bmc-commissioner - The Sakala

ପରିମଳ ଓ ଡେଙ୍ଗୁ ପ୍ରତିକାର ଅଭିଯାନର ସ୍ଥିତି ସମୀକ୍ଷା କଲେ ବିଏମ୍‌ସି କମିଶନର
ଭୁବନେଶ୍ୱର: ସହରକୁ ସ୍ୱଚ୍ଛ, ସବୁଜ ଓ ସୌନ୍ଦର୍ଯ୍ୟମୟ କରି ଗଢିତୋଳିବାରେ ପରିମଳ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହିତ ଏହାର ନିରନ୍ତର ସମୀକ୍ଷା ନିହାତି ଆବଶ୍ୟକ । ପ୍ରତ୍ୟେକ କ୍ଷେତ୍ର କର୍ମୀ ଏହାର ନିରନ୍ତର ସମୀକ୍ଷା କରିବାକୁ

ହେବ । ଏହି କଥା କହିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିଶନର ବିଜୟ ଅମୃତା କୁଲାଙ୍ଗେ । ଆଜି ବିଏମ୍‌ସି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ଏକ ବୈଠକରେ ପରିମଳ ଓ ଡେଙ୍ଗୁ ଅଭିଯାନର ସ୍ଥିତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଯାଇଛି ।

ବିଏମ୍‌ସି ଇଲାକାରେ ସମସ୍ତ ରାସ୍ତାକୁ ସ୍ୱଚ୍ଛ କରିବା ପାଇଁ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ, ସବୁଜ ବର୍ଜ୍ୟ ସଫେଇ ହେବା ସହିତ ରାସ୍ତାରେ ଘାସ, ଅବରୋଧ କଲାଭଳି ଖୁଣ୍ଟ ଏବଂ ମାଟି ପଡି ନ ରହିବା ଉଚିତ୍‌ । ଯାହାକୁ ଆମେ ଜିରୋ ଜିପିଏସ୍‌ ବୋଲି କହିଥାଉ । ପ୍ରତ୍ୟେକ କ୍ଷେତ୍ର କର୍ମୀ ନିଜ ଅଂଚଳର ବର୍ଜ୍ୟ ସମ୍ବେଦନଶୀଳ ସ୍ଥାନ(ଗାର୍ବେଜ ଭର୍ଣ୍ଣରେବ୍ଲ୍ୟୁ ପଏଣ୍ଟ)ର ନିୟମିତ ପରିଦର୍ଶନ କରି ବିବରଣୀ ଦିଅନ୍ତୁ ଏବଂ ସହରର କୌଣସି ରାସ୍ତାରେ ଯେପରି ବର୍ଜ୍ୟ ଜମା ହୋଇ ନରୁହେ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ କହିଛନ୍ତି କମିଶନର ।

ଏପରିକି ଉଲ୍ଲଘଂନକାରୀଙ୍କୁ ସଚେତନ କରିବା ନିମନ୍ତେ କଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବାଦରେ ମଧ୍ୟ ଆଲୋଚନ ହୋଇଥିଲା । ବର୍ଜ୍ୟ ପୃଥକୀକରଣ ଏବଂ ଏଣେତେଣେ ବର୍ଜ୍ୟ ନ ପକାଇବାକୁ ଗୋଷ୍ଠୀରେ ବାରମ୍ବାର ଜଣାଇବାକୁ କୁହାଯାଇଛି । ଘର ଓ ବାହାରର ପରିମଳକୁ କଡାକଡି ନିଶ୍ଚିତ କଲେ ଆମେ ଡେଙ୍ଗୁ ଭଳି ଅନ୍ୟାନ୍ୟ ଜନସ୍ୱାସ୍ଥ୍ୟ ସମସ୍ୟାକୁ ନିଶ୍ଚିତ ଭାବେ ରୋକି ପାରିବା ବୋଲି ବୈଠକରେ ଆଲୋଚନା ହୋଇଛି ।

ତେବେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ସମୀକ୍ଷା କରି କମିଶନର କହିଲେ ଯେ ପ୍ରତ୍ୟେକ ୱାର୍ଡରେ ମଶା ଧୁଆଁ ଦେବା ଏବଂ ମଶା ତେଲ ପକାଇବା କାମ ଚାଲୁ ରହିଛି । ବର୍ତ୍ତମାନ୧୫ ଗୋଟି ମେସିନ ମାଧ୍ୟମରେ ଦିନକୁ ସହରରେ ମଶା ଧୁଆଁଦେବା ଚାଲୁ ରହିଛି । ଏଥିପାଇଁ ଘାସ ଓ ଅନାବନା ଗଛ କାଟିବା (ବୁଶ୍‌ କଟିଂ)କୁ କଡାକଡି କରିବା ପାଇଁ ସଂପୃକ୍ତ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି । ଯେଉଁଠାରେ ସଫେଇ ସଂସ୍ଥା ବୁଶ୍‌ କଟିଂ କରିନଥିବେ, ତାହା ବିଏମ୍‌ସି କରିବ ଏବଂ ଆବଶ୍ୟକୀୟ ଖର୍ଚ୍ଚ ସଂପୃକ୍ତ ସଂସ୍ଥାକୁ ବହନକରିବାକୁ ପଡିବ ।

ଏହା ସାଙ୍ଗକୁ ପ୍ରତି ୱାର୍ଡରେ ଏକ ନିରୀକ୍ଷଣ ବା ସର୍ଭେଲାନ୍ସ ଟିମ୍‌ ଡେଙ୍ଗୁ ସ୍ଥିତି ଯାଞ୍ଚ କରିବା ସହିତ ସଚେତନତା କରାଇବେ ଏବଂ ମଶା ଉତ୍ପତ୍ତିସ୍ଥଳ ନଷ୍ଟ କରିବେ। ଏହି ଟିମ୍‌ରେ ସାନିଟାରୀ ଇନ୍ସପେକ୍ଟର, ସ୍ୱଚ୍ଛ ସୁପରଭାଇଜର, ସ୍ଥାନୀୟ ଡାକ୍ତର ଇତ୍ୟାଦି ରହିବେ । ଜୋନ୍‌ ସ୍ତରରେ ମଧ୍ୟ ଡେଙ୍ଗୁ ପାଇଁ ମିଟିଂ କରାଯିବ ଏବଂ ପ୍ରତ୍ୟେକ ପରିବାର ନିଜସ୍ୱ ଡେଙ୍ଗୁ ଅଡିଟ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବିଏମ୍‌ସି କର୍ତ୍ତୃପକ୍ଷ । ଏହି ସର୍ଭେଲାନ୍ସ ଟିମ ମୁଖ୍ୟତଃ ଡେଙ୍ଗୁ ସମ୍ବେଦନଶୀଳ ସ୍ଥାନଗୁଡିକ ଉପରେ ଅଧିକ ଗୁରୁତ୍ୱାରୋପ କରିବେ ।

ଏପରିକି କୌଣସି ସାନିଟାରି ଇନ୍ସପେକ୍ଟର ନିଜ ଅଞ୍ଚଳକୁ ଯିବାବେଳେ ଷ୍ଟ୍ରିଟ୍‌ ଲାଇଟ୍‌ର ସ୍ଥିତି ଦେଖି ବିବରଣୀ ଦେବାକୁ କୁହାଯାଇଛି । ଖାଦ୍ୟ ଯାଞ୍ଚକୁ ଅଧିକ ପ୍ରସାରିତ କରି ରାଜଧାନୀରୁ ଅପମିଶ୍ରଣ ରୋକିବାରେ ଦୃଢ଼ ପଦକ୍ଷେପ ନେବାକୁ କୁହାଯାଇଛି । ସ୍ୱଚ୍ଛ ସର୍ବେକ୍ଷଣ ୨୦୨୩ର ସିଟିଜେନ ଫିଡ୍‌ବ୍ୟାକ୍‌ରେ ଅଂଶ ଗ୍ରହଣ କରି ଭୁବନେଶ୍ୱରର ସ୍ଥିତିକୁ ଦୃଢ କରିବା ପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି କମିଶନର ।

