Non Sevayat - The Sakala

ସେବାୟତ ବେଶରେ ରଥ ଉପରେ ଅଣସେବାୟତ; ଭାଇରାଲ ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ
ପୁରୀ: ରଥ ଉପରେ ଅଣ ସେବାୟତଙ୍କ ରିଲ୍ । ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାବେଳେ  ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣସେବାୟତ । ରଥରେ ରଢ଼ି ରିଲ୍ ତିଆରି କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଜଣେ ଅଣ ସେବାୟତ । ଏହି ରିଲ୍ ଏବଂ କିଛି ଫଟୋ ଭାଇରାଲ ହୋଇଛି । ସେମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଛୁଇଁବା ସହ ତାଙ୍କ ନିକଟରେ ବସି ଫଟୋ ବି ଉଠାଇଛନ୍ତି । କେବଳ ସେତିକି ନୁହେଁ ସେହି ଫଟୋକୁ ସେମାନେ ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି ।

ଗତ ରଥଯାତ୍ରାରେ ସେବାୟତ ବେଶରେ ବହୁ ଅଣ ସେବାୟତ ମହାପ୍ରଭୁଙ୍କ ରଥ ଉପରେ ଚଢିଥିବା ନଜରକୁ ଆସିଛି । ରଥ ଉପରେ ଏହି ଅଣସେବାୟତ ଚଢି ଫଟୋ ସହିତ ରିଲ୍ କରିଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡ଼ିଛି । ଏପରିକି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି ଫୋଟୋ ଓ ରିଲ୍ ମଧ୍ୟ କରିଥିବା ନଜରକୁ ଆସିଛି । ଏମାନେ ସେବାୟତ କି ନୁହେଁ ତାହା ସନ୍ଦେହ ଜାତ ହୋଇଥିବା ବେଳେ ଏହି ଫଟୋ ଓ ଭିଡ଼ିଓକୁ ନେଇ ତର୍ଜମାର ଆବଶ୍ୟକତା ରହିଛି ।

ରଥ ଉପରକୁ କିଭଳି ଗଲେ ଆଉ ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ଅଧିକାରୀ କଣ ସୁରକ୍ଷା ରକ୍ଷା କରୁଥିଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ କି ସେବାୟତ ମାନଙ୍କ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ଦିଆଯାଇନଥିବା ବେଳେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।