Manipur violence - The Sakala

ମଣିପୁର ସରକାରଙ୍କ ଘୋଷଣା, ହିଂସାରେ ପ୍ରଭାବିତ ପରିବାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ମଣିପୁର ସରକାର ମେ’ ୩ରେ ହୋଇଥିବା ହିଂସାରେ ପୀଡ଼ିତ ପରିବାରଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ସରକାର ବିସ୍ଥାପିତ ପରିବାରଙ୍କ ପାଇଁ ବୁଧବାର ସ୍ଥାୟୀ ଆବାସ ଯୋଜନା ଘୋଷଣା କରିଛନ୍ତି। ହିଂସା ସମୟରେ ଯେଉଁମାନଙ୍କ ଘରେ ନିଆଁ ଲଗାଇ ଦିଆଯାଇଥିଲା କିମ୍ବା ଘର କ୍ଷତିଗ୍ରସ୍ତ ହୋଇଥିଲା, ସେମାନେ ଏହି ଆବାସ ଯୋଜନାରୁ ଲାଭ ପାଇବେ।

ଯେଉଁମାନଙ୍କର ପକ୍କା ଘର ଜଳିଯାଇଛି, ସେହି ପରିବାରକୁ ସ୍ଥାୟୀ ଆବାସ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅର୍ଦ୍ଧ ସ୍ଥାୟୀ ଘର ପୋଡ଼ିଥିଲେ କିମ୍ବା ନଷ୍ଟ ହୋଇଥିଲେ, ପରିବାରକୁ ୭ ଲକ୍ଷ ଟଙ୍କା ଦିଆଯିବ। ଏହିପରି କଚ୍ଚାଘର ବା ଅସ୍ଥାୟୀ ଘର କ୍ଷତିଗ୍ରସ୍ତ ହୋଇଥିଲେ, ପୀଡ଼ିତ ପରିବାର ୫ ଲକ୍ଷ ଟଙ୍କା ପାଇବେ। ଆଂଶିକ କ୍ଷତିଗ୍ରସ୍ତ କିମ୍ବା ପୋଡିଯାଇଥିବା ଘରଗୁଡିକର ମରାମତି ପାଇଁ ପ୍ୟାକେଜ୍ ରାଶିର ୫୦ ପ୍ରତିଶତ (ପକ୍କା/ ଅର୍ଦ୍ଧ-ପକ୍କା/ କଚ୍ଚା ଘର) ହିଂସା ପ୍ରଭାବିତ ପରିବାରକୁ ବଣ୍ଟନ କରାଯିବ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ନିକଟରେ କହିଥିଲେ ଯେ, ବିସ୍ଥାପିତ ଲୋକଙ୍କ ଅସ୍ଥାୟୀ ପୁନର୍ବାସ ପାଇଁ ୧୪୯ କୋଟି ଟଙ୍କା ବ୍ୟୟରେ ଗୃହ ନିର୍ମାଣ କରାଯାଉଛି। ରାଜ୍ୟରେ ହିଂସା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ସ୍ଥାୟୀ ଘର ତିଆରି କରାଯିବ।

ମଣିପୁର ହିଂସା ଘଟଣା: ୯ ମେତେଇ ଉଗ୍ରବାଦୀ ସଙ୍ଗଠନକୁ ବ୍ୟାନ କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସା ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୋମବାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମେତେଇ ଉଗ୍ରବାଦୀ ସଙ୍ଗଠନ ‘ପିପୁଲ୍ସ ଲିବରେସନ୍ ଆର୍ମି (PLA)’କୁ ୫ ବର୍ଷ ପାଇଁ ବେଆଇନ ଘୋଷଣା କରିଛି ମନ୍ତ୍ରଣାଳୟ। PLAର ପଲିଟିକାଲ୍‌ ଓ୍ଵିଙ୍ଗ୍‌ ରିଭୋଲ୍ୟୁସନାରୀ ପିପୁଲ୍ସ ଫ୍ରଣ୍ଟ (RPF) ଏବଂ ୟୁନାଇଟେଡ ଲିବରେସନ ଫ୍ରଣ୍ଟ (UNLF) ଉପରେ ମଧ୍ୟ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ପ୍ରତିବନ୍ଧକ ଲଗାଇଛି। ଏହି ପରି ପିଏଲ୍‌ଏର ସେନା ୱିଙ୍ଗ ମଣିପୁର ପିପୁଲ୍ସ ଆର୍ମି (MPA)କୁ ମଧ୍ୟ ବ୍ୟାନ୍‌ କରାଯାଇଛି। ପିପୁଲ୍ସ ରିଭୋଲ୍ୟୁସନାରୀ ପାର୍ଟି ଅଫ୍ କଙ୍ଗଲିପାକ୍‌ (PREPAK), ରେଡ୍ ଆର୍ମି ଏବଂ କଙ୍ଗଲିପାକ୍ କମ୍ୟୁନିଷ୍ଟ ପାର୍ଟି (କଉଚ)କୁ ଗୃହ ମନ୍ତ୍ରଣାଳୟ ୫ ବର୍ଷ ପାଇଁ ବେଆଇନ ସଙ୍ଗଠନ ଘୋଷଣା କରିଛି।