ଏହି ବୈଠକରେ କମିଶନରଙ୍କ ସହିତ ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ଶ୍ରୀ ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିଶନର,ଡକ୍ଟର ମନୋରଂଜନ ସାହୁ, ସବୁ ଜୋନାଲ ଡେପୁଟି କମିଶନର, ବିଏମ୍‌ସିର ବରିଷ୍ଠ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର, ସିଟି ହେଲ୍‌ଥ ସୋସାଇଟ୍‌ର କର୍ମଚାରୀ, କମ୍ୟୁନିଟ୍‌ ଅର୍ଗାନାଇଜର, ୱାର୍ଡ ଅଫିସର ଓ ବିଏମ୍‌ସି ପରିମଳ ଏଜେନ୍ସିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ଆଜି ଯୋଗଦେବେ ବିଏମ୍‍ସି ନୂଆ କମିସନର : ଆରମ୍ଭରୁ ‘ମୌସୁମୀ’ ଆହ୍ୱାନ
ଭୁବନେଶ୍ୱର : ୧୩ ମାସ ପରେ ବିଏମ୍‍ସି କମିସନରଙ୍କ ବଦଳି ହୋଇଛି। ନୂଆ କମିସନର ଭାବେ ଗଞ୍ଜାମ ଜିଲ୍ଲାପାଳ ଥିବା ବିଜୟ ଅମୃତା କୁଲାଙ୍ଗେଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି। ଶ୍ରୀ କୁଲାଙ୍ଗେ ସୋମବାର ବିଏମସିରେ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ତାଙ୍କ ପାଇଁ ଗୁଡ଼ାଏ ଆହ୍ୱାନ ରହିଛି। ଯଦିଓ ଗଞ୍ଜାମ ଭଳି ଜିଲ୍ଲାରେ ସେ ଦକ୍ଷତାର ସହ କାର୍ଯ୍ୟକରି ରାଜ୍ୟର ଜଣେ ଚର୍ଚ୍ଚିତ ପ୍ରଶାସକ ଭାବେ ପରିଚୟ ପାଇଛନ୍ତି, ମାତ୍ର ବିଏମ୍‍ସିରେ ସ୍ଥିତି ସମ୍ପୂର୍ଣ୍ଣ ଅଲଗା ରହିଛି। ବିଶେଷକରି ଆଉ ଦିନ କେଇଟା ପରେ ମୌସୁମୀ ଭୁବନେଶ୍ୱର ଛୁଇଁବାକୁ ଥିବାରୁ ଏବେଠାରୁ ରାଜଧାନୀର ସ୍ଥିତି କିପରି ରହିବ ତାକୁ ନେଇ ଡର ଆରମ୍ଭ ହୋଇଯାଇଛି। ବର୍ଷା ଦିନେ ରାଜଧାନୀରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ସମେତ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ପାଇଁ ସେ କେଉଁ ପଦକ୍ଷେପ ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅନେକ ଡ୍ରେନ୍‍ କାମ ଏବେ ବି ଅଧପନ୍ତରିଆ ହୋଇପଡ଼ି ରହିଛି। ୱାର୍ଡରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ କର୍ପୋରେଟରମାନେ କର୍ପୋରେସନ ବୈଠକରେ ହୋ ହାଲ୍ଲା କରିବେ। ସମାନ ଭାବେ ଇସ୍କନ ମନ୍ଦିର ଆଗ, ଜନପଥ, ନୂଆପଲ୍ଲୀ, ଆଚାର୍ଯ୍ୟ ବିହାର ଓ ଲକ୍ଷ୍ମୀସାଗର ଅଞ୍ଚଳରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଏବେ ଭୁବନେଶ୍ୱର ସମେତ ଓଡ଼ିଶାର ଚର୍ଚ୍ଚିତ ଘଟଣା ହୋଇଛି। ଏହାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ କମିସନରମାନେ ଅଣ୍ଟା ଭିଡ଼ିଥିଲେ ମଧ୍ୟ ସେମାନଙ୍କ ବଦଳି ହେଉ କିମ୍ବା ଅନ୍ୟ କେଉଁ କାରଣ ପାଇଁ ଏହି ମିସନ ବର୍ତ୍ତମାନ ପର୍ଯ୍ୟନ୍ତ ବିଫଳ ହୋଇ ରହିଛି। ତେଣୁ ଏହାର ମୁକାବିଲା ଏକ ବଡ଼ ଆହ୍ୱାନ ହେବ ବୋଲି ଜଣାପଡ଼ିଛି। ଜଳବନ୍ଦୀ ସମସ୍ୟା ବ୍ୟତୀତ ରାଜଧାନୀରେ ଗାଡ଼ି ପାର୍କିଂ ସମସ୍ୟା ଉଗ୍ର ହେବାରେ ଲାଗିଛି। ସହରର ପ୍ରମୁଖ ରାସ୍ତାରେ ପାର୍କିଂ ଯୋଗୁଁ ଲୋକେ ସମସ୍ୟାରେ ପଡ଼ୁଛନ୍ତି।

