Vehicle Parking - The Sakala

ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀ ଯାଉଥିଲେ ଏହି ଜାଗାରେ କରନ୍ତୁ ଗାଡି ପାର୍କିଂ....
ପୁରୀ: ଆସନ୍ତା ସୋମବାର ଦେବସ୍ନାନ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଦିବ୍ୟସ୍ନାନ ଏବଂ ହାତୀବେଶ ଦର୍ଶନ ପାଇଁ ଏଥର ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବା ସମ୍ଭାବନା ରହିଛି।  ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ପୁରୀରେ ସୁରକ୍ଷା ଓ ଟ୍ରାଫିକ କଟକଣା । ନିର୍ଦ୍ଧାରିତ ଟ୍ରାଫିକ୍‌ ରୁଟ୍‌ ଅନୁଯାୟୀ ଗାଡ଼ି ପାର୍କିଂ ବ୍ୟବସ୍ଥା ହୋଇଥିବା ନେଇ ପ୍ରେସ୍‌ମିଟ୍‌ରେ ପୁରୀ ଏସ୍‌ପି ପ୍ରତୀକ ସିଂଙ୍କ ସୂଚନା । ଭୁବନେଶ୍ୱର, ବ୍ରହ୍ମଗିରି ଏବଂ କୋଣାର୍କ ପଟୁ ବାଇକ୍‌ରେ ଆସୁଥିବା ଭକ୍ତମାନଙ୍କୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି ପ୍ରଦାନ କରାଯିବ। ସେମାନେ ବାଇକ୍‌ଗୁଡିକୁ ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସରେ ରଖିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପେ୍ଲକ୍ସ ପୂର୍ଣ୍ଣ ହୋଇଯିବା ପରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାକିଂ କରିବେ। ଫେରିବା ସମୟରେ ପୁରୁଣା ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିଥିବା ଯାନ ନରେନ୍ଦ୍ରକୋଣ ଏବଂ ଜଟିଆ ବାବାଜୀ ଛକ ଦେଇ ଫେରିବେ। ମ୍ୟୁନିସିପାଲଟି ମାର୍କେଟ କମ୍ପ୍ଲେକ୍ସରେ ପାକିଂ କରିଥିବା ବାଇକ୍‌ ଗୁଡ଼ିକ ମେଡିକାଲ ଛକ ଦେଇ ଫେରିବେ। ସମୁଦ୍ରକୂଳକୁ ଆସୁଥିବା ଶ୍ରଦ୍ଧାଳୁ ନିଜ ଦୁଇ ଚକିଆ ଯାନଗୁଡିକ ଭିଆଇପି ରୋଡ ଦେଇ ଦିଗବାରେଣିଠାରେ ପାକିଂ କରିବାକୁ ଅନୁମତି ଦିଆଯାଇଛି। ଫେରିବା ସମୟରେ ସେହି ରାସ୍ତା ଦେଇ ଫେରିବେ। ଯେଉଁ ଭକ୍ତମାନେ ପ୍ରଥମେ ଆସିବେ ତାଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ସେହିପରି ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଚାରିଚକିଆ ଗାଡି ନେଇ ଭୁବନେଶ୍ୱର ପାର୍ଶ୍ୱରୁ ଆସୁଥିବା ଗାଡିଗୁଡିକ ସାକ୍ଷୀଗୋପାଳ, ମାଳତିପାଟପୁର, ବାଟଗାଁ ଏବଂ ଶ୍ରୀସେତୁ ଦେଇ ନୂଆ ଜେବିପିସି  ପାର୍କିଂରେ ରଖିବେ। ସେଠାରେ ପାର୍କିଂ ପୂର୍ଣ୍ଣ ହେବା ପରେ ଜେଲ୍‌ ରୋଡ ପାକିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ ଛକ ଓ ବଡଶଙ୍ଖ ଦେଇ ଶରଧାବାଲି ନିକଟରେ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କରିବେ। ଶରଧାବାଲି ପାର୍କିଂ ପୂର୍ଣ୍ଣ ହେବା ପରେ ମେଡିକାଲ୍‌ ଛକ ଭିଆଇପି ରୋଡ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ସମସ୍ତ ପାର୍କିଂ ପୂର୍ଣ୍ଣ ହେବା ପରେ ମାଳତିପାଟପୁର ଆରଓବି, ବାଇଦାସନଗର, ଗ୍ରିଡ୍‌ ଷ୍ଟେସନ, ଭୂଦାନ ଦେଇ ତାଳବଣିଆ ପାର୍କିଂରେ ପାର୍କ କରିବେ। ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ।

