Rain And Thunderstorm Alert - The Sakala
ରାଜ୍ୟରେ ଆହୁରି ୫ ଦିନ କାଳବୈଶାଖୀ ବର୍ଷା; ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ କାଳବୈଶାଖୀର ପ୍ରଭାବରେ ବର୍ଷା ସହ ଝଡି ପବନ କିଛି କିଛି ଜିଲ୍ଲାରେ ହେଉଥିବା ବେଳେ ଆଗାମୀ ୫ ଦିନ ଯାଏଁ ଲାଗିରହିବ ବର୍ଷା । ଆଉ ଆସନ୍ତା ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ବିଜୁଳି ଘଡଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ୩ ଘଣ୍ଟା ଯାଏ କଟକ ଓ ଢେଙ୍କାନାଳ ଜିଲ୍ଲାରେ ବିଜୁଳି ଘଡଘଡି ସହ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଭାଗ । ଏହାସହ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା କରିଛି ପାଣିପାଗ ବିଭାଗ ।
ସେହିପରି ୨୪  ଘଂଟାରେ ବର୍ଷା ହେବାକୁ ଥିବା ଜିଲ୍ଲାରେ ୩୦ ରୁ ୪୦ ଝଡି ପବନ ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି କଳାହାଣ୍ଡି ଓ ନବରଙ୍ଗପୁରରେ ୪୦ରୁ୫୦ କିମିର ପବନ ସହ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହି ଦୁଇ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେହିପରି ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଓ କନ୍ଧମାଳ ଜିଲ୍ଲାରେ ବିଜୁଳି ଘଡଘଡି ବର୍ଷା ସହ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ଥିବା ବେଳେ ଏହିସବୁ ଜିଲ୍ଲାକୁ ୟେଲୋ ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ୫ ଦିନ ଯାଏ ବା ୨୩ ତାରିଖ ଯାଏ ବର୍ଷା ଲାଗି ରହିବା ସହ ପବନ ହେବ । ଘଡ଼ଘଡ଼ି ଓ କୁଆପଥର ପଡିବା ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ ।
ଭୁବନେଶ୍ୱର: ଆଜି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ କାଳବୈଶାଖୀର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିବ। ବିଶେଷକରି ୯ଟି ଜିଲ୍ଲାରେ ବର୍ଷା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି। ଏହାସହ ସ୍ଥଳବିଶେଷରେ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ବହିପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉପରୋକ୍ତ ପୂର୍ବାନୁମାନ କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଭଦ୍ରକ, ଗଜପତି, ସୁନ୍ଦରଗଡ, ଝାରସୁଗୁଡା, ବରଗଡ ଓ ସମ୍ବଲପୁରରେ କାଳବୈଶାଖୀର ପ୍ରବଳ ପ୍ରକୋପ ଦେଖିବାକୁ ମିଳିବ। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ଉପରୋକ୍ତ ୯ ଜିଲ୍ଲା ବ୍ୟତୀତ ବଳକା ୨୧ ଜିଲ୍ଲାରେ କାଳବୈଶାଖୀର ଅପେକ୍ଷାକୃତ କମ୍‌ ପ୍ରଭାବ ଅନୁଭୂତ ହୋଇପାରେ। ଏହି ୨୧ ଜିଲ୍ଲାରେ ଘଣ୍ଟାପ୍ରତି ପବନର ବେଗ ୪୦ରୁ ୫୦କିଲୋମିଟର ପର୍ଯ୍ୟନ୍ତ ଛୁଇଁବାର ସମ୍ଭାବନା ଥିବା ବେଳେ ବିଜୁଳି, ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଅପରାହ୍‌ଣ କିମ୍ବା ସନ୍ଧ୍ୟା ସମୟରେ ଏହି କାଳବୈଶାଖୀର ସମ୍ଭାବନା ସର୍ବାଧିକ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅପରପକ୍ଷେ, ୨୯ ଓ ୩୦ ତାରିଖରେ କାଳବୈଶାଖୀର ପ୍ରକୋପ ଆହୁରି ବଢ଼ିବ। ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କାଳବୈଶାଖୀ ନିଜର ପ୍ରକୋପ ଜାରି ରଖିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।
ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୨୫ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି।  ବିଶେଷକରି ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଛି। ଏହି ସ୍ଥିତି ଆହୁରି ୩ ଦିନ ପର୍ଯ୍ୟନ୍ତ ଜାରି ରହିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ, ବିଜୁଳି ଘଡ଼ଘଡ଼ି ବର୍ଷା ସହ ଅନେକ ସ୍ଥାନରେ ପବନର ବେଗ ୪୦-୫୦ କିମି ରହିବା ଓ କୁଆପଥର ମାଡ଼ ନେଇ ମଧ୍ୟ ପାଗ ଅନୁକୂଳ ରହିଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।
ପ୍ରଚଣ୍ଡ ବଜ୍ରପାତ ନେଇ ୨୫ ଜିଲ୍ଲାକୁ କାଲି ସକାଳ ସାଢେ ଆଠଟା ପର୍ଯ୍ୟନ୍ତ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ମଧ୍ୟମ ଧରଣର ବର୍ଷାସହ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି।
ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୮ ଜିଲ୍ଲା ଗୁଡ଼ିକ ହେଲା- ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଏବଂ ଯାଜପୁର। ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୪୦ ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଝଡବର୍ଷା ସହ କୁଆପଥର ବୃଷ୍ଟି ନେଇ ଚେତାବନୀ ମଧ୍ଯ ଜାରି ରହିଛି।
ମଧ୍ୟମ ଧରଣର ବର୍ଷାସହ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, ବୌଦ୍ଧ, ସୋନପୁର, ସମ୍ବଲପୁର, ବରଗଡ଼, ଝାରସୁଗୁଡା ଏବଂ ଦେବଗଡ଼କୁ ୟେଲୋ ଆଲର୍ଟ ଜାରି ହୋଇଛି।  ଏହି ସବୁ ଜିଲ୍ଲାରେ ଘଡଘଡି ବିଜୁଳି ସହ ଘଣ୍ଟାପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ବଜ୍ରପାତ ସମୟରେ ବାହାରେ ନ ବୁଲିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଜାରି ହୋଇଛି। ଗାଙ୍ଗେଟି ଓ୍ବେଷ୍ଟବେଙ୍ଗଲରୁ ତେଲେଙ୍ଗାନା ପର୍ଯ୍ୟନ୍ତ ନିମ୍ନ ଚାପରେଖା ପ୍ରଭାବରେ ବଜ୍ରପାତ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ଆସନ୍ତା ୨୪ ଘଣ୍ଟା ପାଇଁ ୧୩ ଜିଲ୍ଲାକୁ ଘଡଘଡି ସହ ବର୍ଷା ସମ୍ଭାବନା
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୧୩ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି । ଏ ନେଇ ଉକ୍ତ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।  ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, କନ୍ଧମାଳ, ଗଜପତି, ରାୟଗଡ଼ା, କଳାହଣ୍ଡି, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନାଗିରି ଆଦି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।  ସେଥିପାଇଁ ଏହି ସବୁ ଜିଲ୍ଲାଗୁଡିକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।
ଆଜିଠୁ ବଢ଼ିବ ବର୍ଷା, ଦୁଇ ଦିନ ଜାରି ରହିବ ବର୍ଷାର ପ୍ରକୋପ
ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରି ବୃଦ୍ଧି ପାଇବ। ଆସନ୍ତା ୨୫ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଦ୍ୱାରା ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହିତ ବର୍ଷା ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ ଆଶଙ୍କା କରାଯାଉଥିବା ବେଳେ ଏହାଦ୍ୱାରା ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସମ୍ଭାବ୍ୟ ଘୂର୍ଣ୍ଣିବଳୟ ପ୍ରଭାବରେ ବାୟୁ ଚଳାଚଳର ପ୍ରକ୍ରିୟାରେ ପରିବର୍ତ୍ତନ ହେବା ହେତୁ ବର୍ଷାର ପ୍ରକୋପ ବୃଦ୍ଧି ପାଇବ। ଏହି ସମୟରେ କିଛି ସ୍ଥାନରେ ୭୦ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ସୁନ୍ଦରଗଡ଼, ଝାରସୁଗଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବାଲେଶ୍ୱର, ଗଜପତି ଓ ଗଞ୍ଜାମରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକା ବର୍ଷା ହୋଇପାରେ। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି ଓ ଗଞ୍ଜାମ ଜିଲ୍ଲାର କିଛି ସ୍ଥାନରେ ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର କହିଛି। ବୁଧବାର ସମାନ ସ୍ଥିତି ଜାରି ରହିବା ସହିତ ଗୁରୁବାରଠାରୁ ଅଞ୍ଚଳୱାରୀ ବର୍ଷା ବଢ଼ିବା ସହିତ ପ୍ରକୋପ ମଧ୍ୟ ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ରାଜ୍ୟରେ ନିୟମିତ ଭାବେ ବର୍ଷା ସତ୍ତ୍ବେ ଏବେ ବି ରାଜ୍ୟରେ ୯ ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି। ଦକ୍ଷିଣ-ଉପକୂଳ ଓଡ଼ିଶାରେ ଏହି ସ୍ଥିତି ଉତ୍କଟ ହେତୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ବର୍ତ୍ତମାନ ଓଡ଼ିଶା ଉପରେ କୌଣସି ପାଣିପାଗ ନିୟାମକ ନ ଥିବାରୁ ସାରା ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ହୋଇଛି। କାଁ ଭାଁ ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେଉଛି। ରାଜ୍ୟରେ ବର୍ତ୍ତମାନ ୧୧ ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷାର ପରିମାଣ ୨୦-୩୯ ପ୍ରତିଶତ ରହିଛି। ନବରଙ୍ଗପୁର ଜିଲ୍ଲାରେ ରାଜ୍ୟର ସବୁଠୁ ନିଅଣ୍ଟିଆ ସ୍ଥିତି ଅର୍ଥାତ ୩୯ ପ୍ରତିଶତ କମ୍‌‌ ବର୍ଷା ହୋଇଥିବା ବେଳେ ଗଞ୍ଜାମରେ ୩୧, କଳାହାଣ୍ଡିରେ ୩୨, କେନ୍ଦ୍ରାପଡ଼ାରେ ସ୍ୱାଭାବିକ ତୁଳନାରେ ୩୪ ପ୍ରତିଶତ କମ୍‌‌ ବର୍ଷା ରହିଛି।
ଆଜି ୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ମୌସୁମୀ ନିଷ୍କ୍ରିୟ ରହିଛି। ଏହା ପ୍ରଭାବରେ ତାପମାତ୍ରା ଅଧିକ ରହିବା ରହୁଛି। ଅଧିକ ତାପମାତ୍ରା ସାଙ୍ଗକୁ ରାଜ୍ୟକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପାଇଁ ପାଗ ଅନୁକୂଳ ରହୁଛି। ରବିବାର ରାଜ୍ୟର କିଛି ସ୍ଥାନରେ ଏହି ସ୍ଥିତିରେ ବର୍ଷା ହୋଇଥିବା ବେଳେ ସୋମବାର ୬ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜି ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦିରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ଅନ୍ୟପଟେ ମଙ୍ଗଳବାର ମଧ୍ୟ କିଛି ଜିଲ୍ଲାରେ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୨୧ ମିମି ବର୍ଷା ହୋଇଥିବା ବେଳେ ଜଗତସିଂହପୁରରେ ୧୯ ଓ ତାଳଚେରରେ ୧୫ ମିମି ବର୍ଷା ରେକର୍ଡ କରାଯାଇଛି।
ଭୁବନେଶ୍ୱରରେ ବସିବ ‘ଡପଲାର’: ୩ ଘଣ୍ଟା ପୂର୍ବରୁ ମିଳିବ ବର୍ଷା, ବଜ୍ରପାତ ସମ୍ପର୍କରେ ତଥ୍ୟ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବସିବ ଡପଲାର୍‌ ୱେଦ୍‌ର ରାଡାର । ଏହି ରାଡାର କଟକ-ଭୁବନେଶ୍ୱର ଦ୍ୱୈତ ନଗରୀର ପାଣିପାଗ ଆକଳନ କରିବ । ଦୁଇ ସହର ପାଇଁ ସଠିକ୍‌ ପୂର୍ବାନୁମାନ କରି ଆଗୁଆ ପ୍ରତିକାର ବ୍ୟବସ୍ଥା ଲାଗି ଏହି ପଦକ୍ଷେପ ନିଆଯିବ । ରାଡାର ବସାଇବା ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଯୋଜନା କରାଯାଇଥିବା ବେଳେ ଏନେଇ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ଜମି ଯୋଗାଇ ଦେବା ପାଇଁ ଆଇଏମଡି ଏସ୍‌ଆର୍‌ସିଙ୍କୁ ଚିଠି ଲେଖିଛି। ଏହି ରାଡାର ବସିବା ଦ୍ୱାରା ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା, କାଳବୈଶାଖୀ, ବଜ୍ରପାତ ଓ ପ୍ରବଳ ବର୍ଷା ସମ୍ପର୍କରେ ୩ ଘଣ୍ଟା ପୂର୍ବରୁ ସଠିକ୍‌ ସୂଚନା ମିଳିଯିବ ।
ଭୁବନେଶ୍ୱରରେ ଏକ ଏକ୍ସ-ବ୍ୟାଣ୍ଡ ରାଡାର ବସାଇବା ପାଇଁ ଯୋଜନା କରାଯାଉଥିବା ଆଇଏମ୍‌ଡ଼ି ଏସ୍‌ଆର୍‌ସିଙ୍କୁ ଚିଠି ଲେଖି ୪୦୦ ବର୍ଗମିଟର ଜମି ସହିତ କମ୍ପ୍ୟୁଟର ହାଉସିଂ ପାଇଁ ଅତିରିକ୍ତ ୪୦୦ ଫୁଟ୍‌ର ଜମି ଲୋଡ଼ିଛି । ତେବେ ଜମି ନିକଟରେ କୌଣସି ପ୍ରାକୃତିକ ନିର୍ମାଣ ଅର୍ଥାତ ପାହାଡ଼ ପର୍ବତ ନ ଥିବା ଓ ଉଚ୍ଚ ଅଟାଳିକା ନିର୍ମାଣ ହୋଇ ନ ଥିବା ଏଥିରେ ଉଲ୍ଲେଖ କରାଯାଇଛି । ଏହା ସହ ବିଦ୍ୟୁତ୍‌ ଯୋଗାଣର ବ୍ୟବସ୍ଥା ଥିବା ମଧ୍ୟ ଜରୁରୀ ବୋଲି ଏଥିରେ କୁହାଯାଇଛି ।
ବର୍ତ୍ତମାନ ସହରାଞ୍ଚଳଗୁଡ଼ିକ ପାଇଁ ସହରୀବନ୍ୟା ଏକ ବଡ଼ ସମସ୍ୟା ପାଲଟିଛି । ହଠାତ୍‌ ହେଉଥିବା ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ପାଇଁ ସମସ୍ୟା ବଢ଼ୁଛି । ହଠାତ୍‌ ବର୍ଷାର ତୀବ୍ରତା ଅଧିକ ହେଉଥିବା ହେତୁ ସହରବାସୀଙ୍କ ସମେତ ପ୍ରଶାସନ ପାଇଁ ମଧ୍ୟ ଚିନ୍ତାର କାରଣ ସାଜୁଛି । ଏହି ଏକ୍ସ-ବ୍ୟାଣ୍ଡ ରାଡାର୍‌ ବସିଲେ ୧୦୦ କିଲୋମିଟର ପରିଧି ମଧ୍ୟରେ ଯେଉଁ ପାଣିପାଗ ଜନିତ ଘଟଣା ଘଟିବ ତାହା ଅତି ସହଜରେ ଜାଣି ହେବ । ସେହିପରି କଟକ ଓ ଭୁବନେଶ୍ୱରରେ ଅଞ୍ଚଳୱାରୀ ବର୍ଷା ଓ ବଜ୍ରପାତର ଆଗୁଆ ସୂଚନା ଦିଆଯିବା ସହିତ କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହା ରାଡାର ସୂଚନା ଦ୍ୱାରା ଜାରି କରାଯାଇପାରିବ ।