ସ୍ମାର୍ଟସିଟି ପକ୍ଷରୁ ଦୁଇଟି ମଲ୍ଟି ଲେଭଲ କାର୍‍ ପାର୍କିଂ ବିଲଡିଂ ନିର୍ମାଣ ସରିଥିଲେ ମଧ୍ୟ ମାର୍କେଟ୍‍ ବିଲ୍ଡିଂ ଓ ସହିଦ ନଗରକୁ ଛାଡ଼ି ଦେଲେ ବାକି ଅଞ୍ଚଳଗୁଡ଼କରେ ଏହି ସମସ୍ୟା ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଛି। ଅନେକ ସ୍ଥାନରେ ବେଆଇନ୍‍ ଭାବେ ପାର୍କିଂ ଫି’ ମଧ୍ୟ ଆଦାୟ କରାଯାଉଛି। ଏହି ସମସ୍ୟାକୁ ସମାଧାନ କରିବା ସହିତ ପାର୍କିଂ ବ୍ୟବସ୍ଥାକୁ ନେଇ ଲୋକଙ୍କ ମନରେ ରହିଥିବା ଅସନ୍ତୋଷ ପ୍ରଶମନ କରିବା ନୂଆ କମିସନରଙ୍କ ପାଇଁ ଆହ୍ୱାନ ହୋଇପାରେ। ଏହାସହିତ ରାଜ୍ୟ ସରକାରଙ୍କ ପକ୍ଷରୁ ବର୍ଦ୍ଧିତ ହୋଲ୍ଡିଂ ଟିକସ ଆଦାୟ ଉପରେ ରୋକ୍‍ ଲଗାଯାଇଥିବା ବେଳେ କୋର୍ଟଙ୍କ ରାୟ ଆସିବା ପରେ ବିଚିତ୍ର ସ୍ଥିତି ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଅନ୍ୟପଟେ ଏହି ସମୟ ମଧ୍ୟରେ କେମିତି ସେ ଧାର୍ଯ୍ୟ ଟିକସ ଆଦାୟ କରିବେ ଓ ହୋଲ୍ଡିଂ ଟିକସ ବ୍ୟବସ୍ଥାର ହୋଇଥିବା ଅନ୍‍ଲାଇନ୍‍କରଣକୁ କିପରି ଜାରି ରଖିବେ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।

ଏହା ବ୍ୟତୀତ ବର୍ତ୍ତମାନ ପର୍ଯ୍ୟନ୍ତ ଭୁବନେଶ୍ୱର ସମସ୍ତ ଏମ୍‍ସିସି କାର୍ଯ୍ୟକ୍ଷମ ହୋଇପାରି ନ ଥିବାରୁ ଏହା ମଧ୍ୟ ଏକ ବଡ଼ ଆହ୍ୱାନ ହୋଇ ରହିଛି। ଦାରୁଠେଙ୍ଗରେ ଅଳିଆ ନ ପକାଇବା ପାଇଁ ବାରମ୍ବାର ତାରିଖ ଦିଆଯାଉଛି। ହେଲେ ସହରରେ ସମସ୍ତ ୱାର୍ଡ ପାଇଁ ଏମସିସି ନିର୍ମାଣ ଶେଷ ହୋଇ ପାରୁ ନ ଥିବାରୁ ସେଠାକୁ ଅଳିଆ ଯିବା ଜାରି ରହିଛି। ସେହିପରି ବିଏମ୍‍ସି ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ବିବାଦ ବଢ଼଼ୁଥିବା ବେଳେ ବାୟୋମାଇନିଂ ପ୍ରକଳ୍ପର ଭାଗ୍ୟ ମଧ୍ୟ ଅନ୍ଧାରକୁ ଠେଲି ହୋଇଯାଉଛି। ଏ କ୍ଷେତ୍ରରେ ନୂତନ କମିସନରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ପୂର୍ବରୁ ସେ ଜିଲ୍ଲାପାଳ ଥିବା ବେଳେ ପ୍ରଥମ ଥର ପାଇଁ ଭୁବନେଶ୍ୱର ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପୌର ସଂସ୍ଥାର କମିସନର ଭାବେ ଦାୟିତ୍ୱ ତୁଲାଇବେ। ବିଏମ୍‍ସି ମେୟରଙ୍କ ସମେତ ବିଏମସିର ୬୭ କର୍ପୋରେଟରଙ୍କ ସହିତ କେମିତି ଉତ୍ତମ ସମ୍ପର୍କ ରଖି କାର୍ଯ୍ୟ ଆଗକୁ ବଢ଼଼ାଇବେ ତାହା ଉପରେ ମଧ୍ୟ ନଜର ରହିଛି। ବିଶେଷ କରି ବିରୋଧୀ ଓ ସ୍ୱାଧୀନ କର୍ପୋରେଟରଙ୍କ ଦାବି ପୂରଣ କ୍ଷେତ୍ରରେ ସେ କିପରି କାର୍ଯ୍ୟ କରିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ବିଏମସିର ନୂଆ ପଦକ୍ଷେପ: ଫୋନ କଲେ ଘରେ ପହଞ୍ଚିବ ଅକ୍ସିଜେନ କନସେନଟ୍ରେଟର, ବିଦେଶରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଭୁବନେଶ୍ୱର: ରାଜଧାନୀରେ ହ୍ରାସ ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ଯା। ଲକଡାଉନ୍ ଓ ସଟଡାଉନ୍ ପାଇଁ ସଫଳ ହୋଇପାରିଛି । ଏଥି ପାଇଁ ଭୁବନେଶ୍ୱରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ । ବିଏମସି ଅଞ୍ଚଳରେ ମାର୍କେଟ ଏରିଆରେ ଗହଳି ସ୍ଥାନରେ ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଅନ୍ୟ ଗହଳି ସ୍ଥାନରେ ମୋବାଇଲ ଭ୍ୟାନ ଜରିଆରେ ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ । ସେପଟେ ଭୁବନେଶ୍ୱର ହସ୍ପିଟାଲରେ ବେଡ ଉପରୁ ଚାପ ହ୍ରାସ ପାଇଥିବା କହିଛନ୍ତି କମିଶନର ।

ବର୍ତ୍ତମାନ ୨ହଜାରରୁ ଅଧିକ ବେଡ ଖାଲି ରହିଛି । ୭୫ରୁ ଅଧିକ ଆଇସିୟୁ ବେଡ ମଧ୍ୟ ଖାଲି ରହୁଛି । ବିଏମସିକୁ ସରକାର ୧୦୦ ଟି ଅକ୍ସିଜେନ କନସେନଟ୍ରେଟର ଦେଇଛନ୍ତି । ଏଥିପାଇଁ ଏକ ଆପ ପ୍ରସ୍ତୁତ କରାଯାଇଛି । ଲୋକେ ଫୋନ କରି ବୁକ କଲେ ବିଏମସି ତରଫରୁ ଘରେ ଅକ୍ସିଜେନ କନସେନଟ୍ରେଟର ଯୋଗାଇଦିଆଯିବ । ଦୈନିକ ୪ହଜାରରୁ ଅଧିକ ଟେଷ୍ଟ ହେଉଛି । ୬୦ ବର୍ଷରୁ ଅଧିକ, ଗର୍ଭବତୀ ଓ ଭିନ୍ନକ୍ଷମଙ୍କୁ ଡୋର ଷ୍ଟେପ ଟେଷ୍ଟିଂ ଚାଲୁଛି । ଜୁନ୍ ୪ ତାରିଖ ସୁଦ୍ଧା ୮ ଲକ୍ଷ ୫୭ ହଜାର ୩୩୦ ଟିକା ଦିଆସରିଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ।

ବୟସ୍କ ଲୋକଙ୍କ ଟିକାକରଣ ପାଇଁ ପିକ୍ ଅପ୍ ବ୍ୟବସ୍ଥା କାର୍ଯ୍ଯ କରୁଛି । ବିଦେଶରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ୧୯୨୯ରେ ପଂଜିକରଣ କରାଯିବ । ଏହି ଛାତ୍ରଛାତ୍ରୀମାନେ ବିଦେଶକୁ ଯିବା ପାଇଁ ଟିକାକରଣ ବାଧ୍ୟତାମୂଳକ ଥିବାରୁ ତାଙ୍କ ପାଇଁ ଏହି କାର୍ଯ୍ଯକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହି ଛାତ୍ରଛାତ୍ରୀଙ୍କ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବା ନେଇ ପଦକ୍ଷେପ ନେଇଛି ବିଏମସି ।