ବ୍ରହ୍ମଗିରି ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ ଶ୍ରୀସେତୁ ଦେଇ ନୂଆ ଜେବିପିସିରେ ପାର୍କିଂ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ମଙ୍ଗଳା ଘାଟ ଛକ, ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ରଖିବେ। ସେମାନେ ଫେରିଲା ବେଳେ ସେହି ସମାନ ରାସ୍ତା ଦେଇ ଫେରିବେ। କୋଣାର୍କ ପାର୍ଶ୍ୱରୁ ଆସୁଥିବା ହାଲୁକା ଯାନ, ବାଇଦାସ ନଗର, ଗ୍ରିଡ୍‌ ଷ୍ଟେସନ, ପେଣ୍ଠକଟା, ସିଟି ରୋଡ, ସୁବାଷ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ବିଚ୍‌ ପାର୍କିଂ ଓ ହୋଟେଲ୍‌ ନୀଳାଚଳ ଅଶୋକ ପାର୍କିଂରେ ପାର୍କ କରିବେ। ଏହି ପାର୍କିଂ ପୂର୍ଣ୍ଣ ହେବା ପରେ ଯାନଗୁଡିକ ଭୂଦାନ ଛକ ଦେଇ ତାଳବଣିଆ ପାର୍କିଂ ଓ ଆଇଟିଆଇ ପାର୍କିଂରେ ପାର୍କ କରିବେ। ସେମାନେ ଫେରିଲା ବେଳେ ସମାନ ରାସ୍ତା ଦେଇ ଫେରିବେ। ଯଦି ଭୁବନେଶ୍ୱର, କୋଣାର୍କ କିମ୍ବା ବ୍ରହ୍ମଗିରି ପଟୁ ଆସୁଥିବା କୌଣସି ଭକ୍ତ ସମୁଦ୍ର କୂଳ ଆସୁଥାନ୍ତି ତେବେ ସେମାନେ ବାଟଗାଁ, ମଙ୍ଗଳାଘାଟ ଏବଂ ଷ୍ଟର୍ଲିଂ ଛକ ଦେଇ ଯାତ୍ରିକା ପାର୍କିଂରେ ପାର୍କ କରିବେ ଏବଂ ସେମାନେ ଫେରିବା ସମୟରେ ସମାନ ରାସ୍ତା ଦେଇ ଫେରିବେ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ନାନମଣ୍ଡରେ ଶ୍ରୀଜୀଉଙ୍କ ପ୍ରତ୍ୟକ୍ଷ ସ୍ନାନ ଓ ଗଜାନନ ବେଶ ଦେଖିବା ଲାଗି  ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ  ରଖି ପୁରୀ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଶ୍ରୀମନ୍ଦିରକୁ ସଂଯୋଗ ରାସ୍ତାରେ ଯାନବାହନ ଚଳାଚଳ ନିଷିଦ୍ଧ ରହିବ। ସିଂହଦ୍ୱାର ଦେଇ ପ୍ରବେଶ ଓ ଉତ୍ତର ଦ୍ୱାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ସିସିଟିଭି ନଜରରେ ରହିବ ବଡଦାଣ୍ଡ ଓ ଶ୍ରୀମନ୍ଦିର। ଶ୍ରୀମନ୍ଦିର ଭିତରେ ୫୨ଟି ସିସିଟିଭି ଲଗାଯାଇଛି। ଶ୍ରୀମନ୍ଦିର ବାହାରେ ୨୫୦ ସିସିଟିଭି ଲଗାଯାଇଛି। ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ୩୦ଟି ସିସିଟିଭି ଲଗାଯାଇଛି।

ରାଜଧାନୀର ୨୧ ରାସ୍ତାରେ ପାର୍କିଂ କଟକଣା: ନ ମାନିଲେ ଗାଡ଼ି ଉଠାଇନେବ ପୁଲିସ, ଜାଣନ୍ତୁ କେଉଁ କେଉଁ ରାସ୍ତାରେ ଯାନବାହନ ପାର୍କିଂ ନିଷେଧ
ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ ସମସ୍ୟା ଯେତିକି ଜଟିଳ ହେଉଥିବା ବେଳେ ବେଆଇନ ପାର୍କିଂ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଟ୍ରାଫିକ ପୁଲିସ ପକ୍ଷରୁ ଧରପଗଡ଼ କରାଯାଉଥିଲେ ମଧ୍ୟ ଚେତୁନାହାନ୍ତି ଅମାନିଆ। ଯୋଉଠି ପାରୁଛନ୍ତି ସେଇଠି ଗାଡ଼ି ପାର୍କିଂ କରୁଛନ୍ତି। ବେଆଇନ୍‌‌ ପାର୍କିଂ ଯୋଗୁଁଁ ରାସ୍ତା ସଙ୍କୁଚିତ ହେବା ସହିତ ଦୁର୍ଘଟଣା ଘଟୁଛି। କାହାରି ଜୀବନ ଯାଉଛି ତ ଆଉ କେହି ସାରା ଜୀବନ ପଙ୍ଗୁ ହୋଇଯାଉଛି। ତେବେ ଏହି ବେଆଇନ ପାର୍କିଂରେ ରୋକ୍‌‌ ଲଗାଇବାକୁ ପଦକ୍ଷେପ ନେଇଛି କମିସନରେଟ ପୁଲିସ। ଓଡ଼ିଶା ଅର୍ବାନ୍‌‌ ପୁଲିସ ଆକ୍ଟ ୨୮ ଓ ୨୯ ଅନୁଯାୟୀ ରାଜଧାନୀର ୨୧ଟି ପ୍ରମୁଖ ରାସ୍ତାରେ ବେଆଇନ୍‌‌ ପାର୍କିଂକୁ ନିଷିଦ୍ଧ ଘୋଷଣା କରାଯାଇଛି। ବ୍ୟବସାୟ କେନ୍ଦ୍ର, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଯାନବାହାନ ଯାତାୟାତ ବୃଦ୍ଧି ସହିତ ସୁନିୟନ୍ତ୍ରିତ ଟ୍ରାଫିକ ପରିଚାଳନା ଏବଂ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ କମିସନର ଡଃ ସୁରେଶ ଦେବଦତ୍ତ ସିଂ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ନିୟମ ନ ମାନିଲେ ଗାଡ଼ି ଗୁଡ଼ିକ କ୍‌‌ରେନ ଦ୍ୱାରା ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଛି ପୁଲିସ। ଗାଡ଼ି ମୁକୁଳାଇବାକୁ ଜରିମାନା ସହ କ୍‌‌ରେନ୍‌‌ ବାବଦ ଖର୍ଚ୍ଚ ଦେବାକୁ ପଡ଼ିବ ବୋଲି ପୁଲିସ କହିଛି।

ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ହୋଇଯାଆନ୍ତୁ ସାବଧାନ, ଏଣିକି ଗାଡିକୁ ଉଠାଇ ନେବ ପୋଲିସ
ଭୁବନେଶ୍ୱର: ସାବଧାନ! ରାସ୍ତାରେ ବେଆଇନ ଗାଡି ପାର୍କିଂ କରୁଥିଲେ ଗାଡ଼ି ଉଠାଇନେବ ପୋଲିସ୍ । ବିଏମସି ଅଧିକାରୀ ଏବଂ ପୋଲିସକୁ ନେଇ ଗଠନ ହେଲା ଟିମ୍ । ବ୍ୟବସାୟୀ ଏବଂ ମଲ ମାଲିକଙ୍କୁ ସତର୍କ କରାଇଛନ୍ତି ବିଏମସି କମିଶନର । ମଲ୍ଟିଲେବଲ ପାର୍କିଂ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବ୍ୟବସାୟୀଙ୍କ ପାଇଁ ରିହାତି ଦର ଲାଗୁହେଉଥିବା ବେଳେ ସହିଦନଗର ଏବଂ ରାଜମହଲ ଅଞ୍ଚଳରେ ଆରମ୍ଭ ହେବ କାର୍ଯ୍ୟାନୁଷ୍ଠାନ ।

ପାର୍କିଂ ପାଇଁ ଚିହ୍ନଟ ହୋଇଛି ୩୦ରୁ ଅଧିକ ସ୍ଥାନ । ପ୍ଳାନରେ ପାର୍କିଂ ଥାଇ ବ୍ୟବସାୟ କରୁଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଅଧିକାଂଶ ସ୍ଥାନରେ ନୋ ପାର୍କିଂ ବୋର୍ଡ ଲଗାଇଛି ବିଏମସି ।