ଖବର ଅନୁଯାୟୀ, କେନ୍ଦ୍ର ସରକାର ପିଏଲ୍‌ଏ ସମେତ ମେତେଇ ସମ୍ପ୍ରଦାୟର ୯ ଉଗ୍ରବାଦୀ ସଙ୍ଗଠନକୁ ବେଆଇନ ଘୋଷିତ କରିଛନ୍ତି।

ମଣିପୁର ହିଂସା : ଯୁବକଙ୍କୁ ଜିଅନ୍ତା ଜଳାଇବାର ଭିଡିଓ ଭାଇରାଲ
ଇମ୍ଫାଲ : ମଇ ୩ରୁ ମଣିପୁରରେ ସାମ୍ପ୍ରଦାୟିକ ହିଂସା ଜାରି ରହିଛି। କୁକି ଏବଂ ମେଇତି ସମ୍ପ୍ରଦାୟ ପରସ୍ପର ଉପରେ ଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ରବିବାର ହିଂସାର ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି। ୭ ସେକେଣ୍ଡର ଏହି ଭିଡିଓରେ କୁକି ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳି ଦେଉଥିବା ଦେଖାଯାଉଛି। ଇଣ୍ଡିଜେନସ ଟ୍ରାଇବଲ ଲିଡର୍ସ ଫ୍ରଣ୍ଟ (ଆଇଟିଏଲ୍‌ଏଫ୍‌)ର ପ୍ରବକ୍ତା ଘିନ୍‌ଜା ଏହି ଭିଡିଓ ସେୟାର କରିଛନ୍ତି। ଏହା ମଇ ମାସର ଭିଡିଓ ହେଉଥିବାବେଳେ ଏବେ ସାମ୍ନାକୁ ଆସିଛି। ଭିଡିଓରେ ଜିଅନ୍ତା ବ୍ୟକ୍ତି ଜଳୁଥିବାବେଳେ ଚାରିପାଟେ ଥିବା ଲୋକଙ୍କ ଖାଲି ପାଦ ଦେଖାଯାଉଛି। ଗୁଳି ମାଡ଼ ହେଉଥିବାର ଶବ୍ଦ ମଧ୍ୟ ଶୁଭା ଯାଉଛି। ଡିଜିପି ରାଜୀବ ସିଂହ କହିଛନ୍ତି ଯେ କିଛି ସମୟ ପୂର୍ବରୁ ଭିଡିଓ ମିଳିଛି। ଏହା ଉପରେ ତଦନ୍ତ ଜାରି ରହିଛି।

ଅନ୍ୟପକ୍ଷରେ ପଶ୍ଚିମ ଇମ୍ଫାଲର ସିଙ୍ଗଜାମେଇରେ ଶନିବାର ବିଳମ୍ବିତ ରାତିରେ ଗ୍ରାମୀଣ ବିକାଶ ମନ୍ତ୍ରୀ ୱାଇ ଖେମଚନ୍ଦଙ୍କ ଘରେ ଫାଟକ ସାମ୍ନାରେ ଗ୍ରେନେଡ଼ ବିସ୍ଫୋରଣ ହୋଇଛି। ଏହି ଆକ୍ରମଣରେ ସିଆର୍‌ପିଏଫ୍‌ର ଜଣେ ଯବାନ ଆହତ ହୋଇଛନ୍ତି। ନିକଟସ୍ଥ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସୂଚନାଯୋଗ୍ୟ ଯେ ମଣିପୁର ହିଂସାରେ ଏ ପର୍ଯ୍ୟନ୍ତ ୧୮୦ ଜଣଙ୍କ ଜୀବନ ଗଲାଣି। ୧୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୫୧୭୨ ଅଗ୍ନିକାଣ୍ଡ ମାମଲା ସାମ୍ନାକୁ ଆସିଛି। ୪୭୮୬ ଘର ଏବଂ ୩୮୬ ଧାର୍ମିକ ସ୍ଥଳକୁ ଜାଳି ଦିଆଯାଇଛି ଏବଂ ଭଙ୍ଗାରୁଜା କରାଯାଇଛି।

