West Bengal STF - The Sakala

ନେପାଳ ସୀମାରୁ ପୋଲିସ ଜାଲରେ ତୃଣମୂଳ ନେତା ଜାହାଙ୍ଗୀର ଖାନ
ପଶ୍ଚିମବଙ୍ଗର ଫଲତା ଅଞ୍ଚଳର ବାହୁବଳୀ ତୃଣମୂଳ କଂଗ୍ରେସ (TMC) ନେତା ଜାହାଙ୍ଗୀର ଖାନଙ୍କୁ ଶେଷରେ ଗିରଫ କରାଯାଇଛି। ରାଜ୍ୟ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଏବଂ ବେଙ୍ଗଲ ପୋଲିସର ମିଳିତ ଅଭିଯାନରେ ତାଙ୍କୁ ନେପାଳ ସୀମାରୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ସେ ନେପାଳ ଦେଇ ଦେଶ ଛାଡି ପଳାଇବାକୁ ଉଦ୍ୟମ କରୁଥିଲେ। ଗିରଫ ପରେ ତାଙ୍କୁ କୋଲକାତା ଅଣାଯାଉଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।

ନିର୍ବାଚନ ପୂର୍ବରୁ ହୋଇଥିଲେ ଅନ୍ତର୍ଦ୍ଧାନ

ନିର୍ବାଚନ ସମୟରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା ଜାହାଙ୍ଗୀର ଖାନ ଫଲତା କେନ୍ଦ୍ରରୁ ପ୍ରାର୍ଥୀ ହେବାର ଚର୍ଚ୍ଚା ଥିଲା। ତେବେ ଶେଷ ମୁହୂର୍ତ୍ତରେ ସେ ପ୍ରତିଦ୍ୱନ୍ଦ୍ୱିତାରୁ ଓହରି ଯାଇଥିଲେ ଏବଂ ଏହା ପରେ ପରେ ସେ ଫେରାର୍ ହୋଇଯାଇଥିଲେ। ନିଜକୁ ଲୁଚାଇବା ପାଇଁ ସେ ମୋବାଇଲ୍ ଫୋନ୍ ବନ୍ଦ କରିଦେବା ସହ ହ୍ୱାଟ୍ସଆପ୍‌ରୁ ମଧ୍ୟ ଲଗଆଉଟ୍ ହୋଇଯାଇଥିଲେ, ଯାହା ଫଳରେ ପୋଲିସକୁ ତାଙ୍କର ଠିକଣା ଖୋଜି ବାହାର କରିବା କଷ୍ଟକର ହୋଇପଡ଼ିଥିଲା।

ଗୁଇନ୍ଦା ସୂଚନା ଆଧାରରେ STF ର ଅପରେସନ୍

ବିଭିନ୍ନ ମାମଲାରେ ତାଙ୍କ ନାମ ଆସିବା ପରେ ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ଏବଂ STF ମିଳିତ ଭାବେ ଏକାଧିକ ସ୍ଥାନରେ ଚଢ଼ାଉ କରିଥିଲେ। ଦୀର୍ଘ ଦିନର ନଜରଦାରୀ ଏବଂ ଗୁଇନ୍ଦା ବିଭାଗରୁ ମିଳିଥିବା ସୂଚନା ଆଧାରରେ ଏସଟିଏଫ୍ ତାଙ୍କର ସ୍ଥିତି ବିଷୟରେ ନିଶ୍ଚିତ ହୋଇଥିଲା। ଶେଷରେ ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ତାଙ୍କୁ କାବୁ କରାଯାଇଛି।

ଏହି ଘଟଣା ଏବେ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଞ୍ଚଳରେ 'ପୁଷ୍ପା' କିମ୍ବା 'ସ୍ୱଘୋଷିତ ଡନ୍' ଭାବେ ପରିଚିତ ଜାହାଙ୍ଗୀରଙ୍କୁ ଗିରଫ କରିବା ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି। ଫେରାର୍ ଥିବା ସମୟରେ ତାଙ୍କୁ କିଏ କିଏ ଆଶ୍ରୟ ଦେଇଥିଲେ, ପୋଲିସ ବର୍ତ୍ତମାନ ସେହି ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି।

