India-SriLanka - The Sakala

ପୁଣି ଆରମ୍ଭ ହେଲା ଭାରତ-ଶ୍ରୀଲଙ୍କା ଯାତ୍ରୀ ନୌସେବା; ଦୀର୍ଘ ୪୦ ବର୍ଷ ଧରି ବନ୍ଦ ଥିଲା
ଚେନ୍ନଇ: ପ୍ରାୟ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ସମୁଦ୍ରପଥରେ ବନ୍ଦ ରହିଥିବା ନୌଜାହାଜ ସେବା ପୁଣିଥରେ ଆରମ୍ଭ ହୋଇଛି। ତାମିଲନାଡୁର ପୂର୍ବ ଉପକୂଳ ନାଗପଟ୍ଟିନମ ଓ ଶ୍ରୀଲଙ୍କାର ଉତ୍ତର ପ୍ରାନ୍ତ କାଙ୍କେସନ୍ଦୁରାଇ ମଧ୍ୟରେ ଏହି ସେବା ଶନିବାର ଶୁଭାରମ୍ଭ କରାଯାଇଛି। କେନ୍ଦ୍ର ବନ୍ଦର ଏବଂ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଓ ତାମିଲନାଡୁ ପୂର୍ତ୍ତ ବିଭାଗ ମନ୍ତ୍ରୀ ଇ.ଭି ଭେଲୁ ସବୁଜ ପତାକା ଦେଖାଇ ନାଗାପାଟ୍ଟିନମ୍ ବନ୍ଦରରୁ ଜାହାଜର ଯାତ୍ରା ଆରମ୍ଭ କରିଛନ୍ତି। ଏହି ଯାତ୍ରାର ଶୁଭାରମ୍ଭ ପରେ ହାଇସ୍ପିଡ କ୍ରାଫ୍ଟ (ଏଚଏସସି) ‘ଚେରିୟାପାନୀ’ କ୍ୟାପ୍ଟେନ ବିଜୟ ଜର୍ଜଙ୍କ ନେତୃତ୍ୱରେ ୧୨ ଚାଳକଦଳ ସଦସ୍ୟ ଓ ୫୦ ଜଣ ଯାତ୍ରୀଙ୍କୁ ନେଇ ନାଗପଟ୍ଟିନମ ବନ୍ଦର ଛାଡିଥିଲା।

ଏହି ସେବା ଆରମ୍ଭ ହେବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଯାତ୍ରୀ ପରିବହନ କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କୁହାଯାଇଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି। ଏହାକୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରାଜନୈତିକ ଓ ଆର୍ଥିକ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ ଏହି ନୌସେବା ଦୁଇ ଦେଶଙ୍କ ସାଂସ୍କୃତିକ, ବାଣିଜ୍ୟିକ ଓ ସଭ୍ୟତାଗତ ସମ୍ପର୍କକୁ ମଜଭୁତ କରିବାରେ ସହାୟତା କରିବ। ଭାରତ ରାମେଶ୍ୱରମ ଓ ତଲ୍ଲାଇମନ୍ନାର ନୌକାସେବା ସଞ୍ଚାଳନକୁ ପୁଣି ଆରମ୍ଭ କରିବାକୁ ମଧ୍ୟ ପଦକ୍ଷେପ ନେବ। ଦୁଇ ଦେଶଙ୍କ ମଧ୍ୟରେ ରହିଥିବା ନୌକା ସେବାକୁ ଶ୍ରୀଲଙ୍କା ଗୃହଯୁଦ୍ଧ କାରଣରୁ ପୂର୍ବରୁ ବାତିଲ କରାଯାଇଥିଲା। ଏବେ କିନ୍ତୁ ଏହି ସଂଯୋଗ ପୁଣି କାର୍ଯ୍ୟକ୍ଷମ ହୋଇଥିବାରୁ ଏହା ଦୁଇ ଦେଶର ନାଗରିକମାନଙ୍କ ପାଇଁ ଆହୁରି ସହାୟକ ହେବ ବୋଲି ବିକ୍ରମସିଂଘେ କହିଛନ୍ତି। ଏହାବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏହି ନୌସେବା ନିମନ୍ତେ ସିପିଙ୍ଗ କର୍ପୋରେସନ ଅଫ ଇଣ୍ଡିଆ ଟିକେଟ ବିକ୍ରି ଲାଗି ଏକ ଘରୋଇ ଏଜେନ୍ସି ନିଯୁକ୍ତ କରିଛି। ଜାହାଜରେ ୧୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଏହା ସକାଳ ୭ଟା ବେଳେ ନାଗପଟ୍ଟିନମରୁ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୧ଟା ବେଳେ କାଙ୍କେସନ୍ଦୁରାଇ ପହଞ୍ଚିବ। ସେହିପରି ଫେରସ୍ତ ଯାତ୍ରା ମଧ୍ୟାହ୍ନ ଗୋଟାଏ ୩୦ ମିନିଟ୍‌ରେ କାଙ୍କେସନ୍ଦୁରାଇରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ୩୦ ମିନିଟ୍‌ରେ ନାଗପଟ୍ଟିନମ ପହଞ୍ଚିବ। ଯାତ୍ରା ନିମନ୍ତେ ଏକତରଫା ଟିକେଟ୍ ମୂଲ୍ୟ ୭,୬୭୦ ଟଙ୍କା ରହିଛି ।

ଠିକଣା ସମୟରେ ଭାରତର ସହାୟତା ପାଇଁ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଗଲା ଶ୍ରୀଲଙ୍କା: ଶ୍ରୀଲଙ୍କା ବାଚସ୍ପତି ମହିନ୍ଦା ୟାପା
କଲମ୍ବୋ(ଏଜେନ୍ସି): ଆର୍ଥିକ ଦୁର୍ଗତିକୁ ନେଇ ଗତବର୍ଷ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତର ସହାୟତା ଅନନ୍ୟ ରହିଥିଲା। ଦେଶର ଅତ୍ୟନ୍ତ ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତ ଶ୍ରୀଲଙ୍କାକୁ ବିଭିନ୍ନ ଦିଗରେ ଯେଭଳି ସହାୟତାର ହାତ ବଢାଇଥିଲା ତାହା ପ୍ରତ୍ୟେକ ଶ୍ରୀଲଙ୍କାବାସୀଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ଠିକଣା ସମୟରେ ଭାରତର ସହାୟତା ପାଇଁ ଦେଶ ରକ୍ତାକ୍ତ ସଂଘର୍ଷରୁ ବର୍ତ୍ତିଯାଇଥିଲା।

୧୯୪୮ ମସିହାରେ ଶ୍ରୀଲଙ୍କା ବ୍ରିଟିଶ ଶାସନକଳରୁ ମୁକ୍ତ ହେବା ପରେ ଏଭଳି ସ୍ଥିତି କେବେ ଦେଖାଯାଇ ନଥିଲା। କିନ୍ତୁ ପଡ଼ୋଶୀ ରାଷ୍ଟ୍ର ଭାରତର ସହାୟତା ପାଇଁ ଦେଶ ଏକ ବଡ଼ ବିପତ୍ତିରୁ ଉଦ୍ଧାର ପାଇଥିଲା। ଅନ୍ୟ ଯେକୌଣସି ରାଷ୍ଟ୍ରର ସହାୟତା ତୁଳନାରେ ଭାରତର ସହାୟତା ଅନନ୍ୟ ବୋଲି ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେୟର୍ଦ୍ଦନେ କହିଛନ୍ତି। ୨୦୨୨ ପ୍ରାରମ୍ଭରେ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ପାଣ୍ଠିକୁ ନେଇ ସ୍ଥିତି ବେହାଲ ହୋଇପଡ଼ିଥିଲା ବେଳେ ପରବର୍ତ୍ତୀ ସମୟରେ ଏହା ଅତ୍ୟନ୍ତ ଜଟିଳ ହୋଇପଡ଼ିଥିଲା। ଗୋଟିଏ ପଟେ ରାଜନୈତିକ ଅସ୍ଥିରତା ଏବଂ ଅନ୍ୟପଟେ ଦୁସ୍ଥ ଅର୍ଥନୀତି ଦେଶକୁ ଦେବାଳିଆ ସ୍ଥିତି ଆଡକୁ ଟାଣି ନେଇଥିଲା। ଯାହାକୁ ନେଇ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଥିଲା। କିନ୍ତୁ ଏହି ସମୟରେ ଭାରତର ସହାୟତା ଶ୍ରୀଲଙ୍କା ପାଇଁ ଅତ୍ୟନ୍ତ ମଙ୍ଗଳଦାୟକ ରହିଥିଲା। ଭାରତ ବିଭିନ୍ନ ଜରୁରୀ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିମ ଏବଂ ବିଭିନ୍ନ ଦିଗରେ ୪ ବିଲିୟନ ଡଲାର ସହାୟତା ଯୋଗାଇ ଦେବା ଆମ ପାଇଁ ସବୁଠାରୁ ମହତ୍ତ୍ବପୂର୍ଣ୍ଣ ରହିଥିଲା। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ର ପାଇଁ ଭାରତ ସରକାର ମଲ୍ଟିପୁଲ କ୍ରେଡିଟ୍ ଲାଇନ ବ୍ୟବସ୍ଥା କରିବା ଏବଂ ଶ୍ରୀଲଙ୍କା ମୁଦ୍ରାର ଅବନତି ରୋକିବାକୁ କରିଥିବା ସହଯୋଗ ଆମ ପାଇଁ ବହୁ ଗୁରୁତ୍ବ ବହନ କରିଥିଲା ବୋଲି ମହିନ୍ଦା ୟାପା ଗତକାଲି ପ୍ରକାଶ କରିଛନ୍ତି।

ସଂପ୍ରତି ଇଣ୍ଡିଆନ ଟ୍ରାଭେଲ କଂଗ୍ରେସ ଶ୍ରୀଲଙ୍କା ଗସ୍ତରେ ଯାଇଥିବା ବେଳେ ସେଠାରେ ଏହି ପ୍ରତିନିଧି ଦଳକୁ ସ୍ବାଗତ କରିବା ଅବସରରେ ସେ ଏହା କହିଛନ୍ତି। କେବଳ ସେତିକି ନୁହେଁ, ଭାରତ ପକ୍ଷରୁ ଶ୍ରୀଲଙ୍କାକୁ ଯୋଗାଇ ଦିଆଯାଇଥିବା ଋଣ ରାଶିକୁ ୧୨ ବର୍ଷ ମଧ୍ୟରେ ପରିଶୋଧ କରାଯିବାର ସ୍ବୀକୃତି ମିଳିବା ଶ୍ରୀଲଙ୍କା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ, ପାରମ୍ପାରିକ ଏବଂ ଧାର୍ମିକ ସମ୍ବନ୍ଧକୁ ନେଇ ମଧ୍ୟ ଉତ୍ସାହିତ ରହିଥିବା କହିଛନ୍ତି।