ଥମୁନି ମଣିପୁରରେ ହିଂସାର ଚିତ୍ର, ୧୯ ଥାନା ଅଞ୍ଚଳକୁ ଛାଡ଼ି ସାରା ରାଜ୍ୟକୁ ଘୋଷଣା କରାଗାଲା ‘ଅଶାନ୍ତ କ୍ଷେତ୍ର’
ନୂଆଦିଲ୍ଲୀ: ଥମିବାର ନାଁ ନେଉନାହିଁ ମଣିପୁରରେ ହିଂସା। ଏହାରି ମଧ୍ୟରେ ବିରେନ୍‌ ସରକାର ୧୯ ଥାନା ଅଞ୍ଚଳକୁ ଛାଡ଼ି ସମଗ୍ର ରାଜ୍ୟକୁ ‘ଅଶାନ୍ତ କ୍ଷେତ୍ର’ ଘୋଷିତ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ମଣିପୁର ସରକାର ଘାଟିର ୧୯ ଥାନା ଅଞ୍ଚଳକୁ ଛାଡ଼ି ରାଜ୍ୟର ପାହାଡି ଅଞ୍ଚଳରେ (AFSPA)କୁ ୬ ମାସ ପର୍ଯ୍ୟନ୍ତ ବଢ଼ାଇଦେଇଛନ୍ତି । ଯାହା ଅକ୍ଟୋବର ୧ରୁ ଆରମ୍ଭ ହେବ। ଅଣାୟତ୍ତ ହୋଇପଡ଼ିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ, ନିକଟରେ ୩ ଛାତ୍ରଙ୍କ ମୃତ୍ୟୁ ପରେ ମଣିପୁରରେ ପୁଣି ଉତ୍ତେଜନା ବଢ଼ିଛି। ଲୋକଙ୍କ ମଧ୍ୟରେ ଅସନ୍ତୋଷ ଜାରି ରହିଛି ଏବଂ ହଜାର ହଜାର ଛାତ୍ର ପ୍ରଦର୍ଶନ କରୁଛନ୍ତି। ରାଜଧାନୀ ଇମ୍ପାଲରେ ହତ୍ୟା ବିରୋଧରେ ହଜାର ହଜାର ଛାତ୍ରଙ୍କ ପ୍ରଦର୍ଶନ ଦ୍ବିତୀୟ ଦିନରେ ଜାରି ରହିଛି। ଘଟଣାକୁ ନେଇ ଅସନ୍ତୁଷ୍ଟ ଛାତ୍ରମାନେ ବିରୋଧ ପ୍ରଦର୍ଶନ କରି ରାଲି କରୁଛନ୍ତି ଏବଂ ନାରାବାଜି ଜାରି ରଖିଛନ୍ତି।

ଥମୁନି ମଣିପୁରରେ ହିଂସାର ଚିତ୍ର: ଇଣ୍ଟରନେଟ୍ ସେବା ଆରମ୍ଭ ହେବା ମାତ୍ରେ ଭାଇରାଲ ହେଲା ନିଖୋଜ ଛାତ୍ରଙ୍କ ମୃତଦେହ
ଇମ୍ଫାଲ: ମଣିପୁରରୁ ପୁଣି ସାମ୍ନାକୁ ଆସିଛି  ହିଂସାର ଚିତ୍ର । ଇଣ୍ଟରନେଟ୍ ସେବା ଖୋଲିବା ମାତ୍ରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ନିଖୋଜ ଛାତ୍ରଙ୍କ ମୃତଦେହ । ଦୁଇ ନିଖୋଜ ଛାତ୍ରଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଫିଙ୍ଗିଦେଇଥିବା ଦେଖିବାକୁ ମିଳିଛି । ଜଣେ ଛାତ୍ରଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଛି । ଫଟୋ ଦୁଇ ଜଣ ଉଗ୍ରବାଦୀ ଜଙ୍ଗଲରେ ଅସ୍ତ୍ରଶସ୍ତ୍ର ଧରି ବସିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ହତ୍ୟା କରାଯାଇଥିବା ୨ଜଣ ଛାତ୍ର ଗତ ଜୁଲାଇ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ । ହେଲେ ଏପର୍ଯ୍ୟନ୍ତ ଛାତ୍ରଙ୍କ ମୃତଦେହ ମିଳିନାହିଁ । ଏହି ଘଟଣାରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଣିପୁର ସରକାର କହିଛନ୍ତି । ସେପଟେ ମଣିପୁର ହିଂସା ଘଟଣାରେ ସିବିଆଇ ଯାଞ୍ଚ କରୁଛି ।

ହତ୍ୟା ହୋଇଥିବା ଦୁଇ ଛାତ୍ର ଶେଷ ଥର ପାଇଁ ଜୁଲାଇରେ ଏକ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ନଜରକୁ ଆସିଥିଲେ । ଏହା ପରଠୁ ଦୁଇଜଣ ନିଖୋଜ ହୋଇଯାଇଥିଲେ । ଏବେ ସେମାନଙ୍କ ଶବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯେଉଁ ଫଟୋ ଭାଇରାଲ୍ ହେଉଛି ତାହା, ଇମ୍ଫାଲର ୨୦ ବର୍ଷୀୟ ଛାତ୍ର ଫିଝାମ ହେମଜିତ୍ ଏବଂ ୧୭ ବର୍ଷିୟ ହିଜାମ ଲିନଥୋଇଙ୍ଗବି । ଦୁଇ ଛାତ୍ର ମୈତେଇ ସମୁଦାୟରୁ ଆସୁଛନ୍ତି । ୬ ଜୁଲାଇରୁ ସେମାନେ ନିଖୋଜ ରହିଛନ୍ତି । ସୁରକ୍ଷା ଏଜେନ୍ସ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି । ଛାତ୍ରଙ୍କ ଶବ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସ୍ଥାନୀୟ ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ଆରମ୍ଭ କରିଦେଇଛନ୍ତି ।

