Opposition Parties - The Sakala

ବିଜେପି ବିରୋଧରେ ବେଙ୍ଗାଲୁରୁରେ ଆଜିଠୁ ବିରୋଧୀଙ୍କ ଦୁଇ ଦିନିଆ ବୈଠକ, ଭାଗ ନେବେ ୨୪ ଦଳ
ନୂଆଦିଲ୍ଲୀ: ଆଜିଠାରୁ ବେଙ୍ଗାଲୁରୁରେ ବିରୋଧୀ ଦଳଙ୍କ ଦୁଇ ଦିନିଆ ବୈଠକ ଆରମ୍ଭ ହେବାକୁ ଯାଉଛି। ୨୦୨୪ ନିର୍ବାଚନରେ କେନ୍ଦ୍ରରୁ ବିଜେପିକୁ ହଟାଇବା ଉଦ୍ଦେଶ୍ୟରେ ପ୍ରମୁଖ ବିରୋଧୀ ଦଳଙ୍କ ପ୍ରଥମ ବୈଠକ ପାଟନା ଠାରେ ଅନୁଷ୍ଠିତ ହୋଇଥିବା ବେଳେ ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ହେବାକୁ ଯାଉଛି। ଏହି ବୈଠକରେ ୨୪ଟି ରାଜନୈତିକ ଦଳ ଏକାଠି ହୋଇ ବିଜେପି ବିରୋଧୀ ରଣନୀତି ପ୍ରସ୍ତୁତି ଲାଗି ଆଲୋଚନା କରିବେ। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏହି ବୈଠକରେ ଯୋଗ ଦେବା ସହିତ ଦଳ ପକ୍ଷରୁ ସୋମବାର ଆୟୋଜିତ ରାତ୍ର ଭୋଜନରେ ସବୁ ଦଳୀୟ ନେତାଙ୍କୁ ଆପ୍ୟାୟିତ କରିବେ।

ସୋନିଆଙ୍କ ଏହି ‘ଡିନର ପାର୍ଟି’ କୂଟନୀତିକୁ ନେଇ ଏବେ ରାଜନୀତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ପ୍ରଥମ ବୈଠକରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗକୁ ନେଇ ଅସନ୍ତୁଷ୍ଟ ରହିଥିବା ଆମ୍‌ ଆଦମୀ ପାର୍ଟି ଏହି ବୈଠକରେ ଯୋଗ ଦେବାକୁ ଘୋଷଣା କରିବା ଆହୁରି ରୋଚକ ହୋଇଛି। ଗତ ଜୁନ ମାସ ୨୩ ତାରିଖରେ ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ କଂଗ୍ରେସ ତା’ର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଥିଲେ। ଯଦି କଂଗ୍ରେସ ଏହି ଅଧ୍ୟାଦେଶକୁ ବିରୋଧ ନ କରେ ତେବେ ଏହି ବୈଠକରୁ ଆପ୍‌ ଓହରିଯିବ ବୋଲି ଧମକ ଦେଇଥିଲେ। ସେତେବେଳେ ରାହୁଲ ଗାନ୍ଧୀ ଏହି ବୈଠକରେ ପ୍ରତିନିଧିତ୍ବ କରିଥିଲେ ହେଁ ଦିଲ୍ଲୀ ଅଧ୍ୟାଦେଶକୁ ନେଇ ମୁହଁ ଖୋଲି ନଥିଲେ। ତେବେ ଏହି ପ୍ରସଙ୍ଗରେ ରବିବାର କଂଗ୍ରେସ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ସଂସଦରେ ଅଧ୍ୟାଦେଶକୁ ବିରୋଧ କରିବ ବୋଲି ଘୋଷଣା କରିଛି।

ଦେଶର ସଂଘୀୟ ବ୍ୟବସ୍ଥାକୁ ବିଜେପି ବାରମ୍ବାର କୁଠାରଘାତ କରି ଚାଲିଛି ଏବଂ ଅଣ ବିଜେପି ରାଜ୍ୟଗୁଡିକରେ ରାଜ୍ୟପାଳଙ୍କ ଦ୍ବାରା ଶାସନତନ୍ତ୍ରକୁ ପ୍ରଭାବିତ କରିଚାଲିଛି। ଏହାକୁ କଂଗ୍ରେସ ସବୁବେଳେ ବିରୋଧ କରି ଆସିଥିଲା ବେଳେ ଦିଲ୍ଲୀ ପ୍ରଶାସନିକ ସେବାକୁ ନେଇ କେନ୍ଦ୍ର ସରକାର ଯେଉଁ ଅଧ୍ୟାଦେଶ ଆଣିଛନ୍ତି ତାହାକୁ ଦଳ କଦାଚିତ୍‌ ସମର୍ଥନ କରିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜନ ଖଡ଼ଗେ ରବିବାର ଘୋଷଣା କରିଛନ୍ତି। କଂଗ୍ରେସର ଏହି ଘୋଷଣା ପରେ ବେଙ୍ଗାଲୁରୁ ବୈଠକରେ ଯୋଗ ଦେବାକୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି।

ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗକୁ ଆଧାର କରି କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳ ଏକାଠି ହେଉଥିବାରୁ ବିଜେପି ପାଇଁ ଆଗାମୀ ଦିନରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ ବୋଲି କୁହାଯାଉଛି। ବର୍ତ୍ତମାନ ସୁଦ୍ଧା କଂଗ୍ରେସ ସମେତ ଟିଏମସି,ବିଆରଏସ୍‌,ସମାଜବାଦୀ ପାର୍ଟି, ଜେଏମଏମ୍‌, ସିପିଆଇ ସିପିଆଇ(ଏମ), ଶିବସେନା(ୟୁବିଟି), ଏନସିପି, ଜେଡିୟୁ, ଆରଜେଡି ଏବଂ ଡିଏମକେ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍‌କୁ ସମର୍ଥନ ଦେଇସାରିଛନ୍ତି। ଆଗାମୀ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସରକାର ଏହି କାଳରେ ଦିଲ୍ଲୀ ଅଧ୍ୟାଦେଶ ସମେତ ୨୧ଟି ବିଲ ଆଗତ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ତେବେ ଏହି ସମୟରେ ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ କିଭଳି ରହିବ ଏବଂ ୨୦୨୪ ନିର୍ବାଚନରେ ଏହା କିଭଳି ପ୍ରତିଫଳିତ ହେବ ତାହାକୁ ନେଇ ବିଭିନ୍ନ ମହଲରେ ଉତ୍ସୁକତା ଜାରି ରହିଛି।

୨୦୨୪ ନିର୍ବାଚନ ପାଇଁ ରାଜନୈତିକ ମହଲରେ ପ୍ରାୟତଃ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାସକ ଏବଂ ବିରୋଧୀ ନିଜର ରଣନୀତି ପ୍ରସ୍ତୁତି ନେଇ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ଏହି ନିର୍ବାଚନରେ ବିଜେପିକୁ ହଟାଇବା ଲାଗି ସବୁ ବିରୋଧୀ ଆସନ୍ତାକାଲି ବେଙ୍ଗାଲୁରୁରେ ଏକାଠି ହେଉଥିବା ବେେଳ ଏହାର ପରଦିନ ଅର୍ଥାତ ଜୁଲାଇ ୧୮ରେ ବିଜେପି ନେତୃତ୍ବରେ ଏନଡିଏର ମଧ୍ୟ ମହାବୈଠକ ହେବାକୁ ଯାଉଛି। ୨୦୨୪ରେ କ୍ଷମତା ବଜାୟ ରଖିବା ନେଇ ବିଜେପି ନିଜର ରଣନୀତି ପ୍ରସ୍ତୁତି କରିବା ସହିତ ନିର୍ବାଚନ ପୂର୍ବରୁ ସହଯୋଗୀ ସମଭାବାପନ୍ନ ଦଳଙ୍କୁ ନିଜ ଆଡକୁ ଟାଣିବାକୁ ଉଦ୍ୟମ ଆରମ୍ଭ କରିଦେଇଛି। ଏହି ବୈଠକରେ ‘ହାମ୍‌’ ଦଳ ମୁଖ୍ୟ ଜିତନ୍‌ ରାମ ମାନଝୀ ଏବଂ ଏଲଜେପି(ରାମ ବିଳାସ) ମୁଖ୍ୟ ଚିରାଗ ପାଶୱାନ ଯୋଗ ଦେବେ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ଅନ୍ୟ କେତେକ ଆଞ୍ଚଳିକ ଦଳକୁ ବିଜେପି ଏନଡିଏରେ ସାମିଲ କରିବାକୁ ମଧ୍ୟ ଉଦ୍ୟମ ଜାରି ରଖିଛି।