Delhi Ordinance - The Sakala

ପୁଣି ସରଗରମ ହେବ ସଂସଦ: ଆଜି ଆସିପାରେ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌
ନୂଆଦିଲ୍ଲୀ: ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା କରିବା ଦାବିକୁ ନେଇ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଜୁଲାଇ ୨୦ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ଚାଲିଥିଲା ବେଳେ ସୋମବାର ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ତେବେ ମଣିପୁର ପ୍ରସଙ୍ଗ ବ୍ୟତୀତ ଦିଲ୍ଲୀ ଅଧ୍ୟାଦେଶ ବିଲ୍‌କୁ ନେଇ ପୁଣିଥରେ ସଂସଦ ସରଗରମ ହୋଇଛି। କେନ୍ଦ୍ର ସରକାର ସୋମବାର ଏହି ବିଲ ଆଗତ କରିବାକୁ ପ୍ରସ୍ତୁତି ନେଇଥିଲେ। କିନ୍ତୁ ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଏହା ହୋଇପାରିନାହିଁ। ତେବେ ଆସନ୍ତାକାଲି ଏହି ବିଲ୍‌ ଆଗତ କରାଯିବାର ଯଥେଷ୍ଟ ସମ୍ଭାବନା ଥିବାରୁ ବିରୋଧୀ ମହଲ ପୁଣିଥରେ ଶାସକ ଗୋଷ୍ଠୀ ବିରୋଧରେ ହୁଙ୍କାର ଦେଇଛନ୍ତି।

ଏହି ବିଲ୍‌କୁ କୌଣସିମତେ ପାସ୍‌ ନକରାଇବାକୁ ଆପ୍‌ ଆପ୍ରାଣ ଉଦ୍ୟମ ଚଳାଇଛି। ଏହି ବିଲକୁ ସଂସଦରେ ବିରୋଧ କରିବାକୁ ଆପ୍‌ ପକ୍ଷରୁ ପୂର୍ବରୁ ସବୁ ବିରୋଧ ଦଳଗୁଡିକୁ କୁହାଯାଇଥିଲା ବେଳେ କଂଗ୍ରେସ ସମେତ ଅନ୍ୟ ବହୁ ବିରୋଧ ଦଳ ଏହି ବିଲ୍‌ ବିରୋଧରେ ମତ ଦେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। କିନ୍ତୁ ସେପଟେ ଏହି ବିଲକୁ ଆଇନରେ ପରିଣତ କରିବାକୁ ଶାସକ ଗୋଷ୍ଠୀ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ଅଧ୍ୟାଦେଶ ବିଲକୁ ନେଇ ସଂସଦରେ ଶାସକ ଏବଂ ବିରୋଧୀଙ୍କ ଅଗ୍ନି ପରୀକ୍ଷା ହେବାକୁ ଯାଉଛି। ଏହି ପରୀକ୍ଷା ୨୦୨୪ ନିର୍ବାଚନ ପାଇଁ ସେମି ଫାଇନାଲ ହୋଇପାରେ ବୋଲି ରାଜନୀତିକ ବିଶାରଦମାନେ ମତ ଦେଇଛନ୍ତି।

ଶାସକ ଗୋଷ୍ଠୀ ଏହି ବିଲକୁ ଲୋକସଭାରେ ପାସ୍‌ କରାଇବା ନେଇ କୌଣସି ସମସ୍ୟା ନାହିଁ। କାରଣ ସରକାରଙ୍କ ପକ୍ଷରେ ଯେତିକି ସାଂସଦଙ୍କ ସମର୍ଥନ ରହିଛି ତଦ୍ବାରା ଏହାକୁ ସହଜରେ ଅନୁମୋଦନ ମିଳିଯିବ। କିନ୍ତୁ ରାଜ୍ୟସଭାରେ ଏହି ବିଲ ପାସ୍‌ ନେଇ ଅଙ୍କକଷା ଚାଲିଛି। ରାଜ୍ୟସଭାରେ ଏହାକୁ ପାସ୍‌ କରାଇବା ନେଇ ଶାସକ ଗୋଷ୍ଠୀ ନିକଟରେ କିଛି ସାଂସଦଙ୍କ କମ୍‌ ରହିଥିଲେ ହେଁ କିଛି ଆଞ୍ଚଳିକ ଦଳ ଏହାକୁ ସମର୍ଥନ ଦେବେ ବୋଲି କୁହାଯାଉଛି। ତେବେ ଏହି ବିଲ ଆଗତ ହେବା ପରେ ଶାସକ ଏବଂ ବିରୋଧୀଙ୍କ ଶକ୍ତିର ପରୀକ୍ଷା ଫଳ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ଏହାମଧ୍ୟରେ କେନ୍ଦ୍ର ସରକାର ଦିଲ୍ଲୀ ଅଧ୍ୟାଦେଶ ବିଲର ତିନୋଟି ଦିଗରେ ପରିବର୍ତ୍ତନ କରିଛନ୍ତି।

କେନ୍ଦ୍ରକୁ ସୁପ୍ରିମ୍ ଝଟକା: ଦିଲ୍ଲୀ ଅଧ୍ୟାଦେଶ ମାମଲାକୁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧତା ଉପରେ ନିଷ୍ପତ୍ତି ନେବ। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ ବାଦ୍ ଦେବା ଆଇନତଃ ଠିକ୍ କି ନାହିଁ ସେ ନେଇ ଏକ ଲମ୍ବା ଶୁଣାଣି ଆବଶ୍ୟକ ।

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜଧାନୀରେ ପୋଲିସ, ଆଇନ ଶୃଙ୍ଖଳା ଏବଂ ଜମି ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ହେଲେ ଏହାର ସପ୍ତାହକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ।

ଦିଲ୍ଲୀର କେଜ୍ରିୱାଲ ସରକାର କେନ୍ଦ୍ରର ଏହି ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଏହି ମାମଲାକୁ ସୁପ୍ରିମକୋର୍ଟର ସମ୍ବିଧାନ ପୀଠକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ଵ କରିଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ ଏହି ଅଧ୍ୟାଦେଶ ଏକ ନିର୍ବାଚିତ ସରକାରଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।