ମଣିପୁର ହିଂସାକାଣ୍ଡ ଘଟଣାର ତଦନ୍ତ କରିବେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ
ବାରିପଦା: ମଣିପୁର ହିଂସାକାଣ୍ଡ ଘଟଣାରେ ତଦନ୍ତ ଟିମରେସାମିଲ ହେଲେ ମୟୂରଭଞ୍ଜ ଜିଲ୍ଲାର ପୁଲିସ ଅଧିକାରୀ। ତଦନ୍ତ କରୁଥିବା ସିବିଆଇ ଟିମରେ ସାମିଲ ହେଲେ ଓଡ଼ିଆ ପୁଲିସ ଅଫିସର ବିଶ୍ଵ ପ୍ରକାଶ ରାଉତ। ବିଶ୍ୱପ୍ରକାଶ ଏବେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏ ନେଇ ସିବିଆଇ ପକ୍ଷରୁ ଓଡ଼ିଶା ପୁଲିସ ମୁଖ୍ୟାଳୟକୁ ଅବଗତ କରାଯାଇଛି। ସିବିଆଇର ଅବଗତ ପରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କୁ ରିଲିଭ କରଯାଇଛି। ସିବିଆଇ ଗଠନ କରିଥିବା ଟିମରେ ୫୩ ଜଣ ଅଧିକାରୀ ରହିଛନ୍ତି, ଯେଉଁଥିରେ ୨୯ ଜଣ ମହିଳା ଅଧିକାରୀ ସାମିଲ ଅଛନ୍ତି।

ସିବିଆଇ ଟିମରେ ଜଣେ ଓଡ଼ିଶା ପୁଲିସର ଇନ୍ସପେକ୍ଟର ଯୋଗଦେଲେ ପରେ ପୁଲିସ ମହଲରେ ଖୁସିର ବତାବରଣ। ଓଡ଼ିଶା ପୁଲିସ ତରଫରୁ ତାଙ୍କୁ ମନୋନୀତ କରାଯାଇ ଥିବାରୁ ସେ ଏନେଇ ଖୁସିବ୍ୟକ୍ତ କରିଛନ୍ତି। ବିଶ୍ୱପ୍ରକାଶଙ୍କ ଘର ଯାଜପୁର ଜିଲ୍ଲାରେ ହୋଇଥିବା ବେଳେ ୨୦୧୨ ମସିହାରେ ଓଡିଶା ପୁଲିସରେ ଯୋଗ ଦେଇଥିଲେ। ୨୦୨୧ମସିହାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଞ୍ଚ ସମେତ ରାଜ୍ୟର ବିଭିନ୍ନ ଥାନାରେ ସେ କାର୍ଯ୍ୟ କରିଛନ୍ତି। ତାଙ୍କ ଦକ୍ଷତାକୁ ଦୃଷ୍ଟିରେ ରଖି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି।

ମଣିପୁରରେ ଥମୁନି ହିଂସା: ଗୁଳିକାଣ୍ଡରେ ଗୀତିକାରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ
ଇମ୍ଫାଲ: କିଛି ଦିନର ବ୍ୟବଧାନରେ ପୁଣିଥରେ ମଣିପୁରରେ ହିଂସା ବ୍ୟାପିଛି। ମେଇତି ଏବଂ କୁକି ସଂପ୍ରଦାୟ ମଧ୍ୟରେ ପୁଣି ହିଂସା ସୃଷ୍ଟି ହେବା ସହିତ ଗୁରୁବାର ସାନି ହିଂସାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଗୀତିକାର ରହିଛନ୍ତି। ଗତ ମଙ୍ଗଳବାର ଠାରୁ ଦୁଇ ସଂପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କ ମୃତ୍ୟୁ ହୋଇସାରିଛି।

ମଙ୍ଗଳବାର ବିଷ୍ଣୁପୁର ଏବଂ ଚୁରାଚନ୍ଦ୍ରପୁର ଜିଲ୍ଲା ସୀମାରେ ଏହି ଦୁଇ ସଂପ୍ରଦାୟ ମୁହାଁମହିଁ ହୋଇଥିଲେ। ଯାହାକୁ ନେଇ ବିଷ୍ଣୁପୁର ଜିଲ୍ଲାର ଖୋଇରେଣ୍ଟକ ତଲହଟି ଏବଂ ଚୁରାଚାନ୍ଦପୁର ଜିଲ୍ଲାର ଚିଙ୍ଗଫେଇ ଏବଂ ଖୋସାବୁଙ୍ଗ ଅଞ୍ଚଳରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିଥିଲା।ଏହି ଘଟଣାରେ କିଛି ଲୋକ ଆହତ ହୋଇଥିଲେ ହେଁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାପରେ ଗୁରୁବାର ପୁଣି ହିଂସା ଘଟିବା ସହିତ ଅନ୍ୟ ଅଞ୍ଚଳକୁ ବ୍ୟାପିଥିବାରୁ ମଣିପୁର ସ୍ଥିତି ପୁଣିଥରେ ଗମ୍ଭୀର ହେବାରେ ଲାଗିଛି। ତେବେ ସ୍ଥିତି ମୁକାବିଲା ପାଇଁ ବିଭିନ୍ନ ଉତ୍ତେଜନା ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମତୟନ କରାଯାଇଛି।