ଓଟିପି ସେୟାରିଂ ମାମଲା: ଅଭିଯୁକ୍ତ ପଠାଣିସାମନ୍ତକୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍‌‌ଟିଏଫ
ଭୁବନେଶ୍ୱର: ଓଟିପି ସେୟାରିଂ ଓ ଆତଙ୍କୀ ଲିଙ୍କ ମାମଲାରେ ଗିରଫ ଅଭିଯୁକ୍ତ ପଠାଣିସାମନ୍ତକୁ ରିମାଣ୍ଡରେ ନେବ ପଶ୍ଚିମବଙ୍ଗ STF । ଆସନ୍ତା କାଲିଠାରୁ ୫ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବ ପଶ୍ଚିମବଙ୍ଗ ଏସ୍‌‌ଟିଏଫ । ପଠାଣିର ସିଲିଗୁଡ଼ି ଥାନାରେ ଥିବା ମାମଲା ସମ୍ପର୍କରେ ଖୋଳତାଡ଼ କରାଯିବା ସହ ଗୁଡୁ ମୁସ୍‌‌ଲିମ୍‌‌ ଲିଙ୍କ୍‌‌ ନେଇ ମଧ୍ୟ ପଚରାଉଚରା କରାଯିବ। ଆହୁରି ମଧ୍ୟ ପଠାଣିସାମନ୍ତଙ୍କୁ ପଶ୍ଚିମବଙ୍ଗରେ ସିମ୍‌‌ ଦେଉଥିବା ଅନ୍ୟ ଜଣେ ଅଭିଯୁକ୍ତି ଧରାପଡ଼ିଛି। ତାଙ୍କୁ ଟ୍ରାଞ୍ଜିଟ୍‌‌ ରିମାଣ୍ଡରେ ଆଣି ପଚରାଉଚରା କରିବ। ଉକ୍ତ ବ୍ୟକ୍ତି ଜଣଙ୍କ ପଶ୍ଚିମବଙ୍ଗର ଭିନ୍ନଭିନ୍ନ ବ୍ୟକ୍ତିଙ୍କ ପରିଚୟ ପତ୍ରରେ ଏକାଧିକ ପ୍ରି-ଆକ୍ଟିଭ୍‌‌ ସିମ୍‌‌ କାଢୁଥିଲେ। ଏହି ସିମ୍‌‌କୁ ଓଡ଼ିଶାର ପଠାଣିସାମନ୍ତ ଏବଂ ସାଇବର୍‌‌ ଠକଙ୍କୁ ବିକ୍ରି କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ଜଣାପଡ଼ିଛି। ପ୍ରତି ସିମ୍‌‌ ପିଛା ୨ହଜାର ଟଙ୍କା ନେବା ସହ ଓଟିପି ପିଛା ୩ହଜାର ନେଉଥିଲା। ତେଣୁ ତାଙ୍କ ଠାରୁ ତଥ୍ୟ ବାହାର କରିବା ପାଇଁ ଏସ୍‌‌ଟିଏଫ ଲାଗିପଡ଼ିଛି। ଅଭିଯୁକ୍ତ ସଞ୍ଜୟ ପ୍ରତିମାସରେ ପାକିସ୍ତାନର ୩୦ ଗୁଇନ୍ଦା ଏଜେଣ୍ଟଙ୍କ ବ୍ୟାଙ୍କ୍‌‌ ଆକାଉଣ୍ଟ ଫ୍ରିଜ୍‌‌ କରିଛି। ଯେଉଁଥିରେ ଓଡ଼ିଶାରେ ୧୫ଟି ଆକାଉଣ୍ଟ ରହିଛି। ଆହୁରି ଠାବ ହୋଇଥିବା ଆକାଉଣ୍ଟକୁ ଫ୍ରିଜ୍‌‌ କରିବା ପାଇଁ ଏସ୍‌‌ଟିଏଫ ପକ୍ରିୟା ଆରମ୍ଭ କରିଛି।

ଓଡ଼ିଶାରେ ଥିବା ୧୫ଜଣ ପାକିସ୍ତାନ ଏଜେଣ୍ଟଙ୍କ ମଧ୍ୟରୁ ୬ଜଣଙ୍କୁ ଚିହ୍ନଟ କାରି ସାରିଲେଣି ଏସ୍‌‌ଟିଏଫ ଅଧିକାରୀ। ସେମାନଙ୍କୁ ଗିରଫ କରିବା ପାଇଁ ପକ୍ରିୟା ଆରମ୍ଭ କରିଦେଇଛନ୍ତି ଏସ୍‌‌ଟିଏଫ। ସେମାନଙ୍କୁ ଠାବ କରିବା ପାଇଁ ସୋସିଆଲ ମିଡିଆର ଏବଂ ସିଡିଆରର ସାହାରା ନେଇଛି ଏସ୍‌‌ଟିଏଫ।

ଅନ୍ୟପଟେ ଆତଙ୍କବାଦୀଙ୍କ ସହ ଲିଙ୍କ୍‌‌ ଅଭିଯୋଗରେ ଅଭିଜିତ୍‌‌ ସଞ୍ଜୟ ଜାମ୍ବୁର ବିଦେଶ ଲିଙ୍କ୍‌‌ ମିଳିବା ପରେ ଏନ୍‌‌ଆଇଏ ଏହାକୁ ଗୁରୁତର ସହ ନେଇଛି। ତେଣୁ ଏହି ମାମଲାରେ ପଠାଣିସାମନ୍ତର ସମ୍ପୃକ୍ତି ଥିବାରୁ ଏନ୍‌‌ଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଚାହୁଁଛି। ପଠାଣିସାମନ୍ତର ପଶ୍ଚିମବଙ୍ଗର ଗୁୁଡୁ ମୁସ୍‌‌ଲିମ୍‌‌ ଏବଂ ରାଜସ୍ଥାନର ନୁର ଫତିମା ଲିଙ୍କ୍‌‌ରେ ରହିଥିବା ଜଣାପଡ଼ିଛି। ତେଣୁ ହନିଟ୍ରାପ୍‌‌ ଏବଂ ପାକିସ୍ତାନ ଗୁଇନ୍ଦା ଏଜେଣ୍ଟ ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପଠାଣିସାମନ୍ତଙ୍କୁ ପଚରାଉଚରା କରିବ ଏନ୍‌‌ଆଇଏ। ପଚରାଉଚରା ବେଳେ ପଠାଣିସାମନ୍ତ ସହ ଅଭିଜିତ୍‌‌ ସଞ୍ଜୟକୁ ମଧ୍ୟ ମୁହାଁମୁହିଁ ଜେରା କରାଯିବ। ଏନେଇ ଏନ୍‌‌ଆଇଏ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।