CJI DY Chandrachud - The Sakala
ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ ଆସନ୍ତା ୧୦ ତାରିଖ(ରବିବାର)ରେ ଅବସର ଗ୍ରହଣ କରିବେ। ଶୁକ୍ରବାର ସୁପ୍ରିମକୋର୍ଟରେ ତାଙ୍କର ଶେଷ କାର୍ଯ୍ୟ ଦିବସ ଥିଲା। ଶେଷ ଦିନରେ ସେ ୪୫ଟି ମାମଲାର ଶୁଣାଣି କରିଥFଲେ। ଏହା ପରେ ଏକ ଲାଇଭ୍‌ ଷ୍ଟ୍ରିମିଂ ‘ସେରିମୋନିୟାଲ୍‌ ବେଞ୍ଚ’ରେ ସିଜେଆଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଭାବବିହ୍ବଳ ଅଭିଭାଷଣ ରଖି ସିଜେଆଇ ଚନ୍ଦ୍ରଚୂଡ଼ କହିଥିଲେ, ‘‘ମୁଁ ବାସ୍ତବତାକୁ ସ୍ବୀକାର କରୁଛି। ଦେଶର ପ୍ରଧାନ ବିଚାରପତି ଭାବେ ଶନିବାରଠାରୁ ଆଉ ରାୟ ଦେଇପାରିବି ନାହିଁ; କିନ୍ତୁ କାହାଣୀ(କଣ୍ଟେଣ୍ଟ) ହୋଇ ରହିବି।’’ ସମାଲୋଚକଙ୍କୁ ପରିହାସ ଛଳରେ ସିଜେଆଇ କହିଛନ୍ତି ଯେ ସବୁଠାରୁ ଅଧିକ ଟ୍ରୋଲ୍‌ର ଶିକାର ହୋଇଥିବା ବିଚାରପତିଙ୍କ ମଧ୍ୟରୁ ସେ ଅନ୍ୟତମ। ସୋମବାରଠାରୁ ତାଙ୍କୁ ଟ୍ରୋଲ୍‌ କରୁଥିବା ବ୍ୟକ୍ତି ବେକାରୀ ହୋଇଯିବେ ବୋଲି କହିଛନ୍ତି।
ଏହା ସହିତ କୋର୍ଟରେ କାହାକୁ ଯଦି କଷ୍ଟ ଦେଇଥିବେ, ସେଥିପାଇଁ ତାଙ୍କୁ କ୍ଷମା କରିଦେବାକୁ ସେ ଅନୁରୋଧ କରିଥିଲେ। ପିଲାଦିନର ସ୍ମୃତି ବାଣ୍ଟି ପିତା-ମାତା ଦେଇଥିବା ପରାମର୍ଶକୁ ମନେ ପକାଇଥିଲେ। ପରବର୍ତ୍ତୀ ପ୍ରଧାନ ବିଚାରପତି (୫୧ତମ) ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ସମେତ ଅନ୍ୟ ବିଚାରପତି ଏବଂ ଓକିଲଙ୍କ ଉପସ୍ଥିତିରେ ସିଜେଆଇ ଭାବୁକ ହୋଇ ଯାଇ ଦୀନହୀନଙ୍କ ସେବା କରିବାଠାରୁ ବଡ଼ ସେବା ଆଉ କିଛି ନାହିଁ ବୋଲି କହିଥିଲେ। କୋର୍ଟରୁ ସବୁବେଳେ ତାଙ୍କୁ ପ୍ରେରଣା ମିଳୁଥିଲା ବୋଲି ଉଲ୍ଲେଖ କରି ସେ ସୁପ୍ରିମକୋର୍ଟ ବାର୍‌ ଆସୋସିଏସନକୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଖନ୍ନା, ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ, ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ ଅଧ୍ୟକ୍ଷ କପିଲ ଶିବଲ, ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭୀ ପ୍ରମୁଖ ସିଜେଆଇଙ୍କ କାର୍ଯ୍ୟଦକ୍ଷତା ଏବଂ ଯୁବସୁଲଭତାକୁ ପ୍ରଶଂସା କରିଥିଲେ।
ସୂଚନା ଅନୁଯାୟୀ, ସିଜେଆଇ ୨୦୧୬ ମେ’ ୧୩ରେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତିରୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ସେ ନିଜ କାର୍ଯ୍ୟକାଳରେ ୧୨୭୪ ଖଣ୍ଡପୀଠରେ ସାମିଲ ହୋଇ ମୋଟ ୬୧୨ଟି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମକୋର୍ଟର ଏବେକାର ସମସ୍ତ ବିଚାରପତିଙ୍କଠାରୁ ସିଜେଆଇ ଚନ୍ଦ୍ରଚୂଡ଼ ସର୍ବାଧିକ ନିଷ୍ପତ୍ତି ଲେଖିଛନ୍ତି। ତାଙ୍କ ୨ ବର୍ଷର କାର୍ଯ୍ୟକାଳରେ ସେ ଧାରା ୩୭୦, ରାମ ଜନ୍ମଭୂମି ମନ୍ଦିର, ୱାନ୍‌ ରାଙ୍କ ୱାନ୍‌ ପେନ୍‌ସନ୍, ମଦ୍ରାସା ମାମଲା, ସବରିମାଲା ମନ୍ଦିର ବିବାଦ, ନିର୍ବାଚନ ବଣ୍ଡ୍‌ର ବୈଧତା ଏବଂ ସିଏଏ-ଏନ୍‌ଆର୍‌ସି ଭଳି ବହୁ ଚର୍ଚ୍ଚିତ ମାମଲା ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି।
ନୂଆଦିଲ୍ଲୀ: ଦେଶର ୫୦୦ରୁ ଅଧିକ ଜଣାଶୁଣା ଆଇନଜୀବୀ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଡି.ଓ୍ବାଇ.ଚନ୍ଦ୍ରଚୁଡ଼ଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁମାନେ ଏହି ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ବରିଷ୍ଠ ଆଡଭୋକେଟ୍ ହରିଶ ସାଲଭେଙ୍କ ଠାରୁ ଆରମ୍ଭ କରି ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସଭାପତି ମନନ କୁମାର ମିଶ୍ର ପର୍ଯ୍ୟନ୍ତ ଅନେକଙ୍କ ନାମ ରହିଛି। ଏହି ଓକିଲମାନେ ନ୍ୟାୟପାଳିକାର ଅଖଣ୍ଡତା ପ୍ରତି ବିପଦ ଥିବା ନେଇ ଉଦବେଗ୍ ପ୍ରକାଶ କରିଛନ୍ତି। ଏହି ଆଇନଜୀବୀମାନେ କହିଛନ୍ତି ଯେ କିଛି ‘ସ୍ୱତନ୍ତ୍ର ଗୋଷ୍ଠୀ’ ନ୍ୟାୟିକ ପ୍ରକ୍ରିୟାକୁ ପ୍ରଭାବିତ କରିବାକୁ ଏବଂ କୋର୍ଟର ନିଷ୍ପତ୍ତି ଉପରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଛନ୍ତି। ଏହି ଗୋଷ୍ଠୀ ରାଜନୈତିକ ଉଦ୍ଦେଶ୍ୟ ସହିତ ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ନ୍ୟାୟପାଳିକାର ଭାବମୂର୍ତ୍ତିକୁ ଖରାପ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଚିଠିରେ ଦର୍ଶାଯାଇଛି।
ଚିଠିରେ କୁହାଯାଇଛି ଯେ, ରାଜନୈତିକ ଚେହେରା ସହ ଜଡିତ ଦୁର୍ନୀତି  ମାମଲରେ ଏଭଳି ଘଟୁଥିବା  ସ୍ପଷ୍ଟ ଦେଖାଯାଉଛି। ଏପରି ପରିସ୍ଥିତିରେ କୋର୍ଟର ନିଷ୍ପତ୍ତିକୁ ପ୍ରଭାବିତ କରିବା ଏବଂ ନ୍ୟାୟପାଳିକାକୁ ଅପମାନିତ କରିବାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛୁ। ଆହୁରି ମଧ୍ୟ କୁହାଯାଇଛି ଯେ, କିଛି ଗୋଷ୍ଠୀ ମିଥ୍ୟା କାହାଣୀ ସୃଷ୍ଟି କରି ନ୍ୟାୟପାଳିକାର କାର୍ଯ୍ୟକଳାପର ଭୁଲ ଚିତ୍ର ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି।  ଏହି ଗୋଷ୍ଠୀଗୁଡିକ ବର୍ତ୍ତମାନର କୋର୍ଟକୁ ତଥାକଥିତ ‘ସୁବର୍ଣ୍ଣ ସମୟ’ ସହିତ ତୁଳନା କରୁଛନ୍ତି। ଫଳରେ ନ୍ୟାୟିକ ନିଷ୍ପତ୍ତି ଉପରେ ପ୍ରଭାବ ପକାଇବା ଏବଂ ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିବା ପାଇଁ ଅପଚେଷ୍ଟା କରାଯାଉଛି।
ମଣିପୁର ଘଟଣାକୁ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ ଏବଂ କହିଲେ ‘ସରକାର କିଛି ନକଲେ, ଆମେ ନେବୁ କାର୍ଯ୍ୟାନୁଷ୍ଠାନ’
ନୂଆଦିଲ୍ଲୀ: ମଣିପୁର ଘଟଣାକୁ ନେଇ ନିଜ ଆଡୁ ଉଦ୍‌ବେଗ ପ୍ରକାଶ କରିବା ସହ ଏପରି ଘୃଣ୍ୟ ଅପରାଧକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟରେ ଏକ ସମ୍ପ୍ରଦାୟର ୨ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାକୁ ନେଇ ସାରା ଦେଶରେ କ୍ରୋଧର ନିଆଁ ଜଳୁଛି। ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
ଘଟଣାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବନି କହିଛନ୍ତି ପ୍ରଧାନ ବିଚାରପତି । ମହିଳାଙ୍କୁ ଉପକରଣ ଭାବରେ ବ୍ୟବହାର କରାଯିବା ଅତି ଜଘନ୍ୟ ଅପରାଧ । ସୋସିଆଲ ମିଡିଆରେ ଭାଇରାଲ ଭିଡିଓ ବିଚଳିତ ଓ ବିବ୍ରତ କରୁଛି । ଯଦି ସରକାର ଏହା ବିରୋଧରେ ଆକ୍ସନ ନ ନିଅନ୍ତି, ଆମେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସିଜେଆଇ କହିଛନ୍ତି । ଆସନ୍ତାକାଲି ସୁପ୍ରିମକୋର୍ଟରେ ମଣିପୁର କେସର ଶୁଣାଣି ହେବ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି ସର୍ବୋଚ୍ଚ କୋର୍ଟ । ଦୋଷୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି ।