No Mobile Network - The Sakala

କେନ୍ଦ୍ର ସରକାରଙ୍କ ‘ଡିଜିଟାଲ ଇଣ୍ଡିଆର’ ବିକଳ ଚିତ୍ର: ମୋବାଇଲ୍ ନେଟ୍‌ୱର୍କ ପାଇଁ ଯିବାକୁ ପଡୁଛି ୭ କି.ମି
ବୋରିଗୁମ୍ମା: ମଣିଷ ଚନ୍ଦ୍ରରେ ପହଞ୍ଚି ସାରିଲାଣି । କିନ୍ତୁ ଏଠି ମୋବାଇଲ ନେଟୱାର୍କ ପାଇପାରୁନାହିଁ । ମୋବାଇଲରେ ପଦେ କଥା ହେବା ପାଇଁ ୬ ରୁ ୭ କିଲୋମିଟର ବାଟ ଚାଲିବାକୁ ପଡୁଛି । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ଏଭଳି ବିକଳ ଚିତ୍ର କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକର ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି । ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖାଉଥିବା କେନ୍ଦ୍ର ସରକାରଙ୍କ ଏହି ଯୋଜନା ଏଠି ପହଞ୍ଚିବାକୁ ରାସ୍ତା ପାଉନଥିବା ଭଳି ମନେ ହେଉଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଉପାନ୍ତ ଅଞ୍ଚଳ ଚମ୍ପାପଦର ପଞ୍ଚାୟତର ୧୫ଟି ଗ୍ରାମର ଲୋକେ ଆଜି ବି ମୋବାଇଲ ନେଟୱାର୍କ ପାଇବାରୁ ବଞ୍ଚିତ ରହିଛି । ପିଲାଙ୍କ ପାଠପଢ଼ା ହେଉ କି ବ୍ୟାଙ୍କ କାର୍ଯ୍ୟ, ଅନ୍‌ଲାଇନ ଅଫିସ କାର୍ଯ୍ୟ, ପିଲାଙ୍କୁ କମ୍ପୁଟର ଶିକ୍ଷା ପାଇଁ ଇଣ୍ଟରନେଟର ଆବଶ୍ୟକତା ହେଉଥିବା ବେଳେ ଏହି ଗ୍ରାମ ଗୁଡିକରେ ନେଟୱାର୍କ ନଥିବାରୁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ । ଏକଦା ଅବହେଳିତ ଉପାନ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଥିବା ଏହି ଅଞ୍ଚଳ ରାଜ୍ୟ ସରକାର ଓ ବ୍ଲକ ପ୍ରଶାସନର ପ୍ରଚେଷ୍ଟା ପରେ ବିକାଶ ଧାରାରେ ସାମିଲ ହୋଇଛି । କିନ୍ତୁ ମୋବାଇଲ ନେଟୱାର୍କ ନଥିବାରୁ ଏଠି ଲୋକେ ରାଜ୍ୟ ସରକାରଙ୍କ ଠାରୁ ସବୁ ସୁବିଧା ପାଇ ମଧ୍ୟ ନପାଇବା ଭଳି ରହିଛନ୍ତି ।