Rape - The Sakala

ମହାରାଷ୍ଟ୍ରର ବିଡ୍‌ରେ ଅମାନବୀୟ ଘଟଣା: ୧୭ ବର୍ଷୀୟା ବିବାହିତାଙ୍କୁ ଅପହରଣ ଓ ଦୁଷ୍କର୍ମ ପରେ ଖୁଣ୍ଟରେ ବାନ୍ଧିଦେଲେ ଦୁର୍ବୃତ୍ତ
ମହାରାଷ୍ଟ୍ରର ବିଡ୍ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଏବଂ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୧୭ ବର୍ଷୀୟା ବିବାହିତା ମହିଳାଙ୍କୁ ଅଧାରାତିରେ ଘରୁ ଅପହରଣ କରାଯାଇ ଦୁଷ୍କର୍ମ କରାଯିବା ପରେ ଗାଁର ଏକ ସାର୍ବଜନୀନ ଖୁଣ୍ଟରେ ବାନ୍ଧି ଦିଆଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ ମହିଳାଙ୍କ ସୁରକ୍ଷା ଉପରେ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଅଧାରାତିରେ ଅପହରଣ ଓ ପାଶବିକ ଅତ୍ୟାଚାର

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଡ୍ ଜିଲ୍ଲା ପିମ୍ପଲନେର ଥାନା ଅନ୍ତର୍ଗତ ହିବରାପହାଡ଼ୀ ଗାଁରେ ଏହି ବର୍ବରକାଣ୍ଡ ଘଟିଛି। ପୀଡ଼ିତା ଜଣକ ରାତିରେ ଶୋଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ଏହାପରେ ତାଙ୍କ ସହ ବଳାତ୍କାର କରିବା ସହ ଅମାନବୀୟ ଅତ୍ୟାଚାର କରିଥିଲେ। ପାଶବିକତାର ସୀମା ଅତିକ୍ରମ କରି ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଗାଁର ଚାବଡ଼ି (ସାର୍ବଜନୀନ ସ୍ଥାନ)ରେ ଥିବା ଏକ ଖୁଣ୍ଟରେ ବାନ୍ଧି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ସକାଳୁ ଉଦ୍ଧାର କଲେ ଗ୍ରାମବାସୀ

ସକାଳ ହେବା ପରେ ଗାଁ ଲୋକେ ମହିଳାଙ୍କୁ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୀଡ଼ିତା ଜଣକ କାନ୍ଦି କାନ୍ଦି ସାହାଯ୍ୟ ପାଇଁ ନିବେଦନ କରୁଥିଲେ ମଧ୍ୟ ପ୍ରଥମେ କେହି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ। ପରେ ଗାଁର ସରପଞ୍ଚ ଏବଂ ପୀଡ଼ିତାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ପୀଡ଼ିତା ଜଣକ ଗଭୀର ମାନସିକ ଆଘାତରେ ଥିଲେ। ଦୁଇ ଦିନ ପରେ ସାହସ ଜୁଟାଇ ସେ ନିଜ ପରିବାର ସହ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ।

ପୋଲିସର କାର୍ଯ୍ୟାନୁଷ୍ଠାନ ଓ ଅଭିଯୁକ୍ତ ଗିରଫ

ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପିମ୍ପଲନେର ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୈଭବ ପଟେକରକୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ତାକୁ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ପୋଲିସ ଏବେ ଘଟଣାର ଅଧିକ ଖୋଳତାଡ଼ କରୁଛି।

ଦାଦନ ଫେରନ୍ତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ରାୟଗଡା: ଦାଦନ ଫେରନ୍ତା ମହିଳାଙ୍କୁ ବଳାତ୍କାର ଅଭିଯୋଗ। ରାୟଗଡା ଟାଉନ୍ ଥାନାରେ ମାମଲା ରୁଜୁ ହୋଇଛି। ପିଡୀତା ମହିଳା ଜଣକ କୋରାପୁଟ ଜିଲ୍ଲା କୁମ୍ଭାରିପୁଟ୍ ଅଞ୍ଚଳର ବୋଲି ଜଣା ପଡ଼ିଛି। ଗତକାଲି ରାତିରେ ରାୟଗଡା ସହରର ରଇତକୋଲନୀ ଅଞ୍ଚଳରେ ବସଷ୍ଟେଣ୍ଡର ସୁଇପର ବଳତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଦୀପକ ନାଏକ ଥାନାରେ ଅଟକ ରଖିବା ସହ ପୀଡିତାଙ୍କ ଡାକ୍ତରିମାଇନା କରିଛି ପୁଲିସ।

ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଇଥିବା ସନ୍ଦେହ...
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଗୋଏଲପିଟା ଗାଁ ନିକଟ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର। ମହିଳାଙ୍କୁ ଦୁଷ୍କର୍ମ ପରେ ଜାଳି ଦେଇଥିବା ସନ୍ଦେହ। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରି ନାହିଁ । ଘଟଣା ସ୍ଥଳରେ ମହିଳାଙ୍କ ଶାଢୀ ଓ ଚୁଡ଼ି ଏଣେତେଣେ ପଡି ରହିଛି। ଖବର ପାଇ ଦେଓଗାଁ ପୁଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ପୁଣି ଲଜ୍ଜା; ବିଶ୍ବକର୍ମା ପୂଜାରୁ ଫେରୁଥିବା ନାବାଳିକାକୁ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ
ରାଉରକେଲା: ରାଉରକେଲାରେ ପୁଣି ଲଜ୍ଜା। ପୂଜା ଦେଖି ଫେରୁଥିବା ଜଣେ ନାବାଳିକାକୁ ବାଟ ମଝିରୁ ଟେକିନେଇ ଜଙ୍ଗଲ‌ରେ ଗଣଦୁଷ୍କର୍ମ। ୨ ଦିନ ତଳେ ଏହି ଘଟଣା ଘଟିଥିଲେ ହେଁ କେ.ବଲାଙ୍ଗ ଥାନାରେ ଅଭିଯୋଗ ହେବା ପରେ ଆଜି ପଦାକୁ ଆସିଛି। ଏହି ଘଟଣାରେ ପୁଲିସ୍‌ ଏକ ମାମଲା ରୁଜୁ କରି ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

କେ. ବଲାଙ୍ଗ ଅଞ୍ଚଳର ନାବାଳିକା ଜଣକ ଦୁଇ ସାଙ୍ଗଙ୍କ ସହ ବରସୁଆଁରୁ ବିଶ୍ୱକର୍ମା ପୂଜା ଦେଖି ଘରକୁ ଫେରୁଥିବା ବେଳେ ଦୁଇ ଯୁବକ ବାଟ ମଝିରେ ଅଟକାଇ ଧମକଚମକ ଦେଇ ଭୟଭୀତ କରାଇଥିଲେ। ପରେ ନାବାଳିକାକୁ ନିକଟସ୍ଥ ଏକ ଜଙ୍ଗଲକୁ ଟେକି ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ। ଏ ସଂପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ତେବେ ଅଭିଯୁକ୍ତମାନେ ସେଠାରୁ ପଳାଇବା ପରେ ନାବାଳିକାଜଣଙ୍କ ଘରକୁ ଫେରି ଏ ସଂପର୍କରେ ପରିବାର‌ଲୋକଙ୍କୁ ଜଣାଇଥିଲେ। ପରେ ପରିବାର ପକ୍ଷରୁ ଏନେଇ କେ.ବଲାଙ୍ଗ ଥାନାରେ ଅଭିଯୋଗ କରାଯାଇଥିଲା।

