Coimbatore - The Sakala
ବିଜେପି ଛାଡିଲେ କେ. ଆନ୍ନାମଲାଇ: ନୂଆ ଦଳ ଗଠନ ନେଇ ତାମିଲନାଡୁରେ ଚର୍ଚ୍ଚା ଜୋର
ତାମିଲନାଡୁ: ତାମିଲନାଡୁର ପୂର୍ବତନ ବିଜେପି ସଭାପତି ତଥା ପୂର୍ବତନ ଆଇପିଏସ ଅଧିକାରୀ କେ. ଆନ୍ନାମଲାଇ ଦଳରୁ ଇସ୍ତଫା ଦେଇଛନ୍ତି। ନୂଆଦିଲ୍ଲୀରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷଙ୍କୁ ଭେଟିବା ପରେ ସେ ମଙ୍ଗଳବାର ଦିନ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ତାମିଲନାଡୁ ରାଜନୀତିରେ ନୂଆ ସମୀକରଣର ଚର୍ଚ୍ଚା ସୃଷ୍ଟି କରିଛି।
ଆସନ୍ତା ଜୁନ ୪ ତାରିଖରେ ଆନ୍ନାମଲାଇଙ୍କ ଜନ୍ମଦିନ ଥିବାବେଳେ ତାଙ୍କ ସମର୍ଥକମାନେ କୋଏମ୍ବାଟୁର ସହରରେ ବିଶାଳ ବ୍ୟାନର ଏବଂ ପୋଷ୍ଟର ଲଗାଇଛନ୍ତି। 'ଆମର ନେତା, ଆସ ଏବଂ ଆମକୁ ବାଟ ଦେଖାଅ' ଭଳି ସ୍ଲୋଗାନ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ବିଜେପିର ରାଜ୍ୟ ତଥା କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ମତଭେଦ ବଢୁଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ମଧ୍ୟରେ ଏହି ଇସ୍ତଫା ସାମ୍ନାକୁ ଆସିଛି।
ଆନ୍ନାମଲାଇ ଏକ ନୂତନ ଜାତୀୟତାବାଦୀ ଦଳ ଗଠନ କରିପାରନ୍ତି ବୋଲି କିଛି ଲୋକ ବିଶ୍ୱାସ କରୁଛନ୍ତି। ଦ୍ରାବିଡ଼ ରାଜନୀତିଠାରୁ ନିଜକୁ ଅଲଗା ରଖି ଆସିଥିବା ଆନ୍ନାମଲାଇ ଏକ ସ୍ୱାଧୀନ ପଥ ବାଛିପାରନ୍ତି। ତାମିଲନାଡୁରେ ଏକ ବିକଳ୍ପ ରାଜନୈତିକ ଶକ୍ତି ଭାବେ ଉଭା ହେବାକୁ ସେ ଲକ୍ଷ୍ୟ ରଖିଥିବା ସ୍ପଷ୍ଟ ଅନୁମେୟ।
୨୦୨୬ ବିଧାନସଭା ନିର୍ବାଚନ ପରେ ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଅଭିନେତାରୁ ରାଜନେତା ପାଲଟିଥିବା ଥାଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଝାଗା ଭେତ୍ରି କାଝାଗମ (TVK) ଦଳ ୧୦୮ଟି ଆସନ ଜିତି ସରକାର ଗଠନ କରିବା ପରେ DMK ଏବଂ AIADMK ର ଦଶନ୍ଧି ପୁରୁଣା ଦବଦବା ଭାଙ୍ଗିଯାଇଛି। ଏହି ପରିବର୍ତ୍ତିତ ପରିସ୍ଥିତିରେ ଆନ୍ନାମଲାଇ ନିଜ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା କୁହାଯାଉଛି। ଏହାଛଡ଼ା କେନ୍ଦ୍ର ସରକାରଙ୍କ ତ୍ରି-ଭାଷା ନୀତିକୁ ସେ ବିରୋଧ କରିବା ମଧ୍ୟ ଦଳୀୟ ନେତୃତ୍ୱଙ୍କ ସହ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା।
ଆନ୍ନାମଲାଇ ଜଣେ ପୂର୍ବତନ ଆଇପିଏସ (IPS) ଅଧିକାରୀ ଅଟନ୍ତି। କର୍ଣ୍ଣାଟକରେ ୯ ବର୍ଷ କାର୍ଯ୍ୟ କରିବା ପରେ ସେ ୨୦୧୯ ମସିହାରେ ବ୍ୟକ୍ତିଗତ କାରଣ ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ। ପରେ ୨୦୨୦ ମସିହାରେ ସେ ବିଜେପିରେ ଯୋଗ ଦେଇ ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ଯୁବଗୋଷ୍ଠୀ ଏବଂ ସୋସିଆଲ ମିଡିଆରେ ତାଙ୍କର ବେଶ୍ ଲୋକପ୍ରିୟତା ରହିଛି।
କୋଇମ୍ବାଟୁର୍‌: ତାମିଲନାଡୁର କୋଏମ୍ବାଟୁର ଡିଆଇଜି ବିଜୟକୁମାର ନିଜକୁ ଗୁଳିମାରି ଆତ୍ମହତ୍ୟା କରିଛନ୍ତି । ଆଜି ସକାଳ ପ୍ରାୟ ୬.୧୫ ସମୟରେ ରେସ୍‌କୋର୍ସ ନିକଟରେ ଥିବା ରେଡ୍‌ ଫିଲଡ୍‌ସ୍‌ସ୍ଥିତ ସରକାରୀ ବାସଭବନରେ ‘ଆଇପିଏସ୍‌’ ବିଜୟକୁମାର ନିଜକୁ ଗୁଳିମାରି ହୋଇ ପ୍ରାଣ ହରାଇଛନ୍ତି। ତାଙ୍କ ବାସଭବନରେ ଡିୟୁଟି କରୁଥିବା ଜଣେ ବନ୍ଧୁକଧାରୀ ସୁରକ୍ଷା କର୍ମୀଙ୍କ ପାଖରୁ ସେ ଉକ୍ତ ପିସ୍ତଲ୍‌ଟି ମାଗି ଆଣିଥିଲେ।
ସେ ଗତ କିଛିଦିନ ହେବ ଟେନସନରେ ଥିଲେ ବୋଲି ତାଙ୍କ ସହକର୍ମୀ କହିଛନ୍ତି । ଫଳରେ ଏଭଳି ପଦକ୍ଷେପ ନେଇଛନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହି ମାମଲାର ଯାଞ୍ଚ ଚାଲିଛି । ତେବେ ବିଜୟ କୁମାରଙ୍କ ନିକଟସ୍ଥ ଅଧିକାରୀ କହିଛନ୍ତି, ସେ କିଛିଦିନ ହେଲା ଦୁଃଶ୍ଚିନ୍ତାରେ ରହୁଥିଲେ । ଠିକ୍‌ ଭାବେ ଶୋଇପାରୁନଥିଲେ । ତେବେ ଡିଆଇଜି କ’ଣ ପାଇଁ ଏଭଳି ପଦକ୍ଷେପ ନେଲେ ତାହା କେହି ଜାଣିନାହାନ୍ତି । ଡିଆଇଜିଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କୋଏମ୍ବାଟୁର ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି ।
ପୁଲିସ ଦେଇଥିବା ସୂଚନା ଅନୁସାରେ, କୋଏମ୍ବାଟୁର ଡିଆଇଜି ବିଜୟ କୁମାର ଶୁକ୍ରବାର ଦିନ ସକାଳେ ମର୍ଣ୍ଣିଂ ଓ୍ଵାକ୍‌ ପାଇଁ ଯାଇଥିଲେ । ତା’ ପରେ କ୍ୟାମ୍ପ ଅଫିସକୁ ଫେରିଥିଲେ । ସେ ନିଜ ସୁରକ୍ଷା ଅଧିକାରୀଙ୍କ ଠାରୁ ପିସ୍ତଲ ମାଗିଥିଲେ ଏବଂ ଅଫିସ ବାହାରକୁ ଚାଲିଗଲେ । କିଛି ସମୟ ପରେ ଡିଆଇଜି ନିଜକୁ ସୁଟ୍‌ କରିଥିଲେ । ଗୁଳି ଶବ୍ଦ ଶୁଣି ସେଠାରେ ଉପସ୍ଥିତ ଥିବା ପୋଲିସ ଅଧିକାରୀ ପହଞ୍ଚିବାକୁ ବେଳକୁ ଡିଆଇଜି ଲହୁଲୁହାଣ ହୋଇ ତଳେ ପଡିଥିଲେ । ସେତବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।