ପୁଣି ଉଗ୍ର ହେଉଛି ମଣିପୁର ହିଂସା; ତୱାଇରେ ଆକ୍ରମଣ, ୩ ମୃତ
ଇମ୍ଫାଲ: ସଂରକ୍ଷଣକୁ ନେଇ ମଣିପୁରରେ କୁକି ଏବଂ ମେଇତି ସମ୍ପ୍ରଦାୟ ମଧ୍ୟରେ ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଉଭୟ ସମ୍ପ୍ରଦାୟ ପୁଣି ପରସ୍ପରର ରକ୍ତ ପିପାସୁ ହୋଇ ଉଠିଛନ୍ତି। ଶୁକ୍ରବାର ସକାଳ ପ୍ରାୟ ୫ଟା ୩୦ରେ ଉଖରୁଲ ଜିଲ୍ଲା ଲିଟନ ନିକଟସ୍ଥ ତୱାଇ ଗ୍ରାମରେ ଗୁଳି ମାଡ଼ ହୋଇଛି। ଆକ୍ରମଣରେ କୁକି ଅଧ୍ୟୁଷିତ ଏହି ଗ୍ରାମର ୩ ସ୍ବେଚ୍ଛାସେବୀ ପ୍ରାଣ ହରାଇଛନ୍ତି। କୁକି ସମ୍ପ୍ରଦାୟର ସଂଗଠନ ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ (ଆଇଟିଏଲ୍‌ଏଫ୍‌) ର ମୁଖପାତ୍ରଙ୍କ ଅନୁଯାୟୀ ମେଇତି ଲୋକଙ୍କ ଆକ୍ରମଣରେ ଜମାଖୋଗିନ (୨୬), ଥାଙ୍ଗଖୋକାଇ (୩୫) ଏବଂ ହାଲସେନ (୨୪) ଙ୍କ ମୃତ୍ୟୁ ହୋଇଛି। ଲିଟନ ପୁଲିସ ଅନୁଯାୟୀ ସକାଳୁ ସକାଳୁ ପ୍ରବଳ ଗୁଳିଗୋଳା ମାଡ଼ ହେଉଥିବାର ଶବ୍ଦ ଶୁଭିଥିଲା। ଏହା ପରେ ପୁଲିସ ଆଖପାଖ ଗ୍ରାମ ଏବଂ ଜଙ୍ଗଲରେ ତଲାସୀ ଅଭିଯାନ ଆରମ୍ଭ କରିଥିଲା। ଏଠାରୁ ୩ ଜଣଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା। କିଛି ଅଙ୍ଗ ମଧ୍ୟ କଟି ଯାଇଥିଲା। ସମସ୍ତଙ୍କ ଶରୀରରେ ଛୁରା ମାଡ଼ ହୋଇଥିବାର ଚିହ୍ନ ଥିଲା। ଅନ୍ୟପକ୍ଷରେ ସିପିଆଇ-ଏମର ଏକ ପ୍ରତିନିଧିମଣ୍ଡଳ ତିନି ଦିନିଆ ମଣିପୁର ଗସ୍ତରେ ଯାଇଛି। ସେଠାକାର ସ୍ଥିତି ବିପଜ୍ଜନକ ରହିଛି ବୋଲି ନେତା ସୀତାରାମ ୟେଚୁରି କହିଛନ୍ତି। ସେହିପରି କୁକି ନେତାମାନେ ଅଲଗା ପ୍ରଶାସନ ଦାବି କରିଛନ୍ତି। ଏହାକୁ ନେଇ ଗଣତନ୍ତ୍ରରେ ସମସ୍ତେ ସ୍ବତନ୍ତ୍ର ଭାବେ ମତ ପ୍ରକାଶ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ କହିଛନ୍ତି।

