Uttarkashi Jagannath Temple - The Sakala

ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ବ୍ୟବସ୍ଥା କରିବା ସହ ୬ ମାସ ପାଇଁ ସବୁ ଖର୍ଚ୍ଚ ବହନ କରିବେ ଅଭିନେତା ସବ୍ୟସାଚୀ
ଡେରାଡୁନ: ଉତ୍ତରାଖଣ୍ଡ ଉତ୍ତରକାଶୀ ଶ୍ରୀଜଗନ୍ନାଥ ମନ୍ଦିର ପୂଜାର ଦାୟିତ୍ବ ନେବେ ଅଭିନେତା ସବ୍ୟସାଚୀ ମିଶ୍ର । ୬ ମାସ ପାଇଁ ମନ୍ଦିର କିପରି ଚାଲିବ ଠାକୁର ପୂଜା ପାଇବେ ସେଥିପାଇଁ ସବୁ ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ସବ୍ୟସାଚୀ । ପୁରୀ ବରିଷ୍ଠ ସେବାୟତ ତଥା ଛତିଶାନିଯୋଗ ମହାନାୟକ ଜନାର୍ଦ୍ଧନ ପଟ୍ଟଯୋଶୀ ମହାପାତ୍ର ଏହି ମନ୍ଦିର ସମ୍ପର୍କରେ ଜଣାଇଥିଲେ । ପରେ ସବ୍ୟସାଚୀ ଓ ଅର୍ଚ୍ଚିତା ସେହି ସ୍ଥାନକୁ ଯାଇ ବୁଲି ଦେଖିଥିଲେ । ଅତ୍ୟନ୍ତ ଭବ୍ୟ ଓ ସୁନ୍ଦର ଏହି ମନ୍ଦିରଟି ଦେଖିବାକୁ ବେଶ୍ ଆକର୍ଷଣୀୟ ଥିଲା । ଋଷିକେଶରେ ପହଞ୍ଚିବା ପରେ ସେଠାରେ ଥିବା ଜଗନ୍ନାଥ ମନ୍ଦିରର ଆଖପାଖ ୫ଟି ଗ୍ରାମର ଲୋକେ ସ୍ୱାଗତ କରିବା ସହିତ ସେଠାରେ ପୂଜା କରିଥିଲେ । ସପ୍ତାହରେ ୩ ଦିନ ମନ୍ଦିରରେ ଜଗନ୍ନାଥ ସେଠାରେ ପୂଜା ପାଉଥିବା ବେଳେ ବାକି ଦିନ ବିଭିନ୍ନ ସମସ୍ୟା ହେତୁ ପୂଜା ପାଉ ନାହାନ୍ତି । ଯାହାକି ସବ୍ୟସାଚୀଙ୍କୁ ବ୍ୟଥିତ କରିଥିଲା ।

ଉତ୍ତରକାଶୀର ପର୍ଯ୍ୟଟନ ବିଭାଗର ଅଧିକାରୀ ପହଞ୍ଚି ଏହାର ବିକାଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ୧୨ ଶହ ଶତାବ୍ଦୀରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ବାରା ପ୍ରତିଷ୍ଠିତ ହୋଇଥିବା ଏହି ମନ୍ଦିରର ବିକାଶ ପାଇଁ ସବ୍ୟ ନିବେଦନ କରିଛନ୍ତି । ଆଗାମୀ ୬ ମାସ ପର୍ଯ୍ୟନ୍ତ ସବ୍ୟସାଚୀ ଏହି ମନ୍ଦିରର ପୂଜାର୍ଚ୍ଚନା କରିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସେହି ଗ୍ରାମର ଅଧିବାସୀମାନେ ଅର୍ଚ୍ଚିତାଙ୍କୁ ଗ୍ରାମର ଝିଅ ଭାବେ ଗ୍ରହଣ କରିଛନ୍ତି । ତାଙ୍କୁ ମହାପ୍ରଭୁଙ୍କ ନାମରେ ନାମିତ ଲୋକଗୀତ ଗାନ କରି ବିଦାୟ ଦେଇଥିଲେ । ଏଣୁ ଉତ୍ତରକାଶୀର କାଶି ବିଶ୍ୱନାଥ ମନ୍ଦିର ନିକଟରେ ରହିଥିବା ଏହି ସ୍ଥାନକୁ ଅଧିକରୁ ଅଧିକ ଭକ୍ତଙ୍କ ଆଗମନ ପାଇଁ ସବ୍ୟସାଚୀ ନିବେଦନ କରିଥିଲେ । ସେଠାକୁ ଯିବା ପାଇଁ ଇଛୁକ ଭକ୍ତମାନେ 9777155606 ରେ ଯୋଗାଯୋଗ କଲେ ସହଯୋଗ ମିଳିବ ବୋଲି ପୁରୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସବ୍ୟସାଚୀ ।