Test Series - The Sakala

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା: ସାରାଂଶ ଜୈନ୍‌ ନୂଆ ମୁହଁ, ଫେରିଲେ ଜାଡେଜା ଓ ବୁମରା
ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ଗିଲ୍‌ଙ୍କ ନେତୃତ୍ବରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ଏହି ଦଳରେ ଅଫ୍-ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି। ସେହିପରି ଦୀର୍ଘ ଦିନର ବ୍ୟବଧାନ ପରେ ଭେଟେରାନ୍ ସ୍ପିନ୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବଂ ଦ୍ରୁତ ବୋଲର ଯଶପ୍ରୀତ ବୁମରା ମଧ୍ୟ ରେଡ୍-ବଲ୍ ଫର୍ମାଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ୍ ପାଇଁ ଘୋଷିତ ଦଳରେ ୱାଶିଂଟନ୍ ସୁନ୍ଦରଙ୍କ ଅନୁପସ୍ଥିତି କାରଣରୁ ସାରାଂଶ ଜୈନଙ୍କୁ ସୁଯୋଗ ମିଳିଛି। ସୁନ୍ଦରଙ୍କ ଡାହାଣ ଗୋଡ଼ର ହାମଷ୍ଟ୍ରିଙ୍ଗ୍ ସମସ୍ୟା ଥିବାରୁ ସେ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ନିକଟରେ ଶ୍ରୀଲଙ୍କା ଗସ୍ତରେ ଇଣ୍ଡିଆ-ଏ (India A) ପକ୍ଷରୁ ଖେଳି ସାରାଂଶ ଚମତ୍କାର ପ୍ରଦର୍ଶନ କରିଥିଲେ। ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟରେ ସେ ଅପରାଜିତ ୭୦ ରନ୍ ସଂଗ୍ରହ କରିବା ସହ ୬ଟି ୱିକେଟ୍ ଅକ୍ତିଆର କରିଥିଲେ। ନିଜର ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ରେ ସେ ମୋଟ ୨୨୨୩ ରନ୍ ଏବଂ ୧୮୮ ୱିକେଟ୍ ନେବାର ରେକର୍ଡ ରଖିଛନ୍ତି।

ଅନ୍ୟପକ୍ଷରେ, ଆଇପିଏଲ୍ ୨୦୨୬ ସମୟରେ ଆହତ ହୋଇଥିବା ରବୀନ୍ଦ୍ର ଜାଡେଜା ସୁସ୍ଥ ହୋଇ ଦଳକୁ ଫେରିଥିବା ବେଳେ ଯଶପ୍ରୀତ ବୁମରାଙ୍କ ଉପଲବ୍ଧତା ତାଙ୍କ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ଉଭୟ ଖେଳାଳି ନଭେମ୍ବର ୨୦୨୫ ପରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳକୁ ଫେରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ ଯୁବ ବ୍ୟାଟର ଶୁଭମନ ଗିଲ୍। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ (WTC) ଅନ୍ତର୍ଗତ ଖେଳାଯିବାକୁ ଥିବା ଏହି ସିରିଜ୍ ପୂର୍ବରୁ ଭାରତୀୟ ଦଳ ଅଗଷ୍ଟ ୭ ତାରିଖରୁ କଲମ୍ବୋରେ ଏକ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ:
ଶୁଭମନ ଗିଲ୍ (ଅଧିନାୟକ), କେ.ଏଲ୍ ରାହୁଲ (ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ୍, ରିଷଭ ପନ୍ତ (ୱିକେଟ୍ କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ୍ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଗୁରନୁର ବ୍ରାର, ଦେବଦୂତ୍ତ ପାଡିକଲ ଏବଂ ସାରାଂଶ ଜୈନ।

ଆଜିଠୁ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ଵିତୀୟ ଟେଷ୍ଟ, ସିରିଜ୍ କବଜା ଲକ୍ଷ୍ୟରେ ଖେଳିବ ଟିମ୍ ଇଣ୍ଡିଆ
ପୋର୍ଟ ଅଫ୍ ସ୍ପେନ୍: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ଟେଷ୍ଟ ସିରିଜର ଦ୍ଵିତୀୟ ତଥା ଶେଷ ଟେଷ୍ଟ ମୁକାବିଲା ଆଜିଠୁ ତ୍ରିନିଦାଦରେ ଖେଳାଯିବ । ଡୋମିନିକାରେ ଖେଳାଯାଇଥିବା ଏହି ସିରିଜର ପ୍ରଥମ ଟେଷ୍ଟକୁ ଭାରତ ତିନି ଦିନି ମଧ୍ୟରେ ଏକ ପାଳି ଓ ୧୪୧ ରନରେ ଜିତିଥିଲା । ଏହି ମ୍ୟାଚରେ ଭାରତୀୟ ସ୍ପିନରଙ୍କୁ ମୁକାବିଲା କରିବା ଘରୋଇ ଦଳ ବ୍ୟାଟରଙ୍କ ଲାଗି କଷ୍ଟକର ହୋଇଥିଲା । ଭାରତର ଏହି ପ୍ରଭାବୀ ଖେଳକୁ ଦେଖିଲେ ଦଳ ଦ୍ଵିତୀୟ ଟେଷ୍ଟରେ ମଧ୍ୟ ସହଜରେ ଜିତିନେବା ବୋଲି ଜଣାପଡୁଛି । ଫଳରେ ସିରିଜ୍ କବଜା କରିବା ଲକ୍ଷ୍ୟରେ ଆଜି ପଡିଆକୁ ଓଲ୍ହାଇବା ଟିମ୍ ଇଣ୍ଡିଆ ।