ଆଇଏଏସ୍ ସ୍ତରରେ ଅଦଳବଦଳ: ସଂଜୟ ସିଂହ ହେଲେ ବିଏମସିର ନୂଆ କମିଶନର, ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ଅଫିସର
ଭୁବନେଶ୍ୱର: ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରାଯାଇଛି । ଏବେ ତାଙ୍କ ସ୍ଥାନରେସଞ୍ଜୟ ସିଂହଙ୍କୁ ବିଏମସିର ନୂଆ କମିଶନର ଭାବରେ ନିଯୁକ୍ତି ମିଳିଛି।

ପ୍ରେମଚନ୍ଦ୍ର ଚୌଧୁରୀ ପୂର୍ବରୁ ବିଏମସି କମିଶନର ତଥା ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟି (ବିଡିଏ)ର ଭାଇସ୍ ଚେୟାରମ୍ୟାନ୍ (ଅତିରିକ୍ତ) ତଥା ଭୁବନେଶ୍ୱର ସ୍ମାର୍ଟ ସିଟି ଲି.ର ସିଇଓ ଦାୟିତ୍ୱରେ ଥିଲେ । ହେଲେ ଏବେ ତାଙ୍କୁ ସାଧାରଣ ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି।

ସଞ୍ଜୟ କୁମାର ସିଂ ନୂଆ ବିଏମସି କମିଶନର ଦାୟିତ୍ୱ ନେବା ସହ ବିଡିଏର ଉପାଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ରହିବେ । ସ୍ମାର୍ଟ ସିଟିର ସିଇଓ ଦାୟିତ୍ୱ ମଧ୍ୟ ସଞ୍ଜୟ ସିଂହ ନେବେ । ଏ ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ବିଷ୍ଣୁପଦ ସେଠୀ ଏବେ ରାଜସ୍ୱ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଷ୍ଣୁପଦ ସେଠୀ ।

କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । କ୍ରିଷନ କୁମାର ଏବେ ପୂର୍ତ୍ତ ବିଭାଗ ସଚିବ ଦାୟିତ୍ୱରେ ଅଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ମଧ୍ୟ ଅଛନ୍ତି କ୍ରିଷନ କୁମାର । PKDA ଅତିରିକ୍ତ ଦାୟିତ୍ୱରେ ଅଛନ୍ତି କ୍ରିଷନ କୁମାର।

ହେମନ୍ତ ଶର୍ମାଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ହେମନ୍ତ ଶର୍ମା ଏବେ ଶିଳ୍ପ ବିଭାଗର ସଚିବ ଅଛନ୍ତି ।  IPICOLର ଅଧ୍ୟକ୍ଷ ଦାୟିତ୍ୱରେ ମଧ୍ୟ ଅଛନ୍ତି ହେମନ୍ତ ଶର୍ମା ।

ଆଗେଇଲା ଭିକାରିମୁକ୍ତ ଅଭିଯାନ, ଭିକ୍ଷାବୃତ୍ତି ଛାଡ଼ି ନିଜ ଘରକୁ ଫେରିବେ ବନ୍‌ଜାରା
ଭୁବନେଶ୍ୱର: ଭୁବନେଶ୍ୱରକୁ ଭିକାରିମୁକ୍ତ କରିବା ଅଭିଯାନକୁ ବିଏମ୍‍ସି ଆଉ ପାଦେ ଆଗେଇଛି। ବିଏମ୍‍ସିର ବରିଷ୍ଠ ଅଧିକାରୀଙ୍କ ସହ କମିସନରେଟ୍‍ ପୁଲିସର ଅଧିକାରୀମାନେ ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଭିକ୍ଷାବୃତ୍ତିରେ ନିବୃତ ଲୋକଙ୍କୁ ବୁଝାସୁଝା କରିଛନ୍ତି।

