Defamation Case - The Sakala

Nitish Rajput: ୟୁଟ୍ୟୁବର ନୀତୀଶ ରାଜପୁତଙ୍କ ବିରୋଧରେ ୨.୫ କୋଟିର ମାନହାନି ମକଦ୍ଦମା, ଜାଣନ୍ତୁ କ’ଣ ରହିଛି ପୂରା ଘଟଣା
ନୂଆଦିଲ୍ଲୀ: ୟୁଟ୍ୟୁବ୍‌ରେ ୮ ମିଲିୟନ୍‌ରୁ ଅଧିକ ସବସ୍କ୍ରାଇବର ଏବଂ ଇନଷ୍ଟାଗ୍ରାମରେ ୩୫ ଲକ୍ଷ ଫଲୋଅର୍ସ ଥିବା ଚର୍ଚ୍ଚିତ ୟୁଟ୍ୟୁବର ନୀତୀଶ ରାଜପୁତ ବର୍ତ୍ତମାନ ଏକ ବଡ଼ ଆଇନଗତ ଲଢେଇର ସମ୍ମୁଖୀନ ହୋଇଛନ୍ତି। ସୋସିଆଲ ମିଡିଆରେ ନିଜର ତଥ୍ୟଭିତ୍ତିକ ଭିଡିଓ ପାଇଁ ଜଣାଶୁଣା ନୀତୀଶଙ୍କ ପାଇଁ ଏସଏସସି (SSC) ପରୀକ୍ଷା ଉପରେ ଏକ ଭିଡିଓ ପ୍ରସ୍ତୁତ କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଭିଡିଓକୁ କେନ୍ଦ୍ର କରି ଏକ ଘରୋଇ କମ୍ପାନୀ ତାଙ୍କ ବିରୋଧରେ ୨.୫ କୋଟି ଟଙ୍କାର ମାନହାନି ମକଦ୍ଦମା ଦାୟର କରିଛି।

ରିପୋର୍ଟ ଅନୁଯାୟୀ, ଏଡୁକ୍ୟୁଟି (Eduquity) ନାମକ ଏକ କମ୍ପାନୀ ନୀତୀଶଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି। ନୀତୀଶ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ 'ରିଆଲିଟି ଅଫ୍ SSC ଏକ୍ସାମ୍ସ' ଶୀର୍ଷକ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ସେ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ଏବଂ ପ୍ରଶ୍ନପତ୍ର ଲିକ୍ ଭଳି ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହି ଭିଡିଓରେ କରାଯାଇଥିବା ଦାବିଗୁଡିକୁ କମ୍ପାନୀ ମିଥ୍ୟା ଓ ଅପମାନଜନକ ଦର୍ଶାଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।

ଇଞ୍ଜିନିୟରରୁ ୟୁଟ୍ୟୁବର ହେବାର ଯାତ୍ରା

ନୀତୀଶ ରାଜପୁତଙ୍କ କ୍ୟାରିୟର ଯାତ୍ରା ବେଶ୍ ଆକର୍ଷଣୀୟ। ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଆଇଟି ସେକ୍ଟରରେ ଚାକିରି ଆରମ୍ଭ କରିଥିଲେ। ପ୍ରାୟ ୫ ବର୍ଷର କର୍ପୋରେଟ୍ ଚାକିରି ମଧ୍ୟରେ ସେ ମ୍ୟାନେଜର ପଦବୀରେ ପହଞ୍ଚିଥିଲେ। ତେବେ ୨୦୧୮ରେ ସେ ଟିକଟକ୍‌ରେ ସାମାଜିକ ପ୍ରସଙ୍ଗ ଉପରେ ଛୋଟ ଛୋଟ ଭିଡିଓ ବନାଇବା ଆରମ୍ଭ କରିଥିଲେ। ୨୦୨୦ରେ ଭାରତରେ ଟିକଟକ୍ ବ୍ୟାନ୍ ହେବା ପରେ ସେ ୟୁଟ୍ୟୁବ୍ ମୁହାଁ ହୋଇଥିଲେ ଏବଂ ଶିକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଭିଡିଓ ପ୍ରସ୍ତୁତ କରି ଲୋକପ୍ରିୟତା ହାସଲ କରିଥିଲେ।

