Ajit Agarkar - The Sakala

ଟି-୨୦ ଟିମ୍‌ରୁ ସୂର୍ଯ୍ୟକୁମାର ଯାଦବ ବାଦ୍, ଶ୍ରେୟସ ଆୟର ହେଲେ ନୂଆ ଅଧିନାୟକ: କାରଣ ଖୋଲିଲେ ଅଜିତ ଅଗରକର
ଭାରତୀୟ କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟି-୨୦ ବିଶ୍ୱକପ୍ ବିଜେତା ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଥିବା ବେଳେ ଶ୍ରେୟସ ଆୟରଙ୍କୁ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ଆୟରଲ୍ୟାଣ୍ଡ, ଇଂଲଣ୍ଡ ଏବଂ ଏସିଆନ୍ ଗେମ୍ସ ପାଇଁ ଦଳ ଘୋଷଣା କରାଯିବା ସମୟରେ ବିସିସିଆଇ (BCCI) ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି।

ଅଜିତ ଅଗରକର ଖୋଲିଲେ କାରଣ

ସୂର୍ଯ୍ୟକୁମାର ଯାଦବଙ୍କୁ ଟିମରୁ ବାଦ୍ ଦେବା ନେଇ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ, "ବିଶ୍ୱକପ୍ ଜିତିଥିବା ଜଣେ ଅଧିନାୟକଙ୍କୁ ବାଦ୍ ଦେବା କେବେ ବି ସହଜ ନୁହେଁ। କିନ୍ତୁ ଆଗାମୀ ଦୁଇ ବର୍ଷର ଯୋଜନା ଏବଂ ଖେଳାଳିଙ୍କ ସାମ୍ପ୍ରତିକ ଫର୍ମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରେୟସ ଆୟର ବିଶ୍ୱକପ୍ ଖେଳିବା ଦୌଡ଼ରେ ଥିଲେ ଏବଂ ସେ ଜଣେ ଯୋଗ୍ୟ ଦାବିଦାର ଅଟନ୍ତି। ତାଙ୍କ ପାଖରେ ନେତୃତ୍ୱ ନେବାର ଯଥେଷ୍ଟ ଅଭିଜ୍ଞତା ରହିଛି।"

ତିଲକ ବର୍ମା ଉପ-ଅଧିନାୟକ ଓ ବୈଭବ ସୂର୍ଯ୍ୟବଂଶୀଙ୍କ ଏଣ୍ଟ୍ରି

କେବଳ ଅଧିନାୟକ ପରିବର୍ତ୍ତନ ନୁହେଁ, ଯୁବ ଖେଳାଳି ତିଲକ ବର୍ମାଙ୍କୁ ଟି-୨୦ ଦଳର ନୂଆ ଉପ-ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ୧୫ ବର୍ଷୀୟ ଯୁବ ପ୍ରତିଭା ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ଚୟନ କମିଟି ଆଗାମୀ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ ଖେଳାଳିଙ୍କ ଉପରେ ଅଧିକ ଭରସା କରିଥିବା ସ୍ପଷ୍ଟ ହୋଇଛି।

ଆୟରଙ୍କ ଦମଦାର ନେତୃତ୍ୱ ରେକର୍ଡ

ଆଇପିଏଲ୍ (IPL) ରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱ ବେଶ୍ ପ୍ରଭାବଶାଳୀ ରହିଛି। ୨୦୨୪ ମସିହାରେ ସେ କୋଲକାତା ନାଇଟ୍ ରାଇଡର୍ସ କୁ ଆଇପିଏଲ୍ ଟାଇଟଲ୍ ଜିତାଇଥିବା ବେଳେ ୨୦୨୫ ରେ ପଞ୍ଜାବ କିଙ୍ଗସ୍ କୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ତାଙ୍କର ଏହି ନେତୃତ୍ୱ ଦକ୍ଷତା ତାଙ୍କୁ ଜାତୀୟ ଦଳର ମଙ୍ଗ ଧରିବାରେ ସାହାଯ୍ୟ କରିଛି। ଟିମ୍ ଇଣ୍ଡିଆ ଜୁନ୍ ୨୬ ତାରିଖରୁ ଆୟରଲ୍ୟାଣ୍ଡ ବିପକ୍ଷରେ ନିଜର ପରବର୍ତ୍ତୀ ଟି-୨୦ ସିରିଜ୍ ଖେଳିବ।

ଟିମ୍ ଇଣ୍ଡିଆରେ ବଡ଼ ପରିବର୍ତ୍ତନ ତୟ! ଋଷଭ ପନ୍ତଙ୍କ ହାତରୁ ଖସିପାରେ ଟେଷ୍ଟ ଉପ-ଅଧିନାୟକ ପଦ, କେ.ଏଲ୍ ରାହୁଲ ହେବେ ଗିଲ୍‌ଙ୍କ ଡେପୁଟି
ଆସନ୍ତା ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ସିରିଜ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ସୂଚନା ଅନୁଯାୟୀ, ଷ୍ଟାର୍ ୱିକେଟ୍‌କିପର-ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କଠାରୁ ଟେଷ୍ଟ ଦଳର ଉପ-ଅଧିନାୟକ ପଦ ଛଡ଼ାଇ ନିଆଯାଇପାରେ। ପିଟିଆଇ (PTI) ରିପୋର୍ଟ ମୁତାବକ, ଅତିରିକ୍ତ ଦାୟିତ୍ୱ କାରଣରୁ ପନ୍ତଙ୍କ ବ୍ୟାଟିଂ ଏବଂ ନିଷ୍ପତ୍ତି ନେବାର କ୍ଷମତା ପ୍ରଭାବିତ ହେଉଥିବା ଟିମ୍ ମ୍ୟାନେଜମେଣ୍ଟ ଅନୁଭବ କରୁଛି। ତେଣୁ, ଚୟନକର୍ତ୍ତାମାନେ ଏହି ବିଷୟରେ ଗମ୍ଭୀରତାର ସହ ବିଚାର କରୁଛନ୍ତି।

କାହିଁକି ଉଠିଲା ପନ୍ତଙ୍କ ଉପରେ ପ୍ରଶ୍ନ?

ଗତ ନଭେମ୍ବର ୨୦୨୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଗୁଆହାଟୀ ଟେଷ୍ଟରେ ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ ଋଷଭ ପନ୍ତ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଥିଲେ। ତେବେ ସେହି ମ୍ୟାଚ୍‌ରେ ଭାରତୀୟ ଦଳକୁ ୪୦୮ ରନ୍ର ଏକ ବଡ଼ ବ୍ୟବଧାନରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ସେବେଠାରୁ ତାଙ୍କର ଅଧିନାୟକତ୍ୱ ଏବଂ ମ୍ୟାଚ୍ ମଧ୍ୟରେ ନେଉଥିବା ନିଷ୍ପତ୍ତିକୁ ନେଇ କ୍ରମାଗତ ଭାବେ ପ୍ରଶ୍ନ ଉଠିଆସୁଛି। ତେଣୁ, ତାଙ୍କୁ ଉପ-ଅଧିନାୟକ ଦାୟିତ୍ୱରୁ ମୁକ୍ତ କରାଯାଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

କେ.ଏଲ୍ ରାହୁଲ ହୋଇପାରନ୍ତି ନୂଆ ଉପ-ଅଧିନାୟକ

ଯଦି ଋଷଭ ପନ୍ତଙ୍କଠାରୁ ଏହି ପଦବୀ କାଢ଼ି ନିଆଯାଏ, ତେବେ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଟିମ୍ ମ୍ୟାନେଜମେଣ୍ଟ ପାଇଁ ପ୍ରଥମ ପସନ୍ଦ ପାଲଟିପାରନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲଙ୍କୁ ଟେଷ୍ଟ ଦଳରେ ଶୁଭମନ ଗିଲ୍ଙ୍କ ଡେପୁଟି ଅର୍ଥାତ୍ ନୂଆ ଉପ-ଅଧିନାୟକ ଭାବେ ନିଯୁକ୍ତି ମିଳିପାରେ। ପୂର୍ବରୁ ମଧ୍ୟ କେ.ଏଲ୍ ରାହୁଲ ଭାରତୀୟ ଦଳର ନେତୃତ୍ୱ ନେଇସାରିଛନ୍ତି ଏବଂ ଟେଷ୍ଟ ଦଳରେ ତାଙ୍କ ସ୍ଥାନ ପ୍ରାୟତଃ ପକ୍କା ରହିଛି।

ମେ' ୧୯ରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ

ଜୁନ୍ ମାସରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ୍ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆଗାମୀ ମେ' ୧୯ ତାରିଖରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଗୁଆହାଟୀଠାରେ ଚୟନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଆଫଗାନିସ୍ତାନ ବିପକ୍ଷ ସିରିଜ୍ ପାଇଁ ଦଳ ଘୋଷଣା ହେବା ସହ ଋଷଭ ପନ୍ତଙ୍କ ଉପ-ଅଧିନାୟକ ପଦକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।

"ମୋ ପାଖାପାଖି କୌଣସି ଭାରତୀୟ ବୋଲର ନାହାନ୍ତି": ଅଣଦେଖା ହେବା ନେଇ ମହମ୍ମଦ ଶାମିଙ୍କ ବଡ଼ ବୟାନ
ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ମହମ୍ମଦ ଶାମି ଦୀର୍ଘ ଦିନ ଧରି ଦଳରୁ ବାହାରେ ଅଛନ୍ତି। ନିକଟରେ ସେ ଭାରତୀୟ ଦଳରୁ ବାଦ୍ ପଡ଼ିବା ଏବଂ ନିଜ କ୍ରିକେଟ୍ କ୍ୟାରିୟରକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଶାମି ଶେଷ ଥର ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା। କିନ୍ତୁ ଏହା ପରେ ସମ୍ପୂର୍ଣ୍ଣ ଫିଟ୍ ଥାଇ ମଧ୍ୟ ତାଙ୍କୁ ଦଳରେ ସୁଯୋଗ ମିଳୁନାହିଁ। ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ସମୟରେ ଟିମ୍ ଇଣ୍ଡିଆର ପ୍ରମୁଖ ବୋଲର ଥିବା ଶାମି ଏବେ ନିଜ ଭାଗ୍ୟକୁ ଆଦରି ନେଇଥିବା ଜଣାପଡିଛି।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ଅଣଦେଖା

ଶାମିଙ୍କୁ ପ୍ରଥମେ ଟି-୨୦, ପରେ ଦିନିକିଆ ଏବଂ ଏବେ ଟେଷ୍ଟ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି। ୨୦୨୫-୨୬ ଘରୋଇ ସିଜନରେ ୬୭ଟି ୱିକେଟ୍ ନେବା ସତ୍ତ୍ୱେ ବିସିସିଆଇ (BCCI) ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ତାଙ୍କୁ ଦଳ ପାଇଁ ଅଯୋଗ୍ୟ ବିବେଚନା କରିଛନ୍ତି। ୨୦୨୨ ଟି-୨୦ ବିଶ୍ୱକପ ପରେ ତାଙ୍କୁ ଟି-୨୦ ଦଳରୁ ବାଦ୍ ଦିଆଯାଇଥିଲା। ଏହା ପରେ ସେ ଆଇପିଏଲରେ 'ପର୍ପଲ କ୍ୟାପ୍' (Purple Cap) ଜିତିଥିଲେ ମଧ୍ୟ ତାଙ୍କୁ କେବେହେଲେ ସୁଯୋଗ ଦିଆଯାଇନଥିଲା। ଏହି ଘଟଣାକୁ ନେଇ ଶାମି ଏବେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

"ମୋ ପାଖାପାଖି କେହି ନାହାନ୍ତି"

ଶୁଭଙ୍କର ମିଶ୍ରଙ୍କ ପୋଡକାଷ୍ଟରେ ଆଲୋଚନା ବେଳେ ଶାମି କହିଛନ୍ତି ଯେ, 'ଆଇପିଏଲରେ ମୋର ରେକର୍ଡ ଦେଖନ୍ତୁ। କୌଣସି ଭାରତୀୟ ବୋଲର ମୋ ପାଖାପାଖି ମଧ୍ୟ ନାହାନ୍ତି। ତଥାପି ମୁଁ ଜଣେ ଟି-୨୦ ବୋଲର ନୁହେଁ ବୋଲି କୁହାଯାଉଛି। ଗତ ୫-୬ ବର୍ଷର ରେକର୍ଡ ଉପରେ ନଜର ପକାନ୍ତୁ, ମୁଁ ପାଖାପାଖି ୧୩୦ ୱିକେଟ୍ ନେଇସାରିଲିଣି। ଆପଣମାନେ ଆଉ କ'ଣ ଚାହୁଁଛନ୍ତି?' ବାରମ୍ବାର ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ସତ୍ତ୍ୱେ ଦଳରେ ସ୍ଥାନ ନମିଳିବା ତାଙ୍କୁ ବ୍ୟଥିତ କରିଛି।

ନିଜ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ଶାମି

୩୫ ବର୍ଷୀୟ ଶାମି ଯଦି ଆଉ କେବେ ଭାରତ ପାଇଁ ନଖେଳନ୍ତି, ତଥାପି ସେ ନିଜ କ୍ୟାରିୟରକୁ ନେଇ ବେଶ୍ ସନ୍ତୁଷ୍ଟ ଅଛନ୍ତି। ସେ କହିଛନ୍ତି, 'ସତ କହିବାକୁ ଗଲେ ଏସବୁ ମୋ ପାଇଁ କୌଣସି ଫରକ ପକାଏ ନାହିଁ। ଯଦି ଆପଣ ମୋ ହାତକୁ ବଲ୍ ଦେବେ, ତେବେ ଯାଇ ମୁଁ କିଛି କରିପାରିବି। ନଚେତ୍ ମୁଁ କେବଳ ଜଣେ ୱାଟର ବୟ (Water Boy) ହୋଇ ରହିବି। ମୁଁ ଭାରତ ପାଇଁ ଯେତିକି ବି କ୍ରିକେଟ୍ ଖେଳିଛି, ସେଥିରୁ ମୋତେ ବହୁତ ନାମ, ଯଶ ଏବଂ ଅର୍ଥ ମିଳିଛି। ମୁଁ ଦେଶ ପାଇଁ ନିଜର ବହୁମୂଲ୍ୟ ସମୟ ଦେଇଛି ଏବଂ ଅନେକ ବିଶ୍ୱକପ୍ ଖେଳିଛି'। ୨୦୧୯ ଏବଂ ୨୦୨୩ ଦିନିକିଆ ବିଶ୍ୱକପରେ ସେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ଥିଲେ।

ଅଜିତ ଅଗରକର ହେଲେ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ: ଦିନିକିଆ ବିଶ୍ବକପ୍‌ ପୂର୍ବରୁ ଭାରତୀୟ ଦଳର ଚୟନକର୍ତ୍ତାଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଚେତନ ଶର୍ମାଙ୍କୁ ବିଦା କରାଯିବା ପରେ ଖାଲି ପଡିଥିବା ମୁଖ୍ୟ ଚୟନକର୍ତ୍ତାଙ୍କ ନାଁ ଘୋଷଣା କରାଯାଇଛି। ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଅଜିତ ଅଗରକରଙ୍କୁ ଭାରତୀୟ ପୁରୁଷ ସିନିୟର ଟିମ୍‌ର ମୁଖ୍ୟ ଚୟନକର୍ତ୍ତା ଭାବେ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ(BCCI)। ସେହିପରି ସଲିଲ ଆଙ୍କୋଲା ଓ ଶ୍ରୀଧରନ ଶରତଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି। ପୂର୍ବରୁ ଚୟନ କମିଟିରେ ଥିବା ଶିବସୁନ୍ଦର ଦାସ ଓ ସୁବ୍ରତ ବାନାର୍ଜୀ ନିଜର ପଦ ବଜାୟ ରଖିଛନ୍ତି।

ଟି-୨୦ ବିଶ୍ୱକପରେ ପରାଜୟ ପରେ ଚେତନ ଶର୍ମାଙ୍କ ସମେତ ସମଗ୍ର ଚୟନ ସମିତିକୁ ବିଦା କରାଯାଇଥିଲା। ତେବେ ନୂଆ ଚୟନ କମିଟି ଗଠନ ହୋଇନଥିବାରୁ ଚେତନ ଶର୍ମା ନିଜ ପଦରେ ରହିଥିଲେ। ଏହାପରେ ଫେବ୍ରୁଆରି ମାସରେ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଚେତନ ଶର୍ମା କହିଥିଲେ ଯେ ଭାରତୀୟ କ୍ରିକେଟରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଇଞ୍ଜେକ୍ସନ ଦେଇ ଫିଟ୍ ଅଛନ୍ତି ଏବଂ ମ୍ୟାଚ୍ ଖେଳୁଛନ୍ତି। ଏହି ଷ୍ଟିଙ୍ଗ୍ ଅପରେସନ୍ ପରେ ଚେତନ ଶର୍ମାଙ୍କୁ ନିଜ ପଦ ଛାଡ଼ିବାକୁ ପଡ଼ିଥିଲା ଏବଂ ସେବେଠାରୁ ଶିବ ସୁନ୍ଦର ଦାସ ମଧ୍ୟବର୍ତ୍ତୀକାଳୀନ ଭାବେ ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଉଥିଲେ।