Kandhama - The Sakala

ଡିଜିଟାଲ ଇଣ୍ଡିଆ ଧୂଆଁବାଣ: ଆସୁନି ନେଟୱାର୍କ, ଜଙ୍ଗଲରେ ଚାଲିଛି ଅଫିସ କାମ
ଫିରିଙ୍ଗିଆ: ଆଜିର ଡିଜିଟାଲ ଯୁଗରେ ସବୁକିଛି ମୋବାଇଲ ଅର୍ଥାତ ସ୍ମାର୍ଟ ଫୋନ୍ ମାଧ୍ୟମରେ କାର୍ଯ୍ଯ ଗୁଡ଼ିକ ହାତ ପାଆନ୍ତରେ ଚାଲିଛି। ପାଠ ପଢାଠାରୁ ଆରମ୍ଭ କରି ବ୍ୟାଙ୍କ୍ ସେବା ଏବଂ ସମସ୍ତ ଅଫିସ କାର୍ଯ୍ଯ ପାଇଁ ଏବେ ସ୍ମାର୍ଟଫୋନ୍ ଉପରେ  ନିର୍ଭର କରିବାକୁ ପଡ଼ୁଛି। ତେବେ ଉପାନ୍ତ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ସେହି ଅଞ୍ଚଳରେ ମୋବାଇଲ ନେଟୱାର୍କ ନ ଥିବାରୁ ନାଁ ପିଲାମାନେ ଅନଲାଇନ ପାଠ ପଢ଼ି ପରୁଛନ୍ତା ନାଁ କୌଣସି ଅଫିସ କାର୍ଯ୍ଯ ହୋଇପାରୁଛି। ଯାହା ଫଳରେ ଅନଲାଇନ କାର୍ଯ୍ଯରେ ବାଧା ପ୍ରାପ୍ତ ହେଉଛି। ଏହି ସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା କିମ୍ବା ପାଠପଢା ଏବଂ ଅନ୍ୟାନ୍ୟ ଅନଲାଇନ୍ କାର୍ଯ୍ଯ ପାଇଁ ଜଙ୍ଗଲ ପାହାଡ ମଧ୍ୟରେ ନେଟୱାର୍କ ଆସୁଥିବା ସ୍ଥାନକୁ ବାଛିବାକୁ ପଡୁଛି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡାର ଉପାନ୍ତ ଲୁଇ ସିଂ ଅଞ୍ଚଳରେ।

ଏହି ଅଞ୍ଚଳରେ ପ୍ରାୟ ୧୦ ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଗର୍ଭବତୀ, ପ୍ରାକ୍ ବିଦ୍ୟାଳୟ, ଶିଶୁ ମାନଙ୍କ ପାଇଁ ମମତା ଆପ, ପୋଷଣ ଆପ ଭଳି ଅନ୍ୟାନ୍ୟ ଆପ ରହିଛି ଯାହାକି ପ୍ରତିଦିନ ତାଙ୍କୁ ଅଫିସ ଡାଟା ଅନ ଲାଇନରେ ଦେବାକୁ ନିର୍ଦ୍ଦେଶ ରହିଛି। ତେଣୁ ବାଧ୍ୟ ହୋଇ ଅଙ୍ଗନୱାଡି କର୍ମୀ ମାନେ ୧୦ କିମି ଦୂରରେ ଥିବା ସୁଟାଣି ଘାଟି ନିକଟକୁ ଯାଇ ଅନଲାଇନରେ କାର୍ଯ୍ଯ କରୁଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ମୋବାଇଲ ସେବା ପାଇଁ ବାରମ୍ବାର ଅଭିଯୋଗ ସତ୍ତ୍ବେ କାହାରି ଦୃଷ୍ଟି ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ବର୍ତ୍ତମାନ ସମୟରେ ଜାତିଗତ ପ୍ରମାଣପତ୍ର, ଅନ୍ୟାନ୍ୟ କାଗଜ ପତ୍ର ସବୁ ଅନଲାଇନରେ ପ୍ରଦାନ କରାଯାଉଥିବାରୁ ଏହି ଅଞ୍ଚଳର ଅଧିବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି ସ୍ବାସ୍ଥ୍ୟ ସେବା ପାଇଁ ଆମ୍ବୁଲାନ୍ସ ପାଇଁ ମଧ୍ୟ ନେଟୱାର୍କ ଆସୁଥିବା ସ୍ଥାନକୁ ଯାଇ ଫୋନ୍ କରିବାକୁ ପଡ଼ୁଛି।

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ତୁଷାର ପାତ
ଦାରିଙ୍ଗବାଡ଼ି: ଆଜି ଚଳିତ ବର୍ଷର ପ୍ରଥମ ତୁଷାର ପାତ ହୋଇଥିବା ଦେଖାଯାଇଛି। ଇଲେକ୍ଟ୍ରିକ ଅଫିସ ପଛ, ଡୁଲୁରି ସାହି ନିକଟ ଥିବା ପାଣି ଟାଙ୍କି ପାର୍ଶ୍ୱରେ ଏବଂ ସିକପାଟା ଯିବା ରାସ୍ତାର ଏକ ପାଳ ଗଦା ଉପରେ ତୁଷାର ପାତ ହୋଇଥିବା ଜଣାପଡ଼ିଛି। ଗତ କାଲି ୮.୫ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଆଜି ହଠାତ୍ ୪.୫ ଡ଼ିଗ୍ରୀ ତଳକୁ ଖସି ଆସି ୪ ଡ଼ିଗ୍ରୀ ରେ ପହଞ୍ଚିଛି।

ଦାରିଙ୍ଗବାଡ଼ି ର ତାପମାତ୍ରା ୪ ଡ଼ିଗ୍ରୀ ସେଲସିୟସ ରହିଥିବା ବେଳେ ଏହାର ଆଭ୍ୟନ୍ତ ଇଲାକାରେ  ଜିରୋ ଡ଼ିଗ୍ରୀ ତଳେ ରହୁଥିବାରୁ ଏଭଳି ତୁଷାର ପାତ ହୋଇଥିବା ଅନୁମାନ କରାଯାଉଛି। ଫଳରେ ଅଧିକ ଜାଡ଼ ଅନୁଭବ ହେଉଛି ଏବଂ ଥରୁଛି ଓଡିଶାର କାଶ୍ମୀର ଦାରିଙ୍ଗବାଡ଼ି । ଜାଡ଼ ସାଙ୍ଗକୁ ବୃଦ୍ଧି ପାଉଛି କୁହୁଡ଼ି । ଆଜି ହଠାତ୍ ତାପମାତ୍ର ହ୍ରାସ ପାଇବା ଫଳରେ ହାଡ଼ ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳୁ ଉଠି ହେଉନାହିଁ । ଲୋକଙ୍କୁ ଶୀତରୁ ରକ୍ଷା ପାଇବା ପାଇଁ ଦିନସାରା ଶୀତବସ୍ତ୍ର ପରିଧାନ କରି ରହିବାକୁ ପଡୁଛି । ହାଡ଼ ଭଙ୍ଗା ଶୀତରେ ହାତ, ଗୋଡ଼ ସବୁ କାଳୁଆ ପଡ଼ିଯାଉଛି । ଶ୍ରମିକ ଶ୍ରେଣୀର ଲୋକ କାମଧନ୍ଦାକୁ ସଠିକ ସମୟରେ ଯାଇପାରୁନାହାନ୍ତି । ଗରିବ ଶ୍ରେଣୀର ଲୋକଙ୍କ ପାଖରେ ଶୀତ ବସ୍ତ୍ର ଅଭାବ ଥିବା ଯୋଗୁଁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇ ଅସହ୍ୟ ଯନ୍ତ୍ରଣାରେ ଭୋଗୁଛନ୍ତି । କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ଶୀତରୁ ରକ୍ଷାପାଇବାକୁ ଚେଷ୍ଟା କରୁଛନ୍ତି । ସାଙ୍ଗକୁ କୁହୁଡ଼ି ଦାରିଙ୍ଗବାଡ଼ିର ଚତୁପାର୍ଶ୍ବରେ ବଳୟ ହୋଇ ରହୁଛି। ସମୟ ସମୟରେ କୁହୁଡ଼ି ଆସ୍ତରଣ ବଢ଼ିବା ଯାଏ । ଫଳରେ ସକାଳେ ରାସ୍ତାରେ ଯିବା ଆସିବା ବେଳେ ସଠିକ ଭାବେ ରାସ୍ତା ଦେଖାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । କିଛି ଦିନ ପୂର୍ବରୁ କୁହୁଡ଼ି ଅତ୍ୟଧିକ ହୋଇଥିବା ଯୋଗୁଁ କାର୍ ଏକ ପୋଲ ତଳେ ଓଲଟି ପଡ଼ିଥିଲା। ଏପଟେ ଚଳିତ ବର୍ଷର ତୁଷାର ପାତ ଦାରିଙ୍ଗବାଡ଼ିର ପର୍ଯ୍ୟଟକଙ୍କ ପାଇଁ ଖୁସି ଆଣିଦେଇଛି । ଶୀତର ମଜା ନେବାପାଇଁ ଦାରିଙ୍ଗବାଡ଼ିକୁ ରାଜ୍ୟ ତଥା ରାଜ୍ୟ ବାହାର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।

ହଳଦୀ ପତ୍ର ଯୋଗାଉଛି ହଳଦୀ ଚାଷୀଙ୍କୁ ରୋଜଗାର, ପ୍ରଥମାଷ୍ଟମୀ ପାଇଁ ଟ୍ରକ୍‍ ଟ୍ରକ୍‍ ହଳଦୀ ପତ୍ର ବିକିଲେ କନ୍ଧମାଳର ଚାଷୀ
ଫୁଲବାଣୀ: ହଳଦୀ ପାଇଁ କନ୍ଧମାଳର ସ୍ୱତନ୍ତ୍ର ପରିଚୟ ରହିଛି। ଜିଲ୍ଲାର ଲକ୍ଷାଧିକ ଚାଷୀ ପରିବାର ଅଳ୍ପ ବହୁତେ ହଳଦୀ ଚାଷ କରନ୍ତି। ପାରମ୍ପରିକ ପ୍ରଣାଳୀରେ ଏବଂ ଜୈବିକ ଭାବେ ଏହି ହଳଦୀ ଚାଷ ହେତୁ କନ୍ଧମାଳ ହଳଦୀର ସ୍ୱତନ୍ତ୍ରତା ରହିଛି। ସେଥିପାଇଁ କନ୍ଧମାଳ ହଳଦୀକୁ ମିଳିଛି ଜିଆଇ(ଜୋଗ୍ରାଫିକାଲ ଇଣ୍ଡିକେସନ୍‍) ମାନ୍ୟତା। ଏହାରି ମଧ୍ୟରେ ଏବେ ହଳଦୀ ଗଛ ଶୁଖିବା କଥା ଏବଂ ମାସେ ପରେ ହେବ ଅମଳ। କିନ୍ତୁ ଲଗାଣ ବର୍ଷା ପାଗ ଯୋଗୁଁ ପତ୍ର ଶୁଖି ନାହିଁ। ଏହି ପତ୍ର ମଧ୍ୟ ହଳଦୀ ଚାଷୀଙ୍କୁ ଦେଉଛି ରୋଜଗାର। ଟନ୍‍ ଟନ୍‍ ହଳଦୀ ପତ୍ର ଟ୍ରକ୍‍ ମାନଙ୍କରେ ଜିଲ୍ଲାରୁ ଭୂବନେଶ୍ୱର,କଟକ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ବିକ୍ରି ପାଇଁ ଯାଉଛି।

ଗତ ସପ୍ତାହେ ଧରି ଜିଲ୍ଲାର ଦାରିଙ୍ଗବାଡି,ରାଇକିଆ ଅଞ୍ଚଳରୁ ପ୍ରାୟ ୩୦ରୁ ଅଧିକ ଟ୍ରକ ଲୋଡ୍‍ ହଳଦୀ ପତ୍ର ପଠେଇଲେଣି ଚାଷୀ। ଆଗକୁ ପ୍ରଥମାଷ୍ଟମୀ ଏବଂ ହଳଦୀ ପତ୍ରରେ ପ୍ରସ୍ତୁତ ହେଉଥିବା ଏଣ୍ଡୁରୀ ପିଠା ହିଁ ଏହି ପର୍ବର ସ୍ୱତନ୍ତ୍ରତା। ବିନା ହଳଦୀ ପତ୍ରରେ ଏଣ୍ଡୁରୀ ପିଠା ବିନା ପୂଜା ହୁଏନା। ହଳଦୀ ପତ୍ର ଆଚ୍ଛାଦିତ ଏଣ୍ଡୁରୀର ସ୍ୱାଦ ଓ ବାସ୍ନା ମଧ୍ୟ ନିଆରା। ସେଥିପାଇଁ ଜିଲ୍ଲାରୁ ଟ୍ରକ ଟ୍ରକ୍‍ ହଳଦୀ ପତ୍ର ଯାଉଛି ଏବଂ ହଳଦୀ ଚାଷୀ ମଧ୍ୟ ଉପକୃତ ହୋଇଛନ୍ତି, କିଛି ରୋଜଗାର କରିଛନ୍ତି।

ତେବେ ୧୦ଟି ପତ୍ର ବନ୍ଧା ବିଡା ବଜାରରେ ୨୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଚାଷୀଙ୍କ ଠାରୁ ଶହେଟି ପତ୍ରର ବିଡାକୁ କୋଡିଏ ଟଙ୍କାରେ କିଣୁଛନ୍ତି ବ୍ୟବସାୟୀ। ଫଳରେ ଚାଷୀ କୋଡିଏ ଟଙ୍କା ପାଉଥିବା ବେଳେ ବ୍ୟବସାୟୀ ପାଉଛନ୍ତି ୨ ଶହ ଟଙ୍କା। ଏହା ସହିତ ଚାଷୀ ପତ୍ର ସଂଗ୍ରହ ଓ ବିଡା ପ୍ରସ୍ତୁତ ପାଇଁ ଅନେକ ପରିଶ୍ରମ ଓ ସମୟ ମଧ୍ୟ ଦେଉଛନ୍ତି। ତେବେ ଜିଲ୍ଲା ଯୋଗାଣ ଓ ମାର୍କେଟିଙ୍କ ସଂସ୍ଥା, ଓରମାସ୍‍ ସମେତ ଏସଏଚଜି ମହାସଂଘ ମାଧ୍ୟମରେ ଅନ୍ୟ ଜିଲ୍ଲା ସହିତ ସଂଯୋଗ କରି ସିଧାସଳଖ ହଳଦୀ ଚାଷୀଙ୍କ ଠାରୁ କିଣି ବିକ୍ରି କରିଥିଲେ ଚାଷୀ ଓ ମହିଳା ଏସଏଚଜି ଗ୍ରୁପ ମାନେ ଲାଭବାନ ହୋଇଥାନ୍ତେ ବୋଲି ଦାରିଙ୍ଗବାଡି ଅଞ୍ଚଳର ସମାଜସେବୀ କୈଳାଶ ଦଣ୍ଡପାଟ କହିଛନ୍ତି।

୩ କୁଇଣ୍ଟାଲ ଗଞ୍ଜେଇ ଜବତ: ୨ ଗିରଫ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରୁ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଦୁଇ ମାଫିଆକୁ ଗିରଫ କରିଛି ପୁଲିସ। ସୁଚନା ଅନୁସାରେ ଶ୍ରିପଲା ନିକଟସ୍ଥ ପଟାକିଲୁ ଗ୍ରାମର ରାସ୍ତା କଡ଼ରେ ଅପରାହ୍ନ ସମୟରେ ଗଞ୍ଜେଇ ଗଛିତ ରଖି ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମ ସୁନ୍ଦର ରାଓ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ସହାୟତାରେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟପେ ୩ କୁଇଣ୍ଟାଲ ୧ କେଜି ଗଞ୍ଜେଇ ଜବତ କରିବା ସହ ଏଥିରେ ସପ୍ରୃକ୍ତ ଥିବା ପଟାକିଲୁ ଗ୍ରାମର ପ୍ରବିଣ କୁମାର ମଲିକ (୩୦) ଓ ଜୁରୁଡି ଗ୍ରାମ ର ବାଞ୍ଛାନିଧି କହଁର (୩୩) ଙ୍କୁ ଗିରଫ କରି  କୋର୍ଟ ଚାଲାଣ କରାଯାଇଛି। ଏ ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ୯୨/୨୧ ରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀ ରାଓ ସୂଚନା ଦେଇଛନ୍ତି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ଗଳାକାଟି ହତ୍ୟା
ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ସିର୍ଲା ପଞ୍ଚାୟତର ବିରିମିଲା ସ୍ଥିତ ଟିଂଗାଡି ଗ୍ରାମରେ ଏକ ଜଘନ୍ୟ ହତ୍ୟା କାଣ୍ଡ ଘଟିଛି। ଘରେ ଶୋଇଥିବା  ସମୟରେ ଟିଂଗାଡି ଗ୍ରାମର ବାମ୍ବୁରା ମାଝୀ ନାମକ ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଭକ୍ତି ପାଟମାଝି ନାମକ ଏକ ବ୍ୟକ୍ତିଙ୍କ ବାସଭବନରେ ପଶି ତାଙ୍କ ବଡ ପୁଅଙ୍କ ସମୁଖରେ ଏକ ମାରଣା ଅସ୍ତ୍ର ସାହାଯ୍ୟରେ ତାଙ୍କୁ ଗଳା କାଟି ହତ୍ୟା କରିଛନ୍ତି। ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଅପରାଧୀ ଫେରାର ହୋଇଯାଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିଶୋଧ ନେବା ପାଇଁ ହତ୍ୟା କରାଯାଇଛି। ଖବର ପାଇବା ପରେ ତୁମୁଡିବନ୍ଧ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠେଇ ଦେଇଛି।

ପୁଲିସର ସୂଚନା ଅନୁଯାୟୀ, ଅପରାଧୀ ହତ୍ୟା କରିସାରିବା ପରେ ରାତିରେ ହିଁ ଗ୍ରାମ ଛାଡି ଫେରାର ହେଇଯାଇଛି। ଘଟଣାର ତଦନ୍ତ କରି ତାକୁ ଯେତେ ଶୀଘ୍ର ସମ୍ଭବ ଗିରଫ କରାଯିବ ବୋଲି ପୁଲିସ କହିଛି।