ଦୀର୍ଘଦିନ ହେବ ରାଜଧାନୀରେ କିଛି ବନ୍‍ଜାରା ରହି ଆସୁଛନ୍ତି। ଏମାନେ ଭିକ୍ଷାବୃତ୍ତି କରୁଥିବା ବେଳେ ଛୋଟଛୋଟ ଶିଶୁଙ୍କୁ ବି ଏହି କାମରେ ଲଗାଉଛନ୍ତି। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି ବନ୍‍ଜାରାମାନେ ଭିକ୍ଷାବୃତ୍ତି କରି ଗୁଜୁରାଣ ମେଣ୍ଟାଇ ଦେଉଥିବାରୁ ଅନ୍ୟ କୌଣସି କାମ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ବିଏମ୍‍ସିର ସର୍ଭେ ଅନୁସାରେ, ଭୁବନେଶ୍ୱରରେ ବର୍ତ୍ତମାନ ପ୍ରାୟ ୩୦୦ରୁ ଊର୍ଦ୍ଧ୍ବ ବନ୍‍ଜାରା ରହୁଛନ୍ତି। ଏମାନେ କିପରି ଏହି କାର୍ଯ୍ୟରୁ ବିରତ ରହିବେ ସେନେଇ ବିଏମ୍‍ସି ପ୍ରକ୍ରିୟା ଆରମ୍ଭ କରିଛି। ଏହିକ୍ରମରେ ଶୁକ୍ରବାର ବିଏମ୍‍ସି ଅତିରିକ୍ତ କମିସନର ଅବନୀକାନ୍ତ ପଟ୍ଟନାୟକ, ଉପଆୟୁକ୍ତ କମଳାକାନ୍ତ ବେହେରା, ଏସ୍‍ିପି ଲଲାଟେନ୍ଦୁ ମହାନ୍ତିଙ୍କ ସମେତ ସାମାଜିକ ସଂଗଠନ ବିକାଶ ଓ ଓପିୟୁଏସ୍‍ ସଂସ୍ଥାର କର୍ମକର୍ତ୍ତାମାନେ ବନ୍‍ଜାରାଙ୍କୁ ସଚେତନ କରାଇଥିଲେ। ବନ୍‍ଜାରା ଗ୍ରୁପ୍‍ର ଲିଡର୍‍ମାନେ ପଦାଧିକାରୀଙ୍କ କଥାକୁ ବୁଝିବା ପରେ ଆଉ ଆଗକୁ ଭିକ୍ଷାବୃତ୍ତି ନ କରି ନିଜର କୌଳିକ ବୃତ୍ତିରେ ଗୁଜୁରାଣ ଚଳାଇବେ ଏବଂ ନିଜ ନିଜ ଗ୍ରାମକୁ ଫେରିଯିବେ ବୋଲି କହିଥିବା ବିଏମ୍‍ସି ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ବରକୁ ବିଭିନ୍ନ ସ୍ଥାନରୁ ଲୋକ ଆସୁଛନ୍ତି, ତେଣୁ ସଂକ୍ରମିତଙ୍କ ସଂଖ୍ଯା ବଢିଛି- ବିଏମସି କମିଶନର
ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ ଆହୁରି  କଡ଼ାକଡ଼ି ପାଳନ କରାଯିବ। ଭୁବନେଶ୍ବରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି, ଏଣୁ ଏଠାରେ ସ୍ଥିତି ଉପରେ ନଜର ରଖାଯାଇଛି। ପୁଲିସ ଓ ବିଏମସି ପକ୍ଷରୁ ଉଭୟ ସଚେତନତା ଓ କାର୍ଯ୍ଯାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଛି। ଭ୍ୟାକ୍ସିନକୁ ଅଧିକ ତ୍ୱରାନ୍ୱିତ କରାଯାଉଛି, କୋଭିଡ ସଚେତକଙ୍କୁ ପୁନଃ ନିୟୋଜିତ କରାଯିବ। ଏପ୍ରିଲ ପହିଲାରୁ ୪୫ବର୍ଷରୁ ଅଧିକ ଲୋକଙ୍କୁ ଟିକାକରଣ କରାଯିବ ବୋଲି କିମିଶନର କହିଛନ୍ତି।

ସେପଟେ ସମସ୍ତଙ୍କୁ ଟିକା ନେବା ପ୍ରତି ଆଗ୍ରହ ପ୍ରକାଶ କରିବାକୁ ଅନୁରୋଧ କରାଯାଉଛି। ଖୁବଶୀଘ୍ର ନିର୍ଦେଶନାମା ଜାରିହେବ ସ୍ଥିତି ସଙ୍ଗୀନ ଥିବା ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କୁ ୩ଦିନର ନେଗେଟିଭ ରିପୋର୍ଟ ସାଙ୍ଗରେ ନେଇ ଆସିବାକୁ ହେବ। ଭୁବନେଶ୍ୱରରେ ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି କିନ୍ତୁ ଏହାର କାରଣ ସ୍ଥାନୀୟ ସଂକ୍ରମଣ ନୁହେଁ। ରାଜ୍ୟ ରାଜଧାନୀ ହୋଇଥିବାରୁ ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଉଥିବା ପ୍ରତିକ୍ରିୟାରେ କହିଛନ୍ତି କମିଶନର।

ସାବାଡ଼ ହେବେ ଅମାନିଆ : ଆଜିଠୁ ରାଜଧାନୀରେ କଡ଼ାକଡ଼ି ହେବ କୋଭିଡ୍‌ କଟକଣା
ଭୁବନେଶ୍ୱର : ଦେଶରେ ପୁଣିଥରେ କରୋନା ବ୍ୟାପିବା ଆରମ୍ଭ କରିବା ପରେ ସତର୍କ ହୋଇଛି ଓଡ଼ିଶା। ପଡୋଶୀ ରାଜ୍ୟ ଗୁଡିକରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ନିୟମକୁ ପୁଣି କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାରି ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜିଠାରୁ କରୋନା କଟକଣାକୁ କଡାକଡି କରାଯାଇଛି।

ଭୁବନେଶ୍ୱରରେ ଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା କମ୍‍ ଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂର୍ବ ପ୍ରସ୍ତୁତି ଆରମ୍ଭ କିରଛି ବିଏମ୍‍ସି। ରବିବାର ବିଏମ୍‍ସି ପକ୍ଷରୁ ସ୍ୱତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରାଯାଇଛି। ଯାହା ଆଜିଠାରୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ ହେବ। ନିୟମ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ। କରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶନରମାନକୁ ନିର୍ଦ୍ଦେଶ ଦିଆଯାଇଛି।

ଆଜିଠାରୁ ରାଜଧାନୀର ପ୍ରତ୍ୟେକ ଛକରେ ମାସ୍କ ଚେକିଙ୍ଗ ପଏଣ୍ଟ ଗୁଡିକରେ ମାସ୍କ ଚେକିଙ୍ଗ ଆରମ୍ଭ ହେବ। ଏହାସହିତ ସମସ୍ତ ସାମଜିକ ସମାବେଶ ସ୍ଥାନରେ, ମଲରେ, ହାଟ, ବଜାର ସବୁଠି ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଚେକିଙ୍ଗକୁ ଜୋରଦାର କରାଯିବ। ଏଥି ସହ ସଂକ୍ରମଣରୁ କିପରି ରକ୍ଷା ପାଇ ହେବ ସେଥିପାଇଁ ବଜାର, ସପିଂ ମଲ୍ ମନ୍ଦିର ନିକଟରେ ସକାଳେ ଓ ସନ୍ଧ୍ୟାରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି। ଏଥିସହିତ ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।  ଏଥିପାଇଁ ବିଏମସି ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ କରାଯାଇଛି।

ସେପଟେ ଆଇ ଆର୍ ସି ଭିଲେଜ୍ ହାଇସ୍କୁଲରେ ଜଣେ ଶିକ୍ଷକ ପଜିଟିଭି ଚିହ୍ନଟ ହେବାପରେ ସ୍କୁଲକୁ ଦୁଇ ଦିନ ଯାଏ ବନ୍ଦ କରାଯାଇଛି । ଯଦି କୌଣସି ଛାତ୍ରଛାତ୍ରୀ କିମ୍ବା ସହ ଶିକ୍ଷକଙ୍କ ଠାରେ କୌଣସି ଫ୍ଲୁ ଲକ୍ଷଣ ଦେଖାଯାଏ ତେବେ ସେମାନଙ୍କ କୋଭିଡ୍ ପରୀକ୍ଷା କରାଯିବ। ତେବେ ବର୍ତ୍ତମାନ ପରିସ୍ଥିତି ଉପରେ ବିଏମସି ପକ୍ଷରୁ କଡ଼ା ନଜର ରଖାଯାଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।