ବାନ୍ଧବୀଙ୍କୁ ସଂଜ୍ଞାହୀନ କରି ଦୁଷ୍କର୍ମ
ତେଲକୋଇ: ବାନ୍ଧବୀଙ୍କୁ ମାଡ଼ ମାରି ସଂଜ୍ଞାହୀନ କରିବା ପରେ ଦୁଷ୍କର୍ମ ଏବଂ ପରେ ଯୁବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର‌‌‌‌‌‌ରେ ଛାଡ଼ି ପଳାଇଲା ପୁରୁଷ ବନ୍ଧୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଘଟଣା ପଦାକୁ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ତେଲକୋଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ହୃଦାନନ୍ଦ ପାତ୍ର (୨୨) ନାମକ ଜଣେ ଯୁବକଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା। ବୁଧବାର ସେ ନିଜର ସ୍ବାସ୍ଥ୍ୟ ଖରାପ ଥିବା ବାହାନା କରି ତାଙ୍କୁ ଫୋନ୍‌ କରି ତେଲକୋଇକୁ ଡାକିଥିଲା। ପରେ ସେ ଯୁବତୀଙ୍କୁ ଏକ ଗାଡ଼ିରେ ଦେଉଳଡିହା ରାସ୍ତାର ହାତୀପୋଷ୍ଟର୍‌ ଆଡ଼କୁ ନେଇ ଯାଇଥିଲା। ସେଠାରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲା। କିନ୍ତୁ ଯୁବତୀଜଣଙ୍କ ବାରଣ କରିବାରୁ ଏକ ବାଡ଼ିରେ ପିଟି ତାଙ୍କୁ ଲହୁଲୁହାଣ କରିଥିଲା। ପରେ ଯୁବତୀଙ୍କ ପିନ୍ଧିଥିବା ଚୁନୁରିରେ ତାଙ୍କ ବେକକୁ ଜୋରରେ ଭିଡ଼ି ଘୋଷାଡ଼ି ଘୋଷାଡ଼ି ଜଙ୍ଗଲ ମଧ୍ୟକୁ ନେଇ ଯାଇଥିଲା। ଯୁବତୀଜଣଙ୍କ ଚିତ୍କାର କରିବାରୁ ତାଙ୍କ ମୁଣ୍ଡକୁ ଏକ ପଥରରେ ଛେଚି ଦେଇଥିଲା। ଯୁବତୀଜଣଙ୍କ ସଂଜ୍ଞାହୀନ ହୋଇପଡ଼ିବା ପରେ ହୃଦାନନ୍ଦ ତାଙ୍କୁ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ଯୁବତୀଙ୍କ ଚେତା ଫେରିବା ପରେ ସେ ପୁଣି ତାଙ୍କୁ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିଲା। ଭୟଭୀୟ ହୋଇ ପୀଡ଼ିତା ପାଖରେ ଥିବା ଏକ ପୋଲ ତଳକୁ ଯାଇ ଲୁଚି ଯାଇଥିଲେ। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିବାରୁ ସେ ପୁଣିଥରେ ସଂଜ୍ଞାହୀନ ହୋଇପଡ଼ିଥିଲେ। ତେବେ ହୃଦାନନ୍ଦ ତାଙ୍କୁ ଖୋଜି ବାହାର କରିବା ପରେ ଏକ ସ୍କୁଟିରେ ନେଇ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇବା ପରେ ସେଠାରୁ ପଳାଇଥିଲା। ଯୁବତୀଜଣଙ୍କ ସ୍କୁଟିରୁ ପଡ଼ି ଆହତ ହୋଇଛନ୍ତି ବୋଲି ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କହିଥିଲା। ଗଲା ବେଳେ ସେ ଯୁବତୀଙ୍କ ପାଖରେ ଥିବା ୧୧ହଜାର ଟଙ୍କା ଓ ମୋବାଇଲ ନେଇଯାଇଥିଲା।

ଗୋଳନ୍ଥରା‌ରେ ଲଜ୍ଜା: ବରଯାତ୍ରୀ ଶୋଭାଯାତ୍ରାରେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ୨ଟି ମୁଣ୍ଡ ଗଡ଼ିଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଜିଲ୍ଲାବ୍ୟାପୀ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଗତ ରାତିରେ ଗୋଳନ୍ଥରା ଥାନା ଅଞ୍ଚଳରେ ଘଟିଥିବା ଏହି ଲଜ୍ଜାଜନକ ଘଟଣା ଆଜି ବିଳମ୍ବିତ ରାତିରେ ଅଭିଯୋଗ ହେବା ପରେ ପଦାକୁ ଆସିଛି। ସୂଚନାନୁଯାୟୀ, ନାବାଳିକାଦ୍ୱୟ ଏକ ବ୍ୟାଣ୍ଡ ପାର୍ଟିରେ ଡ୍ୟାନ୍ସର୍‌ ଭାବେ କାମ କରନ୍ତି। ବୁଧବାର ରାତିରେ ଏକ ବରାଯାତ୍ରୀ ଶୋଭାଯାତ୍ରାରେ ଯାଇଥିବା ବେଳେ ୪ଜଣ ଯୁବକ ବିଳମ୍ବିତ ରାତିରେ ସେଠାରେ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ। ସେମାନେ ନାବାଳିକାଦ୍ବୟଙ୍କୁ ଟେକିନେଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଛାଡ଼ି ଫେରାର୍‌ ହୋଇଯାଇଥିଲେ। ନାବାଳିକାଦ୍ୱୟଙ୍କ ବୟସ ୧୫ରୁ ୧୬ବର୍ଷ ବୋଲି ଜଣାପଡ଼ିଛି। ଆଜି ବିଳମ୍ବିତ ରାତିରେ ସେମାନଙ୍କ ପରିବାରଲୋକ ଥାନା‌ରେ ଏ ସଂପର୍କରେ ଅଭିଯୋଗ କରିଛନ୍ତି। ତେବେ ଘଟଣା ପରେ ଅଭିଯୁକ୍ତମାନେ ଫେରାର୍‌ ହୋଇଯାଇଛନ୍ତି।

ଯାତ୍ରା ଦେଖି ଫେରୁଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ
ପୁରୀ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳରେମହିଳାଙ୍କୁ ଦୁଷ୍କର୍ମ। ସୂଚନା ମୁତାବକ ପାରିକୁଦ ମହୋତ୍ସବ ଯାତ୍ରା ଦେଖି ୧୨ଟା ରାତିରେ ଘରକୁ ଫେରୁଥିବା ସମୟରେ ଅନ୍ଧାର ରାତିର ସୁଯୋଗ ନେଇ ମୋରଡ଼ା ଗ୍ରାମର ପାଖା ପାଖି ୬୦ ବର୍ଷରୁ ଉର୍ଦ୍ଧ୍ବ ଖଲି ପାହାଣ ନାମକ ବ୍ୟକ୍ତି ରାସ୍ତା କଡ଼ରେ ଜବରଦସ୍ତ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରିଥିବା କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ହୋଇଛି। ମହିଳାଙ୍କ ଅଭିଯୋଗ ଅନୁଯାୟୀ କୃଷ୍ଣପ୍ରସାଦ ଥାନା ଅଧିକାରୀ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି

ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ଅଭିଯୋଗ
ୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳର ଜଣେ ମାନସିକ ବିକୃତ ମହିଳାଙ୍କୁ ଦୁଷ୍କର୍ମ ସହ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛ। ପୀଡ଼ିତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ପୀଡ଼ିତା ଜଣଙ୍କ ଗତକାଲି ରାତିରେ ପିଣ୍ଡାରେ ଶୋଇଥିବା ବେଳେ ତାଙ୍କୁ କେହି ଦୁଷ୍କର୍ମ କରିବା ସହ ସହ ଛୁରି ମାରିଥିବା ଜଣାପଡ଼ିଛି। ସକାଳୁ ସକାଳୁ ତାଙ୍କର ପ୍ରଚୁର ରକ୍ତସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକେ ଭର୍ତ୍ତି କରିଛନ୍ତି। ଖବର ପାଇ ଇଟାମାଟି ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ମହିଳାଙ୍କୁ ପଚାରିବାରୁ ‘ପାଣ୍ଡା’ ଏଭଳି କରିଥିବା କହିଛନ୍ତି। ‘ପାଣ୍ଡା’ ସ୍ଥାନୀୟ ଅଞ୍ଚଳର ଜଣେ ଗାଡ଼ି ଚାଳକ। ସେ ବ୍ରାଉନ ସୁଗାର ଭଳି ନିଶାରେ ବୁଡ଼ି ରହେ ବୋଲି ସ୍ଥାନୀୟ ବାସିନ୍ଦା ଗଣମାଧ୍ୟମକୁ କହିଛନ୍ତି।

ନାବାଳିକାକୁ ଟେକି ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ଥାନା ଅଧିନସ୍ଥ ଏକ ଅଞ୍ଚଳରେ ଜଣେ ନାବାଳକଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମ ସମୟର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ଦୁଷ୍କର୍ମ ସମୟର ଭିଡିଓକୁ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି ବୋଲି ନାବାଳିକାଙ୍କ ମାଆ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି।

ମାଆଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଏହି ୧୫ ବର୍ଷର ନାବାଳିକା ଝିଅକୁ ଦେବକୁମାର ଗ୍ରାମର ମିଥୁନ ମାଝୀ ନାମକ ଜଣେ ଯୁବକ ଏକ ପରିତ୍ୟକ୍ତ ଘରକୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟର ଭିଡ଼ିଓ ଫେସବୁକ ଜରିଆରେ ଭାଇରାଲ କରିଥିଲେ। ଏସମ୍ପର୍କରେ ନାବାଳିକାଙ୍କ ମାଆ ଜାଣିବା ପରେ ମିଥୁନଙ୍କ ଘରକୁ ଯାଇ ଘଟଣା ସମ୍ପର୍କରେ ପଚାରିବା ପରେ ମିଥୁନ ଓ ତାଙ୍କ ବାପା ରବିନ୍ଦ୍ର ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଏକ କାତି ଧରି ଗୋଡ଼ାଇଥିଲେ। ଥାନାରେ ଅଭିଯୋଗ କଲେ ମାଆ।  ଝିଅକୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଘଟଣାକୁ ନେଇ ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି।ପୁଲିସ ଅଭିଯୋଗ ପାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।