ଆୟ ଏବଂ ସମ୍ପତ୍ତି

ବର୍ତ୍ତମାନ ନୀତୀଶଙ୍କ ପାଖରେ ଆୟର ଏକାଧିକ ଉତ୍ସ ରହିଛି। ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୀତୀଶ ରାଜପୁତ ମାସକୁ ପ୍ରାୟ ୨୦ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରନ୍ତି। ତାଙ୍କର ମୋଟ ସମ୍ପତ୍ତି ମୂଲ୍ୟ ୧୫ରୁ ୨୦ କୋଟି ଟଙ୍କା ବୋଲି ଆକଳନ କରାଯାଇଛି। କେବଳ ଭିଡିଓ ନୁହେଁ, ସେ ଜଣେ ଲେଖକ ଭାବରେ ମଧ୍ୟ ପରିଚିତ। ସେ 'ଦ ବ୍ରୋକେନ୍ ଫୋର୍ଥ ପିଲାର' ଏବଂ 'ଦ ବ୍ରୋକେନ୍ ପିଲାର୍ସ ଅଫ୍ ଡେମୋକ୍ରାସି' ନାମକ ଦୁଇଟି ବହି ଲେଖିଛନ୍ତି, ଯାହାର ରୟାଲଟି ମଧ୍ୟ ତାଙ୍କୁ ମିଳିଥାଏ। ତେବେ ବର୍ତ୍ତମାନର ମାନହାନି ମକଦ୍ଦମା ଯଦି ସେ ହାରନ୍ତି, ତେବେ ତାଙ୍କୁ ଏକ ବଡ଼ ଆର୍ଥିକ କ୍ଷତି ସହିବାକୁ ପଡିପାରେ ବୋଲି ଚର୍ଚ୍ଚା ହେଉଛି।

କରଣ ଜୋହରଙ୍କ ମଜାକ ଉଡ଼ାଇବା ପଡ଼ିଲା ମହଙ୍ଗା; କ୍ୟାରିମିନାଟିଙ୍କ ଉପରେ ବର୍ଷିଲେ କୋର୍ଟ, ଶୁଣାଇଲେ ଏହି ରାୟ
ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର ଅଜୟ ନାଗର ଓରଫ କ୍ୟାରିମିନାଟିଙ୍କୁ ବଲିଉଡ ନିର୍ମାତା କରଣ ଜୋହରଙ୍କ ମଜାକ ଉଡ଼ାଇବା ମହଙ୍ଗା ପଡ଼ିଛି। କରଣ ଜୋହରଙ୍କ ଦ୍ୱାରା ଦାୟର କରାଯାଇଥିବା ଏକ ମାମଲାର ଶୁଣାଣି କରି ମୁମ୍ବାଇର ଏକ କୋର୍ଟ କ୍ୟାରିମିନାଟିଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କିଛି ଦିନ ତଳେ କ୍ୟାରିମିନାଟି କରଣ ଜୋହରଙ୍କ ଚାଟ୍ ଶୋ’ 'କଫି ୱିଥ୍ କରଣ'ର ଏକ ସ୍ପୁଫ୍ ଭିଡିଓ ପ୍ରସ୍ତୁତ କରିଥିଲେ, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଏହି ମାମଲାର ଶୁଣାଣି ଫେବୃଆରୀ ୧୦ ତାରିଖରେ ହୋଇଥିଲା। କୋର୍ଟ କ୍ୟାରିମିନାଟିଙ୍କୁ କରଣ ଜୋହରଙ୍କ ବିରୋଧରେ କୌଣସି ମାନହାନିକାରକ କିମ୍ବା ଅପମାନଜନକ କଣ୍ଟେଣ୍ଟ ନ ବନାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ କୋର୍ଟ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ ଉକ୍ତ ଭିଡିଓ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁଠାରେ ବି କରଣ ଜୋହରଙ୍କୁ ଟାର୍ଗେଟ କରାଯାଇଥିବା ଏହି ଭିଡିଓ ଉପଲବ୍ଧ ଅଛି, ସେଠାରୁ ତୁରନ୍ତ ଏହାକୁ ହଟାଇବାକୁ କୁହାଯାଇଛି।

କଣ ଥିଲା ପୂରା ଘଟଣା?

