Lelin Mohanty - The Sakala
ରାଜଧାନୀରେ ବାର କମ୍ ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ ଘଟଣା; ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେ ସୁରକ୍ଷିତ ବୋଲି ପ୍ରଶ୍ନକଲା ବିଜେଡି
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ସତ୍ୟବିହାର ଅଞ୍ଚଳରେ ଥିବା ଏକ ବାର କମ ରେଷ୍ଟୁରାଣ୍ଟରେ ଶୁକ୍ରବାର ସକାଳେ ଅଚାନକ ନିଆଁ ଲାଗିଯାଇଥିବା ଯୋଗୁ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା । ଏହିପରି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ, ରାଜ୍ୟରେ ଥିବା ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକ କେତେଦୂର ସୁରକ୍ଷିତ, ସେନେଇ ବିଜୁ ଜନତା ଦଳ ପ୍ରଶ୍ନ ଉଠାଇଛି ।
ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତ୍ତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ଆଜି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ ଏହି ବିଲଡିଂରେ ଅଗ୍ନିଶମ ବିଭାଗର ଅନୁମତି ନଥିଲା । ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ଗୁଡିକରେ କିଭଳି ଅଗ୍ନିକାଣ୍ଡ ଘଟଣାକୁ ରୋକା ଯାଇ ପାରିବ, ସେ ଦାୟିତ୍ୱ ରାଜ୍ୟର ଅଗ୍ନିଶମ ସେବା ବିଭାଗର । କିନ୍ତୁ, ଏଇଭଳି ଏକାଧିକ ଘଟଣାମାନ ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଥିବା ବେଳେ ଅଗ୍ନିଶମ ବିଭାଗ ତାର ଦାୟିତ୍ୱ ସଠିକ ଭାବେ ନିର୍ବାହ କରୁଛି କି ନାହିଁ, ସେନେଇ ଜନସାଧାରଣଙ୍କ ମନରେ ସନେ୍ଦହ ପ୍ରକାଶ ପାଉଛି । ଏହି ସ୍ଥାନ ଗୁଡିକରେ, ଅଗ୍ନିଶମ ବିଭାଗର ଅନୁମତି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବା କଥା ଓ ନିୟମିତ ବ୍ୟବଧାନରେ ଏଗୁଡିକ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କି ନାହିଁ ତାର ଅଡିଟ ହେବାର ବ୍ୟବସ୍ଥା ମଧ୍ୟ ରହିଛି । କିନ୍ତୁ, ଦୁର୍ଘଟଣା ଘଟି ଯିବା ପରେ ଅଧିକାଂଶ ଘଟଣାରେ, ଅଗ୍ନିଶମ ବିଭାଗର ନିୟମ ଅନୁଯାୟୀ ଆବଶ୍ୟକୀୟ ଉପକରଣ ଗୁଡିକ କାର୍ଯ୍ୟରତ ଅବସ୍ଥାରେ ନଥିଲା ବୋଲି ଜଣା ପଡୁଛି ।
ଡ. ମହାନ୍ତି କହିଛନ୍ତି, ଯେହେତୁ ଏହା ଜନସାଧାରଣଙ୍କ ସୁରକ୍ଷା ସହିତ ସିଧାସଳଖ ଜଡିତ ଅଛି, ଏଥିରେ ଖିଲାପ ହେଲେ, କୌଣସି ମୁହୂର୍ତ୍ତରେ ଏକ ବଡ଼ ଧରଣର ବିପର୍ଯ୍ୟୟ ଘଟିବାର ସମ୍ଭାବନା ରହିଛି, ରାଜ୍ୟ ସରକାର ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକତା ରହିଛି । ଅଗ୍ନିଶମ ବିଭାଗର ରହିଥିବା ଏସଓପି ସଠିକ ଭାବେ ପାଳନ ହେଉଛି କି ନାହିଁ, ତାର ତର୍ଜମା ହେବା ଆବଶ୍ୟକ । ତେଣୁ, ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ।
ନୂଆପଡାରେ ନିରପେକ୍ଷ ନିର୍ବାଚନକୁ ନେଇ ସନ୍ଦେହ ପ୍ରକଟ କଲା ବିଜେଡି
ଭୁବନେଶ୍ବର: ନୂଆପଡାରେ ନିରପେକ୍ଷ ନିର୍ବାଚନ ନେଇ ସନ୍ଦେହ ପ୍ରକଟ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀ କରି ଦଳ ଅଭିଯୋଗ କରି କହିଛି, ଗତକାଲି ଗଞ୍ଜାମରୁ ଏକ ଇଭିଏମ ଟ୍ରକ ନୂଆପଡ଼ାରେ ପହଞ୍ଚିଛି। ଏହାକୁ ସିଇଓ କେମିତି ଗ୍ରହଣ କଲେ ବୋଲି ପଚାରିଛି ବିଜେଡି। ନୂଆପଡା ଜିଲ୍ଲାପାଳ, SP ଓ IG ହିମାଂଶୁ ଲାଲ ନିରପେକ୍ଷ ନିର୍ବାଚନ କରାଇ ଦେଉ ନାହାନ୍ତି । IG ସରକାରୀ ପକ୍ଷର ଗୁମାସ୍ତା ପରି କାମ କରୁଛନ୍ତି। ୩୨ଟି ଅତି ସମ୍ବେଦନଶୀଳ ବୁଥର ତଥ୍ୟ ଆଜି ବିଜେଡି CEOଙ୍କୁ ଜଣାଇଛି। ଯେଉଁଠି ଏହି ସବୁ EVM ବ୍ୟବହାର କରାଯିବ । ଏହି ସବୁ ବୁଥ ଗୁଡିକରେ ଗୁଣ୍ଡାଗିରି କରିବାକୁ ବିଜେପି ଟାର୍ଗେଟ କରୁଛି । ଟଙ୍କା ବଣ୍ଟା ଯାଉଛି, ଛତିଶଗଡ ଲୋକ ପୋଲିସ ଡ୍ରେସରେ ଆସୁଛନ୍ତି । ଏପରି ସ୍ଥିତିରେ କେମିତି ନିରପେକ୍ଷ ନିର୍ବାଚନ ନେଇ ବିଶ୍ୱାସ ଆସିବ ବୋଲି ପ୍ରଶ୍ନ କରିଛି ବିଜେଡି । ତେବେ ଏବର CEOଙ୍କ ଉପରେ ବିଶ୍ୱାସ ଅଛି ବୋଲି ତାଙ୍କୁ ଏସବୁ ଅଭିଯୋଗ ଜଣାଇଛୁ ।
ସିଇଓ କହୁଛନ୍ତି ଭୋଟ ଟ୍ଯାମ୍ପରିଂ ହୋଇପାରିବ ନାହିଁ । ତାହା ହେଲେ ଏତେ ଭୋଟ ଚୋରି ଅଭିଯୋଗ କେଉଁଠୁ ଆସୁଛୁ ? ଯଦି ନିରପେକ୍ଷ ନିର୍ବାଚନ ନ ହୁଏ ତେବେ ବିଜେଡି ରାଜରାସ୍ତାକୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି ବିଜେଡି ମିଡିଆ ସଂଯୋଜକ ଲେନିନ ମହାନ୍ତି। ସେହିପରି ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି, ଆଚରଣ ବିଧି କଣ କେବଳ ବିରୋଧୀ ଦଳ ପାଇଁ ? ପ୍ରୀତି ଘଡ଼ାଇ ରହୁଥିବା ଘରେ ବିନା ୱାରେଣ୍ଟରେ ରେଡ କଲେ। ଜୁନେଦ, ମନୋଜ ମିଶ୍ରଙ୍କ ଘରେ ରେଡ କଲେ । କିଛି ମିଳିଲାନି । ଦେଢ଼ ବର୍ଷ ହେଲା କାମ କରି ନାହାନ୍ତି ସରକାର। କାହାକୁ ମୁହଁ ଦେଖାଇ ପାରୁ ନାହାନ୍ତି।  ବିଜେପି ବିଧାୟକ ନିହାର ମହାନନ୍ଦ ନିର୍ବାଚନ ସାଇଲେନ୍ସ ପିରିଅଡରେ କେମିତି ନୂଆପଡାରେ ବୁଲୁଛନ୍ତି ? ଜିଲ୍ଲାପାଳ ଫୋନ ଉଠାଉ ନାହାନ୍ତି। ତେଣୁ CEO  କେଉଁଠି ଏହି EVM ଅଛି ବୋଲି ଦେଖନ୍ତୁ ବୋଲି କହିଛନ୍ତି ସୁଲତା।
ବିଜେପି ବିଧାୟକ ନିହାର ମହାନନ୍ଦ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଚରିତ୍ର ସଂହାର କରି ପାରିବେନି । ବିଜେଡି ବହୁ ମାତ୍ରାରେ ନୂଆପଡା ଜିତିବ ବୋଲି କହିଛନ୍ତି ବିଜେଡି ନେତ୍ରୀ ମିନତୀ ବେହେରା। ନୂଆପଡ଼ାରେ ଥିବାବେଳେ ବିଜେପି ଏକ ପଂଚାୟତରେ ଟଙ୍କା ବାଣ୍ଟୁ ଥିଲେ। ବିଜେଡିର ଦୁଇ ନେତା ଏମାନଂକୁ ଧରି ପୋଲିସକୁ ଦେଲେ। ହେଲେ ଟଙ୍କା ବାଣ୍ଟୁଥିବା ନେତାଙ୍କୁ ଛାଡି ତାଙ୍କୁ ଧରିଥିବା ବିଜେଡି ନେତାଙ୍କୁ ଅଟକ ରଖିଲେ । ହାରିବା ଭୟରେ ଆଗ ବିକ୍ରମ ପଣ୍ଡାଙ୍କୁ ଗିରଫ କଲେ। ତା ପରେ ନବୀନ ପଟ୍ଟନାୟକଙ୍କୁ ନେଇ ମିଛ କହିବାକୁ ଚେଷ୍ଟା କଲେ । ବେଇମାନ ଜୟ ଢୋଲକିଆ ଆଖିରେ ମେନ୍ଥୋ ପ୍ଲସ ଲଗାଇ କନ୍ଦାଇଲେ ।  ଯାହାକୁ ଲୋକେ କୁମ୍ଭୀର କାନ୍ଦଣା ବୋଲି କହିଲେ। ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀଙ୍କୁ ମିଛ କହିବାରେ ବ୍ୟବହାର କଲେ। ବିଜେପି ହାରିବା ଜାଣିଲେଣି। ଅନ୍ଧ ଭକ୍ତ କି ବିଜେପିକୁ ନୀତି ନିୟମ ଦେଖା ଯାଉନି। ନିର୍ବାଚନ କମିସନଙ୍କୁ ଏହା ଦେଖା ଯାଉନି। ଆଜି ଥାନା ଆଗରେ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ନେତା ଧାରଣା ଦେଇଛନ୍ତି।
ନୂଆପଡାରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ବିଜେଡିର ପ୍ରତିକ୍ରିୟା, ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଅନ୍ତଃସାର ଶୂନ୍ୟ: ବିଜେଡି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ନୂଆପଡାରେ ଦେଇଥିବା ବକ୍ତବ୍ୟ ଉପରେ ବିଜୁ ଜନତା ଦଳ କଡା ପ୍ରତିକ୍ରିୟା ଦେଇଛି। ନୂଆପଡା ଡବଲ ଇଞ୍ଜିନର ବିକାଶ ଦେଖିବ ବୋଲି ମୁଖ୍ୟମନ୍ତ୍ରୀ ଦେଇଥିବା ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ, ଦୀର୍ଘ ୧୬ ମାସରେ ରାଜ୍ୟ ବିକାଶ ପରିବର୍ତ୍ତେ ବିନାଶ ଦେଖିବାକୁ ମିଳୁଛି ବୋଲି ବିଜେଡି କହିଛି।
ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହତାଶ ଭାବ ତାଙ୍କ ଭାଷଣରେ ପରିଲକ୍ଷିତ ହେଉଥିଲା। ଚିରାଚରିତ ଢଙ୍ଗରେ, ମୁଖ୍ୟମନ୍ତ୍ରୀ କେବଳ ଗୁଡିଏ ଗପ ଶୁଣାଇଛନ୍ତି, ଯାହାକୁ କେବେ ବି ନୂଆପଡାବାସୀ ଗ୍ରହଣ କରିବେ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ, ବିଜେପି ପ୍ରାର୍ଥୀ ଆଜି ମନୋନୟନ ପତ୍ର ଦାଖଲ କରିବେ ବୋଲି କୁହାଯାଇଥିଲା। କିନ୍ତୁ, ତାହା ହୋଇ ପାରିଲା ନାହିଁ। ବିଜେପିରେ ପ୍ରାର୍ଥୀଙ୍କୁ ନେଇ ସୃଷ୍ଟି ହୋଇଥିବା ଅନ୍ତଦ୍ୱନ୍ଦ୍ୱ ଏବେବି ସମାଧାନ ହୋଇ ପାରିନାହିଁ ବୋଲି ଜଳ ଜଳ ଦିଶୁଛି। ସମ୍ଭବତଃ ସେହି କାରଣରୁ, ମୁଖ୍ୟମନ୍ତ୍ରୀଙ୍କ ହତାଶଭାବ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଆଜି ଦେଇଥିବା ବକ୍ତବ୍ୟ ଅନ୍ତଃସାର ଶୂନ୍ୟ ଥିଲା। କେବଳ ବିଜେପିର ବିଜୟ ନିଶ୍ଚିତ ବୋଲି ଦାବି କରିବା ଛଡା ତାଙ୍କ ବକ୍ତବ୍ୟରେ ଆଉ କିଛି ନଥିଲା।
ଡ. ମହାନ୍ତି କହିଛନ୍ତି, ପ୍ରବାଦ ପୁରୁଷ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡା ଜିଲ୍ଲା ଜନ୍ମ ନେଇଥିଲା। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ, ନୂଆପଡାର ବିକାଶ ତ୍ୱରାନ୍ୱିତ ହୋଇଥିଲା। ପୂର୍ବରୁ ନୂଆପଡା ଜିଲ୍ଲା ଏକ ମରୁଡି ପ୍ରପୀଡ଼ିତ ଜିଲ୍ଲା ଭାବେ ପରିଚିତ ଥିଲା ବେଳେ, ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଅପର-ଜଙ୍କ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ନୂଆପଡା ସବୁଜିମାର ରୂପ ନେଇଥିଲା। ସେହିପରି, ଗମନାଗମନ କ୍ଷେତ୍ରରେ, ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ହେବା ପରେ ଐତିହାସିକ ପ୍ରଗତି ହାସଲ ହୋଇଛି। ଜିଲ୍ଲାର ସମସ୍ତ ସ୍କୁଲ ଓ ହସ୍ପିଟାଲର ରୂପାନ୍ତିକରଣ ହୋଇ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ହୋଇଛି। ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ନୂଆପଡାରେ ‘ଝିଅ ପାଇଁ ଗଛ ଟିଏ’ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ସଶକ୍ତିକରଣକୁ ସେ ଅଞ୍ଚଳରେ ଦୃଢ କରିଥିଲେ। ଏହା ଦ୍ୱାରା ସେଠାରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅନୁପାତ ୧୦୨୦କୁ ବୃଦ୍ଧି ପାଇଥିଲା। ନୂଆପଡାବାସୀ ବିଜୁ ଜନତା ଦଳ ସହିତ ଅଛନ୍ତି। ଉପନିର୍ବାଚନରେ, ନୂଆପଡାବାସୀ ବିଜେଡି ସପକ୍ଷରେ ମତଦାନ କରିବେ ବୋଲି ଡ. ମହାନ୍ତି ଦୃଢୋକ୍ତି କରିଛନ୍ତି।
ପଞ୍ଚାୟତ ଉପନିର୍ବାଚନ ବାତିଲ ନିଷ୍ପତ୍ତି କାହା ଚାପରେ: ବିଜେଡି
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଖାଲିଥିବା ୧୧୩୧ ପଦବୀ ସକାଶେ ଉପନିର୍ବାଚନ ନିମନ୍ତେ ଗତକାଲି ତାରିଖରେ ଆଜି ରାଜ୍ୟ ନିର୍ବାଚନ କମିଶନ ଏକ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଆଜି ସନ୍ଧ୍ୟାରେ ସେହି ବିଜ୍ଞପ୍ତିର ବାତିଲ ସମ୍ବନ୍ଧିତ ଅନ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ ଏଭଳି ନିଷ୍ପତ୍ତି କାହା ଚାପର ବଶବର୍ତ୍ତୀ ହୋଇ ନେଇଛନ୍ତି ବୋଲି ବିଜୁ ଜନତା ଦଳ ପ୍ରଶ୍ନ କରିଛି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଅପରିପକ୍ୱ ଓ ଅନୁଭୂତି ବିହୀନ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଡ଼ ମହାନ୍ତି କହିଥିଲେ ଯେ, ରାଜ୍ୟ ନିର୍ବାଚନ କମିଶନ ଏକ ସାମ୍ବିଧାନିକ ସଂସ୍ଥା। ୨୪ ଘଣ୍ଟା ମଧ୍ୟରେ ଏଭଳି ନିଷ୍ପତ୍ତି ପରିବର୍ତ୍ତନ କରିବା କମିଶନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ ଗ୍ରହଣୀୟ ନୁହେଁ। ବିଜ୍ଞପ୍ତି ପ୍ରକାଶ କରିବା ସମୟରେ ସରକାର କ’ଣ ମୌସୁମୀ ଆଗମନ ବିଷୟରେ ଅବଗତ ନଥିଲେ କି ? ସରକାରକୁ ଆସିବାର ୧ ବର୍ଷ ବିତିଯାଇଥିଲେ ମଧ୍ୟ ବିଜେପି ତାର ଅପାରଗତା ପାଇଁ ଲୋକଙ୍କୁ ସମ୍ମୁଖୀନ ହେବାକୁ ଭୟ କରୁଛି। ଯେଉଁଥି ପାଇଁ ମୌସୁମୀ ଆଗମନର ଆଳ ଦେଖାଇ ୨୪ ଘଣ୍ଟା ଭିତରେ ବିଜ୍ଞପ୍ତି ବାତିଲ କରାଯାଇଛି। ବିଜେପି ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ଡବଲ ଇଞ୍ଜିନ ସରକାରଙ୍କ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଏହା ଡବଲ ଧୋକା।
ଆଜି ଉଦ୍‌ଘାଟିତ ହୋଇଥିବା ବ୍ୟାଡ଼ମିଣ୍ଟନ ହାଇ ପରଫର୍ମାନ୍ସ ସେଣ୍ଟର ନବୀନଙ୍କ ବିକାଶମୂଳକ କାମର ଜ୍ୱଳନ୍ତ ଉଦାହରଣ: ବିଜେଡି
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିଅମ ପରିସରରେ ଆଜି ବ୍ୟାଡ଼ମିଣ୍ଟନର ଏକ ହାଇ ପରଫର୍ମାନ୍ସ ସେଣ୍ଟର ଉଦଘାଟିତ ହୋଇଯାଇଛି। ବିଜୁ ଜନତା ଦଳ ତରଫରୁ ଦଳର ମୁଖପାତ୍ର ଓ ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି ଏକ ପ୍ରେସ ବିବୃତିରେ କହିଛନ୍ତି, ଓଡ଼ିଶାର କ୍ରୀଡା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନିଆ ଯାଇଥିବା ପଦକ୍ଷେପ ଯୋଗୁ ଓଡିଶା ଦେଶର କ୍ରୀଡା ହବ ଭାବେ ପରିଚୟ ସୃଷ୍ଟି କରି ପାରିଛି। ନବୀନଙ୍କ ଶାସନ କାଳରେ କ୍ରୀଡା ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ଅନେକ ବିଶ୍ୱସ୍ତରୀୟ ଭିତ୍ତିଭୂମି ମଧ୍ୟରୁ ଆଜି ଉଦଘାଟିତ ହୋଇଥିବା ହାଇ ପରଫର୍ମାନ୍ସ ସେଣ୍ଟର ଅନ୍ୟତମ।
ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଓଡ଼ିଶା ସରକାରଙ୍କ ସହିତ ଡାଲମିଆ ଭାରତ ଓ ପୁଲେଲା ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ଫାଉଣ୍ଡେସନର ଏକ ବିଶ୍ୱସ୍ତରୀୟ ବ୍ୟାଡ଼ମିଣ୍ଟନ ଏକାଡେମୀ ପ୍ରତିଷ୍ଠା କରିବା ପାଇଁ ଏକ ଚୁକ୍ତିପତ୍ର ସ୍ଵାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁସାରେ, ଫେବୃଆରୀ ୨୦୧୯ ମସିହାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାର ନିର୍ମାଣ ପାଇଁ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିଅମ ପରିସରରେ, ତିନି ଏକର ଜମି ଯୋଗାଇ ଦେଇଥିଲେ। ଏହି ସେଣ୍ଟର ନିର୍ମାଣ କରିବା ପାଇଁ ଡାଲମିଆ ଭାରତ ତରଫରୁ ୫୫ କୋଟି ଟଙ୍କାରେ ନିର୍ମାଣ ହେବ ବୋଲି ଅଟକଳ ହୋଇଥିବା ବେଳେ, ବ୍ୟାଡ଼ମିଣ୍ଟନର ଜାତୀୟ କୋଚ ତଥା କିମ୍ବଦନ୍ତୀ ବ୍ୟାଡ଼ମିଣ୍ଟନ ବ୍ୟକ୍ତିତ୍ୱ ପୁଲେଲା ଗୋପୀଚାନ୍ଦ ଏହି ସେଣ୍ଟରର ପରିଚାଳନା ଓ କୋଚିଂ ପ୍ରଦାନ କରିବେ ବୋଲି ଚୁକ୍ତିରେ ସ୍ଥିର କରାଯାଇଥିଲା। ଏଥିରେ, ଆଠଟି ବ୍ୟାଡ଼ମିଣ୍ଟନ କୋର୍ଟ ରହିଥିବା ବେଳେ ୫୦୦ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ରହିଛି।
ଡ଼ଃ ମହାନ୍ତି କହିଥିଲେ, ଓଡ଼ିଶାରେ କ୍ରୀଡା ଭିତ୍ତିଭୂମି ନିର୍ମାଣ ହେଉ ବା ଆନ୍ତର୍ଜାତୀୟ ସ୍ତରର କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା କ୍ଷେତ୍ରରେ ହେଉ, ନବୀନ ସରକାରଙ୍କ କାର୍ଯ୍ୟ ସଦା ସ୍ମରଣୀୟ ହୋଇ ରହିବ। ନବୀନ ସରକାରଙ୍କ ୨୪ ବର୍ଷର ଶାସନ କାଳରେ ଓଡ଼ିଶାରେ କୌଣସି ଵିକାଶ ହୋଇନାହିଁ ବୋଲି ଚିତ୍କାର କରି ଆସୁଥିବା ବିଜେପିର ଦୁଇ ମୁଖ୍ୟମନ୍ତ୍ରୀ ଆଜି ନିଶ୍ଚିତ ଭାବେ ନବୀନଙ୍କ ଵିକାଶମୂଳକ କାର୍ଯ୍ୟର ଝଲକ ପାଇଥିବେ। ଜଣେ ପ୍ରତୀପକ୍ଷ ଦଳର ବ୍ୟକ୍ତି ଭାବେ ଏ କଥାକୁ ଖୋଲାଖୋଲି ଭାବେ ସ୍ୱୀକାର କରି ପାରୁ ନଥିଲେ ମଧ୍ୟ ନିଜ ମନ ଭିତରେ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିବେ ବୋଲି ଡ଼ଃ ମହାନ୍ତି କହିଛନ୍ତି।
ଓଡ଼ିଆ ଅସ୍ମିତାକୁ ନେଇ ବିଜେପିକୁ ଘେରିଲା ବିଜେଡି
ଭୁବନେଶ୍ବର: ଶଙ୍ଖଭବନରେ ବିଜେଡିର ପ୍ରେସମିଟ। ଓଡ଼ିଆ ଅସ୍ମିତାକୁ ନେଇ ବିଜେପିକୁ ଘେରିଲା ବିଜେଡି। ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ପ୍ରତିକ୍ରିୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ବ୍ୟାସ କବି ଫକୀର ମୋହନ ସେନାପତି ଜଣେ ସାହିତ୍ୟର ମହାନ ସ୍ରଷ୍ଟା, କିନ୍ତୁ ଅଭିଳାଷ ପଣ୍ଡା କହିଛନ୍ତି ଯେ ବ୍ୟାସ କବି ବ୍ରିଟିଶଙ୍କ ଚାମଚା । ସେ ତେଲମାଲିସ କରୁଥିଲେ। ଉତ୍କଲ ସମ୍ମିଳନୀକୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯାହା ନିନ୍ଦନୀୟ। ବିଜେପି ନେତା ମାନେ ଓଡ଼ିଶାରେ ପଢ଼ିଛନ୍ତି ତ’ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି । ଭାରତୀୟ ଜନତା ଯୁବ ମୋର୍ଚ୍ଚା କାହାକୁ ଓଡ଼ିଆ ଅସ୍ମିତା ବୋଲି କହୁଛି।
ସେପଟେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ୨୭୦୦୦ ଶିକ୍ଷକଙ୍କୁ ନିଯୁକ୍ତି କରିବା ପାଇଁ। ହେଲେ ସେହି ଶିକ୍ଷକମାନେ କଣ ପିଲାଙ୍କୁ ଶିଖାଇବେ ଯେ ବ୍ୟାସ କବି କଣ ବ୍ରିଟିଶଙ୍କର ଚାଟୁକାର। ଇତିହାସକୁ କଦର୍ଥ କରୁଛି ବିଜେପି। ଯାହା ସଭ୍ୟ ସଂସ୍କୃତି ଗ୍ରହଣ କରିପାରିବ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କଣ କେବଳ ଓଡ଼ିଆ ଅସ୍ମିତା କହି ଖସିବେ ? । ରଥଯାତ୍ରା ଘଟଣାରେ ଏବେ ଯାଏ କାହିଁକି ମୁଁହ ଖୋଲା ଯାଉନାହିଁ ବିଜେପି ତେବେ କାହାକୁ ଓଡ଼ିଆ ଅସ୍ମିତା କହୁଛନ୍ତି ବୋଲି ପ୍ରଶ୍ନ ପଚାରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।
ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରି ଲେନିନ କହିଛନ୍ତି ଧର୍ମେନ୍ଦ୍ର କେବଳ ଓଡ଼ିଶାରେ ବଡ଼ ପାଟି କରନ୍ତି, କିନ୍ତୁ ଦିଲ୍ଲୀରେ ଲାଙ୍ଗୁଡ ଜାକିକି ରହୁଛନ୍ତି। ଓଡ଼ିଶାରେ ଅଯଥା ରେଭେନ୍ସା ପ୍ରସଙ୍ଗକୁ ଉଠାଉଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାହସ କରି ଓଡିଶା ଆସନ୍ତୁ । ଏଠି ରେଭେନ୍ସା ବିଷୟରେ ଚର୍ଚ୍ଚା କରିବା। ବିଜେଡି ସନ୍ଦେହ କରୁଛି ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଏଡେଇବା ପାଇଁ ଧର୍ମେନ୍ଦ୍ର ଏ ପ୍ରସଙ୍ଗ ଉଠାଇଛନ୍ତି। ଇତିହାସ କେବେ କହିବ ନାହିଁ ଧର୍ମେନ୍ଦ୍ର ଭଲ ଶିକ୍ଷାମନ୍ତ୍ରୀ ବୋଲି ଦୃଢ଼ତା ଦେଖାଇଲେ ଲେନିନ୍। ଧର୍ମେନ୍ଦ୍ର ନା ନେତା ଥିଲେ ନା ଆଗକୁ ନେତା ହୋଇପାରିବେ। ହାଉସରେ କେବେ ଓଡିଶା କଥା ଉଠାଉ ନାହାଁନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବ୍ୟାସ କବି କିଏ ? ମହାନ ସହିତ୍ୟକାର ନା ଚାଟୁକାର ? ଏବେ ସନ୍ଧେହ ହେଉଛି ରେଭାନ୍ସ ପରେ ଫକୀରମୋହନ ପାଳି କି ବୋଲି ପ୍ରଶ୍ନ କରିଛି ବିଜେଡି। କଟକ ସାଂସଦ ଭର୍ତ୍ତୃହରି ମହତାବ ଜ୍ଞାନୀ ଗୁଣି କହୁଛନ୍ତି। ଏବେ ରେଭେନ୍ସା ଓ ଫକୀର ମୋହନଙ୍କ ପ୍ରସଙ୍ଗରେ ତାଙ୍କର ମତ ଜାଣିବା ଦରକାର ବୋଲି କହିଛି ବିଜେଡ଼ି।
ଜନବିରୋଧି ଲୋକଙ୍କୁ ରାଜ୍ୟ ବିଜେପି ଆପଣେଇ ନେଉଛି: ବିଜେଡ଼ି
ଭୁବନେଶ୍ୱର : ପ୍ରେସମିଟ୍ କରି ଓଡ଼ିଶା ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସେ କହିଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ ଅପରାଧ ପାଇଁ ଲୋକ ଅତିଷ୍ଟ ଥିଲେ । ଜଣେ ଜନବିରୋଧି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଦଳରୁ ନିଲମ୍ବିତ କଲେ । ସେହି ଲୋକଙ୍କୁ ଆଜି ରାଜ୍ୟ ବିଜେପି ଆପଣେଇନେଉଛି । ଯେଉଁ ଲୋକ ଗାଡି ଚଢେଇ ଦେଉଛି, ଗୁଣ୍ଡାଗର୍ଦ୍ଦି କରୁଛି ସେହି ଲୋକଙ୍କୁ ରାଜ୍ୟ ବିଜେପି ଆପଣେଇନେଉଛି କେମିତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ପ୍ରଶାନ୍ତ ଜଗଦ୍ଦେବ୍ ଯେତେବେଳେ ମାତାଲ ଅବସ୍ଥାରେ ଗାଡି ଚଢାଇ ମାରିବାକୁ ଯାଉଥିଲେ ସେତେବେଳେ ଓଡ଼ିଶା ବିଜେପିର ନେତାମାନେ ଭାରି ଜୋରରେ ଗଳାଫଟାଇ ଚିତ୍କାର କରୁଥିଲେ । ଦିନେ ଯେଉଁମାନେ ଗଳାଫଟାଇ କହୁଥିଲେ ଏହି ଲୋକ ମାତାଲ, ଅପରାଧି କିନ୍ତୁ ଆଜି ସେହି ଦଳର ଉତ୍ତରୀୟ ପକାଇ କୋଳେଇ ନେବାପାଇଁ ସେହି ନେତାମାନେ ବ୍ୟାକୁଳ ହେଉଥିଲେ । କିନ୍ତୁ ଆଜି ରାଜ୍ୟ ବିଜେପିର ନେତାନେତ୍ରୀମାନେ କର୍ମୀଙ୍କୁ କଣ ଉତ୍ତରଦେବେ ।  ଆପଣ ଭାବନ୍ତୁ ବିଜୁ ଜନତା
ଦଳ ବା ରାଜ୍ୟ ସରକାର ଅପରାଧିକ ମାମଲାକୁ ଗୁରୁତ୍ୱ ଦିଅନ୍ତି ତେଣୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ନିଲମ୍ବିତ କରିଥିଲେ । କିନ୍ତୁ ଓଡ଼ିଶା ବିଜେପି ଆଜି ହସି ହସି ସେହି ଜନବିରୋଧି ଲୋକଙ୍କୁ କେମିତି କୋଳେଇ ନେଲା ? ଯେଉଁ ମାନେ ଅପରାଧି ଜନ ବିରୋଧି ଯେଉଁ ମାନଙ୍କୁ ବିଜେଡି ବହିଷ୍କାର କରୁଛି ସେହି ଲୋକଙ୍କୁ ଆପଣେଇ ନେଉଛି ଓଡ଼ିଶା ବିଜେପି କିନ୍ତୁ କାହିଁକି ହଠାତ ଏମିତି ମତ ବଦଳିଲା ରାଜ୍ୟ ବିଜେପିର । ସବୁଠୁ ଅଧିକ ଚିନ୍ତିତଥିବେ ପୃଥିବୀରାଜ ହରିଚନ୍ଦନ କାରଣ ଅତି ଲଜ୍ୟାଜନକ ପରାସ୍ତ କରିଥିଲେ । ପ୍ରଶାନ୍ତ ଜଗଦ୍ଦେବ ଜେତେବେଳେ ଅପରାଧ ଘଟାଇଥିଲେ ସେତେବେଳେ ପୃଥିବୀରାଜ ଭାରି ଚିତ୍କାର କରୁଥିଲେର କିନ୍ତୁ ଆଜି ଚୁପ କାହିଁକି । ଓଡ଼ିଶା ବିଜେପି ନୂଆ ନେତା ସୃଷ୍ଟି କରିବାରେ ବିଫଳ ତେଣୁ ତଡାଖିଆ ନେତାଙ୍କୁ ନିଜ ଦଳରେ ସାମିଲ କରୁଛି । ଏ ଯେଉଁ ଡବଲ ଷ୍ଟାଣ୍ଡାଡ କଥାବାର୍ତ୍ତା ଏବେ ସାମ୍ନାକୁ ଆସିଲା ।
ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗ, କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି
ଭୁବନେଶ୍ବର: ମହିଳାଙ୍କ ବିରୋଧରେ ହିଂସା ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେଡି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଲା ବିଜେଡ଼ି। ଓଡ଼ିଶାରେ ପଂଚାୟତ , ପୌର ନିର୍ବାଚନ ଓ ଉପ ନିର୍ବାଚନ ରେ ବିଜେପି ବରସମ୍ବର ହାରି ହତତ୍ସାହିତ ହୋଇଛି। ହାରିଯାଇଥିବା କର୍ମୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଉଦ୍ୟମ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ଏବେ NCRB ର ପିପୋର୍ଟ ସମସ୍ତଙ୍କ ପାଇଁ ଉପଲବ୍ଧ ରହିଛି। ଏଣୁ କେନ୍ଦ୍ରମନ୍ତ୍ରୀ ଏହାକୁ ପରଖି ଉପସ୍ଥାପନା କରିବାର ଥିଲା। ଏହା ସ୍ପଷ୍ଟ କରୁଛି ଯେ ମହିଳାଙ୍କ ଉପରେ ଅଧିକ ହିଂସା ଉତ୍ତରପ୍ରଦେଶ,କର୍ଣ୍ଣାଟକ, ମହାରାଷ୍ଟ୍ର ଆଉ ପଶ୍ଚିମବଙ୍ଗରେ ଅଧିକ ରହିଛି । ଏହି ସବୁ ବିଜେପି ଶାସିତ ରାଜ୍ୟରେ ସବୁଠୁ ଅଧିକ ମହିଳାଙ୍କ ଉପରେ ହିଂସା ହୋଇଛି । ଉତ୍ସାହିତ କରିବା ଭୁଲ ନୁହେଁ ହେଲେ କର୍ମୀଙ୍କୁ ଅର୍ଦ୍ଧସତ୍ୟ ତଥ୍ୟ ଦେଇ ଓଡ଼ିଶାକୁ ଅଧିକ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।
ରାଜ୍ୟର ସଫଳତାରେ ଖୁସି ହେବା ଶିଖୁ ବିଜେପି: ବିଜେଡି
ଭୁବନେଶ୍ୱର: ଯେତେବେଳେ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କଲା, ସେତେବେଳେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ସମେତ ୧୪୦ କୋଟି ଭାରତୀୟ ଖୁସି ଓ ଗର୍ବ ଅନୁଭବ କରିଥିଲେ । କିନ୍ତୁ ଓଡ଼ିଶା ବିଜେପିର ପ୍ରତିକ୍ରିୟା ଏପରି ଥିଲା ଯେମିତିକି ଏକ ବଡ ଧରଣର ଦୁଃଖଦ ଓ ଖରାପ ଘଟଣା ଘଟିଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ରାଜ୍ୟ ଓ ଦେଶ ପାଇଁ କୌଣସି ଭଲ ଘଟଣା ଘଟିଲେ କେତେ ଖୁସି ଲାଗେ ତାହା ବିଜୁ ଜନତା ଦଳକୁ ଓଡ଼ିଶା ବିଜେପି ନଶିଖାଉ । ରାଷ୍ଟ୍ର ନିର୍ମାଣ ଓ ରାଜ୍ୟ ନିର୍ମାଣ ପାଇଁ ହେଉଥିବା କଲ୍ୟାଣମୂଳକ କାର୍ଯ୍ୟରେ ସବୁବେଳେ ଅଧିକ ଖୁସି ବ୍ୟକ୍ତ କରିଥାନ୍ତି ବିଜୁ ଜନତା ଦଳର କର୍ମୀ । ଓଡ଼ିଶାରେ ଯେତେବେଳେ କିଛି ଭଲ କାମ ହେଉଛି ସେତେବେଳେ ରାଜ୍ୟ ବିଜେପିର କର୍ମୀ ଓ ନେତା ଦୁଃଖିତ ନହୋଇ ଖୁସି ହୁଅନ୍ତୁ ବୋଲି ଆମେ ଅନୁରୋଧ କରୁଥିବା ଡକ୍ଟର ମହାନ୍ତି କହିଛନ୍ତି ।
ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର: ବିଜେଡି
ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଉପରେ ବର୍ଷିଲା ବିଜେଡି। କିଛିଦିନ ତଳେ କିଡନୀ ଓ ମାନସିକ ରୋଗ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ ଜୟନାରାୟଣ। ହେଲେ ମାନସିକ ରୋଗ ଚିକିତ୍ସା ଅଧାରୁ ଛାଡ଼ି ଚାଲିଆସିଛନ୍ତି । ଏବେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ବିରୋଧୀ ଦଳ ନେତା। ଏଭଳି ଅବସ୍ଥାରେ ବିଧାୟକ ସୌମ୍ୟ ପଟ୍ଟନାୟକଙ୍କୁ ସମର୍ଥନ ଦେବାକୁ ଏବେ ଆଗେଇ ଆସିଛନ୍ତି ଜୟନାରାୟଣ। କିନ୍ତୁ ସୌମ୍ୟ ଯଦି କହିବେ ବିଜେପିରେ ଯୋଗ ଦେବି, ତେବେ ସେ ଡିପ୍ରେସନକୁ ପଳାଇବେ ବୋଲି କହି ଜୟନାରାୟଣଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି। ପ୍ରଭୁ ଜଗନ୍ନାଥ ଜୟନାରାୟଣଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ଲେନିନ୍।
ଅନ୍ୟପକ୍ଷରେ, ଅତି ଅପମାନଜନକ ସ୍ଥିତିରେ ସୌମ୍ୟ ପଟ୍ଟନାୟକଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା। ସସପେଣ୍ଡ ହେବା ପରେ ସୌମ୍ୟ ପଟ୍ଟନାୟକ କଂଗ୍ରେସକୁ ଓଡ଼ିଶାରେ ଫିନିସ କରିଦେବାକୁ ପ୍ରତିଜ୍ଞା କରିଥିଲେ। ହେଲେ ଏବେ ସୌମ୍ୟଙ୍କୁ କଂଗ୍ରେସ ପୁଣି ସ୍ବାଗତ କରିବ କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପିସିସି ସଭାପତିଙ୍କ ଏଭଳି ବିବୃତି ଆମ ନଜରକୁ ଆସିଛି।
ହେଲେ ପିସିସି ସଭାପତିଙ୍କ ଏହି କଥା ନିହାତି ହାସ୍ୟାସ୍ପଦ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା। ସମ୍ଭବତଃ ସେହି ପ୍ରତିଜ୍ଞା ପୂରଣ ପାଇଁ ସୌମ୍ୟଙ୍କୁ କଂଗ୍ରେସକୁ ଡାକୁଛନ୍ତି ଶରତ। ଓଡ଼ିଶାରେ ବିଜେପିକୁ ଶକ୍ତିଶାଳୀ କରିବାକୁ ଶରତ ଓ ସୌମ୍ୟ ଯୋଜନା କରୁଛନ୍ତି। ସେଥିପାଇଁ ସୌମ୍ୟଙ୍କୁ କଂଗ୍ରେସରେ ସ୍ୱାଗତ ପାଇଁ କହୁଛନ୍ତି ଶରତ। ଶରତଙ୍କ ସହ ମିଶି ଓଡ଼ିଶାରୁ କଂଗ୍ରେସକୁ ସୌମ୍ୟ ଫିନିସ କରିଦେବେ ବୋଲି କହିଛନ୍ତି ତୁମ୍ବନାଥ ପଣ୍ଡା।
ଭୁବନେଶ୍ୱର: ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ସମୀର ମହାନ୍ତିଙ୍କ ଟ୍ବିଟର ଜବାବ ଦେଇଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି । ଲେନିନ କହିଛନ୍ତି, ରାଜନୀତିରେ ତିଷ୍ଠି ରହିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି ସମୀର । କୌଣସି ଘଟଣା ଉପରେ ନ ଜାଣି ଅର୍ଥହୀନ ଟ୍ୱିଟ୍ କରୁଛନ୍ତି ସମୀର । ଲେନିନ ମହାନ୍ତି ଟ୍ୱିଟ୍ କରି ସମୀରଙ୍କୁ ଟାର୍ଗେଟ କରିଛନ୍ତି ।
ଲେନିନ ନିଜ ଟ୍ୱିଟରେ ଲେଖିଛନ୍ତି, ‘ବିଜେପି ନେତା ସମୀର ମହାନ୍ତି ରାଜ୍ୟ ବିଜେପି ସଭାପତି ପଦରୁ ବିଦା ହେବାପରେ ନିଜର ରାଜନୈତିକ ସ୍ଥିତି ହରାଇଛନ୍ତି । ରାଜନୀତିରେ ତିଷ୍ଠି ରହିବାପାଇଁ ଆପ୍ରାଣ ଉଦ୍ୟମ ସହିତ ଆଜିକାଲି ସେ ଟ୍ବିଟ ଜରିଆରେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରୁଛନ୍ତି । ଆମେ ତାଙ୍କର ନିରାଶା ଏବଂ ହତାଶାକୁ ବୁଝୁଛୁ । ପୂର୍ବତନ ରାଜ୍ୟ ବିଜେପି ସଭାପତି ତାଙ୍କର ଅର୍ଥହୀନ ଏବଂ ବୁଦ୍ଧିହୀନ ଟ୍ବିଟ ଜରିଆରେ ରାଜନୀତିରେ ପ୍ରାସଙ୍ଗିକ ହୋଇ ରହିବା ଏବଂ ଓଡ଼ିଶା ବିଜେପି ରାଜନୀତିରେ ନିଜର ରାଜନୈତିକ ଅସ୍ତିତ୍ୱ ଖୋଜିବାକୁ ଚେଷ୍ଟା କରୁଥିବାରୁ ଆମେ ତାଙ୍କ ପ୍ରତି ସହାନୁଭୂତି ଦେଖାଉଛୁ । ଆମେ ଆଶା କରୁଛୁ ଯେ ତାଙ୍କର ଓଡିଶା ବିଜେପି ସହକର୍ମୀମାନେ ତାଙ୍କ ପ୍ରତି ଅନୁରୂପ ଭାବେ ଅଧିକ ଦୟା ଏବଂ ସହାନୁଭୂତି ଦେଖାଇବେ ।”