ଭାଇରାଲ ଭିଡିଓ ମାମଲାର ୨ ପୀଡ଼ିତ କୁକି ମହିଳାଙ୍କ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଉପଦ୍ରବୀ ପୋଷାକ ଚିରି ପଦଯାତ୍ରା ବାହାର କରିବା ସମୟରେ ପୁଲିସ ସାହାଯ୍ୟ କରିବାକୁ ଆସି ନ ଥିଲା ବୋଲି ମହିଳା ଦାବି କରିଛନ୍ତି। ସରକାରୀ ହସ୍ପିଟାଲରେ ପୀଡ଼ିତଙ୍କୁ ଚିକିତ୍ସା ଏବଂ ଶୂନ୍ୟ ଏତଲା ରୁଜୁ ନିମନ୍ତେ ପୁଲିସ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଅନୁରୋଧ କରାଯାଇଛି। ଅକ୍ଟୋବର ୧୩ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସିଜେଆଇ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ େଜବି ପାରଦିୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ କହିଛନ୍ତି। ମଣିପୁରର ଅନ୍ୟ ମାମଲା ସହ ମିଶାଇ ଏହାର ଶୁଣାଣି କରାଯିବ।

ମଣିପୁରରେ ଥମୁନି ହିଂସା, ମୈତେଇ ସମ୍ପ୍ରଦାୟର ୩ଜଣଙ୍କୁ ହତ୍ୟା
ଇମ୍ଫାଲ: ମଣିପୁରରେ ଥମୁନି ହିଂସା । ମୈତୀ ଓ କୁକୀ ସମ୍ପ୍ରଦାୟ ପରସ୍ପର ମଧ୍ୟରେ ମୁହାଁମୁହିଁ ହୋଇ ୩ ଜଣଙ୍କ ଜୀବନ ଯାଇଛି । ରାଜ୍ୟର ବିଷ୍ଣୁପୁର ଜିଲ୍ଲାରେ ଶୁକ୍ରବାର ରାତିରେ ଘଟିଛି ଏହି ହିଂସା । ମୃତକମାନେ‌ ମୈତେଇ ସମ୍ପ୍ରଦାୟର ବୋଲି ଜଣାପଡ଼ିଛି ।

ଦୁର୍ବୃତ୍ତମାନେ ଅନେକ ଘରେ ନିଆଁ ଲଗାଇ ଦେଇଥିଲେ। ବଫର ଜୋନ ପାର୍‌ କରି କିଛି ଲୋକ ମୈତି ସମ୍ପ୍ରଦାୟ ଇଲାକାରେ ପ୍ରବେଶ କରି ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି । ପୋଲିସ ସୂଚନା ଅନୁଯାୟୀ ବିଷ୍ଣୁପୁରର କ୍ୱାକଟା ଅଞ୍ଚଳରେ ମୈତେଇ ସମ୍ପ୍ରଦାୟର ବଫର ଜୋନରେ ପଶି କିଛି ଲୋକ ଆଖିବୁଜା ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ବାପ-ପୁଅ ଥିବା ଜଣାପଡିଛି ।

ଗତକାଲି ମଧ୍ୟ ବିଷ୍ଣୁପୁରରେ ଏକ ଭିଡ଼ ଇଣ୍ଡିଆ ରିଜର୍ଭ ବାଟାଲିୟନ (ଆଇଆରବି)ର ମୁଖ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ବହୁ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ।

ପୂର୍ବତନ ସେନାମୁଖ୍ୟ ନର୍ବାଣେଙ୍କ ମନ୍ତବ୍ୟ, ମଣିପୁର ହିଂସାରେ ବିଦେଶୀ ଏଜେନ୍ସିଙ୍କ ହାତ
ନୂଆଦିଲ୍ଲୀ: ସଂରକ୍ଷଣକୁ ନେଇ ମଣିପୁର ଆରମ୍ଭ ହୋଇଥିବା ହିଂସା ଥମିବାର ନା ଧରୁନି। ଏ ପର୍ଯ୍ୟନ୍ତ ହିଂସାରେ ଅନେକ ଜୀବନ ଗଲାଣି। ଲକ୍ଷ ଲକ୍ଷ ଲୋକ ଘର ଛାଡ଼ି ଗଲେଣି। ସଡ଼କଠାରୁ ନେଇ ସଂସଦ ପର୍ଯ୍ୟନ୍ତ ସବୁଠି ଏହାର ଚର୍ଚ୍ଚା ଲାଗି ରହିଛି। ମଣିପୁର ହିଂସାକୁ ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଉଛି। ସରକାର ହିଂସା ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି ବୋଲି ବିରୋଧୀ କହୁଛନ୍ତି। ଏହାକୁ ନେଇ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ଏହା ମଧ୍ୟରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସାଂସଦ ମଣିପୁର ଗସ୍ତରେ ଯାଇ ହିଂସା ପୀଡ଼ିତଙ୍କୁ ଭେଟିଛନ୍ତି। ସେମାନେ ଉଭୟ ସମ୍ପ୍ରଦାୟର ଲୋକଙ୍କୁ ଭେଟି ସରକାରଙ୍କ ପ୍ରସ୍ତାବ ଦେବେ ବୋଲି କହିଛନ୍ତି। ଏପରି ସମୟରେ ପୂର୍ବତନ ସେନାମୁଖ୍ୟ ଏମ୍‌ ନର୍ବାଣେ ବଡ଼ ଦାବି କରିଛନ୍ତି। ମଣିପୁର ହିଂସା ପଛରେ ବିଦେଶୀ ଏଜେନ୍ସିଙ୍କ ହାତ ରହିଛି ବୋଲି ସେ ଦାବି କରିଛନ୍ତି।

ସେ ଶୁକ୍ରବାର ଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର (ଆଇଆଇସି)ରେ ଆୟୋଜିତ କାର୍ଯ୍ୟକ୍ରମରେ କହିଛନ୍ତି ଯେ କୌଣସି ଦେଶର ସୀମା ଜୟ କରିବା ଭାରତର ଉଦ୍ଦେଶ୍ୟ ନୁହେଁ। ପଡ଼ୋଶୀ ଦେଶଙ୍କ ସହ ସୃଷ୍ଟି ହୋଇଥିବା ଅସ୍ଥିରତା ଯୋଗୁଁ ନିଶା ଦ୍ରବ୍ୟ ଚୋରାଚାଲାଣ ଏବଂ ଅପରାଧ ବୃଦ୍ଧି ପାଇପାରେ। ଦେଶ ସୁରକ୍ଷା ଦାୟିତ୍ବ ପ୍ରତ୍ୟେକ ନାଗରିକଙ୍କର। ବାହାର ସୁରକ୍ଷା ସହିତ ଶକ୍ତି ଏବଂ ଉତ୍ତମ ସ୍ବାସ୍ଥ୍ୟର ଯତ୍ନ ରଖିବା ଉଚିତ। ଦେଶବାସୀ ସୁସ୍ଥ ନ ରହିଲେ ସେନାରେ ସାମିଲ ହେବାକୁ ଲୋକେ କୁଆଡୁ ଆସିବେ। ଏବେ ବି ଏହାକୁ ନେଇ ଭାରତରେ ଭଲ ରଣନୀତି ନାହିଁ। ଆମ ବିଦେଶ ନୀତି ୨ଟି ପ୍ରମୁଖ ସ୍ତମ୍ଭ ଉପରେ ତିଷ୍ଠି ରହିଛି। ଆମେ କାହାକୁ କବ୍ଜା କରିବୁ ନାହିଁ। ନିଜ ଇଚ୍ଛାକୁ କାହା ଉପରେ ଲଦି ଦେବୁନି।

ମ୍ୟାଁମାର୍‌ରୁ ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଆରମ୍ଭ

ମ୍ୟାଁମାର୍‌ରୁ ମଣିପୁର ଆସିଥିବା ଲୋକଙ୍କ ବାୟୋମାଟ୍ରିକ ଡାଟା ସଂଗ୍ରହ ଆରମ୍ଭ ହୋଇଯାଇଛି। କେନ୍ଦ୍ରର ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମଣିପୁରରେ ବେଆଇନ ଭାବେ ରହୁଥିବା ମ୍ୟାଁମାର ଲୋକଙ୍କୁ ବାହାର କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ଏନ୍‌ସିଆରବି ଅଧିକାରୀଙ୍କ ଟିମ୍‌କୁ ମଣିପୁର ପଠାଇଛି। ଅଧିକାରୀମାନେ ଡାଟା ସଂଗ୍ରହଣ କରିବାର ପ୍ରଶିକ୍ଷଣ ଦେବେ।

ଗମ୍ଭୀର ହେଉଛି ମଣିପୁର ସ୍ଥିତି: ଆକ୍ରମଣମୁଖା କୁକି, ସଙ୍କଟରେ ମେଇତି
ନୂଆଦିଲ୍ଲୀ: ମଣିପୁରର ଦୁଇ ମହିଳାଙ୍କୁ ଅମାନବୀୟ ନିର୍ଯାତନାର ଭିଡିଓ ସାମ୍ନାକୁ ଆସିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ବଢିବାରେ ଲାଗିଛି। ଇମ୍ଫାଲ ଠାରୁ ଆରମ୍ଭ କରି ଚୁରାଚନ୍ଦ୍ରପୁର, ବିଷ୍ଣୁପୁର ଏବଂ ଅନ୍ୟାନ୍ୟ ଜିଲ୍ଲାରେ ପୁଣି ମେଇତି ଏବଂ କୁକି ସଂପ୍ରଦାୟ ମୁହାଁମୁହିଁ ହୋଇଥିବା ଖବର ସାମ୍ନାକୁ ଆସିଛି। ନିର୍ଯାତିତ ଦୁଇ ମହିଳା କୁକି ସଂପ୍ରଦାୟର ହୋଇଥିବା ବେଳେ ଏବେ ମେଇତି ଲୋକଙ୍କ ବିରୋଧରେ କୁକି ସଂପ୍ରଦାୟ ପ୍ରତିଶୋଧ ପରାୟଣା ହୋଇପଡ଼ିଛି ବୋଲି କୁହାଯାଉଛି। ଯାହାକୁ ନେଇ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରାଯିବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ପଡ଼ୋଶୀ ରାଜ୍ୟ ମିଜୋରାମରେ ମଧ୍ୟ ମେଇତି ସଂପ୍ରଦାୟକୁ ବିରୋଧ କରିବା ଆରମ୍ଭ ହୋଇଛି। ମିଜୋ ଜାତି ସ୍ବଭାବତଃ କୁକି ସଂପ୍ରଦାୟକୁ ସମର୍ଥନ କରୁଥିବା ବେଳେ ବହୁ ମିଜୋ ସଂଗଠନ ଏବେ ମେଇତି ସଂପ୍ରଦାୟ ବିରୋଧରେ ସ୍ବର ଉତ୍ତୋଳନ କରିବା ଆରମ୍ଭ କରିଛନ୍ତି। ମିଜୋରାମ ରାଜଧାନୀ ଆଇଜଲ ସମେତ ଅନ୍ୟାନ୍ୟ ଜିଲ୍ଲାରେ ବସବାସ କରୁଥିବା ମେଇତି ଲୋକ ତୁରନ୍ତ ରାଜ୍ୟ ଛାଡିବାକୁ ଏହି ସଂଗଠନ ପକ୍ଷରୁ ଧମକ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ମଣିପୁର ସରକାରଙ୍କ ଚିନ୍ତା ଆହୁରି ବଢିଛି। ମିଜୋରାମରୁ ମେଇତି ଲୋକଙ୍କୁ ଫେରାଇ ଆଣିବାକୁ ମଣିପୁରର ବୀରେନ ସରକାର ବିମାନ ବ୍ୟବସ୍ଥା କରିବାକୁ ପ୍ରସ୍ତୁତି ନେଇଛନ୍ତି। ମଣିପୁରରେ ମହିଳାଙ୍କ ଉପରେ ଚାଲିଥିବା ନିର୍ଯାତନାକୁ ନେଇ ସ୍ଥିତି ପରଖିବାକୁ ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ବାତୀ ମଲିୱାଲ ରବିବାର ଇମ୍ଫାଲରେ ପହଞ୍ଚିଛନ୍ତି। କିନ୍ତୁ ତାଙ୍କ ଗସ୍ତକୁ କେତେକ ସଂଗଠନ ପକ୍ଷରୁ ବିରୋଧ କରାଯାଇଥିବାରୁ ସେ ଇମ୍ଫାଲ ବାହାରକୁ ଯାଇପାରିନାହାନ୍ତି ବୋଲି କୁହାଯାଇଛି।

ମଣିପୁର ଲଜ୍ଜ୍ୟାଜନକ ଘଟଣା: ପଞ୍ଚମ ଅଭିଯୁକ୍ତକୁ ଗିରଫ କଲା ପୋଲିସ
ଇମ୍ଫାଲ: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ବୁଲାଇବା ଘଟଣାରେ ପଞ୍ଚମ ଅଭିଯୁକ୍ତକୁ ଗିରଫ କରିଛି ବୋଲି ପୋଲିସ ସୂଚନା ଦେଇଛି । ଗତକାଲି ଏହି ଘଟଣାର ମାଷ୍ଟର ମାଇଣ୍ଡ ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ୧୯ ବର୍ଷିୟ ୟୁମ୍‌ଲେମ୍‌ବାମ୍‌ ନୁଙ୍ଗ୍‌ସିଥୋଇ ମେତେଇ। ୟୁମ୍‌ଲେମ୍‌ବାମ୍‌ଙ୍କୁ ମିଶାଇ ଏହି ମାମଲାରେ ପୁଲିସ ଏଯାବତ୍‌ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି। ଜୁଲାଇ ୧୯ରେ ଭାଇରାଲ ହୋଇଥିବା ଭିଡିଓରେ ଦୁଇ ଜଣ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଲଜ୍ଜାଜନକ ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଥିଲା ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ସୁପ୍ରିମକୋର୍ଟ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପୂର୍ବରୁ ଗିରଫ ହୋଇଥିବା ଚାରିଜଣ ଅଭିଯୁକ୍ତଙ୍କୁ ଶୁକ୍ରବାର ୧୧ ଦିନ ପୋଲିସ ହାଜତକୁ ପଠାଯାଇଥିଲା। ଗିରଫଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ହୁଇରେମ ହେରାଦାସ ସିଂହ ମୈତେଇ ରହିଛି ଯିଏ ଭାଇରାଲ ଭିଡିଓରେ ଜଣେ ମହିଳାଙ୍କୁ ଟାଣି ନେଉଥିବା ଦେଖିବାକୁ ମିଳୁଛି । ପୋଲିସ ତାକୁ ଥାଉବାଲ ଜିଲ୍ଲାରୁ ଗିରଫ କରିଥିଲା । ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ବାହିନୀର ମିଳିତ ଦଳ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି। ଗିରଫ ୫ ଅଭିଯୁକ୍ତଙ୍କ ବ୍ୟତୀତ ଆହୁରି ୧୨ ଜଣଙ୍କୁ ଚିହ୍ନଟ କରାଯାଇଛି।