କିଛି ଦିନ ପୂର୍ବରୁ କ୍ୟାରିମିନାଟି 'କଫି ୱିଥ୍ କରଣ' ଶୋ’ର ଏକ ପ୍ୟାରୋଡି ଭିଡିଓ ବନାଇଥିଲେ, ଯାହାର ନାମ ସେ 'କଫି ୱିଥ୍ ଜଲନ୍' ରଖିଥିଲେ। ଏଥିରେ ସେ କରଣ ଜୋହରଙ୍କ ନକଲ କରି ମଜାକ ଉଡ଼ାଇଥିଲେ। ଏହି ଭିଡିଓକୁ ମାନହାନିକାରକ ଦର୍ଶାଇ କରଣ ଜୋହର କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ମାମଲାରେ କ୍ୟାରିମିନାଟିଙ୍କ ସହ ତାଙ୍କ ମ୍ୟାନେଜର ଦୀପକ ଚାର, ଗୁଗୁଲ ଏବଂ ମେଟାକୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି।

ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ

ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବିଚାରପତି ପି.ଜି ଭୋସଲେ କହିଛନ୍ତି ଯେ, ପ୍ରାଥମିକ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଅଜୟ ନାଗର ଏବଂ ଦୀପକ ଚାର କରଣ ଜୋହରଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର କରିଛନ୍ତି। ଯଦିଓ କ୍ୟାରିମିନାଟିଙ୍କ ଓକିଲ କହିଛନ୍ତି ଯେ ସେମାନେ ନିଜେ ଭିଡିଓଟିକୁ ହଟାଇ ସାରିଛନ୍ତି, ତଥାପି ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟରୁ ଏହାକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପୁନେ କୋର୍ଟର ସମନ
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଅଡୁଆରେ ଛନ୍ଦିହୋଇଛନ୍ତି । ଏକ ମାନହାନୀ ମାମଲାରେ ପୁନେ କୋର୍ଟ ରାହୁଲ ଗାନ୍ଧିଙ୍କୁ ହାଜର ହେବାକୁ ସମନ କରିଛନ୍ତି ।  ତାଙ୍କୁ ଅକ୍ଟୋବର ୨୩ରେ କୋର୍ଟରେ ହାଜର ହେବାକୁ ସମନରେ କୁହାଯାଇଛି । ପୁନେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ବୀର ସାବରକରଙ୍କ ନାତି ସାତ୍ୟକି ସାବରକରଙ୍କ ଦ୍ୱାରା ଦାଖଲ ହୋଇଥିବା ମାନହାନୀ ମାମଲାରେ ସମନ ଜାରି କରିଛନ୍ତି ।

ଅଭିଯୋଗ ହୋଇଛି ଯେ, ରାହୁଲ ଗାନ୍ଧୀ ୫ ମାର୍ଚ୍ଚ ୨୦୨୩ରେ ଲଣ୍ଡନରେ ସାବରକରଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।ଏନେଇ ସାତ୍ୟକି ସାବରକର ଗତବର୍ଷ ଏପ୍ରିଲରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ପୁନେର ମାଜିଷ୍ଟ୍ରେଟ କୋର୍ଟରେ ଅଭିଯୋଗ ଦାଖଲ କରିଥିଲେ । ଏହାର ଶୁଣାଣି କରି କୋର୍ଟ ଆଜି ରାହୁଲ ଗାନ୍ଧୀଙ୍କୁ ସମନ କରିଛନ୍ତି ।

ମାନହାନି ମାମଲା: ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଜୁଲାଇ ୨୧ରେ ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ
ନୂଆଦିଲ୍ଲୀ: ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ମାମଲା । ଆସନ୍ତା ୨୧ ତାରିଖରେ ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ମୋଦି ସାଙ୍ଗିଆ ମାନହାନି ମାମଲାରେ ଗୁଜରାଟ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଗୁଜରାଟ ହାଇକୋର୍ଟରେ ବି ସଜା କାଏମ ରହିଥିଲା । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ ଦାଏର ହୋଇଥିବା ବେଳେ ତତ୍କାଳ ଶୁଣାଣି ପାଇଁ ରାଜି ହୋଇଛନ୍ତି କୋର୍ଟ। ମୋଦି ସରନେମ ମାମଲାରେ ଦୋଷୀ ସାବ୍ୟସ୍ତ ପରେ ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ହୋଇଥିଲା ।

ସୁରଟ କୋର୍ଟର ରାୟ ବିରୋଧରେ ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ହାଇକୋର୍ଟ ମଧ୍ୟ ତଳକୋର୍ଟ ରାୟକୁ କାଏମ ରଖିଥିଲେ । କଂଗ୍ରେସ ପକ୍ଷରୁ ଏହା ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା।