Educational Institutions - The Sakala

୫-ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବଦଳିବ ରୂପରେଖ
ବ୍ରହ୍ମପୁର: ସ୍କୁଲ ଭଳି କଲେଜର ହେବ ରୂପାନ୍ତରୀକରଣ । ଉଚ୍ଚ ଶିକ୍ଷାନୁଷ୍ଠାନର ବଦଳିବ ରୂପରେଖ । କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀଗୃହଠୁ ନେଇ ଇ-ଲାଇବ୍ରେରୀର ପ୍ରତିଷ୍ଠା କରାଯିବ । ଏହି କ୍ରମରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ତଥା ୫ଟି ଉପକ୍ରମରେ ସାମିଲ ହୋଇଛି ଗଞ୍ଜାମ ଜିଲ୍ଲାର ୧୧ଟି ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ। ଏହି ରୂପାନ୍ତରୀକରଣ କାର୍ଯ୍ୟକ୍ରମ ମାଧ୍ଯମରେ ୯ କୋଟି ଟଙ୍କା ବ୍ୟୟରେ ଏସବୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ କ୍ୟାମ୍ପସ୍ ଚେହେରା ବଦଳିବ। ଏହି ଅର୍ଥରାଶିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍‌ ଗଣ୍ଡଳା- ବେଲଗାମସ୍ଥିତ ଶ୍ରୀବେଲେଶ୍ଵର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ, ପୋଚିଲିମାସ୍ଥିତ ଖମ୍ବେୟାଦୋରା ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, କଞ୍ଚୁରୁସ୍ଥିତ ସରକାରୀ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଶାସନସ୍ଥିତ ଓଏଭିଏସ୍‌ (ହିଞ୍ଜଳିକାଟୁ), ହିଞ୍ଜଳିକାଟୁ ପୌରପାଳିକାରେ ଥିବା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ, ଶେରଗଡ ବ୍ଲକ୍‌ର ପିତ୍ତଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ଡିଗ୍ରୀ କଲେଜ, ଶେରଗଡ଼ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଉନ୍ନତିକରଣ କରାଯିବ।

ଉଲ୍ଲେଖଯୋଗ୍ୟ ସ୍କୁଲ ଭଳି କଲେଜର ଆରମ୍ଭ ହୋଇଛି ରୂପାନ୍ତରୀକରଣ। କ୍ୟାମ୍ପସ୍‌ର ରୂପରେଖ ବଦଳିବ। ଉଚ୍ଚ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ଜରିଆରେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହରୁ ଆରମ୍ଭ କରି ଉତ୍ତମମାନର ବିଜ୍ଞାନ ଲ୍ୟାବ୍, ଇ-ଲାଇବ୍ରେରୀ ପ୍ରତିଷ୍ଠା କରାଯିବ। ପୁରୁଣା ଶ୍ରେଣୀଗୃହର ଉନ୍ନତିକରଣ, ନୂଆ ଅଡିଟୋରିୟମ୍‌, କମନ୍‌ ରୁମ୍‌ ପ୍ରତିଷ୍ଠା, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଶୌଚାଳୟ କରାଯିବ। ଏହା ସହ କଲେଜ କ୍ୟାମ୍ପସ୍‌ ସୌନ୍ଦର୍ଯ୍ୟକରଣ, ବାସ୍କେଟବଲ୍‌ ଓ ଭଲିବଲ୍‌ କୋର୍ଟ ଆଦି ତିଆରି ହେବ। ଅତ୍ୟାଧୁନିକ ବ୍ୟବସ୍ଥାରେ ଚମକିବ ଶିକ୍ଷାନୁଷ୍ଠାନ। ଏଥିପାଇଁ ‘ମୋ କଲେଜ’ ଅଭିଯାନରେ ସାମିଲ ହୋଇ ୫ଟି ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୧୧ଟି ଶିକ୍ଷାନୁଷ୍ଠାନର ବିକାଶ ହେବ। ଏଥିରେ ରହିଛି ଜିଲ୍ଲାର ୮ଟି ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ଓ ୩ଟି ଡିଗ୍ରୀ କଲେଜ। ଏଥିପାଇଁ ରୁଙ୍ଗଟା ସନ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ସିଏସ୍‌ଆର୍‌ ଫଣ୍ଡରୁ ୪ କୋଟି ୫୦ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ଏହି ଅର୍ଥ କଲେଜର ଉନ୍ନତିକରଣ ପାଇଁ ଆସିଛି। ଏହାପରେ କଲେଜରେ ବିଭିନ୍ନ ପ୍ରକଳ୍ପ ପାଇଁ ଏହି ଅର୍ଥରାଶିର ଦୁଇ ଗୁଣା ଅର୍ଥାତ୍ ୯ କୋଟି ଟଙ୍କା ସରକାରଙ୍କ ଅନୁମୋଦନ ପରେ ‘ମୋ କଲେଜ’ ଅଭିଯାନରେ ପ୍ରଦାନ କରାଯାଇଛି।

ଗତ ମେ ମାସରେ ୫-ଟି ସଚିବ ଭି.କେ.ପାଣ୍ଡିଆନ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍ ଗସ୍ତ ବେଳେ ଛାତ୍ରଛାତ୍ରୀଙ୍କ ଅନୁରୋଧ କ୍ରମେ ଶିକ୍ଷାନୁଷ୍ଠାନ ଗୁଡିକର ବିକାଶ ପାଇଁ ଅନୁଦାନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ତାହା ତ୍ବରାନ୍ବିତ ହୋଇଛି।