Skoch Award - The Sakala
ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩: ବି ଏସ୍ କେ ୱାଇକୁ ସ୍ଵର୍ଣ୍ଣ ପଦକ
ଭୁବନେଶ୍ୱର: ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଅନନ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଜାତୀୟ ସ୍କଚ ଆୱାର୍ଡ଼ – ୨୦୨୩ ର ସ୍ଵର୍ଣ୍ଣ ପଦ ହାସଲ କରିଛି । ଏଥିପାଇଁ ସ୍କଚ ଆୱାର୍ଡ଼ କର୍ତ୍ତୁପକ୍ଷଙ୍କ ଦ୍ଵାରା ନୂଆ ଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ୱାସ୍ଥ୍ୟସେବା ପ୍ରତିଶ୍ରୁତି ସୋସାଇଟି (ସାସ୍)ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାକ୍ତର ଡି. ବୃନ୍ଦା ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ସ୍କଚ ଆୱାର୍ଡ଼ର ଅଧକ୍ଷ ଶ୍ରୀ ସମୀର କାଚୁରଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି, ଜାତୀୟ ଓ ଆନ୍ତର୍ଜାତୀୟ ଅନୁଷ୍ଠାନମାନଙ୍କ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା ।
ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା, ସଫଳତା ଓ ସ୍ବଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନବସୃଜନ, ସର୍ବଜନୀନତା, ଉଲ୍ଲେଖନୀୟ ସଫଳତା ଏବଂ ସ୍ଵଚ୍ଛତା ପାଇଁ (ବି ଏସ୍ କେ ୱାଇ)କୁ ଏହି ପୁରସ୍କାରପ୍ରଦାନ କରାଯାଇଛି । (ବି ଏସ୍ କେ ୱାଇ) ଓଡ଼ିଶାର ସାର୍ବଜନୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦୃଶ୍ୟମାନ ରୂପାନ୍ତରଣ ଆଣିଛି । ରାଜ୍ୟର ସମସ୍ତ ୧୧୯.୮ ଲକ୍ଷ ପରିବାରର ପ୍ରାୟ ୪.୭୯ କୋଟି ଲୋକଙ୍କୁ ସରକାରୀ ଚିକିତ୍ସାଳୟମାନଙ୍କରେ ଦେୟମୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି । ରୋଗ ନିର୍ଣ୍ଣୟ ପରୀକ୍ଷା ନିରୀକ୍ଷା ଠାରୁ ଆରମ୍ଭ କରି ସ୍ପେସାଲିଟି ପରାମର୍ଶ ଏବଂ ଔଷଧ ଆଦି ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଯୋଗାଇ ଦିଆଯାଉଛି ।
ଏହାଛଡା ଆର୍ଥିକ ସମ୍ବେଦନଶୀଳ ଓ ଦୁର୍ବଳ ୯୯.୩ ଲକ୍ଷ ପରିବାରର ସମସ୍ତ ୩.୫୬ କୋଟି ସଦସ୍ୟଙ୍କୁ (ବି ଏସ୍ କେ ୱାଇ) ସ୍ମାର୍ଟ କାର୍ଡ ଯୋଗାଇ ଦିଆଯାଇଛି । ଯାହା ବଳରେ ସେମାନେ ତାଲିକାଭୁକ୍ତ ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲମାନଙ୍କରେ ପୂର୍ଣ୍ଣ ଦେୟମୁକ୍ତ ଚିକିତ୍ସା ପାଇପାରୁଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶା ସମେତ ୧୭ଟି ରାଜ୍ୟରୁ ୮୧୬ ଘରୋଇ ହସ୍ପିଟାଲ (ବି ଏସ୍ କେ ୱାଇ) ତାଲିକାଭୁକ୍ତ ହୋଇସାରିଲେଣି । ଯୋଜନାର ସ୍ଵଚ୍ଛତା, ଉପଯୁକ୍ତ ଚିକିତ୍ସା ପ୍ୟାକେଜ ଏବଂ ତୁରନ୍ତ ବିଲ ପୈଠ ଆଦି ଯୋଗୁ ଅଧିକରୁ ଅଧିକ ଘରୋଇ ହସ୍ପିଟାଲ ଏଥିରେ ସାମିଲ ହେବା ନିମନ୍ତେ ଆଗ୍ରହ ପ୍ରକାଶ କରୁଛନ୍ତି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ତଥା ସାସର ଅଧ୍ୟକ୍ଷ ଶ୍ରୀମତୀ ଶାଳିନୀ ପଣ୍ଡିତ ବି ଏସ୍ କେ ୱାଇ ଟିମର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଏହି ଉପଲବ୍ଧି ପାଇଁ ଅଭିନନ୍ଦନ ଜଣାଇବା ସହ ଲୋକମାନଙ୍କୁ ସେବା ପ୍ରଦାନ ଦିଗରେ ସର୍ବଦା ସଜାଗ ଓ ତତ୍ପର ରହିବାକୁ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ, ବି ଏସ୍ କେ ୱାଇ ଦ୍ଵିତୀୟ ଥର ପାଇଁ ଜାତୀୟ ସ୍କଚ ଆୱାର୍ଡ଼ରେ ସ୍ଵର୍ଣ୍ଣ ପଦ ହାସଲ କରିଛି । ଏହା ପୂର୍ବରୁ ବି ଏସ୍ କେ ୱାଇକୁ ୨୦୧୯ ବର୍ଷ ପାଇଁ ମଧ୍ୟ ସ୍କଚ ସ୍ଵର୍ଣ୍ଣ ପଦ ମିଳିଥିଲା ।
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହାତ୍ୱାକାଂକ୍ଷୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌‌କେୱାଇ)କୁ ମିଳିଛି ଶ୍ରେଷ୍ଠ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପୁରସ୍କାର। ବିଏସ୍‌‌କେୱାଇକୁ ସ୍ୱର୍ଣ୍ଣ ବର୍ଗରେ ସ୍କଚ୍‌‌ ଆୱାର୍ଡ ମିଳିଛି। ନୂଆଦିଲ୍ଲୀରେ ଆୟୋଜିତ କାର୍ଯ୍ୟକ୍ରମରେ ଏନ୍‌‌ଏଚ୍‌‌ଏମ୍‌‌, ଓଡ଼ିଶା ନିର୍ଦ୍ଦେଶିକା ଡାକ୍ତର ବୃନ୍ଦା ଡି ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୂର୍ଣ୍ଣ ନିଷ୍ଠା ଓ ଦକ୍ଷତାର ସହ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟ ସେବା ଆବଶ୍ୟକତା ପୂରଣ ଦିଗରେ ଏହି ପୁରସ୍କାର ରାଜ୍ୟର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରୋତ୍ସାହିତ କରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ଗରିବ ଲୋକଙ୍କୁ ବିନା ମୂଲ୍ୟରେ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ମସିହାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ। ହିତାଧିକାରୀଙ୍କ ନିଃଶୁଳ୍କ ଚିକିତ୍ସା ପାଇଁ ରାଜ୍ୟର ସମସ୍ତ ସରକାରୀ ଡାକ୍ତରଖାନା ଏବଂ ରାଜ୍ୟ ଭିତରେ ତଥା ବାହାରେ ଥିବା ୭୦୦ରୁ ଅଧିକ ଡାକ୍ତରଖାନାରେ ସରକାର ପ୍ରତି ମାସରେ ୨୨୫ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଲକ୍ଷ ଲକ୍ଷ ଟଙ୍କାର ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ସମ୍ପାଦିତ ହେଉଛି। ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷଙ୍କ ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସୁନିଶ୍ଚିତ କରାଯାଇଛି। ତେବେ ଆଉ ଏକ ପାଦ ଆଗକୁ ଯାଇ ରାଜ୍ୟ ସରକାର ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସାମିଲ କରିବା ପାଇଁ ବିଏସ୍‌‌କେୱାଇ ନବୀନ କାର୍ଡର ପ୍ରଚଳନ କରିବାକୁ ଯାଉଛନ୍ତି। ଆଗାମୀ ବଜେଟରେ ବିଏସ୍‌‌କେୱାଇ ପାଇଁ ସରକାର ୫୪୫୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।
