Chiranjib Biswal - The Sakala

ବିଜେଡିରେ ଯୋଗଦେଲେ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା
ଭୁବନେଶ୍ବର : ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ। ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଚିରଞ୍ଜୀବ ଓ ତାଙ୍କର ହଜାର ହଜାର ସମର୍ଥକ ମାନଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ରଞ୍ଜନ ମଙ୍ଗରାଜ।

ଗତକାଲି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ଚିରଞ୍ଜୀବ ହେଉଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ୱାଳଙ୍କ ପୁଅ। ସେ ୨୦୦୪ ରେ  ତିର୍ତୋଲ ଏବଂ ୨୦୧୪ରେ ଜଗତସିଂହପୁରରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ୨୦୧୯ରେ ସେ ଜଗତସିଂହପୁରରୁ ପରାଜିତ ହୋଇଥିବା ବେଳେ ବିଜେଡିରୁ ପ୍ରଶାନ୍ତ ମୁଦୁଲି ଜିତିଥିଲେ।

ଆଜି ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ଚିରଞ୍ଜୀବ ବିଶ୍ୱାଳ ବିଜୁ ଜନତା ଦଳରେ ସାମିଲ ହେବାପରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି  ଚିରଞ୍ଜୀବ ଆଜିର ମୁଖ୍ୟ ଆକର୍ଷଣ। ତାଙ୍କ ପରିଚୟର ଆବଶ୍ୟକତା ନାହିଁ। ଆଜି ସେ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ଆଗ ଧାଡ଼ିର ନେତା।  କେବଳ ତିର୍ତୋଲ କି ଜଗତସିଂହପୁର ନୁହେଁ, ସାରା ରାଜ୍ୟରେ ତାଙ୍କର ପରିଚୟ ରହିଛି। ତାଙ୍କ ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡିକୁ ସୁସଙ୍ଗଠିତ ଓ ସୁଦୃଢ କରିବ।  ଯେଉଁ ମାନେ ଭଲ କାମ କରିଛନ୍ତି, ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚିତ ଫଳ ଦିଅନ୍ତି। ତେଣୁ ଚିରଞ୍ଜୀବଙ୍କ ଭବିଷ୍ୟତ ଉଜ୍ଜଳ। ଚିରଞ୍ଜୀବଙ୍କ ସହ ରବୀନ୍ଦ୍ର ମହାନ୍ତି, ନିରଞ୍ଜନ ବେଉରା, ଯୋଗିନାଥ ବାହୁବଳେନ୍ଦ୍ର, ସୁନୀଲ ମାଟିଆ, ମାମିନା ଦଳେଇ, ସୁବାସ ସାହୁ, ପ୍ରଶାନ୍ତ ମଲ୍ଲିକଙ୍କ ସମେତ ଶତାଧିକ ନେତା ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରରେ ଉପସ୍ଥିତ ଥିବା ସାଂସଦ ସସ୍ମିତ ପାତ୍ର କହିଛନ୍ତି ଚିରଞ୍ଜୀବ ବିଶ୍ୱାଳଙ୍କୁ ବିଜୁ ପରିବାରକୁ ସ୍ୱାଗତ। ତାଙ୍କ ସହ ଆସିଥିବା କର୍ମୀ ମାନଙ୍କୁ ସ୍ୱାଗତ। ଏହି ଯୋଗଦାନ ଦ୍ୱାରା ସାରା ଓଡିଶାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି।

ଅନ୍ୟପଟେ ବିଜେଡିରେ ଯୋଗଦେବା ପରେ ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ମୋ ସହ କଂଗ୍ରେସ ତ୍ୟାଗ କରି ଆସିଥିବା ନେତାଙ୍କୁ ସ୍ୱାଗତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳକୁ ଆସିବାକୁ ସହମତି ଦେଇଥିବାରୁ, କୃତଜ୍ଞତା ଜଣାଉଛି। ସଙ୍ଗଠନ ସମ୍ପାଦକ ପ୍ରଣବ ବାବୁ ଓ ସାଂସଦ ମାନସ ମଙ୍ଗରାଜଙ୍କର ମଧ୍ୟ ମୋ ଯୋଗଦାନରେ ବହୁତ ଅବଦାନ ରହିଛି। କିଛି ସ୍ୱାର୍ଥ ନେଇ ମୁଁ ବିଜେଡିକୁ ଆସିନାହିଁ। ୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀଙ୍କ ଜନସେବା କାର୍ଯ୍ୟକ୍ରମ, ମହିଳା, ଗାଁ ଓ ଗରିବଙ୍କ ପାଇଁ କାମ, ଗରିବ ରାଜ୍ୟକୁ ଖାଦ୍ୟ ବଳକା ରାଜ୍ୟ କରିବାରେ ତାଙ୍କ ଅବଦାନ ଯୋଗୁଁ ମିଶିଛି। ଛୋଟିଆ କର୍ମୀ ଭାବେ ରହିବି ଓ ହାଇକମାଣ୍ଡଙ୍କ ନିର୍ଦେଶରେ କାମ କରିବି।  ସବୁ କର୍ମୀ ମନପ୍ରାଣ ଦେଇ ବିଜେଡି ପାଇଁ କାମ କରିବେ। ୧୨୦ରୁ ଅଧିକ ବିଧାୟକ ଓ ୧୫ ରୁ ଅଧିକ ସାଂସଦ ଜିତାଇବାକୁ ଗୁଣ୍ଡୁଚି ମୂଷା ପରି ବିଜେଡି ପାଇଁ କାମ କରିବି ବୋଲି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ଉଠିଲା ନିଲମ୍ବନ
ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ, ଚିରଞ୍ଜୀବ ବିଶ୍ବାଳ ଓ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ହଟିଛି। ୧୫ଜୁଲାଇ ୨୦୨୩ରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳ ନିଲମ୍ବନ କରିଥିଲା।

