Similipal Tiger Reserve - The Sakala
ଶିମିଳିପାଳରୁ AI କ୍ୟାମେରାରେ ଧରାପଡ଼ିଲେ ୩୯ ଶିକାରୀ, ୯ ବନ୍ଧୁକ ଜବତ
ବାରିପଦା: ଶିମିଳିପାଳ ଟାଇଗର ରିଜର୍ଭରେ ଗତକାଲି ରାତିରେ ଏକ ବଡ଼ ଶସ୍ତ୍ରଧାରୀ ଶିକାରୀ ଦଳ ପ୍ରବେଶ କରିଥିଲା। କିନ୍ତୁ ବନ ବିଭାଗର ଆଧୁନିକ AI (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) କ୍ୟାମେରା ଦ୍ୱାରା ସେମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇଥିଲା। ରିୟଲ୍-ଟାଇମ୍ ଆଲର୍ଟ୍ ପାଇବା ପରେ ବନ କର୍ମଚାରୀମାନେ ତୁରନ୍ତ ସକ୍ରିୟ ହୋଇ ଏକ ୨୪ ଘଣ୍ଟିଆ ଅଭିଯାନ ଚଳାଇଥିଲେ। ଶିମିଳିପାଳ ଦକ୍ଷିଣ ବିଭାଗର କର୍ମଚାରୀଙ୍କ ଦୃଢ଼ ପ୍ରୟାସ ଓ କାର୍ଯ୍ୟକାରୀ ରଣନୀତି ଫଳରେ ୩୯ ଜଣ ଶିକାରୀ ସ୍ବଇଚ୍ଛାରେ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ଠାରୁ ୯ଟି ବନ୍ଧୁକ, ବହୁ ପରିମାଣର ବାରୁଦ, ୨୦ରୁ ଅଧିକ ଧନୁକ-ତୀର ଏବଂ ଅନ୍ୟାନ୍ୟ ଶସ୍ତ୍ର ଜବତ କରାଯାଇଛି। ଏହି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ନିଶ୍ଚିତ ଶିକାର ରୋକାଯାଇପାରିଛି।
ଆତ୍ମସମର୍ପଣ କରିଥିବା ଶିକାରୀମାନେ ଉଦଳା ଥାନା ଅଧୀନରେ ଥିବା ଆମ୍ବିକାଦେଇପୁର, ମହାଲିସାହି, ଲୁକୁଇଡା, ମାଟକମାଟଲା, ଜିତୁସାହି, ଖଲାଡ଼ି ଓ ଲଙ୍ଗାଡ଼ି ଗ୍ରାମର ବାସିନ୍ଦା। ଜେନାବିଲ୍ ଓ୍ବାଇଲ୍ଡଲାଇଫ୍ ରେଞ୍ଜରେ ଏହି ଘଟଣାରେ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି। ଆର୍ମସ୍ ଆକ୍ଟ୍ ଉଲ୍ଲଙ୍ଘନ ପାଇଁ ପୋଲିସ୍ ଷ୍ଟେସନରେ ମଧ୍ୟ ଏଫ୍‌ଆଇଆର୍ ଦାଖଲ କରାଯିବ। ଏହି ଅଭିଯାନରେ ୩ ଜଣ ସ୍ପେସିଆଲ୍ ଟାଇଗର ପ୍ରୋଟେକ୍ସନ୍ ଫୋର୍ସ (STPF) ସଦସ୍ୟ ଏବଂ ୩ଟି ରେଞ୍ଜର କର୍ମଚାରୀ ଯୋଗ ଦେଇଥିଲେ।
ରିୟଲ୍-ଟାଇମ୍ ଚିହ୍ନଟ, ସକ୍ରିୟ ଗୁଇନ୍ଦାଗିରି ଏବଂ ସଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଶିକାରୀମାନେ ନତଜାନୁ ହୋଇ ଆତ୍ମସମର୍ପଣ କରିଛନ୍ତି। ଶିମିଳିପାଳରେ ନୂତନ ଯୁଗର ଉନ୍ନତ ସୁରକ୍ଷା ରଣନୀତି ବନ୍ୟଜନ୍ତୁଙ୍କ ପାଇଁ ଅଧିକ ସୁରକ୍ଷା ଏବଂ ସମୃଦ୍ଧି ଆଣିବାରେ ସହାୟକ ହେଉଛି। ଏହା ଶିମିଳିପାଳର ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ଏକ ବଡ଼ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି ବୋଲି ଡେପୁଟି ଡାଇରେକ୍ଟର ଡ ସମ୍ରାଟ ଗୌଡା ସୂଚନା ଦେଇଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ରୁ ୬ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟର ନିର୍ଦ୍ଦିଷ୍ଟ ରାସ୍ତା ପର୍ଯ୍ୟଟକଙ୍କ ବନ୍ଦ
ଶିମିଳିପାଳ: ରାଷ୍ଟ୍ରପତିଙ୍କ ଗସ୍ତ ନିମନ୍ତେ ଶିମିଳିପାଳରେ ପର୍ଯ୍ୟଟକଙ୍କ ପାଇଁ ୩ଦିନ କଟକଣା ଜାରି ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କାର୍ଯ୍ୟକ୍ରମକୁ ନେଇ ୩ଦିନ ଶିମିଳିପାଳ ପର୍ଯ୍ୟଟକଙ୍କ ନିମନ୍ତେ କଟକଣା ଜାରି କରାଯାଇଛି । ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷଣ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସମେତ ରାତ୍ରି ରହଣି କରିବେ । ତେଣୁ କରି ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଦକ୍ଷେପ ଗ୍ରହଣ କରାଯାଇଛି ।
ଫେବ୍ରୁଆରୀ ୪ରୁ ୬ତାରିଖ ପର୍ଯ୍ୟନ୍ତ ଯଶିପୁର ପଟୁ କାଲିକା ପ୍ରସାଦ ତନଖି ଫାଟକ ଦେଇ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ ରହିବ । ରାଷ୍ଟ୍ରପତି ଗୁଡୁଗୁଡ଼ିଆରେ ରହଣି କରିବାକୁ ଥିବାରୁ ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ପ୍ରବେଶ ବାରଣ ହୋଇଛି । ସେହିପରି ଗୁଡୁଗୁଡ଼ିଆ ଜୋନରେ ପର୍ଯ୍ୟଟକଙ୍କ ସଫାରି ଚଳପ୍ରଚଳ ଫେବ୍ରୁଆରୀ ୫ ତାରିଖ ଅପରାହ୍ନରୁ ଓ ୬ ତାରିଖ ସକାଳ ପର୍ଯ୍ୟନ୍ତ ବନ୍ଦ ରହିବ। ସୂଚନା ଅନୁଯାୟୀ, ଗସ୍ତ ସମୟରେ ଫେବ୍ରୁଆରୀ ୫ ତାରିଖ ଅପରାହ୍ନ ୩:୩୦ରେ ଦାଣ୍ଡବୋଷରୁ ବାହାରି ହେଲିକ୍ୟାପ୍ଟର ଯୋଗେ ଯଶିପୁର ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବେ। ଏହାପରେ ସ୍ୱତନ୍ତ୍ର ଗାଡିରେ ସଡ଼କ ପଥରେ ଶିମିଳିପାଳ ଭିତରକୁ ପ୍ରବେଶ କରିବେ । ଶିମିଳିପାଳ ବୁଲିବା ସହ ରାତ୍ର ଭୋଜନ କରି ରାତ୍ରି ରହଣି କରିବେ । ତହିଁ ପରଦିନ ଫେବ୍ରୁଆରୀ ୬ତାରିଖ ସକାଳୁ ୯:୧୫ରେ ଶିମିଳିପାଳ ଅଞ୍ଚଳର ଆଦିବାସି ମହିଳା ଓ ଯୁବକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଶିମିଳିପାଳରେ ହାଡ଼ଭଙ୍ଗା ଶୀତ: ୧୩ ବର୍ଷର ରେକର୍ଡ ଭାଙ୍ଗିଲା, ତାପମାତ୍ରା ମାଇନସ୍ ୧ ଡିଗ୍ରୀ
ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଜାରି ରହିଛି ହାଡ଼ଭଙ୍ଗା ଶୀତର ଲହରୀ। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ପାରଦ ଅତ୍ୟଧିକ ନିମ୍ନଗାମୀ ହେବା ସହ ଦୀର୍ଘ ୧୩ ବର୍ଷର ରେକର୍ଡ ଭାଙ୍ଗିଛି। ଶିମିଳିପାଳର ୟୁବିକେ (UBK) ବା ଅପର ବାରହା କମୁଡ଼ା ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୧ ଡିଗ୍ରୀ (-01°C) ରେକର୍ଡ କରାଯାଇଛି, ଯାହା ଚଳିତ ବର୍ଷର ସବୁଠାରୁ କମ୍ ତାପମାତ୍ରା।
ଶିମିଳିପାଳର ବିଭିନ୍ନ ସ୍ଥାନରେ ତାପମାତ୍ରା ଅତି ନିମ୍ନସ୍ତରକୁ ଖସିଆସିଛି। ବିଶେଷ କରି ଚହଲା ଏବଂ ଗୁରୁଗୁଡ଼ିଆରେ ରାତ୍ରିକାଳୀନ ତାପମାତ୍ରା ୨ ଡିଗ୍ରୀ ରହିଥିବା ବେଳେ ବରେହିପାଣିରେ ୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ତୁଷାରପାତ ସଦୃଶ ଅନୁଭୂତି ହେଉଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଏକ ଭିନ୍ନ ଅନୁଭୂତି ଆଣିଦେଇଛି।
ଅନ୍ୟପଟେ, ଶିମିଳିପାଳ ପାଦଦେଶରେ ଥିବା ରାମତୀର୍ଥ ଏବଂ ସାତକୋଶିଆରେ ତାପମାତ୍ରା ୯ ଡିଗ୍ରୀ ଥିବାବେଳେ କିଆଝରୀରେ ୧୦ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସ୍ଥାନୀୟ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ଲକ୍ଷ୍ୟ କରାଯାଇଛି।
ବାରିପଦା: ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଫେବ୍ରୁଆରୀ ପହିଲା ଠାରୁ ନୂଆ ନିୟମ। ଯେଉଁ ପର୍ଯ୍ୟଟକ ମାନେ ଶିମିଳିପାଳ ବୁଲିବାକୁ ଯିବା ପାଇଁ ଚାହିଁବେ ସେମାନଙ୍କୁ ଅନଲାଇନରେ ଆବେଦନ କରି ପୂର୍ବରୁ ଅନୁମତି ନେବାକୁ ପଡିବ। ସେମାନଙ୍କୁ ମିଳିଥିବା ତାରିଖ ଅନୁଯାୟୀ ସେମାନେ ଗେଟରେ ପ୍ରବେଶ କରି ପାରିବେ। ପୂର୍ବରୁ ଦିନରେ କେବଳ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପିଠାବଟା ଓ ଯଶିପୁର ଠାରୁ ଅଫଲାଇନ ଅନୁମତି ଦିଆଯାଉଥିଲା। ଆସନ୍ତା ଫେବ୍ରୁଆରୀ ପହିଲା ଠାରୁ ପର୍ଯ୍ୟଟକମାନେ ଅନଲାଇନରେ ଆବେଦନ କରି ଶିମିଳିପାଳ ବୁଲି ପାରିବେ। ସେଥିପାଇଁ ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଶିମିଳିପାଳ ଡଟ୍ ଓଆରଜି ( https://www.similipal.org) କିମ୍ଵା ଡବ୍ଲୁ ଡବ୍ଲୁ ଡବ୍ଲୁ ଡଟ୍ ଇକୋଟୁରଓଡିଶା ଡଟ୍ କମ୍ (  https://www.ecotourodisha.com/ ) ପୋର୍ଟାଲରେ ଆବେଦନ କରିପାରିବେ ବୋଲି ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ଶିମିଳିପାଳ ଅଭୟାରଣ୍ୟରେ ହେବ ବିଶ୍ବର ପ୍ରଥମ କଳାବାଘ ସଫାରୀ
ଭୁବନେଶ୍ବର: ଶିମିଳିପାଳ ଅଭୟାରଣ୍ୟରେ ହେବ କଳାବାଘ ସଫାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ଦେଇଛନ୍ତି। ଖୁବ୍‌ଶୀଘ ପର୍ଯ୍ୟଟକମାନେ ସଫାରୀ ଭିତରେ ବିରଳ କଳାବାଘ ଦେଖିବାର ସୁଯୋଗ ପାଇବେ।
Glad to announce that #Odisha is setting up an exclusive Melanistic Tiger Safari near Similipal Tiger Reserve in #Mayurbhanj. Tourists and visitors can now have a glimpse of the rare and majestic species found only in Odisha. pic.twitter.com/h3g2ep8tui
— Naveen Patnaik (@Naveen_Odisha) January 24, 2024
ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଏହି ପ୍ରକଳ୍ପ ପ୍ରସ୍ତାବକୁ ଏନଟିସିଏର ଅନୁମୋଦନ ମିଳିବା ପରେ, ସ୍ବତନ୍ତ୍ର ଟିମ୍ କ୍ଷେତ୍ର ପରିଦର୍ଶନ କରିବ। ୨ଶହ ହେକ୍ଟର ଏରିଆ ଏନଏଚ-୧୮ କଡରେ ହେବ ସଫାରୀ । ୧ଶହ ହେକ୍ଟରରେ ହେବ ପ୍ରଦର୍ଶନୀ ଅଞ୍ଚଳ । ଅନ୍ୟ ଶହେ ଅଞ୍ଚଳରେ ପ୍ରାଣୀଚିକିତ୍ସା କେନ୍ଦ୍ର ସହ ଉଦ୍ଧରା କରାଯାଇଥିବା ପଶୁଙ୍କ ଥଇଥାନ କେନ୍ଦ୍ର ହେବ। କର୍ମଚାରୀଙ୍କ ପାଇଁ ବାସଭବନ ସହ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଠାରୁ ଏହା ୧୫ କିଲୋ ମିଟର ଦୂରରେ ହେବ। ମେଲାନିଷ୍ଟିକ କଳାବାଘ କେବଳ ଶିମିଳିପାଳ ଅଞ୍ଚଳରେ ଦେଖାଯାଆନ୍ତି। ନନ୍ଦନକାନନରେ ଥିବା ବଳକା ବାଘ ସହ ଅନ୍ୟ ଅଞ୍ଚଳରୁ ଚାଲିଆସିଥିବା ବାଘ ଏହି ସଫାରୀରେ ରହିବେ। ବନ୍ୟଜନ୍ତୁ ପର୍ଯ୍ୟଟନ କ୍ଷେତ୍ରରେ ଏହା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ।
ଖବର ଅନୁଯାୟୀ, ଦେଶରେ ଥିବା ସବୁତକ କଳା ମହାବଳ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ରହିଛନ୍ତି। ଏ ନେଉ ପୂର୍ବରୁ କେନ୍ଦ୍ର ଜଙ୍ଗଲ, ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସଂସଦର ତଥ୍ୟ ରଖିଥିଲେ। ଶ୍ରୀ ଚୌବେ କହିଥିଲେ ଯେ ପୂରା ଭାରତରେ ମୋଟ ୧୦ଟି କଳା ମହାବଳ ବାଘ ରହିଛନ୍ତି। ଆଶ୍ଚର୍ଯ୍ୟ ଓ ଖୁସିର କଥା ହେଲା, ସବୁତକ ବାଘ ଶିମିଳିପାଳ ଅଭୟାରଣ୍ୟରେ ହିଁ ଅଛନ୍ତି। ଏହି ୧୦ଟି ଯାକ କଳା ବାଘ ‘ମେଲାନିଷ୍ଟିକ’ ପ୍ରଜାତିର।
୨୦୨୨ର ପାନ୍‌‌-ଇଣ୍ଡିଆ ବାଘ ଗଣନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟରେ ୧୦ଟି କଳା ବାଘ ରହିଛନ୍ତି। ୨୦୦୭ ମସିହାରେ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଟ୍ରାପ୍‌‌ କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରାରେ ଉକ୍ତ କଳା ମହାବଳ ବାଘର ଫଟୋ ସାମ୍ନାକୁ ଆସିଥିଲା। ସେବେଠାରୁ ଏହା ଉପରେ ଅନେକ ଗବେଷଣା ଜାରି ରହିଛି।
ପୁଣି ଶିମିଳିପାଳ ସଂଲଗ୍ନ ଅଞ୍ଚଳରୁ ୮ଟି ବନ୍ଧୁକ ଜବତ, ୩ ଗିରଫ
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନ ବେଳେ ମୟୁରଭଞ୍ଜ ଜିଲ୍ଲା ପୁଲିସକୁ ପୁଣି ବଡ଼ ସଫଳତା ମିଳିଛି। ଦୁଇ ଗୋଟି ପୃଥକ ଘଟଣାରେ ୮ ଗୋଟି ବନ୍ଧୁକ ସମେତ ୩ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ଶନିବାର ବାରିପଦାରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସଂଲଗ୍ନ ଅଞ୍ଚଳର ଗ୍ରାମ ଗୁଡିକରେ ବିପୁଳ ପରିମାଣର ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଥିବାରୁ ଅବାଧ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଏହାକୁ ପ୍ରତିରୋଧ କରି କିଛି ଦିନ ପୂର୍ବରୁ ଦୁଇ ଜଣ ବନ କର୍ମଚାରୀ ଶିକାରୀଙ୍କ ଗୁଳିରେ ନିହତ ହୋଇଛନ୍ତି। ଉକ୍ତ ଘଟଣା ପରେ ମୟୂରଭଞ୍ଜ ଜିଲ୍ଲା ପୁଲିସ ସମ୍ପୃକ୍ତ ଗ୍ରାମମାନଙ୍କରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଏହିକ୍ରମରେ ପୁଲିସ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର ସଂଲଗ୍ନ ଯଦୁନାଥପୁର,ଚନ୍ଦନଚତୁରୀ, ଚମ୍ପାଗଡ଼, ରେଣ୍ଟାସାହି ଓ ହାତୀକୋଟ ଆଦି ଗ୍ରାମରେ ଚଢ଼ାଉ କରାଯାଇଛି। ତେବେ ଉକ୍ତ ଗ୍ରାମର ତିନି ଜଣକ ଘରୁ ଗୋଟିଏ ଲେଖାଏଁ ଦେଶୀ ବନ୍ଧୁକ ଜବତ ସହ ୩ଜଣକୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ ବଡ଼ସାହି ଥାନା ଅନ୍ତର୍ଗତ ହାତୀକୋଟ ଗ୍ରାମର ମହେନ୍ଦ୍ର ସିଂ(୩୦), ଶ୍ୟାମସୁନ୍ଦର ସିଂ(୨୮) ଓ ମଦନ ସିଂ(୩୫)।
ସେହିପରି ଖୁଣ୍ଟା ଥାନା ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ବହଳଦା ଗ୍ରାମ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଲୁଚାଇ ରଖିଥିବା ୫ଗୋଟି ବନ୍ଧୁକ ଜବତ ହୋଇଛି। ତେବେ ଅଭିଯୁକ୍ତ କେହି ଧରା ପଡିନାହାଁନ୍ତି। ଏନେଇ ବଡ଼ସାହି ଓ ଖୁଣ୍ଟା ଥାନାରେ ପୃଥକ ଭାବେ ଦୁଇ ଗୋଟି ଆର୍ମ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସେମାନେ ବନ୍ଧୁକ କେଉଁଠାରୁ ଆଣିଛନ୍ତି, ଏହାକୁ କିଏ ତିଆରି କରୁଛି ଓ ଏହି ଅଭିଯୁକ୍ତମାନେ ପୂର୍ବରୁ କୋଣସି ଅପରାଧରେ ଜଡିତ ଥିଲେ କି ନାହିଁ, ସେ ସମସ୍ତ ବିଷୟ ତଦନ୍ତ କରାଯାଉଛି ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବି ଗଙ୍ଗାଧର, ଉଦଳା ଏସଡିପିଓ ସାର୍ଥକ ରାୟ, ବଡ଼ସାହି ଥାନା ଅଧିକାରୀ ସଞ୍ଜୟ ପରିଡା, ଖୁଣ୍ଟା ଥାନା ଅଧିକାରୀ ଲୋପାମୁଦ୍ରା ନାୟକ ଓ ଇନ୍ସିପେକ୍ଟର ସୁଚିସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଏବେ ନିୟମିତ ଭାବେ ବନବିଭାଗର କର୍ମଚାରୀ ଏବଂ ପୁଲିସର ମିଳିତ ସହଯୋଗରେ ଶିମିଳିପାଳ ଅଭୟାରଣ୍ୟ ଏବଂ ତାର ପାଦଦେଶରେ ଥିବା ଅଂଚଳରେ ବ୍ୟାପକ ଭାବେ ଖାନତଲାସ ଏବଂ କୋମ୍ବିଂ ଅପରେସନ ଜୋରଦାର କରାଯାଇଛି। ଏହି ଅବସରରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ବ୍ୟକ୍ତିମାନଙ୍କୁ ଏବଂ ଦେଶୀ ବନ୍ଧୁକ ତିଆରି କରୁଥିବା ବ୍ୟକ୍ତିମାନଙ୍କୁ ପୁଲିସ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ସେମାନେ ସ୍ୱଇଛାରେ ଚଳିତ ମାସ ୩୦ତାରିଖ ମଧ୍ୟରେ ପୁଲିସ ନିକଟରେ ଜମା କରି ପୁରସ୍କୃତ ହୁଅନ୍ତୁ ଅନ୍ୟଥା ଗିରଫ ହେବା ପାଇଁ ପ୍ରସ୍ତୁତ ରହିବାକୁ ପୁଲିସ ପକ୍ଷରୁ ଚେତାବନୀ ଦେଇଛନ୍ତି।