ସେହିପରି ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡ଼ିଶାକୁ ସମ୍ମାନଜନକ ସ୍କଚ୍‌‌ ଆୱାର୍ଡ ମିଳିଛି। ମୋ ସ୍କୁଲ୍‌‌ ଅଭିଆନର ‘ପୁରାତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ’ ଏବଂ ‘୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ’ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ଜାତୀୟସ୍ତରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମାନର ସୁବିଧା ଯୋଗାଇ ଦିଆଯାଇଛି। ଉଚ୍ଚ ବିଦ୍ୟାଳୟର ଭିଭିଭୂମି ସୁଦୃଢ଼ ହୋଇଛି। ଉନ୍ନତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପ୍ରାଥମିକତା ଦିଆଯାଉଛି। ଶ୍ରେଷ୍ଠ ଶିକ୍ଷା ବ୍ୟବସ୍ଥା ସହ ଶୈକ୍ଷିକ ବାତାବରଣ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଏହି କ୍ରମରେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧିନରେ ପର୍ଯ୍ୟାୟକ୍ରମେ ରାଜ୍ୟର ମୋଟ୍‌‌ ୮୬୭୭ଟି ହାଇସ୍କୁଲ ରୂପାନ୍ତରିତ ହୋଇଛି।
ବର୍ତ୍ତମାନର ଛାତ୍ରଛାତ୍ରୀମାନେ ୫-ଟି ଉଚ୍ଚ ବିଦ୍ୟାଳୟ ରୂପାନ୍ତରୀକରଣ ମାଧ୍ୟମରେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ସକ୍ଷମ ହୋଇପାରୁଛନ୍ତି। କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ୨୦୧୭ ମସିହା ନଭେମ୍ୱର ୧୪ ତାରିଖ, ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍‌‌ଦର୍ଶନରେ ଏହି ପ୍ରୟାସ ଆରମ୍ଭ ହୋଇଥିଲା। ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନେ ପଢ଼଼ିଥିବା ବିଦ୍ୟାଳୟ ସହ ସମ୍ପୃକ୍ତ କରି ରାଜ୍ୟରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ବିକାଶ କରିବାକୁ ‘ମୋ ସ୍କୁଲ୍‌‌ ଅଭିଯାନ’ ପରିକଳ୍ପନା କରାଯାଇଥିଲା। ଏହି ଅଭିଯାନକୁ ଇତିମଧ୍ୟରେ ୬ବର୍ଷ ପୂରଣ କରି ୭ବର୍ଷରେ ପଦାର୍ପଣ କରିଛି। ମାତ୍ର ସ୍ୱଳ୍ପ ସମୟ ମଧ୍ୟରେ ଏକ ଅଭିଯାନରୁ ଏକ ଆନ୍ଦୋଳନରେ ପରିଣତ ହୋଇଛି। ମୋ ସ୍କୁଲ୍‌‌ ଅଭିଯାନ ୩୦ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଯୋଡ଼ି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଆର୍ଥିକ ସହଯୋଗ ପ୍ରଦାନ କରିଛନ୍ତି। ସେହିଭଳି ୧୩ଲକ୍ଷରୁ ଊର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ ମାଧ୍ୟମରେ ‘ମୋ ସ୍କୁଲ୍‌‌’ ମାଧ୍ୟମରେ ନିଜ ସ୍କୁଲ ସହ ଯୋଡ଼ି ହୋଇ ସ୍କୁଲର ବିକାଶ ପ୍ରକ୍ରିୟାରେ ଭାଗୀଦାରି ହୋଇଛନ୍ତି। ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପଢ଼଼ୁଥିବା ୫୩ ଲକ୍ଷରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ନିକଟରେ ‘ମୋ ସ୍କୁଲ୍‌‌’ ପହଞ୍ଚିବାରେ ସଫଳ ହୋଇଛି। ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ତଥା ମୋ ସ୍କୁଲର ସଦସ୍ୟ ସଚିବ ଅନୁପମ ସାହା କହିଛନ୍ତି, ଶିକ୍ଷାଗତ ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ପାଇଁ ହୋଇଥିବା ଉଦ୍ୟମ ଏହି ସଫଳତା ଆଣି ଦେଇଛି। ମୋ ସ୍କୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମରଜିତ୍‌‌ ଜେନା ମଧ୍ୟ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର
ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୃଷି ବିପଣନ (ଓଏସ୍‌‌ଏଏମ୍‌‌) ବୋର୍ଡକୁ ସ୍କଚ୍‌‌-୨୦୨୩ ପୁରସ୍କାର ମିଳିଛି। କୃଷିରେ ରୌପ୍ୟ ବର୍ଗରେ ଇ-ନାମ୍‌‌ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଓଡ଼ିଶା ରାଜ୍ୟ କୃଷି ବିପଣନ ବୋର୍ଡ ରାଜ୍ୟର ସମସ୍ତ ୬୬ ନିୟନ୍ତ୍ରିତ ବଜାର କମିଟି ସଫଳତାର ସହ ଇ-ନାମ୍‌‌ ପ୍ଲାଟଫର୍ମରେ ସ୍ଥାନିତ ହୋଇଛି। ଏହି ଇ-ନାମ୍‌‌ ବ୍ୟବସ୍ଥା ଜରିଆରେ କୃଷିଜାତ ଦ୍ରବ୍ୟ ପାନ୍‌‌ ଇଣ୍ଡିଆ ସ୍ତରରେ ଅନ୍‌‌ଲାଇନ୍‌‌ ଉପଲବ୍ଧ ହୋଇପାରିଛି। ଏହା କୃଷିଜାତ ଦ୍ରବ୍ୟର ସମସ୍ତ କ୍ରେତା ଏବଂ ବିକ୍ରେତାଙ୍କୁ ଏପିଏମ୍‌‌ସି (କୃଷି ଉତ୍ପାଦନ ବିପଣନ କମିଟି)/ ନିୟନ୍ତ୍ରିତ ବଜାର କମିଟି (ଆରଏମ୍‌‌ସି) ମାଧ୍ୟମରେ ଯୋଡ଼ିବା ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ‘୫-ଟି’ ଶାସନ ପଦ୍ଧତିରେ ଓଡ଼ିଶାର ସମବାୟ ସ୍ଥାପତ୍ୟକୁ ଲୋକଙ୍କ ଆବଶ୍ୟକତା ସହିତ ସମତୁଲ କରି ବିକାଶ ଆଣିବାକୁ ଏହି ଉଦ୍ୟମ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଅନୁସରଣ କରି ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନେତୃତ୍ୱରେ ରାଜ୍ୟର ସମସ୍ତ ୬୬ଟି ଆର୍‌‌ଏମ୍‌‌ସିକୁ ଇ-ନାମ୍‌‌ ପୋର୍ଟାଲରେ ସଫଳତାର ସହ ଅପ୍‌‌ଲୋଡିଂ କରାଯାଇଛି। ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି। ୨୦୧୭ରେ ଇ-ନାମ୍‌‌ ପ୍ଲାଟଫର୍ମରେ କେବଳ ୧୦ଟି ଆର୍‌‌ଏମ୍‌‌ସି ଥିବାବେଳେ ଓଡ଼ିଶା ଦେଶର ଅନେକ କୃଷିଭିତ୍ତିକ ଉନ୍ନତ ରାଜ୍ୟକୁ ବହୁ ପଛରେ ପକାଇଛି ଏବଂ ସମସ୍ତ ଆରଏମ୍‌‌ସି ଅଧୀନରେ ଏହାର କୃଷି ବଜାରରେ ୧୦୦ ପ୍ରତିଶତ ଅନନ୍ୟ ସଫଳତା ହାସଲ କରିଛି।
ଗୋଟିଏ ପାଦ ଆଗକୁ ବଢ଼଼ି ବିଭାଗ ୪୦୧ ସଂଖ୍ୟକ କୃଷକ ଉତ୍ପାଦକ ସଂଗଠନ (ଏଫପିଓ)କୁ କୃଷି-ବଜାର ପ୍ଲାଟଫର୍ମରେ ସାମିଲ କରିଛି। ଏହି ଏଫ୍‌‌ପିଓର ସଦସ୍ୟ ଭାବରେ ପ୍ରାୟ ୪୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଡବ୍ଲୁଏସ୍‌‌ଏଚ୍‌‌ଜି) ବର୍ତ୍ତମାନ ସେମାନଙ୍କର ଉତ୍ପାଦର ବିକ୍ରିବଟା ଏହି ଅନ୍‌‌ଲାଇନ୍‌‌ ପ୍ଲାଟଫର୍ମ ମାଧ୍ୟମରେ କରି ଲାଭ ପାଇବାର ବ୍ୟବସ୍ଥା ହୋଇଛି। ରାଜ୍ୟରେ କାର୍ଯ୍ୟ କରୁଥିବା ଏହି ସମସ୍ତ କ୍ଷୁଦ୍ର ଏବଂ ମଧ୍ୟମ ବଜାରକୁ ଏହି ଇଲେକ୍ଟ୍ରୋନିକ ପ୍ଲାଟଫର୍ମ ସହିତ ଯୋଡ଼ିବା ଏବଂ ଦୂରଦୂରାନ୍ତ ଅଞ୍ଚଳରେ ରହୁଥିବା କ୍ଷୁଦ୍ର/ନାମମାତ୍ର ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ କୃଷିଜାତ ଦ୍ରବ୍ୟକୁ ଅନଲାଇନ୍‌‌ ବଜାର ବ୍ୟବସ୍ଥାରେ କାରବାର କରି ଲାଭ ଉଠାଇ ପାରିବେ ସେଥିପାଇଁ ଯୋଜନା କରାଯାଇ ଟିମ୍‌‌-ସମବାୟ ଉଦ୍ୟମ ଜାରିରଖିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ପୁରସ୍କାର ପାଇଁ ମନ୍ତ୍ରୀ ଶ୍ରୀ ନାୟକ ଓଏସ୍‌‌ଏମ୍‌‌ ବୋର୍ଡ ଓ ଟିମ୍‌‌ କୋ-ପରେସନକୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ରାଜ୍ୟର କୃଷକମାନଙ୍କ ହିତ ପାଇଁ ‘୫-ଟି’ ଶାସନାଦେଶ ଅନୁୟାୟୀ ସ୍ୱଚ୍ଛତା ବଜାୟ ରଖି ଏହି ଟିମ୍‌‌ ସମାନ ଉତ୍ସାହର ସହ କାର୍ଯ୍ୟ ଜାରିରଖିବ ବୋଲି ଆଶାବ୍ୟକ୍ତ କରିଛନ୍ତି।