ACC Mens Emerging Teams Asia Cup 2023 - The Sakala

ଇମର୍ଜିଂ ଏସିଆ କପ୍‌‌ କ୍ରିକେଟ: ୧୨୮ ରନରେ ଭାରତ ‘ଏ’ କୁ ହରାଇଲା ପାକିସ୍ତାନ ‘ଏ’
କଲମ୍ବୋ: ଶ୍ରୀଲଙ୍କାରେ ଚାଲିଥିବା ଇମର୍ଜିଂ ଏସିଆ କପ୍‌‌ କ୍ରିକେଟର ଫାଇନାଲ ମ୍ୟାଚ ଭାରତ-‘ଏ’ ଓ ପାକିସ୍ତାନ-‘ଏ’ ଦଳ ମଧ୍ୟରେ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଆଜିର ମ୍ୟାଚରେ ପାକିସ୍ତାନ ‘ଏ’ ୫୦ ଓଭରରେ ୮ ୱିକେଟ ହରାଇ ୩୫୨ ରନ କରିଥିଲା। ଏହି ମ୍ୟାଚକୁ ଜିତିବାକୁ ହେଲେ ଭାରତ ‘ଏ’ କୁ ୩୫୩ ରନର ଆବଶ୍ୟକତା ରହିଥିଲା । ହେଲେ ଭାରତ ‘ଏ’ ୪୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ପାକିସ୍ତାନ ‘ଏ’ ୧୨୮ ରନରେ ଏହି ମ୍ୟାଚକୁ ଜିତିନେଇଛି ।

ପାକିସ୍ତାନ ‘ଏ’ ପକ୍ଷରୁ ସାଇମ ଆୟୁବ ୫୧ ବଲରେ ୫୯ ରନ କରି ଆଉଟ ହୋଇଥିବା ବେଳେ ସାହିବଜାଦା ଫରହାନ ୬୨ ବଲରେ ୬୫ ରନ କରି ଆଉଟ ହୋଇଥିଲେ। ଓମେର ୟୁସୁଫ୍‌‌ ୩୫ ବଲରେ ୩୫ ରନ କରି ଆଉଟ ହୋଇଥିବା ବେଳେ ୟାବ ତାହିର ୭୧ ବଲରେ ୧୦୮ ରନ କରି ଆଉଟ ହୋଇଥିଲେ। ମୁବାସିର ଖାନ୍‌‌ ୪୭ ବଲରେ ୩୫ ରନ କରି ଆଉଟ ହୋଇଥିଲେ। ମେହରାନ ମୁମ୍‌‌ତାଜ ୧୦ ବଲରେ ୧୩ ରନ କରି ଆଉଟ ହୋଇଥିବା ବେଳେ ମହମ୍ମଦ ୱାସିମ ୧୦ ବଲରେ ୧୭ ଓ ସୁଫିଆନ ମୁକିମ ୮ ବଲରେ ୪ ରନ କରି ଅପରାଜିତ ରହିଥିଲେ।

ବୋଲିଂରେ ପାକିସ୍ତାନ ‘ଏ’ ପକ୍ଷରୁ ସୁଫିଆନ ମୁକିମ ୩ଟି ୱିକେଟ ନେଇଥିବା ବେଳେ ଅର୍ଶାଦ ଇକ୍‌‌ବାଲ ଓ ମେହରାନ ମୁମ୍‌‌ତାଜ ୨ଟି ଲେଖଏଁ  ୱିକେଟ ନେଇଥିଲେ। ମୁବାସିର ଖାନ୍‌‌  ଓ ମହମ୍ମଦ ୱାସିମ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ସେହପରି ଭାରତ ‘ଏ’ ପକ୍ଷରୁ ସାଇ ସୁଦର୍ଶନ ୩୮ ବଲରେ ୨୯ ରନ କରି ଆଉଟ ହୋଇଥିବା ବେଳେ ଅଭିଷେକ ଶର୍ମା ୫୧ ବଲରେ ୬୧ ରନ କରି ଆଉଟ ହୋଇଥିଲେ। ପରେ ୟଶ ଧୂଲ ୪୧ ବଲରେ ୩୯ ରନ କରି ଆଉଟ ହୋଇଥିଲେ। ନିକିନ ଜୋଶ ୧୫ ବଲରେ ୧୧ ରନ କରି ଆଉଟ ହୋଇଥିବା ବେଳେ ଧ୍ରୁବ ଜୁରେଲ ୧୨ ବଲରେ ୯ ରନ କରି ଆଉଟ ହୋଇଥିଲେ। ନିଶାନ୍ତ ସିନ୍ଧୁ ୧୫ ବଲରେ ୧୦ରନ ଓ ରିୟାନ ପରାଗ ୧୭ ବଲରେ ୧୪ ରନ କରି ଆଉଟ ହୋଇଥିଲେ। ହର୍ଶିତ ରାଣା ୯ ବଲରେ ୧୩ ରନ ଓ ରାଜବର୍ଦ୍ଧନ ହଙ୍ଗରଗେକର ୧୪ ବଲରେ ୧୧ ରନ କରି ଆଉଟ ହୋଇଥିଲେ।

ସେହିପରି ଭାରତ ‘ଏ’ ପକ୍ଷରୁ ବୋଲିଂରେ ରାଜବର୍ଦ୍ଧନ ହଙ୍ଗରଗେକର ଓ ରିୟାନ ପରାଗ ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମାନବ ସୁତାର, ନିଶାନ୍ତ ସିନ୍ଧୁ ଓ ହର୍ଶିତ ରାଣା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।