥିବାବେଳେ ପଶ୍ଚିମ ଓଡିଶା ଆଜି ମାନୁଛି ସମ୍ବଲପୁରୀ ଦିନ୍ । ଖାଏମା ସମ୍ବଲପୁରୀ, ପିନ୍ଧମା ସମ୍ବଲପୁରୀ, ନାଚମା ଗାଏମା ସମ୍ବଲପୁରୀ ଏହି ବାର୍ତ୍ତାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକେଇ ଆଜି ସମ୍ବଲପୁରୀ ଦିନ୍ ମାନିଥାନ୍ତି ପଶ୍ଚିମ ଓଡିଶାବସୀ । ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ସୋନପୁ ରେ ଜନ୍ମ ଗ୍ରହଣ କରି ପ୍ରାଥମିକ ଶିକ୍ଷାଲାଭ ପରେ ଉଚ୍ଚଶିକ୍ଷା ପାଇଁ ସମ୍ବଲପୁରୀ ଆସି ଶିକ୍ଷକତା କରିବା ସମୟରେ ସମ୍ବଲପୁର ଭାଷାରେ ବହୁ ପୁସ୍ତବ ଲେଖିବା ସହିତ ସମ୍ବଲପୁରୀ ଭାଷାରେ ଏକ ଶବ୍ଦକୋଷ ମଧ୍ୟ ଲେଖିଥିଲେ । ତାଙ୍କ ସାରାଜୀବନ ସମ୍ବଲପୁରୀ ଭାଷା ପାଇଁ କଟିଯାଇଥିଲା ତାଙ୍କର ଏହି ଅବଦାନ ପାଇଁ ଆଜି ସମ୍ବଲପୁରୀ ଦିନ୍ ପାଳନ ହେଉଛିା