ସୂଚନାଯୋଗ୍ୟ, ମେ’ ୮ ତାରିଖରେ ଭୁବନେଶ୍ୱରରେ ମହମ୍ମଦ ମୋକିମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା। ଯେଉଁଥି ପାଇଁ AICC ଶୃଙ୍ଖଳା କମିଟି ଉଭୟଙ୍କୁ ନିଲମ୍ବନ କରିଥିଲା।

ସେହିପରି, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ କୋରାପୁଟ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କୁ ଜାନୁଆରୀ ୧୯, ୨୦୧୯ ଦଳ ନିଲମ୍ବନ କରିଥିଲା। ଆଗକୁ ନିର୍ବାଚନ ଥିବାରୁ ଦଳ ବରିଷ୍ଠ ନେତା କୃଷ୍ଣ ଚନ୍ଦ୍ର ସଗରିଆଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହର କରିଛି। କିନ୍ତୁ ଶ୍ରୀକାନ୍ତ ଜେନାଙ୍କ ଉପରୁ ନିଲମ୍ବନ ହଟିନି।  ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରଭାରୀ ଅଜୟ କୁମାର ।

ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସରୁ ନିଲମ୍ବିତ ଘଟଣା: ବିଧାୟକ ସୁରେଶ ରାଉତରାୟ କହିଲେ ଉଭୟଙ୍କୁ ଫେରାଇ ଆଣିବାକୁ ପ୍ରୟାସ କରିବି
ଭୁବନେଶ୍ବର: ମୋକିମ ଓ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସର ଦୁଇ ଗୁରୁତ୍ୱପୂର୍ଣ୍ଣ ଲୋକ। ସେମାନେ ଦଳ ବିରୋଧୀ କାମ କରିଛନ୍ତି କି ନାହିଁ, ମୁଁ ଜାଣିନି।  AICC କିଛି ତଥ୍ୟ ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି। ହେଲେ ମୁଁ ଦିଲ୍ଲୀ ଯାଇ ଖଡ଼ଗେ, ରାହୁଲ ଗାନ୍ଧୀ, ରାଜ୍ୟ ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲାକୁମାରଙ୍କ ସହ ଆଲୋଚନା କରି ସମାଧାନ କରି ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିବି। ଭୁଲ ସମସ୍ତଙ୍କ ଦ୍ୱାରା ହୁଏ। ସେମାନଙ୍କ ଦ୍ୱାରା ହୋଇଛି, ମୁଁ ବି ଭୁଲ କରେ। ତେବେ ସେମାନଙ୍କୁ ଦଳକୁ ଫେରାଇ ଆଣିବା କଥା। ୨୦୨୪ ନିର୍ବାଚନରେ ଏହାର କିଛିଟା ଫରକ ତ ପଡିବ। ହେଲେ କଂଗ୍ରେସ କାହା ପାଇଁ ଅପେକ୍ଷା କରିନି, ଏହା ୧୪୦ ବର୍ଷର ଦଳ। ସେମାନେ ଫେରି ଆସିଲେ ଭଲ ହୁଅନ୍ତା ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଖବର ଅନୁଯାୟୀ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଗତକାଲି ଏଆଇସିସି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ବାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏହି ଦୁଇ ନେତାଙ୍କୁ ସସପେଣ୍ଡ କରିଥିଲା AICC । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ତେବେ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ଏହି ଦୁଇ ନେତା ଏଆଇସିସିକୁ ଦେଇଥିଲେ । କିନ୍ତୁ ଏହି ଦୁଇ ନେତାଙ୍କ ଉତ୍ତରରେ ସନ୍ତୁଷ୍ଟ ନଥିଲା ଏଆଇସିସି । ତେଣୁ ଉଭୟ ନେତାଙ୍କୁ ଗତକାଲି ଏଆଇସିସି ଶୃଙ୍ଖଳା କମିଟି କଂଗ୍ରେସରୁ ସସପେଣ୍ଡ କରିଥିଲା।