Heavyrainfall - The Sakala

ଉତ୍ତର ଭାରତରେ ବର୍ଷା ବିତ୍ପାତ: ଭୂସ୍ଖଳନ,ବନ୍ୟାରେ ଗଲାଣି ୫୬ ଜଣଙ୍କ ଜୀବନ
ନୂଆଦିଲ୍ଲୀ: ବର୍ଷା ବିତ୍ପାତକୁ ନେଇ ଉତ୍ତର ଭାରତ ସ୍ଥିତି ବେହାଲ ହୋଇପଡ଼ିଛି। ଦିଲ୍ଲୀ,ଉତ୍ତରପ୍ରଦେଶ,ହରିୟାଣା, ପଞ୍ଜାବ,ଜମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ଆଦି ରାଜ୍ୟରେ ପ୍ରବଲ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତିକୁ ଅତ୍ୟନ୍ତ ଗମ୍ଭୀର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହିସବୁ ରାଜ୍ୟରେ ୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଏବେ ମଧ୍ୟ ନିଖୋଜ ରହିଛନ୍ତି। ପାହାଡ଼ ଠାରୁ ସମତଳ ଯାଏଁ ସବୁ କିଛି ଜଳାର୍ଣ୍ଣବ ହୋଇପଡ଼ିଥିବା ବେଳେ ସାଧାରଣ ଧନଜୀବନ ବ୍ୟାହତ ହୋଇପଡ଼ିଛି। ତେବେ ସବୁଠୁ ବେଶୀ ପ୍ରଭାବିତ ହୋଇଛି ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଏହି ଦୁଇ ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାକୁ ବିଚ୍ଛିନ୍ନ କରିଥିବା ବେଳେ ବିଭିନ୍ନ ନଦୀରେ ବନ୍ୟା ଆସି ସ୍ଥିତିକୁ ଜଟିଳ କରିଦେଇଛି। ଅନେକ ସ୍ଥାନରେ ପୋଲ ଭାସିଯିବା ସହିତ ଜାତୀୟ ରାଜପଥ ମଧ୍ୟ ଧୋଇଯାଇଛି।

ରବି, ସତଲେଜ୍, ଚେନାବ, ବ୍ୟାସ୍, ଝେଲମ ଆଦି ନଦୀର ଜଳପତ୍ତନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଆଗକୁ ମଧ୍ୟ ସ୍ଥିତି ଆହୁରି ଗମ୍ଭୀର ହେବାର ଆଶଙ୍କା ବଢାଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଏସଡିଆରଏଫ ଏବଂ ଏନଡିଆରଏଫର ବହୁ ଟିମ୍‌କୁ ମୁତୟନ କରାଯାଇଛି।ହିମାଚଳ ପ୍ରଦେଶରେ ବର୍ଷା ଜାରି ରହିଛି। ମଣ୍ଡି ଜିଲ୍ଲାରେ ବାଦଳଫଟା ବର୍ଷା ଯୋଗୁ ପାର୍ବତୀ ନଦୀ ପୋଲ ଭାସିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ହିମାଚଳରେ ୮ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅଧିକାଂଶ ସ୍ଥାନରେ ଭୂ-ସ୍ଖଳନ ଯୋଗୁ ପ୍ରାୟ ୮୦୦ ସଡ଼କରେ ଯାତାୟାତ ବନ୍ଦ ହୋଇଛି।ରାଜଧାନୀ ଦିଲ୍ଲୀରେ ମଧ୍ୟ ମୌସୁମୀ ବର୍ଷା ତଣ୍ଡବ ରଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୪୨ ବର୍ଷର ରେକର୍ଡ ଭାଙ୍ଗିଛି। ଦିଲ୍ଲୀ ଏନସିଆରରେ ୧୫୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି। ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି।ଉତ୍ତରାଖଣ୍ଡରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ପ୍ରବଳ ବର୍ଷା ପାଇଁ ରାଜ୍ୟରେ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଭୁ-ସ୍ଖଳନ ଯୋଗୁ ୧୭୫ଟି ସଡ଼କପଥରେ ଗମନାଗମନ ବନ୍ଦ ରହିଛି।