Bhubaneswar Municipal Corporation - The Sakala

ଅଳିଆ ପାଇଁ ୟୁଜର୍ସ ଫି ନେବ ବିଏମ୍‌ସି, 'ସଫା ଆପ୍' ମାଧ୍ୟମରେ ସହରବାସୀ ପାଇପାରିବେ ସୂଚନା
ଭୁବନେଶ୍ୱର: ବିଏମ୍‌ସି ଆଦାୟ କରିବ ୟୁଜର୍ସ ଫି। ଦୋକାନ, ବ୍ୟବସାୟୀକ ପ୍ରତିଷ୍ଠାନ, ଭୋଜନାଳୟ ସମସ୍ତଙ୍କ ଠାରୁ ୟୁଜର୍ସ ଫି ଆଦାୟ କରାଯିବ। ସମସ୍ତେ ଗଣିବେ ୟୁଜର୍ସ ଫି। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକା ଅନୁଯାୟୀ ୟୁଜର୍ସ ଫି ଦେବେ। ହୋଲ୍ଡିଂ ଟିକସ, ଟ୍ରେଡ୍‌ ଲାଇସେନ୍ସ ସହ ବିଏମ୍‌ସିକୁ ଏକାଧିକ ଟିକସ ଦେବା ପରେ ଅଳିଆ ଉଠାଇବା ପାଇଁ ଆଉ ଏକ ଟିକସ ଦେବାକୁ ପଡ଼ିବ। ଯୁଆଡେ ପାଦ ପଡ଼ିବ ସେଠାରୁ ଅଳିଆ ଟିକସ ଆଦାୟ ହେବ। ବ୍ୟବସାୟୀମାନେ ଏହି ଟିକସ ଭାର ବିଭିନ୍ନ ଆଳରେ ଗ୍ରାହକଙ୍କ ଉପରେ ଲଦି ନେବେ। ଗ୍ରାହକ ଅଳିଆ ଟିକସ ଘରେ ଦେବେ ଏହାପରେ ମଲ୍‌, ରେସ୍ତୋରାଁ, ରେଳ ଷ୍ଟେସନ ସବୁଠି ଦେବେ। ଅଳିଆ ଫୋପାଡ କି, ନାହିଁ। ଯାହା ରାଜଧାନୀବାସୀଙ୍କ ପକେଟ୍‌କୁ ଭାରି ପଡ଼ିପାରେ।

ମାସିକ ହିସାବରେ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ୮୦୦ ବର୍ଗଫୁଟ୍‌ରୁ କମ୍‌ ଇଡବ୍ଲୁଏସ୍‌ ଘରରେ ରହୁଥିଲେ ଲେକେ ବିଏମ୍‌ସିକୁ ମାସିକ ୫୦ଟଙ୍କା ଦେବାକୁ ପଡ଼ିବ। ସେହିପରି ଏମ୍‌ଆଇଜି ଘର ପାଇଁ ୭୫ ଏବଂ ଏଚ୍‌ଆଇଜି ଘର ପାଇଁ ୧୨୫ ଟଙ୍କା ୟୁଜର୍ସ ଫି ଦେବାକୁ ପଡ଼ିବ। ହୋଟେଲଗୁଡ଼ିକ ପାଇଁ ୪ଟି ଶ୍ରେଣୀ ପ୍ରସ୍ତୁତ କରାଯାଇଛି। ୧୦ ରୁମ୍‌ ବିଶିଷ୍ଟ ହେଲେ ୫ଶହ ଟଙ୍କା, ୩୦ ରୁମ୍‌ରୁ ପର୍ଯ୍ୟନ୍ତ ହେଲେ ସର୍ବାଧିକ ୧୦୦୦ଟଙ୍କା ଦେବାକୁ ପଡ଼ିବ।

ତେବେ ୟୁଜର୍ସ ଫି ନିୟମ ବିବାହ ଆୟୋଜନକୁ ଅଧିକ ମହଙ୍ଗା କରିଦେବ। ସର୍ବନିମ୍ନ ଶ୍ରେଣୀରେ ମାତ୍ର ୧ଏକର ମଧ୍ୟରେ ମଣ୍ଡପ ଥିବ। ଏଥିରୁ ୫ଶହ କେଜିର ବର୍ଜ୍ୟ ବାହାରୁଥିବ ତେବେ ୧୦ହଜାରେ ଟଙ୍କା ଗଣିବାକୁ ପଡ଼ିବ। ଏହା ସହ ପ୍ରତ୍ୟେକ ୧୦୦କେଜି ପାଇଁ ଆଉ ଅଧିକ ୧୦୦୦ ଗଣିବାକୁ ପଡ଼ିବ। ସେହିପରି ୩ଏକର ମଧ୍ୟରେ ମଣ୍ଡପ ଥିଲେ ୨୦ ହଜାରରେ, ୫ ଏକର ମଧ୍ୟରେ ଥିରେ ୩୦ହଜାର ଏହାଠାରୁ ଅଧିକ ଥିଲେ ୪୦ହଜାର ପର୍ଯ୍ୟନ୍ତ ଅଳିଆ ଉଠାଇବା ଖର୍ଚ୍ଚ ବା ୟୁଜର୍ସ ଫି ଦେବାକୁ ପଡ଼ିବ। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି।

ସେହପରି ସିନେମା ଟିକଟ୍‌ ମଧ୍ୟ ମହଙ୍ଗା ହେବ। ହଲ୍‌ ଏବଂ ମଲ୍‌ଟିପ୍ଲେକ୍ସରେ ସିଟ୍‌ ପିଛା ୟୁଜର୍ସ ଫି ଆଦାୟ ହେବ। ତେବେ ଏହାର ବୋଧକୁ ମାଲିକମାନେ ଗ୍ରାହକଙ୍କ ଉପରେ ନଦି ଦେଇ ପାରନ୍ତି। ଏଣୁ ସିନେମା ଟିକଟ୍‌ ମହଙ୍ଗା ହେବାର ବହୁ ସମ୍ଭାବନା ରହିଛି। ସେହିପରି ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ଇଣ୍ଡଷ୍ଟ୍ରିଜ୍‌, ହେଟେଲ, ଗେଷ୍ଟ ହାଉସ୍‌, ବିଉଟି ପାର୍ଲର, ସପିଂ ମଲ୍‌, ସ୍ପା, ଉଠା ଦୋକାନ, ହାଟ  ପ୍ରଣ୍ଟିଂ ପ୍ରେସ୍‌ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ୟୁଜର୍ସ ଫି ଆଦାୟ କରାଯିବ।

ଏହାସହ ୨୦୨୫-୨୬ ସ୍ୱଚ୍ଛ ସର୍ବେକ୍ଷଣ ପାଇଁ ଭୁବନେଶ୍ୱରବାସୀ ଆଗେଇ ଆସିବାକୁ ମେୟର ସୁଲୋଚନା ଦାସ ଆହ୍ୱାନ ଦେଇଛନ୍ତି। ନୂତନବର୍ଷ ୨୦୨୬ ଅବସରରେ ବିଏମସି ପକ୍ଷରୁ ସହରବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସହରର ସ୍ୱଚ୍ଛତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ନୂତନ ଅଭିଯାନ ଆରମ୍ଭ ହୋଇଛି। ସ୍ୱଚ୍ଛ ସର୍ବେକ୍ଷଣ ୨୦୨୫-୨୬ରେ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ସହର ଭାବେ ଗଢ଼ିତୋଳିବା ପାଇଁ ବିଏମସି ପକ୍ଷରୁ ସେ ଲୋକମାନଙ୍କ ସହଯୋଗ କାମନା କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ।

ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆବାସିକ ଘର, ଦୋକାନ, ହୋଟେଲ ଏବଂ ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ୟୁଜର ଫି ଧାର୍ଯ୍ୟ କରାଯାଇଛି। ସହରବାସୀ ‘ସଫା ଆପ୍‌' କିମ୍ୱା ବିଏମସିର ସ୍ୱତନ୍ତ୍ର ହ୍ୱାଟ୍‌ସଆପ୍‌ ନମ୍ୱର ୭୬୫୩୦୧୧୮୩୨ ମାଧ୍ୟମରେ ଅଧିକ ସୂଚନା ପାଇପାରିବେ। ସ୍ୱଚ୍ଛସାଥୀମାନେ ନିଜ ନିଜ ୱାର୍ଡରୁ ୨୦୧୮ ମସିହାରେ ବିଏମ୍‌ସି ଦ୍ୱାରା ଧାର୍ଯ୍ୟ ୟୁଜର୍ସ ଫି ଆଦାୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାୟୀ ବାସିନ୍ଦା, ସମସ୍ତ ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ ପ୍ରତିଷ୍ଠାନ, ଉଦ୍ୟୋଗ ଇଦ୍ୟାଦିଙ୍କଠାରୁ ୟୁଜର୍ସ ଫି ଆଦାୟ କରିବେ। ଏ ନେଇ ସେମାନଙ୍କୁ ତାଲିମ ମଧ୍ୟ ଦିଆଯାଇଛି। ଆସନ୍ତୁ, ସମସ୍ତେ ମିଶି ଭୁବନେଶ୍ୱରକୁ ଏକ ନମ୍ୱର ସହର ଭାବେ ଗଢ଼ିତୋଳିବାକୁ ଅନୁରୋଧ କରିଛନ୍ତି।

ବିଏମ୍‌ସି କମିଶନର ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶ କ୍ରମେ ବିଏମ୍‌ସି ନିୟୋଜିତ ଆଇଇସି ଟିମ୍‌ ପରିମଳ ସଂପର୍କିତ ବିଭିନ୍ନ ନିୟମ ଏବଂ ନାଗରିକ ଦାୟିତ୍ୱବୋଧ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବେ। କେଉଁ ପ୍ରତିଷ୍ଠାନ ପାଇଁ କେତେ ୟୁଜର୍ସ ଫି ଦେବାକୁ ପଡ଼ିବ, ସେ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ ଅତିରିକ୍ତ କମିଶନର କୈଳାସ ଚନ୍ଦ୍ର ଦାସ। ଆୟୋଜିତ ଏହି ସାମ୍ୱାଦିକ ସମ୍ମିଳନୀରେ ମେୟରଙ୍କ ସହ ଅତିରିକ୍ତ କମିସନର ରତ୍ନାକର ସାହୁ ଏବଂ ଡେପୁଟି କମିଶନର, ପରିମଳ, ଏନ୍‌. ଗଣେଶ ବାବୁ ଉପସ୍ଥିତ ଥିଲେ।

ବଢ଼଼ିବ ଭୁବନେଶ୍ୱର ମହାନଗର ନିଗମ ପରିସୀମା, ବିଏମ୍‌‌ସିରେ ମିଶିବ ଉପକଣ୍ଠବର୍ତ୍ତୀ ୭୧ ଗାଁ
ଭୁବନେଶ୍ୱର: ବିଏମ୍‌‌ସିର ବଢ଼଼ିବ ପରିସୀମା। ରାଜଧାନୀ ଉପକଣ୍ଠରେ ଥିବା ୭୧ଟି ଗାଁ ଭୁବନେଶ୍ୱର ମହାନଗର ନିଗମରେ ମିଶିବେ। ଏନେଇ ବିଏମ୍‌‌ସି ପକ୍ଷରୁ ପକ୍ରିୟା ଆରମ୍ଭ ହୋଇଛି। ୩ ବ୍ଲକର ବିଡ଼ିଓ ପ୍ରାଥମିକ ଭାବେ ଗ୍ରାମସଭା ରିପୋର୍ଟ ଦାଖଲ କରିଛନ୍ତି। ଏହାକୁ ସରକାର ଅନୁମତି ଦେବା ପରେ ଏହା ପୁରା ବିଏମ୍‌‌ସି ମିଶିଯିବ ବୋଲି ଜଣାପଡ଼ିଛି। ଏହା ହେଲେ ବିଏମ୍‌‌ସି ଅଧୀନକୁ ୧୪ଟି ପଞ୍ଚାୟତ ଆସିବ। ସେଥିରେ ଭୁବନେଶ୍ୱରୀ ବ୍ଲକ ଅଧିନରେ ଥିବା ୧୨ଟି ପଞ୍ଚାୟତ ରହିଛି। ଏହା ମଧ୍ୟରେ ତମାଣ୍ଡୋ, ଧଉଳି, ଲିଙ୍ଗିପୁର, ଇଟିପୁର, ରଘୁନାଥପୁର, ଦାରୁଠେଙ୍ଗ, ଅନ୍ଧାରୁଆ, ଦାସପୁର, ଗୋଠପାଟଣା ଭଳି ଅଞ୍ଚଳ ରହିଛି। ବାଲିଅନ୍ତା ବ୍ଲକର ଅଣ୍ଡିଲୋ ଏବଂ ଜଟଣୀର ଗୋଟିଏ ପଞ୍ଚାୟତ ବିଏମ୍‌‌ସି ଅଧୀନକୁ ଆସିବ।

ବିଏମ୍‌‌ସିରେ ବର୍ତ୍ତମାନ ୬ଟି ୱାର୍ଡ ରହିଛି। ୩ଟି ଜୋନ ତଥା ଦକ୍ଷିଣ-ପୂର୍ବ, ଦକ୍ଷିଣ- ପଶ୍ଚିମ ଓ ଉତ୍ତର ଜୋନ୍‌‌ରେ ପ୍ରାୟ ୧୫ଲକ୍ଷରୁ ଅଧିକ ଲୋକ ରହୁଛନ୍ତି। ଦକ୍ଷିଣ-ର୍ବୂ ଜୋନ୍‌‌ରେ ୨୫ଟି ୱାର୍ଡ ରହିଛି। ଏଥିରେ ୧୨ଟି ଏକାମ୍ର ଏବଂ ୧୩ଟି ମଧ୍ୟ ନିର୍ବାଚନ ମଣ୍ଡଳୀର ୱାର୍ଡ ରହିଛି। ଏହିଭଳି ଉତ୍ତର ଜୋନ୍‌‌କୁ ଦୁଇ ଭାଗ କରିବ ଜୟଦେବ ବିହାର ନନ୍ଦନକାନନ ରାସ୍ତା। ଜିଏ ବିଭାଗକୁ ଜୋନ୍‌‌ ଅଫିସ୍‌‌ ପାଇଁ ଜାଗା ଦେବାକୁ ଚିଠି ଲେଖାଯାଇଛି। ବିଏମ୍‌‌ସି ଅଧୀନକୁ ଏହି ସବୁ ଗ୍ରାମ ଆସିବା ପରେ ଜୋନ୍‌‌ର ନାମ କରଣ କରାଯିବ। ଗୋଟିଏ ଗୋଟିଏ ଅଫିସ ଉପରେ ୨୪ରୁ ଅଧିକ ୱାର୍ଡ ରହୁଥିବାରୁ ଚାପ ପଡୁଥିଲା। ତେଣୁ ଏହାକୁ ଅଲଗା କରିବାକୁ ବିଏମ୍‌‌ସି ନିଷ୍ପତ୍ତି ନେଇଛି। ଆହୁରି ମଧ୍ୟ ବିଏମ୍‌‌ସି ତାରି କର୍ମଚାରୀ ସଂଖ୍ୟା ବୃଦ୍ଧି କରି କିଭଳି ସ୍ୱାଭାବିକ କରାଯିବ ତାହା ଉପରେ ଫୋକସ ଦେବ।

ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ରାଜ୍ୟର ସବୁଠାରୁ ବୃହତ ସ୍ବାୟତ୍ତ ଶାସନ ଅନୁଷ୍ଠାନ । ରାଜ୍ୟର ରାଜଧାନୀ ତଥା ଏକ ଆଧୁନିକ ସହର ଭାବେ ଭୁବନେଶ୍ବରର ପରିଚୟକୁ ଆହୁରି ସୁଦୃଢ କରିବା ସହିତ ଏହି ଐତିହ୍ୟ ସଂପନ୍ନ ସହରର ଐତିହାସିକ ମର୍ଯ୍ୟଦାର ସୁରକ୍ଷା ଦିଗରେ ଭୁବନେଶ୍ବର ମହାନଗର ନିଗମର ଗୁରୁଦାୟିତ୍ବ ରହିଛି।

କ୍ରମବର୍ଦ୍ଧିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଏହାର ଦାୟିତ୍ବ ନିୟମିତ ଭାବେ ବଢିଚାଲିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ  ଭୁବନେଶ୍ବର ମହାନଗର ନିଗମ ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କରିଛନ୍ତି । ଏହାଦ୍ବାରା ନିଗମ ଅଧିକ ଦକ୍ଷ ଓ କ୍ରିୟାଶୀଳ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ବି.ଏମ୍‌.ସି ରେ ୨୧୦ଟି ଅନୁମୋଦିତ ପଦବୀ ଥିବାବେଳେ, ଏହି ଅତିରିକ୍ତ ୪୧୬ଟି ପଦବୀ ସୃଷ୍ଟି ଦ୍ବାରା ଏହାର ସମୁଦାୟ ପଦବୀ ସଂଖ୍ୟା ୬୨୬କୁ ବୃଦ୍ଧି ପାଇଛି ।

ପୂର୍ବରୁ ନିଗମର ପ୍ରଶାସନିକ କ୍ଷେତ୍ରରେ ଗୋଟିଏ ଆଡିସନାଲ କମିଶନର ପଦବୀ ଥିବାବେଳେ, ବର୍ତ୍ତମାନ ଆଉ ୩ଟି ଆଡିସନାଲ କମିଶନର ପଦବୀ ସୃଷ୍ଟି କରାଯାଇ ସମୁଦାୟ ପଦବୀ ସଂଖ୍ୟା ୪କୁ ବୃଦ୍ଧି କରାଯାଇଛି । ସେହିପରି ୬ଟି ନୂତନ ଜୋନାଲ କମିଶନର ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ପୂର୍ବରୁ ୩ଟି ଡେପୁଟି କମିଶନର ପଦବୀ ଥିବାବେଳେ, ଏଥିରେ ୧୩ଟି ନୂତନ ପଦବୀ ସୃଷ୍ଟି କରାଯାଇ, ସମୁଦାୟ ଡେପୁଟି କମିଶନର ପଦବୀ ସଂଖ୍ୟା ୧୬କୁ ବୃଦ୍ଧି କରାଯାଇଛି। ଏହାସହିତ ପୂର୍ବରୁ ୪ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ଥିବାବେଳେ ଆଉ ୯ଟି ପଦବୀ ସୃଷ୍ଟି କରାଯାଇ ସମୁଦାୟ ୧୩ଟି ପରିମଳ ଆସିଷ୍ଟାଣ୍ଟ କମିଶନର ପଦବୀ ରଖାଯାଇଛି ।

ନିଗମର ଅର୍ଥ ବିଭାଗରେ ୧୧ଟି ନୂତନ ପଦବୀ ସୃଷ୍ଟି କରାଯାଇଥିବା ବେଳେ ଯୋଜନା ବିଭାଗରେ ୪ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ୧୭ଟି ନୂତନ ପଦବୀ, ସାନିଟେସନ (ଇଂଜିନିୟରିଂ) ବିଭାଗରେ ୫ଟି ନୂତନ ପଦବୀ, ଡ୍ରେନେଜ ବିଭାଗରେ ୨୦ଟି ପଦବୀ,  ମେକାନିକାଲ ବିଭାଗରେ ୨ଟି, ଆଇନ ବିଭାଗରେ ଗୋଟିଏ, ଲୋକସଂପର୍କ ବିଭାଗରେ ୨ଟି,   ସୌନ୍ଦର୍ଯ୍ୟକରଣ ଓ  ଲ୍ୟାଣ୍ଡ ସ୍କେପିଂ ବିଭାଗରେ ୭ଟି, ପ୍ରାଣୀକଲ୍ୟାଣ ବିଭାଗରେ ୪ଟି, ସାମାଜିକ କଲ୍ୟାଣ ବିଭାଗରେ ୧୩ଟି, ବିପର୍ଯ୍ୟୟ ଓ ଜରୁରୀ ସେବା ବିଭାଗରେ ଗୋଟିଏ,  ଏନ୍‌ଫୋର୍‌ସମେଣ୍ଟ ବିଭାଗରେ ୧୯ଟି, ଅମଲା ବିଭାଗରେ ୯୩ଟି ଏବଂ ୱାର୍ଡ  ଅଫିସ ବିଭାଗରେ ୧୮୭ଟି ନୂତନ ପଦବୀ ସୃଷ୍ଟି କରାଯାଇଛି ।

ଇଂଜିନିୟରିଂ (ୱାର୍କ୍ସ) ବିଭାଗରେ ପୂର୍ବରୁ ୨ଟି ସିଭିଲ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବାବେଳେ ଏହାକୁ ୬କୁ ବୃଦ୍ଧି କରାଯାଇଛି । ସେହିପରି ସହକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ପଦବୀକୁ ୭ ରୁ ୧୩କୁ ବୃଦ୍ଧି କରାଯାଇଛି ଏବଂ ସିଭିଲ ଜୁନିଅର ଇଂଜିନିୟରିଂ ପଦବୀ ସଂଖ୍ୟାକୁ ୧୭ରୁ ୨୪କୁ ବୃଦ୍ଧି କରାଯାଇଛି ।

ପରିମଳ (ଇଂଜିନିୟରିଂ) ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ଏଥିରେ ମଧ୍ୟ ୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ), ଗୋଟିଏ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ପରିମଳ) ଓ ୩ଟି ଜୁନିଅର ଇଂଜିନିୟର (ପରିମଳ)  ଅନ୍ତର୍ଭୁକ୍ତ ।

ସେହିପରି ଡ୍ରେନେଜ ବିଭାଗରେ ୨୦ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ଏଥିରେ ଗୋଟିଏ କାର୍ଯ୍ୟନିର୍ବାହୀ ଅଧିକାରୀ, ୭ଟି ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ  ୧୨ଟି ଜୁନିଅର ଇଂଜିନିୟର ପଦବୀ ରହିଛି ।

ୱାର୍ଡ ପରିଚାଳନା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହୋଇଥିବାରୁ ୧୮୭ଟି ପଦବୀ ନୂତନ ପଦବୀ ସୃଷ୍ଟି କରାଯାଇଛି । ପୂର୍ବରୁ ଏଥିରେ ୮୧ଟି ପଦବୀ ଥିଲା । ବର୍ତ୍ତମାନ ସମୁଦାୟ ପଦବୀ ସଂଖ୍ୟା ୨୬୮ ହେଲା । ପୂର୍ବରୁ ୱାର୍ଡ ଅଫିସର ପଦବୀ ନ ଥିବା ବେଳେ, ଏଥିରେ ୬୭ଟି ନୂଆ ୱାର୍ଡ ଅଫିସର ପଦବୀ ସୃଷ୍ଟି କରାଯାଇଛି । ସେହିପରି ୱାର୍ଡ ରେଭେନ୍ୟୁ ଅଫିସର (ଟ୍ୟାକ୍‌ସ କଲେକ୍ଟର) ପଦବୀ ସଂଖ୍ୟା ୫୦ ଥିବାବେଳେ ଏହା ୬୭କୁ ବୃଦ୍ଧି ପାଇଛି । ସାନିଟାରୀ ଇନ୍‌ସପେକ୍ଟର ପଦବୀ ସଂଖ୍ୟା ୬ଟି ଥିବାବେଳେ, ଏଥିରେ ୬୧ଟି ନୂଆ ପଦବୀ ଯୋଗ କରାଯାଇଛି । ସେହିପରି କମ୍ୟୁନିଟି ଅର୍ଗାନାଇଜର ପଦବୀ ସଂଖ୍ୟା ୨୫ରୁ ୬୭କୁ ବୃଦ୍ଧି କରାଯାଇଛି ।

ମଶା ମାରିବ ଡ୍ରୋନ୍; ରାଜଧାନୀରେ ମଶା ଦମନ କରିବାକୁ ବିଏମସି ନେବ ଏକାଧିକ ପଦକ୍ଷେପ
ଭୁବନେଶ୍ୱର: ମଶା ମାରିବ ଡ୍ରୋନ । ରାଜଧାନୀରେ ମଶାଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ମଶା ମାରିବାକୁ ନିୟୋଜିତ ହେବ ଡ୍ରୋନ । ଅଧିକ ମଶା ହେଉଥିବା ସ୍ଥାନ ଚିହ୍ନଟ ପରେ ନିଆଯିବ ପଦକ୍ଷେପ । ଡ୍ରୋନ ଜରିଆରେ ଔଷଧ ସ୍ପ୍ରେ କରି ମଶା ଦମନ କରାଯିବ । ମଶା ଦମନ କରିବା ପାଇଁ କୋଲକାତା ମଡେଲକୁ ଆପଣାଇବ ଓଡିଶା । ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି ।

ମଶା ବଂଶ ବିସ୍ତାର ରୋକିବାକୁ ମାସେ ପର୍ଯ୍ୟନ୍ତ ବ୍ୟାପକ ହେବ ମଶା ତେଲ ପକାଇବା ଓ ମଶା ଧୂଆଁ ଛାଡିବା ଅଭିଯାନ। ଟିଫା ମେସିନ ଓ ଟିମ ସଂଖ୍ୟା ବଢିବ। ମଶା ବଂଶ ବୃଦ୍ଧିର କାରଣ ଜାଣିବାକୁ ଓ ଏହାର ପ୍ରତିକାର ପାଇଁ ବୈଜ୍ଞାନିକଙ୍କ ପରାମର୍ଶ ନିଆଯିବ।

ଟିଫା ମେସିନ ଯାଇପାରୁନଥିବା ଇଲାକା ଓ ଜଳଉତ୍ସ ଗୁଡିକରେ କେମିକାଲ ସ୍ପ୍ରେ କରିବାକୁ ଡ୍ରୋନ୍‌ର ବ୍ୟବହାର କରାଯିବ। ଆକାଶ ମାର୍ଗରୁ ରସାୟନିକ ଔଷଧ ସିଞ୍ଚନ କରାଯିବ। ଏନେଇ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।

ଘରୁ ବାଇକ୍‍ ଯୋଗେ ଅଳିଆ ନେବ ବିଏମ୍‍ସି; ସହରରେ ଡୋରଟୁ ଡୋର୍‍ ଅଳିଆ ସଂଗ୍ରହକୁ ଗୁରୁତ୍ୱ
ଭୁବନେଶ୍ୱର: ଲୋକଙ୍କ ଘରୁ ବାଇକ୍‍ ଯୋଗେ ଅଳିଆ ନେବ ବିଏମ୍‍ସି। ବର୍ତ୍ତମାନ ସହରରେ ଡୋରଟୁ ଡୋର୍‍ ଅଳିଆ ସଂଗ୍ରହକୁ ଗୁରୁତ୍ୱ ଦିଆଯାଉଛି। ହେଲେ ବର୍ତ୍ତମାନ ସହରରେ ଅନେକ ଗଳିକନ୍ଦିରେ ଅଳିଆ ଗାଡ଼ି ଯାଇପାରୁ ନାହିଁ। ତେଣୁ ଏହି ଅଭିଯାନରେ ବାଧା ସୃଷ୍ଟି ହେଉଛି। ଏହି ସବୁ ଅଣଓସାରିଆ ରାସ୍ତାରେ ବାଇକ୍‍ ଯିବାରେ ସଫଳ ହେଉଥିବା ବେଳେ ବିଏମସି ଏହି ଯୋଜନା ଆପଣାଇବା ପାଇଁ ନିଷ୍ପତ୍ତି ନେଇଛି। ଶୁକ୍ରବାର ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ପରିମଳ ବ୍ୟବସ୍ଥା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ଯୋଜନା ସହ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିରେ କୁହାଯାଇଛି ଯେ ଅଣଓସାରିଆ ଅଞ୍ଚଳକୁ ଯିବାକୁ ଥିବା ବାଇକ୍‍ ପଛରେ ଜମାଟୋ ଫୁଡ୍‍ ବକ୍ସ ଭଳି ବକ୍ସ ଲଗାଯିବ। ଏହି ବକ୍ସରେ ସଫେଇ କର୍ମଚାରୀମାନେ ଲୋକଙ୍କ ଘରୁ ଅଳିଆ ସଂଗ୍ରହ କରିବେ। ଏହି ଅଳିଆକୁ ଆଣି ମୁଖ୍ୟ ରାସ୍ତାରେ ଥିବା ସଫେଇ ଗାଡ଼ିରେ ଭର୍ତ୍ତି କରିବେ।

ଭୁବନେଶ୍ୱର ପରିମଳ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ହେଉଛି। ନୂଆ ନୂଆ ନିୟମ ସହ ଲୋକଙ୍କୁ ଅନ୍ତର୍ଭୁକ୍ତ କରି ଭୁବନେଶ୍ୱରକୁ ସ୍ୱଚ୍ଛ ଭୁବନେଶ୍ୱର କରିବାକୁ ବିଏମସି ଅଣ୍ଟା ଭିଡ଼ିଛି। ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଚଳାଯାଉଥିବା ବେଳେ ଏଥିରେ ଡିଜିଟାଲ୍‍ ମାଧ୍ୟମକୁ ସୁଦୃଢ଼ କରିଛି। ଏହାସହିତ ଏନଜିଓ ମାନଙ୍କୁ ସଚେତନତା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି। ଡୋରଟୁ ଡୋର୍‍ ଓ ଓଦା ଶୁଖିଲା ଅଲଗା ଅଲଗା ଅଳିଆ ଦେବା ପାଇଁ ସ୍ୱେଚ୍ଛାସେବୀମାନେ ସଚେତନ କରୁଛନ୍ତି। ପୂର୍ବରୁ ଏମାନେ କିଲୋ ମିଟର ହିସାବରେ ଟଙ୍କା ପାଉଥିବା ବେଳେ ଏବେ ଯେତେ ଘର ବୁଲି ସଚେତନ କରିବେ ସେହି ହିସାବରେ ଟଙ୍କା ଦିଆଯିବ ବୋଲି ବିଏମସି କହିଛି। ସେହିପରି ବିଏମସି ବର୍ତ୍ତମାନ ରାତ୍ରିକାଳୀନ ସଫେଇ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିଛି। ଧୀରେ ଧୀରେ ସହରର ବିଭିନ୍ନ ୱାର୍ଡରେ ଏହି ସେବା ଆରମ୍ଭ କରାଯାଉଥିବା ବେଳେ ସବୁ ମୁଖ୍ୟ ରାସ୍ତାରେ ରାତ୍ରିକାଳୀନ ସଫେଇ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସେହିପରି ବିଏମସି ପକ୍ଷରୁ କରାଯାଇଥିବା ‘ସଫା’ ଆପ୍‍ ରେ ‘କ୍ଲିକ୍‍ ଫର କ୍ଲିନ୍‍’ ଥିମ୍‍ ରହିଛି। ଏହି ଆପ୍‍ ରେ ଲୋକମାନେ ସେସ୍‍ପୁଲ୍‍ ଗାଡ଼ି ବୁକ୍‍ କରିପାରିବାର ବ୍ୟବସ୍ଥା ରହିଛି। ଯେଉଁମାନେ ବିବାହ ବ୍ରତ ଉତ୍ସବ ଆଦି କରୁଛନ୍ତି, ସେମାନେ ଆପ୍‍ ଦ୍ୱାରା ବିଏମସିର ସଫେଇ ଗାଡ଼ି ବୁକ୍‍ କରିପାରିବେ। ଅନେକ ସ୍ଥାନରେ ଲୋକମାନେ ନିଜର ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ ବାହାରକୁ ନେବା ପାଇଁ ହଇରାଣ ହେଉଛନ୍ତି। ଏହି ଆପ୍‍ ସାହାଯ୍ୟରେ ସେମାନେ ଗାଡ଼ି ବୁକିଂ କରି ଅର୍ଥ ପୈଠ କରିପାରିବେ। ଏହି ବ୍ୟବସ୍ଥା ସହିତ ସଫେଇ ସମ୍ପର୍କିତ ସବୁ ପ୍ରକାର ସୁବିଧା ଏଥିରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି।

ସୁନୀତି ମୁଣ୍ଡ୍ ହେଲେ ବିଜେପିର ଭୁବନେଶ୍ବର ମେୟର ପ୍ରାର୍ଥୀ
ଭୁବନେଶ୍ୱର: ଭୁବନେଶ୍ୱର ମେୟର ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବରୁ କଂଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଏବେ ଭାରତୀୟ ଜନତା ପାର୍ଟି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ କରିଛି ବିଜେପି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମେୟର ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡି ଭୁବନେଶ୍ୱର ମେୟର ପାଇଁ ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଘୋଷମା କରିଥିବାବେଳେ ବିଜେପି ଲେଖିକା ସୁନୀତି ମୁଣ୍ଡଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହାସହିତ ୩ଦଳ ନିଜ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛନ୍ତି । ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ ଭାବେ ଛିଡା କରିଥିବା ବେଳେ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି । ଏବେ ବିଜେପି ନିଜ ପ୍ରାର୍ଥୀ ଘୋଷଣା କରି ପୌର ରାଜନୀତିକୁ ଆହୁରି ଉଷ୍ମ କରି ଦେଇଛି ।

ପ୍ରଥମ ଥର ପାଇଁ ରାଜ୍ୟରେ ମେୟର ପଦବୀ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି । ଭୁବନେଶ୍ୱର-କଟକ-ବ୍ରହ୍ମପୁର ମହାନଗର ନିଗମ ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ନିର୍ବାଚନ । କଂଗ୍ରେସ ମଧ୍ୟ ଭୁବନେଶ୍ୱର ମହାଗନର ନିଗମ ପାଇଁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଆଗକୁ ହେବାକୁ ଯାଉଥିବା ନିର୍ବାଚନରେ କେଉଁ ପ୍ରାର୍ଥୀ ଲୋକଙ୍କ ପାଖରେ ପହଁଚି ପାରୁଛନ୍ତି । କିଏ ଭୋଟରଙ୍କ ଲୋକାଦୃତ ହୋଇପାରୁଛନ୍ତି ତାହା ଉପରେ ନଜର ରହିଛି ।

ସେପଟେ କଟକ ଏବଂ ବ୍ରହ୍ମପୁର ପାଇଁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଘୋଷଣା କରିନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି ଭୁବନେଶ୍ୱର ପାଇଁ ବିଜେପି ଓ ବିଜେଡି ଉଭୟେ ଜଣେ ସାମ୍ବାଦିକଙ୍କୁ ପ୍ରାର୍ଥୀ କରିଛନ୍ତି । ପୂର୍ବରୁ ପ୍ରତ୍ୟକ୍ଷ ସାମ୍ବାଦିକତା କରୁଥିବା ସୁଲୋଚନା ଦାସ ବିଜେଡିର ପ୍ରାର୍ଥୀ ହୋଇଛନ୍ତି । ସେହିପରି ଡକ୍ତର ସୁନୀତି ମୁଣ୍ଡ୍ ମଧ୍ୟ ସାମ୍ବାଦିକ ଏବଂ ଲେଖକ ଭାବେ କର୍ତ୍ତବ୍ୟ ନିର୍ବାଙ କରୁଥିଲେ ।