ଦୁଇ ଦଳ ମଧ୍ୟରେ ଏହା ହେବ ୧୦୦ତମ ଟେଷ୍ଟ । ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚର ମହତ୍ତ୍ୱକୁ ହୃହବୋଧ କରିଛନ୍ତି । ପ୍ରଥମ ମ୍ୟାଚ୍ ଭଳି ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଘରୋଇ ଦଳ ଉପରେ ଆଧିପତ୍ୟ ଜାରି ରଖି ସିରିଜ୍ କ୍ଲିନ୍ ସୁଇପ୍ କରିବାକୁ ତାଙ୍କ ଦଳ ଉଦ୍ୟମ କରିବ ବୋଲି ରୋହିତ କହିଛନ୍ତି । ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ମଧ୍ୟ ଏହି ଟେଷ୍ଟ ତାଙ୍କ କ୍ୟାରିୟର ଦୃଷ୍ଟିରୁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇପାରେ । ନିଜ ଅନ୍ତର୍ଜାତୀୟ କ୍ୟାରିୟରକୁ ପ୍ରଲମ୍ବିତ କରିବାକୁ ହେଲେ ରାହାଣେଙ୍କୁ ବଡ଼ ଇନିଂସ୍ ଖେଳିବାକୁ ପଡ଼ିବ ।

ଆଜିଠୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପରେ ଭାରତ ପୁଣି ଡିସେମ୍ବର-ଜାନୁୟାରୀରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଟେଷ୍ଟ ଖେଳିବ । ତେଣୁ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରି ଦଳରେ ନିଜ ସ୍ଥାନ ସୁଦୃଢ କରିବାକୁ ରାହାଣେ ଭଳି ଖେଳାଳିଙ୍କ ପାଇଁ ଏହି ମ୍ୟାଚ୍ ଶେଷ ସୁଯୋଗ ହେବ । ଗତ ୧୮ ମାସରେ ରାହାଣେ ନିଜ ପ୍ରଥମ ଟେଷ୍ଟ ଖେଳିବାକୁ ସୁଯୋଗ ପାଇଥିଲେ । ତାହା ପୁଣି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲରେ । ଅଷ୍ଟ୍ରେଲିଆ ବିପକ୍ଷ ସେହି ମ୍ୟାଚରେ ରାହାଣେ ଭାରତ ପକ୍ଷରୁ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ତେବେ ଡୋମିନିକାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟରେ ତାଙ୍କୁ ବ୍ୟାଟିଂ କରିବାକୁ ସୁଯୋଗ ମିଳିନଥିଲା । କାରଣ ଭାରତ କେବଳ ଥରେ ବ୍ୟାଟିଂ କରିଥିଲା ଓ ଇନିଂସ୍ ବିଜୟ ହାସଲ କରିଥିଲା ।

ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତ ଥରେ ବ୍ୟାଟିଂ କରିବାକୁ ଚାହିଁବ । ଏଭଳି ସ୍ଥିତିରେ ରାହାଣେଙ୍କୁ ସୁଯୋଗର ଫାଇଦା ଉଠାଇବାକୁ ହେବ । କାରଣ ପିଠି ଅସ୍ତ୍ରୋପଚାର ପରେ ସମ୍ପ୍ରତି ସୁସ୍ଥ ହେଉଥିବା ଶ୍ରେୟସ ଆୟର ଦକ୍ଷିଣ ଆଫ୍ରିକା ଗସ୍ତ ବେଳକୁ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ସମ୍ଭାବନା ରହିଛି । ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ଦକ୍ଷିଣ ଆଫ୍ରିିକା ଭଳି ଚ୍ୟାଲେଞ୍ଜିଂ ଗସ୍ତରେ ରାହାଣେଙ୍କ ଭଳି ଇନ୍ ଫର୍ମ ଓ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ।