Flood in New Delhi - The Sakala

ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା ବନ୍ୟା ପାଣି, ଭିଆଇପି ଅଞ୍ଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି
ନୂଆଦିଲ୍ଲୀ: ଚଳିତ ମୌସୁମୀରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତି ଅତ୍ୟନ୍ତ ବେହାଲ ହୋଇପଡ଼ିଛି। ରାସ୍ତାଘାଟ ପାଣି ପଶିଥିବାରୁ ଅନେକ ରୁଟ୍‌ ବନ୍ଦ ହୋଇପଡିଛି । ରାଜଧାନୀର ଭିଆଇପି ଅଂଚଳଠୁ ନେଇ ଗଳିକନ୍ଦି ସବୁଠି ଜମିଛି ନଦୀପାଣି । ବିଧାନସଭା, ସଚିବାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବାସଭବନ, ଲାଲକିଲ୍ଲାଠୁ ନେଇ ଅଧିକାଂଶ ସ୍ଥାନରେ ଯମୁନା ନଦୀ ପାଣି ପଶିବା ଯୋଗୁଁ ରାଜଧାନୀର ସ୍ଥିତି ବେହାଲ ହୋଇପଡିଛି । ସେପଟେ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ସ୍କୁଲ, କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବର୍ଷା ୪୨ ବର୍ଷର ରେକର୍ଡ ଭାଙ୍ଗିବା ସହିତ ସାରା ଏନସିଆର ଅଞ୍ଚଳ ଜଳାର୍ଣ୍ଣବ ହୋଇପଡ଼ିଛି। ତେବେ ସହର ମଧ୍ୟରେ ଏବେ ଯମୁନା ପାଣି ପ୍ରବାହିତ ହେବା ପରେ ସ୍ଥିତି ଆହୁରି ଗମ୍ଭୀର ହୋଇପଡ଼ିଛି। ଏହାକୁ ନେଇ ଦିଲ୍ଲୀ ସରକାରଙ୍କ ଚିନ୍ତା ଦ୍ବିଗୁଣିତ ହୋଇଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜରୁରୀକାଳୀନ ବୈଠକ ଡକାଇ ସ୍ଥିତି ସମୀକ୍ଷା କରିଛନ୍ତି। ଏଭଳି ସ୍ଥିତିକୁ ନେଇ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା ସହିତ ତ୍ବରିତ ସହାୟତା କରିବାକୁ କହିଛନ୍ତି। ଏନେଇ କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ରାଜଧାନୀ ଦିଲ୍ଲୀ ସହରରେ ବନ୍ୟା ସୃଷ୍ଟି ହେବା ଗମ୍ଭୀର ବିଷୟ। ଏଭଳି ସ୍ଥିତି ସାରା ବିଶ୍ବସମାଜକୁ ନକରାତ୍ମକ ସନ୍ଦେଶ ଦେବ ବୋଲି ସେ କହିଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବାକୁ ରହିଥିବା ବେଳେ ସହରର ବନ୍ୟା ପରିସ୍ଥିତି ବିଶ୍ବ ଦରବାର ପାଇଁ ନକାରାତ୍ମକ ସନ୍ଦେଶ ଦେବ। ତେଣୁ ଏହାକୁ କିଭଳି ତ୍ବରିତ ଢଙ୍ଗରେ ମୁକାବିଲା କରାଯାଇପାରିବ ତାହା ସମସ୍ତେ ଚିନ୍ତା କରିବା କରିବା ଜରୁରୀ। ବିଶେଷକରି ଦିଲ୍ଲୀବାସୀଙ୍କୁ ଏଭଳି ଦୁଃସ୍ଥିତିରୁ ତୁରନ୍ତ ମୁକ୍ତ କରିବାକୁ ପଡ଼ିବ ବୋଲି କେଜ୍ରିୱାଲ ନିଜ ଚିଠିରେ ଦର୍ଶାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ବୁଧବାର ସୁଦ୍ଧା ଯମୁନା ଜଳସ୍ତର ୪୪ ବର୍ଷର ରେକର୍ଡ ଅତିକ୍ରମ କରିଛି। ବୁଧବାର ସକାଳ ସୁଦ୍ଧା ଯମୁନା ନଦୀ ଜଳସ୍ତର ୨୦୭.୫୫ ମିଟର ରହିଥିଲା। କିନ୍ତୁ କେନ୍ଦ୍ରୀୟ ଜଳ କମିସନଙ୍କ ଆକଳନ ଅନୁସାରେ ରାତି ସୁଦ୍ଧା ଏହା ୨୦୭.୭୨ ମିଟର ଛୁଇଁବ।ଯାହା ସାରା ସହର ପାଇଁ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆଶଙ୍କା ଦେଖାଯାଇଛି। ଏହା ପୂର୍ବରୁ ୧୯୭୮ ମସିହାରେ ଯମୁନା ନଦୀ ୨୦୭.୪୯ ମିଟର ଉଚ୍ଚତାରେ ପ୍ରବାହିତ ହୋଇଥିଲା।

ସେହିପରି ୨୦୧୩ରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ସେହି ବର୍ଷ ଯମୁନା ଜଳସ୍ତର ୨୦୭.୩୩ ମିଟର ଛୁଇଁଥିଲା। ବର୍ତ୍ତମାନ ଦିଲ୍ଲୀରେ ଯମୁନା ଉଜାଣି ପ୍ରବାହିତ ହେଉଥିବାରୁ ବନ୍ୟା ଭୟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ତଳିଆ ଅଞ୍ଚଳରେ ରହିଥିବା ଲୋକମାନେ ଆଉ ଅପେକ୍ଷା ନ କରି ତୁରନ୍ତ ସୁରକ୍ଷିତ ସ୍ଥାନକୁ ଚାଲିଯିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ବର୍ଷା ବ୍ୟତୀତ ଯମୁନା ନଦୀକୁ ହରିଆଣା ସରକାର ହାଥନିକୁଣ୍ଡ ଡ୍ୟାମ୍‌ରୁ ପାଣି ଛାଡୁଥିବାରୁୂ ସ୍ଥିତି ଜଟିଳ ହୋଇପଡ଼ିଛି। ତେଣୁ ସ୍ବଳ୍ପ ଏବଂ ଆବଶ୍ୟକତା ଅନୁସାରେ ଏହି ଡ୍ୟାମରୁ ପାଣି ଛାଡିବାକୁ କେନ୍ଦ୍ର ସରକାର ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ପ୍ରବଳ ବର୍ଷାକୁ ନେଇ ଗତ ୧୦ ତାରିଖରୁ ହରିୟାଣା ସରକାର ଏହି ଡ୍ୟାମ୍‌ରୁ ପାଖାପାଖି ୨,୧୫,୬୭୭ କ୍ୟୁସେକ୍‌ ଜଳ ଛାଡ଼ିଛନ୍ତି। ଫଳରେ ଦୁଇ ତିନି ଦିନରେ ଏହି ଜଳ ଏବେ ଦିଲ୍ଲୀରେ ପହଞ୍ଚିଛି ବୋଲି କୁହାଯାଇଛି।